ଅନୁସୂଚିତ ଜନଜାତି ଓ ଜାତି ବିଭାଗ 5ଟିରେ ସାମିଲ…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ବିଭାଗରେ 5T କାର୍ଯ୍ୟକ୍ରମ 

50 ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଗଲା ୧୦୧ କୋଟି ଟଙ୍କାର ବୃତ୍ତି

୩ ଟି ଆକାଂକ୍ଷା ହଷ୍ଟେଲ ଓ 68 ଟି ଛତ୍ରାବାସର ଉଦଘାଟନ, ହଷ୍ଟେଲରେ ରହୁଥିବା 5.75 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ ,

ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ 5T କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏଥିରେ 3ଟି ଆକାଂକ୍ଷା ହଷ୍ଟେଲ ଓ 68 ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା 5.75 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ , 50 ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି , ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।ଏହିସବୁ କାର୍ଯ୍ୟକ୍ରମ ଗୁଡିକ ବିଭାଗର କାର୍ଯ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ ।ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର ।

ଜନଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି । ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାତୃଭାଷା ଜରିଆରେ ହିଁ ପିଲାମାନେ ସହଜରେ ଶିକ୍ଷା ଗ୍ରହଣ କରିପାରନ୍ତି ।ଆଜି ଆରମ୍ଭ ହେଉଥିବା ସଂହତି କାର୍ଯ୍ୟକ୍ରମ ଦ୍ଵାରା ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ । ସେହିପରି ହଷ୍ଟେଲ ରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, Odisha State Scholarship Portal ରେ Post Matric Scholarship ସିଧା ସଳଖ ବ୍ଯାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ।ଏହି ଦୁଇଟି ଯୋଜନାରେ ଛଅ ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ ।ସୂଚନାଯୋଗ୍ୟ ଯେ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏଥିରେ 1.5 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।ସେହିପରି ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ମୋ ଛତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କର ଯାଇଛି ।ଏହା ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା 6700 ହଷ୍ଟେଲର 5.75 ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ । ସେହିପରି Odisha State Scholarship Portal ଜରିଆରେ 50 ହଜାର ଛାତ୍ରଛାତ୍ରୀଙ୍କୁ 101 କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ଯାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରଦାନ କରାଯାଇଛି ।ଅନୁସୂଚିତ ଜନଜାତି , ଜାତି ପିଲା ମାନଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାପାଇଁ ଆକାଂକ୍ଷା ଯୋଜନା ଚାଲୁଅଛି ।ଏହି ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ରେ ୩ ଟି ଆକାଂକ୍ଷା ହଷ୍ଟେଲ ଉଦଘାଟନ କରିଥିଲେ ।ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ 68ଟି ଛତ୍ରାବାସ ଲୋକାର୍ପିତ କରିଥିଲେ । ଏହି ଛତ୍ରାବାସ ଗୁଡିକ ପାଇଁ 150 କୋଟି ଟଙ୍କା ବିନିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପିଲାମାନଙ୍କ ଦକ୍ଷତା ବିକାଶ ଆମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ପ୍ରୟାସ ଯୋଜନାରେ 7500 ରୁ ଅଧିକ ST, SC ଓ OBC ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଓଡିଶା skill development authority ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି ।ଆପଦଗ୍ରସ୍ଥ ଜନଜାତିଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ପୁଷ୍ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ Ajim Premji Philanthropic Initiativeର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଆମର 3500 PVTG ଚାଷୀ, 23 ହଜାର ଶିଶୁ ଏବଂ 25 ହଜାର ମା ଉପକାର ପାଇବେ । ଏହି କାର୍ଯ୍ୟକ୍ରମ ରାଜ୍ୟର 1138 ଟି PVTG ଗ୍ରାମରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମ ଗୁଡିକ ଦ୍ଵାରା ଆମର ଜନଜାତି , ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରରୁ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆଜିର କାର୍ଯ୍ୟକ୍ରମ ଦ୍ଵାରା ଜନଜାତି , ଜାତି ଛାତ୍ରଛାତ୍ରୀ ମାନେ ଆଗକୁ ବଢିବା ସହିତ ଓଡିଶା ର ବିକାଶ ରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ଶ୍ରୀ ସାରଦା ନାୟକ ମଧ୍ୟ ଭିଡିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଆପଦଗ୍ରସ୍ଥ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ନବରଙ୍ଗପୁର ଓ କେଉଁଝର ର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନଫରେନସିଙ୍ଗ ଜରିଆରେ ନିଜର ମତାମତ ରଖି ଏହାଦ୍ବାରା ସେମାନଙ୍କର ଉଚ୍ଚଶିକ୍ଷା ରେ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚ ପଦସ୍ଥ ଅଫଧିକାରୀ ମାନେ ଯୋଗ ଦେଇଥିଲେ।

ସୋଆର ୨୦୨୧ ବ୍ୟାଚ୍‌ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପାଇଲେ ନିଯୁକ୍ତି..

ଭୁବନେଶ୍ୱର :ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚ୍‌ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି । କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ ।ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ୍‌, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ୍‌, ଡେଲଏଟ୍‌, ଏଚ୍‌ପି ଆଇଏନ୍‌ସି, ଟେମେନସ୍‌, ଇନ୍‌ଫର୍ମାଟିକା,ଏମ୍‌ଏକ୍‌ୁ୍ୟ ସଫ୍ଟୱେୟାର୍‌, ଏନ୍‌ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି । ମହାମାରୀ ସତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି ।

ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍‌ଫୋସିସ୍‌, ୱିପ୍ରୋ, କଗ୍ନିଜାଂଟ, କେପ୍‌ଜେମିନି, ଡିଏକ୍ସସି, ହେକ୍ସାୱେର୍‌, ଏଚ୍‌ସିଏଲ୍‌, ଏନ୍‌ଆଇଆଇଟି ଟେକ୍ନୋଲୋଜିସ୍‌, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍‌, ଇନ୍‌ଫୋଗେନ୍‌, ଟୁଡିପ ଟେକ୍ନୋଲୋଜିସ୍‌, ଭି-କନ୍‌ଷ୍ଟ୍ରକ୍ଟ, ଏନ୍‌ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି ।

ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍‌ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି । କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାର ଶେଷ ସୁଦ୍ଧା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି ।
ଚଳିତ ବର୍ଷ ଆଇଟିଇଆର୍‌ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ । ଏହା ବ୍ୟତୀତ ସୋଆର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ କର୍ପୋରେଟ୍ ସୋଆ କ୍ୟାମ୍ପସ୍‌ରେ ସେମାନଙ୍କର ହବ୍ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟ୍ରିରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।
କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟ୍ୟୁଡ୍ ଏବଂ କାଉନ୍‌ସେଲିଂ କ୍ଷେତ୍ରରେ ଉତ୍କୃଷ୍ଟ ଧରଣର ଟ୍ରେନିଂ କାର୍ଯ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି ଆଶା କରାଯାଉଛି ।

ସେହିପରି ଏକ ୬ ଜଣିଆ ଆଇଟିଇଆର୍ ଛାତ୍ରଛାତ୍ରୀ ଟିମ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୦ ରେ ଭାଗ ନେଇ ଓ ଷ୍ଟେଟ୍‌ମେଂଟ ଆର୍‌କେ ୫୭ (ଡିଜିଟାଲ୍ ପୋଲିସିଙ୍ଗ) ସମସ୍ୟାର ସମାଧାନ କରି ଚାମ୍ପିଅନ୍ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ସେହିପରି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ ଦ୍ୱାରା ପରିଚାଳିତ ଟିସିଏସ୍ କୋଡ୍ ଭିଟା ସିଜନ୍ ୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇଛନ୍ତି ସୋଆ ଛାତ୍ରଛାତ୍ରୀ ।

କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ପୂର୍ବ ଭାରତରୁ ସର୍ବାଧିକ ସୋଆରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତିର ସୁଯୋଗ ଦେଇଥିବା ବେଳେ ୟୁଏସଏ ସ୍ଥିତ ଡେଲଏଟ୍ ପ୍ରିମିୟମ୍ କାଟେଗୋରୀ ଚଏସ୍‌ରେ ବାର୍ଷିକ ୭.୬ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ ।

ଅନୁସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ଗବେଷଣା ନିମନ୍ତେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବୋରେଟୋରୀରେ ୨୨ଟି ନିର୍ଦ୍ଦିଷ୍ଟ ମନୋନୀତ ବିଷୟରେ ଗବେଷଣା କରାଯାଉଛି । ସୋଆର ଫାକଲ୍ଟି ଏବଂ ଗବେଷଣାରତ ସ୍କଲାରମାନଙ୍କର ଗବେଷଣାର ତଥ୍ୟ ନିୟମିତ ଭାବରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଜାତୀୟ ଏବଂ ଅନ୍ତର୍ଜାତୀକ ଜର୍ନାଲ୍‌ଗୁଡ଼ିକରେ ପ୍ରକାଶ ପାଉଛି । ବିଶ୍ୱବିଦ୍ୟାଳୟର ନିଜସ୍ୱ ୭୨୬୧ଟି ସ୍କୋପସ୍ ଇଣ୍ଡେକ୍ସଡ ପବ୍ଲିକେସନ୍ ରହିଥିବା ବେଳେ ଏଚ୍ ଇଣ୍ଡେକ୍ସ ୬୫ ରହିଛି । ସୋଆର ଗବେଷକମାନେ ବର୍ତମାନ ପର୍ଯ୍ୟନ୍ତ ୨୯୯ଟି ପ୍ୟାଟେଂଟ୍ ଦାଖଲ କରିଥିବା ବେଳେ ୫୧୫ଟି ନଭେଲ୍ ଜିନ୍ ସିକ୍ୱେନ୍ସ ଦାଖଲ କରିଛନ୍ତି ।

ସୋଆ ଅଧିନରେ ୯ଟି ଅନୁଷ୍ଠାନ ପରିଚାଳିତ ହେଉଛି । ସେଗୁଡ଼ିକ ହେଲା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୦ରେ ସୋଆ ସାରା ଦେଶରେ ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍ (ନାକ୍‌) ଦ୍ୱାରା ଏ ଗ୍ରେଡ୍ ପାଇ ରିଆକ୍ରେଡିଟେସନ୍ ହାସଲ କରିଛି ସୋଆ ।

ଉତ୍କୃଷ୍ଟ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପୂର୍ବଭାରତରେ ଏକ ଉଚ୍ଚକୋଟୀର କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଟିଇଆର୍ ଉଚ୍ଚମାନର ଶିକ୍ଷାଦାନ, ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ପରାମର୍ଶ କରି ପ୍ରସ୍ତୁତ କରିକୁଲମ୍‌. ଉଚ୍ଚଶିକ୍ଷିତ ଫ୍ୟାକଲ୍ଟି ଓ ଉଚ୍ଚମାନର ନିଯୁକ୍ତି ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ଆଇଟିଇଆରର ପ୍ରୋଗ୍ରାମ୍ ଗୁଡ଼ିକୁ ଆମେରିକାର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି (ଆବେଟ୍‌) ର ମାନ୍ୟତା ମଧ୍ୟ ମିଳିଛି ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟାଳୟ ଗୁଡ଼ିକର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟାଳୟ ଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଅଛି । ୯ମ ଏବଂ ୧୧ଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଗୁଡ଼ିକରେ ପୂର୍ବବତ ପୂର୍ବାହ୍ନ ୭ଘଟିକା ଠାରୁ ୯ଘଟିକା ପର୍ଯ୍ୟନ୍ତ ପାଠ ପଢ଼ା ହେବ। ୧୦ମ ଓ ୧୨ଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଗୁଡିକରେ ପୂର୍ବାହ୍ନ ୯ଘଟିକା ଠାରୁ ଅପରାହ୍ନ ୧ଘଟିକା ପରିବର୍ତ୍ତେ ପୂର୍ବାହ୍ନ ୮ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଶିକ୍ଷାଦାନ କରାଯିବ।

29 ତମ ରାଜ୍ୟସ୍ତରୀୟ ଥ୍ରୋ ବଲ ପ୍ରତିଯୋଗିତାକୁ ଉଦଘାଟନ କଲେ ପ୍ରଣବ…

ଯାଜପୁର : ଯାଜପୁର  ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି 29 ତମ ରାଜ୍ୟସ୍ତରୀୟ ଥ୍ରୋ ବଲ ପ୍ରତିଯୋଗିତା । ଜିଲା ଥ୍ରୋ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ ଏହାକୁ ଉଦଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର 27 ଜିଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ବର୍ଗ ରେ ମୋଟ 650 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗୀ ର କୃତି ପ୍ରତିଯୋଗୀଙ୍କୁ ଆଗାମୀ ରାଜ୍ୟ ଓ ଜାତୀୟ ଦଳ ରେ ସ୍ଥାନ ମିଳିବ ବୋଲି ଆୟୋଜକ ଙ୍କ ସୂତ୍ରରୁ ଜଣାପଡ଼ିଛି।ଏହି ପ୍ରତିଯୋଗିତା ଆସନ୍ତାକାଲି ଶେଷ ହେବ।

ଶିକ୍ଷା ଆଗକୁ ଗଲେ ରାଜ୍ୟ ଆଗକୁ ଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାର ସବୁବେଳେ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି l କାରଣ ଶିକ୍ଷା ଆଗେଇଲେ ଓଡିଶା ଆଗେଇବ l ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ମୁଁ 1ନମ୍ବର ହେଲେ ହେବନି ମୋ ଓଡିଶା ସବୁକ୍ଷେତ୍ରରେ ୧ ନମ୍ବର ହେବ l ଯେଉଁଥି ପାଇଁ ଆମ ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି l ଯାହା ଏଥର ବଜେଟରେ ବି ପ୍ରତିଫଳିତ ହୋଇଛି l ରାଜ୍ୟ ବଜେଟର ମୋଟ ଆକାର ହେଉଛି ୧ ଲକ୍ଷ 70ହଜାର କୋଟି l ଆଉ ଏଥିରେ ଶିକ୍ଷା ପାଇଁ ବ୍ୟୟ ବରାଦ କରାଯାଉଛି 24ହଜାର 3ଶହ 70କୋଟି l ଆଜି ଯାଜପୁର ସରକାରୀ ବଳିକା ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ ଯୋଗଦେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ l ସେହିପରି ଏହି ଉତ୍ସବରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି l ଯାହା ଧୀରେ ଧୀରେ ଅନ୍ୟ ରାଜ୍ୟ ଅନୁସରଣ କରୁଛି ବୋଲି ସେ କହିବା ସହ ଆଗାମୀ ଦିନରେ ଯାଜପୁର ଶିକ୍ଷାର ହବ ହେବ ବୋଲି କହିଛନ୍ତି l ଏହି ଉତ୍ସବରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ଏହାସହ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଙ୍କ ମା ତଥା ସନ୍ଧ୍ୟା ଦାସ ଯୋଗ ଦେଇଥିଲେ l ଶେଷରେ ମନ୍ତ୍ରୀ ସମୀର ରଞ୍ଜନଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ସ୍କୁଲ ତରଫରୁ । ସଭାରେ ଛାତ୍ରୀ ମାନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଆଶୀର୍ବାଦ କରବା ସହ ସେମାନଙ୍କର ଉଚ୍ଚ ଅଭିଳାଷ ପୂରଣ କରନ୍ତୁ ଯେପରି ସେମାନେ ଭବିଷ୍ୟତରେ ଯାଜପୁର ତଥା ରାଜ୍ୟର ନାମ ଉଜ୍ଜ୍ୱଳ କରିବେ ବୋଲି ଭଵ ତାଙ୍କ ଅଭିଭାଷଣରେ କହିଥିଲେ l

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଉପସ୍ଥାପିତ କରିଛନ୍ତି । ଏହି ଯୋଜନା ବାବଦରେ ଗୃହକୁ ସମ୍ପୁର୍ଣ୍ଣ ଭାବେ ଅବଗତ କରିଥିଲେ । ଆଜି ସର୍ବସମ୍ମତ କ୍ରମେ ଗୃହରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହିତ ହୋଇଛି ।

ସେ କହିଛନ୍ତି ଯେ, ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ । ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି ।ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ/ ତଥା ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା। ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟୀତ୍ୱ ।ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଷ୍ଟିସ ବି.ପି. ଦାଶ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିଶ କଲେ, ସେତେବେଳେ ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା । ସେଗୁଡିକ ହେଲା :

୧) ଶ୍ରୀମନ୍ଦିରର ନିରାପତ୍ତା
୨) ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭଙ୍କ୍ତମାନଙ୍କର ନିରାପତ୍ତା
୩) ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି

ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଗୋଷ୍ଠି ସହିତ ବହୁବାର ଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ କରିଛି । ଏହି ମହାନ କାର୍ଯ୍ୟ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଗଜପତି ମହାରାଜାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ସେବାୟତ ତଥା ପୁରୀର ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସେ ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କୁ, ଡ. ସୁବାସ ପାଣି ଏବଂ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ କି ଏହି ମହାନ କାର୍ଯ୍ୟରେ ସେମାନଙ୍କର ଅବଦାନରଖି ସରକାରଙ୍କୁ ଉତ୍ସାହିତ କରିଛନ୍ତି ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁହେଁ । ଏ ଯୋଜନା ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହରେ ସେ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ତିନୋଟି ପ୍ରସ୍ତାବ ଦେଇଥିଲେ ।

୧) ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶିଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ଦ୍ୟମ କରିବା।
୨) ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା ।
୩) ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ।
ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ

ଫେରୁଛି କରୋନା : କଟକଣା ଜାରୀ କଲେ ରାଜ୍ୟ ସରକାର…. .

ଭୁବନେଶ୍ୱର :ଆସିଲା ମାର୍ଚ୍ଚ ମାସର କୋଭଡ ଗାଇଡ ଲାଇନ୍ ।ଯାତ୍ରା ପାଇଁ ଫିଟିଲା ବାଟ ।୨୦୦୦ ଲୋକଙ୍କୁ ନେଇ ଯାତ୍ରା କରିପାରିବେ ।ଏନେଇ ଜିଲ୍ଲା ପ୍ରସାସନ ର ଅନୁମତି ନେବାକୁ ପଡିବ ।କୋଭଡ ଗାଇଡ ଲାଇନ କୁ ପାଳନ କରିବା ପାଇଁ କଡାକଡି ଭାବରେ ନିର୍ଦେଶ ଦେଇଛନ୍ତି ।ଏହାସହ ସାମାଜିକ ଦୂରତା ଆଦି ମାନିବା ପାଇଁ ଗୁରୁତ୍ୱ ।ଏହାସହ ଥର୍ମାଲ ସ୍କ୍ରିନ କରାଯିବ ।୬ ଫୁଟ ଦୂରତା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଏହ ସହ ଯେଉଁମାନଙ୍କ ର ଥଣ୍ଡା କାଷ ଭଳି ଲକ୍ଷଣ ଥିଲେ ଯାତ୍ରା କୁ ଅନୁମତି ମିଳିବ ନାହିଁ ।ଏଥିପାଇଁ ଅନଲାଇନ ଟିକେଟ କରିବା ସହ ଅଧିକ ଟିକେଟ କାଉଣ୍ଟର କରିବା ପାଇଁ ନିର୍ଦ୍ଦେଶ ରହିଛି ।

  1. ଏହାସହ ବାହାଘର କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକ ଙ୍କୁ ଅନୁମତି ଦିଆଯାଇଛି ।ମାସ୍କ ଓ ସାନିଟାଇଜର କଡାକଡି ପାଳନ କରିବା ପାଇଁ କୁହାଯାଇଛି ।ସାମାଜିକ ଦୂରତା କୁ କଡାକଡି ପାଳନ କରିବା ପାଇଁ ଗାଇଡ ଲାଇନ ରେ କୁହାଯାଇଛି ।ଏହ ସହ ଧାର୍ମିକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୫୦୦ ଲୋକଙ୍କୁ ଅନୁମତି ।ପ୍ରାଥମିକ ବିଦ୍ୟାଳୟ ପାଇଁ ସରକାରଙ୍କ ଅନୁମତି ନେବେ,ଏତିପାଇଁ ବିଭାଗ ପକ୍ଷରୁ ସ୍ଵତନ୍ତ୍ର sop ଆସିବ ।ଏହାସହ କଣ୍ଟେନମେଣ୍ଟ ଜୋନ ଆବଶ୍ୟକ ପଡିଲେ ଜିଲ୍ଲା ପ୍ରସାସନ ନିଷ୍ପତ୍ତି ନେଇପାରିବେ ।

ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା : ମୋହନ ମାଝୀ

ଭୁବନେଶ୍ୱର : ବିଜେପି ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବେଳେ ଏକଥା ଉଠାଇଥିଲେ ମୋହନ ମାଝୀ। ଗୃହ ବାହାରେ ପ୍ରତିକ୍ରିୟା ଦେଇ ଜୟନରାୟଣ କହିଛନ୍ତି ଜେଲ ଭିତରେ ମୋତେ ଖାଇବାରେ କିଛି ମିଶାଇ ଖାଇବାକୁ ଦେଇଥିଲେ। ଯାହା ଫଳରେ ମୋର କିଡନୀ ରୋଗ ବାହାରିଥିଲା। ଜେଲ ଯିବା ପୂର୍ବରୁ ଜୟନରାୟ ଣ ନ୍କ କିଡନୀ ରୋଗ ନଥିଲା । ଦେହ ଖରାପ ହେବ ପରେ ଡାକ୍ତରଖାନା ଯାଇଥିଲେ ଜୟନାରାୟଣ ମିଶ୍ର। ସେତେବେଳେ ତାଙ୍କୁ ଡାକ୍ତର କହିଥିଲେ।

ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଆଲୋଚନାରେ କିଏ କଣ କହିଲେ ପଢନ୍ତୁ…

ଭୁବନେଶ୍ୱର :  ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଶେଷ ହୋଇଛି । 2020 ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ତିର୍ତ୍ତଳ ଓ ବାଲେଶ୍ୱରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଥିଲା। କୋଭିଡ ସ୍ଥିତିରେ ବି ଶୃଙ୍ଖଳିତ କାମ ହୋଇଛି। ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନି। ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ରେ ଅଛି। କମିଶନରେଟ ପୋଲିସ 22 ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣଧୀନ ରହିଛି ବୋଲି ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର।
କଟକରେ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି ପୋଡିବା ପ୍ରସଙ୍ଗ ସମେତ ପରି ପିହୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମାହାଙ୍ଗା ହତ୍ୟା ଘଟଣା ବି ଉଠାଇଲେ ମୋହନ ମାଝୀ।
ମାହାଙ୍ଗା ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବିଜେପୁର ଉପନିର୍ବାଚନ ସମୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛ କେସରେ ଗିରଫ କରି ରଖାଯାଇଥିଲା। ତାଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ ହୋଇଥିଲା। ସ୍ୱାମୀ ଜୀବନାନନ୍ଦଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଲକ୍ଷଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଏ ଯାଏ ଗିରଫ କରାଯାଇନି। ପୋଲିସ ସଂସ୍କାର ଏ ଯାଏ ଆସିପାରିନି। ଆଇନଶୃଙ୍ଖଳା ଓ ତଦନ୍ତ ଅଲଗା ରହୁ ଯାହାଦ୍ୱାରା ଲୋକ ନ୍ୟାୟ ପାଇପାରିବେ ବୋଲି କହିଲେ ମୋହନ ମାଝୀ।
ରାଜ୍ୟରେ ନାହିଁ ଆଇନଶୃଙ୍ଖଳା।ଜଙ୍ଗଲରାଜ ଚାଲିଛି। ରାଜ୍ୟରେ ବଢୁଛି ସାଇବର କ୍ରାଇମ। ତଦନ୍ତ ଶୁନ ଫଳ ସୁନ। ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି। ଡ୍ରଗ୍ସ ମାଫିଆ ଓଡ଼ିଶାର ସବୁ ସ୍ଥାନରେ। ରାଜ୍ୟର ବେକାରୀ ବଢ଼ୁଥିବାରୁ ଏଭଳି ସ୍ଥିତି। ସେମାନଙ୍କର ଚିହ୍ନଟ ହେଉନି କି କାର୍ଯ୍ୟାନୁଷ୍ଠାନ ହେଉନି। ମନ୍ତ୍ରୀ ମାନେ ଅପରାଧରେ ସମ୍ପୃକ୍ତର ଅଭିଯୋଗ। ଯଦି ତଦନ୍ତ ବେଳେ ମନ୍ତ୍ରୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିଲା ତାଙ୍କୁ ହଟାଯିବା ଦରକାର। ମାହାଙ୍ଗା ଓ ପରି ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା। ଆଇନଶୃଙ୍ଖଳା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ସରକାରଙ୍କୁ ନିଶାନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ରାଜନୈତିକ ଚିନ୍ତାଧାରାରେ ଏଭଳି ମୁଲତବୀ ପ୍ରସ୍ତାବ ଅଣାଯାଇଛି। ଗୃହ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଓଡିଶା ପୋଲିସର ପ୍ରଦର୍ଶନ ଭଲ ଅଛି। ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ଯଦି ଏତେ ବିପର୍ଯ୍ୟସ୍ତ ଥାଆନ୍ତା ତାହେଲେ ଓଡ଼ିଶାବାସୀ ଆମକୁ କେବେଠୁ କ୍ଷମତା ବାହାରେ ରଖିସାରନ୍ତେନି ଵୋଲି ଗୃହରେ କହିଲେ ବିଜେଡି ବିଧାୟକ ପ୍ରତାପ ଦେବ।
ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ସବୁ ଅପରାଧକୁ ରାଜନୀତି ସହିତ ଯୋଡ଼ାଯାଉଛି। ରାଜନୈତିକ ଉଦେଶ୍ୟ ରଖି ଏପରି କରାଯାଉଛି ତାହା ନ ହେବା ଉଚିତ ବୋଲି ବିଧାୟକ ପ୍ରୀତି ରଂଜନ ଘଡେଇ ଗୃହରେ କହିଲେ।
ଆଇନଶୃଙ୍ଖଳା ସମ୍ପର୍କରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକଙ୍କ ଗୃହର ମଧ୍ୟ ଭାଗରେ ହୋହଲା ଓ ନାରାବାଜି। ପ୍ଲାକାର୍ଡ ପ୍ରଦର୍ଶନ କଲେ ବିଜେପି ବିଧାୟକ।
ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟ ଭାଗରେ କରୁଛନ୍ତି ପ୍ରତିବାଦ ।
ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିଜେପିର ବିଧାୟକ ମାନେ କକ୍ଷତ୍ୟାଗ କଲେ।

ବିଧାନସଭାରେ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ଲାନ 3ଟି ସଂକଳ୍ପ : ଏକାଠି ହେଲା ଓଡିଶା

ଭୁବନେଶ୍ୱର : ଗୃହରେ ଶ୍ରୀମନ୍ଦିର ପରିକ୍ରମା ପ୍ଲାନ ଉପରେ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ସ୍ପିରିଚୁଆଲ ପରିବେଶ ପାଇଁ ପ୍ଲାନରେ ସ୍ୱତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପରିକ୍ରମା ପ୍ଲାନ ତିଆରି ହୋଇଛି। ସେଥିପାଇଁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ। ସେବାୟତ ଓ ପୁରୀ ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ। ରଘୁନାଥ ମହାପାତ୍ର ଓ ସୁବାସ ପାଣିଙ୍କୁ ମଧ୍ୟ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ। ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ସାଢ଼େ 4 କୋଟି ଓଡିଶା ବାସୀଙ୍କର ଏହି ଯୋଜନା। ଶ୍ରୀମନ୍ଦିର ପରିକ୍ରମା ପ୍ଲାନ ଗୃହରେ ପ୍ରେଯେଣ୍ଟ କରି ଧନ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ।

କଂଗ୍ରେସ ଓ ବିଜେପି ପ୍ରସ୍ତାବକୁ ସମର୍ଥନ କରିଛନ୍ତି l ଯେଉଁଥି ପାଇଁ ଶାସକ ଦଳ ବିଧାୟକ ଦେବି ମିଶ୍ର ବିରୋଧୀ ଦଳଙ୍କୁ ଧନ୍ୟବାଦ ଦେଇଥିଲେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news