ଭୁବନେଶ୍ବର : ପୁରୀର ସେବାୟତ ମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ସରକାର ବାତିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କିଛି ସମ୍ଭବ ହେଲା ବୋଲି ମତ ଦେଇ ଶ୍ରୀମନ୍ଦିର ବିକାଶ କାମ ଆହୁରି ତ୍ବରାନ୍ବିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।
ଯାଜପୁର ପାଇଁ ନବୀନ : ଜଳ ଜୀବନ ମିଶନରେ ଜିଲ୍ଲାର ୫ ବ୍ଲକର ୩୨୩ ଗାଁ…
ଯାଜପୁର : ପୁଣି ଥରେ ଯାଜପୁର ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦରଦ l ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଥିଲେ ମଧ୍ୟ ଯାଜପୁର ଜିଲ୍ଲାକୁ ବି ଅଧିକ ଫୋକସ କରିଛନ୍ତି । ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟର ଜନ ସାଧାରଣ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆଜି କ୍ୟାବିନେଟର ମୋହର ବାଜିଛି l କ୍ୟାବିନେଟର ଏହି ନିଷ୍ପତି ଫଳରେ ଯାଜପୁର ଜିଲ୍ଲାର ୫ ଗୋଟି ବ୍ଲକର ୩୨୩ଟି ଗ୍ରାମର ୪ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଯାଜପୁର ବ୍ଲକରେ ୫୦ ଟି ଗ୍ରାମର ୪୯୪୩୮ ଲୋକ, ବରୀ ବ୍ଲକର ୧ ଟି ଗ୍ରାମର ୧୧୭୫, ଧର୍ମଶାଳା ବ୍ଲକର ୮ଟି ଗ୍ରାମର ୨୫୯୭ , ରସୁଲପୁର ବ୍ଲକର ୧୬୦ ଟି ଗ୍ରାମର ୧ଲକ୍ଷ ୭୮ ହଜାର ୫୭୦, ଦାନଗଦି ବ୍ଲକର ୧୦୪ ଟି ଗ୍ରାମର ୧ଲକ୍ଷ ୫୯ ହଜାର ୦୮୮ ଜଣ ଲୋକ ଉପକୃତ ହୋଇ ପାରିବେ। ଏଥିପାଇଁ ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭଵ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଧନ୍ୟବାଦ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଚେୟାରମ୍ୟାନ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
ଦିନେ ଯାଜପୁର ଜିଲ୍ଲାକୁ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବେଶ ଭଲ ପାଉଥିଲେ l ଯେଉଁଠି ପାଇଁ ଓଡ଼ିଶାର ଶିଳ୍ପର ହବ କରିଥିଲେ ଯାଜପୁର ଜିଲ୍ଲାକୁ l ଆଜି ତାଙ୍କ ପୁଅ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଅପରୂପ ଭାବେ ଯାଜପୁର ଜିଲ୍ଲାକୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି l ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଭଲ ପାଇବା ଦେଇ ଯାଜପୁର ବାସୀଙ୍କ ସୁଖ ଦୁଃଖରେ ସାଥି ହୋଇଛନ୍ତି l ଏଥିପାଇଁ ଯାଜପୁର ଯୁବ ବିଜେଡି ନେତା ଭଵ ପ୍ରସାଦ ଦାସ ପୁରା ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହାସହ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୂଆ ଯାଜପୁର ଗଠନ ପାଇଁ ଦିନ ରାତି ଏକ କରି ଯେପରି ପରିଶ୍ରମ କରୁଛନ୍ତି ତାଙ୍କୁ ମଧ୍ୟ ଜିଲ୍ଲାବାସୀ ପକ୍ଷରୁ ଧନ୍ୟବାଦ ଦେଇଥିଲେ ଭଵ l
କୋଣାର୍କ ଅଂଚଳର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ
ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର କୋଣାର୍କକୁ ବିଶ୍ୱସ୍ତରୀୟ ଭିତିଭୂମି, ସୌନ୍ଦର୍ଯ୍ୟୀକରଣ ଓ ସାମଗ୍ରୀକ ବିକାଶ ପାଇଁ ସରକାର ନେଉଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କର ଜୀବନ ଜୀବିକା, ବ୍ୟବସାୟ, ଜମିଜମା ସଂକ୍ରାନ୍ତୀୟ ମାମଲାର ଆଶୁ ସମାଧାନ ହେବା ଉଚିତ୍ । ୧୯୨୭ ମସିହା ଠାରୁ କୋଣାର୍କ ଅଂଚଳର ୯ ଟି ମୌଜାର ଜନସାଧାରଣଙ୍କ ଜମିଜମା ଅଦ୍ୟାବଧି ସମାଧାନ ହୋଇନାହିଁ । ଫଳରେ ପ୍ରମାଣପତ୍ର ଅଭାବରୁ ଗରିବ ଲୋକଟିଏ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯଥା ଆବାସ ଯୋଜନା, ମଣ୍ଡିରେ ଧାନ ବିକ୍ରୀ କରିବା, ନିଯୁକ୍ତିରୁ ବଂଚିତ ହେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାର ନିକଟରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଅନ୍ଲାଇନ୍ ମାଧ୍ୟମରେ ସର୍ବସାଧାରଣ ଅଭିଯୋଗ ଶୁଣିବା ପାଇଁ ୨୧ ଦିନିଆ ଅବଧି ଘୋଷଣା କରିଥିଲେ । ବର୍ତମାନ ଏହି ଅବଧି ପୁରିବାକୁ ଯାଉଛି । ତେଣୁ ସାଧାରଣ ଲୋକ ଅନ୍ଲାଇନ୍ରେ ଆବେଦନ କରିବା କାଠିକର ପାଠ ହୋଇଛି । ସ୍ଥାନୀୟ ଜନସାଧାରଣ ତଥା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏଠାରେ ସେପରି ସ୍ୱାସ୍ଥ୍ୟ ଭିତିଭୂମି ନାହିଁ । ୨୦୧୩ ରୁ କୋଣାର୍କ ମାତୃମଙ୍ଗଳ ମେଡିକାଲ କାର୍ଯ୍ୟ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ । ଉଠା ବ୍ୟବସାୟୀମାନଙ୍କୁ ବିିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହଇରାଣ ହରକତ କରାଯାଉଛି । ଚନ୍ଦ୍ରଭାଗା ପୁଷ୍କରିଣୀର ପରିଷ୍କାର ପରିଚ୍ଛନ୍ନତା ଓ ପରିବେଶ ଦିଗରେ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ କଂଗ୍ରେସ ନେତା ତଥା ପିସିସି ସାଧାରଣ ସଂପାଦକ ବିଶ୍ୱ ଭୂଷଣ ଦାସ, ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଜିତ୍ ମଙ୍ଗରାଜ ଅଭିଯୋଗ କରିବା ସହିତ ତୁରନ୍ତ କୋଣାର୍କ ଜମିଜମାର ସ୍ଥାୟୀ ସମାଧାନ, ସର୍ବସାଧାରଣ ଅଭିଯୋଗ ପାଇଁ ଆଉ ଏକ ମାସ ପର୍ଯ୍ୟନ୍ତ ସମୟ ବୃଦ୍ଧି, ଅନ୍ଲାଇନ୍ ଶୁଣାଣି ପରିବର୍ତେ କୋଣାର୍କ ଠାରେ ଜନଅଭିଯୋଗ କେନ୍ଦ୍ର ସ୍ଥାପନ ଓ ଏଠାରେ ଜଣେ ସରକାରୀ ଉଚ୍ଚପଦାଧିକାରୀ ନିଯୁକ୍ତି, କୋଣାର୍କ ମେଡିକାଲକୁ ହସ୍ପିଟାଲରେ ପରିଣତ, ବ୍ୟବସାୟୀମାନଙ୍କୁ ଉଠାଇବା ପୂର୍ବରୁ ସ୍ଥାୟୀ ଥଇଥାନ, ଭଗବତୀ ମନ୍ଦିର, ତ୍ରିବେଣୀଶ୍ୱର ମନ୍ଦିର ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତିକରଣ, ଧର୍ମପଦଙ୍କ ନାମରେ ଏକ ସୂଚନା କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ତୁରନ୍ତ ଏହାର ସମାଧାନ ନକରନ୍ତି, କୋଣାର୍କ ନଗର କଂଗ୍ରେସ କମିଟି ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବା ସହିତ ଜନଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏତଦ୍ବ୍ୟତୀତ ସରକାର କାକଟପୁରକୁ ତୁରନ୍ତ ଏନ୍.ଏ.ସି. ଘୋଷଣା କରିବା ଏବଂ ଅସ୍ତରଙ୍ଗ ବେଳାଭୂମି, ପୀର ଜାହାନିଆ ପୀଠକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ କିଷାନ ସେଲ୍ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।
ଅଶୋକ ଦାସ ମେମୋରିଆଲ ୯ମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ….
ଯାଜପୁର : -ସର୍ବ ଭାରତୀୟ ଅଶୋକ ଦାସ ମେମୋରିଆଲ ୯ମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି l ଯାଜପୁର ବାଳାଶ୍ରମ ପଡିଆରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା l ଏହି ସମାରୋହ ଉତ୍ସବରେ ସିନେ ତାରକା ଅରିନ୍ଦମ ରାୟ, ଓଡିଶା କ୍ରିକେଟ ଆସୋସେସନର ସଭାପତି ମହାନ୍ତି ଏବଂ ଯାଜପୁର ଜିଲ୍ଲା ମେଲବର୍ଣ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ଛତିଶଗଡ଼ ଵିଜୟ ଲାଭ କରି ୫୦ ହଜାର ରାଶି ସହ ଟ୍ରଫି ଜିତିଥିଲେ । ତେବେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ରାଜ୍ୟସ୍ତରୀୟ କରି ପ୍ରତିଭା ଖୋଜିବାରେ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି ଖେଳାଳି ମାନେ । ଖେଳାଳି ମାନଂକୁ ଉତ୍ସାହିତ କରିବା ପାଇଁ ସବୁ ବର୍ଷ ଫାଉଣ୍ଡେସନ ପକ୍ଷରୁ ଏପରି ଖେଳର ଆୟୋଜନ ହୋଇଆସୁଛି l ଖୋଦ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜେ ପ୍ରତିବର୍ଷ ବନ୍ଧୁତାପୂର୍ଣ୍ଣ ମ୍ୟାଚ ଖେଳି ସଭିଙ୍କ ପାଇଁ ଉଦାହରଣ ସାଜନ୍ତି l
ବାଇ-ଲ ପ୍ରତ୍ୟାହାର ଭୁବନେଶ୍ୱରରୁ ପୁରୀ : ସବୁଠି ପ୍ରତିବାଦର ସ୍ୱର….
ଭୁବନେଶ୍ୱର : ବାଇ-ଲକୁ ନେଇ ଆପତ୍ତି ଉଠାଇଲେ ଶ୍ରୀମନ୍ଦିର ସେବାୟତ । ବାଇ-ଲ ପ୍ରତ୍ୟାହାର ଦାବି କରି ସେବାୟତମାନେ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆଇନ ଲାଗୁ ହେଲେ ସେବାୟତମାନେ କୌଣସି ନିର୍ମାଣ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡିବ ।
ତେଣୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ମହାପ୍ରଭୁଙ୍କ ସେବା କରୁଥିବା ସେବାୟତ ଜାତିକୁ ବଞ୍ଚାନ୍ତୁ ବୋଲି ଦାବି କରିଛନ୍ତି ସେବାୟତ । ନହେଲେ ଆଗାମୀ ଦିନରେ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ଚାରିପଟେ ୩ଶହ ମିଟର ଦୂରରେ ଥିବା ସମସ୍ତ ଲୋକ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି |ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଞ୍ଚଳକୁ ପ୍ରୋହାବିଟେଡ୍ ଏରିଆ ବା ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯିବ ।
ଅର୍ଥାତ୍ ଏହି ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ
ସବୁଜମୟ ମୟୁରଭଞ୍ଜ : ଅସମ୍ଭବକୁ ସମ୍ଭବ କରୁଛନ୍ତି ପ୍ରଣବ…
କରଂଜିଆ ପରେ ମୋରଡାର ଗେରୁଆ ଗଡ଼କୁ କବଜା କଲା ବିଜେଡି
ମୟୁରଭଞ୍ଜର ଲୋକେ ପୁଣି ନବୀନଙ୍କ ଉପରେ କଲେ ଭରସା
ନିର୍ବାଚନକୁ ୨ ବର୍ଷ ନପୁରୁଣୁ ପୁରା ମୟୁରଭଞ୍ଜର ହେଲାନି ସବୁଜମୟ
ଅସମ୍ଭବକୁ ସମ୍ଭବ କରୁଛନ୍ତି ପ୍ରଣବ
() ମୟୁରଭଞ୍ଜ ରାଜ୍ୟର ସବୁଠାରୁ ବଡ ଜିଲ୍ଲା l 9ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଗଠିତ ଜିଲ୍ଲା l 2019ରେ ବିଜେପିର ଗଡ଼ କୁହାଯାଉଥିବା ମୟୁରଭଞ୍ଜରେ ଏବେ ଧୀରେ ଧୀରେ ଭାଂଗିବାରେ ଲାଗିଛି। ଯେଉଁ ଜିଲ୍ଲାରୁ ବିଜେପିର ଜଣେ ସାଂସଦ ଓ ୬ ଜଣ ବିଧାୟକ ଅଛନ୍ତି ସେହି ଜିଲ୍ଲାରୁ ଏବେ ବିଜେପି ନେତା ଓ କର୍ମୀ ଦଳ ଛାଡ଼ୁଛନ୍ତି l ଦୁଇ ବର୍ଷ ଭିତରେ ମୟୁରଭଞ୍ଜ ରାଜନୀତି ଏପରି ପଟ ପରିବର୍ତ୍ତନ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l କାରଣ ନୂଆ ମୟୁରଭଞ୍ଜ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ପ୍ରଣବ ଯେଉଁ ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ବିଜେଡି ବିଧାୟକ, ମନ୍ତୀ ଓ ସ୍ଥାନୀୟ ଜନତାଙ୍କ ସହଯୋଗରେ ସେଥିପାଇଁ ତାଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢୁଛି l ନିଜର ବ୍ୟସ୍ଥତା ସମୟ ଭିତରେ ପ୍ରଣବ ଏବେ ଅଧିକାଂଶ ସମୟ ମୟୁରଭଞ୍ଜରେ କଟାଉଛନ୍ତି l କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ସେ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି l ପୁରା ଓଡ଼ିଶାରେ ମୟୁରଭଞ୍ଜ ଜିଲ୍ଲା କିପରି ୧ ନମ୍ବର ଜିଲ୍ଲା ହେବ ସେ କାମରେ ଲାଗିଛନ୍ତି ପ୍ରଣବ l ଏବେ ନିର୍ବାଚନ ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତାରେ ଆକର୍ଷିତ ହୋଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳରୁ ପ୍ରତ୍ୟେକ ଦିନ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି l କିଛି ଦିନ ତଳେ କରଂଜିଆରେ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ l ଆଉ ଏବେ ମୋରୋଡା ଅଂଚଳର ବିଜେପି ଓ କଂଗ୍ରେସ କର୍ମୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ।
୨୦୧୯ ନିର୍ବାଚନରେ ବିଜେଡି ମୋରଡା,କରଂଜିଆ ଓ ବାଂଗିରିପୋଷି ବିଧାନସଭା ଆସନ ଜିତିଥିବା ବେଳେ ବିଜେପି ୬ଟି ଆସନ ଜିତିଥିଲା। ଆଉ ଏବେ ବିଜେପି ଗଡ଼ରେ ବିଜେଡି ଧସେଇ ପସିବା ପଛରେ ଦଳର ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସଂଗଠନକୁ ଆହୁରି ସୁଦ୍ରୁଢ କରିବା ସହିତ ଲୋକଙ୍କ ପାଖରେ ସରକାରୀ ଯୋଜନାକୁ ପହଞ୍ଚାଇବାକୁ ସେ ଦଳୀୟକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଯାହା ମୟୁରଭଂଜର ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ିବା ଘଟଣାରୁ ଜଣାପଡୁଛି। ବିଜେଡିର ଏବେ ନୂଆ ମୟୁରଭଞ୍ଜ ଗଢିବା ପାଇଁ ସଂକଳ୍ପ ନେଇଛି l ଯେଉଁ ଭୂଲ 2019 ସାଧାରଣ ନିର୍ବାଚନ ହୋଇଥିଲା ତାହାର ପୂର୍ଣ୍ଣଛେଦ ପକାଇବାରେ ସଫଳ ହେଲେଣି ପ୍ରଣବ l ମୟୁରଭଞ୍ଜରେ ବିଜେଡ଼ ଶକ୍ତିଶାଳୀ ହେବା ବିରୋଧୀ ବିଜେପି ଓ କଂଗ୍ରେସକୁ ଚିନ୍ତାରେ ପକାଇଛି l ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଆସୁଥିବାରୁ ପୁରା ଜିଲ୍ଲାକୁ କିପରି ସବୁଜମୟ ହେବ ସେ ଦିଗରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ଯେଉଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ତାହାକୁ ସଫଳ କରିବା ପାଇଁ ନେତା ଓ କର୍ମୀମାନେ ଲାଗିପଡିଛନ୍ତି l
ଏମଏସପିକୁ ନେଇ ବିଜେପିର ଟାର୍ଗେଟ କଲା ବିଜେଡିକୁ…..
ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି l ବିଜେଡିର ସାମ୍ବାଦିକ ସମ୍ମିଳନୀର 24ଘଣ୍ଟା ଭିତରେ ବିଜେପି ପୁଣି ବିଜେଡିକୁ ଟାର୍ଗେଟ କରିଛି l ୨୦୨୨ ସୁଦ୍ଧା ଚାଷୀ ର ଆୟ ଦୁଇଗୁଣା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।ଏଥିପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ।ଚାଷୀ ଙ୍କୁ ପ୍ରତ୍ସାହନ ପାଇଁ ବ୍ୟବସ୍ଥା ହୋଇଛି ।ବିକାଶ ର କଥା ରେ କୈଣସି ଦଳ ନାହିଁ ।ଏହାକୁ ସମସ୍ତେ ଗ୍ରହଣ କରିବା ଆବଶ୍ୟକତା ରହିଛି ।
୧୩୬୦ ଏମସପି ଥିବି ବଢେଇ ୧୮୬୮ କରିଛନ୍ତି ।କଷ୍ଟ ଅଫ ପ୍ରଡକସନ କୁ ନେଇ ବିଜେଡି ଉଠେଇଥିବା ପ୍ରଶ୍ନ ଉପରେ ପୃଥିରାଜ୍ କହିଛନ୍ତି ଯେ,ଇଣ୍ଟର ମିନିଷ୍ଟରିଆଲ କମିଟି ସୁପାରିଶ କରିଥିବା ୨୦୧ ଟି ରେକମେଣ୍ଡସନ କୁ ପାଳନ କରାଯାଇଛି । କେବଳ ଗୋଟିଏ ରେକମେଣ୍ଡସନ କରାଯାଇନାହିଁ ।ବିଜେଡି ସାସଂଦ ବିଭ୍ରାନ୍ତି କର ତଥ୍ୟ ରଖିଛନ୍ତି ।ସ୍ଵାମିନାଥନ କମିଟି ର ରିପୋର୍ଟ ପଢନ୍ତୁ ।ମନରେ ଦ୍ଵନ୍ଦ ଦୁର ହେବ ବୋଲି ସେ କହିଛନ୍ତି ।ରାଜନିତି କରିବା ପାଇଁ ଦ୍ଵନ୍ଦ ନ କରନ୍ତୁ ।
ଓଡ଼ିଶାର ଚାଷୀ ଲାଭବାନ ହେବ ,ଏଥିପାଇଁ ରାଜ୍ୟର ଶାଷକ ଦଳ ସହିପାରୁ ନାହାନ୍ତି ।ବିଜେଡି ସାସଂଦ କନଫ୍ୟୁଜ୍ କରିଛନ୍ତି ବୋଲି କହିଲେ ପୃଥିରାଜ୍ ।ଓଡ଼ିଶାର ଠିକ୍ ଭାବରେ ପ୍ରୋକର ମେଣ୍ଟ ହେଉନି ।ଏହା ଉପରେ ବିତର୍କ ପାଇଁ ଆସୁ । ଚାଷୀ ଙ୍କ ପାଖରେ ଟୋକନ ପହଞ୍ଚି ପାରୁନି ।ରାଜ୍ୟ ସରକାର ୧୦୦ ଟଙ୍କା ବୋନସ ଦେଵେ ବୋଲି କହିଥିଲେ କେତେ ବୋନସ ଦେଇଛ ତାର ସ୍ପଷ୍ଟ କରନ୍ତୁ ।ବଳକା ଧାନ କେବେ କିଣିବ ବୋଲି ପ୍ରଶ୍ନ କରିଛି ବିଜେପି ।ସିଡ୍ କର୍ପୋରେସନ ର କୈଣସି କତୃତ୍ଵ ନାହିଁ ।ବିହନ କେମିତି ଚାଷୀ ପାଇବା ତାର ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ ।ପିଏମ କିଶାନ ରେ ସଠିକ ତାଲିକା ଦେଇ ନାହାନ୍ତି ରାଜ୍ୟ ସରକାର ।ଚାଷୀ ମାନଙ୍କ ପାଇଁ ଆନ୍ତରିକତା କମ ରହିଛି ।
ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ
ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ । ଏହିଭଳି ଆହ୍ୱାନ
ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ
ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସପିଟାଲ୍ ପକ୍ଷରୁ ଏକ ସଚେତନତା
କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।ହସପିଟାଲ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ.)ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ନୂଆ କ୍ୟାନସରରୋଗୀ ବଢ଼ୁଛନ୍ତି । ବର୍ତମାନ ୨୫ ରୁ ୩୦ ଲକ୍ଷ ଲୋକ ଏହି ଦୁଃସାଧ୍ୟ ରୋଗରେ ପୀଡିତ ଅଛନ୍ତି ବୋଲି କହି ସେଉଦ୍ବେଗ ପ୍ରକାଶ କରିଥିଲେ । ବିଶ୍ୱବ୍ୟାପି ଏହି ସଂଖ୍ୟା ଢ଼େର ଅଧିକ ଥିବାବେଳେ ଏଥିପାଇଁ ସଚେତନତା ଖୁବ୍ ଜରୁରୀବୋଲି ସେ ମତବ୍ୟକ୍ତ କରିଥିଲେ ।ପୂର୍ବ ଭାରତର ଏକମାତ୍ର ହସପିଟାଲ୍ ଭାବେ ସମ୍ ଅଲ୍ଟିମେଟ୍ମେଡିକେୟାରରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତଅତ୍ୟାଧୁନିକ ଏବଂ ଉତମ ଧରଣର ଚିକିତ୍ସା ପଦ୍ଧତି ଓ ସରଞ୍ଜାମ ରହିଥିବା ବେଳେ ବିଶେଷଜ୍ଞ ଡାକ୍ତର ରୋଗୀ ସେବାପ୍ରଦାନ କରିଆସୁଛନ୍ତି । ତେଣୁ କ୍ୟାନସରରେ ପୀଡିତ ହେଲେ ବିନା ଦ୍ୱିଧାରେ ସମ୍ ଅଲ୍ଟିମେଟ୍ ଆସି ଚିକିତ୍ସା ଗ୍ରହଣକରିବାକୁ ବ୍ରିଗେଡିୟର (ଡ.) ମିଶ୍ର ରୋଗୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଅଙ୍କୋ ସାଇନସେସ୍ ବିଭାଗର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା,
ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି,
କନ୍ସଲ୍ଟାଂଟ- ନ୍ୟୁକ୍ଲିୟର୍ ମେଡିସିନ୍ ଡାକ୍ତର ସୁଦତ ରାୟ, ଡେପୁଟି ମେଡିକାଲ ସୁପରିଟେଣ୍ଡେଂଟ ଡ. ଆନନ୍ଦ ମିଶ୍ର
ଏବଂ ସମ୍ ହସପିଟାଲର ଅଙ୍କୋଲୋଜିଷ୍ଟ ଡ. ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ରହି କ୍ୟାନସର ରୋଗ ଓ ଏହାର
ନିରାକରଣ ନେଇ ମତବ୍ୟକ୍ତ କରିଥିଲେ ।
ଏହି ଦିବସ ପାଳନ ଅବସରରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା କେତେକ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ
ଡାକ୍ତର ମିଶ୍ର । ସମ୍ବର୍ଦ୍ଧନା ଗ୍ରହଣ କରିବା ସମୟରେ ଭାବବିହ୍ୱଳ ହୋଇ ସମ୍ପୃକ୍ତ କ୍ୟାନସର ଯୋଦ୍ଧା ମାନେ ସମ୍
ଅଲ୍ଟିମେଟ୍ ଏବଂ ଏହାର ଡାକ୍ତର ମାନଙ୍କୁ ଅନେକ ପ୍ରଶଂସା କରିବା ସହ ସେମାନଙ୍କ ଜୀବନ ବଂଚାଇ ଥିବାରୁ ଧନ୍ୟବାଦ
ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ହସପିଟାଲର ବରିଷ୍ଠ ଡାକ୍ତର ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ଜବାବ ମାଗୁଛି ଓଡ଼ିଶା : ରେଳବାଇ ବଜେଟ୍ ଓଡ଼ିଶାକୁ ନ୍ୟାୟ ହୋଇଛି ବିଜେଡି…
ଭୁବନେଶ୍ୱର : ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଜବସକ୍ଷଙ୍ଗବଚ୍ଚ ଈଙ୍କୟଶରଗ୍ଧ ଙୟସଗ୍ଦଷବ ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରିଛି । ଏହା ନୈରାଶ୍ୟଜନକ ଏବଂ ଉଦ୍ଦେଶ୍ୟମୁଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ଜବସକ୍ଷଙ୍ଗବଚ୍ଚ ଈଙ୍କୟଶରଗ୍ଧ ଭଳି ଆମକୁ ଲାଗୁଛି । ଆପଣମାନଙ୍କ ପାଖରେ ଆମେ କିଛି ତଥ୍ୟ ମାଧ୍ୟମରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ଚିତ୍ରଣ କରୁଛୁ ଏବଂ ଏହାର କାରଣ କ’ଣ ଜାଣିବା ପାଇଁ ଈଔଚ ଏବଂ ତାଙ୍କ ନେତୃତ୍ୱରେ ଚାଲିଥିବା ସରକାରଙ୍କୁ ପ୍ରଶ୍ନ କରୁଛୁ ।
ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟା ନୂଆ ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ପାଇଁ ବ୍ୟବସ୍ଥା କରାଯାଇଛି ।
Cuttack-Paradeep-83km, Talcher-Sambalpur-174km, Koraput-Rayagada-164 km, Daitari-Bansapani-155km, Lajigarh-Junagarh-56km ଏବଂ Khordha-Bolangir Railway line ର ଯାହା ଆଂଶିକଭାବେ (୩୦%) କାର୍ଯ୍ୟ ସମ୍ପନ୍ନ ହୋଇଛି ।
ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବାପାଇଁ ରେଲୱେ ଲାଇନର ବ୍ୟବହାର କରାଯାଉଥିଲା । ଦୁଃଖର କଥା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି । ଆପଣମାନେ ଜାଣି ରଖିବା ଦରକାର ଯେ, ଝଗ୍ଧରରକ୍ଷ ବଦ୍ଭୟ ଚକ୍ଟଙ୍ଗରକ୍ସ ଝରମଗ୍ଧକ୍ଟକ୍ସ ଯଦି ଓଡ଼ିଶା ଠାରୁ କୋଇଲା ନ’ ନିଆଯାଆନ୍ତା, ତାହାଲେ ବାହାରୁ ଆମଦାନୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଅନ୍ତା । ବଜେଟ ତ ଦୁରର କଥା ଓଡ଼ିଶାର ନାର୍ଯ୍ୟ ଦାବିତ ଦିଆଯାଉନାହିଁ । ଓଡ଼ିଶାବାସୀଙ୍କ କୋଇଲା ବାହାର ରାଜ୍ୟକୁ ପଠାଯିବ ଏବଂ ଓଡ଼ିଶା ବାସୀ ଧୁଳି ଧୁଆଁର ଶିକାର ହେବେ । ବିଭିନ୍ନ କ୍ଷେତ୍ରରେ କୋଇଲା ହେଉ, ଆଇରନ ହେଉ, ବକ୍ସାଇଟ ହେଉ, ଆଲୁମିନିୟମ ହଉ ଯାହା ବ୍ରିଟିଶ ସରକାରରେ ଲୁଣ୍ଠନ ମାନସିକତା ଥିଲା ସ୍ୱାଧୀନତା ପରେ ମଧ୍ୟ ସେଇ ମାନସିକତାର ଝଲକ ଦେଖିବାକୁ ମିଳୁଛି । ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତିରେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ ଜିଲ୍ଲାକୁ Railway Line ଯାଇନି । ସେଗୁଡିକ ହେଲା Kandhamal, Boudh, Mayurbhanj, Kendrapada, Deogarh, Malkangiri ।
୧. ପ୍ରତ୍ୟେକ ବର୍ଷ ଭାରତୀୟ ରେଳ ବିଭାଗ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ୱ ଆଦାୟ କରିଥାନ୍ତି । ଯଦି ୭ ବର୍ଷର ହିସାବ କରାଯାଏ ତେବେ ତାହା ହବ ୧୪୦,୦୦୦ କୋଟି କିନ୍ତୁ ପାଇଛନ୍ତି କେତେ? ବିଗତ ସାତ ବର୍ଷରେ ଓଡ଼ିଶା ୨୦୦୦ରେ ବାର୍ଷିକ ହିସାବରେ ଆମେ ପାଇଛେ ୨୦୦୦ x ୭ = ୧୪,୦୦୦ କୋଟି ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଉତ୍ତର ଦେବେ କି? ୧୪୦,୦୦୦ କୋଟି ଦେଇଥିବା ରାଜ୍ୟ ୧୪,୦୦୦କୋଟି କେଉଁ ହିସାବରେ ପାଇବେ । ଏହା ଆମ ରାଜ୍ୟପ୍ରତି ବୈମାତୃକ ମନୋଭାବର ନିଦର୍ଶନ ନୁହେଁ କି?
୨. ହିସାବ ଦେଖିବେ Railway Density ବାଙ୍ଗାଲୋରରେ ୧୦୦୦ କିମି ରେ ୪୨ କି.ମି.ର ରେଳ ଲାଇନ ବ୍ୟବସ୍ଥା ହୋଇଛି । ବିହାରର ୩୫କମି/୧୦୦୦ବର୍ଗ କିମି ଏବଂ ଦୁଃଖ ଓ ପରିତାପର ବିଷୟ ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଶାର Railway Density ୧୫/୧୦୦୦ ବର୍ଗ କିମି ଯଦି ସାହସ ଅଛି ତେବେ ଏହାର ଉତ୍ତର ବିଜେପିର ରାଜ୍ୟ ଏବଂ କେନ୍ଦ୍ର ନେତୃତ୍ୱ ଦେବେ ବୋଲି ଆମେ ଆଶା କରୁଛୁ ।
୩. ବିଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲ୍ଲାକୁ ନୁଆ ରେଳ ଲାଇନ ଛୁଇଁପାରିଛି । ଯଦି ଏତିକି କରାଗଲା ତେବେ ରେଳ ଲାଇନ ନଥିବା ୬ଟି ଜିଲ୍ଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ । ଯଦି ଦମ୍ ଅଛି ବିଜେପିର ଶୀର୍ଷ ନେତୃତ୍ୱ ଆମ ସାଙ୍ଗରେ ବିତର୍କକୁ ଆସନ୍ତୁ ।
୪. ଖୋର୍ଦ୍ଧା-ବଲାଙ୍ଗିରର ୨୯୦ କିମି ରେଳ ଲାଇନ ମଧ୍ୟରୁ କେବଳ ୯୦ କି.ମି. କାମ ଶେଷ ହୋଇପାରିଛି । ଇତି ମଧ୍ୟରେ ପ୍ରାୟ ୨୫ବର୍ଷ ବିତିଗଲାଣି, ରାଜ୍ୟ ସରକାରଙ୍କର ନିତିଗତ ନିଷ୍ପତ୍ତି ଯେ, ଅଧା ଖର୍ଚ୍ଚ ବହନ କରିବେ ଏବଂ ମାଗଣାରେ ଜମିଦେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟ ସରିପାରୁ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଆମକୁ ମନେ ପଡ଼େ ଯେ, ଐତିହାସିକ ଧିରେ ହୋଇଯିବ ବୋଲି ପରିଗଣିତ ହେବ । ଏ ଗତିରେ ଯଦି ଆଗାଏ ତେବେ ଏହାକୁ ଶେଷ କରିବା ପାଇଁ ଆହୁରି ୧୦ ବର୍ଷ ଲାଗିବ । ଆମେ ପଚାରିବାକୁ ଚାହୁଁଛୁ ଯେ, ବଲାଙ୍ଗିର କି ଅପରାଧ କରିଛନ୍ତି ଯେ ଆଜିପର୍ଯ୍ୟନ୍ତ ରେଳ ସେବାରୁ ନିବୃତ? ଆଜି ସେଇ ଚାରୋଟି ଜିଲ୍ଲାର ବ୍ୟକ୍ତି ବିଶେଷ ଆପଣମାନଙ୍କ ଠାରୁ ଉତ୍ତର ମାଗୁଛନ୍ତି ଯେ, ତାଙ୍କ ପ୍ରତି ଏ ବୈମାତୃକ ମନୋଭାବର କାରଣ କ’ଣ?
୫. ଚାଳଚେର-ବିମଳାଗଡ: ୨୦୦୩ରେ ନିଷ୍ପତ୍ତି ନେବାପରେ ୧୫୫ କି.ମି. ବିଶିଷ୍ଟ ରେଳ ଲାଇନର କାର୍ଯ୍ୟ ଆଜିପର୍ଯ୍ୟନ୍ତ କେବଳ ୨୦ କି.ମି. ତିଆରି ହୋଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୧ କି.ମି. ରେଳ ଲାଇନ ପାଇଁ ୨୦ କୋଟି ଟଙ୍କାର ଆବଶ୍ୟକତା ରହିଛି । କିନ୍ତୁ ଦୁଃଖର କଥା ଏ ବର୍ଷର ବଜେଟ୍ରେ ଏହି ପ୍ରୋଜେକ୍ଟ ପାଇଁ ମାତ୍ର ୧୦ କୋଟି ବ୍ୟୟ ବରାଦ କରାଯାଇଛି । ଏହାପରେ ବରାଦ ଅନୁସାରେ ଗୋଟେ, ୫ କି.ମି. କାମ ସାରିବା ପାଇଁ କେନ୍ଦ୍ର ରେଳ ବିଭାଗ ଆଶା ରଖିଛି ।
ଯଦି ଏହି ଗତିରେ କାମ ଚାଲେ ତେବେ କାମ ସରିବା ପାଇଁ ୨୦୦ ବର୍ଷ ଲାଗିବ । ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଜିଲ୍ଲା ଏହି ଲାଇନ୍ ଦ୍ୱାରା ଲିଙ୍କ ହେବେ । ତେଣୁ ଏ ଜିଲ୍ଲାର ଲୋକେ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏମ୍.ପି. ଜୁଏଲ ଓରାମଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ, ଓଡ଼ିଶା ପ୍ରତି ଏ ବୈମାତୃକ ମନୋଭାବ କ’ଣ ପାଇଁ ? ମାନ୍ୟବର ମନ୍ତ୍ରୀ ଉତ୍ତର ଦିଅନ୍ତୁ ଯେ, ଏ ବର୍ଷର ଲକ୍ଷ୍ୟ କେବଳ ୧/୨ କି.ମି. । ୨୦୧୪ ମସିହାରେ ଏନ୍.ଡ଼ି.ଏ ସରକାର ଆସିବା ପରେ ଘୋଷଣା ହୋଇଥିବା ଏକ ମାତ୍ର ନୂଆ ରେଳବାଇ ଲାଇନ ଗୁଣୁପୁର ଠାରୁ ଥେରୁବାଲି ରେଳ ଲାଇନ ।
ଆମେ ପ୍ରଶ୍ନ କରିବାକୁ ଚାହୁଛୁ ଯେ, ଆଜି ପର୍ଯ୍ୟନ୍ତ ଘୋଷଣା ସର୍ବସ୍ୱ କେନ୍ଦ୍ର ସରକାର ଏହି ରେଳ ଲାଇନ ପାଇଁ ଜମି ରେଜିଷ୍ଟ୍ରେସନ କରିଛନ୍ତି କି? ରେଳବାଇର ବ୍ୟାପକତା ଉପରେ ଗପୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବେକି ଯେ, ଆଜି ପର୍ଯ୍ୟନ୍ତ ଜମି ପାଇଁ ରେଜିଷ୍ଟ୍ରେସନ କ’ଣ ପାଇଁ ହୋଇନାହିଁ? ଏହା ବ୍ୟତିତ ଆମ ଅନୁରୋଧ କ୍ରମେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳବାଇ ଲାଇନ ଘୋଷଣା ହୋଇଥିଲା । ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଉତ୍ତର ଦେବେକି?
ଦୁଃଖଦ ଓ ପରିତାପର ବିଷୟ ଯେ, ଗୋଟିଏ ରେଳବାଇ ଲାଇନ ସଂଯୁକ୍ତ କରାଯାଇଥିଲା ବେଳେ ଆଉ ଗୋଟିଏ ବହୁତ ଦରକାରୀ ଲାଇନ କାଟି ଦିଆଯାଇଛି । ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁଛୁ ଯେ, ଜଳେଶ୍ୱର ଠାରୁ ଦୀଘା ରେଳବାଇ ସଂଯୋଗୀକରଣକୁ ଖାରଜ କରାଯାଇଛି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଉତ୍ତର ଦେବେକି ଏହାର କାରଣ କ’ଣ? କ’ଣ ପାଇଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୋକଙ୍କୁ ଏ ସମସ୍ୟା ଭିତରେ ଠେଲି ଦିଆଯାଉଛି? ଗବଦଳାପଲ୍ଲା ୱାଗନ ଫ୍ୟାକ୍ଟ୍ରି ଆଜି ଶୀତଳ ଭଣ୍ଡାରରେ ପଡ଼ିଯାଇଛି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବେ କି ଏହା କ’ଣ ଉଦେଶ୍ୟମୂଳକ ଭାବେ କରାଯାଇଛି? କଳାହାଣ୍ଡି ୱାଗନ ଫ୍ୟାକ୍ଟ୍ରି ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସରକାର ୧୦୦ ଏକର ଜମି ଏଥିପାଇଁ ବ୍ୟବସ୍ଥା ମଧ୍ୟ କରିସାରିଛନ୍ତି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କଳାହାଣ୍ଡି ପାଇଁ ବ୍ୟବସ୍ଥା କରାଯାଉଥିବା ଏ ପ୍ରକଳ୍ପ ପାଇଁ ଏ ବର୍ଷର ରେଳବାଇ ବଜେଟ୍ରେ ମାତ୍ର ଏକ କୋଟି ଟଙ୍କାର ବଜେଟ୍ କରାଯାଇଛି । ପାଞ୍ଚ ବର୍ଷ ହେଲାଣି କାମ ଚାଲିଛି, କିନ୍ତୁ ତିଳେମାତ୍ର ଅଗ୍ରଗତି ହୋଇନାହିଁ । ଉତ୍ତର ଦେବେକି ମାନ୍ୟବର ସାଂସଦ ବସନ୍ତ ପଣ୍ଡା ମହୋଦୟ ଯେ ଏହି ବୈମାତୃକ ମନାଇବାର କାରଣ କଣ?
ଏହା ବ୍ୟତିତ ଲୋକ ଆନନ୍ଦରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ପୁରୀ ଠାରୁ କୋଣାର୍କ, ବରଗଡ଼ ଠାରୁ ନୂଆପଡ଼ା, ଚକୁଳିଆ ଠାରୁ ବୁରମରା, ଜାଳପୁର ଠାରୁ ଆମଲା ପର୍ଯ୍ୟନ୍ତ ରେଳବାଇ ଲାଇନ ସଂଯୋଗୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । ହରିଦାସରୁ-ପାରାଦୀପ ଭାୟା କେନ୍ଦ୍ରାପଡ଼ା, ଅନୁଗୁଳ-ସୁକିନ୍ଦା ପାଇଁ କେବଳ ମାଲବାହୀ ଟ୍ରେନର ବ୍ୟବସ୍ଥା ହୋଇଛି । ଏହି ଲାଇନରେ ପାସେଞ୍ଜର ଟ୍ରେନ ଯିବାପାଇଁ କ’ଣ ପାଇଁ ବ୍ୟବସ୍ଥା ହୋଇପାରୁନାହିଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେଇପାରିବେ କି? ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱରେ ଯଦି ଦମ୍ ଥିବ ଆସିବେ ଆମେ ତର୍କ କରିବା ପାଇଁ ପ୍ରସ୍ତୁତ । ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକୃତ କ୍ଷେତ୍ରରେ କହିଲେ ଯେ, ଆଞ୍ଚଳିକ ଦଳ ହିଁ ଓଡ଼ିଶା ପାଇଁ ଯାହା କରିବାର ଅଛି କରିବ । କେନ୍ଦ୍ରୀୟ ଦଳର ଏବଂ ତାଙ୍କ ନେତୃତ୍ୱର ସାହାସ ଏବଂ ଇଚ୍ଛାଶକ୍ତି ନାହିଁ କେନ୍ଦ୍ରରେ ସ୍ୱର ଉତ୍ତୋଳନ କରିବେ କ’ଣ ଓଡ଼ିଶା ପାଇଁ କ’ଣ ନୂଆ କରିବେ?
ପୁଣିଥରେ କହିବାକୁ ଚାହୁଛୁ ଗତ ସାତ ବର୍ଷ ମଧ୍ୟରେ ରାଜ୍ୟରୁ ୧,୪୦,୦୦୦ କୋଟି ରାଜସ୍ୱ ଯାଇଛି ଏବଂ ଆମେ ପାଇବୁ ମାତ୍ର ୧୪,୦୦୦ କୋଟି, କେବଳ ଜୁମ୍ଲାରେ ବଜେଟ ହୁଏ ନାହିଁ । ଆମେ ଅନୁରୋଧ କରୁଛୁ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦ ଗଣକୁ ଏହି ବିଷୟରେ ଆମ ସାଙ୍ଗରେ ଯଦି ସତ୍ ସାହାସ ଅଛି ତେବେ ଡ଼ିବେଟ୍ କରିବା ପାଇଁ । ୫୯୦ କୋଟି ଟଙ୍କାରୁ ୭୦୦ କୋଟି ଟଙ୍କାର ରେଳବାଇ ବଜେଟ୍ ଆମର ଆବଶ୍ୟକତା ନାହିଁ । ଆମେ ଆଶା କରୁଛୁ ଓଡ଼ିଶାର ଅବଦାନକୁ ନ ଭୁଲି ଯାଇ କେନ୍ଦ୍ର ସରକାର ଆମ କଥା ଟିକେ ଶୁଣନ୍ତୁ ଏବଂ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା ନ କରି ଓଡ଼ିଶାବାସୀଙ୍କ ହକ୍କୁ ଦିଅନ୍ତୁ ।
କୁଟିଆକୁ ଆଦର୍ଶ ପଞ୍ଚାୟତ ଭାବରେ ଗଢାଯିବ, ଖୁବ୍ଶୀଘ୍ର ପଞ୍ଚାୟତ ଯିବେ ମୁଖ୍ୟମନ୍ତ୍ରୀ
କୁଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ
୧୩ କୋଟିର ପ୍ରକଳ୍ପ ଉଦ୍ଘାଟନ, ୫ କୋଟିର ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି
କୁଟିଆକୁ ଆଦର୍ଶ ପଞ୍ଚାୟତ ଭାବରେ ଗଢାଯିବ,
ଖୁବ୍ ଶୀଘ୍ର ମୁଁ କୁଟିଆ ପଞ୍ଚାୟତ ଯିବି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଂଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ High Level ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୮ରେ କୁଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଖୁବ୍ଶୀଘ୍ର କୁଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୁଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି ।ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିରୁ ମୟୁରଭଂଜ, କୋରାପୁଟରୁ କଟକ – ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଆମର ମା । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ ।ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁ କୁଟିଆ ପଞ୍ଚାୟତରେ ବହୁତ ଉନ୍ନତି ଆସିଛି। ଗାଁର ଲୋକମାନେ ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା ଆଦି ବିଭିନ୍ନ ସୁବିଧା ପାଇପାରୁଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।
କୋରାପୁଟ ଓ ପଟାଙ୍ଗିର ବିଧାୟକ ମଧ୍ୟ ଏହି ଅବସରରେ ନିଜର ମତବ୍ୟକ୍ତ କରି କୁଟିଆ ଆଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। କୁଟିଆ ପଞ୍ଚାୟତର ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ମଧ୍ୟ ଏହି ଅବସରରେ ନିଜର ମତାମତ ରଖି କୁଟିଆ ପଞ୍ଚାୟତ ଏବଂ ସାରା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ସଂପର୍କରେ କିପରି ଲୋକମାନେ ପାଉଛନ୍ତି, ସେ ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ।କୋରାପୁଟ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।କୁଟିଆ ଅଞ୍ଚଳର ବିକାଶ ଉପରେ ଏକ ସ୍ବତନ୍ତ୍ର ବୃତ୍ତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ ।














