୨୦୨୨ରେ ସଂପୁର୍ଣ୍ଣ ହେବ ରାଉରକେଲା ହକି ଷ୍ଟାଡିୟମ

ଭୁବନେଶ୍ୱର : ଆଜି  ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା ରାଉରକେଲା ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଛନ୍ତି। ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ନୂଆ ଷ୍ଟାଡିୟମ ଜାନୁଆରୀ ଓଡିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା  ଦେଶର ସର୍ବବୃହତ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକାସଙ୍ଗେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରେବେ।

ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେପରି ବିଶ୍ୱସ୍ତରୀୟ ଅନୁଭୁତି ପ୍ରଦାନ କରିପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି। ବିଶ୍ବର ଅତ୍ୟାଧୁନିକ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିରେ ମୁଖ୍ୟ ପିଚ୍ ସହ ଫୁଡ ଲାଇଟ, ଅଭ୍ୟାସ ପିଚ୍, ଜିମ୍ ହାଇଡ୍ରୋ ଥେରୋପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିବ।

କଳାହାଣ୍ଡି ପରେ ସୁନ୍ଦରଗଡ଼ : ସ୍ଥିତି ପରଖିଲେ ପ୍ରଣବ…

ସୁନ୍ଦରଗଡ଼ : ଆସନ୍ତା ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତ କରିବେ। ଏହି ଗସ୍ତ ସମୟରେ ନବୀନ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ସୁନ୍ଦରଗଡ଼ ଓ ରାଉଲକେଲାର ବିଜେଡି ଅନେକ ନେତା କର୍ମୀଙ୍କ ଓ  ଦଳୀୟ ପର୍ଯ୍ୟବେକ୍ଷକ,  ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ । ଏ ନେଇ ଆଜି ସୁନ୍ଦରଗଡ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଷୟରେ ସେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ସଭାସ୍ଥଳୀ , ଶିଳାନ୍ୟାସ, ଲୋକାର୍ପଣ ଆଦିର ବନ୍ଦୋବସ୍ତର ଆଗୁଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ଏହି  ବୈଠକରେ । ସବୁ କାର୍ଯ୍ୟକ୍ରମ ଯେମିତି ଠିକ୍ ଠାକ୍ ହେବ ସେ ଦିଗରେ ପ୍ରଣବ ଫୋକସ  କରି ନେତା ଓ କର୍ମୀଙ୍କ ପ୍ରଣବ ଗୁରୁମନ୍ତ୍ର ଦେଇଥିଲେ । କାରଣ ମୁଖ୍ୟମନ୍ତ୍ରୀ ଯେହେତୁ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ତେଣୁ ସବୁ କିଛି ଯେମିତି ସଫଳତା ସହ ହେବ ତା ଉପରେ ସେ ଗୁରୁତ୍ୱ ଦେଇଥିଲେ ବୈଠକରେ । ଏହି ବୈଠକରେ ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନ, ବିଜେଡି ବିଧାୟକ ସାରଦା ନାୟକ , ବିଜେଡି ନେତା ଯୋଗେଶ ସିଂ , ସୁନିତା ବିଶ୍ୱାଳ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଦଳର ସାଂଗଠନିକ  କର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କି ପ୍ରଶ୍ନ କଲେ ରାଜ୍ୟ ବିଜେପିକୁ ପଢନ୍ତୁ…..

ଭୁବନେଶ୍ୱର :ଗତକାଲି ରାତିରେ, କେଉଁଝର ଯିବାବେଳେ ମୋ କାରକୁ ଦୁର୍ବୁତ୍ତମାନେ ଆକ୍ରମଣ କରିଥିଲେ। ସେମାନେ ମୋର ଡ୍ରାଇଭର ଏବଂ ପିଏସ୍ଓଙ୍କୁ ଧକ୍କା ଦେଲେ। ପୋଲିସ ନିକଟରେ ଏକ ଏଫଆଇଆର୍ ଦାଖଲ କରାଗଲା। ଜାଣି ଆଶ୍ଚର୍ଯ୍ୟ ହେଲି ଯେ, ଦୁର୍ବୁତ୍ତମାନେ ବିଜେପିର ୟୁଥ୍ ୱିଙ୍ଗର ସଦସ୍ୟ ଥିଲେ।

ଏହି ଘଟଣା ରାଜନୈତିକ ପ୍ରତିହିଂସା ଦ୍ୱାରା ପ୍ରେରିତ ଅଟେ। ଓଡ଼ିଶାରେ ଭାରତୀୟ ଜନତା ଦଳର ନିରାଶା ଯୋଗୁଁ ଏହି ମାମଲା ଘଟିଛି। କଂଗ୍ରେସ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଛି। ଓଡ଼ିଶାରେ ଏକ ସ୍ଥାନ ପାଇବାକୁ ଚେଷ୍ଟା କରୁଥିବା ବିଜେପି ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ଅଟେ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀକୁ ପଚାରିବାକୁ ଚାହୁଁଛି ଯେ – ଆପଣଙ୍କ ଦଳ କାହିଁକି ଭୟଭୀତ ହେଲା ପରି ବ୍ୟବହାର କରୁଛି? ଆପଣମାନେ କାହିଁକି ଭୟଭୀତ ଅଛନ୍ତି ମୁଁ ବୁଝିପାରେ, କିନ୍ତୁ ଦୁର୍ବୁତ୍ତ କାହିଁକି ପଠାଉଛନ୍ତି? ଆପଣଙ୍କ ଦଳ ବୌଦ୍ଧିକ ସ୍ତରରେ ଶକ୍ତିହୀନ ହୋଇ ପଡ଼ିଛି କି? ଆପଣ ଗଣତାନ୍ତ୍ରିକ ମାଧ୍ୟମରେ କଂଗ୍ରେସ ସହିତ ଲଢ଼େଇ କାହିଁକି ନାହାଁନ୍ତି?

ଏହି ଘଟଣା ମୋତେ କଷ୍ଟ ଦେଇଛି! ଏହା ମୋ ସହିତ ଘଟିଛି କିମ୍ବା ମୋତେ ଆଘାତ ଦେଇଥିବା କାରଣରୁ ନୁହେଁ । ଯଦି ଏହା ମୋ ସହିତ ହୋଇପାରେ, ତେବେ ଆମ ମା’ ଓ ଝିଅମାନେ ଓଡ଼ିଶାରେ କେତେ ସୁରକ୍ଷିତ?

ତେବେ ପିସିସି ସଭାପତିଙ୍କ ଏହି ମତ ଉପରେ ରାଜ୍ୟ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ l

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ: ଥାନାରେ ମାମଲା…

କେନ୍ଦୁଝର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଗାଡି ଉପରକୁ  ଆକ୍ରମଣ ଦୁର୍ବୁତ୍ତ l ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି l ପିସିସି ସଭାପତି ଓ  ତାଙ୍କ ସୁରକ୍ଷା କର୍ମୀ, ଡ୍ରାଇଭରଙ୍କୁ ଦୁର୍ବୁତ୍ତ ମାଡ଼ ମାରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ କଂଗ୍ରେସ କର୍ମୀ ଘଟଣା ସ୍ଥଳରୁ ଯାଇ ପିସିସି ସଭାପତିଙ୍କୁ ସହଯୋଗ କରିଛନ୍ତି । ଏ ନେଇ ପିସିସି ସଭାପତି ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି । କେନ୍ଦୁଝର କୁ ଫେରୁଥିବା ବେଳେ ଟାଉନ ଥାନା କାଶିପୁର ଠାରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି l ତେବେ କିଛି ଲୋକ ନିଶା ଖାଇ ଏପରି କାଣ୍ଡ କରିଥିବା କଥା ପିସିସି ସଭାପତି କହିଛନ୍ତି l ତେବେ ଏନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା ଆମକୁ ମିଳିପାରିନାହିଁ l

ରକ୍ତ ସଂଗ୍ରହକୁ ବ୍ରତ କରିଛି ଅଶୋକ ଦାସ ଫାଉଣ୍ଡେସନ…

ଯାଜପୁର : ରକ୍ତ ଅଭାବରୁ ଯେମିତି କାହାର ମୃତ୍ୟୁ  ନ ହେଉ  । ରକ୍ତ ଭଣ୍ଡାରରେ ସବୁବେଳେ ଆବଶ୍ୟକ ରକ୍ତ ଗଚ୍ଛିତ ରହୁ । ଯୁବ ସମାଜ ସବୁବେଳେ ରକ୍ତ ଦାନ କରିବାକୁ ଆଗ୍ରହ ପ୍ରକାଶ କରୁ । ଏଥିପାଇଁ ଅଶୋକ ଦାସ ଫାଉଣ୍ଡେସନ ସବୁବେଳେ ଉଦ୍ୟମ ଜାରି ରଖିଛି । ଫଳ ସ୍ୱରୂପ ଯାଜପୁରରେ ଅଧିକାଂଶ ସମୟ ବିଭିନ୍ନ ସ୍ଥାନରେ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଆୟୋଜନ  କରାଯାଉଛି । ଏହି ରକ୍ତଦାନ ଶିବିରରେ  ନିଜ ଇଚ୍ଛାରେ ବହୁ ଯୁବକ ସାମିଲ ହୋଇ ରକ୍ତଦାନ କରୁଛନ୍ତି । ଯେମିତି ରକ୍ତଦାନ ଜୀବନ ଦାନ ଏ କଥାକୁ ଯୁବ ଗୋଷ୍ଠୀଙ୍କ ଭିତରେ ଆଗ୍ରହ ସୃଷ୍ଟି କରିପାରିଛି ଅଶୋକ ଦାସ ଫାଉଣ୍ଡେସନ  । ପ୍ରତ୍ୟେକ ରବିବାର ଅଶୋକ ଦାସ ଫାଉଣ୍ଡେସନ ତରଫରୁ ଆୟୋଜନ ହେଉଛି ରକ୍ତଦାନ ଶିବିର । ଏଥିରେ  ଅନେକ ବ୍ୟକ୍ତି ସାମିଲ ହୋଇ ରକ୍ତଦାନ କରୁଛନ୍ତି। ଆଉ ଯାହାର ନେତୃତ୍ୱ ନେଉଛନ୍ତି ଯୁବ ନେତା ଭଵ ପ୍ରସାଦ ଦାସ। ଏହିକ୍ରମରେ ଆଜି ବରୀ ଚତିଶଦେବଲିରେ ଅଶୋକ ଦାସ ଫାଉଣ୍ଡେସନର ୭୩ ତମ ରକ୍ତଦାନ ଶିବିର ଆୟୋଜନ କରାଯାଇ । ଏଥିରେ ଭଵ ପ୍ରସାଦ ଯୋଗଦେଇ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଆହୁରୀ ଅଧିକ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଯେମିତି  ରକ୍ତ ଅଭାବ ନ ରହିବ ସେ ନେଇ ସଭିଏଁ ଉଦ୍ୟମରେ ଜାରୀ ରଖିବାକୁ କହିଥିଲେ l ନିକଟରେ ଅଶୋକ ଦାସ ଫାଉଣ୍ଡେସନ ତାର ପ୍ରତିଷ୍ଠା ଦିବସ ପାଳନ କରି ଏକ ବର୍ଷ ପାଇଁ ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି l

 

ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର- କଂଗ୍ରେସ

ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ ରାଜ୍ୟ ଏବେବି ଏକ ନମ୍ବର ପଛୁଆ
ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର- କଂଗ୍ରେସ
ଭୁବନେଶ୍ୱର ତା – ୧୭.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ, ଖୁବ୍ ଜାକଜମକରେ କଳାହାଣ୍ଡିରେ ହୋଇଥିବା ବିରାଟ ସଭା ଓ କଳାହାଣ୍ଡିର ଦୁର୍ଦ୍ଦିନ ହଟିି ବିକାଶର ମଡେଲ ହେଲା ବୋଲି ଯେଉଁ ଡିଣ୍ଡିମ ପିଟାଗଲା ତାକୁ ମୁଖପାତ୍ର ମନୋଜ ମହାପାତ୍ର, ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ କଟୁ ସମାଲୋଚନା କରିଥିଲେ । ସେ କହିଥିଲେ ନବୀନବାବୁଙ୍କ ଶାସନକାଳ ଆରମ୍ଭ ହେଲା ୨୦୦୦ ମସିହାରେ । ସେତେବେଳକୁ ଇନ୍ଦ୍ରାବତୀର ୮୦% କାର୍ଯ୍ୟ ସଂପାଦିତ ହୋଇ ସାରଥିଲା । ଗତ କୋଡିଏ ବର୍ଷ ମଧ୍ୟରେ ଇନ୍ଦ୍ରାବତୀର ମାତ୍ର ୨୦% ଜମିକୁ ଜଳସେଚନ କରାଯାଇ ସରକାର ଏତେ ବାହାଦୁରୀ ନେଉଛନ୍ତି କାହିଁକି? ବଡ଼ କଥାହେଉଛିି ଦେଶର ନଂ-୧ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ରାଜ୍ୟ ଏବେବି ଦେଶର କୌଣସି ଗୋଟିଏ ଉତ୍ପାଦନରେ ପ୍ରଥମ ୪ଟି ରାଜ୍ୟ ଭିତରେ ସ୍ଥାନିତ ହୋଇପାରିଲା ନାହିଁ ।
ଓଡ଼ିଶାରେ କୃଷି ଉପଯୋଗୀ ଜମିର ପରିମାଣ ୬୪ଲକ୍ଷ ହେକ୍ଟର ଜମି ଅର୍ଥାତ୍ ସେଥିରୁ ୨୦୧୩-୧୪ରେ ହିସାବ ଅନୁଯାୟୀ ୫୪.୨୪ଲକ୍ଷ ହେକ୍ଟର ଜମିର ଚାଷ ହୋଇଥିଲା । ସେଥିରେ ୪୩ଲକ୍ଷ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଥାଏ । ଗୋଟିଏ ପରିବାର ପିଛା ହାରାହାରି ୧ହେକ୍ଟର ଜମି ରହିଛି । ସରକାରୀ ହିସାବରେ ଖରିଫ ରୁତୁରେ ୨୨.୫୪ ଲକ୍ଷ ହେକ୍ଟର ଜମିରେ ଅର୍ଥାତ ଭଲ ବର୍ଷାଥିଲେ ଏହିପରିମାଣରେ ଜଳସେଚନ ହୁଏ । ଅନାବୃଷ୍ଟି ସମୟରେ ଆବଶ୍ୟକ ଜଳ ଅଭାବରୁ ଫସଲ କମ୍ ହୁଏ ଏବଂ ଏହି ଜଳସେଚନ ପରିମାଣ ୩୦%ରୁ କମିଯାଏ । ରବି ଋତୁରେ ମାତ୍ର ୧୩ଲକ୍ଷ ହେକ୍ଟର ବା ୨୦% ଜମିରେ ଜଳସେଚନ ବ୍ୟବସ୍ଥା ହୁଏ । ଖରାଦିନରେ ମାତ୍ର ୩% ବା ଅତି ବେଶିହେଲେ ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହୁଏ । ରାଜ୍ୟରେ ବର୍ଷକୁ ମୋଟ ବର୍ଷା ଅନୁପାତ ହାରାହାରି ୧୫୦୦ମି.ମି. ଓ ପ୍ରବାହିତ ଜଳରାଶି ୯୫ ବିଲିଅନ କ୍ୟୁବିକ୍ ମିଟର । ଏଥିରୁ ୭ଟି ମେଜର ଇରିଗେସନ ପ୍ରକଳ୍ପରେ ମାତ୍ର ୧୪ ବି.କ୍ୟୁ. ମିଟର, ୪୦ଟି ମଧ୍ୟମ ଯୋଜନାରେ ୧.୬୩ ବି.କ୍ୟୁ.ମି. ଓ ଅନ୍ୟାନ୍ୟରେ ମାତ ୦.୮୫ ବି.କ୍ୟୁମି. ଏପରି ମୋଟ ୧୭.୩୪ ବି.କ୍ୟୁମି ପାଣି ରୁହେ । ଅର୍ଥାତ ୧୮ରୁ ୨୦% ପାଣି ସଂଗୃହିତ ହୋଇ ରୁହେ ଏବଂ ସମସ୍ତ ଜଳାରଶିର ୭୨% ପାଣି ସମୁଦ୍ରକୁ ବୋହିଯାଏ । ଏ ତଥ୍ୟକୁ ସରକାର ନିଜେ ସ୍ୱୀକାର କରିଛନ୍ତି ।
ନବୀନ ବାବୁ ସରକାରକୁ ଆସିବାପରେ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଯାହା କରିିଛନ୍ତି ତା’ର ଫଳସ୍ୱରୂପ ଜଳସେଚନ ପ୍ରକଳ୍ପ ମାତ୍ର ୪୯.୨୮% ବ୍ୟବହାର ହୋଇଛି, ଯାହାକି ସରକାର ଦାୟିତ୍ୱ ନେବାବେଳେ ୫୮.୯୫%ଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ:-ଗତ ୨୦ ବର୍ଷରେ ଇନ୍ଦ୍ରାବତୀ, ହୀରାକୁଦ, ରେଙ୍ଗାଲି, କୋଲାବ ଆଦିର ଜଳଧାରଣ କ୍ଷମତା ବଢ଼ିଛି ନା କମିଛି? ଜଳ ଧାରଣ କ୍ଷମତା କମିବା ଦ୍ୱାରା କେତେ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି? ରେଙ୍ଗାଲି ବାମ ଓ ଦକ୍ଷିଣ ପାଶ୍ୱର୍, କେନାଲ କାର୍ଯ୍ୟ ଶେଷ ହେବାକୁ ଆହୁରି କେତେବର୍ଷ ଲାଗିବ?ବୈତରଣୀ ନଦୀ ଉପରେ ଆରମ୍ଭ ହୋଇଥିବା କାନପୁର ପ୍ରକଳ୍ପ କେବେସୁଦ୍ଧା ଜଳସେଚନ କ୍ଷମତା ଲାଭ କରିବ? ବର୍ତମାନସୁଦ୍ଧା କେତେଜମିକୁ ଖରିଫ, ରବି ଓ ଖରାଦିନେ ଜଳସେଚନ ବ୍ୟବସ୍ଥା ହୋଇଛି? ଅର୍ଥାତ ଷ୍ଟେଟ ଜମିର କେତେ ପରିମାଣ ତିନି ଫସଲି ହୋଇଛି?
ଆପଣ ସରକାରର ଅବହେଳା ହେତୁ ପୂର୍ବ କଂଗ୍ରେସ ସରକାର ଅମଳରେ ର୍ନିମିତ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡ଼ିକର ଜଳଧାରଣ କ୍ଷମତା ଅତିବ ମାତ୍ରାରେ କମିଛି । ନୟାଗଡ଼ରେ ବହୁଚର୍ଚ୍ଚିତ ବୃତାଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୭ଥର ପ୍ରତିଶ୍ରୁତି ଦେବାପରେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ହେଲା ନାହିଁ । ମହାନଦୀରେ ୭ଟି କ୍ଷୁଦ୍ର ଆନିକଟ ନିର୍ମାଣ କରି ଜଳ ରୋକିବା ବ୍ୟବସ୍ଥାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଗଲା କୁଆଡ଼େ । ତଳମୁଣ୍ଡରେ ନଦୀ ସଂଯୋଗିକରଣ ବ୍ୟବସ୍ଥାର ଆଜିର ସ୍ଥିତି କ’ଣ? ଏପର୍ଯ୍ୟନ୍ତ କଳାହାଣ୍ଡିରେ ୧୨ଗୋଟି ମେଗା ଇରିଗେସନର ମୋଟ ୨୦୯ ଗୋଟି ପ୍ରକଳ୍ପରୁ ମାତ୍ର ଗୋଟିଏ ବି ଜଳବଂଟନ ପ୍ରକ୍ରିୟାରେ ସାମିଲ ହୋଇ ପାରି ନାହିଁ । ୨୦୦୫ ରେ ଘୋଷଣା କରିଥିଲେ ଯେ ରାଜ୍ୟର ଅନ୍ତତଃ ୩୧୪ ବ୍ଲକକୁ ଖରିଫ ଋତୁରେ ୩୫% ପାଣି ଯୋଗାଇ ଦିଆଯିବ । ଏପର୍ଯ୍ୟନ୍ତ ୧୯୮ଟି ବ୍ଲକକୁ ୩୦% ପାଣି ବି ଯାଇ ନାହିଁ । ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ମୟୁରଭଞ୍ଜ ଭଳି ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୦% ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ । ନୂଆପଡ଼ାର ୫ଟି ବ୍ଲକ ଏବେବି ୧୦% ଜଳସେଚନ ସୁବିଧାରୁ ବଂଚିତ ।
ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ନାମରେ ୨୦୧୦-୧୧ ରୁ ଆରମ୍ଭ ହୋଇଥିବା ଚେକ୍ ଡ୍ୟାମରେ ଏପର୍ଯ୍ୟନ୍ତ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ବର୍ଷାପରେ ରବି ଋତୁରେ ମାତ୍ର ୪୦୦ ହେକ୍ଟର ଜମିରେ ପାଣି ମାଡ଼େ ନାହିଁ । ଉପକୂଳ ଅଂଚଳରେ କ୍ରିକ୍ ଜଳସେଚନ ବ୍ୟବସ୍ଥା ଗଲା କୁଆଡ଼େ? ୧୮ ହଜାର ଲିପ୍ଟ ଇରିଗେସନ ପଏଣ୍ଟ ଅଚଳ ହେତୁ ରାଜ୍ୟରେ ଉଠା ଜଳ ସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୂଷୁଡ଼ି ପଡ଼ିଛି । ଏ ସମସ୍ତ ପ୍ରଶ୍ନର ଉତର ରଖିବା ପାଇଁ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଓଡ଼ିଶାର ପଡ଼ୋଶି ରାଜ୍ୟ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ହୋଇଥିବା ଜଳସେଚନ ଜନିତ ବିକାଶ ସହିତ ରାଜ୍ୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ପଡ଼ୋଶି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ଜଳସେଚନର ସ୍ଥିତି ଅତ୍ୟନ୍ତ ନଗଣ୍ୟ ଓ ରାଜ୍ୟ ସରକାର ବିଗତ ୨୦ବର୍ଷ ଧରି ରାଜ୍ୟର ଜଳସେଚନ ବ୍ୟବସ୍ଥା ପ୍ରତି ଆଦୌ ଦୃଷ୍ଟି ଦେଇନାହାଁନ୍ତି । କଂଗ୍ରେସ ନେତା ଶ୍ରୀ ମନୋରଞ୍ଜନ ଦାଶ ରାଜ୍ୟ ସରକାରଙ୍କ ଜଳସେଚନ ପ୍ରତି ଥିବା ବୈମାତୃକ ମନୋଭାବକୁ କଠୋର ସମାଲୋଚନା କରିଥିଲେ ଓ କହିଥିଲେ ସଠିକ୍ ଜଳସେଚନ ବ୍ୟବସ୍ଥା ନହେବା ହେତୁ ଓଡ଼ିଶାର ଚାଷ ଓ ଚାଷୀକୂଳ ଉଭୟ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି ।

ବଢିବ ଟୀକା କରଣ କେନ୍ଦ୍ର: ଏଣିକି ମେଡ଼ିକାଲ କଲେଜର 5 ଟି ସ୍ଥାନରେ ଟୀକା କରଣ

ଭୁବନେଶ୍ୱର : ଆସନ୍ତା କାଲି ଠୁ ପୁଣି ଟୀକା କରଣ ଚାଲିବ । ବଢିବ ଟୀକା କରଣ କେନ୍ଦ୍ର ର ସଂଖ୍ୟା । ପ୍ରତି ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ଏଣିକି 5 ଟି ସ୍ଥାନରେ ଟୀକା କରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନ ରେ ଟୀକା କରଣ କରାଯିବ । ଏହି ସବୁ ସ୍ଥାନରେ 200 ଜଣଙ୍କୁ ଟୀକା କରଣ କରାଯିବ । 5 ଜଣ ବଦଳରେ 6 ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ । କିନ୍ତୁ ପିଏଚସି ଓ ସିଏଚସି ଟୀକା କରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟୀକା କରଣ କରାଯିବ । ଏଥି ପାଇଁ ପ୍ରତି ଜିଲ୍ଲାକୁ ଏହି ନିର୍ଦେଶ ଦିଆଯାଇଛି ।

ଗତକାଲି ସୁରୁଖୁରୁରେ ଟୀକା କରଣ ହୋଇଛି । 13980 ଲୋକଙ୍କୁ ଟୀକା ଦିଆଯାଇଛି । 85 ପ୍ରତିଶତ ଟୀକା କରଣ ହୋଇଛି । 6 ଟି ଜିଲ୍ଲାରେ 100 ପ୍ରତିଶତ ଆଚିଭମେଣ୍ଟ ହୋଇଛି । ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ନର୍ଭସ ନେସ ପାଇଁ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ସବୁ କିଛି ଠିକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ । ଆମେ ମଧ ତାଙ୍କ ଉପରେ ନଜର ରଖିଛୁ ।
ପରିବାର କଲ୍ୟାଣ ନିର୍ଦ୍ଦେଶକ,ବିଜୟ ପାଣିଗ୍ରାହୀଙ୍କ ସୂଚନା

ସକାଳୁ ବିଦ୍ୟାଳୟ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ୍

ଭୁବନେଶ୍ୱର :5T ସଚିବ ଭି.କେ. ପାଣ୍ଡିଆନ୍ ରବିବାର ସକାଳୁ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜଧାନୀର ୫ଟି ବିଦ୍ୟାଳୟ ବୁଲି ଦେଖିଛନ୍ତି 5T ସଚିବ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲର ସମସ୍ୟା ନେଇ ଆଲୋଚନା କରିଛନ୍ତି ।ହାଇସ୍କୁଲରେ ଥିବା ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ସହ ଦଶମରେ A1 ଗ୍ରେଡ୍ ପରୀକ୍ଷା ଫଳ ନେଇ 5T ସଚିବ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ହାଇସ୍କୁଲ୍ ଗୁଡ଼ିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ ଏଥିରେ ସୁଧାର ଆସିପାରିବ ସେନେଇ ନେଇ 5T ସଚିବ ପାଣ୍ଡିଆନ୍ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି ।

ନବୀନ No -1 : ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ଯାଜପୁର….

ଯାଜପୁର : ଏଥର ବି ନବୀନ No -1 l ନିର୍ମଳ ଭାବମୂର୍ତ୍ତି, ସ୍ୱଚ୍ଛ ଶାସନ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି । ଏବିପି ନ୍ୟୁଜ-ସି ଭୋଟର ଦ୍ୱାରା କରାଯାଇଥିବା ଦେଶ କି ମୁଡ୍ ସର୍ଭେରେ ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେଶର ୫୪୩ଟି ଲୋକସଭା ନିର୍ବାଚନମଣ୍ଡଳୀର ୩୦ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

ଶ୍ରେଷ୍ଠ ୧୦ଟି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି । 2021ବର୍ଷ ଆରମ୍ଭ ନବୀନ ଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଚମକଛନ୍ତି l ଯାହାକୁ ନେଇ ପୁରା ଓଡ଼ିଶାରେ ଉତ୍ସବର ମାହୋଲ l ଯାଜପୁରରେ ବିଜେଡି କର୍ମୀ ଓ ନେତାମାନେ ପୁଣି ଦେଶର no 1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବା ପରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l ବିଜେଡି ଯୁବ ନେତା ତଥା ପୂର୍ବତନ ଯାଜପୁର ପୌର ପରିଷଦର ଚେୟାରମ୍ୟାନ ଭଵ ପ୍ରସାଦ ଦାସ ଯାଜପୁରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି l

ଚାଷୀଙ୍କ ମୁହଁରେ ହସ ଫୁଟାଇଲେ ପ୍ରଣବ : ବଢ଼ାଇଲେ ସହଯୋଗର ହାତ….

ଯାଜପୁର : ଚାଷୀ ହସିଲେ ଦେଶ ଓ ଗାଁ ହସିବ l ଚାଷୀଙ୍କ ଦୁଃଖ ସୁଖରେ ସବୁବେଳେ ରାଜ୍ୟ ସରକାର ଓ ଶାସକ ବିଜେଡି ଦଳ ରହିଛି l ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିବା ବେଳେ ଜଳ ସେଚନର ବି ସୁବିଧା ଉପରେ ଗୁରୁତ୍ୱ ଦେଇଛନ୍ତି l ଏହାସହ ଚାଷୀଙ୍କ ସମସ୍ୟା ସହ ଜଡିତ ହୋଇ ରହିବାକୁ ନେତା ଓ କର୍ମୀମାନଂକୁ କହିଛନ୍ତି l ମୁଖ୍ୟମନ୍ତ୍ରୀ ଏହି ନୀତି ଓ ଆଦର୍ଶ ଯାଜପୁର ଜିଲ୍ଲାରେ ପ୍ରତିଫଳିତ ହେଉଛି l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନେତୃତ୍ୱ ଓ ନିର୍ଦେଶରେ ଯାଜପୁରରେ ଚାଷୀଙ୍କ ଦୁଃଖ ଓ ସୁଖର ସାଥି ହୋଇଛନ୍ତି ଦଳୀୟ କର୍ମୀ ଓ ନେତା l ବିଧାୟକ ନିର୍ଦେଶରେ ଚାଷୀଙ୍କୁ ସହାୟତା ମିଳିଛି  l କାରଣ ପ୍ରଣବ ସବୁବେଳେ ଓ ସବୁ ସମୟରେ ଜିଲ୍ଲାର ପ୍ରତ୍ୟେକ ବର୍ଗର ଲୋକଙ୍କ ସୁଖ ଓ ଦୁଃଖରେ ସାମିଲ ହୁଅନ୍ତି l ଯାହା  ଶନିବାର ଯାଜପୁର ବ୍ଳକ ଖଇରାବାଦ ପଞ୍ଚାୟତରେ କୃଷକମାନଂକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ  ପ୍ରତିଫଳିତ ହୋଇଛି  l ତାଙ୍କ ନିର୍ଦେଶରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ  ଭବ ପ୍ରସାଦ ଦାସ  ଚାଷୀମାନଂକୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଚାଷୀଙ୍କ ଉପରେ ଥିବା ଋଣ ବୋଝକୁ ହାଲକା କରିଥିଲେ l ଚାଷୀ ଋଣ ଛାଡ ଓ ଚେକ୍ ପ୍ରଦାନ କରି ଚାଷୀ ମନବଳ ବୃଦ୍ଧି କରିଥିଲେ ଭଵ l ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭବ ପ୍ରସାଦ ଦାସଙ୍କ ଏହି ପଦକ୍ଷେପରେ ଯାଜପୁରର ବହୁ ଉତ୍ସାହୀ ଚାଷୀଉଦ୍ୟୋଗୀ ମାନେ ଚାଷ କରିବା ପାଇଁ ମନ ବଳେଇଛନ୍ତି । କରୋନା ଓ ବନ୍ୟାରେ ଅନେକ କ୍ଷତି ସହିଥିବା ଚାଷୀମାନେ ବିଧାୟକଙ୍କ ଦ୍ୱାରା ଏପରି ସହଯୋଗ ପାଇଁ ବେଶ ଖୁସି l ଏହାସହ ପୂର୍ବପରି ଚାଷକାମ କରି ଅଧିକ ଉତ୍ପାଦନ କରିବା ପାଇଁ ଚାଷୀଙ୍କ ମନରେ ସାହସ ଆସିଛି l ବିଧାୟକ ଚାଷୀଙ୍କ ପ୍ରତି ଥିବା ଏପରି ମନଭାବ ଏବେ ଚାରିଆଡେ ଚର୍ଚାରେ ବିଷୟ l

Follow us

20,832FansLike
0FollowersFollow
14,700SubscribersSubscribe

Latest news