ବିଜୁ ଜୟନ୍ତୀରେ ନବୀନଙ୍କ ଉଦବୋଧନ : ସେବା ଓ ସ୍ୱାଭିମାନ ଦଳ ବିଜେଡି…

- Advertisement -

ଭୁବନେଶ୍ୱର : ବିଜୁ ପରିବାରର ସବୁ ସଭ୍ୟଙ୍କୁ ନମସ୍କାର। ମହାନ ଜଣନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଶାର ଅତୀତ ଗୌରବ ଫେରାଇ ଶିଖରରେ ପହଞ୍ଚାଇବାକୁ ସେ କାମ କରୁଥିଲେ। ସେବା ଓ ସ୍ୱାଭିମାନ ତାଙ୍କ ଲକ୍ଷ୍ୟ ଥିଲା। ଯାହା ବିଜେଡିର ଲକ୍ଷ୍ୟ। ତେଣୁ ଓଡ଼ିଶାବାସୀଙ୍କ ପ୍ରିୟ ଦଳ ଅଛି ଓ ରହିବ। ଗାଁ କଚା ଘର ପକା ହେଉଛି, ପାଣି, ବିଜୁଳି ରେ ଘର ଉଜ୍ଜ୍ୱଳ ଦିଶୁଛି। ସେତେବେଳେ ତା ମୁହଁରେ ହସ ଆସୁଛି। ଏହା ଆମ ପାଇଁ ବଡ଼ ପୁରସ୍କାର। ମାଆ ଯେବେ ପଂଚୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି। ଯୁବ ସମାଜ ସ୍ୱପ୍ନ ସାକାର ହେଉଛି। ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେପରିପ୍ରକାଶ ହେଉଛି। ଆହୁରି ବାଟ ଆଗକୁ ଯିବାକୁ ଅଛି। ହେଲେ ଆହୁରି ଅଧିକ କା କରିବାକୁ ହେବ। ଆସନ୍ତୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଂକଳ୍ପ ନେବା। ଓଡ଼ିଶା ସ୍ୱାଭିମାନ ପାଇଁ କାମ କରିବା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles