ଯାଜପୁର : ‘ଓଡ଼ିଶା ମିଲେଟ ମିଶନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନାକୁ ଭାରତ ନୀତି ଆୟୋଗର ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । 2019ମସିହାରୁ ରାଜ୍ୟରେ ମୋ ଉପକାରୀ ବଗିଚା ମିଶନ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି l ଯାଜପୁର ବ୍ଳକ ସିମିଳିଆ ପଞ୍ଚାୟତରେ ଏହି ଯୋଜନା ସଫଳ ରୂପାୟନ ହେଉଛି l ଯାହାକି ରାଜ୍ୟର ଅନ୍ୟ ବ୍ଲକ ପାଇଁ ଉଦାହରଣ l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହଯୋଗ ଓ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ଉଦ୍ୟମରେ ଯାଜପୁର ବିଭିନ୍ନ ବ୍ଲକରେ ଏହି ଯୋଜନା ସଫଳ ରୂପାୟନ ହୋଇଛି l ଅଧିକାଂଶ ସମୟ ଯୁବନେତା ଭଵ ପ୍ରସାଦ ଦାସ ମୋ ଉପକାରୀ ବଗିଚା ମିଶନ ଯୋଜନା କିପରି ଚାଲିଛି ତାହାର ତଦାରଖ ଗ୍ରାଉଣ୍ଡରେ ଯାଇ କରନ୍ତି l ପରିଦର୍ଶନ ସମୟରେ ଚାଷୀଭାଇ ମାନଙ୍କ ସହ ଆଲୋଚନା କରନ୍ତି l ଆଗାମୀ ଦିନରେ ଚାଷୀଭାଇ ମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସହଯୋଗ କିପରି ଯୋଗାଇଦେଇହେବ ସେ ନେଇ ଜିଲ୍ଲା ପ୍ରଶାସନ ସହ ରୀତିମତ ବୈଠକ କରନ୍ତି ଭଵ l ଚାଷୀଙ୍କ ସୁଖ ଓ ଦୁଃଖର ସାଥିହୋଇ କାମ କରନ୍ତି l ମୋ ଉପକାରୀ ବଗିଚା ମିଶନକୁ ନିତି ଆୟୋଗ ପ୍ରଶଂସା ଓଡିଶା ସାଉଁଟିବା ପରେ ସବୁଆଡେ ଏବେ ଉତ୍ସାହର ମାହୋଲ l ଆଉ ଆଉ ଯାଜପୁର ସିମିଳିଆ ପଂଚାୟତ ଚାଷୀ ଅନ୍ୟ ଚାଷୀଙ୍କୁ ଏହି ଯୋଜନାର ସଫଳ ରୂପାୟନ କରି ବାଟ ଦେଖାଇଛନ୍ତି l
ଦୁର୍ନୀତି ବିରୁଦ୍ଧର କଡା କାର୍ଯ୍ୟାନୁଷ୍ଠାନ: ବିଦା ହେଲେ 7ଜଣ ଅଫିସର….
ଦୁର୍ନୀତି ବିରୁଦ୍ଧର କଡା କାର୍ଯ୍ୟାନୁଷ୍ଠାନ
ଦୁର୍ନୀତି ଓ ଅପାରଗତା ଯୋଗୁ ଜଣେ ଜେଲ ଡି.ଆଇ.ଜି.ଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ବର : ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ ଅଟନ୍ତି
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି
ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଶ୍ରୀ ଗୋପବନ୍ଧୁ ମଲ୍ଲିକ ଶ୍ରୀ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା ଜେଲ ବିଭାଗରେ ତାଙ୍କରକାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା
ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍ କରାଯାଇଛି ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି
ଶ୍ରୀ ଏକାନ୍ତ ପ୍ରିୟ ନାୟକ, କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଥିଲେ ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା
ଶ୍ରୀ ଗୌତମ ମଲ୍ଲିକ, ଡି.ଏସ୍.ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ
ଶ୍ରୀ ଦେବେନ୍ଦ୍ର ନାଥ ବେହେରା, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି
ଶ୍ରୀ ସତ୍ୟବ୍ରତ ରାଉତ, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍ ରହିଛି ତାଙ୍କର ସାଧୁତା ସନ୍ଦେହ ଜନକ ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି
ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍ ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି
ଏହି ବାଧ୍ୟତାମୂଳକ ଅବସର ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟୀତ୍ବ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି
ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାରଙ୍କ ଜିରୋ ଟଲେରାନ୍ସ ନୀତି: ବିଜେଡି
ଭୁବନେଶ୍ୱର : ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାର ଜିରୋ ଟଲେରାନ୍ସ ନୀତିଗ୍ରହଣ କରିଛନ୍ତି । ଅନ୍ୟ ରାଜ୍ୟରେ ଶାସନ କରୁଥିବା ଦଳଗୁଡିକ ବ୍ୟାପକ ରାଜନୈତିକ ହିଂସାରେ ମାତି ଥିବାରୁସେମାନେ ଓଡିଶା ସରକାରଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟସାହୁ ।ଶ୍ରୀ ସାହୁ କହିଛନ୍ତି ଯେ ଏନ୍ସିଆରବିର ‘କ୍ରାଇମ ଇନ୍ ଇଣ୍ଡିଆ ୨୦୧୯’ ରିପୋର୍ଟ ଅନୁଯାୟୀ ସେହିବର୍ଷଓଡିଶାରେ ଗୋଟିଏ ହେଲେ ରାଜନୈତକ ହିଂସା ଘଟିନାହିଁ । ୨୦୧୯ରେ ପଶ୍ଚିମବଙ୍ଗରେ ୧୨ଟି ରାଜନୈତିକହତ୍ୟାକାଣ୍ଡ ଘଟିଥିବାବେଳେ ବିହାରରେ ୬ଟି ଏବଂ ଝାଡଖଣ୍ଡ, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି କରି ରାଜନୈତିକହତ୍ୟାକାଣ୍ଡ ଘଟିଯାଇଛି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳର ସରକାର ଶାସନ କରୁଛନ୍ତି ।ମାହାଙ୍ଗାରେ ଦୁଇ ଜଣଙ୍କ ହତ୍ୟା ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ଏବଂ ଅପରାଧିଙ୍କୁ ଖୁବ୍ଶୀଘ୍ରଗିରଫ କରାଯିବ ବୋଲି ଏସ୍.ପି ବି.ଯୁଗଳକିଶୋର କହିସାରିଛନ୍ତି ।ଏହି ହତ୍ୟାକାଣ୍ଡ ପଛର ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତକୁ ଅପେକ୍ଷା କରାଯାଉଛି । ବିଜେଡି କୌଣସିପ୍ରକାର ରାଜନୈତିକ ହିଂସାକାଣ୍ଡକୁ ପ୍ରଶୟ ଦିଏ ନାହିଁ ଏବଂ ମାହାଙ୍ଗା ଘଟଣାରେ ମଧ୍ୟ ଦୋଷୀଙ୍କୁ ଛଡାଯିବ ନାହିଁବୋଲି ଶ୍ରୀ ସାହୁ କହିଛନ୍ତି ।
ସୁରତ୍ ଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ…..
ସୁରତ୍ ଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ
ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ
ମିଳିବ ସରକାରୀ ଯୋଜନାର ଲାଭ – ଧର୍ମେନ୍ଦ୍ର ପ୍ରଧାନ
ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ ପ୍ରବାସୀଙ୍କ ଜୀବିକାରେ ବୃଦ୍ଧି ଘଟିବ
ପ୍ରବାସୀଙ୍କ ଜୀବନଜୀବିକାକୁ ଉନ୍ନତ କରିବା ପାଇଁ ବଦ୍ଧପରିକର ଭାରତ ସରକାର
ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି ସୁରତ
ସୁରତ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ସୁରତ ଗସ୍ତ କରିସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍ଘାଟନ କରିବା ସହ ଏହି କେନ୍ଦ୍ର ସହରରେ କାମ କରୁଥିବା ସବୁ ପ୍ରବାସୀଓଡିଆଙ୍କ ସମେତ ଲକ୍ଷାଧିକ ପ୍ରବାସୀଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବା ସଙ୍ଗେସଙ୍ଗେ ସରକାରଙ୍କ ବିଭିନ୍ନଯୋଜନାର ଲାଭ ଉଠାଇବାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କଉନ୍ନତି ପାଇଁ ବଦ୍ଧପରିକର । ଆଜି ଲୋକାର୍ପିତ ହୋଇଯାଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମପ୍ରଦାନ କରିବ । ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ
ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ । ମାଇଁ ସୁରତ ଦ୍ୱାରା ଏଭଳି ପଦକ୍ଷେପନିଆଯାଇଥିବା ବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତହୋଇପାରିବେ ।କରୋନାର ଆହ୍ୱାନ ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନେବାର ଉଦ୍ୟମ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁଭଲ ଯୋଜନା ହେବା ଆବଶ୍ୟକତା ରହିଥିବାର ମାର୍ଗ ଦେଖାଇଛି । ସମଗ୍ର ଭାରତର ପ୍ରବାସୀଙ୍କ ଘର କୁହାଯାଉଥିବାସୁରତ ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ସହରୀ ଯୋଜନା, ନାଗରିକ ସୁବିଧା,
ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସୁରଟ ଏକ ଆଦର୍ଶ ସହର ଭାବରେ ପରିଗଣିତ ହୋଇପାରିଛି । ଆଜି ପ୍ରତିଷ୍ଠା ହୋଇଥିବାପ୍ରବାସୀ କେନ୍ଦ୍ର ଏ ଦିଗରେ ବୃହତ ପଦକ୍ଷେପ ଏବଂ ଆମର ପ୍ରବାସୀଙ୍କୁ ସାମାଜିକ ତଥା ଆର୍ôଥକ ସୁରକ୍ଷା ଦେବାରେଏକ ମଡ଼େଲ ଭାବରେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ରାଜ୍ୟର ଆଇନ୍ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ : କଂଗ୍ରେସ
ଭୁବନେଶ୍ୱର : ରାଜ୍ୟର ଆଇନ୍ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ଦଣ୍ଡ ହାର ଜାତୀୟ ଦଣ୍ଡହାର ଠାରୁ ସର୍ବନିମ୍ନ । ଲକ୍ଡାଉନ୍ ସମୟରେ ନାରୀ ନିର୍ଯ୍ୟାତନା ଶୀର୍ଷରେ । ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୋଲିସର ସଫଳତା ହାର ମାତ୍ର ୨୭ ପ୍ରତିଶତ, ଯାହା ଜାତୀୟ ସ୍ତର ଠାରୁ ସର୍ବନିମ୍ନ । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ସଂସ୍କାର ସଂପର୍କରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍କୋର୍ଟଙ୍କୁ ବାରମ୍ବାର ମିଥ୍ୟା ସତ୍ୟପାଠ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେବଳ ସୁପ୍ରିମ୍କୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ତଥ୍ୟ ପ୍ରମାଣ ସହ ସିଧାସଳଖ ରାଜ୍ୟ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟ୍ କରିଛନ୍ତି । ଦେଶରେ ପୋଲିସକୁ ଚାପମୁକ୍ତ କରିବା ନେଇ ଉତରପ୍ରଦେଶ ଏବଂ ଆସାମର ତତ୍କାଳୀନ ପୋଲିସ ଡିଜି ପ୍ରକାଶ ସିଂହ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ଦେଶର ପୋଲିସର ସଂସ୍କାର ପାଇଁ ସୁପ୍ରିମ୍କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ଏବଂ ଗତ ୨୦୦୬ ମସିହା ସେପ୍ଟେମ୍ବର ୨୨ ତାରିଖରେ ମାନ୍ୟବର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ଓଡିଶା ସରକାରଙ୍କୁ ମଧ୍ୟ ପୋଲିସ ସଂସ୍କାର ପାଇଁ ଏକ ମାର୍ଗଦର୍ଶିକା ଜାରି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ନିର୍ଦ୍ଦେଶଗୁଡିକ ମଧ୍ୟରେ ପୋଲିସ ବିଭାଗର ତଦନ୍ତ ଏବଂ ଆଇନ୍ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ପୋଲିସକୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ତଦନ୍ତ ଏବଂ ଆଇନ୍ଶୃଙ୍ଖଳାକୁ ପୃଥକ୍ ପୃଥକ କରିବା ପାଇଁ କହିଥିଲେ । ଏହାର ଜବାବରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତା ୧୧.୪.୨୦୦୭, ତା ୨୫.୧.୨୦୦୮ ଏବଂ ତା ୧.୪.୨୦୧୩ ରିଖ ତିନି ତିନି ଥର ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ଗୃହ ବିଭାଗର ନୋଟିଫିକେସନ ନଂ – ୧୮୪୧୫, ତା ୬.୪.୨୦୦୭ ଠାରୁ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଦୁଇଟି ସହର ଭୁବନେଶ୍ୱର ଓ କଟକ କମିଶନରେଟ୍ ପୋଲିସରେ ଆଇନ୍ଶୃଙ୍ଖଳା ଏବଂ ତଦନ୍ତ ସଂସ୍ଥାକୁ ପୃଥକ୍ ପୃଥକ୍ କରି ଦିଆଯାଇଛି ବୋଲି ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ । କିନ୍ତୁ ସୂଚନା ଅଧିକାର ଆଧାରରେ ଆସିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କୌଣସି ବି ଗୋଟିଏ ଥାନାରେ ଆଇନ୍ଶୃଙ୍ଖଳା ଏବଂ ତଦନ୍ତକୁ ପୃଥକ୍ ପୃଥକ୍ କରିନାହାନ୍ତି ବୋଲି ସୂଚନା ଅଧିକାରରେ ଆସିଥିବା ତଥ୍ୟକୁ ଆଧାର କରି ଶ୍ରୀ ମିଶ୍ର କହିଛନ୍ତି । ଏଥିରେ ଗୋଟିଏ କଥା ସ୍ପଷ୍ଟ ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କୁ ବାରମ୍ବାର ମିଛ କହିବା ସହିତ ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସ ତଥ୍ୟ ଭିତିକ ଖୁଲାସା କରିଛି । ପ୍ରଦେଶ କଂଗ୍ରେସର ଦାବି ଗୃହ ବିଭାଗର ମୁଖ୍ୟ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହବିଭାଗ ସୁପ୍ରିମ୍କୋର୍ଟରେ ଦେଇଥିବା ମିଥ୍ୟା ସତ୍ୟପାଠ ସଂପର୍କରେ ସ୍ପଷ୍ଟୀକରଣ ରଖନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ମାହାଙ୍ଗା ହତ୍ୟାକାଣ୍ଡ ନେଇ ତେଜିଲା ରାଜନୀତି… .
ଭୁବନେଶ୍ୱର : ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ବିଜେପି ବିଜେଡି ସମ୍ମୁଖ ଯୁଧ୍ୟ ଆରମ୍ଭ ହୋଇଛି। ବିଜେପି ସିଧାସଳଖ ହତ୍ୟାରେ ବିଜେଡି ଓ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତି ଦାବି କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏପରିକି ଦୋଷୀଙ୍କୁ କାହିଁକି ଏ ଯାଏ ଧରଗଲା ନାହିଁ ବୋଲି ପ୍ରଶ୍ନ କରିଛି ଦଳ। କଂଗ୍ରେସ ମଧ୍ୟ ଘଟଣାରେ ମନ୍ତ୍ରୀଙ୍କ ନାଁ ରେ ଏତଲା ଦିଆଯାଇଥିବାରୁ ତାଙ୍କ ଇସ୍ତଫା ଦାବି କରିଛି। ସେପଟେ ଆଇନ ମନ୍ତ୍ରୀଙ୍କ ଉତ୍ତର ଯେତେବେଳେ ବି ଓଡ଼ିଶାରେ କିଛି ଘଟଣା ଘଟୁଛି ବିରୋଧୀ ମାନେ ଦୋଷୀ ଦଣ୍ଡ ପାଉ ବୋଲି ଚାହୁଁଛନ୍ତି କି ନାହିଁ ତାହା ପ୍ରଶ୍ନବାଚୀ। ଏପରିକି ବିଜେପି ଯାହା କରିବା କଥା କରୁ ଆମେ ଯାହା କରିବା କଥା କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ବିଜେପି ଅଭିଯୋଗ କରି କହିଛି ଯେ ପୋଲିସ କୁ 30 ଥର ଜୀବନ ପ୍ରତି ବିପଦ ଅଛି ବୋଲି କହିବା ପରେ ମଧ୍ୟ ପଦକ୍ଷେପ ନିଆଗଲାନି। ହତ୍ୟାକଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଏ ଯାଏ ଗିରଫ କାହିଁକି କରାଯାଇନି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଆଇନମନ୍ତ୍ରୀ ପୂର୍ବରୁ କୂଳମଣୀଙ୍କ ପରିବାରକୁ ଧମକ ଦେଇଥିବା କହିଛନ୍ତି ପ୍ରଦୀପ୍ତ ନାଏକ। 7 ଦିନ ମଧ୍ୟରେ ଦୋଷୀ ଗିରଫ ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି କହିବା ସହ ମନ୍ତ୍ରୀ ନିର୍ଦୋଷ ନ ହେବା ପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ଦୁରେଇ ରହିବା ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା। ଆଇନ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି। ଘଟଣାରେ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି ଓ ତାଙ୍କ ନାଁରେ ମଧ୍ୟ ମାମଲା ହୋଇଛି। ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଦାବି କରିଛନ୍ତି ସୁରେଶ ରାଉତରାୟ। ଏପରିକି ମୁଖ୍ୟମନ୍ତ୍ରୀ ଖୋଦ ଗୃହମନ୍ତ୍ରୀ ହୋଇଥିବାରୁ ତୁରନ୍ତ ଦୋଷୀଙ୍କୁ ଧରି ଦଣ୍ଡବିଧାନ କଲେ ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିବ ଵୋଲି କହିଛି କଂଗ୍ରେସ।
ନୂଆ ରୂପ ନେବ ପଂଚାୟତ :ଲୋକଙ୍କ ସହ ଆଲୋଚନା କଲେ ଭଵ….
ଯାଜପୁର : ଯାଜପୁର ସହରରେ ଯେମିତି ବିକାଶ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେଉଚି ଠିକ୍ ସେହି ଢାଞ୍ଚାରେ ପଞ୍ଚାୟତରେ ଚାଲିବ ବିକାଶ । ପଞ୍ଚାୟତର କୌଣସି ଲୋକ ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନହୁଅନ୍ତି ତା ଉପରେ ଫୋକସ କରିଛନ୍ତି ବିଜେଡି ଯୁବ ନେତା ତଥା ଯାଜପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ।
ସୋମବାର ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତରେ ଓ୍ଵାଡ ବୈଠକ କରିଥିଲେ । ଏହି ବୈଠକରେ ପଞ୍ଚାୟତ ପ୍ରତିନିଧି ଓ ଲୋକମାନଙ୍କ ସହ ଆଲୋଚନା କରିଥିଲେ ଭବ । ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କ ପାଖରେ ସରକାରୀ ଯୋଜନା ଠିକ ସେ ପହଞ୍ଚିଲା କି ନାହିଁ କେଉଁ କେଉଁ ସମସ୍ୟା ରହିଛି ,ଏବଂ କେଉଁ କାମ ଅଧା ହୋଇ ପଡିଛି ତାହା ଉପରେ ଆଲୋଚନା କରିଥିଲେ l ଏହାସହ ପଞ୍ଚାୟତର ବିକାଶ ପାଇଁ ଆଉ କଣ ନୂଆ କାର୍ଯ୍ୟ କରିହେବ ତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।କେବଳ ଯାଜପୁର ସହର ନୁହେଁ ପୁରା ଯାଜପୁର ନିର୍ବାଚନୀ ମଣ୍ଡଳୀରେ କିପରି ସମାନ ଭାବେ ବିକାଶରଥ ଚାଲିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ଆଉ ଏବେ ଏହାକୁ ବାସ୍ତବ ରୁପ ଦେଉଛନ୍ତି ଭବପ୍ରସାଦ ଦାସ । ଭଵ ସବୁବେଳେ ଲୋକଙ୍କ ସାଥିରେ ରହି ଲୋକଙ୍କ ସୁଖ, ଦୁଃଖରେ ଜଡିତ ରହୁଛନ୍ତି l ଅଧିକାଂଶ ସମୟ ସେ ଏପରି ବୈଠକ ବିଭିନ୍ନ ପଂଚାୟତ କରି ଲୋକଙ୍କ ସମସ୍ୟା ବୁଝନ୍ତି l କାରଣ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବି ବିଭିନ୍ନ ସମୟରେ ପଂଚାୟତରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାତିରେ ସ୍କୁଲ ଘରେ ରହି ଲୋକଙ୍କ କଥା ଶୁଣନ୍ତି l ଠିକ ସେହିପରି ଭଵ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଏବେ ଦିନ ରାତି ଏକ କରି କାମ କରିଚାଲିଛନ୍ତି l ଯାଜପୁରବାସୀ ପ୍ରଣବ ଓ ଭଵଙ୍କ ପରି ଯୁବନେତା ପାଇଁ ବେଶ ଖୁସି l କାରଣ ରାଜନୀତି ପାଇଁ ନୁହେଁ, ନୂଆ ଯାଜପୁର ଗଢିବା ପାଇଁ ପ୍ରଣବ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସଫଳ କରିବା ପାଇଁ ଯାଜପୁର ବାସୀଙ୍କ ସହ ମିଶି କାମ କରିଚାଲିଛନ୍ତି ଭଵ l
ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…..
ରୁପାନ୍ତରର (Transformation) ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ବର ଜଳାଶୟ
ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରୂପାନ୍ତରର(Transformation) ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି
ଏହି ଅବସରରେ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ବର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି ଏହା ହେଉଛି ପରିବର୍ତ୍ତନ, Transformation. ରାମଲିଙ୍ଗେଶ୍ବର ଜଳାଶୟ ଓ ପାର୍କ ଆଜି ଗଂଜାମର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁ ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ
କୋଭିଡ ସମୟରେ ଗଂଜାମର ଜନସାଧାରଣଙ୍କର ଦୃଢ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମର ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଂଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂଗ ରୋଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି
ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରଖିଛି ବ୍ରହ୍ମପୁର ତଥା ଗଂଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି ବୋଲି ମତଦେଇ ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇ ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ
ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଏବଂ ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ରାଠୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର ଧନ୍ୟବାଦ ଅର୍ପଣ କରିଥିଲେ
ସୂଚନାଯୋଗ୍ୟ ୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ବରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି
ଅଙ୍ଗନୱାଡି କର୍ମୀଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି : ପ୍ରଣବ
ଭୁବନେଶ୍ୱର : ମା ମାନଙ୍କ ସୁଖ ଓ ଦୁଃଖରେ ସବୁବେଳେ ବିଜେଡି ରହିଛି ଆଉ ରହିବ l କରୋନା ମହାମାରୀ ସମୟରେ ଜୀବନ ରକ୍ଷା କରିବାରେ ମା ମାନଙ୍କ ଭୂମିକାକୁ କେହି ଭୁଲି ପାରିବେ ନାହିଁ l ବିଜୁ କୃଷକ ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଏକଥା କହିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଏହାସହ ଅଙ୍ଗନୱାଡି କର୍ମୀଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ସମୟ ଅନୁସାରେ ସେ ସବୁ କରାଯିବ ପ୍ରଣବ କହିଛନ୍ତି l ଯାହା ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମୀଙ୍କ ମନରେ ହସ ଫୁଟାଇଥିଲା l ଏହାସହ ବର୍ଷ ଯାକ କଣ କାମ ହୋଇଥିଲା, ସେ ନେଇ ଅଙ୍ଗନୱାଡି କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ପ୍ରଣବ l ଆଗକୁ କେମିତି ଏହି ସଂଗଠନ ଆହୁରି ବ୍ୟାପକ ସଦସ୍ୟତା କରି ଲୋକଙ୍କ ପାଖରେ ପହଂଚିବୁ, ସେ ଦିଗରେ ଆଲୋଚନା କରିଥିଲେ ବିଜେଡି ସଂଗଠନ ସମ୍ପାଦକ l
ରବିବାର ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ବିଜୁ ଶ୍ରମିକ ସାମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀଯୁକ୍ତ ଗୋପବନ୍ଧୁ ଦାସ ଓ ବିଜୁ ଶ୍ରମିକ ସାମୁଖ୍ୟର ମହା ସଚିବ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁବାସ ସିଂ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ୩୦ ଟି ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀ, ମିନୀ ଅଙ୍ଗନୱାଡ଼ି କର୍ମୀ, ସହକର୍ମୀ, ସାଧାରଣ ସମ୍ପାଦିକା, କୋଷଧକ୍ଷ୍ୟା, ଓ ବିଜୁ ଶ୍ରମିକ ସାମୁଖ୍ୟ ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଗାମୀ ଦିନରେ ସଂଗଠନକୁ କିପରି ତୃଣମୂଳ ସ୍ତରରେ ମଜବୁତ କରାଯିବା ଓ ଏଥିରେ ଅଙ୍ଗନବାଡି କର୍ମୀ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ ବିଜେଡି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l
ଜୀବନ ବଂଚାଉଛି ଅଶୋକ ଦାସ ଫାଉଣ୍ଡେସନ
ଯାଜପୁର: ପ୍ରତ୍ୟେକ ସପ୍ତାହରେ ଚାଲିଛି ରକ୍ତ ଦାନ ଶିବିର l ରକ୍ତ ଅଭାବରେ କେହି ଯେପରି ଜୀବନ ନ ହରାନ୍ତି ତାକୁ ଦେଖି ଏଭଳି ପଦକ୍ଷେପ ନେଇଛି ଅଶୋକ ଦାସ ଫାଉଣ୍ଡେସନ । ଯାଜପୁରରେ ଏହାର ମଙ୍ଗ ଧରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।
କେବଳ ଯାଜପୁର ନୁହେଁ, ସମଗ୍ର ରାଜ୍ୟରେ କୌଣସି ବି ବ୍ୟକ୍ତିର ରକ୍ତ ଅଭାବ ନ ହୁଏ ତାକୁ ଦେଖି ଏହି ଶିବିର ଆୟୋଜନ ଚାଲିଛି । ଖୋଦ ଭବ ଓ ପ୍ରଣବ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରୁଛନ୍ତି । ଉଭୟ ଅନେକ ଥର ରକ୍ତଦାନ କରି ସାଧାରଣ ଲୋକଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରୁଥିବାର ନଜରି ବି ରହିଛି। ପ୍ରଣବ ଓ ଭବଙ୍କ ପ୍ରେରଣାରେ ଆଜି ଜିଲ୍ଲାର ଅନେକ ଯୁବକ ସ୍ୱଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସୁଛନ୍ତି । ଗୋଟେ ଦିନରେ ପ୍ରାୟ ୫୦ ରୁ ୨ଶହ ୟୁନିଟ ରକ୍ତ ସଂଗ୍ରହ ହେଉଛି । ଜିଲ୍ଲା ରେଡକ୍ରସର ସଭ୍ୟମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହକୁ ସଫଳ କରୁଛନ୍ତି । ଯାଜପୁର ର ବିଭିନ ଯୁବକ ସଂଘ ପକ୍ଷରୁ ଉତ୍ସାହୀ ଯୁବକ ମାନେ ମଧ୍ୟ ରକ୍ତଦାନ ଶିବିରରେ ସାମିଲ ହେଉଛନ୍ତି l ସ୍ବର୍ଗତ ଅଶୋକ ଦାସଙ୍କ ନୀତି ଆଦର୍ଶରେ ଚାଲିଥିବା ଅଶୋକ ଦାସ ଫାଉଣ୍ଡେସନ ପ୍ରତ୍ୟେକ ରବିବାର ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲାର ରକ୍ତ ଅଭାବକୁ ଦୂର କରିବା ସହ ସାରା ଓଡିଶା ପାଇଁ ଉଦାହରଣ ସାଜିଛି l ଆଉ ଏହାକୁ ସଫଳ କରିବାରେ ମୁଖ୍ୟ ସୂତ୍ରଧାର ସାଜିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଯାଜପୁର ପୌର ପରିଷଦର ପୂର୍ବତନ ଅଧକ୍ଷ୍ୟ ଭବ ପ୍ରସାଦ ଦାସ l














