ଜୀବନ ରାସ୍ତାରେ ଅନେକ ବାଟ ଦେଇ ଯିବାକୁ ପଡ଼େ । ସମୟ ଚକ୍ରରେ ଯାହା ଘଟିଥାଏ , ତାହା ବେଳେବେଳେ ପୁଣି ଯେ ନଘଟିବ ତାହା ବି କହିବା ମୁସକିଲ । ହଁ ଆଜିର ଆଇଟି ଯୁଗରେ ଏହା ସ୍ୱପ୍ନ ନୁହେଁ, ବଂର ବାସ୍ତବତା । ପୁରୁଣା ଦିନର ସ୍କୃତି ବି କାହାର ପରିଣତ ବୟସରେ ଫେରୁଛି ତ ଆଉ କିଏ ପୁଣିଥରେ ଯୌବନକୁ ଫେରାଇ ଆଣୁଛି । କିଏ କିଏ ତ ଏବେ ବି ସେହି ରାସ୍ତାରେ ଯିବାକୁ ଚାହୁଥିଲେ ବି ବାଧକ ସାଜୁଛି କେତେ କଥା । ଏ ମଣିଷ ସଭ୍ୟତା ସୃଷ୍ଟି ହେବା ବେଳେ ଭାବର ଆଦାନ ପ୍ରଦାନ ପାଇଁ ଭାଷାର ସୃଷ୍ଟି ହୋଇଛି । କିନ୍ତୁ ସତ କଥା ହେଉଛି ସବୁ କଥା ଭାଷା ମାଧ୍ୟମରେ କୁହାଯାଇ ନପାରେ । ବିନା ଭାଷାରେ ବି ଜଣେ ଜଣକୁ ବୁଝିପାରେ । ଯେମିତି ମା ନବଜାତ ଶିଶୁ ସର୍ମ୍ପକ । ବିନା ଭାଷାର ଦୁହେଁ ସବୁକିଛି କରନ୍ତି । ଠିକ ସେହିପରି ଭାବ ଓ ଭାବନା ଭିତରେ ଭାଷା ସେତେଟା ଜରୁରୀ ନୁହେଁ, ଏକଥା ଅନେକ ବ୍ୟକ୍ତି ନିଜ ଅନୁଭୂତିରୁ କହିଛନ୍ତି । ତେବେ ୨୦ବର୍ଷ ତଳେ ଦେଖାହୋଇଥିବା ମନ୍ଦାକିନୀ କାହିକିଁ ସେ ଭାଷାକୁ ବୁଝିଲାନି ତାକୁ ନେଇ ମୁନା ଏବେ ଭାବୁକ ହୋଇଯାଇଛି । ସତରେ କଣ ମନ୍ଦାକିନୀ ତା ମନର ଭାଷାକୁ ବୁଝିପାରୁନି , ନା ସମୟ ଓ ପରିସ୍ଥିତି ତାକୁ ମୁନା ଭାଷା ନବୁଝିବା ପାଇଁ ବାଧ୍ୟ କରୁଛି । ସେ ଏବେ ବଦଳିଛି , ମୁନା ବି ସମୟ ଅନୁସାରେ ବଦଳିଯାଇଛି । ହେଲେ ଫରକୁ କିନ୍ତୁ ସାମାନ୍ୟ ରହିଛି । ଏକଥା କହିବା ବିି ମୁସକିଲ । କାରଣ ଏକଥା କେବଳ ମୁନା ଓ ମନ୍ଦାକିନି ଭିତରେ ରହିବା ଦରକାର । ଧୀରେଧୀରେ ମନ୍ଦାକିନିର ସବୁ ଇଚ୍ଛା ମୁନା ବିନା ଭାଷାରେ ବୁଝୁଛି , ପାଖରେ ବସୁଛି, ପାଖରେ ହୁସିଛି । ପ୍ରତ୍ୟେକ ଦିନ କଥା ହେଉଛି , ପୁଣି ଗପିଗପି ସମୟ କେତେବେଳେ ବିତିଯାଇଉଛି ତାହା ବି ଉଭୟ ଜାଣିପାରୁନାହାନ୍ତି । ହେଲେ ପ୍ରକୃତରେ ଉଭୟ ଉଭୟକୁ ଯେଉଁ କଥା କହିବା ପାଇଁ ଚାହୁଛନ୍ତି , ତାହା କିନ୍ତୁ ଏବେ ବି ସାମ୍ନାକୁ ଆସିପାରୁନାହିଁ । କେଉଁଠି ନା କେଉଁଠି କେଉଁ ଅଦୃଶ୍ୟ ରହସ୍ୟ ଲୁଚିରହିଯାଉଛି । ହେଲେ ସବୁଦିନ ଦୁହେଁ, ମନେମନେ କହୁଛନ୍ତି କଣ ସୁବକଥା କହିହୁଏ,.. ତୁ ବୁଝିବୁ ନାଁ ….. ମୁଁ ଯାହା କରିବାକୁ ଯାଉଛି, ମୋ ମନ କହୁଛି , ତାହା ସହ ତୋ ଇଚ୍ଛା ବି …..ବାସ କଣ କହିବି ., ସବୁକଥା କହିହୁଏନା….
ରାତି ଅଧରେ ବଡ଼ବା ଫୋନ କଲ ….
() ରାତିରେ ହଠାତ ଫୋନ କଲ ଆସିଲା । ଦେଖିଲା ବେଳକୁ କଲ ବଡ଼ବା ନାଁରେ ସେଭ ହୋଇଛି । ରିଙ୍କୁ ଫୋନ ଟି ତା ସାଙ୍ଗକୁ ଡ଼ାକି ଦେଲା , କହିଲା ପିଙ୍କୁ ନେ ବଡ଼ବା କଲ କରିଛନ୍ତି । ଏହାପରେ ରିଙ୍ଗୁ ଫୋନ ନେଇ ଛାତ ଉପରେ ଗପିବାରେ ଲାଗିଲା । ଏମିତି ଦିନେ କି ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି ବଡ଼ବା ସହ ରିଙ୍କୁ ଡ଼୍ୟୁଟିରୁ ଆସି କଥା ହୁଏ । ତାପରେ ବେଳେବଳେ ପିଙ୍କୁ ଓ ରିଙ୍କୁ ଦୁଇଜଣ ଦୁଇଟି ଖଟରେ ଶୋଇବା ବେଳେ ବିଭିନ୍ନ ବିଷୟରେ ଆଲୋଚନା କରିି କେତେବେଳେ ଶୋଇପଡ଼ନ୍ତି ଯେ ଉଠିଲା ବେଳକୁ ସକାଳ ୯ଟା । ପିଲାଦିନର ସାଙ୍ଗ ଦୁଇଜଣ ସହରର ଗୋଟିଏ ଭଡ଼ାଘରେ ଏକାଠି ହୋଇ ଘରୋଇସଂସ୍ଥାରେ ଚାକିରୀ କରିଥାନ୍ତି ପାଠପଢା ଶେଷ ପରେ । ସବୁଠାରୁ ବଡ଼ କଥା ହେଲା ଉଭୟଙ୍କ ମଧ୍ୟରେ ଅଧିକାଶ ପ୍ରସଙ୍ଗରେ ଭିନ୍ନଭିନ୍ନ ମତ ଥିଲେ ମଧ୍ୟ କେବେ ବି ଉଭୟଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ କାହାର କାହା ସହିତ ଝଗଡ଼ା ହୋଇନଥାଏ । ଦିନସାରା ନିଜ ନିଜ କାମରେ ବ୍ୟସ୍ତ ଥିବା ଉଭୟ ରାତିହେଲେ କିନ୍ତୁ ମନଖୋଲା କଥା ହୁଅନ୍ତି ଶୋଇବା ସମୟରେ । କେଉଁ ପ୍ରେମିକା , ପ୍ରେମିକ ଅବା ସ୍ୱାମୀ,ସ୍ତ୍ରୀ, ଭାଇଭାଇ କଥା ଠାରୁ ବି ସେମାନଙ୍କ କଥାବାର୍ତ୍ତା କିଛି କମ ନୁହେଁ । ଏମିତି ଉଭୟ ଆଠବର୍ଷ ସହରର ଭଡ଼ାଘରେ ରହିଥାନ୍ତି । ତେବେ ରିଙ୍କୁ ଓ ପିଙ୍କୁ ଭିତରେ ଏ ବଡ଼ବା କଲ୍ କଣ । ସେ ରହସ୍ୟ ବୁଝିବା ଟିକେ କଷ୍ଠ । ଭାବନା ଭିତରେ ବଞ୍ଚୁଥିବା ରିଙ୍କୁ ଓ ପିଙ୍କୁ ମଧ୍ୟରେ ଅନେକ ସମୟରେ ବଡ଼ବା କଲ ଆସେ । ହେଲେ ସେ କଲ ପିଙ୍କୁ କିଏ କରିଛି ତାହା ରିଙ୍କୁ ଜାଣିପାରେ ନାହିଁ । କାରଣ ଅନେକ ଘରେ ବାପାଙ୍କୁ ବଡ଼ବା ବୋଲି ଡ଼ାକନ୍ତି ଉପକୂଳ ଜିଲ୍ଲାମାନଙ୍କରେ । ରିଙ୍କୁ ତାହା ଭାବି ଯେ ପିଙ୍କୁକୁ ତା ବାପା କଲ କରିଛନ୍ତି । କାରଣ ସେ ଡ଼୍ୟୁଟିରୁ ଆସିଲେ କଣ ଖାଇବ, କଣ କରିବ ସେକଥା ବେଳେବେଳେ ଏହି ବଡ଼ବା କଲରେ କଥା ହେବା ବେଳେ କହେ । ତେଣୁ ରିଙ୍କୁ ବଡ଼ବା କଣ୍ଠ ସିନା ଶୁଣିପାରେ ନାହିଁ , ହେଲେ ପିଙ୍କୁ ତାଙ୍କ ବାପାଙ୍କ ସହ କଥା ହେଉଛି ବୋଲି ଜାଣିପାରି ନିଜେ ଶୋଇପଡ଼େ ।
ଏମିତି କିଛି ଦିନ ପରେ ହଠାତ ଖରାଦିନ ରାତି ପ୍ରାୟ ୧୨ଟା୧୫ ମିନିଟରେ ବଡ଼ବା କଲ ଆସିଲା । ପିଙ୍କୁ ସେ ସମୟରେ ଅଫିସ ଡ଼ୁୃ୍ୟଟିରୁ ଆସି ଖାଇ ବସିଥାଏ । ପିଙ୍କୁ କହିଲା ଦେଖିଲୁ କିଏ ଫୋନ କରିଛି । ରିଙ୍କୁ ଚାର୍ଜରେ ବସି ରିଗ୍ ହେଉଥିବା ଫୋନକୁ ଦେଖି କହିଲା ବଡ଼ବା ଫୋନ କରିଛନ୍ତି । ସଙ୍ଗେସଙ୍ଗେ ପିଙ୍କୁ କହିଲା ଥାଉ । ଏମିତି କିଛି ଦିନ ପରେ ପୁଣିଥରେ ଯେତେବେଳେ ବଡ଼ମା କଲ ଆସିଲା ରିଙ୍କୁ ଉଠାଇଦେଲା । ଫୋନ କଲ ଭିତରେ ଅସମ୍ଭବ ନିରବତା । ଯେତେଥର ହାଲୋ ହାଲୋ କହିଲେ ବି ବଡ଼ବା ଆଡ଼ୁ କିଛି ପ୍ରତି ଉତ୍ତର ଆସିଲା ନାହିଁ । ରିଙ୍କୁର ସନ୍ଦେହ ହେଲା । ସେହିଦିନ ରାତିରେ ହିଁ ସେ ପିଙ୍କୁ କହିଲା ବେ ଏ ବଡ଼ବା କିଏ । ମୋଉସା ନା ଆଉ କିଏ । ବାସ ଏମିତି କେତେକଥା ଗପି ସେମାନେ ଶୋଇପଡ଼ିଲେ । ପ୍ରେମରେ ବଡ଼ୁଥିବା ସାଙ୍ଗ ଓ ପ୍ରେମର ସଙ୍କେତ ପାଇଥିବା ସାଙ୍ଗ ଭିତରେ ଯେପରି ଭାବନା ସୃଷ୍ଟି ହୋଇଛି ସେ କଥା କେବଳ ଅନୁଭୂତି ହିଁ କହିପାରିବ ଏହି ଫୋନ କଲରେ । ଶେଷରେ ୮ବର୍ଷ ପରେ ଯେତେବେଳେ ସାଙ୍ଗ ସହର ଛାଡ଼ି ଅନ୍ୟ କେଉଁଠିକି ଚାକିରୀ କରିବାକୁ ଯିବ ଠିକ ତାହାର କିଛି ଦିନ ପୂର୍ବରୁ ରାତିରେ ବଡ଼ବା କଲ ରହସ୍ୟ ଜଣାଇଲା ରିଙ୍କୁୁ ପିଙ୍କୁକୁ । ଆଉ ରାତିରେ କଲ କରୁଥିବା ବଡ଼ବା ତା ପ୍ରେମିକ ସେ କଥା କହିବାକୁ ମଧ୍ୟ ଦିନ ସିକ୍ରେଟମ୍ୟାନ ପିଙ୍କୁ କହିବାକୁ ପଚାଇଲା ନାହିି । ଯାହାକୁ ସେ ଏବେ ଜୀବନ ସାଥିୀ କରି ସଂସାର କରୁଛି । ସତରେ ବଡ଼ବା ନାଁରେ ରାତି ଅଧରେ ଫୋନ କଲ ଯେ ଲୁଚାପ୍ରେମର ବଡ଼ ପ୍ରତୀକ ତାହା ଏବେ ବୁଝିଲା ରିଙ୍କୁ । …
ଘର ପାଖରେ ମିଳିବ ସରକାରୀ ସେବା : ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ମୋ ସେବା କେନ୍ଦ୍ର
ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ OdishaOne Portal
ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର
୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ । ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ OdishaOne Portal ଲୋକାର୍ପିତ କରିଛନ୍ତି । 5T ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ଆମର “5-ଟି କାର୍ଯ୍ୟକ୍ରମ ଓ ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ।
ବୈଷୟିକ ଜ୍ଞାନର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁ ଚାହୁଁଥିଲେ Technology ର ସୁବିଧା ଗାଁ ଗାଁ ରେ ପହଞ୍ଚୁ । ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଏହି କେନ୍ଦ୍ର ଦ୍ବାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ । ଏଥିପାଇଁ ସେମାନଙ୍କୁ ଆଉ ବାରମ୍ବାର ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ । ଏହାଦ୍ବାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ OdishaOne Portal ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୧୯ଦିନ 5T ଉପକ୍ରମର ଶୁଭାରମ୍ଭ ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇବାପାଇଁ ଲୋକଙ୍କୁ ବାରମ୍ବାର ଯିବାରୁ ମୁକ୍ତିଦେବାରେ 5T ଉପକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ଓ ଯୁବସେବା ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀ ଙ୍କର ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାଦ୍ବାରା ସମାଜର ସବୁ ବର୍ଗର ଲୋକ ଉପକାର ପାଇବେ ବୋଲି ମତ ଦେଇଥିଲେ ।
ମୋ ସେବାକେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମତବିନିମୟ କରିଥିଲେ । ସେମାନେ ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତୀଙ୍କ ସଚିବ (5T) ଭି.କେ.ପାଣ୍ଡିୟାନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବିଜୁ ଜୟନ୍ତୀରେ ନବୀନଙ୍କ ଉଦବୋଧନ : ସେବା ଓ ସ୍ୱାଭିମାନ ଦଳ ବିଜେଡି…
ଭୁବନେଶ୍ୱର : ବିଜୁ ପରିବାରର ସବୁ ସଭ୍ୟଙ୍କୁ ନମସ୍କାର। ମହାନ ଜଣନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଶାର ଅତୀତ ଗୌରବ ଫେରାଇ ଶିଖରରେ ପହଞ୍ଚାଇବାକୁ ସେ କାମ କରୁଥିଲେ। ସେବା ଓ ସ୍ୱାଭିମାନ ତାଙ୍କ ଲକ୍ଷ୍ୟ ଥିଲା। ଯାହା ବିଜେଡିର ଲକ୍ଷ୍ୟ। ତେଣୁ ଓଡ଼ିଶାବାସୀଙ୍କ ପ୍ରିୟ ଦଳ ଅଛି ଓ ରହିବ। ଗାଁ କଚା ଘର ପକା ହେଉଛି, ପାଣି, ବିଜୁଳି ରେ ଘର ଉଜ୍ଜ୍ୱଳ ଦିଶୁଛି। ସେତେବେଳେ ତା ମୁହଁରେ ହସ ଆସୁଛି। ଏହା ଆମ ପାଇଁ ବଡ଼ ପୁରସ୍କାର। ମାଆ ଯେବେ ପଂଚୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି। ଯୁବ ସମାଜ ସ୍ୱପ୍ନ ସାକାର ହେଉଛି। ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେପରିପ୍ରକାଶ ହେଉଛି। ଆହୁରି ବାଟ ଆଗକୁ ଯିବାକୁ ଅଛି। ହେଲେ ଆହୁରି ଅଧିକ କା କରିବାକୁ ହେବ। ଆସନ୍ତୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଂକଳ୍ପ ନେବା। ଓଡ଼ିଶା ସ୍ୱାଭିମାନ ପାଇଁ କାମ କରିବା।
ବିଜେଡି ଆଦର୍ଶକୁ ଆଗେଇବେ ଯୁବ ପିଢୀ : ପ୍ରଣବ
ବିଜେଡି ଆଦର୍ଶକୁ ଆଗେଇବେ ଯୁବ ପିଢୀ : ପ୍ରଣବ
ଓଡିଶା ବିକାଶର ପ୍ଲାଟଫର୍ମ ହୋଇଛି ବିଜେଡି..
ଆଂଚଳିକ ଦଳ ଯୋଗୁଁ ଓଡିଶା ସ୍ୱାର୍ଥ ପୂରଣ ହୋଇଛି..
ସାରା ଦେଶରେ ମିଶନଶକ୍ତି ଉଦାହରଣ……
ଭୁବନେଶ୍ୱର : ଆଜି ହେଉଛି ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମଜୟନ୍ତୀ l ଏହି ଅବସରରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ମହାସମାବେଶ ଆୟୋଜନ ହୋଇଛି l ଏହି ସମାବେଶକୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଭିଭାଷଣରେ କହିଥିଲେ ଯେ, ଆମ ବରିଷ୍ଠ ଯିଏ ଆମ ପାଖରେ ବିଜୁ ବାବୁଙ୍କ ବାର୍ତ୍ତା ପହଞ୍ଚାଇଛନ୍ତି, ଆମ ଯୁବ ଛାତ୍ର ତାକୁ ଉଜ୍ଜୀବିତ କରିବା। ଆମ ନେତାଙ୍କ lifestyle କଥା କମ କାମ ବେଶି। ଆମେ 24 ଘଣ୍ଟା କାମ କଲେ ବି କମ ହେବ ଯେତେ ସିଏ ଆମ ପାଇଁ କାମ କରୁଛନ୍ତି। ଏହି ବିଜେଡି platform ଯାହା ବିଜୁ ଓ ନବୀନ ଆଦର୍ଶରେ ଗଠିତ ହୋଇଛି, ପର ପିଢ଼ି ପାଇଁ ଆହୁରି ଅଧିକ ସୁସଙ୍ଗଠିତ କରିବା ଗୁରୁ ଦାୟିତ୍ୱ। ସ୍ବାର୍ଥକୁ ବଳିଦାନ ଦେବା। ମୁଖ୍ୟମନ୍ତ୍ରୀଙ୍କ ଋଣୀ ରହିବା କଥା ଯାହା ସେ ଆମକୁ ଦେଇଛନ୍ତି। Its time to pay back। ସମସ୍ତେ ନବୀନ ଆଦର୍ଶରେ କାମ କରୁଛନ୍ତି। ଆଞ୍ଚଳିକ ଦଳ ଗଠନ ହୋଇଛି ବୋଲି ଓଡ଼ିଶା ଆଗେଇ ପାରୁଛି। ଏହା ଆଗାମୀ ଦିନ ସାରା ଦେଶ ଦେଖିବ।
ମିଶନ ଶକ୍ତି କେସ ଷ୍ଟଡି ସାରା ବିଶ୍ୱ ପାଇଁ। କେବଳ ସେତିକି ବିଜୁ ବାବୁ ଆଜିର ଦିନରେ ମନେ ପକାଇ ବିଭୋର ହୋଇଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l
ଦାୟିତ୍ୱକୁ ବର୍ଷେ ପୁରିଲା : ପ୍ରଣବଙ୍କ ସଫଳ ଗୋଟିଚାଳନାରେ ସଶକ୍ତ ହେଉଛି ବିଜେଡି
ନବୀନ ମୋ ନେତା, ବିଜୁ ମୋ ଆଦର୍ଶ
* ସଂଗଠନ ସଂପାଦକ ଦାୟିତ୍ୱକୁ ବର୍ଷେ ପୁରିଲା
* ପ୍ରଣବଙ୍କ ସଫଳ ଗୋଟିଚାଳନାରେ ସଶକ୍ତ ହେଉଛି ବିଜେଡି
* ନବୀନଙ୍କ ମନ୍ତ୍ରକୁ ଯୁବ ଓ ଛାତ୍ରଙ୍କ ସହ ଘରେ ଘରେ ପହଞ୍ଚାଉଛନ୍ତି ବବି
() ବିରଜା ମାଟିର ପୁଅ ସେ। ବାପାଙ୍କ ସଂକଳ୍ପ ଓ ସ୍ବାଭିମାନର ରକ୍ତ ବୋହୁଛି ତାଙ୍କ ଧମନୀରେ। କର୍ତ୍ତବ୍ଯନିଷ୍ଠା, ସଚ୍ଚୋଟତା ଓ ଦାୟିତ୍ବବୋଧକୁ ଯିଏ ଜୀବନର ବ୍ରତ ଭାବେ ଗ୍ରହଣ କରିସାରିଛି ତାଙ୍କୁ ହିଁ ବିଶ୍ବାସ କରନ୍ତି ସମସ୍ତେ। ଠିକ ସେମିତି ଦଳରେ ଓ ରାଜନୀତିରେ ୧୫ ବର୍ଷରୁ ଅଧିକ ସମୟ କାର୍ଯ୍ଯ କରିବା ପରେ ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମଦିବସରେ ତାଙ୍କୁ ମିଳିଲା ଏକ ଗୁରୁ ଦାୟିତ୍ୱ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ବିଜେଡିରେ ଆରମ୍ଭ ହେଲା ନୂଆ ଏକ ପଦବୀ। ଯାହାର ନାଁ ରଖାଗଲା ରାଜ୍ଯସ୍ତରୀୟ ସଂଗଠନ ସଂପାଦକ ପଦବୀ। ଆଉ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଭିଷିକ୍ତ ହେଲେ ଯାଜପୁରର ବିଧାୟକ ତଥା ଲକ୍ଷଲକ୍ଷ ଯୁବ ଓ ଛାତ୍ରଙ୍କ ପ୍ରେରଣାର ଉତ୍ସ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ।
କରୋନା
———–
ଏହାପରେ ବିଜେଡିରେ ବବିଙ୍କର ଆରମ୍ଭ ହେଲା ନୂଆ ଏକ ଯାତ୍ରା। ଏତେବଡ଼ ଦଳ ଓ ସଂଗଠନର କୋଟି କୋଟି କର୍ମକର୍ତ୍ତାଙ୍କୁ ନେଇ ପ୍ରସ୍ତୁତ କଲେ ରଣନୀତି। ସମସ୍ତଙ୍କ ପାଖରେ ସରକାରୀ ଯୋଜନା ଓ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତା କିଭଳି ପହଞ୍ଚିବ ତାର ବ୍ଲୁ ପ୍ରିଣ୍ଟ ମଧ୍ଯ ପ୍ରସ୍ତୁତ କଲେ। ତେବେ ଦାୟିତ୍ୱ ନେବାର ଦିନ ୧୦ଟା ନପୁରୁଣୁ ମାଡ଼ି ଆସିଲା ମହାମାରୀ। ସାରା ଦେଶରେ ଆରମ୍ଭ ହୋଇଗଲା ଲକଡାଉନ। ଘରେ ଘରେ କବାଟ କିଳି ଲୋକଙ୍କୁ ରହିବାକୁ ପଡ଼ିଲା। କିନ୍ତୁ ପ୍ରଣବ ଘରେ ବସିପାରିଲେନି। ସମ୍ଭାବ୍ଯ ବିପଦକୁ ଖାତିର ନକରି ସଂଗଠନର ଲୋକଙ୍କ ସହ ସମନ୍ବୟ ରକ୍ଷା କରି ପ୍ରବାସୀ ଭାଇ ଓ ଭଉଣୀ କିଭଳି ରାଜ୍ଯକୁ ଫେରିବେ ତାର ବ୍ଯବସ୍ଥା କରିଥିଲେ।
କେବଳ ସେତିକି ନୁହେଁ ପ୍ରତି ପଂଚାୟତରେ ସରପଂଚ ମାନଙ୍କର ସହାୟତାରେ ଖୋଲା ହେଲା କ୍ୱାରେଣ୍ଟାଇନ ସେଣ୍ଟର। ସବୁଠି ଲଗାଇଲେ ସଂଗଠନର ଲୋକଙ୍କୁ। ଖାଇବା ଠୁ ଯିବା ଯାଏଁ ସବୁ କ୍ଷେତ୍ରରେ ରହିଲା ନଜର। ଓଡ଼ିଶା ମୋ ପରିବାରକୁ ଲଗା ଗଲା କରୋନା ରେ ପ୍ରାଣ ହରାଉ ଥିବା ଲୋକଙ୍କୁ ସମ୍ମାନର ସହ ସଂସ୍କାର କରିବା ପାଇଁ। ତାରି ମଧ୍ଯରେ ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ରସ୍ତୁତିକୁ ପରକୁ ଥିଲେ ଖୋଦ୍ ପ୍ରଣବ। ଏହାସହ ପ୍ରବାସୀ ମାନେ କିପରି ଭଲରେ ଫେରିବେ ସେ ଗୁରୁ ଦାୟିତ୍ୱ ନେଇଥିଲେ ସେ l
ଉପ ନିର୍ବାଚନ
————–
କରୋନା ସମୟରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଘୋଷଣା ହେଲା ଉପ ନିର୍ବାଚନ। ତିର୍ତ୍ତୋଲ ରେ ଯଦିବା ବିଜେଡି ହାତରେ ସିଟ୍ ରହିଥିଲା ଓ ବିଜୟ ସହଜ ଲାଗୁଥିଲା କିନ୍ତୁ ବାଲେଶ୍ବରରେ କିଛି ଭିନ୍ନ ସ୍ଥିତି ଥିଲା। ମାତ୍ର ଦଳର ନେତା ଇସାରା କରିସାରିଥିଲେ ପ୍ରଣବଙ୍କୁ ଯେ, ଏଥର ବାଲେଶ୍ବରବାସୀ ବିଜେଡିକୁ ଚାହିୁଛନ୍ତି। ସୁପ୍ରିମଙ୍କଠାରୁ ଇସାରା ପାଇବା ପରେ ବବି ପହଞ୍ଚିଥିଲେ ବାଲେଶ୍ବରରେ। ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ମାସାଧିକକାଳ ପଞ୍ଚାୟତ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଫେରାଇ ଆଣିଥିଲେ ବିଜେଡି ଖାତାକୁ ବାଲେଶ୍ୱର। ରାଜ୍ଯ ଦେଖିଥିଲା ବବିଙ୍କ କରିସ୍ମା। ବିବାଦକୁ ସେ କିଭଳି ବିଜୟରେ ପରିଣତ କଲେ ତାହା ମଧ୍ଯ ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ମୟୁରଭଞ୍ଜରେ ବବି ଦେଖାଇଥିଲେ କରିସ୍ମା। ଜିଲ୍ଲାପରିଷଦ ଉପ ନିର୍ବାଚନରେ ବିଜେଡି ବିଜୟ ଲାଭ କରିବା ସହିତ ଗେରୁଆ ଗଡକୁ ଭାଂଗିବା କାମ ଆରମ୍ଭ କରିଦେଇଥିଲେ। ଇତି ମଧ୍ଯରେ ବହୁ ବିଜେପି ଓ କଂଗ୍ରେସର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।
ଏହାପରେ ଡିସେମ୍ବର ମାସରେ ସଂଗଠନର ମାରାଥନ୍ ସମ୍ମିଳନୀ କରାଇଥିଲେ ପ୍ରଣବ। ଯୁବ ଓ ଛାତ୍ରଙ୍କୁ ଦେଇଥିଲେ ନବିନୀଜିମର ଗୁରୁ ମନ୍ତ୍ର। କଳାହାଣ୍ଡି ଓ ସୁନ୍ଦରଗଡରେ ବିରାଟ ସମାବେଶରେ ପ୍ରଣବଙ୍କର ଥିଲା ପ୍ରମୁଖ ଭୂମିକା। ଏ ସବୁ ମଧ୍ଯରେ ସଂଗଠନ ସଂପାଦକ ଭାବେ ବବିଙ୍କର ବର୍ଷକର ଯାତ୍ରା ବେଶ ସଫଳ ଓ ଐତିହାସିକ ରହିଛି। ଆଗକୁ ମଧ୍ଯ ସେ ବହୁ ମାଇଲଖୁଣ୍ଟ ରଚିବେ ବୋଲି ସମସ୍ତଙ୍କର ଆଶା।
ସଂଗଠନ ପାଇଁ 1000କିଲୋମିଟର ସଡ଼କ ଯାତ୍ର..
2017 ମସିହାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ ପାଇଁ କାମ କରିବା ଲାଗି ସଂକଳ୍ପ ନେଇଥିଲେ ପ୍ରଣବ l ଆଉ ସେବେଠୁ ଆଜି ଯାଏ ଦିନ ରାତି ଏକକରି ସେ ତୃଣମୂଳ ସ୍ତରରେ ସଂଗଠନ କିପରି ଅଧିକ ମଜବୁଜ ହେବ ସେଥିପାଇଁ ପ୍ରଣବଙ୍କ ଆଖିରେ ନିଦ ନାହିଁ l କୋରାପୁଟ, ମାଲକାନଗିରି, ବୌଦ୍ଧ କି ନବରଙ୍ଗପୁର ହେଉ ଅବା ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ କି କେନ୍ଦ୍ରାପଡ଼ା ଅବା ଜଗତସିଂହପୁର, ପୁରୀ ସବୁଆଡେ ସଂଗଠନକୁ ମଜବୁଜ କରିବା ପାଇଁ ଘଣ୍ଟା ଘଣ୍ଟା ସଡ଼କ ଯାତ୍ରା କରି ଦଳୀୟ କର୍ମୀ ଓ ନେତାଂକୁ ସେ ଉତ୍ସାହିତ କରନ୍ତି l ଅନୁଗୁଳ ତାଳଚେର, ବ୍ରହ୍ମଗିରିରୁ ବ୍ରହ୍ମପୁର ଅବା ନୟାଗଡ କି ନିମାପଡା ସବୁବେଳେ କର୍ମୀ ମାନଙ୍କ ସହ ରହିବାକୁ ସେ ପସନ୍ଦ କରନ୍ତି l ତାଙ୍କ ରାଜନୀତି ବଡ ମନ୍ତ୍ର ହେଉଛି ନେତା ବଡ ନୁହେଁ, କର୍ମୀ ବଡ l ସାଧାରଣ କର୍ମୀର କଥାରେ ଦଳ କିପରି ଚାଲେ ସେ କଥା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶିକିଛନ୍ତି l 
ସଂଗଠନକୁ ମଜବୁତ କରିବା ଓ କର୍ମୀ ପାଖରେ ଛିଡା ହେବା ପାଇଁ ପ୍ରଣବ କିପରି ହଜାର ହଜାର କିଲୋମିଟର ସଡ଼କ ଯାତ୍ର କରି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛନ୍ତି ତାହାର ଗୋଟେ ଉଦାହରଣ ହେଉଛି 3-3-2021 ଘଟଣା l ସେଦିନ ନିମାପଡାରେ ବିଜେଡିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ପ୍ରଣବ ଉଦଘାଟନ କରି ସେହିଦିନ ମୟୁରଭଞ୍ଜ mpl କ୍ରିକେଟ ମ୍ୟାଚ ଫାଇନାଲରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ଏହାପରେ ସେଠାରୁ ସିଧା ଯାଜପୁର ଓ ତାପରେ ଭୁବନେଶ୍ୱର ପହଂଚି ବିଜୁ ଜୟନ୍ତୀ ସାଇକେଲ ଯାତ୍ରର ସମୀକ୍ଷା କରି 4ତାରିଖ ସକାଳ 10ଟାରେ ସାଂସଦ ସୁବାଷ ସିଂହଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ମହିଳା ସମାବେଶ ଯୋଗଦେଇଥିଲେ l
850କିଲୋମିଟରର ଲମ୍ବା ସଡ଼କ ଯାତ୍ର ପରେ ବି ସେ କ୍ରାନ୍ତ ଅନୁଭବ ନକରି ଦଳର ସଂଗଠନ ପାଇଁ ପ୍ରଣବ କାମ କରିଥିଲେ l ପ୍ରଣବ ଏହି କଠିନ ପରିଶ୍ରମକୁ ନବୀନ ବହୁ ଆଗରୁ ଜାଣିପାରିଥିବାରୁ ବୋଧେ ଦଳର ଦ୍ୱିତୀୟ ନେତା ଓ ସଂଗଠନର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଥିଲେ l ପଦ ପଦବୀ ନୁହେଁ, ଦଳ ଓ ସେବାମନବୃତି ମୂଳ ମନ୍ତ୍ର କରି ବିଜେଡିକୁ ମୁଖ୍ୟମନ୍ତ୍ରୀ ନିର୍ଦେଶରେ ଏକ ଦଳ ନୁହେଁ, ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ପ୍ରଣବ l
ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନି ନିୟନ୍ତ୍ରଣାଧୀନ ଅଛି ।
ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନି ନିୟନ୍ତ୍ରଣାଧୀନ ଅଛି ।
ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ।
ଭୁବନେଶ୍ୱର : ଶିମିଳିପାଳ କେବଳ ଓଡିଶା ବା ଭରତର ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ଡା. ମୋନା ଶର୍ମା କହିଥିଲେ ଯେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି । ଏଥିରେ କୌଣସି ଜୀବନ ହାନି ଘଟି ନାହିଁ । ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ SOP ଜାରି କର ଯାଇଛି ଏବଂ ବଡ ବଡ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ ।Fire Alert ସମ୍ପର୍କରେ ପ୍ରତି ସନ୍ଧ୍ଯାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ DFOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡା। ମୋନା ଶର୍ମା କହିଛନ୍ତି ।PCCF Wildlife ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି ।ଏହି ବୈଠକ ରେ ମୁଖ୍ୟମନ୍ତ୍ରୀ ସଚିବ 5T ଶ୍ରୀ ଭି. କେ. ପାଣ୍ଡିଆନ , PCCF Wildlife ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ
ନିରବ ପ୍ରେମ ….
ନିରବ ପ୍ରେମ ….
ସବୁଦିନ ଭଳି ଆଜି ସଂନ୍ଧ୍ୟାରେ ଅଫିସରୁ ଫେରିବା ପରେ କାହିକିଁ କେଜାଣେ ମତେ କାହାର ପ୍ରେମ କାହାଣୀ ଏତେ ଆକୃଷ୍ଟ କଲା ଯେ ପ୍ରେମ ନିରବ ବାଦଶାହା ପରି ମୁଁ ସେ କାହାଣୀକୁ ବୁଝିବାକୁ ଯାଇ ଏମିତି କିଛି ମନଗଡ଼ା କାହାଣୀ ଲେଖିବାକୁ ବସିଛି । ହଠାତ ମୁନା କହୁଥିଲା କୁନାକୁ । ଜାଣିଲୁ ଭାଇ ଆଜି ପୁରୁଣା ପ୍ରେମର ପ୍ରତିଟି କଥା କାହିକିଁ କଜେଣୋ ମୋ ମନକୁ ବେଶ ଆନ୍ଦୋଳିତ କରୁଛି । କରନ୍ତାନି ବା କେମିତି । ମୁଁ ପୁରା ଦୀର୍ଘବର୍ଷ ପରେ ତାହା ପାଇଁ ଲେଖିଥିବା ଚିଠିଟି ପାଇଛି । ସେ ଚିଠିଟିକୁ ପଢିବା ପରେ ତ ଆଜି ଏହି ଅନଲାଇନ ୱାଟସପ , ଇଷ୍ଟ୍ରାଗ୍ରାମ , ମେସେଞ୍ଜର ଯୁଗରେ ବି ଚିଠି ପଢିବାର ଆଗ୍ରହ ମୋ ଭିତରେ ରହିଛି । ରହନ୍ତାନି ବା କେମିତି ସେ ଚିଠି ପା ସେ ସମୟର ସବୁଠାରୁ ପରିଚିତ ଥିବା ଲୋକ ଉପରେ ଲେଖାଯାଇଛି । ୨୦ବର୍ଷ ପରେ ମିଳିଛି ସେ ଚିଠି । ୨୦ ଥର ପଢିବା ପରେ ବି ମନ ବୁଝୁନାହି । କାରଣ ଚିଠି ଯାହା ଉପରେ ଲେଖା ଯାଇଛି ସେ ଆଜି ବି ମୋର ଅତି ଘନିଷ୍ଠ ଓ ପରିଚିତ । ହେଲେ କେବଳ ପୂର୍ବ ପରିଚୟରେ ସେ ଆଉ ନାହିଁ କି ମୁଁ ବି ନାହିଁ । ଆମେ ଦୁହେଁ ଏବେ ଭିନ୍ନ ପରିଚୟ ପାଇଛୁ । ହେଲେ ସେ ସମୟରେ ଝଡ଼ ,ବତ୍ୟା ପରି ପ୍ରେମ କିନ୍ତୁ ଆଜି ନିରବି ଯାଇଛି । କେବଳ ସ୍କୃତି ଓ ଚିଠି ହିଁ ଆଜି ସେ ପ୍ରେମ ସହ କଥା ହେଉଛି । କଣ କରିବି ମୁଁ କିଛି ଜାଣିପାରୁନାହିଁ । ଏମିତି କେତେ କଥା ମୁନା ଗପିଚାଲିଥାଏ । ଅଳ୍କ ବହୁତ ଏକଥାକୁ କୁନା ବୁଝୁଥାଏ ଓ ସେ ବି ପୁରୁରା ପ୍ରେମ କାହାଣୀର ଛବି ତା ଆଖିରେ ପୁରାଇ ମୁନାକୁ କିଛି କହୁଥାଏ । ବିଚାର ପାଖରେ ବସିଥିବା ସନ୍ତୋଷ ମୁନା ଓ କୁନା କଥା ଶୁଣି ପ୍ରେମ ରସ ଯେ କେତେ ମିଠା କରିଦିଏ ମନକୁ ତାହା ଉଭୟଙ୍କ କଥାରେ ଅନୁମାନ କରୁଥିଲେ ମଧ୍ୟ ସେତେଟା ଗଭୀରତାକୁ ଯାଇପାରୁନଥାଏ । ଆଉ ଠିକ ଏକିତି ବେଳେ ମୁନା କହେ ସନ୍ତୋଷ ତୁ କଣ ବୁଝିବୁ ସେ କଥା ଛାଡ଼ ।
ଆଜି ଏତେ ବର୍ଷ ପରେ ମୁନା ପୁରୁଣା ଚିଠିକୁ ନେଇ ଯେପରି ଭାବନା ରାଇଜରେ ବୁଡ଼ିଯାଇଛି । ତାହାର ସେ ଝଡ଼ ପ୍ରେମ ଯେପରି ନିରବ ହୋଇଯାଇଛି । ଆଉ ସେହି ନିବରତା ଭିତରେ ସନ୍ତୋଷ ମନରେ ପ୍ରେମର ଏକ ମହାବତ୍ୟା ସୃଷ୍ଟି ହୋଇଛି । ସନ୍ତୋଷ ଜାଣେ ନାହିଁ ସେ ସେହି ବତ୍ୟାକୁ ସାମ୍ନା କରିବ ପାରିବ କି ନାହିଁ । ହେଲେ ସନ୍ତୋଷ କିନ୍ତୁ ମୁନା ଠାରୁ ଏମିତି ବୁଝିଲା ଯେ ପ୍ରେମ ପାଠ ହେଉଛି ଏମିତି .. ପ୍ରକୃତ ଭଲ ପାଇବାର ଆଶା ନଥାଏ …ତ୍ୟାଗ ଥାଏ । ଆଜି ନହେଲେ ବି ପରେ ସେ ବୁଝିପାରିବ ମୋ ନିରବତା ।
ନିମାପଡାରେ ଦଳୀୟ କର୍ମୀଙ୍କୁ ପ୍ରଣବ ଦେଲେ ଗୁରୁମନ୍ତ୍ର..
ନିମାପଡାରେ ଦଳୀୟ କର୍ମୀଙ୍କୁ ପ୍ରଣବ ଦେଲେ ଗୁରୁମନ୍ତ୍ର..
* ସଂଗଠନ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବାକୁ ସହ କର୍ମ ଓ କାର୍ଯ୍ୟରେ ସଂଜମତା ରଖିବାକୁ ପ୍ରଣବଙ୍କ ପରାମର୍ଶ
* ଫୋକସରେ ସୋସିଆଲ ମିଡ଼ିଆ
ଭୁବନେଶ୍ୱର: ଦିନକୁ ଦିନ ବିଜେଡି ଉପରେ ଲୋକଙ୍କର ଆସ୍ଥା ବଢ଼ିବାରେ ଲାଗିଛି। ମୁଖ୍ଯମନ୍ତ୍ରୀ ଏ ଦଳକୁ ସୁ ସଂଗଠିତ କରିବାକୁ କହିଛନ୍ତି। ସେ ଦିଗରେ ଆମେ କାମ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତାକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାକୁ କାମ କରିବା ଦରକାର। ଏହାସହ ମୋ ୱାର୍ଡ, ମୋ ପଂଚାୟତ, ମୋ ବ୍ଲକର ଦାୟିତ୍ୱ ମୋର l ଏନେଇ ସଭିଏଁ କାମ କରିବା ଦରକାର l କେବଳ ସେତିକି ନୁହେଁ, ତୃଣମୂଳ ସ୍ତରରେ କିପରି ସଂଗଠନ ଅଧିକ ମଜବୁତ ହେବ ସେ ଦିଗରେ ସମସ୍ତେ କାମ କରିବା ଦରକାର l ଆଜି ନିମାପଡାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହା କହିଛନ୍ତି l
ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ କର୍ମୀଙ୍କ ଦାୟିତ୍ୱ ଉପରେ ଉପସ୍ଥିତ ଦଳୀୟ କର୍ମଙ୍କୁ ବୁଝାଇଥିଲେ l କର୍ମୀ କିପରି ଅଧିକ ଦାୟିତ୍ୱବାନ୍ ହେବା ଉଚିତ୍ ହେବା ଉଚିତ ତାହା ସେ ବୁଝାଇଥିଲେ l ପ୍ରଶିକ୍ଷଣ ଶିବିରରେ ମୁଖ୍ୟତ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତାକୁ ଘରେ ଘରେ କିପରି ପହଞ୍ଚାଇବାକୁ ହେବ ତାହାରି ଉପରେ ଆଲୋଚନା ହୋଇଥିଲା l ଶେଷରେ ବିଜେଡି ସଂଗଠନ ସଂପାଦକ କର୍ମୀଙ୍କୁ ସୋସିଆଲ ମିଡ଼ିଆ ଉଚିତ ବ୍ୟବହାର କରି ଦଳ ବିରୋଧରେ ହେଉଥିବା ଅପପ୍ରଚାରର କଡା ଜବାବ ଦେବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ l
ବିଜୁଙ୍କ ପାଇଁ ବବିଙ୍କ ଭିଡିଓ ବାର୍ତ୍ତା…..
ଭୁବନେଶ୍ୱର : ବିଜୁ ପଟ୍ଟନାୟକ, ନାଁ ଟା ହିଁ ଯଥେଷ୍ଟ l ତାଙ୍କ କୀର୍ତ୍ତି ଓ କୃତିତ୍ୱର ପରିଚୟ ପାଇଁ ।କାରଣ ସେ ଥିଲେ ବୀରତ୍ୱ, ସାହସର ଏକ ବଡ ପ୍ରତୀକ l ସାହସ ଓ ଧାର୍ଯ୍ୟ ବଳରେ ଜୀବନର ସବୁ ଲକ୍ଷ୍ୟ ପୂରଣ ହୋଇପାରିବ ତାହା ସେ ପ୍ରମାଣିତ କରି ଦେଖଗାଇଥିଲେ l ପରିଶ୍ରମ ସହ ସାହସ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର l ଯାହାର ଅନେକ କିଛି ଉଦାହରଣ ସେ ଛାଡ଼ିଯାଇଛନ୍ତି l ବିଶେଷ କରି ସେ ଯୁବ ଓ ଛାତ୍ର ମାନଙ୍କ ପାଇଁ ଥିଲେ ପ୍ରରଣାର ଉତ୍ସ l ଖାସ ସେଥିପାଇଁ ତ ମାର୍ଚ୍ଚ ୫ତାରିଖ ତାଙ୍କ ଜନ୍ମ ଜୟନ୍ତୀକୁ ଯୁବ ଓ ଛାତ୍ରଙ୍କୁ ନେଇ ବିଜେଡି ଆୟୋଜନ କରୁଛି ସାଇକେଲ ଯାତ୍ର l ଯାହାର ମଙ୍ଗ ଧରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) l ଛାତ୍ର ଜୀବନରେ ବିଜୁ ପଟ୍ଟନାୟକ ନିଜ ବନ୍ଧୁମାନଙ୍କ ସହ ସାଇକେଲରେ କଟକରୁ ପାକିସ୍ତାନର ପେଶାଓ୍ୱାର ସହରକୁ ଯାତ୍ରା କରିଥିଲେ । ୧୯୩୨ ମସିହାରେ ରେଭେନସା କଲେଜର ଛାତ୍ର ବିଜୁ ପଟ୍ଟନାୟକଙ୍କ ୪୫ଶହ କିଲୋମିଟର ଯାତ୍ରା କରିବା ଘଟଣା ଆଜି ବି ଦେହରେ ରୋମାଞ୍ଚ ଭରି ଦେଇଥିଲେ। ଯେତେବେଳେ ପେଟ୍ରୋଲ୍-ଡିଜେଲ ଦର ନିୟନ୍ତ୍ରଣରେ ରଖିବାକୁ ସେହି ମହାନ ଆତ୍ମା,ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ୯୦ ଦଶକରେ ସାଇକେଲରେ ଯା’ଆସ କରୁଥିଲେ। ସେହି ମହାପୁରୁଷଙ୍କ ସ୍ମୃତିରେ ସାଇକେଲ ଚଳାଇବା ପାଇଁ ଆହ୍ୱାନ କରିଛି ବିଜେଡି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୁବ ଓ ଛାତ୍ରମାନଙ୍କୁ ସାଇକେଲ ଯାତ୍ର କରିବା ପାଇଁ ଆହ୍ୱାନ ଦେଇଛନ୍ତି ଏକ ଭିଡିଓ ବାର୍ତ୍ତା ଜରିଆରେ କାରଣ ବିଜୁବାବୁ କଥା କଥାକେ କହୁଥିଲେ ମୋ ଓଡିଶା ମୋ କଳିଙ୍ଗ । ତାଙ୍କ ରକ୍ତରେ ଥିଲା ଓଡିଶାପ୍ରତି ପ୍ରଗାଢ ଭଲପାଇବା l ସେହି ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବା ସହ ଓଡିଶାକୁ ଆତ୍ମୀୟ କରିବା ପାଇଁ ଯୁବଛାତ୍ରଙ୍କୁ ଆହ୍ଵାନ ଦେଇଛନ୍ତି ବବି l
ଆସନ୍ତା ମାର୍ଚ ୫ ତାରିଖରେ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ । ତାଙ୍କର ସ୍ମୃତିଚାରଣ କରିବା ପାଇଁ କଟକର ଆନନ୍ଦ ଭବନରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି ।ଖାସ ସେଥିପାଇଁ ବିଜୁଙ୍କ ଜନ୍ମଦିନରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତି ପାଖରୁ ସାଇକେଲ ଶୋଭାଯାତ୍ରାର ପାଇଁ ଏକ ଭିଡିଓ ବାର୍ତା ପ୍ରସ୍ତୁତି କରିଛନ୍ତି । ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ସାଇକେଲ ଶୋଭାଯାତ୍ରାରେ ଅଧିକରୁ ଅଧିକ ଯୁବଛାତ୍ର କିଭଳି ଯୋଗଦେବେ ସେନେଇ ବାର୍ତ୍ତା ଦେଇଛନ୍ତି ପ୍ରଣବ । ଏଥିପାଇଁ ନିଜେ ସାଇକେଲ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ଯୁବ ସଭାପତି ବୋୖମୋକେଶ ରାୟ ,ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ,ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇଥିଲେ । ଏହାପରେ ବିଜେଡ଼ର ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ସାଇକେଲ ଚଳାଇ ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି l ଆଉ ଠିକ ଏତିକି ବେଳେ ବବିଙ୍କ ଭିଡିଓ ବାର୍ତ୍ତା ଏବେ ଏହି ଯାତ୍ରାରେ ବହୁ ଯୁବ ଓ ଛାତ୍ର ମାନଙ୍କୁ ଆକର୍ଷଣ କରିଛି ଏହି ସାଇକେଲ ଯାତ୍ରରେ ସାମିଲ ହେବା ପାଇଁ l














