ଓଡ଼ିଶାରେ ପହଁଚିଲା କରୋନା ଟୀକା : 16ରୁ ଟୀକାକରଣ….

ଭୁବନେଶ୍ୱର : ପହଞ୍ଚିଲା କୋଭିଡ ଭ୍ୟାକ୍ସିନ ଫ୍ଲାଇଟ । ଭୁବନେଶ୍ୱର ବିମାନବନ୍ଦରରେ ଟିକା ପହଞ୍ଚିଛି । ଏୟାରପୋର୍ଟରୁ ଓଡିଶା ଔଷଧ ନିଗମକୁ ଗଲା ଟିକା । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଏୟାରପୋର୍ଟରେ ସ୍ପାଇସ ଜେଟର ସ୍ବତନ୍ତ୍ର ବିମାନରେ କୋରୋନା ଟିକା ପହଞ୍ଚିଛି । 3ଟି ଗାଡି ମଧ୍ୟରେ ଟିକା ରାଜ୍ୟ ଔଷଧ ନିଗମରେ ପହଞ୍ଚିଛି । କଡା ସୁରକ୍ଷା ବଳୟରେ ଟିକାକୁ ଭୁବନେଶ୍ୱର ଏୟାରପୋର୍ଟରୁ ଓଡିଶା ଔଷଧ ନିଗମକୁ ଯାଇଛି । ସ୍ପାଇସ ଜେଟ ଏସ ଜି 7466 ବିମାନ ଯୋଗେ ପୁନେରୁ ଭୁବନେଶ୍ୱର ଆସିଛି। ତେବେ ଏଥିରେ 34 ପ୍ୟାକେଟ ରହିଥିବାବେଳେ ଏହାର ଓଜନ 12 କେଜି ରହିଛି। ତେବେ ଏହାକୁ କଡା ସୁରକ୍ଷା ବଳୟରେ ପରିବହନ କରାଯାଇଛି ବୋଲି ଜେଟି ଜେନେରାଲ ମ୍ୟାନେଜର ସରୋଜ କୁମାର ରାଉତ କହିଛନ୍ତି । ସୂଚନା ଥାଉକି ଆସନ୍ତା 16 ତାରିଖରୁ ସାରା ଦେଶରେ କୋରୋନା ଟୀକା ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇରହିଛି ।

ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ :

ଭୁବନେଶ୍ବର: ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକାଶିତ କରାଯିବ ଭୁବନେଶ୍ବର । ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ , ରାଜ୍ୟରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ, ଚନ୍ଦ୍ରଭାଗା ଏବଂ ବାଲେଶ୍ବରର ତଳସାରୀ – ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ୱକାଂକ୍ଷୀ ଯୋଜନାର ରୂପାୟନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଯୋଜନାରେ ପୁରୀ – କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ଜଳକ୍ରୀଡ଼ା , ଆମୋଦପ୍ରମୋଦ , ସୁଦୃଶ୍ୟ ଚଲାପଥ , ସାଇକେଲ ଟ୍ରାକ୍ , ସମୁଦ୍ରର କୂଳେ କୂଳେ କାଠର ଚଲାପଥ , ମୁକ୍ତ ରଙ୍ଗମଞ୍ଚ , ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ : ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ , ଦୁଃସାହସିକ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହିସବୁ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ । ଏତଦ୍‌ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା , Landscaping , ବାଲି ସୁରକ୍ଷା ବ୍ୟବସ୍ଥା , ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ । ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ , ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏହିସବୁକୁ ଉପଭୋଗ କରିପାରିବେ । ଅନ୍ୟପକ୍ଷରେ ବାଲେଶ୍ବରର ତଳସାରୀର ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ , ସେଥିପାଇଁ ସେଠାରେ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ । ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ । ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ , ସେଥିପାଇଁ ରୁଚିପୂର୍ଣ୍ଣ ଭାବରେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ , Kiosk , Sitting Islands , Solar Photo Voltaic panels, Amphi – Theatres , Restaurants ଆଦି ସୁବିଧା ପର୍ଯ୍ୟଟକ ମାନଙ୍କ ପାଇଁ କରାଯିବ । ଏତଦ୍‌ବ୍ୟତୀତ ପର୍ଯ୍ୟଟକମାନଙ୍କୁ ଓଡିଶାର କଳା ସଂସ୍କୃତି ସହ ପରିଚିତ କରିବା ପାଇଁ ଏକ Art & Craft Plaza ମଧ୍ୟ ନିର୍ମାଣ କରାଯିବ । ଏସବୁ ଭିତ୍ତିଭୂମି କାର୍ଯ୍ୟ ଅକ୍ଟୋବର ୨୦୨୧ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି ।

ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ । ଏହିସବୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ରାଜ୍ୟ ସରାକରଙ୍କର ବିଭିନ୍ନ ବିଭାଗ , ଏଜେନ୍ସି ଓ ଜିଲ୍ଲାପ୍ରଶାନକୁ ନିର୍ଦ୍ଦେଶ ଦେଇଥିଲେ । ପୁରୀ ବେଳାଭୂମିକୁ Blue Flag Standard ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦପ୍ରକାଶ କରିବା ସହିତ ଏଥିପାଇଁ ଜିଲ୍ଲାପ୍ରଶାସନ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ୨ ବର୍ଷ ମଧ୍ୟରେ ପୀର ଜାହାନିଆ , ନିଳାଦ୍ରୀ , ମୁହାଣ ଆଦି ପୁରୀ ଜିଲ୍ଲାରେ ଥିବା ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭୂମିକୁ Blue Flag ବେଳାଭୂମି ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ , OTDC ର ଅଧ୍ୟକ୍ଷା , ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର , ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ , ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ , ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ – ଟି ) ଏବଂ ପୁରୀ ଓ ବାଲେଶ୍ବରର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..

ଭୁବନେଶ୍ବର : ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି
ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ।

ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍‌ ଦେବାକୁ ପଡିଥାଏ ।

କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି। କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।

ବିବେକାନନ୍ଦଙ୍କୁ ଆଦର୍ଶ କରନ୍ତୁ ଯୁବପିଢ଼ି : ପ୍ରଣବ

ଯାଜପୁର : ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶକୁ ଯୁବପିଢ଼ି ଯ ଅନୁପ୍ରାଣିତ କରନ୍ତୁ l ଆଜି ଯୁବ ଦିବସରେ ଯୁବକମାନେ ଏହାକୁ ସଂକଳ୍ପ ଭାବେ ଗ୍ରହଣ କରିବା ଦରକାର l ସମାଜକୁ ଉଚିତ ମାର୍ଗରେ ନେବା ପାଇଁ ଯୁବକମାନେ ଆଗେଇ ଆସିବା ଦରକାର ବୋଲି ଓଡ଼ିଶାର ଯୁବ ମାନସର ପ୍ରତୀକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଅବସରରେ ସ୍ୱାମୀଙ୍କ ଜୀବନକୁ ମନେ ପକାଇ ଏକଥା କହିଛନ୍ତି ପ୍ରଣବ l ଟୁଇଟ କରି ଯୁବ ସମାଜକୁ ସେ ବିବେକାନନ୍ଦଙ୍କ ନୀତି ଆଦର୍ଶକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି l ସେହିପରି ସ୍ୱାମୀଜୀଙ୍କ ଜନ୍ମଦିନକୁ ସାରା ଦେଶରେ ଯୁବ ଦିବସ ରୂପେ ପାଳନ କରୁଥିବା ବେଳେ ଯାଜପୁରର ବିଭିନ୍ନ ସ୍ଥାନରେ ଯୁବ ଦିବସ ପାଳନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମେ ଜାତୀୟ ଯୁବ ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଦିନଠାରୁ ଆଜିର ଦିନକୁ ଯୁବ ଦିବସ ଭାବେ ପାଳନ କରାଯାଉଛି । ଏହାସହ ସ୍ୱାମୀ ବିବେକାନନ୍ଦ ସବୁବେଳେ କହନ୍ତି କେବଳ ଶାରୀରିକ ଭାବେ ବଳବାନ ନୁହେଁ, ବରଂ ମାନସିକ ରୂପେ ମଜବୁତ ଲୋକ ହିଁ ଯୁବ। ଏହି ମର୍ମକୁ ବିଶ୍ୱାସ କରି ଯୁବକଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ (ଲଲ)| ସେ ସବୁବେଳେ ସେବାକୁ ବ୍ରତ ଭାବରେ ଗ୍ରହଣ କରି ଦିନ ରାତି ପରିଶ୍ରମ କରି ଚାଲିଛନ୍ତି । ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି ସତ ।ହେଲେ ସମ୍ପୁର୍ଣ୍ଣ ରୂପେ ଜୀବନ ସ୍ବଭାବିକ ହୋଇ ନାହିଁ । ତେଣୁ ଏ ସମୟରେ କେମିତି ରକ୍ତର ଅଭାବ ନ ରହିବ ସେ ସେଥିପାଇଁ ବେଶ ଯତ୍ନଶୀଳ ଅଛନ୍ତି । ଏଥିପାଇଁ ସେ ଆଜି ଯୁବ ଦିବସରେ ଏକ ରକ୍ତଦାନ ଶିବିର କରିବା ସହ ସବୁ ଯୁବକ ବନ୍ଧୁମାନଙ୍କୁ ରକ୍ତ ଦାନ ପାଇଁ ଆଗେଇ ଆସିବାକୁ ନିବେଦନ। କରିଛନ୍ତି ।

ଚମକୁଛି କୁସୁମା:ଆଜିଠୁ ପର୍ଯ୍ୟଟକ ବୁଲି ନେବେ ମଜା…

ଯାଜପୁର : ସବୁଜ ରାଗିଣୀର ଗନ୍ତାଘର । ଯାହାକୁ ଦେଖିଲେ ଅଶାନ୍ତ ମନ ବି ଶାନ୍ତ ପଡ଼ିଯାଏ ଯାଜପୁରର  କୁସୁମା ପ୍ରବେଶ କଲେ l  ୯ ମାସରୁ ଅଧିକ ଦିନ ହେଲାଣି ବନ୍ଦ ଥିବା କୁସୁମା  ବହୁ ଅପେକ୍ଷାର ଅନ୍ତ ଘଟାଇ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି । ପ୍ରଶାସନିକ ନିଷ୍ପତି ଅନୁସାରେ ଏହା ଖୋଲିବାକୁ ସ୍ଥିର ହୋଇଛି ।କୁସୁମା ପୁଷ୍କରଣୀ ପରିସରରେ ଶହଶହ ପ୍ରକାର ଫୁଲ ଗଛ ରହିଥିବା ବେଳେ ସୁନ୍ଦର ଆଲୋକମାଳା ଏହାର ପରିବେଶକୁ ଆହୁରି ଆକର୍ଷଣୀୟ କରୁଛି । ଏଥି ସହ ବୋଟିଂ ଏବଂ ନୀଳ ଜଳ ରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ଖୋଲିବା ପୂର୍ବରୁ ଏହାର ସବୁ କାର୍ଯ୍ୟ ଶେଷ କରାଯାଇଛି । ମାଳୀମାନଙ୍କ ଦ୍ୱାରା ଗଛର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ଆଲୋକୀକରଣ ପାଇଁ ଥିବା ବିଦ୍ୟୁତ ଲାଇନ ଗୁଡିକ ମରାମତି କରାଯାଇ ଏହାର ପରିବେଶକୁ ସଫେଇ କରାଯାଇଛି । କୁସୁମା ପରିସରରେ ପ୍ରସ୍ତର ନିର୍ମିତ ଭଳିକି ଭଳି ମୂର୍ତି ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ବନ୍ଦୁ ପାଲୋଟିଛି । ଛୋଟ ପିଲାଙ୍କ ପାଇଁ ଥିବା ପାର୍କ ପିଲାମାନଙ୍କୁ ମନଭରି ଆନନ୍ଦିତ କରିବ ।ଯାଜପୁର ପୌରପାଳିକା ଅଧିନରେ ଥିବା ଏହି କୁସୁମା ଖୋଲା ହେବା ଦିନ ଠାରୁ ପର୍ଯ୍ୟଟକଙ୍କୁୁ ବାନ୍ଧି ରଖିପାରିଥିଲା । କିନ୍ତୁ କରୋନା ଯୋଗୁ ବନ୍ଦ ହେବାରୁ ସବୁ ବେଳେ ପର୍ଯ୍ୟଟକ ଆସି ନିରାଶ ହୋଇ ଫେରୁଥିଲେ । କିନ୍ତୁ ଏହାକୁ ଆସନ୍ତାକାଲି ଠାରୁ ଖୋଲା ଯିବାକୁ ନିଷ୍ପତି ହୋଇଥିବା ବେଳେ ସକାଳ ୮ ରୁ ରାତି ୮ ପର୍ଯ୍ୟନ୍ତ ଏହା ଖୋଲାରହିବ । କିନ୍ତୁ ସୋମବାର ଦିନ ଏହାକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କୁ କୁସୁମା ଭିତରକୁ ଛଡା ଯାଉଛି । ନିୟମ ଉଲଘଂନ କଲେ ୫ଶହ ଟଙ୍କା ଜରିମାନାର ଚେତାବନୀ ଦେଇଛି ପୌର ପ୍ରଶାସନ । ଏହାର ପ୍ରବେଶ ଶୁକ୍ଳ ୩୦ ଟଙ୍କା ରହିଥିବା ବେଳେ ଏହାର ଭିତରେ ନୌବିହାର ପାଇଁ ଅତିରିକ୍ତ ୫୦ ଟଙ୍କା ବ୍ୟକ୍ତି ପିଛା ଦେବାକୁ ପଡିବ । ସଂଧ୍ୟାରେ କୁସୁମାର ଜଳରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ଦେଖିବାକୁ ମିଳିବ । ସମଗ୍ର ଅଂଚଳ ସିସି ଟିଭି ନଜରରେ ରହିଥିବା ବେଳେ ଏହାର ସୁରକ୍ଷା, ସଫେଇ ଓ ଗଛ ଗୁଡିକର ଯତ୍ନ ନେବାକୁ ଅଧିକ ଗୁରୁତ୍ୱ ଦେଇଛି ପ୍ରଶାସନ । ଅନ୍ୟ ପଟେ କୁସୁମା ଖୋଲିବା କଥା ଶୁଣି ସହରବାସୀଙ୍କ ମନରେ ଏହା ଭିତରକୁ ଯାଇ ଫଟୋଇବା ସହ ବୋଟିଂ କରିବାକୁ ଅପେକ୍ଷା କରିଥିବା କହିଛନ୍ତି । ଯାଜପୁର ପର୍ଯ୍ୟଟନରେ କୁସୁମା ଏକ ପ୍ରମୁଖ ସ୍ଥାନ ପାଲୋଟିଥିବା ବେଳେ ଏହାର ବିକାଶ ପାଇଁ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଉଦ୍ୟମ ଜାରି ରହିଛି । ଭବିଷ୍ୟତରେ ଏହାର ଆହୁରି ବିକାଶ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ।

କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ୍‌….

କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି ଟଙ୍କାର ବୋନସ୍‌ ଓ ଅନ୍ୟାନ୍ୟ ସହାୟତା
ମୃତ୍ୟୁ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି

ଭୁବନେଶ୍ବର : କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି ୤ ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା ୤ ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ୤ ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ୤ ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ୤

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୁମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି ୤
କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥାନ୍ତି ୤ ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି ୤ ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସାମିଲ କରିଛନ୍ତି ୤ କୋଭିଡ୍‌ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା ୤ ଏହା ଦ୍ବାରା ୭ ଲକ୍ଷ ୫୪ ହଜାରେ ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି ୤ ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ DBT ଜରିଆରେ ପଇଠ କରାଯାଇଛି ୤
ଏହି ବୈଠକରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ଏବଂ ପୁର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ ୤ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଶ୍ରୀ ପ୍ରଭାକର ବେହେରା ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ରଖିଥିଲେ ୤ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ୤ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ୤

କଲେଜ ସ୍ୱଚ୍ଛତାରେ ଭଵଙ୍କ ଭାବନା : ସଚେତନ କଲେ ମାସ୍କ, ସାନିଟାଇଜର ବାଣ୍ଟିଲେ…

ଯାଜପୁର : କରୋନା ନିୟନ୍ତ୍ରଣ ଅଛି, ହେଲେ ଏବେବି ଯାଇନାହିଁ କରୋନା l ତେଣୁ ପୂର୍ବପରି ଆମକୁ ସତର୍କ ରହିବାକୁ ହେବ l ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବା l ଏହି ବାର୍ତ୍ତା ଯୁବପିଡ଼ିମାନଙ୍କ ମଧ୍ୟରେ ବାଣ୍ଟିଛନ୍ତି ଯୁବ ନେତା ତଥା ଯାଜପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ l କୋଭିଡ କଟକଣା ଭିତରେ 9ମାସ ପରେ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଶିକ୍ଷାନୁଷ୍ଠାନ ଆସିଛନ୍ତି l ଯାଜପୁରର ନରସିଂହ ଚୌଧୁରୀ (ସ୍ୱୟଂ ଶାସିତ) ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଛାତ୍ରଛାତ୍ରୀ ମାନଙ୍କୁ ସାନିଟାଇଜର ଏବଂ ମାସ୍କ ବଣ୍ଟନ କରି ସଚେତନ କରିଥିଲେ l ପାଠପଢା ସହ କରୋନା ସତର୍କ ରହିବା ନିହାତି ଆବଶ୍ୟକ ବୋଲି ଭଵ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l କଲେଜର ପୂର୍ବତନ ଛାତ୍ର ସଂସଦର ସଭାପତି ତଥା ଯୁବ ବିଜେଡି ନେତା ଭଵଙ୍କ ଏପରି ସଚେତନତା ବାର୍ତ୍ତାକୁ ଛାତ୍ରଛାତ୍ରୀମାନେ ପ୍ରଶଂସା କରିଥିଲେ l ସବୁବେଳେ ଯାଜପୁର ବାସୀଙ୍କ ସୁଖ ଦୁଃଖର ସାଥି ହୋଇ ଭଵ ଛିଡା ହୋଇଛନ୍ତି l

ଗାଁ ଛାଡିବୁ ନାହିଁ: ଦଶଟି ଜନ ଆନ୍ଦୋଳନର ଗାଥା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱ : ସ୍ୱାଧୀନତ୍ତୋର ଓଡ଼ିଶାର ଇତିହାସରେ ଏକ ସ୍ୱଳ୍ପ ଆଲୋଚିତ ଅଥଚ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା ବିକାଶ ନାମରେ ହେଉଥିବା ବିସ୍ଥାପନ, ପରିବେଶ ଜନିତ କ୍ଷୟକ୍ଷତି, ପ୍ରଦୂଷଣ ଓ ତା’ ବିରୋଧରେ ଜୀବନ ଜୀବିକା ଦାୟରେ କରି ଆସୁଥିବା ଜମି, ଜଙ୍ଗଲ, ଜଳ ଓ ସଂସ୍କୃତି ସୁରକ୍ଷାର ଜନ ଆନ୍ଦୋଳନ । ସେଇ ସ୍ୱଳ୍ପ ଆଲୋଚିତ ଦିଗ ଉପରେ ବିଚାର, ବିମର୍ଷ ଓ ବାର୍ତ୍ତାଳାପର ସମ୍ଭାବନାକୁ ପ୍ରସାରିତ କରିବାର ପ୍ରତିଶ୍ରୁତି ନେଇ ପ୍ରକାଶିତ ହୋଇଛି ନିଗମାନନ୍ଦ ଷଢ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କ ଦ୍ୱାରା ‘ଗାଁ ଛାଡିବୁ ନାହିଁ: ଦଶଟି ଜନ ଆନ୍ଦୋଳନର ଗାଥା’ ପୁସ୍ତକ। ହୀରାକୁଦ ଓ ରେଙ୍ଗାଲି ନଦୀବନ୍ଧ ବିରୋଧୀ ଜନ ଆନ୍ଦୋଳନରୁ ଆରମ୍ଭ କରି ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ବକ୍ସାଇଟ ଓ ଆଲୁମିନା କାରଖାନାକୁ ବିରୋଧ କରି ବାଲକୋ ବିରୋଧୀ ଗନ୍ଧମାର୍ଦ୍ଦନ, କାଶୀପୁର ଓ ନିୟମଗିରି ଜନ ଆନ୍ଦୋଳନ, ଟାଟା ବିରୋଧୀ ଚିଲିକା ମତ୍ସ୍ୟଜୀବୀ ଆନ୍ଦୋଳନ, ଟିସ୍କୋ ବିରୋଧୀ ଆନ୍ଦୋଳନରୁ ଆରମ୍ଭ କରି ଧାନ, ପାନ ଓ ମୀନର ପୋସ୍କୋ ବିରୋଧୀ ଆନ୍ଦୋଳନ ଯାଏଁ ଦଶଟି ଜନ ଆନ୍ଦୋଳନର ଅନେକ ଅନ୍ତରଙ୍ଗ କଥାକୁ ଗୋଟିଏ ମାଳାରେ ଗୁନ୍ଥିବାକୁ ଚେଷ୍ଟା କରିଛନ୍ତି ଲେଖକ ଓ ଲେଖିକା ଦ୍ୱୟ ।
ବହୁ ଅନାଲୋଚିତ ଓ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମୂଳକ ବିଷୟ ବସ୍ତୁ ତଥା ଜୀବନ୍ତ ଘଟଣାବଳୀକୁ ନେଇ ଏହି ପୁସ୍ତକଟି ଆଜି ଲୋହିଆ ଏକାଡେ଼ମୀ ପରିସରରେ ଉନ୍ମୋଚିତ ହୋଇଯାଇଛି । ‘ଅନ୍ୱେଷା’ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଅବସରରେ ଅନ୍ୱେଷା ର ସଂପାଦକ ସରୋଜ ମହାନ୍ତି ପ୍ରାରମ୍ଭିକ ସୂଚନା ତଥା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଲୋକାର୍ପଣ ସମାବେଶକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ତଥା ସାଂପ୍ରତିକ କୃଷକ ଆନ୍ଦୋଳନର ନେତା ଲିଙ୍ଗରାଜ ସଂଯୋଜନା କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ ବୀରେନ୍ଦ୍ର ନାୟକ, ଗାନ୍ଧୀବାଦୀ ଶୈଳଜ ରଵି, କବୟିତ୍ରୀ ତଥା ଗବେଷିକା ସୁଜାତା ସାହାଣୀ, ରାଜନୈତିକ ବିଶ୍ଳେଷକ ଶ୍ରୀମନ୍ତ ମହାନ୍ତି ପୁସ୍ତକର ବିଭିନ୍ନ ଦିଗକୁ ବିଶ୍ଳେଷଣ କରି ଅନେକ ମର୍ମସ୍ପର୍ଶୀ ଆଲୋଚନା କରିଥିଲେ ଓ ଉକ୍ତ ପୁସ୍ତକଟି ଆଗାମୀ ଦିଗରେ ଜନ ଆନ୍ଦୋଳନ ମାନଙ୍କୁ ନୂତନ ଦିଶା ଦେବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପୁସ୍ତକର ଲୋକାର୍ପଣ ସମାବେଶରେ ଯୋଗଦେଇ ଲେଖକ ଦ୍ୱୟଙ୍କ ବହୁ କଷ୍ଟସାଧ୍ୟ ତଥା ଗବେଷଣା ମୂଳକ ପୁସ୍ତକ ପ୍ରକାଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

କଥା ଦେଇ କଥା ରଖିଲେ : ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଦେଲେ ସମ୍ପତ୍ତି ତାଲିକା…

ଭୁବନେଶ୍ୱର :  କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକ ମଧ୍ୟରେ ୪୨ ଲକ୍ଷ ଟଙ୍କା ବଢ଼ିଛି । ତାଙ୍କର ମୋଟ ସମ୍ପତ୍ତି ୧୦ କୋଟି ୩୫ ଲକ୍ଷ । ସେହିପରି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି ଅଢ଼େଇ କୋଟି ଟଙ୍କା । ଏହାସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଜମିବାଡ଼ି ସହ ରହିଛି ୨ଟି ଗାଡ଼ି । ତାଙ୍କର ଗୋଟିଏ ବୁଲେଟ୍ ଓ ଗୋଟିଏ ଇଟିଅସ କାର୍ ଅଛି । ତାଙ୍କ ପାଖରେ ୨୩୦ ଗ୍ରାମର ସୁନା ରହିଛି । ସେହିପରି
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମୋଟ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ତାଙ୍କ ପାଖରେ 32ଲକ୍ଷ୍ୟରୁ ଅଧିକ ଟଙ୍କା ରହିଛି l ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ୨ଟି କାର୍ ଥିବା ବେଳେ, ଗୋଟିଏ ମୋଟର ସାଇକେଲ୍ ରହିଛି । ଏହାସହ ତାଙ୍କ ପାଖରେ ୧୦୦ ଗ୍ରାମର ସୁନା ଅଳଙ୍କାର ରହିଛି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ନିଜର ସମ୍ପତ୍ତି ତାଲିକା । ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ସହ ୧୪ ଲକ୍ଷ ଟଙ୍କାର ଗାଡ଼ି ଲୋନ୍ ଥିବା ସେ ଦର୍ଶାଇଛନ୍ତି । ସମ୍ପତ୍ତି ତାଲିକା ଦେଇ ସବୁଠାରୁ ଚର୍ଚ୍ଚାରେ ଆସିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସl ସେ ୮୦ଟି ଗାଡ଼ି କିଣିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପାଖରେ 2କୋଟିରୁ ଅଧିକ ଟଙ୍କାର ମାଲିକ l ସେହିପରି ଅଶୋକ ପଣ୍ଡାଙ୍କ ପାଖରେ 8କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି l
ଆଜି ଦିନ ତମାନ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣ ହେବା ପରେ ପୁରା ଓଡ଼ିଶାରେ ଏହା ଚର୍ଚ୍ଚାର ବିଷୟ l

ଯାଜପୁର ପ୍ରେସ କ୍ଲବର ବନ୍ଧୁ ମିଳନ……

ଯାଜପୁର : ଯାଜପୁର ପ୍ରେସ କ୍ଲବର ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଯାଜପୁର ବରାହ ମନ୍ଦିର ନିକଟସ୍ଥ ବୈତରଣୀ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁମିଳନରେ ମୁଖ୍ୟ ଅତିଥି ଭାବେ ଯାଜପୁର ପୌର ପରିଷଦର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସହ କିଛି ସମୟ କଟାଇଥିଲେ । ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ  ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୂଆ ଯାଜପୁର ଗଠନ ପାଇଁ ଯେଉଁ ସଂଜଳ୍ପ ନେଇଛନ୍ତି , ସେଥିରେ ସାମ୍ବାଦିକ ମାନଙ୍କର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭବ ପ୍ରସାଦ କହିଥିଲେ । ଏହାସହ ପ୍ରେସକ୍ଲବ ପାଇଁ ଏକ  ଗୃହ ଯୋଗାଇ ଦେବାକୁ ମଧ୍ୟ ଭବ ପ୍ରସାଦ ଗୁରୁତ୍ୱ ଦେଇଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଯାଜପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ମାନସ  ରଞ୍ଜନ ଚକ୍ର , ଅଧ୍ୟାପକ ବଟକୃଷ୍ଣ ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ଆନନ୍ଦ ସାହୁ , ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତି ,କାର୍ୟ୍ଯକାରୀ ସଭାପତି ଆଦିତ୍ୟ ମେକାପ ,  ସାଧାରଣ ସମ୍ପାଦକ ଅରୁଣ ରାଉତରାୟ , ଉପସଭାପତି ବିରଜା ପାଣି ଓ ଦିଲ୍ଲୀପ ଦାସ , କୋଷାଦକ୍ଷ ନିରଞ୍ଜନ ପଣ୍ଡା , ସଂଗଠନ ସମ୍ପାଦକ ତପନ ମହାନ୍ତି, ଯୁବ ସାମ୍ବାଦିକ ଚିନ୍ମୟ ମହାପାତ୍ର ପ୍ରମୁଖ  ଯୋଗଦେଇଥିଲେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news