୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ବିଶୁଦ୍ଧ ପାଇପ ପାଣି- ମୁଖ୍ୟମନ୍ତ୍ରୀ

ବିଜୁବାବୁଙ୍କ ସେଦିନର ସାନ ପୁଅ “ନୂଆପଡା ଆଜି
ସଶକ୍ତ ହୋଇଛି ମୁଖ୍ୟମନ୍ତ୍ରୀ
୨୩୩୭ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ
Lower Indra ଜଳ ସେଚନ ପ୍ରକଳ୍ପ ଉଦଘାଟିତ
ଏକ ଲକ୍ଷ ପରିବାର ପାଖରେ ପହଞ୍ଚିଲା ବିଶୁଦ୍ଧ ପାଇପ ପାଣି
ବିକାଶର ନୂଆ ଇତିହାସ ଲେଖିଛି ନୂଆପଡା
୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ବିଶୁଦ୍ଧ ପାଇପ ପାଣି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନୂଆପଡାର ତିନୋଟି ମୁଖ୍ୟ ସମସ୍ଯା ଥିଲା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗ । Fluoride ଯୁକ୍ତ ପାଣି ଯୋଗୁଁ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଥିଲେ । ଜଳ ସେଚନ ଅଭାବରୁ ଚାଷବାସ ରେ ଅସୁବିଧା ହେଉଥିଲା ଏବଂ ଯୋଗାଯୋଗ ବ୍ୟବସ୍ତା ଉନ୍ନତ ନଥିବାରୁ ଆର୍ଥିକ ଉନ୍ନତି ସାଧିତ ହୋଇ ପାରୁନଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଏନକେ ନେତୃତ୍ବରେ ନୂଆପଡାର ଏହି 3 ଗୋଟି ସମସ୍ୟାର ସମାଧାନ ହୋଇ ପାରିଛି ଏବଂ ନୂଆପଡା ଓଡିଶାର ବିକାଶ ଇତିହାସ ରେ ନିଜର ସ୍ଥାନ ସୁଦୃଢ କରିପାରିଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଗସ୍ତରେ ଯାଇ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି Lower Indra ଜଳ ସେଚନ ପ୍ରକଳ୍ପ ଏବଂ ବିଭିନ୍ନ ପିଇବା ପାଣି ପ୍ରକଳ୍ପ ।

ଏହି ଅବସରରେ ଆଜି ଖଡିଆଳ ଠାରେ ଏକ ବିରାଟ ଜନସଭା କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ନୂଆପଡା ବାସୀ Fluoride ପାଣି ଯୋଗୁଁ ବହୁତ ସମସ୍ୟାର ସମୁଖୀନ ହେଉଥିଲେ । ମା ମାନଙ୍କୁ ଭଲ ପିଇବା ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା । ଆଜି ସେ ସମସ୍ଯା ନାହିଁ । ଆଜି ନୂଆପଡା ର ଏକ ଲକ୍ଷ ପରିବାର ପାଖରେ ଆଜି ପାଇପ ପାଣି ପହଞ୍ଚି ପାରିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ପାଣିରୁ Fluoride ଦୂର କରିବା ପାଇଁ ୧୧୦୦ ରୁ ଅଧିକ Fluoride Removal Plant Install କରାଯାଇଛି । ୯୦୦ ରୁ ଅଧିକ ଗାଁ କୁ ସଂପୂର୍ଣ୍ଣ ଭାବରେ Fluoride ସମସ୍ଯା ରୁ ମୁକ୍ତ କରାଯାଇଛି । ୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କା ୨୦୫ ଟି Pipe Water Supply Project ଏବଂ ଗୋଟିଏ Mega Pipe Water Supply Project କାମ ଚାଲିଛି ।

ଆଜି ଉଦଘାଟିତ Lower Indra Project କୁ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚିର ମରୁଡି ପ୍ରପୀଡିତ ଅଞ୍ଚଳ ନୂଆପଡାରେ ଆଜି ନୂଆ ସବୁଜିମା ସୃଷ୍ଟି ହୋଇଛି । ନୂଆପଡା ଆଜି ବିକାଶର ନୂଆ ଇତିହାସ ଲେଖିଛି । ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଜଳସେଚନ ସୁବିଧା ୫୪ପ୍ରତିଶତ ବଢିଛି । ଜିଲ୍ଲାର ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ନୂଆପଡା ର ଚାଷୀ ଆଜି ଧାନ ଉତ୍ପାଦନ ସହିତ ଆଜି ମକା ଚାଷ , କପା ଚାଷ କରିପାରୁଛି । ଆଜିର ଏ ପ୍ରକଳ୍ପ ଚାଷୀ ମାନଙ୍କ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବ । ଏ ପ୍ରକଳ୍ପ ଦ୍ଵାରା ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗୀର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର ୨୦୦ ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।

ନୂଆପଡାରେ ଚାଲିଥିବା ୨୨୦ କୋଟି ଟଙ୍କାର Mega Lift Irrigation Project ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହା ଦ୍ଵାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମି କୁ ପାଣି ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । Lower Indra Project Underground Pipeline Technology ରେ ନିର୍ମିତ ହୋଇଥିବାରୁ ଏହି Project ରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇବା ପାଇଁ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Lower Indra Site ରେ ୩ କୋଟି ଟଙ୍କା ବ୍ୟୟ ରେ ଏକ Science Park ଓ Museum କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ନୂଆପଡା ଓ ଖଡିଆଳ NAC ରେ ଦୁଇଟି Indoor Stadium ସହିତ ଖଡିଆଳ Autonomous College ରେ କ୍ରୀଡା ଭିତ୍ତିଭୂମି ର ବିକାଶ କରାଯିବ ।

ନୂଆପଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡାରେ ଶିଶୁ ମୃତ୍ୟୁ ହାର କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ରାଜ୍ୟର ବଡ ବଡ ସହରର Hospital ସହ ସମକକ୍ଷ ହୋଇପଡ଼ିଛି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କା ଖର୍ଚ୍ଚରେ ୧୩୨ କି.ମି ରାସ୍ତା କେବଳ ନୂଆପଡା ରେ ହିଁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଜିଲ୍ଲା ର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ନୂଆପଡା ସହ ବିଜୁବାବୁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡା କୁ ବିଜୁବାବୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” । ଆଜି ନୂଆପଡାର ରୂପାନ୍ତର କୁ ଆପଣ ମାନେ ଦେଖି ପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି । ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାର ଭେଲା ଗାଁ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭେଲା ର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓ ନୂଆପଡା ଜିଲ୍ଲାର ବିଧାୟକ ମାନେ ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଯୋଗ ଦେଇଥିଲେ ।

ନୂଆପଡାରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ…. .

ଭୁବନେଶ୍ୱର : ଆଜି ନୂଆପଡା ଆସି ମୁଁ ବହୁତ ଖୁସି। ଏହି ଅବସରରେ ଆପଣମାନଙ୍କୁ ମୋର ଜୁହାର ।
ସ୍ଵାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ବିଶେଷ କରି ଆମର ମା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ।ନୂଆପଡା ଭେଲା ଗାଁ ର ମା ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ଅବସରରେ ସେହି ସଂଗ୍ରାମୀ ମା ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଆପଣ ଜାଣନ୍ତି ୨୦୨୨ ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର Memorial କରାଯିବ।
୧୯୯୩ ରେ ବିଜୁବାବୁ ନୁଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” ।
ଆଜି ନୂଆପଡା ର ରୂପାନ୍ତର କୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ନୂଆପଡା ର District Headquarter Hospital ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ ।
ସେହିପରି ଗତ ଦଶ ବର୍ଷ ଭିତରେ ଆମେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛୁ । ନୂଆପଡା ରେ ଶିଶୁ ମୃତ୍ୟୁ ହାର ବହୁତ କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି ।
ନୂଆପଡାର ପାଣି ରେ ରହିଛି Fluoride ର ସମସ୍ଯା। ଏହା ହେଉଛି ଜିଲ୍ଲା ବାସୀଙ୍କ ବଡ ସମସ୍ଯା ।Fluoride ପଣି ଦ୍ଵାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଭଲ ପିଇବା ପାଣି ପାଇଁ ମା ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା । ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା । ଆଜି ନୂଆପଡାର 55 percent ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ । 1000 ରୁ ଅଧିକ Fluoride Removal Plant Install କରାଯାଇଛି । 900 ରୁ ଅଧିକ ଗାଁ କୁ Fluoride ସମସ୍ଯା ରୁ 100 Percent ମୁକ୍ତ କରାଯାଇ ପାରିଛି । କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା ନୂଆପଡା ର ସବୁ ପରିବାରକୁ 100 percent ପାଇପପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି Pipe Water Supply project ଓ ଗୋଟିଏ Mega pipe water supply project କାମ ଚାଲିଛି ।
ଏବେ ମୁଁ Lower Indra ପ୍ରକଳ୍ପକୁ ଆସିବି । ଏ ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗିର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର 200 ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ ।
ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର Mega Lift Irrigation Project ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ବାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମିକୁ ପାଣି ମିଳିପାରିବ । Lower Indra Project Underground Pipeline Technology ରେ ହୋଇଛି । ତେଣୁ ଏହି Project ରୁ ଆଉ 7500 ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି ।
ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନ ରହିଛି ।ନୂଆପଡାରେ ଜଳସେଚନ ସୁବିଧା ବଢିଛି । ନୂଆପଡାରେ ଜଳସେଚନ ସୁବିଧା 54 percent ବଢିଛି ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ଧାନ ଉତ୍ପାଦନ ବଢିଛି । କପା ଚାଷ , ମକା ଚାଷ ମଧ୍ୟ ବଢିଛି ।
Lower Indra Dam site ରେ ଏକ Science Park ଓ Museum କରାଯିବ ବୋଲି ମୁଁ ଘୋଷଣା କରୁଛି । ଏଥିରେ 3 କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ଭିତରେ Science ପ୍ରତି ଆଗ୍ରହ ବଢିବ । ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ ।
ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ Sports Activity ସହିତ ନୂଆପଡା ଯୋଡି ହେବ । ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି Indoor Stadium କରାଯିବ । ଖଡିଆଳ Autonomous College ରେ Sports Facility ର ବିକାଶ କରାଯିବ । ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀ ମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ।
ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ।

ନୂଆରୂପ ନେବ ନୂଆପଡା : ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିବେ ନବୀନ….

ଭୁବନେଶ୍ୱର : ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିବା ସହ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ଭେଟି ଦେବେ । ବିଶେଷକରି ନୂଆପଡ଼ା ଜିଲ୍ଲାର ଚାଷ ଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ଆଉ ଆଜି ନୂଆପଡା ବିକାଶରେ ଯୋଡ଼ି ହେବ ନୂଆ ଫର୍ଦ୍ଦ  l କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡ଼ା ଓ ବଲାଙ୍ଗୀରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି । ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ ଚିରହରିତ । ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ ।  ୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ବର ବିକାଶର କର୍ଣ୍ଣଧାର ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି ।  ଏହି କ୍ରମରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ବାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ ।
ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ଗ୍ରାଉଣ୍ଡକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହାସହ ତୃଣମୂଳ ସ୍ତରରେ ଯୋଜନା ପହଞ୍ଚିବାରେ କେଉଁଠି ସମସ୍ୟା ରହୁଛି ତାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଲଇଡି ଜରିଆରେ ବିଭିନ୍ନ ସ୍ଥାନରେ ଏହି ଲୋକାର୍ପଣ ଉତ୍ସବ ପ୍ରଦର୍ଶିତ କରାଯିବ ।

ମୁଖ୍ୟମନ୍ତ୍ରୀ ଗସ୍ତକୁ ସଫଳ କରିବା ପାଇଁ  ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ଯେଉଁ  ଦାୟିତ୍ୱ ସଭିଙ୍କୁ ଦେଇଛନ୍ତି ତାହାର ତଦାରଖ କରି ଚୂଡାନ୍ତ ରୂପ ଦେଇଛନ୍ତି l

ମିଶନ ଶକ୍ତି ଏକ କୋଟି ମା ଙ୍କର ବିରାଟ ଆନ୍ଦୋଳନ ହେବାକୁ ଯାଉଛି : ମୁଖ୍ୟମନ୍ତ୍ରୀ

ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳିତ

ମିଶନ ଶକ୍ତି ଏକ କୋଟି ମା ଙ୍କର ବିରାଟ ଅଆନ୍ଦୋଳନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ।

ଯେଉଁ ଦେଶରେ ମା ଆଗୁଆ ସେ ଦେଶ ଉନ୍ନତ।

ଭୁବନେଶ୍ୱର : ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି ।

ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନ ରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ଵତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା ମାନେ ଖୁବ ସ୍ଵାଗତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତି କୁ ଚଳ ଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଆହ୍ଵାନ ମୂଳକ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତି ର ମା ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ସବୁ ମା ମାନେ ସବୁଠାରୁ ବେଶୀ ଦାୟିତ୍ଵର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ବାସକୁ ବୃଦ୍ଧି କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଦେଶରେ ମା ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସଚିବାଳୟ ରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତା କୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳା ମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି । ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୁରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।
ମିଶନ ଶକ୍ତିର କମିଶନର ତଥା ନିର୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ୨୦୦୧ ରେ ମିସନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା, ଆଜି ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି ।
ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା । ହଷ୍ଟେଲ ପରିଚାଳନା, ସ୍ଵଧାର ଓ ଉଜ୍ଜ୍ଵଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ୱେବସାଇଟ , ମୋବାଇଲ ଆପ ଓ ବ୍ଯାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ଵତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା । ଡାଆଣି କୁପ୍ରଥାର (Witch Hunting) ବିଲୋପ ପାଇଁ IEC Package ମଧ୍ୟ ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା , ସ୍ଵୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ଯାଙ୍କ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନ ର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ଯାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ତିଆନ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ମା ମାନେ ଜନ୍ମରୁ ନେତା : ନବୀନ ପଟ୍ଟନାୟକ..

ଭୁବନେଶ୍ୱର :  ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ Focus ରେ ରହିଛନ୍ତି । ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ Historic Step ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପାଞ୍ଚାୟତ ଓ Urban Bodies ମାନଙ୍କରେ ପଚାଶ ପ୍ରତିଶତ Reservation କରିଛୁ । ମା ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ।
ମା ମାନେ ହେଉଛନ୍ତି Born Leader । ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ପ୍ରତିଟି ମା ଭିତରେ ଅଛି ନେତୃତ୍ଵ ର Sparkling । ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।
ମା ମାନଙ୍କ ପାଇଁ Assembly ଓ Parliament 33% reservation ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ 33 % seat ରେ ମା ମାନଙ୍କୁ ଟିକଟ ଦେଇଥିଲୁ ।
ଆମେ କଥା ନୁହେଁ କାମରେ ବିଶ୍ବାସ କରୁ । ବିନା ସୁଧ ରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କା ର Treatment ସୁବିଧା, ମା ମାନଙ୍କ କଲ୍ଯାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରେଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, Working Women’s Hostel ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା ମାନଙ୍କ କଲ୍ଯାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ l

ସଙ୍କଳ୍ପର ଦିନ ହେଉ ମହିଳା ଦିବସ : ପ୍ରଣବ ପ୍ରକାଶ ଦାସ

ମହିଳା ସୁବବେଳେ ସାହସୀ , ଦୃଢମନା ଓ ପରିଶ୍ରମୀ । ତାହା ଭିତରେ ରହିଛି ଭରପୁର ଆତ୍ମବିଶ୍ୱାସ, ସହନଶୀଳତା ଓ ଆତ୍ମିୟତା । ସଶକ୍ତକରଣର ସେ ହେଉଛି ପ୍ରତୀକ । ସାମଜର ପରିବର୍ତ୍ତନରେ ନାରୀ ଭୂମିକା ଅତୁଳନୀୟ । ଦୟା, କ୍ଷମା, ଭଲ ପାଇବା ଭଣ୍ଡାର ରହିଛି ତା ମନରେ । ଜନ୍ମରୁ ମୃତ୍ୟୁ ଯାଏ ସେ କେବଳ ସେବା କରିଚାଲେ । ପୁରା ପୃଥିବିକୁ ସେ ନିଜର କୋଳରେ କୋଳେଇ ନେଇଛି । ସବୁ କଷ୍ଠ ସହି ସେ ଅନ୍ୟମାନଙ୍କୁ ଖୁସି ବାଣ୍ଟିଥାଏ । କାରଣ ସେ ବୁଝିଛି ବାଣ୍ଟିବାରେ ଆନନ୍ଦ ଥାଏ ।

ପୁରାଣରେ ମାତା ସୀତା ହୁଅନ୍ତୁ ଅବା ମଦର ଟେରେସା । ଅନ୍ୟମାନଙ୍କୁ ମଙ୍ଗଳକାମନା ପାଇଁ ନିଜକୁ ଉତ୍ସର୍ଗ କରଛନ୍ତି । ଅପମାନ, ଅପବାଦ ଭୁକ୍ଷେପ ନକରି ସୁବବେଳେ ମହିଳାପି ନିଜ କର୍ତ୍ତବ୍ୟ କରିଥାଏ । କେତେବେଳେ ମା ଧରିତ୍ରୀ, ମା ସ୍ୱରସ୍ୱତୀ, ମା ଲକ୍ଷ୍ମୀ ତ ଆଉ କେତେ ମା ଭୈରବୀ, ମା ଦୁର୍ଗା, ମା କାଳୀ । ହେଲେ ଆଜିର ଦୁନିଆରେ ଦିନକୁ ଦିନ ପୁରା ଦେଶରେ ମହିଳା ନିର୍ଯ୍ୟାତନା ବଢିବାରେ ଲାଗିଛି । କଷ୍ଟ ଓ ଧର୍ଯ୍ୟକୁ ଧରି ମହିଳା ସଂଘର୍ଷ କରୁଛି ଓ ଜିତୁଛି ବି । ସେ ନିଜର ପରିଶ୍ରମ ବଳରେ ପର୍ବତର ଶୀଖର ଉପରୁକୁ ଚଢୁଛି ତ ଆକାଶରେ ଯୁଦ୍ଧ ବିମାନରେ ଶତ୍ରୃର ମୁକାବିଲା କରୁଛି । କେଉଁଠି ବି ପୁରୁଷ ଠାରୁ କମ ନୁହେଁ ନାରୀ । ତେଣୁ ବିଶ୍ୱ ମିଳା ଦିବସରେ ସଭିଁଏ ସଂକଳ୍ପ କରିବା ଦରକାର ସମାଜରେ ମହିଳାମାନେ କିପରରି ମୁଣ୍ଡ ଟେକି ପୁରୁଷ ସହ ହାତ ମିଳାଇ ଏମ ସମାଜକୁ ଆଗେଇ ନେବା । ପ୍ରତ୍ୟେକ ବ୍ୟକ୍ତି ମହିଳାଙ୍କୁ ସମ୍ମାନ ଜଣାଇବା ସହ ସମାଜ ପାଇଁ ଜଣେ ମହିଳାର ଆବଶ୍ୟକତାର ମୁଖ୍ୟ ଭୂମିକାକୁ ବୁଛି ତାର ତ୍ୟାଗ ଓ ପରିଶ୍ରମକୁ ସୀକୃତି ଦେବାର ଏବେ ସମୟ ଆସିଛି । ଚଳିତ ବର୍ଷ ଯେଉଁ ବାର୍ତ୍ତା ରହିଛି ଚୁଜ –ଟୁ-ଚ୍ୟାଲେଞ୍ଜ ବା ଆହ୍ୱାନକୁ ଗ୍ରହଣ କରିବାର ଚ୍ୟାଲେଞ୍ଜ ତାହା ପ୍ରତ୍ୟେକ ମହଳା ଭିତରେ ଉତ୍ସାହ ସୃଷ୍ଟି କରିଛି । ତେଣୁ ଏବେ ନାରୀକୁ ଅସମ୍ମାନ ହେବାକୁ ଦେବା ନାହିଁ, ନିର୍ଯ୍ୟାତିତ ହେବାକୁ ଦେବା ନାହିଁ । ସଭିଁଙ୍କର ସଂକଳ୍ପ ହେବା ଦରକାର ମହିଳାଙ୍କୁ ନେଇ କିପରି ଆମେ ଗର୍ବ କରିବା ଓ ସମ୍ମାନ ଦେବା । ତେବେ ଯାଇ ଏ ମହିଳା ଦିବସ ପାଳନ କରିବା ଯର୍ଥାଥ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତକରର କରିବା ସହ ଆର୍ଥକ ଓ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଜି ପଲ୍ଲୀରୁ ଦିଲ୍ଲୀ ଯାଏ ମହିଳା ସ୍ୱଭାଲମ୍ବୀ ହୋଇପାରିଛନ୍ତି । ରାଜ୍ୟ ସରକାର ମମତା ଯୋଜନା, ଖୁସି ଯୋଜନା, ମିଶନ ଶକ୍ତି ମାଧ୍ୟମରେ 80ଲକ୍ଷ ମହିଳାଙ୍କୁ ସ୍ୱଭାଲମ୍ବୀ କରିବା ସହ ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ କରିବା, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପୃଷ୍ଟି ବଜେଟ ଆଣିବା, ସହରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନରେ 50ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିବା ଏବଂ ଲୋକସଭା ଓ ବିଧାନସଭା 33ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ଲଢେଇ ଜାରୀ ରହିଛି l ତେଣୁ ମହିଳା ଦିବସରେ ତେଜସ୍ୱନୀ ଓ ଓଜସ୍ୱିନୀ ମହିଳାଙ୍କୁ କୋଟିକୋଟି ପ୍ରଣାମ ।

ତୋ ପାଇଁ ଏତେ ଚର୍ଚ୍ଚା …

ଚର୍ଚ୍ଚା ଓ ଚର୍ଚ୍ଚାରେ ରହିବାକୁ କିଏ ବା ଭଲନପାଏ । ବିଶେଷ କରି ଚଚ୍ଚିତ ବ୍ୟକ୍ତି , ସେଲିବ୍ରେଟି , ଖେଳାଳିମାନେ ତ ସବୁବେଳେ ଚର୍ଚ୍ଚାରେ ରହନ୍ତି । ସେ ଗଣମାଧ୍ୟମ ହେଉ କି ସୋସିଆଲ ମିଡ଼ିଆ । ଏପରି ଚର୍ଚ୍ଚା ଲାଗି ରୁହେ । ଯାହା ସଭିଁଙ୍କୁ ଜଣା । ଗପିବା ବେଳେ ସାଧାରଣ ସେଭଳି ବ୍ୟକ୍ତି ବିଶେଷକୁ ନେଇ ଚର୍ଚ୍ଚା କରାଯାଏ । ଯାହା ହେବା ବି ସ୍ୱଭାବିକ । ହେଲେ ଟିକେ ଟିକେ ଜଣାଥିବା ଚରିତ୍ରକୁ ନେଇ ଯେ ଘଣ୍ଟା ଘଣ୍ଟା ଓ ପ୍ରତି ମିନିଟରେ ଚର୍ଚ୍ଚା ଓ ଆଲୋଚନା ହେବ ତାହା ଅସ୍ୱଭାବିକ ହେଲେ ବି ଚର୍ଚ୍ଚାର ବିଷୟ ପାଲଟିଥାଏ । କାଳେ ସେ ଚର୍ଚ୍ଚାରେ ଅଳ୍ପ ପ୍ରେମ, ଅଳ୍ପ ଆନନ୍ଦ, ଓ ଅଳ୍ପ ଭାବନା ଳୁଚି ରହିଥାଏ । ଗହଳି ଭିତିରେ ତ କେତେବେଳେ ଶୂନଶାନ ସ୍ଥାନରେ ବି ତାକୁ ନେଇ ଚର୍ଚ୍ଚା ହୁଏ । କିଏ କଣ କହେ ତାହା ଠିକ ନଥାଏ, ହେଲେ ଚର୍ଚ୍ଚା ଭିତରେ ଏମିତି ଚରିତ୍ର ସବୁ ସାମ୍ନାକୁ ଆସନ୍ତି ଯାହା ଅଳ୍ପ ସମୟ ପାଇଁ ଭୁଲେଇଦିଏ ସବୁକିଛି । କେତେ ବାଜି , କେତେ ଚ୍ୟାଲେଜ ଲାଗେ ଶୂନଟାରେ ସେ ଚର୍ଚ୍ଚାରେ । ହେଲେ ବେଳେବଳେ ଏ ଚର୍ଚ୍ଚାକୁ ନେଇ ଭାବିଲେ ଲାଗେ ଯେ କଣ ସେ ଆମେରିକା ରାଷ୍ଟ୍ରପତି ନାଁ ଭାରତର ପ୍ରଧାନମନ୍ତ୍ରୀ । ନା ଜଣେ ମହାନ ବ୍ୟକ୍ତି । ଏ ଚର୍ଚ୍ଚା କାହିକିଁ । ଏ ଚର୍ଚ୍ଚାର ରାସ୍ତାର ସେ ଏକୁଟିଆ ବାଟୋଇ ନା ଆମେ ସବୁ ସେ ରାସ୍ତାକୁ ପଥଚାରୀ । ତାହା କାହାକୁ ବା ଜଣା । ସେ ଭାଗ୍ୟବାନ ନା ତାପାଖରେ କିଛି ଅଧିକ ଆକର୍ଷଣ ଅଛି । ଯେଉଁଥି ପାଇଁ କୌଣସି ଦୁର୍ବଳତା ନଥାଇ ବି ଆଜି ଏତେବଡ଼ ସମାଜ ଓ ବ୍ୟକ୍ତି ଜୀବନ ଭିତରେ କାହାର ଚର୍ଚ୍ଚାରେ ସେ ଆସିପାରିଛିି । ସତରେ ସେ କଣ କିଛିି ନକରି ବିି ଚର୍ଚ୍ଚିତ ହେଉଛି । କଣ ସତରେ ସେ ଜଣେ ଆର୍ଶୀବାଦ ପାଇଥିବା ଚଚ୍ଚିତ ଚେହାରା । ଏମିତି କେତେ କଥା ବି ମନକୁ ଆସେ । ହେଲେ ତା ଚର୍ଚ୍ଚାରେ ଆନନ୍ଦ ଥାଉ କି ନଥାଉ , କିନ୍ତୁ ମନ ତ ହାଲକା ହୁଏ । ଯେମିତି ବିନା ରଙ୍ଗରେ ରଙ୍ଗୀନ ହେବା, ଅମାବାସ୍ୟାର ଅନ୍ଦାର ରାତିରେ ଜୁଳୁଜୁଳିଆ ଫୋକ ଲାଇଟରେ ଚତୁପାଶ୍ୱର୍ ଆଲୋକିତ ହେବା ଓ ବିନା ମେଘରେ ମୟୁର ନାଚିବା । ଠିକ ସେମିତି ଏ ଚର୍ଚ୍ଚା । ଶେଷରେ ଏତିକିି କୁହାଯାଇ ପାରେ ତୁ କିଏ ଯେ ତତେ ନେଇ ଏତେ ଚର୍ଚ୍ଚା । ତୁ ନିଜେ ଜାଣିନଥିବୁ ତୋ ଚର୍ଚ୍ଚା କଣ ଓ କାହିକିଁ କିଏ କରେ । କେଉଁଠି ସର୍ମ୍ପକ ଅଛି ତୋ ସହ ଚର୍ଚ୍ଚା ହେବା ପଛରେ …

ପ୍ରସନ୍ନ କହିଲେ ମନ କଥା : ଅଶୋକଙ୍କ ପରି ପ୍ରଣବ..

() ପଦ ପଦବୀ କି କ୍ଷମତା ନୁହେଁ l ସବୁବେଳେ ଦଳ ଓ କର୍ମୀଙ୍କ ପାଇଁ କାମ କରୁଥିଲେ ଓଡିଶାର ସାଲିସ ବିହୀନ ସମ୍ରାଟ ଅଶୋକ ଦାସ l ଠିକ ତାଙ୍କ ପରି ତାଙ୍କ ପୁଅ ବବି ଦାସ l ବିଜୁ ଜୟନ୍ତୀରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହାସମାବେଶ କହିଛନ୍ତି ଦଳର ପୁରୁଣା ସଦସ୍ୟ ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ l ସେ କହିଛନ୍ତି ଯେ ବିଜୁବାବୁ ମୋତେ କହିଲେ ଅଶୋକଙ୍କୁ ମନ୍ତ୍ରୀ କରିବା l ତୁ ତାଙ୍କୁ ବୁଝା l ହେଲେ ମୁଁ ଯେତେବେଳେ କହିଲି ଅଶୋକ ମତେ ଯାହା କହିଲା ତାହା ଏବେ ମୁଁ ବବି ଭିତରେ ପୁରା ଦେଖୁଛି । ବିଜୁ ଜୟନ୍ତୀରେ ଦଳୀୟ କାର୍ଯ୍ୟକ୍ରମରେ ପାଠଶାଣୀ କହିଲେ ସେତେବେଳେ ବିବୁଙ୍କ ପାଖରେ ଅଶୋକ ଥିଲେ ଏବେ ନବୀନଙ୍କ ପାଖରେ ବବି ସବୁବେଳେ ରହିଛି । ଯେମିତି ଅଶୋକ ବାବୁ କାମ କରୁଥିଲେ ତୁମେ ବି ସେହି ଉତ୍ସlହର ସହ କାମ କରୁଛ । ଅଶୋକ ଦାସ ସବୁବେଳେ କହୁଥିଲେ ପଦ ପଦବୀ ମୋ ବଡ଼ ନୁହେଁ ଦଳ ଓ ଲୋକ ମୋ ପାଇଁ ବଡ଼ । ଠିକ୍ ସେହିଭଳି ପ୍ରଣବ ଶୃଂଖଳାର ସହ କର୍ମୀମାନଙ୍କୁ ସାଥିରେ ନେଇ କାମ କରୁଛନ୍ତି । ଯୁବ ମାନସର ଅଦ୍ୱିତୀୟ ନେତା ବବି ତୁମେ ହିଁ ହେବ । ବିଜୁବାବୁଙ୍କ ମନ ପସନ୍ଦର କାମ ଏବେ ବବି କରୁଛି l ଏଥିସହ ଭବିଷ୍ୟତରେ ଯୁବମାନସର ଅଦ୍ୱିତୀୟ ନେତା ବବି ହେବେ ବୋଲି କହିବାକୁ ପଛାଇଲେ ନାହିଁ l ଜଣେ ବରିଷ୍ଠ ନେତା ଖୋଲା ମଞ୍ଚରେ ବବିଙ୍କୁ ଏପରି କହିବା ଏବେ ଚର୍ଚ୍ଚାର ବିଷୟ l ରାଜନୈତିକ ସମିକ୍ଷକଙ୍କ କହିବା କଥା ହେଲା ପାଟଶାଣୀ ଯାହା କହିଲେ ତାହା ଠିକ l କାରଣ
ବା ବାହି ଠାରୁ ବହୁ ଦୂରରେ ବବି l ଯାହା ଏହି ଉଦାହରଣରୁ ସ୍ପଷ୍ଟ ଜାଣିହେବ l
2019 ନିର୍ବାଚନ ସରିଥାଏ। ସମସ୍ତଙ୍କ ନଜର ମନ୍ତ୍ରୀ ପଦ ଉପରେ ଥାଏ। କିଏ ନୂଆ ଆସିବ, କେଉଁ ପୁରୁଣା ରହିବେନି, ସେ ନେଇ ହିସାବ ଚାଲିଥାଏ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବିଶ୍ୱସ୍ତ କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ @ ବବି ମନ୍ତ୍ରୀ ପଦ ପାଇବେ ବୋଲି ସବୁ ନିଶ୍ଚିତ ଥିଲେ। ବବିଙ୍କ ଘରେ ବି ବିଧାୟକମାନଙ୍କ ଲବି କିଛି କମ ନଥିଲା। ସବୁ ବିଧାୟକ କହୁଥାନ୍ତି, “ଭାଇ ତମେ ତ ଯେମିତି ହେଲେ ହେବ, ଆମ କଥା ଟିକେ ଭାବିବେ।”
ହେଲେ ବବି ମନ୍ତ୍ରୀ ପଦ ନେଲେ ନାହିଁ। ବରଂ ମନ୍ତ୍ରୀ ଗଢ଼ିବାରେ ବିଶେଷ ଭୂମିକା ନେଲେ। ମନ୍ତ୍ରୀ ପଦ ବାଣ୍ଟିବାରେ ବି ବବିଙ୍କ ଥିଲା ପ୍ରମୁଖ ଭୂମିକା। ମନ୍ତ୍ରୀ ପଦ ସମ୍ଭ ନେତା ନବୀନଙ୍କ ପରେ ବ ବବି, ଦଳ ପାଇଁ ସକ୍ରିୟ କାମ କଲେ l କଥାରେ ଅଛି, କ୍ଷମତା ପାଇଁ ପଦପଦବୀ ଦରକାର ପଡେନି। ଯୋଗ୍ୟ ବ୍ୟକ୍ତି ପାଖକୁ ଏହା ସ୍ୱୟଂ ଆସେ। ବବି ବି ତାହା ହିଁ ପ୍ରମାଣିତ କରିଛନ୍ତି। ମନ୍ତ୍ରୀ ପଦ ନେଲେନି ସିନା, ନବୀନଙ୍କ ସେନାର ବିଶ୍ୱସ୍ତ ସେନାପତି ଯେ ବବି, ଏଥିରେ ଦୁଇମତ ନାହିଁ। ଯାହା ବିଜୁଙ୍କ ଜୟନ୍ତୀରେ ତାଙ୍କର ଅନୁଗତ ପ୍ରସନ୍ନ  ପାଟଶାଣୀ ବଖାଣିଛନ୍ତି l

ବବିଙ୍କ ଫୋକସରେ ଗାଁ : ପଣସାରେ ସହରୀ ପାର୍କ….

ଯାଜପୁରଟାଉନ  :  ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ଆଜି ଯାଜପୁର ବ୍ଲକ ପଞ୍ଚାୟତ ପଣସା ଠାରେ ହୋଇଥିବା ପଣସା ପାର୍କକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସ ଉଦଘାଟନ କରିଛନ୍ତି। ମନରେଗା ଯୋଜନାରେ ଏହି ଆକର୍ଷଣୀୟ ପଞ୍ଚାୟତ ପାର୍କ ନିର୍ମାଣ ହୋଇଥିବା ବେଳେ ଏହା ଏକ ପରିବର୍ତନର ବାର୍ତା ‌ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଏହା ନିକଟରେ ମଡେଲ ଅଙ୍ଗନୱାଡି, ମିଶନ ଶକ୍ତି ଗୃହ, ଛେଳି ଗୃହ ନିର୍ମାଣ କରାଯାଇଥିବା ବେଳେ ସବୁ ପଞ୍ଚାୟତରେ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ଯାଜପୁର ବିଡିଓ ସୌରଭ ଚକ୍ରବର୍ତୀ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ପଣସା ସରପଞ୍ଚ ମୋନାଲିସା ପତି, ସରପଞ୍ଚ ପ୍ରତିନିଧି ସୁରେଶ ପତି ପ୍ରମୁଖ ଉପସ୍ଥିତ ରହିଥିଲେ।

ଯାଜପୁର ଜିଲ୍ଲାରୁ ସବୁ ରାଜ୍ୟକୁ ଚାଲିବ ବସ… .

ଯାଜପୁର : ଯାଜପୁର ଜିଲ୍ଲାସଂସ୍କୃତି ଭବନ ଠାରେ ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମିଳନୀରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ବିଜେଡି ସଂଗଠନ  ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ । ବିଶେଷ କରି ରାଜ୍ୟରେ ବସ ମାଲିକ ମାନଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଏହିସବୁ ସମସ୍ୟା ସମ୍ପର୍କରେ ବସ ମାଲିକ ସଂଘ ପକ୍ଷରୁ ଉପସ୍ଥାପନ କରାଯିବା ସହ ଯାଜପୁରକୁ ରାଜ୍ୟର ସମସ୍ତ ଜିଲ୍ଲାକୁ ବସ ଚଳାଚଳ କରାଯିବା ସହ ରାଜ୍ୟ ବାହାରକୁ ଯଥା ଛତିଶଗଡ଼, ରାୟପୁର,ହାଇଦ୍ରାବାଦ ପ୍ରମୁଖ ସ୍ଥାନକୁ ବସ ଚଳାଚଳ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଦୃଷ୍ଟି ଦେବା ସହ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଆଗକୁ ନେବାରେ ସହାୟକ ହେବ । ତେବେ ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ରଖାଯାଇଥିବା ପ୍ରସ୍ତାବ ଗୁଡିକୁ ଶୀଘ୍ର ପୁରାଣ କରାଯିବ ବୋଲି କହିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Follow us

20,832FansLike
0FollowersFollow
14,700SubscribersSubscribe

Latest news