ଭୁବନେଶ୍ୱର : ବିଧାନସଭା ର ବଜେଟ ଅଧିବେଶନ ସମୟରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ୍ ।ଅଧିବେଶନ ସମୟରେ ସାମ୍ବାଦିକ ମାନେ କେଉଁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସେନେଇ ପଚାରିବୁଝିଛନ୍ତି ବିକ୍ରମ ।ବିଶେଷ କରି ମନ୍ତ୍ରୀ ଙ୍କ ବିବୃତି ,ଗୃହରେ ଉପସ୍ଥାପନ ହେଉଥିବା ବିଲ୍ ଏବଂ ପ୍ରଶ୍ନୋତ୍ତୋର ଓ ନେଭା ଆଫ ନେଇ ଆଲୋଚନା କରିବା ସହ ସାମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ
ଗୃହରେ ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ତାତି : କେନ୍ଦ୍ର ଉପରେ ବର୍ଷିଲେ ନରସିଂହ…
ଭୁବନେଶ୍ୱର : ଗୃହରେ ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ଜୋରଦାର ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅଶୋଧିତ ତୈଳ ଦର କମ ଥିବାବେଳେ ତୈଳ ଦର ବୃଦ୍ଧିକୁ ନେଇ ପ୍ରଶ୍ନ। ପଡୋଶୀ ଦେଶରେ କମ ଦାମରେ ପେଟ୍ରୋଲ ଡିଜେଲ ମିଳୁଥିଲେ ମଧ୍ୟ ଭାରତରେ କାହିଁକି ମିଳୁନି ବୋଲି କଲେ ପ୍ରଶ୍ନ। ଆର ବି ଆଇ ଗଭର୍ଣର କହୁଛନ୍ତି ଟିକସ କମାଓ ବୋଲି। କେହି କଣ ଜାଣିପାରୁନାହାନ୍ତି କି। କେନ୍ଦ୍ରର ଦାଇତ୍ୱ ଅଧିକ। କେନ୍ଦ୍ରକୁ ଟାର୍ଗେଟ କଲେ ନରସିଂହ। ଜିଏସଟି ରେ କାହିଁକି ଅନ୍ତର୍ଭୁକ୍ତ କରାଗଲାନି। ପୂର୍ବରୁ ମଧ୍ୟ ଗୃହରେ କୁହାଯାଇଛି ମଦ ଓ ପେଟ୍ରୋଲ ଡିଜେଲକୁ ଜି ଏସ ଟି ରେ ଅନ୍ତର୍ଭୁକ୍ତ କରିବା ପାଇଁ। ଏବେ କେନ୍ଦ୍ରମନ୍ତ୍ରୀ କଣ କହୁଛନ୍ତି ସେ ତ ନିଜେ ସରକାର। ଏ କାମ ନ କରି କଥା କଣ କହୁଛନ୍ତି ବୋଲି କହିଲେ ନରସିଂହ। ଖାଲି କଥା ନୁହେଁ କାମରେ କରିବା ଦରକାର।ୟୁପିଏ ସରକାର ସମୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ବେଳେ ଯିଏ ଦେଶଦ୍ରୋହୀ ବୋଲି କହୁଥିଲା ସେ କୁହନ୍ତୁ ଏବେ କିଏ ଦେଶଦ୍ରୋହୀ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅପିଲ କଲେ ନରସିଂହ। ଦର କମାଇବା ପାଇଁ କଲେ ଦାବି।
ରାଜ୍ୟର ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ : ଅଶୋକ ପଣ୍ଡା..
ଭୁବନେଶ୍ୱର : ବର୍ତମାନ ରାଜ୍ୟରେ 20 ଟି ସାଇନ୍ସ ପାର୍କ ହେବ। ପ୍ରଥମ ପର୍ଯ୍ୟାୟରେ 10ଟି, ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 10 ଟି ହେବ। ଗୋଟିଏ ସାଇନ୍ସ ପାର୍କ କରିବା ପାଇଁ 30 ମାସ ସମୟ ଲାଗିବ।
ମୁଖ୍ୟମନ୍ତ୍ରୀ 30ଟି ଜିଲ୍ଲାରେ 30 ଟି ବିଜ୍ଞାନ କେନ୍ଦ୍ର, ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୋୖର ସଂସ୍ଥାକୁ ହସ୍ତାନ୍ତର କରାଯିବ।
ବର୍ତ୍ତମାନ ରାଜ୍ୟରେ ଦୁଇଟି ପ୍ଲାନେଟରୀୟମ କାର୍ଯ୍ୟକ୍ଷମ ରହିଛି। ସେହିଭଳି ବାରିପଦା , କେନ୍ଦୁଝର, ଗୋପାଳ ପୁର, ଓ ରାୟଗଡାରେ ପ୍ଲାନେଟୋରିୟମ କରିବା ପାଇଁ ପାଇପ ଲାଇନରେ ରହିଛି। ଅତୀତରେ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଲାଙ୍ଗୀରରେ ହେବାକୁ ଯହିଁବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରଯାଇଥିବା ଗୃହରେ ଉତ୍ତର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା
ବିଜୁଙ୍କ ପାଇଁ ବବିଙ୍କ ସାଇକେଲ ଯାତ୍ରା…….
ଭୁବନେଶ୍ୱର : ବିଜୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ । କାରଣ ବିଜୁବାବୁ କଥା କଥାକେ କହୁଥିଲେ ମୋ ଓଡିଶା ମୋ କଳିଙ୍ଗ । ତାଙ୍କ ରକ୍ତରେ ଥିଲା ଓଡିଶାପ୍ରତି ପ୍ରଗାଢ ଭଲପାଇବା l ସେହି ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବା ସହ ଓଡିଶାକୁ ଆତ୍ମୀୟ କରିବା ପାଇଁ ଯୁବଛାତ୍ରଙ୍କୁ ଆହ୍ଵାନ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) l
ଆସନ୍ତା ମାର୍ଚ ୫ ତାରିଖରେ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ । ତାଙ୍କର ସ୍ମୃତିଚାରଣ କରିବା ପାଇଁ କଟକର ଆନନ୍ଦ ଭବନରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆୟୋଜନ କରିବ ବିଜେଡି ।ସ୍ଵାସ୍ଥ୍ୟ ପାଇଁ ସାଇକେଲର ଆବଶ୍ୟକତା ଏକାନ୍ତ ଆବଶ୍ୟକ l ଖାସ ସେଥିପାଇଁ ବିଜୁଙ୍କ ଜନ୍ମଦିନରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତି ପାଖରୁ ସାଇକେଲ ଶୋଭାଯାତ୍ରାର ପ୍ରସ୍ତୁତି କରିଥିଲେ । ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ସାଇକେଲ ଶୋଭାଯାତ୍ରାରେ ଅଧିକରୁ ଅଧିକ ଯୁବଛାତ୍ର କିଭଳି ଯୋଗଦେବେ ସେନେଇ ବାର୍ତ୍ତା ଦେଇଥିଲେ ପ୍ରଣବ । ଏଥିପାଇଁ ନିଜେ ସାଇକେଲ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ଯୁବ ସଭାପତି ବୋୖମୋକେଶ ରାୟ ,ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ,ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇଥିଲେ ।
ତେଲ ଦର ବାଧୁଛି ଯଦି ସାଇକେଲ ଚଲାଅ : ବିଷ୍ଣୁ ସେଠି
ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ଦରବୃଦ୍ଧି କୁ ନେଇ ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ବିଷ୍ଣୁ ସେଠୀ ପୁଣି ବିବାଦୀୟ ବୟାନ ଦେଲେ ।ବିଷ୍ଣୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ,ମୋତେ ବାଧୁନାହିଁଁ ତେଲ ଦର ।,ତେଲ ରେଟ ରେ ଆଦାୟ ହେଉଥିବା ଅର୍ଥ ଲୋକଙ୍କ ବିକାଶରେ କାମରେ ଆସୁଛି ।
ତେଲଦର କମୁ ଆବଶ୍ୟକ ପଡିଲେ ବଢୁ । ସାଧାରଣ ଲୋକ କାନ୍ଦୁନାହାନ୍ତି ।ସାଧାରଣ ଲୋକ ବିଲକୁ ଯାଉଛନ୍ତି ।ଯାହାକୁ ବାଧୁଛି ସେ ସାଇକେଲ ଚଲାଉ ।
୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା…..
ଭୁବନେଶ୍ୱର : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ।ତାମିଲନାଡୁ, କେରଳ, ପୁଡୁଚେରୀର ଏପ୍ରିଲ ୬ରେ ହେବ ଭୋଟ୍ ଗ୍ରହଣ । ଆସାମର ୧୨୬ ଆସନ ପାଇଁ ୩ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଆସାମରେ ମାର୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ହେବ ନିର୍ବାଚନ ।ପଶ୍ଚିମବଙ୍ଗରେ ୨୯୪ ଆସନ ପାଇଁ ୮ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ମାର୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦ରେ ପ୍ରଥମ ୪ଟି ପର୍ଯ୍ୟାୟ । ଏପ୍ରିଲ ୧୭ ଓ ୨୨ରେ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ମତଦାନ । ଏପ୍ରିଲ ୨୬ରେ
ସପ୍ତମ ଓ ଏପ୍ରିଲ ୨୯ରେ ଅନ୍ତିମ ପର୍ଯ୍ୟାୟ ଭୋଟ ।
ସ୍ୱାମୀନାଥନ କମିଟି ରିପୋର୍ଟ କେନ୍ଦ୍ର ସରକାର ଲାଗୁ କରୁ : ଅରୁଣ ସାହୁ…
ଭୁବନେଶ୍ୱର : ସ୍ୱାମୀନାଥନ କମିଟି ରିପୋର୍ଟ କେନ୍ଦ୍ର ସରକାର ଲାଗୁ କରିବାକୁ ଗୃହରେ ଦାବି କଲେ କୃଷି ମନ୍ତ୍ରୀ ଅରୁଣ ସାହୁ।ପ୍ରଶ୍ନକାଳରେ ଏମ ଏସ ପି ପ୍ରସଙ୍ଗରେ ଉତ୍ତର ଦେଇ କୃଷିମନ୍ତ୍ରୀ ଏହି ସୂଚନା ଦେଇଛନ୍ତି l ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ 2017 ମାର୍ଚ୍ଚ 25 ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 2930 ଟଙ୍କା କରିବା ପାଇଁ ଦାବି କରାଯାଇଥିଲା। 13 ଜୁଲାଇ 2018 ରେ ମଧ୍ୟ ଏ କଥା ଉଠାଯାଇଥିଲା। ଧାନର ଉତ୍ପାଦନ ଖର୍ଚ୍ଚ 2344 ଟଙ୍କା ଵୋଲି ହିସାବ କରିଥିଲେ ରାଜ୍ୟ ସରକାର। ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏବେବି ମଧ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି। କୃଷି ମନ୍ତ୍ରୀ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ଏହାସହ ମନ୍ତ୍ରୀ କହିଥିଲେ ଯେ ଏମ ଏସ ପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ। କିନ୍ତୁ ଜାତୀୟ ହାରକୁ ନେଇ ଏମ ଏସ ପି ନିର୍ଦ୍ଧାରଣ କରାଯାଉଛି। ଯୋଉଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ କହିଲେ ଅରୁଣ ସାହୁ।
ତେଲ ଦର ବୃଦ୍ଧି ନେଇ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ବିତଣ୍ଡା ଯୁକ୍ତି… ତୈଳ ଦର ନ କମିବା ଉଚିତ…
ଭୁବନେଶ୍ୱର : ତୈଳ ଦର ଏତିକି ରହୁ l କମିବା କିଛି ଆବଶ୍ୟକ ନାହିଁ l ନହେଲେ ଆମେ ଏହି ଜାଗାରେ ଛିଡା ହୋଇପାରିବା ନାହିଁ. I ଜର୍ମାନୀ, ପ୍ରାନ୍ସ,ୟୁକେରେ ତେଲ ଦର 100 ଉପରେ ରହିଛି l ତେଲ ଦର ରାଜ୍ୟ କମଉ, କେନ୍ଦ୍ର କମାଇବ ନାହିଁ ବୋଲି ସବୁ ଗଣମାଧ୍ୟମରେ ଖୋଲା ଖୋଲି କହିଦେଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠି l ସେ ଆହୁରୀ କହିଛନ୍ତି ଯେ ଦର ଦାମ ବଢିବା ଯୋଗୁଁ ମୋଦିକୁ ରାଜ୍ୟରେ 91 ପ୍ରତିଶତ ପସନ୍ଦ କରୁଛନ୍ତି ସର୍ଭେରେ ଆସିଛି l ଯଦି ଦାମ କମିବ ତେବେ 100ପ୍ରତିଶତ ପସନ୍ଦ କରିବେ l ତେବେ କିଏ ସାଧାରଣ ଲୋକ ବୋଲି ସେ ପ୍ରଶ୍ନ କରିଛନ୍ତି l
100 ପାର ହେଉ ତେଲ
ବିଶ୍ୱର ଅନ୍ୟ ଜାଗାରେ 100 ମାରିସାରିଛି l
ବିଜେପି ବିଧାୟକ ଏମିତି ବିତଣ୍ଡା ଯୁକ୍ତି ଏବେ ଛାଡିଆଡେ ଚର୍ଚ୍ଚାର ବିଷୟ l ସେପଟେ ମଙ୍ଗଳବାର ବିଧାନସଭାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିଜେପି -ବିଜେଡି ଉପରେ କଂଗ୍ରେସ ସଭ୍ୟମାନେ ବର୍ଷିଥିଲେ I ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ପ୍ରାୟ 33 ଟଙ୍କା ଉତ୍ପାତ ଶୁଳ୍କ ବସାଇଛନ୍ତି I ଏବେ ପେଟ୍ରୋଲ 100 ଟଙ୍କା ଟପିଲାଣି I ଉପା ସରକାର ବେଳେ ଲିଟର ପିଛା 50 ପଇସା ବଢାଇବାବେଳେ ଦିଲ୍ଲୀରୁ ପଲ୍ଲୀ ଯାଏ ଆନ୍ଦୋଳନ କରୁଥିଲେ I ଏବେ ସିବିଆଇ ଡରରେ ସରକାର
ବସିଛନ୍ତି I ଭାଟ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲରେ 32 ପ୍ରତିଶତ, ଡିଜେଲରେ 28 ପ୍ରତିଶତ ଭାଟ ନେଉଛନ୍ତି I ଏହି ଜନ ବିରୋଧୀ ନୀତିକୁ କଂଗ୍ରେସ ବିରୋଧ କରିଛି I ତେଣୁ କେନ୍ଦ୍ର ଉତ୍ପାଦ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ I ରାଜ୍ୟ ସରକାର ବି ଭାଟ କମାନ୍ତୁ ବୋଲି ଶ୍ରୀ ବାହିନୀପତି ପ୍ରକାଶ କରିଥିଲେ I କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ତୈଳ ଦରକୁ ବିରୋଧ କରି କଂଗ୍ରେସ ସଭ୍ୟମାନେ ସାଇକେଲରେ ଆସିଛନ୍ତି I ଏହାଠୁ ଦୁଃଖ କଣ କଣ ଥାଇପାରେ I ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଚାଷୀ ଏବେ ହନ୍ତସନ୍ତ I ଟ୍ରାକ୍ଟର ଚଳାଇବା ସମ୍ଭବ ହେଉନାହିଁ I
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟ ସରକାରଙ୍କର ଏବେ ‘ଋଣ କରି ଘିଅ ପିଇଲା’ ଭଳି ସ୍ଥିତି I ସେ କହିଥିଲେ, ପଶ୍ଚିମବଙ୍ଗ, ମେଘାଳୟ ଓ ଛତିଶଗଡ଼ ସରକାର ଭାଟ କମାଇଛନ୍ତି I ହେଲେ ଓଡିଶା ସରକାର ଭାଟ କମାଇ ନାହାଁନ୍ତି I ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପେଟ୍ରୋଲ ଓ ବିଜେପି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ନେଇ ଅର୍ଥମନ୍ତ୍ରୀଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ I ବିଜେପି ସଭ୍ୟ ବିଷ୍ଣୁ ସେଠୀ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ I ସେ କହିଥିଲେ, ରାଜ୍ୟ ସରକାର ତୁରନ୍ତ ଭାଟ କମାନ୍ତୁ I
ସେହିପରି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ, କେନ୍ଦ୍ର ସରକାର ଭିତିଭୂମି ସେସ ଆଦାୟ କରୁଛନ୍ତି I ଏଥିରେ ରାଜ୍ୟକୁ କିଛି ଅଂଶଧନ ଦେଇନାହାନ୍ତି I ଏହି ଅର୍ଥରେ ଉତ୍ପାଦ ଶୁଳ୍କ କମାଇବା ଉଚିତ I ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଏବେ ଗରିବ ମାରଣ ଯୋଜନା କରିଛନ୍ତି I ସେହିପରି ବିଧାୟକ ମୁକେଶ ମହାଲିଙ୍ଗ, ଲତିକା ପ୍ରଧାନ ଓ ଧ୍ରୁବ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ I ଅନ୍ୟପଟେ ତୈଳ ଦର ବୃଦ୍ଧି ନେଇ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସେସ ଯୋଗୁ ବଢୁଛି ତୈଳଦର। 2014 କୁ ଯଦି ମୂଳ ବର୍ଷ ଧରାଯାଏ ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲରେ 247.41 ପ୍ରତିଶତ ଓ ଡିଜେର୍ଲରେ 793.26 ପ୍ରତିଶତ ବୃଦ୍ଧି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ଭଳି ଦୁଇଟି ଅତିରିକ୍ତ ସେସରେ 18 ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଯୋଉଥିପାଇଁ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଦୁଇଟି ସେସ ଛାଡ଼ କଲେ ତୈଳଦର କମିବ ବୋଲି କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
୨୦୨୦-୨୧ ବର୍ଷ ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ : କଂଗ୍ରେସ
ଭୁବନେଶ୍ୱର- ଚଳିତ ବର୍ଷର ବଜେଟ୍ ପୂରାପୂରି ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ । ଆୟ ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ପାଇଁ ରାଜ୍ୟର ରାଜସ୍ୱ ଆୟ ୩୭ ହଜାର କୋଟି, ଅଣ ରାଜସ୍ୱ ଆୟ ୨୦ ହଜାର କୋଟି ଟଙ୍କାର ଆକଳନ କରାଯାଇଛି । ଋଣ ବାବଦରେ ୪୩ ହଜାର କୋଟି ଟଙ୍କା ଆଣିଲେ ହିଁ ରାଜସ୍ୱ ବଳକା ହେବ । ଅନ୍ୟପକ୍ଷରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଏହି ୧ଲକ୍ଷ କୋଟି ଟଙ୍କା ବାଦ୍ ଦେଲେ କେନ୍ଦ୍ରଠାରୁ ରାଜ୍ୟ ବଜେଟ୍ ୭୦ ହଜାର କୋଟି ଟଙ୍କାର ଭରସା ରଖିଛି । ଋଣ ଓ କେନ୍ଦ୍ରୀୟ ଅନୁଦାନ ମିଳିଲେ ହିଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ଆୟବରାଦ ସଫଳ ହେବ । ଏଥିରେ ସମସ୍ତେ ଆଶା କରିଥିଲେ ପ୍ରାଥମିକ ସ୍ୱାସ୍ଥ୍ୟକୁ ସଶକ୍ତ କରିବା ଅର୍ଥାତ ଆବଶ୍ୟକ ବ୍ୟବସ୍ଥା ପୁରଣ ପାଇଁ ଅର୍ଥ ମଞ୍ଜୁର କରାଯିବ, ତା’ ହୋଇ ନାହିଁ । ଉଜୁଡି ଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ବ୍ୟୟ ବରାଦ କରାଯିବ ତା ହୋଇ ନାହିଁ, ମହାନଦୀର ବୋହି ଯାଉଥିବା ବନ୍ୟାଜଳକୁ ରୋକିବା ନିମନ୍ତେ ପୂର୍ବରୁ ଘୋଷଣା ଥିଲେ ମଧ୍ୟ ବ୍ୟୟ ବରାଦରେ ତାହା ସ୍ପଷ୍ଟ ନୁହେଁ । କରୋନା ମହାମାରୀ ସମୟରେ ୩୨୭୦ଟି ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ଶିଳ୍ପ ବନ୍ଦ ହୋଇଥିଲା ଓ ପୂର୍ବରୁ ଏହି ବର୍ଗର ବହୁ ଶିଳ୍ପ ଯଥା- ଚିନି କାରାଖାନା, ତେଲ କଳ, ଲୁଗା ଓ ସୂତାକଳର ପୁନଃଉଦ୍ଧାର ବ୍ୟବସ୍ଥା ପାଇଁ କୌଣସି ସୂଚନା ନାହିଁ । ଏଣୁ ନିଯୁକ୍ତି କ୍ଷେତ୍ର ପୂର୍ବ ବର୍ଷଠାରୁ ଆହୁରି ସଂକୁଚିତ ହେବ ବୋଲି କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ନିଜ ପିଠି ନିଜେ ଯେତେ ଥାପୁଡ଼େଇ ବାହା ବାହା ନେବାରେ ଚେଷ୍ଟାକଲେ ମଧ୍ୟ ଓଡ଼ିଶାର ଆର୍ଥିକ ଦୁର୍ଗତି ଦିଗରେ ଆଉ ଗୋଟିଏ ପାହାଚ ନବୀନ ବାବୁଙ୍କ ସରକାର ଆରୋହଣ କଲେ ।
ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି।
ଭୁବନେଶ୍ୱର : 2021-22ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଛି l ଏଥର 1ଲକ୍ଷ 70ହଜାର କୋଟି ଟଙ୍କାର ବଜେଟ l ତେବେ ରାଜ୍ୟ ବଜେଟ ବଡ ଘୋଷଣା ଉପରେ ନଜର ପକାନ୍ତୁ..
କୋଭିଡ଼ ମହାମାରୀ ମାନବଜାତିକୁ ବଡ଼ ସଂକଟରେ ପକାଇଥିଲା
ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି
ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ସମ୍ଭବତଃ ଦେଶରେ ପ୍ରଥମ
ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢ଼ିଚାଲିଛି
ଚଳିତ ବର୍ଷ ଜିଡିପି ୪.୯ ହ୍ରାସ ହେବ ବୋଲି ଆକଳନ କରାଯାଇଛି
ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବା ଯୋଜନା
କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ
ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ
ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ
ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ
ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ
ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ
କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ
ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି
ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟ ବରାଦ
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ
ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ
ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ
ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି
ପଶୁଙ୍କୁ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା, ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ।
କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ।
ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ।
ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା କରାଯାଇଛି।
୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି।
କୋଭିଡ଼ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି।
ଚଳିତ ବର୍ଷ ଋଣ ଭାର GSDPର ୨୦.୯% ହେବା ଆକଳନ।
ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି।
୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି।
ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ।
ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ।
SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା।
SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ କରାଯାଇଛି।
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ କରାଯାଇଛି।
ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ।
ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ କରାଯାଇଛି।
ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ।
ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା।
ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ।
ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ।
ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ।
ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ।
ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ।
ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ଶହେ କୋଟି।
୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ।
ବିପର୍ଯ୍ୟୟ ସହନୀୟ ବିଦ୍ୟୁତ ଯୋଗାଣ ପାଇଁ ୫୦ କୋଟି ଟଙ୍କା।
ହାତୀ କରିଡ଼ର ବିଦ୍ୟୁତ ଯୋଗାଣ ପାଇଁ ୧୨୦ କୋଟି।
ବିଜୁ ଏକ୍ସପ୍ରେସ ୱେ ପାଇଁ ୧୦୦ କୋଟି ବ୍ୟୟବରାଦ ଯୋଜନା।
ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ।












