ମେ 15ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ଗୁରୁତ୍ୱ ।

ମେ 15ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : “ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ ‘ଏହି ଉକ୍ତି କୁ ଅକ୍ଷରେ ଅଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିରନ୍ତର କାମ କରିଚାଲିଛନ୍ତି ।ଆଗାମୀ ମଇ 29ତାରିଖ ଦିନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ କରୁଛି ।

ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ରେ ସରକାର ଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।ଆଗମୀ ମଇ 15 ରୁ 25 ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି ।ସଚିବ ମାନଙ୍କ ଉପସ୍ଥିତି ରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟ କାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟ କ୍ରମ ର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବେ । ଏହା ସହିତ 5T ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାର୍ଯ୍ୟ କାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗ କୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ର ରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି।ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ ଓ ଏହା ଗଣତନ୍ତ୍ର ର ମର୍ଯ୍ୟଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ 2019 ମଇ 29 ତାରିଖ ଦିନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟ କାରୀ କରିବା ପାଇଁ ନୀତଗତ ନିଷ୍ପତ୍ତି ନେଇ ଥିଲେ । ଆଗାମୀ ମଇ 29ରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ।2014 ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତଗତ ନିଷ୍ପତ୍ତି ନେଇଥିଲେ।

ପିପିଲି ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ନବୀନ…

ପିପିଲି ପ୍ରଚାର ମଇଦାକୁ ଓଲ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନବୀନ 15ତାରିଖ ପ୍ରଚାର କରିବେ l ପିପିଲି ଉପନିର୍ବାଚନ ପାଇଁ ସରଗରମ ହୋଇଛି ପ୍ରଚାର ମୈଦାନ । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର ପ୍ରଚାର ଚଲାଇଛନ୍ତି । ଏହାସହ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ବିଜେଡି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି ।

କୋଭିଡ ନିୟମାବାଳୀ ଅନୁପାଳନ ପାଇଁ ପୋଲିସ ପକ୍ଷରୁ ୧୦ ଦିନିଆ ଅଭିଯୋନ……

ମୁଖ୍ୟମନ୍ତ୍ରୀଙ୍କକୋଭିଡ ମୁକାବିଲା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅଧିକ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ

ହସ୍‌ପିଟାଲ, ପର୍ଯ୍ୟାପ୍ତ ଆମ୍ବୁଲାନସ୍‌ ପ୍ରସ୍ତୁତ ରଖ

କୋଭିଡ ନିୟମାବାଳୀ ଅନୁପାଳନ ପାଇଁ ପୋଲିସ ପକ୍ଷରୁ ୧୦ ଦିନିଆ ଅଭିଯୋନ ହେବ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଏକ ବୈଠକରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ତୃଣମୂଳସ୍ତରରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ମନରେ ଯେପରି ଭରସା ସୃଷ୍ଟି ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖାଯିବ। ପଶ୍ଚିମ ଓଡିଶାର ଅଧିକ ପ୍ରଭାବିତ ଅଞ୍ଚଳକୁ ମୁଖ୍ୟ ଶାସନ ସଚିବ, ଓ ବରିଷ୍ଠ ଅଧିକାରୀମାନେ ଗସ୍ତ କରିବେ ଏବଂ ପରିସ୍ଥିତିର ଆକଳନ କରି ଜରୁରୀ ପଦକ୍ଷେପ ଗ୍ରହଣ କରିବେ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ଥିତି ଆକଳନ କରି ଦରକାର ଅନୁସାରେ ଡାକ୍ତର, ପାରାମେଡିକ୍‌ସ, ଲାବ୍‌ ଟେକ୍‌ନିସିଆନ ମାନଙ୍କୁ ନିୟୋଜିତ କରି ସେଠାରେ ମାନବ ସମ୍ବଳକୁ ମଜବୁତ କରାଯିବ।

ଆବଶ୍ୟକସ୍ଥଳେ ହସ୍‌ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ। ଅକ୍‌ସିଜେନ ସୁବିଧା ସହିତ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍‌ସକୁ ମୁତୟନ କରାଯିବ।

ଜରୁରୀ କଲ୍‌ ଗୁଡିକୁ ଗୁରୁତର ସହ ନେଇ ତତ୍ପରତାର ସହ ଯେପରି ପଦକ୍ଷେପ ନିଆଯିବ, ସେଥିପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରାଯିବ ।

 

କୋଭିଡ ନିୟମାବଳୀର କଡାକଡି ଅନୁପାଳନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ମୁତୟନ କରାଯାଇ ୧୦ ଦିନ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ।

ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବିଷୟରେ ବ୍ୟାପକ ସଚେତନତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ।

ସଚେତନତା ତଥା କୋବିଡ ନିୟମର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ମାନେ ସମାଜର ସବୁ ବର୍ଗର ଜନସାଧାରଣ, ବିଶେଷତଃ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗ୍ରୁପ ଆଦିଙ୍କୁ ନେଇ ବ୍ୟାପକ କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରିବେ।

ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ (Office, Educational Institutions, Business Establishment etc.) କୋଭିଡ ନିୟମ ପାଳନକୁ କଡାକଡି ପାଳନ ପାଇଁ ତଦାରଖ ବ୍ୟବସ୍ଥାକୁ ମଜବୁତ କରାଯିବ।

କୋଭିଡର ପ୍ରଥମ ଲହରୀ ଆମେ ସମସ୍ତେ ଅନୁଭବ କରିଛୁ । ଯେହେତୁ ଏହା ଲୋକଙ୍କ ଜୀବନମରଣ ସହ ଜଡିତ, ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମାବଳୀ ପାଳନ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣରେ ସରକାରଙ୍କ ସହ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ନବରଙ୍ଗପୁରର ଖ୍ରୀଷ୍ଟିଆନ ହସ୍‌ପିଟାଲରେ ଖୋଲା ଯାଇଥିବା କୋଭିଡ ହସ୍‌ପିଟାଲର ପ୍ରାପ୍ୟ ୪୫ ଲକ୍ଷ ୬୦ ହଜାର ଟଙ୍କା ଏପର୍ଯ୍ୟନ୍ତ ନାଲ୍‌କୋ ପକ୍ଷରୁ ପଇଠ କରାଯାଇ ନଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯିବା ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ବର୍ତ୍ତମାନ କୋଭିଡର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ବର-କଟକର ମ୍ୟୁନିସପାଲ କମିଶନର ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ତଥା କୋଭିଡ ନିୟମର ଅନୁପାଳନ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଓ.ଇ.ଆର.ସି. କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର – ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ମିଳିତ ଆନୁକୂଲ୍ୟରେ ବାରମ୍ବାର ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଓ.ଇ.ଆର.ସି. ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହି ବିକ୍ଷୋଭରେ ଯୋଗଦେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ୨୦୧୬ ମସିହାର ବିମୁଦ୍ରୀକରଣ ଓ ବର୍ତମାନର କରୋନା ମହାମାରୀର ସମ୍ମୁଖିନ ହୋଇ ରାଜ୍ୟବାସୀ ହନ୍ତସନ୍ତ ହୋଇପଡିଥିବା ବେଳେ କ୍ରମାଗତ ଭାବେ ୬ ମାସ ତଳେ ୟୁନିଟ୍ ପିଛା ୨୦ ପଇସା ଓ ସଦ୍ୟ ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଛି । ବିଶେଷକରି ଏହାଦ୍ୱାରା ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କକୁ ପ୍ରତ୍ୟାହାର କରନ୍ତୁ । ସାରା ରାଜ୍ୟରେ ଏଥିପାଇଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଯାହାର ପ୍ରତିଫଳନ କଂଗ୍ରେସ ଦଳ ଡାକରାରେ ସମସ୍ତ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ବିକ୍ଷୋଭରୁ ପ୍ରମାଣିତ ହୋଇଛି । ପ୍ରତ୍ୟେକ ବ୍ଲକ କଂଗ୍ରେସ ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତିର ପ୍ରତ୍ୟାହାର ନିମନ୍ତେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ବିଦ୍ୟୁତ୍ ଅଧିକାରୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହିପରି ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ କହିଲେ ଯେ ବିଦ୍ୟୁତ୍ ଉତ୍ପାଦ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି କୋଇଲା ଏବଂ ଜଳ । ଯେଉଁଥିରେକି ଆମ ରାଜ୍ୟରେ ସ୍ଥିତି ବହୁତ ଭଲ । କିନ୍ତୁ ରାଜ୍ୟ ସରକାରଙ୍କ ଏହି ବିଦ୍ୟୁତ୍ ଦର ବୃଦ୍ଧି ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି କହିଲେ ଯେ ରାଜ୍ୟ ସରକାର ଏବଂ ଘରୋଇ କମ୍ପାନୀଗୁଡିକ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି, ସେଥିରେ ଗରିବ ଜନସାଧାରଣ ହଇରାଣ ହେଉଛନ୍ତି ଏବଂ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ପ୍ରତ୍ୟେକ ୟୁନିଟ୍ ପିଛା ୩ ଟଙ୍କା ହୋଇଥିବା ବେଳେ ସାଧାରଣ ଲୋକ ପ୍ରତି ୟୁନିଟ୍ ପିଛା ୬ ଟଙ୍କା ଦେଉଛନ୍ତି । ଟାଟା କମ୍ପାନୀ ନେବା ପୂର୍ବରୁ ୟୁନିଟ୍ ପିଛା ୨୦ ପଇସା ବଢ଼ିଥିଲା, ନେବା ପରେ ୩୦ ପଇସା ବଢ଼ାଇଛି ଏହା କାହା ଉଦ୍ଦେଶ୍ୟରେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଶେଷରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ କହିଥିଲେ ଯେ ଦିଲ୍ଲୀ ପରି ସହରରେ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନର ଉତ୍ସ ନଥିବା ବେଳେ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ଯାଏଁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯାଉଛି । କିନ୍ତୁ ଓଡିଶାରେ ଆବଶ୍ୟକତା ଠାରୁ ୮୦୦ ମେଗାୱାଟ୍ ଅଧିକ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ଓଡିଶା ସରକାରଙ୍କ ଦ୍ୱାରା ବାରମ୍ବାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଅମୂଳକ । ତେଣୁ ଏହି ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ । ନଚେତ୍ କଂଗ୍ରେସ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଂଚା ଦେବ ନାହିଁ । ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ପରିଚାଳନା କରିଥିଲେ । ପରିଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଓଇଆରସି ଅଧ୍ୟକ୍ଷଙ୍କୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଦୀପ ମାଝୀ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଅଫତାବ ଅଲ୍ଲୀ, ମୋହନ ଜେନା, ବ୍ରହ୍ମାନନ୍ଦ ସାହୁ, ଆଶିଷ ମଲ୍ଲିକ, ଇନ୍ଦ୍ରଜିତ୍ ପରିଡା, ଶ୍ରୀଧର ବଳିଆରସିଂ, ଦୀପକ ସାହୁ, ବିସ୍ମୟ ମହାପାତ୍ର, ମନୋରଞ୍ଜନ ଜେନା, ସୁଶାନ୍ତ ତ୍ରିପାଠୀ, ସଂକୁନା ମହଁର, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଶତ୍ରୁଘନ ବେହେରା, ବିଜୟ ଦ୍ୱିବେଦୀ, ମନୋରଞ୍ଜନ ବଟୁ, ସେକ୍ ତାକ୍ୱିମ୍‌, ଶିବନ୍ ମୁଶରଫ, ମନୋଜ ସାହୁ, ଦେଓ ପ୍ରସାଦ, ଚିନ୍ମୟ ସୁନ୍ଦର ଦାସ, ପ୍ରମେଶ ସାହୁ, ଅନିଲ୍ ଦାସ, ସ୍ୱାଧିନବାଳା ଦାସ, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ସୁବ୍ରତ ସେନାପତି, ଜେ.ବି. ତ୍ରିପାଠୀ, ଏମ୍‌ଡି ଶାହାଦୁଲ୍ଲା, ନିଆଜୁଲ ଇସ୍‌ଲାମ, କୈଳାସ ସାହୁ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପିପିଲିରୁ ଜବତ ହେଲା ୫୦ ଲକ୍ଷ ଟଙ୍କା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ପିପିଲିରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି । ଟଙ୍କା ଜବତ ମାମଲାରେ ଅଟକ ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ଥିବା ଅଭିଯୋଗ ହୋଇଛି । ଅଟକ ୨ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆଉ ଏହା ପରେ ଏହି ଟଙ୍କା ଆଶ୍ରିତଙ୍କ ନିକଟକୁ ଆସୁଥିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଆଜି ତାରକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଥିଲା ପିପିଲି ପୋଲିସ । ଏହି ମାମଲାରେ ନୀଳ ରଙ୍ଗର ପଲସର ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ । ସେମାନେ କିନ୍ତୁ ପୋଲିସ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା ପୋଲିସ । ସୂଚନା ଯୋଗ୍ୟ ଯେ, ଆଗାମୀ ଉପ-ନିର୍ବାଚନ ନେଇ ତାରିଖ ପାଖେଇ ଆସୁଥିବା ବେଳେ ଟଙ୍କା ବଣ୍ଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେବେ ଏହି ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ବିଜେଡିର ସସ୍ମିତ ପାତ୍ର, ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ମୁଖ୍ୟ ନିର୍ବାଚନଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି

ଔପଦା ବ୍ଲକର ଫତେପୁର ହାଇସ୍କୁଲରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ

() ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଫତେପୁର ହାଇସ୍କୁଲରେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅବସରପ୍ରାପ୍ତ IAS ତଥା ବରିଷ୍ଠ ପ୍ରଶାସକ ଏବଂ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସରକାରଙ୍କର ଏହି କାର୍ଯ୍ୟକ୍ରମ ପିଲାଙ୍କ ସର୍ବାଙ୍ଗିନ ଉନ୍ନତିରେ ସହାୟକ ହେବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡ଼ିରଖିବାରେ ସଫଳ ହୋଇପାରିଛି ବୋଲି ସେ କହିଥିଲେ। ନିଜ ସ୍କୁଲ ସହିର ଭାବନାତ୍ମକଭାବେ ସଂଯୁକ୍ତ ହେବା ପାଇଁ ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମ ‘ମୋ ସ୍କୁଲ’ । ସା ବିଦ୍ୟା ଯା ବିମୁକ୍ତୟେର ବାର୍ତ୍ତା ଦେଇଥିଲେ ଶ୍ରୀ ସାହୁ । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ମୁଖ୍ୟବକ୍ତା ଭାବେ ଯୋଗଦେଇ ବଞ୍ଚିବାକୁ ହେଲେ ଜ୍ଞାନର ଆବଶ୍ୟକତା ସଂପର୍କରେ ମତ ରଖିଥିଲେ। ସେ କହିଥିଲେ ଯେ, ଏହା ଏଭଳି ଏକ କାର୍ଯ୍ୟକ୍ରମ ଯାହା ନାଗରିକ-ସରକାରୀ ଭାଗିଦାରିତା ମଧ୍ୟରେ ଛାତ୍ରଛାତ୍ରୀଙ୍କର ଉନ୍ନତିର ନକ୍ସା ଆଙ୍କୁଛି ।
ଫତେପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ମୋ ସ୍କୁଲ କାର୍ଯ୍ୟକ୍ରମରେ ଖଇରା ବ୍ଲକର ବିଇଓ ସୁଦର୍ଶନ ରାଉତ ଏବଂ ଔପଦା ବ୍ଲକର ବିଇଓ ବିଜୟ କୁମାର ଗିରି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମୋ ସ୍କୁଲର ଜିଲ୍ଲା ସଂଯୋଜକ ସଂଦୀପ କୁମାର ଖଟୁଆ ଏହାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଫତେପୁର ପ୍ରଥମରୁ ହିଁ ସରକାରଙ୍କର ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରିଥିବା ପ୍ରଧାନଶିକ୍ଷକ ସୂଚନା ଦେଇଥିଲେ । ଏଥିରେ ପୁରାତନ ଶିକ୍ଷକ ନରହରି ମହାନ୍ତି, ଜୀତେନ୍ଦ୍ର କୁମାର ବେହେରା, ନିରଞ୍ଜନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।
ଫତେପୁରର ସରପଞ୍ଚ ଯଶୋଦା ନାଇକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନ ସହଯୋଗର ହାତ ସବୁବେଳେ ବଢ଼ାଇଥିବା କହିଥିବା ବେଳେ, ପୁରାତନ ଛାତ୍ର ଦେବେନ୍ଦ୍ରନାଥ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ଏଥିରେ ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାଗିରଥି ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଡିଇଓ ଶ୍ରୀ ରଂଜନ କୁମାର ଗିରିଙ୍କୁ ସମ୍ବର୍ଧିତ କରାଯାଇଥିଲା । ଶେଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ କରାଯାଇଥିଲା । …

ଆସନ୍ତାକାଲି ଫତେପୁର ହାଇସ୍କୁଲରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ..

() ଆସନ୍ତାକାଲି ବାଲେଶ୍ବରର ଔପଦା ବ୍ଲକର ଫତେପୁର ହାଇସ୍କୁଲରେ ଅନୁଷ୍ଠିତ ହେବ ମୋ ସ୍କୁଲ କାର୍ଯ୍ଯକ୍ରମ। ରାଜ୍ଯ ସରକାରଙ୍କର ଏ ମହତ୍ବାକାଙ୍କ୍ଷୀ କାର୍ଯ୍ୟକ୍ରମରେ ଫତେପୁର ହାଇସ୍କୁଲ ସାମିଲ ହୋଇଛି। କାଲିର କାର୍ଯ୍ଯକ୍ରମରେ ବରିଷ୍ଠ ପ୍ରଶାସକ ତଥା OPSC ସଦସ୍ଯ ନିରଞ୍ଜନ ସାହୁ ସାମିଲ ହେବେ। ସ୍କୁଲର ପୁରାତନ ଛାତ୍ର ତଥା କରଂଜିଆ ଏସଡିପିଓ ସତ୍ଯ ବିକାଶ ଭୂୟାଁ ମଧ୍ଯ ସାମିଲ ହେବେ। ତେବେ ସବୁ ପୁରାତନ ଛାତ୍ର ଏଥିରେ ସାମିଲ ହେବାକୁ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ ନିବେଦନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ୍ ଶିକ୍ଷାଧିକାରୀ ଏଥିରେ ସାମିଲ ହେବେ।

ଫାଲଗୁନରେ ଫଗୁ :ମନରେ ଆନନ୍ଦର ମାହୋଲ..

ଶୀତକୁ ବିଦାୟ । ଋତୁରାଜ ବସନ୍ତ ସ୍ୱାଗତ । ସବୁଠି ନୂଆ ଉତ୍ସାହର ମାହୋଲ । ଆଉ ଏହି ଆନନ୍ଦକୁ ସାଙ୍ଗରେ ନେଇକିି ଆସେ ହୋଲି । ହୋଲି ହେଉଛି ଖୁସି, ଆନନ୍ଦ,ଭାଇଚାର, ଭାବନା ଓ ପ୍ରେମର ପର୍ବ । ବହୁ ପୁରାତନ କାଳରୁ ରଙ୍ଗ ଓ ପ୍ରେମର ବଡ଼ ସଂଯୋଗ ପର୍ବ ହୋଲିକୁ ଆମେ ପାଳନ କରିଆସୁଛୁ । ଭଗବାନଙ୍କ ଠାରୁ ମାନସସମାଜ ସର୍ଭିଏ ହୋଲିର ରଙ୍ଗରେ ରଙ୍ଗିନ ହୁଅନ୍ତି । ଖାସ ସେଥିପାଇଁ ଦୋଳପୂର୍ଣମୀ ଘରେ ଘରେ ଭରିଦିଏ ଆନନ୍ଦ । ସବୁ କିଛି ଭୂଲି ରଙ୍ଗିନ ହେବାକୁ ସଭିଁଏ ଆଗଭର ହୁଅନ୍ତି ଏହି ଦିନ ।
ଲାଲ,ଗୋଲାପି, ନୀଳ, ଶାଗୁଆ , ହଳଦିଆ, କଳା କାହିଁ କେତେ ରଙ୍ଗ । ଆଉ ଏହି ସବୁ ରଙ୍ଗ ମହଲ ଓ ଗ ୁରୁତ୍ୱ ହୋଲିରେ ଜଣାପଡ଼େ । ରଙ୍ଗ ଦେହରେ ଲାଗିଲେ କିଛିି ସମୟ ପାଇଁ ବଦଳିଯାଏ ଚେହେରା । ହେଲେ ରଙ୍ଗ ଯଦି ମନରେ ଲାଗିବ ତେବେ ପୁରା ଜୀବନ ବଦଳିଯାଏ । ଯେମିତି ଆକାଶରେ ଇନ୍ଦ୍ରଧନୁ, କାଳ ବାଦଳ , ନୀଳ ବାଦଲ, ଧଳା ବାଦଲର ଚାଦର ଆସିଥାଏ । ଠିକ ସେହିପରି ଜୀବନରେ ଅନେକ ସମୟରେ ଆମ ମନରେ ଏପରି ରଙ୍ଗିନ ରଙ୍ଗର ବାଦଲ ଚାଲେ । ଆଉ ଏହି ଚଲା ଦୁଃଖ ଯେମିତି ଅପସରି ଯାଏ ଓ ମନରେ ଭରିଦିଏ କେବଳ ଖୁସି ଆଉ ଖୁସି । ଦୁନିଆ ବଦଳୁଛି, ପ୍ରକୃତି ଓ ପରିବେଶ ବି ବଦଳୁଚି । ଆଜି ଏହି ରଙ୍ଗିନ ପର୍ବରେ ବି ରୋକ ଲାୁଗଛି । ହେଲେ ବିନା ରଙ୍ଗରେ ଏହି ପର୍ବ ଯେ ଆପେଆପେ ମନକୁ ରଙ୍ଗିନ କରାଏ ତାହା ଅଳ୍ପ ବହୁତ ସଭିଁଏ ଅନୁଭବ କରିନ୍ତି ଦୋଳ ପର୍ବରେ । କାହିର୍କି କେଜେଣା ହୋଲି ସଭିଁଙ୍କ ଭିତରେ ଟିକେ ହଲଚଲ ଆଣିଦିଏ । ଏହି ପର୍ବରେ ବିନା ରଙ୍ଗନରେ ରଙ୍ଗିନ ହୁଏ ମନ, ବିନା ଗୀତରେ ଝୁମିଉଠେ ମନ, ବିନା ନିଶାରେ ନିଶାଚଡ଼ି ଯାଏ ଶଶୀରରେ । ଆଉ ବିନା ପ୍ରେମରେ ହୃଦୟରେ ଗଢିଉଠେ ପ୍ରେମର ଘର । ଯେମିତି ଏସବୁ ସାଙ୍ଗରେ ନେଇକି ଆସିଥାଏ ରଙ୍ଗର ପର୍ବ ହୋଲି । ଶଦ୍ଧ ବିନା ଯେମିତି ମନର ଭାବନାକୁ ଆଖି ବୁଝିଥାଏ, ଠିକ ସେହିପରି ରଙ୍ଗ ବିନାରେ ବି ଦୁନିଆ ରଙ୍ଗିନ ହୋଇଯାଏ ହୋଲି ପର୍ବରେ । ଆନନ୍ଦ, ମହଲ ଓ ଅନେକ ସମ୍ଭାବନାକୁ ନେଇ ଏହି ପର୍ବ ପାଳନ କରାଯାଏ । ଗାଁ ଠୁ ସହର ଯାଏ ସବୁଠି ଖେଳିଯାଏ ଆନନ୍ଦର ମାହୋଲ । ହେଲେ ହୋଲି କିନ୍ତୁ ଆଜି ଫଗୁନରେ ଆସିଛି, ଅନେକ ଫଗୁ ନେଇ । ଆକାଶରେ ରଙ୍ଗ ଲାଗିଛି ଓ ମନରେ ବି । ହେଲେ କିଛିଟା ପ୍ରତିବନ୍ଧକ ଏହାକୁ ଅଟକାଇାକୁ ଚାହୁଛି ଆଜି । କିନ୍ତୁ ରଙ୍ଗ ପ୍ରେମ, ଖୁସିର ଏହି ସୁନାମୀକୁ କିଏ କଣ କେବେ ରୋକି ପାରିଛି ନା ରୋକିବ । ତେଣୁ ସବୁକିଛି ଭୂଲି ଚାଲ ନିଜର ନିଜ ଇଚ୍ଛାରେ ରଙ୍ଗିନ ହେବା ଓ ଦୁନିଆକୁ ନୁଆରୂପରେ ନିଜ ମନର ରଙ୍ଗରେ ସଜେଇ…….

ସୋଆରେ ଜଳବାୟୁ ପରିବର୍ତନ ସମ୍ପର୍କରେ ଆଲୋଚନା….

ଭୁବନେଶ୍ୱର  : ଜଳବାୟୁ ପରିବର୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି । ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପୂଳବର୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି । ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା ।

ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି । ସୋମବାର ବିଶ୍ୱ ଜଳ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଆଣ୍ଡ ବିଜିନେସ୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ବିଶ୍ୱରେ ଜଳ ସମସ୍ୟା ଓ ଜଳବାୟୁରେ ପରିବର୍ତନ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହା କହିଛନ୍ତି ।

ପ୍ରତ୍ୟେକ ଥର ବାତ୍ୟା ଆସିଲେ ବଙ୍ଗୋପସାଗର ଉପକୂଳ ଅଂଚଳର କେତେକ ସ୍ଥାନକୁ ମାଡି ଆସୁଛି ଏବଂ ଅସ୍ତରଙ୍ଗରେ ମଧ୍ୟ ୫ କିମି ପର୍ଯ୍ୟନ୍ତ ସମୁଦ୍ର ଜଳ ଆସିଯିବା କହିଛନ୍ତି ଗବେଷକ ତଥା ପରିବେଶବିତ୍ ଶ୍ରୀ ପଣ୍ଡା ।
ଏହି ଅବସରରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ୟୁସିସିଆଇ) ର ଉପସଭାପତି (ବାଣିଜ୍ୟ), ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ଏବଂ ଆସୋସିଏଟ୍ ପ୍ରଫେସର ଡଃ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଆମକୁ ବାରମ୍ବାର ହାତ ଧୋଇବାକୁ ଉପଦେଶ ଦିଆଯାଉଥିବା ବେଳେ ପୃଥିବୀର ବହୁ ସଂଖ୍ୟକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଇଁ ମଧ୍ୟ ଜଳ ପାଇ ନଥାନ୍ତି । ସ୍ୱଚ୍ଛ ଜଳ ପାଇବାକୁ ହେଲେ ଆମକୁ ଆମର ଜଙ୍ଗଲ ଏବଂ ଗଛକୁ ସୁରକ୍ଷିତ ରଖିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଜଳବାୟୁ ପରିବର୍ତନ ଯୋଗୁଁ ପାଣିପାଗର ସ୍ଥିତି ଜଟିଳ ହୋଇଛି ଯାହା ଦ୍ୱାରା ସହରାଂଚଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଯାହା ପାଇଁ କେବଳ ମଣିଷ ହିଁ ଦାୟୀ । ସହରର ସବୁଜିମାକୁ ନଷ୍ଟ କରିବା ତଥା ବଡ ବଡ ଅଟ୍ଟାଳିକ ନିର୍ମାଣ ଦ୍ୱାରା ଭୟଙ୍କର ବନ୍ୟା ପରସ୍ଥିତି ସୃଷ୍ଟି ହେଉଛି ବୋଲି ଡଃ ସାହୁ କହିଥିଲେ ।

ଡଃ ସାହୁ କହିଥିଲେ ପୃଥିବୀରେ ଉପଲବ୍ଧ ଜଳ ସଂପଦର ମାତ୍ର ୨.୫ ପ୍ରତିଶତ ବ୍ୟବହାର ଯୋଗ୍ୟ ଓ ତହିଁରୁ ୨ ପ୍ରତିଶତ ବରଫ ଆକାରରେ ରହିଥିବା ବେଳେ ପୃଥିବୀ ବାସୀଙ୍କ ବ୍ୟବହାର ନିମନ୍ତେ ମାତ୍ର ୦.୫ ପ୍ରତିଶତ ମିଳିପାରିବ ।

ଜଳବାୟୁର ପରିବର୍ତନ ଫଳରେ ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୨୦୩୦ ମସିହା ବେଳକୁ ୭ ମାସ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ ୨୦୩୦ ବେଳକୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ ।

ଶ୍ରୀ ଶାରଦା ଗ୍ଲୋବାଲ୍ ୱାର୍ମିଂକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ମାନବିକ ପ୍ରକ୍ରିୟା ଦ୍ୱାରା ନିର୍ଗତ କ୍ଷତିକାରକ ଉତ୍ସର୍ଜନକୁ କମ୍ କରିବାକୁ ପଡ଼ିବ ବୋଲି କହିଥିଲେ । ଭାରତ ଏହି ଉତ୍ସର୍ଜନକୁ ୨୦୩୦ ସୁଦ୍ଧା ୨୦୦୫ ମସିହାର ସ୍ତରକୁ ଆଣିବା ନିମନ୍ତେ ବଦ୍ଧ ପରିକର । ଏଥି ନିମନ୍ତେ ଜଙ୍ଗଲକୁ ରକ୍ଷା କରିବା ସହ ପ୍ରତି ୫ ବର୍ଷ ମିଲିଅନ୍ ହେକ୍ଟର ଅଧିକ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ ।

ହାଇଦ୍ରାବାଦ ଚାପଟର ପକ୍ଷରୁ ଆଇଆଇଏମସି ଆଲୁମିନିର କନେକସନ୍ସ-୨୦୨୧ ଅନୁଷ୍ଠିତ

() ହାଇଦ୍ରାବାଦ ଚାପଟର ପକ୍ଷରୁ ଆଇଆଇଏମସି ଆଲୁମିନିର କନେକସନ୍ସ-୨୦୨୧ ଅନୁଷ୍ଠିତ

* ପୁରୁଣା ଓ ନୂଆ ଛାତ୍ରଙ୍କ ମଧ୍ଯରେ ସମନ୍ବୟ ରଖେ ଆଲୁମିନି ଆସୋସିଏସନ୍

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ ଆଲୁମିନି ଆସୋସିଏସନର ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଚାପ୍‌ଟର ତରଫରୁ ହାଇଦ୍ରାବାଦରେକନେକସନ-୨୦୨୧ ଆୟୋଜିତ ହୋsଇଯାଇଛି । ହାଇଦ୍ରାବାଦର ଆଇଟିସି କାକତିଆ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାପ୍‌ଟର ସଭାପତି ମାଧବୀ ନାଇଡୁ, ସିଲଭର ଜୁବୁଲି ବ୍ୟାଚ୍‌ ଛାତ୍ର ସତ୍ୟ ସିଦ୍ଧାର୍ଥ ରଥଙ୍କୁ ସମ୍ମାନୀତ କରିଥିଲେ । ସଭାପତି ଶ୍ରୀମତୀ ନାଇଡୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ କୌଣସି ଅନୁଷ୍ଠାନରୁ ପାସ୍ କରୁଥିବା ଯୁବ ପ୍ରଫେସନାଲଙ୍କ କ୍ୟାରିୟର ଗଠନରେ ଆଲୁମିନି ଆସୋସିଏସନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଲୁମିନିମାନେ ଏହାର ଜୁନିଅରମାନଙ୍କୁ ଅନେକ ଉପାୟରେ ସାହାଯ୍ୟ କରିଥାଆନ୍ତି । ସିଲଭର ଜୁବୁଲି ଆଲୁମିନି ସତ୍ୟ ସିଦ୍ଧାର୍ଥ ରଥ କହିଛନ୍ତି ଯେ ମୋର ବୃତ୍ତିର ମୌ​​ଳିକ ମୂଲ୍ୟବୋଧ ଶିକ୍ଷା ଦେଇଥିବାରୁ ମୁଁ ମୋର ଅନୁଷ୍ଠାନ ପ୍ରତି କୃତଜ୍ଞ । ବରିଷ୍ଠ ସଭ୍ୟ ରାଜେଶ ପରିଡ଼ା ଧନ୍ୟବାଦ ଅର୍ପଣ କରି କହିଛନ୍ତି ଯେ ଯୁବ ବୃତ୍ତିଗତ ସେମାନଙ୍କ କ୍ୟାରିୟର ଆରମ୍ଭରେ ଅନେକ ଆହ୍ବାନର ସମ୍ମୁଖୀନ

ହୋଇଥାଆନ୍ତି । ଏଠାରେ ଆଲୁମିନିମାନେ ଆଗକୁ ଆସି ସେମାନଙ୍କ ସଂଗ୍ରାମରେ ସେମାନଙ୍କ ସହିତ ଠିଆ ହେବା ଜରୁରୀ। କାର୍ଯ୍ୟକ୍ରମରେ ଚାପ୍‌ଟର କୋଷାଧ୍ୟକ୍ଷ ଶାନ୍ତିସ୍ୱରୁପ ସାମନ୍ତରାୟ, ଚେତନ ମଲ୍ଲିକ, କାମିନୀ ସିଂ, ସମବେଦନା କାଶ୍ୟପ, ଦୀପ୍ତି ବାଥିନୀ, ଅର୍ପିତା ଆପରାଜିତା, ଗୌରିଆ ମାନକର, ଶତାକ୍ଷୀ ସିଂହ ଏବଂ ଅନୁଷ୍ଠାନର କେନ୍ଦ୍ରୀୟ କମିଟି କୋଷାଧ୍ୟକ୍ଷ ଅନିମେଶ ବିଶ୍ହାସ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କର୍ପୋରେଟ୍ କମ୍ୟୁନିକେସନ ତରଫରୁ ଭେଙ୍କଟ ରେଡ୍ଡୀ ମାଣ୍ଡେଲା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା।….

Follow us

20,832FansLike
0FollowersFollow
14,700SubscribersSubscribe

Latest news