ଭୁବନେଶ୍ୱର : ରାଜ୍ୟରେ ମୋଟ ୧୬୧ଟି ଟୀକାଦାନ କେନ୍ଦ୍ରରେ ୧୨୯୪୧ ଜଣଙ୍କୁ ଟୀକାଦାନ କରାଯାଇଛି। 84ପ୍ରତିଶତ ଟୀକାକରଣ ହୋଇଛି ରାଜ୍ୟରେ l ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୀକାକରଣର ଶୁଭାରମ୍ଭ କରିଥିଲେ l ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ କ୍ୟାପିଟାଲ୍ ହସ୍ପିଟାଲର ପ୍ରଥମ ଟୀକା ନେଇଥିବା ସଫେଇ କର୍ମଚାରୀ, ସୁନ୍ଦରଗଡ଼ର ଜଣେ ଷ୍ଟାଫ୍ ନର୍ସ ଓ ଗଞ୍ଜାମର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ। ଟୀକା ନେବା ପରେ ସମସ୍ତେ ଆନନ୍ଦ ପ୍ରକାଶ କରିବା ସହ ଏହା ସମ୍ପୂର୍ଣ୍ଣ ଯନ୍ତ୍ରଣା ବିହୀନ ଓ ନିରାପଦ ବୋଲି ମତବ୍ଯକ୍ତ କରିଛନ୍ତି।
ପ୍ରତୀକ୍ଷାର ଅନ୍ତ – ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ-୧୯ ଟିକାକରଣ
ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ଦେଶର ଅନ୍ୟତମ ବଡ ଅଭିଯାନ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ସାମିଲ ହୋଇଛି । ଏହି ମହାମାରୀକୁ ପ୍ରତିହିତ କରିବା ପାଇଁ ଆରମ୍ଭ ହୋଇଥିବା ସବୁଠାରୁ ବଡ ଟିକାକରଣ ଅଭିଯାନ ଏକ ଆନନ୍ଦ ଏବଂ ଆଶ୍ୱସ୍ଥିକର ବାତାବରଣ ସୃଷ୍ଟି କରିଥିବା ବେଳେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ।
ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ଦିନ ପାଇଁ ଆମେ ଦୀର୍ଘ ୬ ମାସରୁ ଅଧିକ ସମୟ ଅପେକ୍ଷା କରିଥିଲୁ । ଟିକା ଗ୍ରହଣ କରିଥିବାରୁ ମୁଁ ଖୁବ୍ ଖୁସୀ । ପୂର୍ବରୁ ଆମ ହସ୍ପିଟାଲ୍ କୋଭାକ୍ସିନ୍ ଟିକାର ପରୀକ୍ଷଣ ନିମନ୍ତେ ମନୋନୀତ ହୋଇଥିବାରୁ ଏହା ମଧ୍ୟ ଖୁବ୍ ଗର୍ବର ବିଷୟ । ଟିକା ଗ୍ରହଣ କରିବା ପରେ ପ୍ରଫେସର ମହାପାତ୍ରଙ୍କୁ ୩୦ ମିନିଟ୍ ନୀରିକ୍ଷଣ ନିମନ୍ତେ ରଖାଯାଇଥିଲା । ଏହା ପରେ ସେ ଗଣମାଧ୍ୟମକୁ ଭେଟି ତାଙ୍କ ମତ ରଖିଥିଲେ ।
ଟିକା ର ପ୍ରଥମ ଡୋଜ୍ ଗ୍ରହଣ କରିବା ପରେ ସେ କିପରି ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତର ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଏହି ଟିକା ମୃତ ଭାଇରସ୍କୁ ନେଇ ତିଆରି ହୋଇଛି ଏବଂ ଖୁବ୍ ପ୍ରଭାବଶାଳୀ । ଏହି କରୋନା ମହାମାରୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଥିବା ପ୍ରଚ୍ଛଦପଟ୍ଟରେ କୌଣସି ଭୟ ନ କରି ଟିକା ଗ୍ରହଣ କରି କରୋନା ସହ ଯୁଦ୍ଧ କରିବା ଆବଶ୍ୟକ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।
ଆମେ ଯେତେବେଳେ ମୋଟର ସାଇକେଲ୍ ଚଲାଉଛୁ କିମ୍ବା ଉଡାଜାହାଜରେ ବସୁଛୁ ସେତେବେଳେ ଦୁର୍ଘଟଣା ହେବାର ଅନେକ ସମ୍ଭାବନା ଥିବା ବେଳେ ମଧ୍ୟ ଆମେ ଭୟ କରୁନୁ । ତେବେ ଟିକା ନେବାରେ କାହିଁକି ଭୟ କରିବା ବୋଲି ପ୍ରଶ୍ନ କରିଥିଲେ ପ୍ରଫେସର ମହାପାତ୍ର । ୨୮ ଦିନ ପରେ ସେ ଟିକାର ଦ୍ୱିତୀୟ ଡୋଜ ନେବେ ବୋଲି ସୂଚନା ଦେଇଥିଲେ ।
ପ୍ରଥମ ଦିନ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ସଫେଇ କର୍ମଚାରୀଙ୍କ ଭଳି ସ୍ୱାସ୍ଥ୍ୟ ସେବାକର୍ମୀଙ୍କୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଟିକା ପ୍ରଦାନ କରାଯାଇଛି । ରାଜଧାନୀରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସହ ୬ଟି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଟିକାକରଣ ନିମନ୍ତେ ସାମିଲ କରାଯାଇଛି । ଓଡ଼ିଶାରେ ୨ଟି ଭାକ୍ସିନ୍, କୋଭାକ୍ସିନ୍ ଓ କୋଭିସିଲ୍ଡ ବ୍ୟବହାର କରାଯାଉଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସମେତ ବିଏମ୍ସି ଅଧିନରେ ଥିବା ଅଂଚଳଗୁଡ଼ିକରେ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଉଛି ।
ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ରଙ୍କ ସମେତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଅନେକ ଡାକ୍ତର ସାମିଲ୍ ଥିଲେ । ଏହି ଡାକ୍ତରମାନେ ହେଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡଃ ବାନାମ୍ବର ରାୟ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍ଟ ଡଃ ରାଜେଶ ଲେଙ୍କା, କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ସମ୍ ହସ୍ପିଟାଲ୍ରେ କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ ଏବଂ ଇମ୍ୟୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗର ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର ।
ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲ୍କୁ ରେଜିଷ୍ଟ୍ରେସନ୍, ୨ଟିକୁ ଟିକାକରଣ ଏବଂ ୨ଟି ହଲ୍କୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ୍ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ଯଦିଓ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ତେବେ ବି ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଓଡ଼ିଶାରେ କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା ଯୁଦ୍ଧରେ ସୋଆ ସାମିଲ୍ ହୋଇଥିବା ବେଳେ ସରକାରଙ୍କ ସହଭାଗିତାରେ ୨୨୦୦ ରୁ ଊର୍ଦ୍ଧ୍ୱ ଶଯ୍ୟାବିଶିଷ୍ଟ ୪ଟି କୋଭିଡ ହସ୍ପିଟାଲ୍ ଏବଂ ୨ଟି କୋଭିଡ କେୟାର ସେଂଟର୍ ଆରମ୍ଭ କରାଯାଇ ସଂକ୍ରମିତମାନଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର ଏବଂ ଚାନ୍ଦପୁରରେ ୪ଟି କୋଭିଡ ହସ୍ପିଟାଲ୍ ଓ ଜଟଣୀ ଓ ଜାମୁଝରୀରେ ୨ଟି କୋଭିଡ କେୟାର ସେଂଟରରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଥିଲା ।
ପୁଣି ଚମକିଲେ ନବୀନ : ପୁଣି ଦେଶର no-1 ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଲୋକଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯେଉଁଥିପାଇଁ ଓଡିଶାବାସୀ ୫ମ ଥର ମୁଖ୍ୟମନ୍ତ୍ରୀ ଆସନରେ ତାଙ୍କୁ ବସିଛନ୍ତି l ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ସେ ଛିଡା ହୁଅନ୍ତି, ଲୋକଙ୍କ ସହ ରହନ୍ତି l ପୁଣି ଥରେ ସାରା ଦେଶରେ ନମ୍ବର no -1 ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ l ଦେଶରେ no-1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l ବର୍ଷ ଆରମ୍ଭରୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ 1ନମ୍ବର ହୋଇଛନ୍ତି l ତାଙ୍କ କାମ ହିଁ ତାଙ୍କୁ ବାରମ୍ବାର ସଫଳତା ଦେଉଛି l ନବୀନ ଲୋକଙ୍କ ନେତା ତାହା ପୁଣି ଥରେ ପ୍ରମାଣିତ ହୋଇଛି l କଥା ନୁହେଁ କାମରେ ବିଶ୍ୱାସ ରଖୁଥିବା ନବୀନ ସବୁବେଳେ 4କୋଟି ଓଡ଼ିଆଙ୍କୁ ନିଜର ପରିବାର କହି ସେମାନଙ୍କ ସୁଖ ଦୁଃଖର ସାଥି ହୋଇ ରହିଥାନ୍ତି l ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ମହାମାରୀ ସବୁବେଳେ ନବୀନ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ୱ ଦିଅନ୍ତି l ଯାହା କରୋନା ମହାମାରୀ ସମୟରେ ସାରା ଦେଶ ଦେଖିଲା l ବିଶ୍ୱ ଓ ଦେଶ ଯେତେବେଳେ କରୋନା ନିୟନ୍ତ୍ରଣକୁ ନେଇ ଚିନ୍ତାରେ ପଡ଼ିଥିଲେ ସେତେବେଳେ ନବୀନ ନୂଆ ବାଟ ଦେଖାଇଥିଲେ ସଭିଙ୍କୁ l ସବୁ କାମକୁ ପଛରେ ପକାଇ କିପରି ଲୋକଙ୍କ ଜୀବନ ବଞ୍ଚାଇହେବ ସେ ନେଇ ନବୀନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ l ଦେଶ ଲକ ଡାଉନ ହେବା ପୂର୍ବରୁ ରାଜ୍ୟକୁ ଲକ ଡାଉନ କରିଥିଲେ l କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କ ଭିତରେ ବ୍ୟାପକ ସଚେତନତା କରିଥିଲେ l ଯେଉଁଥି ପାଇଁ ତାଙ୍କୁ ଆଜି ବିଶ୍ୱ ପ୍ରସଂଶା କରୁଛି l ତେଣୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏଥର ବି ନମ୍ବର 1 ମୁଖ୍ୟମନ୍ତ୍ରୀ ହୋଇ ଚମକଇଛନ୍ତି l
ଏଥର ବି ନବୀନ ନମ୍ବର ୱାନ : ପ୍ରଣବ ଜଣାଇଲେ ଶୁଭେଚ୍ଛା…
ଭୁବନେଶ୍ୱର : ଲୋକଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯେଉଁଥିପାଇଁ ଓଡିଶାବାସୀ ୫ମ ଥର ମୁଖ୍ୟମନ୍ତ୍ରୀ ଆସନରେ ତାଙ୍କୁ ବସିଛନ୍ତି l ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ସେ ଛିଡା ହୁଅନ୍ତି, ଲୋକଙ୍କ ସହ ରହନ୍ତି l ପୁଣି ଥରେ ସାରା ଦେଶରେ ନମ୍ବର no -1 ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ l ଦେଶରେ no-1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l ବର୍ଷ ଆରମ୍ଭରୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ 1ନମ୍ବର ହୋଇଛନ୍ତି l ତାଙ୍କ କାମ ହିଁ ତାଙ୍କୁ ବାରମ୍ବାର ସଫଳତା ଦେଉଛି l ନବୀନ ଲୋକଙ୍କ ନେତା ତାହା ପୁଣି ଥରେ ପ୍ରମାଣିତ ହୋଇଛି l କଥା ନୁହେଁ କାମରେ ବିଶ୍ୱାସ ରଖୁଥିବା ନବୀନ ସବୁବେଳେ 4କୋଟି ଓଡ଼ିଆଙ୍କୁ ନିଜର ପରିବାର କହି ସେମାନଙ୍କ ସୁଖ ଦୁଃଖର ସାଥି ହୋଇ ରହିଥାନ୍ତି l ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ମହାମାରୀ ସବୁବେଳେ ନବୀନ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ୱ ଦିଅନ୍ତି l ଯାହା କରୋନା ମହାମାରୀ ସମୟରେ ସାରା ଦେଶ ଦେଖିଲା l ବିଶ୍ୱ ଓ ଦେଶ ଯେତେବେଳେ କରୋନା ନିୟନ୍ତ୍ରଣକୁ ନେଇ ଚିନ୍ତାରେ ପଡ଼ିଥିଲେ ସେତେବେଳେ ନବୀନ ନୂଆ ବାଟ ଦେଖାଇଥିଲେ ସଭିଙ୍କୁ l ସବୁ କାମକୁ ପଛରେ ପକାଇ କିପରି ଲୋକଙ୍କ ଜୀବନ ବଞ୍ଚାଇହେବ ସେ ନେଇ ନବୀନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ l ଦେଶ ଲକ ଡାଉନ ହେବା ପୂର୍ବରୁ ରାଜ୍ୟକୁ ଲକ ଡାଉନ କରିଥିଲେ l କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କ ଭିତରେ ବ୍ୟାପକ ସଚେତନତା କରିଥିଲେ l ଯେଉଁଥି ପାଇଁ ତାଙ୍କୁ ଆଜି ବିଶ୍ୱ ପ୍ରସଂଶା କରୁଛି l ତେଣୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏଥର ବି ନମ୍ବର 1 ମୁଖ୍ୟମନ୍ତ୍ରୀ ହୋଇ ଚମକଇଛନ୍ତି l
ଟିକାକରଣର ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ
ଭୁବନେଶ୍ୱର : ପ୍ରତିକ୍ଷିତ କୋଭିଡ୍-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ।
ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚୟନ କରାଯାଇଥିବା ବେଳେ ଏହା ମଧ୍ୟରେ ରହିଛି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ । ପୂର୍ବରୁ କୋଭିଡ୍-୧୯ ଭାକ୍ସିନ୍ ‘କୋଭାକ୍ସିନ୍’ ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ମନୋନୀତ କରାଯାଇଥିଲା ।
ଶନିବାର ସକାଳେ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲୀ ଉଦ୍ଘାଟନ କରିବା ପରେ ସମ୍ ହସ୍ପିଟାଲ୍ରେ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ୍ ଟୀକା ପ୍ରଦାନ କରାଯିବ ।
ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ପ୍ରଥମ ଟିକା ପ୍ରଦାନ କରାଯିବ ଏବଂ ତା’ ପରେ ଦିନସାରା ଟିକାକରଣ ଜାରୀ ରହିବ ।
‘ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ନିମନ୍ତେ ଆମର ପ୍ରସ୍ତୁତି ଶେଷ ହୋଇଛି ଏବଂ ପ୍ରଥମ ଦିନ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ୍ ଟିକା ପ୍ରଦାନ କରାଯିବ’ ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ପ୍ରଫେସର ମହାପାତ୍ରଙ୍କ ବ୍ୟତିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ୫ ଜଣ ଡାକ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ଭର୍ଚୁଆଲ୍ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି । ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡଃ ବାନାମ୍ବର ରାୟ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍ଟ ଡଃ ରାଜେଶ ଲେଙ୍କା, ନ୍ୟୁରୋ ଆଇସିୟୁ ବିଭାଗର ଇନ୍ଚାର୍ଜ ଡଃ ଈଶ୍ୱର ବେହେରା, ଇମ୍ୟୁନୋଲୋଜି ଓ ର୍ୟୁମାଟୋଲୋଜି ବିଭାଗର ପ୍ରଫେସର ଡଃ ପ୍ରଦୀପ୍ତ ପାତ୍ର ଏବଂ ସେ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।
ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଥିବା ବେଳେ ୨ଟି ହଲ୍କୁ ରେଜିଷ୍ଟ୍ରେସନ୍, ୨ଟିକୁ ଟିକାକରଣ ଏବଂ ୨ଟି ହଲ୍କୁ ଟିକା ଗ୍ରହଣ କରିବା ବ୍ୟକ୍ତି ୩୦ ମିନିଟ୍ ବିଶ୍ରାମ ନେବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ଯଦିଓ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ତେବେ ବି ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।
କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ – ମୁଖ୍ୟମନ୍ତ୍ରୀ
୨୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାୱରମ୍ଭ
କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ – ମୁଖ୍ୟମନ୍ତ୍ରୀ
କଳାହାଣ୍ଡିର ରୂପାନ୍ତର ର ସବୁ ଶ୍ରେୟ Indrabati ନଦୀ କୁ ଦେଲେ ମୁଖ୍ୟମନ୍ତ୍ରୀ ।
କଳାହାଣ୍ଡିରେ ହେବ ଇନ୍ଦ୍ରାବତୀ ମ୍ୟୁଜିଅମ, ପାର୍କ ଓ ମନ୍ଦିର
ଇନ୍ଦ୍ରାବତୀ ମ୍ୟୁଜିଅମ କହିବ କଳାହାଣ୍ଡି ବିକାଶର କାହାଣୀ
ଭୁବନେଶ୍ବର : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ।ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଏହି ଅବସରରେ ଜୟପାଟଣା ବ୍ଲକ୍ର Mangalpur ଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ , ବିଜୁ ବାବୁଙ୍କର କଳାହାଣ୍ଡି ସହିତ ସଂପର୍କର ସ୍ମୃତିଚାରଣ କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ।ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ।ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରିଥିଲି, ବିଜୁ ବାବୁ କହିଥିଲେ ‘ Nothing to be worried.କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ ।କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା। ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି ।
ନୂଆ ଓଡିଶା ପାଇଁ ବାଟ ଦେଖାଇଛି…
କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି। ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏ ସବୁ ସମ୍ଭବ ହୋଇପାରିଛି କଳାହାଣ୍ଡି ର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ ଦୃଢ ଇଚ୍ଛା ଶକ୍ତି ଗଭୀର ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଜଳସେଚନ ସୁବିଧା ୩ ଗୁଣ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ Best Performing District ହୋଇପାରିଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୭୬ ଥିବାବେଳେ, ମାତୃ ମୃତ୍ୟୁ ହାର ୪୩୨ଥିଲା।ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ଆଜି ଏହି ହାର କମିଛି ଏବଂ ଆମେ ବହୁ ସଂଖ୍ୟାରେ ଶିଶୁ ଓ ମା ମାନଙ୍କର ଜୀବନ ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଇନ୍ଦ୍ରବାତୀ ଆମର ମା ଏବଂ କଳାହାଣ୍ଡିର ଜୀବନରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି। କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ଏହି Museum ସାରା ବିଶ୍ବକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ। ଏହି ଉଦ୍ୟାନ ଭିତରେ ମା ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୁରା ବିନିଯୋଗ କରିବା ସହିତ ଭବିଷ୍ୟତ ପୀଢି ପାଇଁ ଇନ୍ଦ୍ରବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ବାନ ଜଣାଇଥିଲେ।ଆଜି ଉଦ୍ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସ୍ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି।ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ମନ୍ତ୍ରୀ ଶ୍ରୀ ରଘୁନଦନ ଦାଶ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଉଦ୍ ବୋଧନ ଦେଇ ଥିଲେ ।Prince Dance group ଆକର୍ଷଣୀୟ ନୃତ୍ୟ ଜରିଆରେ କଳାହାଣ୍ଡି ର ବିକାଶ ର ଧାରା ଉପସ୍ଥାପନା କରିଥିଲେ
ପ୍ରଣବଙ୍କ ମକର ଅଭିନନ୍ଦନ…….
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ଗଣ ପର୍ବ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ମୟୁରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ।କୋଭିଡ ନିୟମ ମାନି ଆନନ୍ଦରେ ମକର ଉତ୍ସବ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି l ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମକର ସମସ୍ତଙ୍କ ମନରେ ସୁଖ ଓ ସମୃଦ୍ଧି ଭରି ଦେଉ l ମୟୁରଭଞ୍ଜ ଏବେ ବିକାଶ ପଥରେ ଆଗେଇ ଚାଲିଛି l ରାଜ୍ୟ ସରକାର ବି ଫୋକସ କରିଛନ୍ତି ମୟୁରଭଞ୍ଜକୁ l ଆଗକୁ ଜିଲ୍ଲା ପାଇଁ ବହୁତ କିଛି କରିବାର ଅଛି l ଏଥିପାଇଁ ସମସ୍ତେ ଏକ ହୋଇ ଜିଲ୍ଲା ପାଇଁ କାମ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ପ୍ରଣବ ମକରରେ ଆହ୍ୱାନ କରିଛନ୍ତି l ରାଜ୍ୟବାସୀର ପ୍ରତ୍ୟେକ ଜିଲ୍ଲାରେ ଆନନ୍ଦରେ ମକର ସଂକ୍ରାନ୍ତି ପାଳନ ହେଉ ଓ ସଭିଙ୍କୁ ମକରର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l
ନବୀନଙ୍କ ନୀଳ ନକ୍ସାକୁ ଯିଏ ଦିଅନ୍ତି ବାସ୍ତବ ରୂପ…..
ନବୀନଙ୍କ ନୀଳ ନକ୍ସାକୁ ଯିଏ ଦିଅନ୍ତି ବାସ୍ତବ ରୂପ
* ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସବୁକିଛିର ଟିକନିକ୍ ଧ୍ୟାନ ରଖନ୍ତି
* କେବଳ ନିର୍ବାଚନ ନୁହେଁ ସବୁ ସମୟରେ ଥାନ୍ତି ଲୋକଙ୍କ ସହ ଓ ଲୋକଙ୍କ ପାଖରେ
* ଦାୟିତ୍ୱକୁ କର୍ତ୍ତବ୍ୟ ଭାବି ଅନୁପାଳନ କରନ୍ତି, ନିଜ ନେତାଙ୍କ ମନକଥା ବୁଝନ୍ତି
() ରାତି ପାହିଲେ କଳାହାଣ୍ଡି ଇତିହାସରେ ଯୋଡ଼ିହୋଇ ଯିବ ନୂଆ ଏକ ଫର୍ଦ୍ଦ । ପବିତ୍ର ମକର ସଂକ୍ରାନ୍ତିରେ କଳାହାଣ୍ଡି ବିକାଶର ନକ୍ସାକୁ ରୂପରେଖ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିବ ଏବଂ ଉଦଘାଟିତ ହେବ ଅପର ଇନ୍ଦ୍ରାବତୀ ପ୍ରକଳ୍ପ । ଜଳସେଚନ ଏବଂ ବିକାଶର ନୂଆ ଅଧ୍ୟାୟ ଯୋଡ଼ି ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଏବଂ ତାଙ୍କ ସ୍ୱପ୍ନକୁ ଯେଉଁମାନେ ବାସ୍ତବ ରୂପ ଦେଉଛନ୍ତି ସେ ମଧ୍ୟରୁ ଜଣେ ପ୍ରମୁଖ ବିନ୍ଧାଣୀ ହେଲେ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସେ ରାତି ଦିନ ଏକ କରି ସେଠାରେ ସ୍ଥାନୀୟ ନେତାଙ୍କ ସହ ସବୁକିଛିର ଟିକନିକ୍ ତଦାରଖ କରିଛନ୍ତି । ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ସଭାସ୍ଥଳ ଏବଂ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି ।
ନିଜ ନେତାଙ୍କର ସବୁ ଦିଗ ଉପରେ ନଜର ରଖିଛନ୍ତି ପ୍ରଣବ । ସେ ଲୋକଙ୍କର ବସିବାଠାରୁ ଆରମ୍ଭ କରି, ନେତାଙ୍କ ବସିବା ଯାଏଁ । ଟ୍ରାଫିକରୁ ଆରମ୍ଭ କରି ସବୁ କିଛି କିଭଳି ବ୍ୟବସ୍ଥିତ ହେବ ସେ ସବୁର ବନ୍ଦୋବସ୍ଥର ତର୍ଜମା କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ଯାଉଛନ୍ତି କଳାହାଣ୍ଡି । ଯେଉଁ ପ୍ରତିଶୃତି ୨୦୦୪ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ ଦେଇଥିଲେ ତାହା ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି । ୨୦୧୩ରେ କେନ୍ଦ୍ର ଅନୁମତି ଦେବା ପରେ ସେହି ବର୍ଷ ହିଁ ପକାଇଥିଲେ ଭିତ୍ତିପ୍ରସ୍ତର ଅପର ଇନ୍ଦ୍ରାବତୀ ପ୍ରକଳ୍ପର । ୨୦୧୫ରୁ କାମ ଆରମ୍ଭ ହେଲା ଏବଂ ୨୦୨୦ ସେପ୍ଟେମ୍ବରରେ ଶେଷ ହେଲା । ପାଖାପାଖି ୯୮୦ କୋଟି ଟଙ୍କା ବ୍ୟୟରେ ଏ ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ୬୫ ହଜାର ଏକର ଜମି ଜଳସେଚିତ ହୋଇପାରିବ । ତେଣୁ ସବୁ କିଛି ଯେମିତି ଠିକ୍ ଠାକ୍ ହେବ ତା ଉପରେ ପୁରା ଫୋକସ୍ ଦେଇଛନ୍ତି ବବି । 
ଏବେ ନିର୍ବାଚନ ନାହିଁ କିମ୍ବା କୌଣସି ବଡ଼ କାର୍ଯ୍ୟକ୍ରମ । ତଥାପି ଶତାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । କାରଣ ବିଜୁ ଜନତା ଦଳ କେବେ ବି ନିର୍ବାଚନକୁ ଆଖି ଆଗରେ ରଖି କାମ କରେ ନାହିଁ ।
କାରଣ ବିକାଶ ହେଉଛି ନବୀନଙ୍କ ସ୍ବପ୍ନ ଏବଂ ଏ ସ୍ବପ୍ନକୁ ସାକାର କରୁଥିବା ଲୋକଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ପ୍ରଣବ । ସେ ଭଲ ଭାବରେ ଜାଣିଛନ୍ତି ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଲୋକଙ୍କ ସହିତ ବର୍ଷ ତମାମ ଏବଂ ସେମାନଙ୍କ ସହଭାଗିତାରେ ଯିଏ ରହିଛି ଲୋକେ ତାଙ୍କୁ ଏବଂ ତାଙ୍କ ଦଳକୁ ବିଶ୍ୱାସ କରୁଛନ୍ତି । ଆଉ ଖାସ୍ ସେଇଥି ପାଇଁ ତ ପ୍ରତି ଥର ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କର ଭରଷା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି ।
ତେବେ ପ୍ରଣବ ସବୁବେଳେ ନିଜର ଦାୟିତ୍ୱକୁ କର୍ତ୍ତବ୍ୟ ଭାବି ଅନୁପାଳନ କରନ୍ତି । ନିଜ ନେତାଙ୍କ ମନକଥା ବୁଝନ୍ତି ଏବଂ ଦଳୀୟ ଶୃଙ୍ଖଳା ରକ୍ଷା କରି କେମିତି କାମ ସବୁ କରାଯିବ ତା ଉପରେ ଜୋର ଦିଅନ୍ତି । ସେଇଥି ପାଇଁ ତ ସବୁଠି ତାଙ୍କୁ ଆଗେ ଖୋଜାପଡ଼େ ।
କଟକରେ ନେତାଜୀଙ୍କ ନାମରେଅତ୍ୟାଧୁନିକ ବସ୍ ଟର୍ମିନାଲ
କଟକ ଖାନନଗରରେ ୧୨ ଏକର ଜମିରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ।
ନେତାଜୀଙ୍କ ନାମରେ ନାମିତ ହେବ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ, ବ୍ୟୟ ହେବ ୬୫ କୋଟି
ଭୁବନେଶ୍ବର : କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ।
ସୂଚନାଯୋଗ୍ୟ ଯେ ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ ଏବଂ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ଆମ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ।
ବାଦାମବାଡି ବସ୍ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର Kiosk କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସଂପର୍କରେ ପ୍ରଚାର ପ୍ରସାର ପାଇଁ ବିଭିନ୍ନ Motif ଓ painting ରଖାଯିବ।
ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ (Regular Bus Bay), ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, Cloak Room, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ Integrated Information Management system ମଧ୍ୟ ରହିବ।
ଏହି ନିର୍ମାଣ ପାଇଁ କଟରର ରିଂଗ୍ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଚାଳନା କରିଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ଏହି ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ।
କଳାହାଣ୍ଡିରୁ ନୂଆ ଓଡିଶାର ଭିତ୍ତିଭୂମୀ : ନବୀନଙ୍କ ସଭା ସଫଳ ପାଇଁ ଗ୍ରାଉଣ୍ଡରେ ପ୍ରଣବ….
କଳାହାଣ୍ଡି : ମକର ସଂକ୍ରାନ୍ତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିକାଶର ନୂଆ ଯୁଗ ଆରମ୍ଭ କରିବେ । ଏହାପରେ କଳାହାଣ୍ଡିର ପରିଚୟ ଆଉ ଭୋକର ଭୁଗୋଳନୁହେଁ ବରଂ ବିକାଶର ବଡ଼ ନକ୍ସା ଭାବରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଆଣିବ । ୨୦୨୧ର ପ୍ରଥମ ଗସ୍ତ ମୂଖ୍ୟମନ୍ତ୍ରୀଙ୍କର କଳାହାଣ୍ଡିରୁ ଆରମ୍ଭ କରି ନୂଆ ଓଡିଶା ଗଢିବାର ବ୍ଲୁ ସ୍ବପ୍ନଙ୍କୁ ଆହୁରି ଆଗେଇ ନେବେ l ଏଥିଲାଗି ଆସନ୍ତା ୧୪ ତାରିଖରେ ମୁଖ୍ଯମନ୍ତ୍ରୀ କଳାହାଣ୍ଡି ଗସ୍ତ କରି, ୭୫୬ କୋଟି ଟଙ୍କାର ମେଗାଲିଫ୍ଟ ପ୍ରକଳ୍ପର ଉଦଘାଟନ କରିବେ। ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ କଳାହାଣ୍ଡିରେ ଡେରା ପକାଇଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ପ୍ରଦୀପ ଦିଶାରୀ, ବିଧାୟକ ମୌଷଧି ବାଗ, ପୂର୍ବ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପଷ୍ପେନ୍ଦୁ ସିଂଦେଓଙ୍କ ସହ ବିଜେଡି ନେତା ଓ କର୍ମୀଙ୍କୁ ଏକଜୁଟ କରି ପ୍ରଣବ ସଭା ସଫଳ ପାଇଁ ଅଣ୍ଟା ଭିଡିଛନ୍ତି l କାରଣ ମୂଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ମନ୍ତ୍ରୀ, ୬୦ ଜଣ ବିଧାୟକଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ l ସେଥିପାଇଁ ଏହି ସଭାକୁ ସୁରୁଖୁରୁରେ ସଫଳ କରିବାର ଗୁରୁ ଦାୟିତ୍ୱ ମୁଣ୍ଡକୁ ନେଇଛନ୍ତି ବିଜେଡିର ସାନ ମହାରାଜ l
ଇନ୍ଦ୍ରାବତୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବାପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ଅଧିକାଂଶ ଅଂଚଳ ଜଳସେଚିତ ହୋଇ ଶସ୍ୟ ଶ୍ୟାମଳା ହୋଇଯାଇଥିଲl l ଆଉ ଏବେ ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ଦାବୀ ହେବା ପରେ ଇନ୍ଦ୍ରାବତୀ ମେଗା ଲିପ୍ଟ ପ୍ରୋଜେକ୍ଟ କରି ଉଠାଜଳସେଚନ ବ୍ୟବସ୍ଥା ମାଧ୍ୟମରେ ବଳକା ଥିବା ଏହି ସବୁ ଅଂଚଲକୁ ଜଳସେଚିତ କରିବାକୁ ମୂଖ୍ୟମନ୍ତ୍ରୀ ଗତ ୨୦୧୩ ମସିହାରେ କୋକସରା ଠାରେ ଘୋଷଣା କରି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ମେଗା ଉଟାଜଳସେଚନ ପ୍ରକଳ୍ପ ୭୫୬ କୋଟୀ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ବେଳେ ସମଗ୍ର ଅଂଚଲର ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚିତ ହେବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ସବୁ କାମର ରଦାରଖ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି ବୁଲି ଦେଖିଛନ୍ତି ପ୍ରଣବ।
2021ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସଭା କିପରି ସଫଳତାର ସହ ସରିବ ସେଥିପାଇଁ ପୁରା କଳାହାଣ୍ଡିବାସୀଙ୍କ ସହଯୋଗ ନେଇଛନ୍ତି ପ୍ରଣବ l ଗ୍ରାଉଣ୍ଡକୁ ଯାଇ ସବୁ ପ୍ରସ୍ତୁତିର ତଦାରଖ କରୁଛନ୍ତି l














