ଆରମ୍ଭ ହେଲା ୭ମ ଘୋଷର ପ୍ରିମିୟର ଲିଗ୍

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକର ଘୋଷର ଗ୍ରାମରେ ମାହେଶ୍ୱରୀ ୟୁଥ କ୍ଲବ ଆନୁକୂଲ୍ୟରେ ୭ମ ଘୋଷର ପ୍ରିମିୟର ଲିଗ ଉଦ୍ଘାଟିତ ହୋଇଯାଇଛି।ଏଥିରେ ପୂର୍ବତନ ଏକ୍ସସାଇଜ୍ ଇନସପେକ୍ଟର୍ ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହାସହ ଖେଳାଳୀ ମାନଙ୍କୁ ଖେଳୁଆଡ଼ ମନଭାଵ ନେଇ ଖେଳିବାକୁ କହିଥିଲେ । ତାଙ୍କ ସହ ମହେଶ୍ୱରୀ କ୍ଲବର ସଭାପତି ସୁଜିତ କୁମାର ପ୍ରଧାନ ଉପସଭାପତି ଶୁଭାଶିଷ ପ୍ରଧାନଙ୍କ ସହ ମହେଶ୍ୱରୀ ୟୁଥ କ୍ଲବର ଅନେକ ସଦସ୍ୟ ଉପସ୍ଥିତ ଥିଲେ।
ଉଦଘାଟନ ମ୍ୟାଚରେ କରଡ଼ିଙ୍ଗବାହାଳ ଟିମ୍ ନକଟିନାଳି କ୍ରିକେଟ କ୍ଲବକୁ ଭେଟିଥିଲା।ଏଥିରେ ନଉଟିନାଳି କ୍ରିକେଟ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୧୦୧ କରିଥିଲା ।ଜବାବରେ କରଡ଼ିଙ୍ଗବାହାଳ କ୍ରିକେଟ୍ କ୍ଲବ ୧୦୫ରନ କରି ପ୍ରଥମ ମ୍ୟାଚଟିକୁ ଜିତି ନେଇଥିଲା।୨ୟ ଲିଗ୍ ମ୍ୟାଚରେ ହିମିତିରା କ୍ରିକେଟ୍ ଟିମ ଠେଲକନାଳୀକୁ ଭେଟିଥିଲା। ଏହି ମ୍ୟାଚଟିକୁ ଠେଲକନାଳୀ ୫ ୱିକେଟରେ ଜିତି ନେଇଥିଲା । ଉଭୟ ମ୍ୟାଚର ବିଜେତାଙ୍କୁ ନେଇ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ହୋଇଥିଲା।ଏଥିରେ ଠେଲକନାଳୀ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭରରେ ୮୮ ସଂଗ୍ରହ କରିଥିଲା ।ଜବାରେ କରଡ଼ିଙ୍ଗବାହାଳ କ୍ରିକେଟ୍ ଟିମ ୬୦ ରନରେ କରିଥିଲା । ଏହାସହ ଠେଲକନାଳୀ ଘୋଷର ପ୍ରିମିୟର ଲିଗର ପ୍ରଥମ ଟିମ ଭାବେ ସେମି ଫାଇନାଲ ପର୍ଯ୍ୟାୟକୁ ପହଞ୍ଚିଛି । ଆସନ୍ତା ସାଧାରଣତନ୍ତ୍ର ଦିବସରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

 

 

 

ଟୁଇଟର କିଙ୍ଗ ନବୀନ : 3 ମିଲିୟନ ଫଲୋଅର….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଲୋକଙ୍କ ନେତା l ସବୁବେଳେ ସେ ସାଧାରଣ ଲୋକଙ୍କ ମନରେ ରାଜ କରନ୍ତି l ଲୋକେ ତାଙ୍କୁ ହୃଦୟର ସହ ଭଲ ପାଆନ୍ତି l ଯେଉଁଥି ପାଇଁ ସେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଛନ୍ତି l କେତେବେଳେ ଶ୍ରେଷ୍ଠ ପ୍ରଶାସକ ତ କେତେବେଳେ ଆଦର୍ଶ ମୁଖ୍ୟମନ୍ତ୍ରୀ l ଆଉ ଏବେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରେଜ ବି ବଢ଼ିବାରେ ଲାଗିଲାଣି l
ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ 1ମିଲିୟନ ଡେଇ ନଥିବା ବେଳେ ନବୀନ ସେଟ କରିଛନ୍ତି ଏହି ବିରଳ ସଫଳତା l ଯେତେବେଳେ କି ବିଜେପି ସୋସିଆଲ ମିଡ଼ିଆରେ ନିଜକୁ କିଙ୍ଗ କ୍ଲେମ କରୁଛି, ଠିକ ସେତିକି ବେଳେ ନବୀନ ଏହି ସଫଳତା ପାଇଛନ୍ତି l ଯାହା ଆଜି  ଚର୍ଚ୍ଚା ର     ବିଷୟ l ବିରୋଧୀ ନବୀନ  ପଟ୍ଟନାୟକ ଙ୍କୁ  ଯେତେ  ରାଜନୈତିକ ସମାଲୋଚନା   କଲେ ବି   ନବୀନ  ଯେ   ଲୋକଙ୍କ    ନେତା     ତାହା ପୁଣି  ପ୍ରମାଣିତ ହୋଇଛି l

ଆରମ୍ଭ  ହୋଇଛି   ଜାତୀୟଷାଳି ମେଳା-୨୦୨୧….

ଭୁବନେଶ୍ୱର :  ରାଜଧାନୀରେ ଆରମ୍ଭ  ହୋଇଛି       ଜାତୀୟଷାଳି ମେଳା-୨୦୨୧ l  ଆଜି ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଜନତା ମଇଦାନରେ ଆୟୋଜିତ ପୂର୍ବ ଭାରତର ଏହି ମେଳାର ଉଦଘାଟନ କାର୍ଯ୍ୟକ୍ରମରେ @HTH_Odisha ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ୧୫ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲ ଖୋଲାଯାଇଛି।

ଝଲସିବ କୋଣାର୍କ, ନବୀନ ପ୍ରସ୍ତୁତ କଲେ ବ୍ଲୁ-ପ୍ରିଣ୍ଟ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୋଣାର୍କ ଅଞ୍ଚଳର ଭିତ୍ତି ଭୂମିକୁ ଆନ୍ତଜାତୀୟ ମାନର କରାଯିବ : ମୁଖ୍ୟମନ୍ତ୍ରୀ

କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ

ଜନସାଧାରଣଙ୍କ ମତାମତ ପାଇଁ ୨୧ ଦିନ ସମୟ

ଭୁବନେଶ୍ୱର : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲି ଛି। ଏହି କାର୍ଯ୍ୟ କ୍ରମର ଅଶ ଭାବରେକୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି।

କୋଣାର୍କ କୁ ପ୍ରତି ଦିନ ବି ଶ୍ବ ର ବିଭିନ୍ନ ଅଞ୍ଚଳ ରୁ ପଯ୍ଯ ଟକ ଆସି ଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତି ଭୂମି ବିକାଶ କୁ ଆନ୍ତଜାତୀୟ ମାନର କରି ବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ । କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାଦ୍ଦୀର ଏହି ଅନୁପମ କୀର୍ତ୍ତି ତାର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଆସିଛି ।

ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିର ର ମୁଖ୍ୟ ଅଂଶ ଭାଂଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀ ମାନଙ୍କର ଦକ୍ଷତାର ଜୟଗାନ କରିଆସୁଛି ।ଏହି ମନ୍ଦିର ତତ୍କାଳୀନ ଓଡିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ। ମନ୍ଦିର ଗାତ୍ରରେ ଜିରାଫର ଚିତ୍ର ଆଫ୍ରିକୀୟ ଦେଶ ମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ ।୧୯୮୪ ମସିହାରେ UNESCO କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ ।ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ।ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ।କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶ କୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛ ଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱର ରୁ କୋଣାର୍କ ପଯ୍ଯନ୍ତ ପଏଣ୍ଟର ବିକାଶ କରାଯିବ ।ଫେରି ବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ।ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ landscaping କରାଯିବ ।

 

ପ୍ରବେଶସ୍ଥଳ ରେ ପଯ୍ଯ ଟକ ମାନଙ୍କୁ ସ୍ବାଗତ କରିବା ପାଇଁ।
ସୁଦ୍ଯୃଶ୍ଯ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ Multi modal hub ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନ୍ରବିନ୍ଯାସ କରାଯିବ।ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ ।ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରାମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଦଳ ଟିକେଟ ଦେଲେ ଖୁସି ହେବି: ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ

ଭୁବନେଶ୍ୱର :  ଘୋଷଣା ହୋଇନି ତାରିଖ । ହେଲେ ଉପନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ରାଜ୍ୟର ତିନି ପ୍ରମୁଖ ଦଳ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଏବେ ପିପିଲି ଠାରୁ ଭୁବନେଶ୍ୱର ଯାଏଁ ସବୁଠି ନେତାଙ୍କ ଭିତରେ ଟିକେଟ ପାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଜେଡି ଟିକେଟ ପାଇବାକୁ ମହାରଥୀଙ୍କ ଧର୍ମପତ୍ନୀ ଆଶାବାଦୀ ଥିବା ଜଣାପଡିଛି । ଅନ୍ୟପଟେ କଂଗ୍ରେସରୁ ମଧ୍ୟ ୫ ଜଣ ପ୍ରାର୍ଥୀ ଦାବିଦାର ଥିବା କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି । ସେହିପରି ବିଜେପି ମଧ୍ୟ ପିପିଲି ପାଇଁ ପ୍ରସ୍ତୁତ ଥିବା କହିଛି।
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହେବ । କିନ୍ତ, ଏ ଯାଏଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ପ୍ରାର୍ଥୀ ହେବା ପାଇଁ ଆଶାୟୀ କିନ୍ତୁ, ମନ ବଳେଇଲେଣି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଲେଣି ପ୍ରାର୍ଥୀ ଖୋଜା । ବିଜେଡି ପିପିଲିରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନ ପ୍ରତିଭା ମହାରଥୀ ପ୍ରାର୍ଥୀ ହେଲେ ଖୁସି ହେବେ ବୋଲି କହିଛନ୍ତି । ହେଲେ ବିଜେଡି ସୁପ୍ରିମୋ ସବୁ ନିଷ୍ପତ୍ତି ନେବେ ବୋଲି ସେ ସିଧାସିଧା ଗଣମାଧ୍ୟମକୁ କହିଛନ୍ତି ।ସେହିପରି ବିରୋଧୀ କଂଗ୍ରେସ ଓ ବିଜେପି ପିପିଲି ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ପିପିଲି ପାଇଁ କଂଗ୍ରେସର ୫ଜଣ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାର ବିଚାର ହାଇକମାଣ୍ଡ କରିବ ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ସେପଟେ ବିଜେପି ବି ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରିଛି । ଉପନିର୍ବାଚନରେ ଦଳ କାାହାକୁ ପ୍ରାର୍ଥୀ କରିବ ତାହା ଆଲୋଚନା ହୋଇଥିବା ବେଳେ. ନିର୍ବାଚନ ପାଇଁ ଦଳ ସଂପୂର୍ଣ୍ଣ ତୟାର ବୋଲି କହିଛି।

ବିଜେଡିର ମହିଳା କ୍ୟାଲେଣ୍ଡର…..

ଭୁବନେଶ୍ୱର : ବିଜେଡିର ମହିଳା ସଶକ୍ତିକରଣ ଅଭିଯାନ ।ସବୁବେଳେ ମହିଳା ଭୋଟବ୍ୟାଙ୍କକୁ ପ୍ରଧାନ୍ୟ ଦେଉଥିବା ବିଜେଡି ମହିଳା ଭୋଟକୁ ନିଜ ହାତରେ ସୁରକ୍ଷିତ ରଖିବା ପାଇଁ ପ୍ରଚାରର ଭିନ୍ନ ତରିକା ଆପଣାଇଛି ।ଏଥିପାଇଁ ଦଳ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଡିଜିଟାଲ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାର ଉପରେ ମହିଳାଙ୍କ ଫୋଟୋ ଥିବା ବେଲେ ତଳେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଫୋଟ ।ପ୍ରତିଟି ପୃଷ୍ଠାରେ ମହିଳାଙ୍କ ପାଇଂ ଥିବା ସରକାରୀ ଯୋଜନା ସବୁ ଉଲ୍ଲେଖ ରହିଛି । କ୍ୟାଲେଣ୍ଡରର ୧୨ ମାସ ଅନୁସାରେ ୧୨ଟି ପ୍ରମୁଖ ଯୋଜନା ସ୍ଥାନ ପାଇଛି । ତେବେ ବିଜେଡିର କାହିଁକି ଏ ମହିଳା କ୍ୟାଲେଣ୍ଡର? ରାଜ୍ୟରେ ମୋଟ ୩କୋଟି ୨୫ ଲକ୍ଷ ୪୮ ହଜାର ୭୭୪ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧କୋଟି ୫୯ ଲକ୍ଷ ୨୨ ୭୫ ହେଉଛନ୍ତି ମହିଳା ଭୋଟର । ବିଜେଡି କେବେ ବି ମହିଳା ଭୋଟରଙ୍କୁ ହାତ ଛାଡ କରିବାକୁ ଚାହେଁ ନାହିଁ । ମହିଳା ଭୋଟର ହେଉଛି ବିଜେଡିର ସବୁଠୁ ବଡ ଶକ୍ତି । ମିଶନଶକ୍ତିରେ ୮୦ ଲକ୍ଷ ମହିଳା ସାମିଲ ହେଲେଣି । ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦେବା ପାଇଂ ଜାତୀୟ ସ୍ତରରେ ବିଜେଡି କ୍ୟାମ୍ପେନ କରୁଛି । ୨୦୦୯ ବିଧାନସଭା ନିର୍ବାଚିନରେ ୧୪୭ ନିର୍ବାଚନ ମଣ୍ଡଳିରେ ବିଜେଡିର ମହିଳା ପ୍ରାର୍ଥୀ ଥିଲେ ୮ ଜଣ । ହାରାହାରି ହିସାବ ଦେଖିଲେ ୫ ପ୍ରତିଶତ । ୨୦୧୪ରେ ୧୪୭ ନିର୍ବାଚନ ମଣ୍ଡଳୀରେ ୧୫ ଜଣ ମହିଳାଙ୍କୁ ଟିକଟ ଦେଇଥିଲା । ହାରାହାରି ହିସାବ କଲେ ୧୦ ପ୍ରତିଶତ ।୨୦୧୯ରେ ମାତ୍ର ୨୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ ଯାହାର ପ୍ରତିଶତ ହେଉଚି ୧୪ । ତେବେ ୨୧ ଲୋକ ସଭା ସିଟରେ ୮ ଜଣ ମହିଳାଙ୍କୁ ଦଳ ଛିଡା କରିଥିଲା ଯାହା ହେଉଛି ୩୩ ପ୍ରତିଶତ । ତେବେ ଏ କ୍ୟାଲେଣ୍ଡରକୁ ନେଇ ଦଳ ଯୁକ୍ତି କରିଛି ମୋଟ ଜନ ସଂଖ୍ୟାର ୫୦ ପ୍ରତିଶତ ହେଉଛନ୍ତି ମହିଳା । ତେଣୁ ସେମାନଙ୍କ ସାମାଜିକ ଏବଂ ଆର୍ଥିକ ବିକାଶ ହେଲେ ଦେଶର ବିକାଶ ହୋଇପାରିବ ।

ବବି ଭାଙ୍ଗିଲେ ବିଜେପି ଗଡ଼ : ମୟୁରଭଞ୍ଜର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ..

କରଂଜିଆର ଗେରୁଆ ଗଡ଼କୁ କବଜା କଲା ବିଜେଡି
* ମୟୁରଭଞ୍ଜର ଲୋକେ ପୁଣି ନବୀନଙ୍କ ଉପରେ କଲେ ଭରସା
* ନିର୍ବାଚନକୁ ୨ ବର୍ଷ ନପୁରୁଣୁ ବିଜେଡିରେ ମିଶିଲେ ମୟୁରଭଞ୍ଜର ଶତାଧିକ ବିଜେପି କର୍ମୀ
* ସଂଗଠନ ସଂପାଦକ ପ୍ରଣବ ପ୍ରକାଶଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ

ଭୁବନେଶ୍ୱର : ବିଜେପିର ଗଡ଼ କୁହାଯାଉଥିବା ମୟୁରଭଞ୍ଜରେ ଦଳର ସଂଗଠନ ଭାଂଗିବାରେ ଲାଗିଛି। ଯେଉଁ ଜିଲ୍ଲାରୁ ବିଜେପିର ଜଣେ ସାଂସଦ ଓ ୬ ଜଣ ବିଧାୟକ ଅଛନ୍ତି ସେହି ଜିଲ୍ଲାରୁ ଶତାଧିକ ବିଜେପି ନେତା ଓ କର୍ମୀ ଆଜି ଦଳ ଛାଡିଛନ୍ତି। କରଂଜିଆରେ ବିଜେପି ଓ କଂଗ୍ରେସର ଶହେରୁ ଅଧିକ ନେତା ଓ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ମିଶିଥିବା କହିଛନ୍ତି।
କରଂଜିଆ ଏନଏସିର ପୂର୍ବତନ ଅଧ୍ଯକ୍ଷ ତଥା ମଣ୍ଡଳ ସଭାପତି ଗିରିଧର ପ୍ରୁଷ୍ଟିଙ୍କ ନେତ୍ରୁତ୍ବରେ ଶତାଧିକ ବିଜେପି କର୍ମୀ ବିଜେଡିରେ ପାର୍ଟି ଅଫିସରେ ସାମିଲ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ମୋରଡା,କରଂଜିଆ ଓ ବାଂଗିରିପୋଷି ବିଧାନସଭା ଆସନ ଜିତିଥିବା ବେଳେ ବିଜେପି ୬ଟି ଆସନ ଜିତିଥିଲା। ଏବେ ବିଜେପି ଗଡ଼ରେ ଧସେଇ ପସିବା ପଛରେ ଦଳର ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସଂଗଠନକୁ ଆହୁରି ସୁଦ୍ରୁଢ କରିବା ସହିତ ଲୋକଙ୍କ ପାଖରେ ସରକାରୀ ଯୋଜନାକୁ ପହଞ୍ଚାଇବାକୁ ସେ ଦଳୀୟକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଯାହା ମୟୁରଭଂଜର ବିଜେପି କର୍ମୀ ଦଳ ଛାଡ଼ିବା ଘଟଣାରୁ ଜଣାପଡୁଛି।
ଏହି ମିଶ୍ରଣ ପର୍ବରେ ବିଜେଡିର ମୟୁରଭଞ୍ଜ ପ୍ରଭାରୀ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଆଳି ବିଧାୟକ ପ୍ରତାପ ଦେବ, କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ, ମୋରଡା ବିଧାୟକ ରାଜକିଶୋର ଦାସ, ଚାନ୍ଦବାଲି ବିଧାୟକ ବ୍ୟମେକେଶ ରାୟ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆରିଥ୍‌ମିଆର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ

ଭୁବନେଶ୍ୱର : ହୃଦ୍‌ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‌ମିଆର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ । ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମ୍‌ରେ ଆରମ୍ଭ ହୋଇଛି । ଆରିଥ୍‌ମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦ୍‌ସ୍ପନ୍ଦନ ସୃଷ୍ଟି ହୋଇଥାଏ । ହାର୍ଟବିଟ୍‌କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦ୍‌ସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ ।

ଏହିଭଳି ସମସ୍ୟାର ଉତ୍ପତିକୁ ନେଇ ଏହାକୁ ଆଟ୍ରିଆ କିମ୍ବା ଭେନ୍‌ଟ୍ରିକ୍ଲସ୍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି । ହୃଦ୍‌ସ୍ପନ୍ଦନର ଗତିକୁ ନେଇ ମଧ୍ୟ ଏହା ନିର୍ଣ୍ଣୟ କରାଯାଏ । ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇ ଏହାର ନିରାକରଣ କରାଯାଇଥାଏ ଅଥବା ହାର୍ଟରେଟ୍‌କୁ ନିୟନ୍ତ୍ରଣ କରାଯାଇଥାଏ । ଯେତେବେଳେ ଔଷଧ କାମ ଦିଏ ନାହିଁ ଇପି ଷ୍ଟଡି ଏବଂ ରେଡିଓଫ୍ରିକ୍ୱେନ୍ସି କୋଥାଟର ଆବ୍‌ଲେସନ୍ ଭଳି କେତେକ ଇନ୍‌ଭେସିଭ୍ ଥେରାପି ମାଧ୍ୟମରେ ଏହାର ଚିକିତ୍ସା କରାଯାଇଥାଏ ।

ଯଦିଓ ପୂର୍ବରୁ ଅନେକ ରୋଗୀ ଓଡ଼ିଶା ବାହାରର କେତେକ ମେଟ୍ରୋ ସହରକୁ ଏହି ରୋଗର ଚିକିତ୍ସା ପାଇଁ ଯାଉଥିଲେ ତେବେ ବର୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଅଭିଜ୍ଞ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଉପଲବ୍ଧ । ସମସ୍ତ ସରଳ/ଜଟିଳ ଚିକିତ୍ସା ଏବଂ ପିଏସ୍‌ଭିଟି, ଭିଟି, ଆଟ୍ର୍ରିଆଲ୍ ଫିବ୍ରିଲେସନ୍ ଏବଂ ଫ୍ଲଟର ଭଳି ଅପରେସନ୍ ପରବର୍ତି ଆରିଥମିଆ ର ଚିକିତ୍ସା ସମ୍ମମ୍‌ରେ କରାଯାଇଛି ।

କଣ୍ଡକ୍ସନ୍ ସିଷ୍ଟମ୍ ଡିଜ୍‌ଅର୍ଡର୍ ଏବଂ ହାର୍ଟ ଫେଲ୍ୟୁଅର୍ ଭଳି କେସ୍‌ରେ ସମସ୍ତ ପ୍ରକାରର କନ୍‌ଭେନ୍‌ସ୍‌ନାଲ୍ ଓ ଅତ୍ୟାଧୁନିକ ଫିଜିଓଲୋଜିକାଲ୍ ପେସ୍‌ମେକର୍ ପ୍ରତ୍ୟାରୋପଣ କରାଯାଇପାରିବ । ସେହିପରି ଔଷଧ ଦ୍ୱାରା କେତେକ ବଂଶାନୁକ୍ରମିକ ହାର୍ଟଫେଲ୍ୟୁଅର୍ କ୍ଷେତ୍ରରେ ଉପକାର ମିଳୁ ନଥିଲେ ସ୍ୱତନ୍ତ ପେସ୍‌ମେକର ଲଗାଯାଇ ଚିକିତ୍ସା କରାଯାଇପାରିବ ।

ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ବର୍ତମାନ ଏକ ସ୍ୱତନ୍ତ୍ର କାର୍ଡିଓଲୋଜି ବିଭାଗ ରହିଥିବା ବେଳେ ଅନୁଭୂତି ସମ୍ପନ୍ନ ତଥା ବିଶିଷ୍ଟ କାର୍ଡିଓଲୋଜିଷ୍ଟସ୍‌, କାର୍ଡିଆକ୍ ସର୍ଜନ୍ ଏବଂ କାର୍ଡିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଉତମ ଚିକିତ୍ସା ପ୍ରଦାନ କରୁଛନ୍ତି । ସମ୍ମମ୍ ପେସ୍‌ମେକର/ଆଇସିଡି/ସିଆର୍‌ଟି ପ୍ରତିରୋପଣ ଏବଂ ସଂକ୍ରମିତ ପେସ୍‌ମେକର ଲିଡ୍‌କୁ ଆବଶ୍ୟକସ୍ଥଳରେ କାଢ଼ିବା ନେଇ ଏକ ସ୍ୱତନ୍ତ୍ର କେନ୍ଦ୍ର ଭାବେ ଉଭା ହୋଇଛି । ଏଥିସହିତ ପେସ୍‌ମେକର/ଆଇସିଡି/ଆଇଆର୍‌ଟି ପ୍ରୋଗ୍ରାମିଙ୍ଗ୍ ଏବଂ ଆରିଥମିଆ ସମ୍ପର୍କିତ ସମସ୍ୟା ଏବଂ ହାର୍ଟଫେଲ୍ୟୁଅର୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ ଆରମ୍ଭ ହୋଇଥିବା ବେଳେ କାର୍ଡିଆକ୍ ଇଲେକ୍ଟ୍ରୋ ଫିଜିଓଲୋଜିଷ୍ଟ ଚିକିତ୍ସା ପ୍ରଦାନ କରୁଛନ୍ତି । ସମ୍ ଅଲ୍ଟିମେଟରେ କରୋନାରୀ ଷ୍ଟେନ୍‌‌ଟିଙ୍ଗ୍‌, ବାଇପାସ ସର୍ଜରୀ, ଭାଲ୍‌ଭ ରିପ୍ଲେସ୍‌ମେଂଟ, ହାର୍ଟରେ ଥିବା ଛିଦ୍ରର ସର୍ଜରୀ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଖୁବ୍ ସୁଲଭ ମୂଲ୍ୟରେ ଚିକିତ୍ସା ଉପଲବ୍ଧ ଅଟେ

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।

କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢିତୋଳିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି।ସେହିପରି ନୂଆକରି ରାଜ୍ୟ ସରକାର ଗଢିଥିବା ୯ ଗୋଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ୫ ଗୋଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ ଗୋଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

ଝାରସୁଗୁଡା ଠାରେ Cardiac Care ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ Multi Utility Complex, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର LINAC block, କ୍ୟାପିଟାଲ ହସ୍‌ପିଟାଲର ବିକାଶ ତଥା PGI ଭାବରେ ଗଢିବା ଏବଂ ବରଗଡ କ୍ୟାନସର ହସ୍‌ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ସ୍ବାସ୍ଥ୍ୟସେବାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହିସବୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହିତ ଏଥିରେ ସଂପୃକ୍ତ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ବକୁ ଉତ୍ତମ ସମନ୍ବୟ ରକ୍ଷା କରି ନିର୍ବାହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ନୂଆକରି ଖୋଲିବାକୁ ଥିବା ମେଡିକାଲ କଲେଜ ଗୁଡିକର ଅଧ୍ୟାପକ ପଦବୀ ତଥା Periphery ଡ଼ାକ୍ତରଖାନା ର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ପଦବୀ ପୂରଣ ଏବଂ ଚିକିତ୍ସା ଊପକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । । OPSC ପକ୍ଷରୁ ପ୍ରାୟ ୨୦୦୦ରୁ ଅଧିକ ଡାକ୍ତର, ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ଜଣାଯାଇଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକରୁ ଅଧିକ ସାଧାରଣ ଲୋକ ଯେପରି ସୁବିଧା ପାଇପାରିବେ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଶ୍ରୀ କିଷନ କୁମାର ଭିତ୍ତିଭୂମି ବିକାଶ ସଂପର୍କରେ ଉପସ୍ଥାପନା ଦେଇଥିଲେ ।

ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର

ଭୁବନେଶ୍ୱର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମା ସମଲେଶ୍ବରୀଙ୍କ ପୀଠ ଅନ୍ୟତମ ଅଟେ । ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ବରୀ ପୀଠର ଘନିଷ୍ଟ ସଂପର୍କ ରହିଛି ।ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା’ ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି ।ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ।

ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି ।ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି।

ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଉପସ୍ଥାପନା ଦେଇଥିଲେ। ଉତ୍ତରାଞ୍ଚଳ ଆର୍‌.ଡି.ସି, ଡି.ଆଇ.ଜି ଏବଂ ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news