* କରୋନା ପରେ ମୁଖ୍ଯମନ୍ତ୍ରୀଙ୍କ ପ୍ରଥମ ଜିଲ୍ଲା ଗସ୍ତ
* ଆଉ ଭୋକର ଭୁଗୋଳ ନୁହେଁ ବିକାଶର ଡିଣ୍ଡିମ ପିଟିବ କଳାହାଣ୍ଡି
* ସବୁ ଆଡ଼େ ସ୍ଥିତିର ଅନୁଧ୍ଯାନ କରି ସ୍ଥାନୀୟ ପ୍ରତିନିଧିଙ୍କ ସହ ବବିଙ୍କ ଆଲୋଚନା
() ବିକାଶର ନୂଆ ନାଁ କଳାହାଣ୍ଡି। ଆଉ କଳାହାଣ୍ଡିର ପରିଚୟ ଭୋକର ଭୁଗୋଳନୁହେଁ ବରଂ ବିକାଶର ବଡ଼ ନକ୍ସା ଭାବରେ ପରିଗଣିତ ହେଇଛି। କରୋନା କାଳରେ ବର୍ଷ ୨୦୨୧ର ପ୍ରଥମ ଗସ୍ତ ମୂଖ୍ୟମନ୍ତ୍ରୀଙ୍କର କଳାହାଣ୍ଡିରୁ ଆରମ୍ଭ ହେଉଛି। ଆସନ୍ତା ୧୪ ତାରିଖରେ ମୁଖ୍ଯମନ୍ତ୍ରୀ କଳାହାଣ୍ଡି ଗସ୍ତ କରି, ୭୫୬ କୋଟି ଟଙ୍କାର ମେଗାଲିଫ୍ଟ ପ୍ରକଳ୍ପର ଉଦଘାଟନ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମ ହେବା ପୂର୍ବରୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କଳାହାଣ୍ଡିରେ ପହଞ୍ଚିଛନ୍ତି। ସେଠାରେ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ, ପୂର୍ବ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପଷ୍ପେନ୍ଦୁ ସିଂଦେଓ ତଥା ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡାକି ସବୁ କାମର ସମୀକ୍ଷା କରିଛନ୍ତି। ପ୍ରଣବ ମଙ୍ଗଳପୁର ଗସ୍ତ କରି କାର୍ଯ୍ୟକ୍ରମର ରୂପରେଖ ତଦାରଖ କରି ଥିବା ଜଣାପଡିଛି । ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ମନ୍ତ୍ରୀ, ୬୦ ଜଣ ବିଧାୟକଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି ।
ଲୋକାର୍ପଣ ସ୍ଥଳରେ ତିନିଟି ମଂଚ ନିର୍ମାଣ ଚାଲିଥିବା ବେଳେ ମୂଖ୍ୟ ମଂଚରେ ମାନ୍ୟବର ମୂଖ୍ୟମନ୍ତ୍ରୀ , ମନ୍ତ୍ରୀ ଓ ବିଧାୟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବାର ଜଣାପଡିଛି । କୋଭିଡ ପରୀକ୍ଷା କରାଯାଇ ପ୍ରତି ପଂଚାୟତରୁ ଅନ୍ୟୁନ ଦଶଜଣ ଙ୍କୁ ଏହି କାର୍ଯ୍ଯକ୍ରମରେ ଯୋଗ ଦେବାକୁ ସୁଯୋଗ ଦେବାର ବ୍ୟବସ୍ଥା ଥିବାର ଜଣାପଡିଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ କୋଭିଡ ପରୀକ୍ଷା କରିବା ପରେ ହିଁ ପାଶ ମିଳିବାର ବ୍ୟବସ୍ଥା କରାଯାଇଛି । ସୂଚନା ଯୋଗ୍ୟ ଯେ, ଇନ୍ଦ୍ରାବତୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବାପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ଅଧିକାଂଶ ଅଂଚଳ ଜଳସେଚିତ ହୋଇ ଶସ୍ୟ ଶ୍ୟାମଳା ହୋଇଯାଇଥିଲା ।ହେଲେ ଯେଉଁଠି ଇନ୍ଦ୍ରାବତୀ ଜଳସେଚନ ଯୋଜନା ଆରମ୍ଭ ହୋଇଛି ସେହି ଜୟପାଟଣା ବ୍ଲକର ଅଧିକାଂଶ ଅଂଚଳ ସମେତ କୋକସରା ବ୍ଲକର କେବଳ ତନି/ଚାରି ଖଣ୍ଡ ଗ୍ରାମ ବ୍ୟତୀତ ସମଗ୍ର ଅଂଚଳ, ଧର୍ମଗଡ ବ୍ଲକର ଅଧିକାଂଶ ଅଂଚଳରେ ଜଳ ସେଚନ ବ୍ୟବସ୍ଥା ହୋଇପାରୁନଥିଲା । ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ଦାବୀ ହେବା ପରେ ଇନ୍ଦ୍ରାବତୀ ମେଗା ଲିପ୍ଟ ପ୍ରୋଜେକ୍ଟ କରି ଉଠାଜଳସେଚନ ବ୍ୟବସ୍ଥା ମାଧ୍ୟମରେ ବଳକା ଥିବା ଏହି ସବୁ ଅଂଚଲକୁ ଜଳସେଚିତ କରିବାକୁ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଗତ ୨୦୧୩ ମସିହାରେ କୋକସରା ଠାରେ ଘୋଷଣା କରି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ମେଗା ଉଟାଜଳସେଚନ ପ୍ରକଳ୍ପ ୭୫୬ କୋଟୀ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ବେଳେ ସମଗ୍ର ଅଂଚଲର ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚିତ ହେବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ସବୁ କାମର ରଦାରଖ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି ବୁଲି ଦେଖିଛନ୍ତି ପ୍ରଣବ।



ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ମୋଟ ସମ୍ପତି ପରିମାଣ କେତେ ତାହା ସେ ଦର୍ଶାଇଛନ୍ତି । ଆଜି ନିଜର ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତିଯେ, ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ତାଙ୍କର ଜମି ଓ କୋଠା ରହିଛି । ଫରିଦାବାଦ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ପ୍ରାୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ହେବ । ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି । ନବୀନ ନିବାସରେ ନବୀନଙ୍କର ଯେତିକି ଅଂଶ ରହିଛି ତାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬୧୯୦ ଟଙ୍କା ହେବବୋଲି ଆକଳନ କରାଯାଇଛି । ଦିଲ୍ଲୀରେ ଥିବା ଘରେ ତାଙ୍କର ୫୦% ସେୟାର ରହିଛି । ଯାହାର ମୂଲ୍ୟ ପ୍ରାୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ । ତେବେ ଫରିଦାବାଦରେ ଥିବା ଜମିକୁ ନବୀନ ବିକ୍ରି କରିଦେବେ । ଏଥିପାଇଁ ଅଗ୍ରୀମ ଆକାରରେ ସେ ୧ କୋଟି ୨୫ ଲକ୍ଷ ଟଙ୍କା ଆଣିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡିର ସମ୍ବଲପୁର ଜୋନ ସଭାପତି ମିଲନ କୁମାର ହୋତା, ଛାତ୍ର ବିଜୁ ଜନତାଦଳର ଜୋନାଲ ପର୍ଯ୍ୟବେକ୍ଷକ ସତିଶ ବିଶି, ଜିଲା ପରିଷଦ ସଦସ୍ୟା ନିଶାନୀ ବେହେରା, ରାଜ୍ୟ ବିଜେଡି କର୍ଯ୍ୟକାରୀନୀ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ,ଜିଲ୍ଲା ବିଜୁ କୃଷକ ସେଲ ସଭାପତି ଇଂ.ଚିତ ରଞ୍ଜନ ପ୍ରଧାନ, ନଗର ବଜେଡି ସଭାପତି ଶୁକଦେବ ଭଞ୍ଜ , ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ,ନଗର ଯୁବ ବିଜେଡି ସଭାପତି ରୂପକ କୁମାର ମାଝୀ,ପୂର୍ଭତନ ନଗର ବିଜେଡି ସଭାପତି କାମାକ୍ଷା ଗଙ୍ଗଦେବ , ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ , ରିଆମଳ ବ୍ଲକ ସଭାପତି ବୈକୁଣ୍ଠ ପାଇକରାୟ,କଲଣ୍ଡା ସରପଂଚ ସକୁନ୍ତଳା ପ୍ରଧାନ ଓ ଅରୁଣୀ ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଅତିଥି ମାନେ ଦେବଗଡ ଜିଲାର ରିଆମାଳ ଠାରେ ପହଂଚିବା ପରେ ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି କର୍ମୀମାନେ ବିଭିନ୍ନ ସ୍ଲୋଗାନ ସହ ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସ୍ୱାଗତ କରି ଦେବଗଡ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।


ପ୍ରତ୍ୟେକ ଦିନର ଯାଜପୁର ପୌର ପରିଷଦ ଓ ଯାଜପୁର ବ୍ଲକର ବିଭିନ୍ନ ୱlର୍ଡବାସୀ ଓ ବିଜେଡି କର୍ମୀଙ୍କ ସହ ଆଲୋଚନା କରୁଛନ୍ତି l ୱlର୍ଡ ସ୍ତରରୁ ସଂଗଠନକୁ କିପରି ଅଧିକ ମଜବୁତ କରାଯିବ ତାହା ଉପରେ ଫୋକସ ଦେଇଛନ୍ତି ଯୁବ ନେତା ଭଵ ପ୍ରସାଦ ଦାସ l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଂଗଠନ ମଜବୁତ କରିବା ପାଇଁ ଯେଉଁ ଟାର୍ଗେଟ ଦେଇଛନ୍ତି ସେହି ଅନୁସାରେ କାମ କରିବା ପାଇଁ ଭଵ ବୈଠକରେ ନେତା ଓ କର୍ମୀଙ୍କୁ ବୁଝାଇଛନ୍ତି l ଶନିବାର ଯାଜପୁର ବ୍ଳକର ଜାହାନପୁର ପଞ୍ଚାୟତ ୱାର୍ଡ କମିଟି ବୈଠକରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭଵ ପ୍ରସାଦ ସଂଗଠନକୁ ତୃଣମୁଳ ସ୍ତରରୁ ମଜବୁଜ କରିବା ଉପରେ ଗୁରୁତ୍ୱ ଦେବା ସହ ପଞ୍ଚାୟତର ଉନ୍ନତି ମୂଳକକାର୍ଯ୍ୟ ଓ ଜନହିତକର କାମକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ l ଏହି ବୈଠକରେ ପାଇଁ ବିଜେଡିର ବରିଷ୍ଠ, ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତାମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l
କେବଳ ସେତିକି ନୁହେଁ, ବିରୋଧୀ ଯେପରି ଅପପ୍ରଚାର କରୁଛନ୍ତି ତାହାର ଉଚିତ ଜବାବ ଦେବା ସହ ଲୋକଙ୍କୁ ସତ ଜଣାଇବା ପାଇଁ ଭଵ ପରାମର୍ଶ ଦେଇଥିଲେ l ସେହିପରି ଯାଜପୁର ବ୍ଳକର ସିମିଳିଆ ପଞ୍ଚାୟତ, ବେରୁଦା ପଂଚାୟତ, ୱାର୍ଡ଼ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଣ୍ଡାଦିଆ କୁକୁଡ଼ା ବଣ୍ଟନ କାର୍ଯ୍ୟକ୍ରମ, ଆଗାମୀ ଦିନରେ ନାରୀ ସଶକ୍ତିକରଣ ନିମନ୍ତେ ସରକାରଙ୍କର ସମସ୍ତ ସାହାଯ୍ୟ ସହଯୋଗ ଓ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା l ସେହିପରି ଯାଜପୁର ବ୍ଳକ ବେରୁଦା ପଞ୍ଚାୟତର ନେଳିପୁର ଠାରେ ଭାବଗ୍ରାହୀ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତି ନିମନ୍ତେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ଯୁବ ନେତା ଭଵ ପ୍ରସାଦ ଦାସ l






