ଗାନ୍ଧୀଗିରି ଓ ମନ୍ତ୍ରୀ ଅରୁଣ ସାହୁ …..

ଭୁବନେଶ୍ୱର : ଆଜିର ରାଜନୀତି କେମିତି ଚାଲିଛି ତାହା କାହାକୁ ବା ଅଛପା । ରାଜନୀତି ସହ ଗାନ୍ଧୀବାଦୀ ଯୋଡ଼ିବା ତ ଭୁଲ ନୁହେଁ, ମହାପାପ । ରାଜନୀତିରେ ଏବେ ଅହିଂସା ବଦଳରେ ହିଂସା ନୀତିକୁ ବେଶ ଆପଣେଛନ୍ତି ରାଜନେତା ଓ ରାଜନୈତିକ ଦଳଗୁଡ଼ିକ ।ଯାହା କାହାକୁ ବା ଅଛପା । ଭାରତ ବର୍ଷରେ ଏପରି କେତେକ ରାଜ୍ୟ ଅଛି ଯେଉଁଠି ରାଜନୈତିକ ହିଂସା ଉଗ୍ର ରୂପ ନେଲାଣି । ସ୍ୱାର୍ଥ ପାଇଁ ନିଜ ସହଯୋଗୀକୁ ହତ୍ୟା କରିବାକୁ ବି ପଛାଉ ନାହିଁ ମଣିଷ । ଆଉ ଠିକ ଏହି ସମୟରେ ଜଣେ ରାଜନେତା ଗାନ୍ଧୀଗିରିର ପ୍ରଚାର ଓ ପ୍ରସାର କରିବା ରାଜନୀତିରେ ଏକ ନୂଆ ସକାଳ ଆରମ୍ଭ ନୁହେଁ ତ ଆଉ କଣ । ତାହା ପୁଣି ଓଡ଼ିଶା ମାଟିରୁ । କାରଣ ଓଡ଼ିଶାରୁ ଚଣ୍ଡାଶୋକରୁ ଧାର୍ମଶୋକରେ ପରିଣତ ହୋଇଥିଲା । ଏ ମାଟି ହେଉଛି ଅହିଂସାର ମାଟି । ଏଠି କେବଳ ସ୍ନେହ ଓ ଭଲପାଇବା ଭରପୁର ରହିଥାଏ ଲୋକଙ୍କ ମଧ୍ୟରେ । ହେଲେ କେବଳ ଉଚିତ ଦିଗ ଦର୍ଶନ ନମିଳୁଥିବାରୁ ଲୋକେ ପଥଭଷ୍ଟ ହୋଇଯାଉଛନ୍ତି । ମହାତ୍ମାଗାନ୍ଧୀ ଓଡ଼ିଶା ଆସିବାର ଶହେ ବର୍ଷ ପୂତ୍ତି ଆଜି ପାଳନ କରାଯାଇଛି । ଗାନ୍ଧୀ ଓଡ଼ିଶା ଆସିଥିବା ସମୟର ଅନେକ ସ୍କୃତି ବି ଆଜି ବିଭିନ୍ନ ସ୍ଥାନରେ ମନେ ପକାଉଛନ୍ତି ଲୋକେ । ହେଲେ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ପାଇଁ ଶାସକ ବିଜେଡ଼ି ଦଳର ଯୁବନେତା ତଥା ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରଚେଷ୍ଟା ଆଜି ସାରା ରାଜ୍ୟ କାହିଁକି ଦେଶର ବିଭିନ୍ନ କୋଣରେ ଥିବା ଓଡ଼ିଆମାନଙ୍କୁ ବେଶ ପ୍ରଭାବିତ କରିଛି । ବିଭିନ୍ନ ସମୟରେ ନିଜର ସକାରାତ୍ମକ ଭୂମିକାକୁ ନେଇ ଚର୍ଚ୍ଚାରେ ଥିବା ମନ୍ତ୍ରୀ ଅରୁଣ ସାହୁ ଆଜି ଗାନ୍ଧୀଗିରି ବାର୍ତ୍ତାର ବହେଳା ସାଜିଛନ୍ତି । ଅହିଂସା ଶାନ୍ତିର ପ୍ରଚାର ଓ ପ୍ରସାରକୁ ସେ ଗୁରୁତ୍ୱ ଦେଇଛନ୍ତି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ପାଇଁ ୨୦୨୦ ଅକ୍ୱୋବର ୨ ତାରିଖ ଅର୍ଥାତ ଗାନ୍ଧି ଜୟନ୍ତୀରୁ ମନ୍ତ୍ରୀ ଅରୁର ସାହୁ ଗାନ୍ଧୀ ଭିଡ଼ିଗନ ପ୍ରତିମାସର ପ୍ରଥମ ରବିବାର ସକାଳ ୬ଟାରୁ ଆରମ୍ଭ କରନ୍ତି । ସୋସିଆଲ ମିଡ଼ିଆ ଜରିଆରେ ଗାନ୍ଧିଜୀଙ୍କ ଜୀବନ ଓ ଆଜିର ଦିନରେ ତାହାର ପ୍ରାସଙ୍ଗିକତା ସର୍ମ୍ପକରେ ବିଶ୍ଳେଷଣ ଭରା ଆଲୋଚନା କରନ୍ତି ଯୁବପିଢ଼ିଙ୍କୁ ସେ ବାର୍ତ୍ତା ଦିଅନ୍ତି । କାରଣ ଏବେର ଯୁବପିଢ଼ି ଯେପରି ଗାନ୍ଧୀଙ୍କ ନୀତି ଓ ଆଦର୍ଶରୁ ଦୂରେଇ ଯାଉଛନ୍ତି , ଖାସ ସେଥିଲାଗି ଯୁବପିଢ଼ିଙ୍କୁ କିପରି ଏ ଦିଗରେ ଫେରାଇ ଆଣିହେବ ପ୍ରୟାସ କରିଛନ୍ତି ଯୁବନେତା ତଥା ମନ୍ତ୍ରୀ ଅରୁଣ ସାହୁ । ହିଂସା ନୁହେଁ ବରଂ ଅହିଂସା ମାଧ୍ୟମରେ ସବୁକିଛି ହାସଲ କରି ହେବ ତାହାର ବାର୍ତ୍ତା ବହାକ ସେ ସାଜିଛନ୍ତି । ଧୀରେ ଧୀରେ ତାଙ୍କୁ ଗାନ୍ଧୀବାଦୀ ଚର୍ଚ୍ଚା ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିଛି । ଯୁବକମାନଙ୍କ ଭିତରେ ଆତ୍ମ ବିଶ୍ୱାସ ଭରିଦେଇଛି । ଜଣେ ଯୁବରାଜ ନେତାଭାବେ ଓଡ଼ିଶାରେ ପରିଚିତ ମନ୍ତ୍ରୀ ଅରୁଣ ସାହୁ ନିଜ ଜୀବନ ଶୈଳୀରେ ପ୍ରଥମେ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରିବା ପରେ ଅନ୍ୟମାନଙ୍କୁ ସେ ଏହି ବାର୍ତ୍ତା ବାଣ୍ଟୁଛନ୍ତି । ରାଜଧାନୀରୁ ନୟାଗଡ଼, କୋରାପୁଟରୁ ମୟୁରଭଞ୍ଜ ଯାଏ ତାଙ୍କୁ ଏହି ଗାନ୍ଧୀ ଡ଼ିଗିଜନ ଏବେ ଲୋକପ୍ରିୟତା ହେବାରେ ଲାଗିଛି । କେବଳ କଥାରେ ନୁହେଁ, ଗାନ୍ଧୀ ଡ଼ିଭିଜନକୁ ସେ ନିଜ ରାଜନୈତିକ ଜୀବନରେ ମଧ୍ୟ ପ୍ରତିଫଳିତ କରିଛନ୍ତି । ହିଂସା ନୁହେଁ, ଅହିଂସା ମାଧ୍ୟମରେ ସବୁକିଛି ହାସଲ କରିବ ହେବ ତାହା ତାଙ୍କ ନିର୍ବାଚନୀ ମଣ୍ଡଳୀରେ ଏକ ରାଜନୈତିକ ଘଟଣାକୁ ନେଇ ତାଙ୍କୁ ଷଡ଼ଯନ୍ତ୍ରରେ ଫସାଇବାକୁ ବିରୋଧୀ ଚାହୁଥିଲେ ମଧ୍ୟ ସେ କିନ୍ତୁ ବିଚଳିତ କି ବ୍ୟସ୍ତ ହୋଇନଥିଲେ । ବରଂ ଯେଉଁ ବାର୍ତ୍ତିା ସେ ସମାଜକୁ ଦେଉଛନ୍ତି ତାହାକୁ ଅକ୍ଷର ଅକ୍ଷର ପାଳନ କରିବ ନିଜ କାମ କରିଚାଲିଲେ । ଫଳରେ ବିରୋଧୀ ଏଥିରେ ବିଫଳ ହେଲେ ।
ଆଜି ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ଶହେବର୍ଷ ପୂର୍ତ୍ତି ପାଳନ କରି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଧାନସଭାରେ ଅହିଂସାର ଶବ୍ଦ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯିବା ପାଇଁ ସ୍ୱତନ୍ତ୍ର ସଂକଳ୍ପ ଅଣାଯାଇ ପାରିତ କରାଯିବ ।
ତେବେ ଗାନ୍ଧୀଙ୍କ ନୀତି ଓ ଆଦର୍ଶରୁ ବହେଳା ସାଜି ମନ୍ତ୍ରୀ ଅରୁଣ ସାହୁ ଆଜି ପୂରା ଓଡ଼ିଶାରେ ସବୁ ରାଜନେତାଙ୍କୁ ଠାରୁ କିଚି ଭିନ୍ନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବମାନସଙ୍କ ମନରେ । ମନ୍ତ୍ରୀଙ୍କ ଏପରି ଚେଷ୍ଟା ଆଜି ଚାରିଆଡ଼େ ଚର୍ଚ୍ଚାର ବିଷୟ ।

ଆଇ ଲଭ ୟୁ ପଖାଳ…..

ଓଡ଼ିଆଙ୍କ ପ୍ରଥମ ଖାଦ୍ୟ ହେଉଛି ପଖାଳ । ପ୍ରତ୍ୟେକ ଓଡ଼ିଆ ଯାହା ଖାଆନ୍ତୁଉ କି ନଖାଆନ୍ତୁ ପଖାଳ କଂସାଏ ଖାଇବା ପାଇଁ ସବୁବେଳେ ବ୍ୟାକୁଳ । କି ଖରା କି ବର୍ଷା ପଖାଳ କଂସାର ଆଦର ବର୍ଷ ତମାମ। କାରଣ ପଖାଳ ଠାରୁ ସହଜ ଓ ଶସ୍ତା ଖାଦ୍ୟ ବୋଧେ ଆଉ କିଛି ନାହିଁ । ପଖାଳ କଂସାଏ ଖାଇଦେଲେ ମନ ଆନନ୍ଦ ହେବା ସହ ଦେହକୁ ବଳ ଓ ଶାନ୍ତି ମିିଳିଥାଏ । ଏହା ଏକ ସ୍ୱାସ୍ଥ୍ୟକର ଖାଦ୍ୟ । ଯାହାର ଶ୍ରଦ୍ଧା ବହୁ ବର୍ଷ ଧରି ଥିଲା ଓ ଆଜି ବି ରହିଛି । ଆଜି ଏହି ପ୍ରିୟ ଓଡ଼ିଆ ଖାଦ୍ୟକୁ ବିଶ୍ୱରେ ପରିଚିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରି୍‌ଖ ଦିନ ପଖାଳ ଦିବସ ପାଳନ କରାଯାଏ ।
ଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ଲାଗେ ….
ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କୋଠ ଭୋଗ ହେବା ସହିତ ୩୬ କୋଉଟି ଭୋଗ ମହାପ୍ରଭୃଙ୍କ ପାଖରେ ଲାଗେ । ତା ମଧ୍ୟରୁ ଦହି ପଖାଳ ଗୋଟେ ସ୍ୱତନ୍ତ୍ର ପ୍ରକାର ବ୍ୟଞ୍ଜନ ଲାଗିଥାଏ । ଯେହେତୁ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୃ ଜଗନ୍ନାଥଙ୍କ ପାଖରେ ଦହି ପଖାଳ ଲାଗେ । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ଏହା ପ୍ରିୟ ଖାଦ୍ୟ । କାରଣ ମହାପ୍ରଭୃ ଜଗନ୍ନାଥ ହେଉଛନ୍ତି ଚଳନ୍ତି ଦେବତା ।
ଓଡ଼ିଆଙ୍କ ପ୍ରଥମ ଖାଦ୍ୟ : ଓଡ଼ିଆ ଖାଦ୍ୟ ତାଲିକାର ପ୍ରଥମ ଆଇଟମ ହେଉଚି ପଖାଳ । ଓଡ଼ିଆ କହିଲେ ପଖାଳ ଖାଦ୍ୟ ମନକୁ ଆସେ । ସେ ଗରିବ ହେଉ କି ଧନୀ । ଆଉ ଏହି ପଖାଳ କଂସାଏ ପ୍ରତ୍ୟେକ ଓଡ଼ିଆର ସ୍ୱତନ୍ତ୍ର ପରିଚୟ କରାଇଛି ବିଶ୍ୱରେ । ବିଶେଷକରି ଖରାଦିନେ ୯୦ ପ୍ରତିଶତ ଓଡ଼ିଆ ପଖାଳ କଂସାଏ ଖାଇ ଆନ୍ଦନ ପାଆନ୍ତି । କାରଣ ପଖାଳଠାରୁ ସହଜିଆ ଓ କମ ଖର୍ଚ୍ଚରେ ବିଶ୍ୱରେ ବୋଧେ ଆଉ କେଉଁ ଖାଦ୍ୟ ଦେଇପାରିବ ନାହିଁ ।
ବଳ ଦିଏ, ଶାନ୍ତି ବି : ସକାଳୁ ପଖାଳ କଂସାଏ ଖାଇ ପ୍ରତ୍ୟେକ ଓଡ଼ିଆ କାମରେ ଯିବାକୂୁ ପସନ୍ତ କରନ୍ତି । ପଖାଳ ଭାତ, ଆଳୁ ଚକଟା ଓ ପିଆଜ କଞ୍ଚା ଲଙ୍କା ଗୋଟେ ହୋଇଗଲେ କଥା ସରିବା । ଦିନ ଯାକ କାମ କରିବାକୁ ବଳ ମିଳେ ଓ ଶାନ୍ତି ବି । କିଏ କିଏ ପଖାଳ ସହ ଚୁନା ମାଛ, ବଡ଼ିଚୁରା, ଶାଗଭଜା, ବାଇଗର, ବିିଳାତି ପୋଡ଼ା ଚଟଣି , ଆମ୍ବ ନସି ପକାଇ ଖାଇବାକୁ ପସନ୍ଦ କରନ୍ତି । ଆଳୁ ସହ ଯଦି ଦହି, ଆମ୍ବକସି ଅଦା , ଭେଷୁଙ୍ଗା ପତ୍ର ପାଗ ହୋଇଯିବ ତାହାଲେ ତ ପଖାଳ ଖାଇବା ଜମିଯିବ । ଚାଷୀ , ଦିନ ମଜୁରିଆଙ୍କ ପାଇଁ ତ ପଖାଳ ଆଜି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି ।
ପଖାଳ ଆଉ ରାଜନୀତି..
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ସମଗ୍ର ବିଶ୍ୱରେ ଏହାର ରହିଛି ସ୍ୱତନ୍ତ୍ର ପରିଚୟ । ସେଥିପାଇଁ ଯିଏ ଓଡ଼ିଶା ଆସେ ସେ ପଖାଳ ଖାଇବାକୁ କେବେ ଭୂଲନ୍ତି ନାହିଁ । ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ପଖାଳ ଭାରି ପସନ୍ଦ । ତେଣୁ ପଖାଳ କଂସାରେ ବି ରାଜନୀତି ଭରି ରହିଛି । ଯାହା ନବୀନ ନିବାସରେ ପଖାଳ କଂସା ସହ ଦେଶର ଚର୍ଚ୍ଚିତ ରାଜନେତାମାନଙ୍କୁ ଖୁଆଇ ନବୀନ ତାହାର ସଙ୍କେତ ଦେଇଛନ୍ତି । ଓଡ଼ିଆ ଖାଦ୍ୟ ରୁଚିର ପ୍ରଥମ ପସନ୍ଦ ପଖାଳ ଖାଦ୍ୟ ବୋଲି ମୁଖ୍ୟମନ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ । ଯେଉଁଠି ପାଇଁ ପଖାଳ ଖାଦ୍ୟର ବିଶେଷ ଆଗ୍ରହ ରଖିଛନ୍ତି ନବୀନ । କିଛି ବର୍ଷ ତଳେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ , ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ,ସିପିଆଇ ନେତା ସୀତାରାମ ପ୍ରମୁଖ ନବୀନ ନିବାସରେ ୨୦୧୮ରେ ଓଡ଼ି÷ଆ ଘର ଏହି ପ୍ରିୟ ଖାଦ୍ୟ ଖୁଆଇଥିଲେ । ଯାହା କି ଓଡ଼ିଶା ରାଜନୀତି ସହ ପଖାଳ ସର୍ମ୍ପକ ଯେ କେତେ ନିବିଡ଼ ତାହା ପ୍ରମାଣିତ କରିଥିଲା
ପଖାଳ ଆଉ ପ୍ରେମ ... ପଖାଳ ପ୍ରେମରେ କେବଳ ଓଡ଼ିଆ ପଡ଼ିନାହାନ୍ତି । କି ଏହା ଆୁ ଗରିବ ଲୋକଙ୍କ ଖାଦ୍ୟ ଭିତରେ ସୀମିତ ହୋଇନାହିଁ । ବିଦେଶୀ ଓ ସମ୍ରାନ୍ତ ଘରର ବ୍ୟକ୍ତିମାନେ ମଧ୍ୟ ପଖାଳ ଖାଇବାକୁ ଏବେ ବେଶ ଆଗ୍ରହ ପ୍ରକାଶ କଲେଣି । ଯେଉଁଠି ପାଇଁ ଦେଶର ବଡ଼ ବଡ଼ ପଞ୍ଚ ତାରକା ହୋଟେଲରେ ପଖାଳ ଏକ ସ୍ୱତନ୍ତ୍ର ମେନୁରେ ସ୍ଥାନ ପାଉଛି । ପ୍ରେମିକ ଓ ପ୍ରେମିକଙ୍କୁ ତ ପଖାଳ ଦିଏ ଭରପୁର ଆନନ୍ଦ । ପଖାଳ ଦିବସରେ କିଏ କିଏ ତ ନିଜ ପ୍ରେମ ନିବେଦନ କରିଥାନ୍ତି ଓ ସେଥିରେ ସଫଳ ବିି ହୋଇଥାନ୍ତି ।
ପଖାଳ ଓ ଆଉ ସୋସିଆଲ ମିଡ଼ିଆ …
ମାର୍ଚ୍ଚ ୨୦ ତାରିଖରେ ପଖାଳ ଦିବସ । ଓଡ଼ିଆଙ୍କ ଏହି ପ୍ରଥମ ଖାଦ୍ୟ ପଖାଳ ଖାଦ୍ୟର ଆଦର କେତେ ବଢିଛି ଓ ଲୋକମାନେ ଖାଇବା ପାଇଁ କେତେ ପସନ୍ଦ କରୁଛନ୍ତି ତାହାର ମାର୍ଚ୍ଚ ୨୦ ତାରିଖରେ ସୋସିଆଲ ମିଡ଼ିଆ ସଙ୍କେତ ଦେଇଥାଏ । ପଖାଳ ଖାଦ୍ୟ ଖାଇବା ପାଇଁ ଏହି ଦିନ ଓଡ଼ିଆ ନୁହେଁ, ସଭିଁଏ ଆଗ୍ରହ ପ୍ରକାଶ କରନ୍ତି । କେବଳ ଖାଇବା ନୁହେଁ, ଖୁଆଇବାରେ ବି ଆନନ୍ଦ ରଖିଥାନ୍ତି ଅନେକ ।

ଫେରିଲା ପୁରୁଣା ପ୍ରେମ : 2009 ପରେ ନବୀନଙ୍କ ସହ ବିଜେପି ବିଧାୟକ ଏକାଠି… ରାଜନୈତିକ ସମୀକ୍ଷକ କହିଲେ ବିରଳ ଘଟଣା…

ଭୁବନେଶ୍ୱର :ଓଡ଼ିଶା ରାଜନୀତିରେ ଆଜି ଘଟିଛି ବିରଳ ଦୃଶ୍ୟ । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଭିତରେ ଆଲୋଚନା କରିବା ପାଇଁ ପାଛୋଟି ନେଇଥିଲେ । ଆଉ ବିଜେଡିର କିଛି ତୁଙ୍ଗ ନେତା ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିଥିଲେ । ଆଜି ସକାଳ ୧୦ଟାରେ ବିଧାନସଭା ଆରମ୍ଭ ହୋଇଥିଲା । ମଣ୍ଡି ସମସ୍ୟା ଓ ଆତ୍ମହତ୍ୟା ଉଦ୍ୟମ ବିବାଦକୁ ନେଇ ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଆରମ୍ଭ କରିଦେଲେ ହଟ୍ଟଗୋଳ । ଯାହାଫଳରେ ଗୃହ ଠିକ୍ ଭାବେ ଚାଲିପାରିନଥିଲା । ଆଉ ଦିନ ଗୋଟାଏ ସମୟରେ ପୂର୍ବ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଆସିଲେ ବିଜେପି ବିଧାୟକ ।

ବିଧାନସଭା ଅଚଳ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବିଜେଡି ବିଧାୟକମାନେ ଲୋକସେବା ଭବନକୁ ଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଲୋକସେବା ଭବନକୁ ବିଜେପି ବିଧାୟକ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଅଛନ୍ତି ସେଠାକୁ ଯିବା ପାଇଁ ପରାମର୍ଶ ଦେଲେ ବିଜେଡି ବିଧାୟକ । ଆଉ ଏହାପରେ ନବୀନ ନିବାସ ଅଭିମୁଖେ ଚାଲି ଚାଲି ବାହାରିଲେ ବିଜେପି ବିଧାୟକ ।ନବୀନ ନିବାସରେ ପହଞ୍ଚିବା ପରେ ଦିନ ପ୍ରାୟ ୨ଟା ବେଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ସେମାନଙ୍କ ଦାବି ଥିଲା, ଗୃହ ଚାଲି ପାରୁନଥିବା ବେଳେ କାହିଁକି ଗୃହକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ, ତାଙ୍କର ଦେଖା ମିଳୁନଥିବାରୁ ସେମାନେ ଚାଲି ଚାଲି ଆସିଛନ୍ତି । ଏହାପରେ ଆରମ୍ଭ ହୋଇଥିଲା ରାଜନୀତିର ରୋଚକ ଦୃଶ୍ୟ, ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ବିଧାୟକଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ମନ୍ତ୍ରୀ ସମୀର ଦାଶ, ପ୍ରମିଳା ମଲ୍ଲିକ, ରୋହିତ ପୂଜାରୀ ପ୍ରମୁଖ ବିଜେପି ବିଧାୟକଙ୍କୁ ହାତ ଯୋଡି ଭିତରକୁ ଯିବାକୁ ଅନୁରୋଧ କରିଥିଲେ, ହେଲେ ବିଜେପି ବିଧାୟକମାନେ ରାଜି ହୋଇନଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଁଚିଥିଲେ ବିଜେପି ସଦସ୍ୟଙ୍କ ନିକଟରେ । ମୁଖ୍ୟମନ୍ତ୍ରୀ ପହଁଚିବା ପରେ ବିଜେପି ବିଧାୟକମାନେ ଧାରଣାରୁ ହଟି ନବୀନ ନିବାସ ଭିତରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମଣ୍ଡି ସମସ୍ୟା ସମାଧାନ ଓ ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲା ବିଜେପି ଏବଂ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦିନ ତମାମ ରାଜନୀତିର ଏହି ହାଇଭୋଲଟେଜ୍ ଡ୍ରାମା ଦେଖିଥିଲେ ରାଜ୍ୟବାସୀ । ଏହି ଘଟଣା ପରେ 2009ରୁ ଭାଙ୍ଗିଥିବା ବିଜେଡି -ବିଜେପି ସର୍ମ୍ପକ ପୁଣି ଯୋଡ଼ି ହୋଇଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l….

ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଲା କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ଼

ଭୁବନେଶ୍ୱର : ‘‘ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା । ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା। ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା।ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା।’’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭକ୍ତି ଭରା ଏହି ଉକ୍ତି ପରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଲୋକଙ୍କ ଭାବାବେଗ ସ୍ପଷ୍ଟ ବାରି ହୋଇପଡୁଛି । ଆଜି କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

ପାହ୍ୟା ଅଛି : ତଥ୍ୟ ସୁଧାରିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ତଥ୍ୟ ସୁଧାରିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ମନ୍ତ୍ରୀ ପାହ୍ୟା ସଂଶୋଧିତ ତାଲିକା ଦେଲେ ବାଚସ୍ପତିଙ୍କୁ
ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନଙ୍କ ବ୍ୟତୀତ ଅନ୍ୟ କାହାକୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ବୋଲି ମଙ୍ଗଳବାର ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାକୁ ଆଜି ପୁଣି ସଂଶୋଧନ କରିଛନ୍ତି। ଗତକାଲି ତଥ୍ୟ ଦେବାବେଳେ ମନ୍ତ୍ରୀ କେତେକ ବିଭାଗର ତଥ୍ୟକୁ ଛାଡ଼ି ଯାଇଥିବା ଆଜି ସ୍ବୀକାର କରିଛନ୍ତି। ସଶୋଧିତ ତଥ୍ୟ ଅନୁସାରେ ରାଜ୍ୟ ସରକାର ମନ୍ତ୍ରୀମଣ୍ଡଳ ବ୍ୟତୀତ ଆଉ ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିବା ବେଳେ ୨୬ ଜଣଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ଏବଂ ଜଣଙ୍କୁ ଉପମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଜ୍ଞତା ଓ ପାରଦର୍ଶିତାକୁ ଆଧାର କରି ସରକାର ସ୍ୱତନ୍ତ୍ର ଭାବରେ ଏହି ନିଯୁକ୍ତି ପ୍ରଦାନ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଆରୁଖ ଏହା କହିଛନ୍ତି। ମଙ୍ଗଳବାରଦିନ ମନ୍ତ୍ରିମଣ୍ଡଳ ବ୍ୟତୀତ ୨୭ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ବୋଲି ତଥ୍ୟ ରଖିଥିଲେ। ଏହି ତାଲିକାରେ ରାଜ୍ୟ ସରକାରଭ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଭାବେ ସୁସ୍ମିତା ବାଗ୍ଚି, କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗର ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଜୟକୁମାର ନାୟକ ଏବେ ରାଜ୍ୟ ଯୁବକଲ୍ୟାଣ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ଦିଲ୍ଲିୀପ ତିର୍କୀଙ୍କ ନାଁ ଉତ୍ତରରେ ନଥିଲା। ତେବେ ଆଜି ଦିଆଯାଇଥିବା ସଂଶୋଧିତ ତାଲିକାରେ ଏମାନଙ୍କ ନାଁ ସ୍ଥାନ ପାଇଛି।
ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ମୂଳ ପ୍ରଶ୍ନର ଉତ୍ତର ଦେଇ ଆଉ ୨୭ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ସେମାନଙ୍କ ଭିତରେ ୨୦ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ହୋଇଥିବା ବେଳେ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦାୟିତ୍ବ ତୁଲାଉଥିବା ସେ କହିଥିଲେ।
ଏହି ବିବୃତ୍ତି ଅନୁସାରେ କ୍ୟାବିନେଟ୍ ପାହ୍ୟା ପାଇଥିବା ୬ଜଣ ହେଉଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ, ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା ଡ. କେ ଶ୍ରୀନାଥ। ଶସକ ଦଳ ଉପ ସଚେତକ ରୋହିତ ପୂଜାରୀଙ୍କୁ ଉପ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଥିବା ସେ କହିଛନ୍ତି।

ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ….

ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ବିଜୁ ବାବୁଙ୍କ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ (Legendary Indian Pilots Day) ଭାବେ ପାଳନ କରିବ, 

ଦେଶର ଜଣେ ଦକ୍ଷ ପାଇଲଟ୍‌କୁ ସମ୍ମାନିତ କରିବ

ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍‌ରେ ବିଜୁ ବାବୁଙ୍କ ଟ୍ରେନିଂ ଦେଶର ବିମାନ ଚାଳନା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଥିଲା – ମୁଖ୍ୟମନ୍ତ୍ରୀ
ଦିଲ୍ଲୀ : ବିଜୁ ବାବୁଙ୍କର ବ୍ୟକ୍ତିତ୍ବର ସବୁଠାରୁ ବଳିଷ୍ଠ ଦିଗ ହେଉଛି ତାଙ୍କ ସାହସିକତା । ସେ ରାଜନୀତି ହେଉ, ବା ବିମାନ ଚାଳନା – ସବୁ କ୍ଷେତ୍ରରେ ତାଙ୍କର ଅସୀମ ସାହସ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥାଏ।ଜଣେ ଦୁର୍ଦ୍ଦଶ ପାଇଲଟ ଭାବରେ ବିଜୁ ବାବୁ ଦେଶ ବିଦେଶରେ ସୁପରିଚିତ। ଇଣ୍ଡୋନେସିଆର ସ୍ବାଧିନତା ସଂଗ୍ରାମ ହେଉ, ବା ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟଙ୍କ ଆକ୍ରମଣ – ସବୁ କ୍ଷେତ୍ରରେ ସେ ତାଙ୍କର ଅସାମାନ୍ୟ ଦକ୍ଷତା ଓ ଅସୀମ ସାହସର ପରିଚୟ ଦେଇଯାଇଛନ୍ତି।ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ (Legendary Indian Pilots Day) ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ଡଃ ବି.ବି.ଏଲ୍‌ ମଧୁକର ବିଜୁ ଜୟନ୍ତୀ ସମାରୋହ ଅବସରରେ ଏହା କରିଛନ୍ତି।

ଏହି ଅବସରରେ ଆୟୋଜିତ ଏକ ସମାରୋହ ପାଇଁ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦିଲ୍ଲୀ ଫ୍ଲାଇଙ୍କ କ୍ଲବରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହାସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁ ବିଜୁ ବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା। ଇଗଲ୍‌ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା। ଆଉ ତାଙ୍କର ସେହି ସ୍ବପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ। ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। କେବଳ ଭାରତ ନୁହେଁ, ଇଣ୍ଡୋନେସିଆ ଓ ରୁଷିଆର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ ଅଲ୍ଲୀଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ନଜରରୁ ବଞ୍ଚାଇଥିଲେ । ଏଥିପାଇଁ ସେ ବ୍ରିଟିଶ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଜେଲ୍‌ ମଧ୍ୟ ଯାଇଥିଲେ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ବବିଦିତ। ଏହାସହିତ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ସେ ରୁଷିଆର ରେଡ୍‌ ଆର୍ମିକୁ ମଧ୍ୟ ସହାୟତା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସବୁ ସମୟରେ ମନେ ରଖିବେ। ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ଡଃ. ବି.ବି.ଏଲ ମଧୁକରଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ। ସେ ଆମକୁ ଯେ କୌଣସି ପରିସ୍ଥିତି ହେଉ ପଛେ, ଗରିବ ଓ ଦୁର୍ବଳ ଲୋକକୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ପ୍ରେରଣା ଦେଉଥିଲେ। ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଏବଂ କଳିଙ୍ଗର ଗୌରବକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ମଧ୍ୟ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ସଭାପତି ଡଃ ବି.ବି.ଏଲ ମଧୁକର ଏବଂ ସଂପାଦକ ଶ୍ରୀ ଅମିତ ଶର୍ମା ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ।

ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ସ୍ୱୀକୃତି ପାଇଲା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ।

୧୯୯୩ ମସିହାରେ ପ୍ରତିଷ୍ଠିତ କୋକ୍ରେନ୍ ହେଉଛି ଏକ ବ୍ରିଟିଶ ଅଣ ଲାଭକାରୀ ସଂସ୍ଥା ଯାହାକି ବିଶ୍ୱ ସ୍ତରରେ ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ନୀତି ପ୍ରଣେତାଙ୍କୁ ନେଇ କାର୍ଯ୍ୟ କରିଥାଏ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତମ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସାହାଯ୍ୟ କରିଥାଏ ।
ଏହି ଅନୁଷ୍ଠାନ ଡାକ୍ତରୀ ଏବଂ ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା କରିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରିବାରେ ସାହାଯ୍ୟ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଜଡିତ ଥିବା ଏହି ଅନୁଷ୍ଠାନ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟ କରେ ।
ସୋଆ ପକ୍ଷରୁ ଉପଯୁକ୍ତ ଆବେଦନ ପ୍ରକ୍ରିୟା, ଭିତିଭୂମି ଓ ସହାୟତା ତଥା ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍‌ର ସହଯୋଗ ଯୋଗୁଁ ଏହି ମାନ୍ୟତା ମିଳିପାରିଛି ବୋଲି ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି ।
ଉନ୍ନତମାନର ଏବଂ ବୈଜ୍ଞାନିକ ପଦ୍ଧତିରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଆଇଡିଏସ୍‌ର ଲକ୍ଷ୍ୟ ଯାହା ଦ୍ୱାରା ଲୋକମାନେ ଚିକିତ୍ସା ସମ୍ପର୍କିତ ଉପଯୁକ୍ତ ସୂଚନା ପାଇପାରିବେ ବୋଲି ସେ କହିଥିଲେ ।
କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଜଡିତ ଥିବା ଅନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ମଧ୍ୟରେ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ଭେଲୋର, ଟାଟା ମେମୋରିଆଲ୍ ସେଂଟର୍‌, ମୁମ୍ବାଇ, ଏମ୍‌ସ, ନୂଆଦିଲ୍ଲୀ, ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ ଓ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଛନ୍ତି ।

ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ : ଜିତିଲା ୱିମେନ୍ ପଲିଟିସିଆନ୍ ଟିମ୍

  • ଭୁବନେଶ୍ୱର : ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ, ଟିମ୍ ପଲିଟିସିଆନ୍ ଚାମ୍ପିଅନ୍ ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ସାରା ବିଶ୍ୱରେ ପାଳିତ ହୋଇଥିଲା । ଏହି ଦିବସ ପରିପ୍ରେକ୍ଷୀରେ ମହିଳା ମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରୋସୋସିଓ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଫେଡେରେସନ୍ ଓ ଏଏଫ୍‌ଏର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଯାଇଛି । ରାଜ୍ୟରେ କ୍ରୀଡା ଜଗତରେ ମହିଳାଙ୍କ ଭୂମିକା ଏବଂ ଅବଦାନକୁ ନେଇ ଏକ ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ କରାଯାଇଥିଲା ।ମାର୍ଚ୍ଚ ୧୪ ତାରିଖ ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ବିଭିନ୍ନ ବର୍ଗର ମହିଳାଙ୍କୁ ନେଇ ୮ଟି ଟିମ୍ ଗଠିତ ହୋଇଥିଲା । ଏହି ଟିମ୍ ଗୁଡିକ ହେଉଛି ୱିମେନ୍ ଏନ୍‌ଟ୍ରୋପ୍ରେନିଅର୍ ଟିମ୍‌, ୱିମେନ୍ ପଲିଟିସିଆନ୍ ଟିମ୍‌, ସୋସିଆଲ୍ ୱାର୍କର ଟିମ୍‌, ମିଡିଆ ଟିମ୍‌, ଦେଶୀ ଗାର୍ଲ୍ସ, ଟ୍ରାନ୍ସଜେଣ୍ଡର୍ସ, ସୁପର ୱିମେନ୍ ଓ କର୍ପୋରେଟ୍ ୱିମେନ୍ । ପ୍ରତ୍ୟେକ ଟିମ୍ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ଫାଇନାଲ୍‌କୁ ଯାଇଥିଲେ ୱିମେନ୍ ପଲିଟିସିଆନ୍ ଏବଂ ଟ୍ରାନ୍ସଜେଣ୍ଡରସ ଟିମ୍ । ତେବେ ମ୍ୟାଚ୍ ଜିଣି ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିଲେ ୱିମେନ୍ ପଲିଟିସିଆନ୍ ଟିମ୍ । ଏହି ଟୁର୍ଣ୍ଣାମେଂଟ୍‌ର ଫିନାଲେ ମ୍ୟାଚ୍‌ରେ ରାଜନେତା ଦଳ କିନ୍ନର ଦଳକୁ ୩-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ ।ଉଦ୍‌ଘାଟନୀ କାର୍ଯ୍ୟକ୍ର୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇ ଏହି ଟୁର୍ଣ୍ଣାମେଂଟକୁ ଉଦ୍‌ଘାଟନ କରିଥିଲେ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।

ସମୟ ବଦଳାଏ ସର୍ମ୍ପକ ……

ସର୍ମ୍ପକ । ପରିଚିତ, ଚିହ୍ନା , ନିଜର । ଏସବୁ ସମୟ ଅନୂୁସାରେ ଚାଲେ । କେତେବେଳେ କାହା ସହ କେମିତି ସର୍ମ୍ପକ ଓ ଚିହ୍ନା କି ପରିଚୟ ଯୋଡ଼ି ହୋଇଯାଏ ତାହା କହିବା ବି ମସକିଲ । ହେଲେ ଧୀରେ ଧୀରେ ସେହି ଅଚିହ୍ନା , ଅଜଣା ମଣିଷଟି ନିଜର ହୋଇଯାଏ ।ସୁଖ ,ଦୁଃଖ, ମଜାମସ୍ତି ସବୁବେଳେ ସେହି ବ୍ୟକ୍ତିମାନଙ୍କ ସହ ଯୋଡ଼ି ହୋଇରହିବାକୁ ଭଲ ଲାଗେ । ପିଲାଦିନରୁ ଆଜି ଯାଏ ଏମିତି କେତେ ଯେ ସର୍ମ୍ପକ ଯୋଡ଼ି ହୋଇଯାଏ ଜୀବନରେ ତାହାକୁ ମନେ ରଖିବା ବି ସମ୍ଭବ ନୁହେଁ । ଏତେ ବଡ଼ ଦୁନିଆରେ ଏ ସବୁ ସର୍ମ୍ପକ କେବଳ ସମୟ ଅନୁସାରେ ଯେ ଆସେ ଓ ଯାଏ ତାହା ଏବେ ଅଳ୍ପ ବହୁତ ସମସ୍ତେ ଅନୁଭବ କରିଛନ୍ତି । ଦିନେ ଯାହା କୋଳରେ ଟିକେ ଅଲଗା ହେଲେ ଦୁନିଆଟା ନାହିଁ ବୋଲି ଲାଗୁଥିଲା । ଆଜି ସେ କୋଳେ ଶୋଇବାକୁ ଚାହିଲେ ବି ତାହା ସମ୍ଭବ ହୋଇପାରୁନାହିଁ । ଲାଗୁଛି ଯେମିତି ସମୟ ଅନୁସାରେ ସେ କୋଳ ଏବେ ସ୍ମୃତି ହୋଇଯାଇଛି । ଦିନେ ଯାହା ହାତ ଧରି ଛିଡ଼ା ହୋଇ ଚାଲିବାକୁ ଭଲ ଲାଗୁଥିଲା , ବିଶ୍ୱ ନବୁଲି ବି ସବୁ ଦେଖିଲା ପରି ଲାଗୁଥିଲା । ଆଜି ସେ ହାତ ବଡ଼େଇଲେ ବି ସମୟ ସେ ହାତିକୁ ଧରିବାକୁ ସୁଯୋଗ ଦେଉନାହିଁ । ଏମିତି ଜୀବନ ରାସ୍ତାରେ ବେଳେବେଳେ ଇଚ୍ଛା ହୁଏ ଏ ସର୍ମ୍ପକ କାହିକିଁ ଯୋଡ଼ି ହେଉଥିଲା ମୋ ସହ । ଯଦି ଯୋଡ଼ି ହୋଇଥିଲା ତାହାଲେ କାହିକିଁ ଆଜି ଏଥିରେ ଦୂରତା ରହୁଛି । ସେ ସର୍ମ୍ପକରେ ସଂଜ୍ଞା କଣ ବର୍ତ୍ତମାନ ନା ଭବିଷ୍ୟତ ନା ଅତୀତ ହୋଇଯାଇଛି ଆଜି । ପ୍ରେମ ,ଭାବନା , ଭଲ ପାଇବା ଭିତରେ ଏ ସମୟ କଣ ତା ପାଇଁ ପାଚେରୀ । ନା ମୁଁ ନିଜେ ସମୟକୁ ଦୋଷ ଦେଇ ଏ ସର୍ମ୍ପକକୁ ଏମିତି କରିଦେଇଛି । ଏକଥା କିଏ କହିବ । ଆଉ ଠିକ ଏମିତି ବେଳେ କିଏ ଗୋଟେ ଆସି କହିଲା ଭାଇ ସମୟ ହୋଇଗଲା…. ଆଉ ସେ ସର୍ମ୍ପକ

ଏକୁଟିଆ ମନ…..

୧୩୬ କୋଟି ଲୋକ ଓ ଶହଶହ ସର୍ମ୍ପକ ଭିତରେ ବି ରହି ସେ କେତେ କଣ ଭାବିଚାଲେ । ବ୍ୟସ୍ତ , ଜଞ୍ଜଳା ଭିତରେ ବି ସେ କେବେ ଥକି ପଡ଼େ ନାହିଁ । ତା ଭିତରେ ସବୁବେଳେ ଭରପୁର ରହିଥାଏ ଜୋସ । ଯେମିତି ସେ ଗୋଟେ ସମୁଦ୍ର । କାହାଠୁ କିଛି ପାଇବାର ଆଶା ନାହିଁ, କି କାହାଠୁ କିଛି ନେବାକୁ ବି ଆଶା ନାହିଁ । ବଂର ଯିଏ ଯାହା ଦେବେ ତାକୁ କେମିତି ସେ ସେହିପରି ଫେରାଇ ଦେବେ ସେ କାମ କରେ ସବୁବେଳେ । ସେଥିରେ ତାହାର ଆନନ୍ଦ । ଦିନରାତି ଓ ପ୍ରତି ମିନିଟରେ ସେ ନିଜକୁ ନିଜେ ସବୁ ସମୟ ସହ ଖାପ ଖୁଆଇ ଚାଲିଥାଏ । ଦୁଃଖ ଆସେ, ସୁଖ, ଆସେ , ଯନ୍ତ୍ରଣା ପାଏ , ଶାନ୍ତି ବି ପାଏ । ହେଲେ କେବେ ବି ସେ ବିଚଳିତ ହୁଏ ନାହିଁ । ଶୀଘ୍ର ପାଇବାର ଆଶା ନଥାଏ କି ଲମ୍ବା ସମୟର ଅପେକ୍ଷାକୁ ସେ ଭଲ ପାଏ ନାହିଁ । ପ୍ରେମ, ଧୋକା, ବଦମାସୀ , ପୁଣି ବାଚଳାମୀ ସବୁ କିଛି ଯେମିତି ଚାଳିଥାଏ । ପୁଣି ଅବଶୋଷ ଓ ଅବକାଶ ଆଉ ତାହାରି ଭିତରେ ଆଶା ଆଉ ନିରାଶ ବି । ମିଛ ସତ , ରାଗ ରୁଷା, ଜଣା ଅଜଣା ,ଭୂଲ ଠିକ ସବୁ କିଛି ହିସାବ କରେ । ଏମିତି କେତେ କଣ । ଯାହା ନିଶ୍ଚିତ ତାହା ପାଏ, ହେଲେ ତଥାପି ଯାହା ପାଇବାର ଆଶା ନଥାଏ ତା ପଛରେ ସେ ଧାଇଁଥାଏ । ତା ଭିତରେ ରହିଛି ଚନ୍ଦ୍ରକୁ ଯିବାର ସାହସ ତ ସୀମାରେ ଜବାନଙ୍କ ସହ ଲଢିବାର ବଳ । ପୁଣି କେତେବେଳେ ଏକତରଫା ପ୍ରେମର ସେ ସାଜିଥାଏ ଏକୁଟିଆ ବାଟୋଇ । ସେ ବେଳେବେଳେ ପେଟ୍ରୋଲ , ଡ଼ିଜେଲ , ସୁନା ଭଳି ଆକାଶ ଛୁଆଁ ହୋଇଯାଇ ଖୁସି ଅନୁଭବ କରେ ତ ଆଉ କେବେ ଏତେ ଶସ୍ତା ହୋଇଯାଏ ଯେମିତି ଟମାଟୋ(ବିଲାତି ବାଇଗଣ ) । ଚୁପ ରହି କେତେବେଳେ ସବୁକିଛି କରିଦିଏ ତ ଆଉ କେତେବେଳେ ଗର୍ଜନ କରି ବି ହତାଶ ହୋଇପଡ଼େ । ଯେତେ ଶଦ୍ଦ, ଯେତେ ଭାବନା ଓ ଯେତେ ବ୍ୟଥା ଆଉ ଯେତେ ଯନ୍ତ୍ରଣ ସବୁ ସେ ସହଜରେ ହଜମ କରେ । ହେଲେ ବେଳେବେଳେ ଗ୍ୟାସଷ୍ଟିକରେ ବି ଛଟପଟ ହୋଇ ଯନ୍ତ୍ରଣା ପାଏ । ଏସବୁ ଭିତରେ ବି ସେ ରଙ୍ଗୀନ ହୁଏ ଓ ଅନ୍ୟକୁ ରଙ୍ଗିନ କରେ । ଖୁସି ପାଏ ଓ ଖୁସି ବାଣ୍ଟେ । ଦୁଃଖ ପାଏ , ଓ ଦୁଃଖ ଦିଏ । ମନ ଜିଣେ ଆଉ ମନ ଭାଙ୍ଗେ । ହେଲେ ବେଳେବେଳେ ସେ ସେହି ଏକୁଟିଆ ପଣକୁ ହିଁ ଚୁପ ସେ ଗ୍ରହଣ କରିନିଏ l

Follow us

20,832FansLike
0FollowersFollow
14,700SubscribersSubscribe

Latest news