ଏମିତି ବଂଚିବାକୁ ପଡ଼ିବ…….

() ସକାଳେ ହଠାତ ମୋବାଇଲ ଖୋଲିଦେଲା ବେଳକୁ ୱାଟସଫରେ ଏକ ମେସେଜ ଆସିଛି । ଏହା ଦେଖିବା ମାତ୍ରେ ଭାବ ବିହ୍ଵଳ ହୋଇଗଲି । କଣ ସତରେ ଆମକୁ ଏମିତି ବଂଚିବାକୁ ପଡ଼ିବ ? ଆଉ ଭାବିଲି, ନାଁ ଏ କେବଳ କିଛି ସମୟ ପାଇଁ । ଏ ପ୍ରଶ୍ନଟି ମୁଣ୍ଡରେ ଉଙ୍କି ମାରୁଥାଏ ।ଆଉ ଭାବୁଥାଏ ବର୍ଷେ ହେଲାଣି ଆମେ ଅଦୃଶ୍ୟଶକ୍ତି ବଳୟ ଭିତରେ ଜୀବନ କାଟୁଛନ୍ତି । ପ୍ରତି ମିନିଟରେ ନିଶ୍ୱାସ ଓ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଅତି ଆପଣାର ଲୋକ ବି ଆଜି ପର ହୋଇଯାଇଛନ୍ତି । ଲାଗୁଛି କାହାର କଳା ନଜର ଲାଗି ଯାଇଛି ଏ ମାନବ ସମାଜ ଉପରେ । ମଣିଷ ତ ମଣିଷ ଧରାପୃଷ୍ଠରେ ଜୀବନ୍ତ ଠାକୁର ବି ନାଚାର । କେବଳ ପଭାଗ୍ୟ ଓ କର୍ମକୁ ନେଇ ମାନବ ସମାଜ ଆଗେଇ ଚାଲିଛି ପ୍ରତି ମୃହୃର୍ତ୍ତ ।
ତେଣୁ ଆଗକୁ ଆମକୁ ଏ ମାନବ ସମାଜ ବଂଚାଇ ରଖିବାକୁ ହେଲେ ପ୍ରଥମେ ମୁଁ ଆଉ ,ମୁଁ ର ମନଭାବ ଠାରୁ ଦୂରେଇ ରହିବା । ଗର୍ବ, ଅହଂକାର, ଛଳନା, ଅସତ୍ୟ, ଅମଣିଷ ପଣିଆ ପରିତ୍ୟାଗ କରିବାକୁ ସଂକଳ୍ପ ନେବାକୁ ପଡ଼ିବ । ପ୍ରେମ,ସ୍ନେହ, ସତ୍ୟ, ମଧୁର ବଚନ, ପରଉପକାରୀ, ସତ ପଥକୁ ଆପଣାଇବାର ଏବେ ସମୟ ଆସିଛି ବୁଝିବାକୁ ପଡ଼ିବ । ତେଣୁ ପ୍ରକୃତି , ପରିବେଶ ଓ ପରିଚ୍ଛନତାକୁ ଗୁରୁତ୍ୱ ଦେବାକୁ ପଡିବ । ଏବେ ନିଜେ ସୁଖରେ ନୁହେଁ, ସମାଜ କିପରି ସୁଖରେ ରହିବ ସେ କଥା ଚିନ୍ତା କରିବାର ସମୟ ମଧ୍ୟ ଆସିଛି। ପ୍ରକୃତି ଯେମିତିି ସବୁବେଳେ ନିଜକୁ ସଜେଇ ନିଜ ସ୍ଥିିତିକୁ ବଜାୟ ରଖି ହସୁଛି ଓ ହସାଉଛି । ଠିକ ସେହିପରି ଏ ଦୁର୍ଦ୍ଦିନ ସମୟ କେତେବେଳେ ବି ଚାଲିଯିବ । ପୁଣି ନୂଆ ସମୟ ଆସିିବ । ହୁଏତ ତାହା ଏ ସମୟ ଠାରୁ ଭୟଙ୍କର ହୋଇପାରେ ନହେଲେ ସୁନ୍ଦର ମଧ୍ୟ ହୋଇପାରିଲେ । ହେଲେ ଏକଥାକୁ ଏବେ ଠାରୁ ଚିନ୍ତା ନକରି କେବଳ ବର୍ତ୍ତମାନକୁ ନେଇ ଆମକୁ ବଂଚିବାକୁ ପଡ଼ିବ । ପ୍ରତି ମୁହୃର୍ତ୍ତରେ ଖୁସି ଆଉ ଖୁସିରେ ବଂଚିବାକୁ ପଡ଼ିବ । କଥାରେ ଅଛି ନିଶ୍ୱାସକୁ ନାହିଁ ବିଶ୍ୱାସ । ଚାଲ କିଛି ଆଶା ନରଖି, ଜିଇଁବା ଓ ଅନ୍ୟକୁ ବଂଚିବା ପାଇଁ ପ୍ରେରଣା ଦେବା । ଯେମିତ ପାହାଡ଼ ଛିଡ଼ା ହୋଇଛି, ପବନ ବହୁଛି, ବିଶାଳ ସମୁଦ୍ର କୂଳରେ ଗର୍ଜନ କରୁଥିଲେ ମଧ୍ୟ ଗଭୀରସମୁଦ୍ର ଭିତର କିନ୍ତୁ ସ୍ଥିର । ଆସ ଫୁଲ ପରି ହସିବା ଆଉ ହସାଇବା, ମଧୁର ବାସ୍ନାରେ ସଭିଁଙ୍କୁ ଆକର୍ଷିତ କରିବା । ସମୟ କହୁଛି ଆଉ ଏବେ ଚିନ୍ତା କରିବାର ସମୟ ନୁହେଁ । କେବଳ ଖୁସି ଆଉ ଖୁସି ବାଣ୍ଟିବାର ସମୟ । ପର କେହି ନୁହେଁ, ଏବେ ସଭିଁଏ ଆମର ନିଜର । ତେଣୁ ଚାଲ ଖୁସିରେ ବଂଚିବା ଆଉ ଅନ୍ୟକୁ ବଂଚାଇବା …

କାହିକିଁ ଏ ଦୁର୍ବଳତା…

ତୋ ପ୍ରତି ମୋର ଏ ଦୁର୍ବଳତା କାହିକିଁ ? ଆର ଜନ୍ମରେ କଣ ଥିଲା ତୋର ମୋର ସର୍ମ୍ପକ ସେ କଥା ବି ଜାଣେନା? କାହିଁକି ଏତେ ଗହଳି ଭିତରେ ବି ତୋ ଛବି ମତେ ଜଳଜଳ କରି ଦିଶେ ତାର ଉତ୍ତର ବି ଖୋଜି ପାଇନା । ଯେଉଁଠି ଥିଲେ ବି ତୋ କଥା ସବୁବେଳେ ମନେ ପଡ଼େ । ସବୁଠି ତତେ ହିଁ ଖୋଜେ । ଲାଗେ ଯେମିତି ସଭିଁଙ୍କ ଭିତରେ ଅଛୁ ତୁ । ତୁ ତ ସେମିତି । ଯେତିକି ସୁନ୍ଦର , ସେତିକି ବିଶାଳ ହୃଦୟ ତୋର । ଏମିତି କି ସଭିଁଙ୍କୁ ଆପଣାର କରିବାର ଯାଦୁ ତୋ ପାଖରେ ଅଛି । ଏହାସହ ପ୍ରକୃତି ଗନ୍ଥାଗାର ତୁ । ତୋ କୋଳରେ ରହିଛି ଆନନ୍ଦ  ,ଆନନ୍ଦ  ଆଉ ଆନନ୍ଦ  । ହଁ ପୂର୍ବଥର ଦୋଳକୁ ତୋ ପାଖକୁ ଯାଇନଥିଲେ । ହେଲେ ଏଥର କଟକଣା ଭିତରେ ବି ତୋ ସହ ଦୋଳରେ ଦେଖା କରିବାକୁ ଭାରି ଇଚ୍ଛା ଥିଲା । ତେଣୁ ଆଉ ରହି ପାରିଲିନି । ଆଉ ଗଲି ମଧ୍ୟ । ଦୋଳ ପୁର୍ଣ୍ଣମାରେ ତୋର ରଙ୍ଗୀନ ରୂପ ଦେଖିବାକୁ । ବହୁତ ଖୋଜିଲି ତତେ । ଟିକେ ଦେଖା କରିବା ପାଇଁ । ହେଲେ ତୁ କାହିଁ ପୁରୁଣା ବର୍ଷ ପରି ମତେ ସେତିକି ଦେଖାଦେଲୁନି । କାରଣ ମୋ ପରି ତ ତତେ ଭଲପାଉଥିବା ପ୍ରମିକ ହଜାର । ତୁ ବା କାହିଁ ମତେ ସେତେ ଗୁରୁତ୍ୱ ଦେବୁ । ହେଲେ ନାଁ ଏକଥା ଲେଖିବା ବି ପାପ ନୁହେଁ, ତ ମହାପାପ । ତୋ ପାଇଁ ତ ମୋ ପରିଚୟ । ତୁ ତ ମୋର ସବୁକିଛି । ତୁ ସ୍କୃତି, ତୁ ଅତୀତ , ତୁ ବର୍ତ୍ତମାନ ଆଉ ତୁ ହିଁ ମୋ ଭବିଷ୍ୟତ । ତୋ ପାଖକୁ ଗଲେ ମୁଁ ସବୁକିିଛି ଭୂଲିଯାଏ । ଦୁନିଆ ଯେମିତି ମୋର ତୋ ପାଖରେ ସରିଯାଇଛି । ବାଦଲ ଭରା ଆକାଶରେ କେତେବେଳେ ସକାଳ ସଞ୍ଜରେ ତୋ ସହ କଟାଇଛି, ତ ଆଉ କେତେବେଳେ କାଳବୈଶାଖୀ ଘଡ଼ଘଡ଼ି ବର୍ଷାରେ ତୋ ସହ ଭିଜିଛି । ସବୁ ଆଜି ମନେ ପଡ଼େ । ତୋ ସହ କେତେ ଯେ କଣ ସ୍କୃତି ମୁଁ ସାଉଁଟୁଛି । କେବଳ ଅନୁଭବ ଭିତରେ ସେ ସବୁ ଆଜି ଜୀବିତ । ତୁ ସୁନ୍ଦର ଆଉ ଉଦାରତା, ଶାନ୍ତି, ଭାଇଚାର , ପ୍ରେମର ପ୍ରତୀକ । ଆଜି ତୁ ନୂଆରୂପରେ ସଜେଇ ହୋଇଛୁ । ବଦଳିଛି ତୋ ରୂପ ଲାବଣ୍ୟ । ମୁଁ ଟିକେ ବଦଳିଯାଇଛି । ସବୁଦିନ ତୋ ସହ ଦେଖାହୋଇପାରୁନାହିଁ । ଇ୍‌ଛା ଥିଲେ ବି ଅନେକ ସମୟରେ ତୋ ପାଖକୁ ଯାଇପାରୁନାହିଁ । ତୋ ସହ ଏବେ ଅନେକ ନୂଆ ସର୍ମ୍ପକ ଗଢିଛନ୍ତି , ମୋ ଠାରୁ ଢେର ତତେ ଭଲ ପାଉଛନ୍ତି । କେତେ କଣ ତୋ ପାଇଁ  କରୁଛନ୍ତି । ହେଲେ ମୁଁ ତ ତୋ ଦୁର୍ବଳତା ପାଖରେ ଅଟିଛି ଯାଇଛି । ହେଲେ ତୋ ଦୁର୍ବଳତାର  ଶକ୍ତି ପରମାଣୁ ବୋମା ଠାରୁ ବି ଶକ୍ତିଶାଳୀ । ଯାହା ଆଜି ମତେ ଅଜଣା ସହରରେ ବଞ୍ଚାଇ ରଖିଛି । ସେଥିପାଇଁ ମୁଁ କହେ  ତୁ ଖୁସିର ମାଟି…..,

କରୋନା ଜନିତ ଦୁର୍ଦ୍ଦଶା ପାଇଁ ବିଜେପି ଓ ମୋଦି-ଶାହା ଦାୟୀ – କଂଗ୍ରେସ*

ଭୁବନେଶ୍ୱର  – ଦେଶରେ କରୋନାଜନିତ ସ୍ଥିତି ଭୟଙ୍କର । ସଂକ୍ରମଣ ଦିନକୁ ୩ ଲକ୍ଷ ଟପିଲା ଓ ମୃତ୍ୟୁ ସଂଖ୍ୟା ୨୫୦୦ ହୋଇଛି । ରାଜ୍ୟର ସ୍ଥିତି ମଧ୍ୟ ଭୟଙ୍କର । ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ୍ ଅଧିକ । ଦିନକୁ ୫ ହଜାରରୁ ଅଧିକ ଆକ୍ରାନ୍ତ । ଦେଶରେ ଅମ୍ଳଜାନ ଅଭାବରୁ ଶତାଧିକ ରୋଗୀ ମରୁଛନ୍ତି । ଦେଶର ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଅଧିକ ଖରାପ ହେବ ଓ ବେରୋଜଗାରୀ ବଢ଼ିବ । ଏପରି ସ୍ଥିତିରେ ସରକାରରେ ଥିବା ଅହଂକାରୀ ବାହାଦୁରିଆ ଶାସକଶ୍ରେଣୀ ଅନ୍ତତଃ ଆତଙ୍କ ସୃଷ୍ଟି ନକରି ଚୁପ୍ ରହିବା ଉଚିତ୍ ବୋଲି *ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ ମୁଖପାତ୍ର ପ୍ରଶାନ୍ତ ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।* ଦେଶର ଏହି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସେ ଦାୟୀ କରିଛନ୍ତି । ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ ଟିକାର ମୂଲ୍ୟ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଓ ପ୍ରାଇଭେଟ୍ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଭଳି ତାରତମ୍ୟ କାହିଁକି?
ଦେଶର ତିନିଜଣ ବିଶିଷ୍ଟ ଚିକିତ୍ସକ ଏମ୍‌ସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ନରେଶ ତ୍ରେହାନ୍ ଖୋଲାଖୋଲି ଭାବେ କହିଛନ୍ତି ଯେ ବ୍ୟବହୃତ ରେମ୍‌ଡେସିଭର୍ ଆଦୌ ରାମବାଣ ନୁହେଁ ବରଂ ମାସ୍କ ଓ ସାମାଜିକ ଦୂରତା ହିଁ ସଂକ୍ରମଣରୁ ରକ୍ଷାର ବଡ ବିକଳ୍ପ । ମୋଦି-ଶାହା ଏହା ଉପରେ ଗୁରୁତ୍ୱ ଦେଇ ଅନ୍ତତଃ ତାଙ୍କ ଦଳର ନେତାନେତ୍ରୀମାନଙ୍କୁ ମୁହଁରେ ମୁଖା ବାନ୍ଧିବାକୁ ନିର୍ଦ୍ଦେଶ ଦିଅନ୍ତୁ ।
ଏକଥା ଜାଣୁ ଯେ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତାମାନେ କେବଳ ଦିଲ୍ଲୀର ତାଙ୍କ ନେତା ଓ ସରକାରଙ୍କ ବାର୍ତା ବିନା ପ୍ରଶ୍ନରେ ପ୍ରଚାର କରିଥାନ୍ତି । ଏମାନଙ୍କ କଥାର ମୂଲ୍ୟ ସେମାନଙ୍କ ପାଖରେ ନାହିଁ ଅବା ଏଠିକାର ପ୍ରଶ୍ନ ସେଠି ପହଂଚାଇବାର କ୍ଷମତା ନାହିଁ । ତଥାପି ଏହି ଦଶଟି ପ୍ରଶ୍ନର ଉତର ଦିଲ୍ଲୀରୁ ଆଣି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି ଆଶା କରୁଛୁ ।
*ପ୍ରଶ୍ନ ୧* – କେବଳ ମହାରାଷ୍ଟ୍ରରେ କରୋନା ଆତଙ୍କ ପୂର୍ବରୁ ଆରମ୍ଭ ହୋଇଥିଲା । ପରେ ଏହା ଦେଶ ତମାମ୍ ଅତି କ୍ଷୀପ୍ରଗତିରେ ଆକ୍ରାନ୍ତ ସଂଖ୍ୟା ମାଡିଗଲା । ଏପରିକି ଟୀକା ନେଇଥିବା ଲୋକ ଆକ୍ରାନ୍ତ ହେବା ଓ ମୃତ୍ୟୁବରଣ କରିବା ଦେଖାଗଲା । ଏହାର କ୍ଷିପ୍ରତା ଓ ‘କୁମ୍ଭମେଳା’ର ଗଙ୍ଗାସ୍ନାନ ପରେ ଓ ଖୋଲାମେଲା ନିର୍ବାଚନ ହେତୁ ହୋଇଥିବା ଅସତ୍ୟ କି?
*ପ୍ରଶ୍ନ ୨* – ଲକ୍ଷ ଲକ୍ଷ ଲୋକ କୋଭିଡ୍ ନିୟମ ପାଳନ ନକରି ଗୋଟିଏ ଜାଗାରେ ଏକତ୍ରୀତ ହେଲେ, ବୁଡ ପକାଇଲେ ଓ ଏକାଠି ହେଲେ । ଏହା ଆକ୍ରାନ୍ତ ସଂଖ୍ୟା ବଢ଼ିବା, ମୃତ୍ୟୁସଂଖ୍ୟା ବଢ଼ିବାର କାରଣ ହେଲା । ଏଥିପାଇଁ କୁମ୍ଭମେଳାକୁ ଅନୁମତି ଦେଇଥିବା ଉତରାଖଣ୍ଡ ସରକାର, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହା ଦାୟୀ ନା ନାହିଁ? ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି?
*ପ୍ରଶ୍ନ ୩* – କୁମ୍ଭମେଳାରେ ସମବେତ ଅମାନିଆମାନଙ୍କ ବିରୁଦ୍ଧରେ କୋଭିଡ୍ – ୧୯ର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି? କେତେ ଜୋରିମାନା ଆଦାୟ ହୋଇଛି ଓ କେତେଜଣଙ୍କୁ ତତ୍‌କ୍ଷଣାତ୍ ଆଇସୋଲେସନ୍‌କୁ ପଠାଯାଇଛି ତା’ର ତଥ୍ୟ ରଖନ୍ତୁ ସରକାର ।
*ପ୍ରଶ୍ନ ୪* – ବର୍ତମାନ ବିଭିନ୍ନ ରାଜ୍ୟର ଡାକ୍ତରଖାନା ମାନଙ୍କରେ ଅକ୍ସିଜେନ୍ ଅଭାବ ହେତୁ ଆକ୍ରାନ୍ତ ଅନେକ ସଂଖ୍ୟାରେ ମୃତ୍ୟୁବରଣ କରୁଥିବା କ’ଣ ଅସତ୍ୟ? ଏହାର ପୂର୍ବାନୁମାନ ଓ ପୂର୍ବପ୍ରସ୍ତୁତି କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏହି ଦାୟିତ୍ୱ ତୁଲାଇବା ପରିବର୍ତେ ମୋଦି-ଶାହା ଓ ତାଙ୍କ ମନ୍ତ୍ରୀ ପରିଷଦ ଭୋଟ୍ ନିଶାରେ ଘୁରି ବୁଲିବା କେତେଦୂର ଯଥାର୍ଥ । ବାହାଦୂରୀ ଦେଖାଇବା ପାଇଁ ବିଦେଶକୁ ୯୨୯୪ ମେଟ୍ରିକ୍ ଟନ୍ ଅମ୍ଳଜାନ ରପ୍ତାନୀ କାହିଁକି କରାଗଲା?
*ପ୍ରଶ୍ନ ୫* – ବିଭିନ୍ନ ରାଜ୍ୟ ଉଠାଇଥିବା ଟୀକାର ଅଭାବ ସତ ନା ମିଛି? ମୋଦୀ ଟୀକାର ପ୍ରଚାର କରି ‘ଦବାଇ ଭି କଡାଇ ଭି’ କୁହାଯାଉଥିବା ବେଳେ ରାଜ୍ୟର ଓ ଡାକ୍ତରଖାନାମାନଙ୍କରେ ଆବଶ୍ୟକତା ପୂରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏଥିରୁ ନିବୃତ ରହି ଭୋଟ ପ୍ରଚାରରେ ମାତିଥିବା ମୋଦି-ଶାହା ଏଥିପାଇଁ ଦାୟୀ ହେବେ ନା ନାହିଁ?
*ପ୍ରଶ୍ନ ୬* – ଆସନ୍ତା ୬ ମାସ ପାଇଁ ଦେଶରେ କେତେ ଟୀକାର ଆବଶ୍ୟକତା ଅଛି, କେଉଁ ରାଜ୍ୟର କେତେ ଦରକାର ଓ ଏଥିପାଇଁ କି କି ବ୍ୟବସ୍ଥା କରାଯାଇଛି? ଓଡିଶାବାସୀଙ୍କୁ ଓଡିଶାର ଆବଶ୍ୟକତା ଓ ଟୀକା ଯୋଗାଣ ବିଷୟରେ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତତଃ ଜଣାଇବେ ବୋଲି ଆଶା କରୁ ।
*ପ୍ରଶ୍ନ ୭* – ଅକ୍ସିଜେନ୍ ଅଭାବରୁ ଅନେକ ଶିଳ୍ପ ସଂସ୍ଥା ବନ୍ଦ ହେଲାଣି ଓ ହେବାକୁ ଯାଉଛି । ଏ ସଂପର୍କରେ କିଛି ବିକଳ୍ପ ବ୍ୟବସ୍ଥା କରାଯାଇଛି କି? କେନ୍ଦ୍ର ପ୍ରତିନିଧିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉତର ରଖିବେ କି? ବିଦେଶରୁ ୫୦ ହଜାର ମେଟ୍ରିକ୍ ଟନ୍ ଅମ୍ଳଜାନ ଆମଦାନୀର ପ୍ରତିଶ୍ରୁତି କୁଆଡେ ଗଲା?
*ପ୍ରଶ୍ନ ୮* – ପ୍ରବାସୀଙ୍କ ଘରବାହୁଡା ଜନିତ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ କି ଯୋଜନା ଅଛି? ରାଜ୍ୟରେ ସବୁଦିନ କେନ୍ଦ୍ର ସରକାରଙ୍କ ବାହାଦୁରୀ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କୁ ସେହିସବୁ ରାଜ୍ୟରେ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିନାହାନ୍ତି କାହିଁକି?
*ପ୍ରଶ୍ନ ୯* – କରୋନାର ଭୟାବହତା ଦୃଷ୍ଟିରୁ ପୂର୍ବରୁ ବଢ଼ି ଆସିଥିବା ବେରୋଜଗାରୀ ଓ ବେକାରୀ ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିବ ଓ ଅର୍ଥନୀତି ନିମ୍ନଗାମୀ ହେବ । ଏଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ନା ନାହିଁ?
*ପ୍ରଶ୍ନ ୧୦* – ମୋଦୀ-ଶାହା ଓ ତାଙ୍କ ମନ୍ତ୍ରୀମାନେ ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ୫ଟି ରାଜ୍ୟ ନିର୍ବାଚନରେ ଯେପରି ଲକ୍ଷ ଲକ୍ଷ ଲୋକଙ୍କୁ କୋଭିଡ ନିୟମ ଉଲ୍ଲଘନ କରି ଏକାଠି କରାଇଲେ, ସେଥିପାଇଁ ସେମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?

ପ୍ରଭୁ ରଘୁନାଥଙ୍କ ଜନ୍ମଦିନ…….

ଯାଜପୁର .. : ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର l ଯାଜପୁର ସହର ବୈତରଣି ନଦୀ କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ ଉପଚାର ପୂଜା କରାଯାଏ । ଏହାର ଠିକ୍ ପରେ ପରେ ପୁଣିଥରେ ପ୍ରଭୁ ରଘୁନାଥଙ୍କର ସ୍ନାନ କରାଯାଏ ।ଏବଂ ଷୋଡ଼ଶ ଉପଚାର ପୂଜା କରାଯାଏ । ପରେ ପରେ ସମସ୍ତ ରୀତି ନୀତି ଅନୁସାରେ ହୋମ , ଆଳତି, ପାଞ୍ଜି ପାଠ ଓ ନିର୍ଦ୍ଧାରିତ ନୀତିକ୍ରାନ୍ତି କରାଯାଏ। ପ୍ରତିବର୍ଷ ପରି ଦୋଳ ପୂର୍ଣ୍ଣିମାରେ ପ୍ରସ୍ତୁତ ହୋଇଥିବା ପାଞ୍ଜି ରଘୁନାଥଙ୍କ ଜନ୍ମଦିନ ଅବସରରେ ପାଠ କରାଯାଏ । ଯେଉଁଥିରୁ ଭକ୍ତମାନେ ଆସନ୍ତାକାଲିର ଦିନ ବିଷୟରେ ଜାଣିପାରନ୍ତି । ରଘୁନାଥ ମନ୍ଦିରର ପୂଜକ ଜଗନ୍ନାଥ ପାଣି କୁହନ୍ତି ଯେ ପ୍ରଭୁ ରଘୁନାଥଙ୍କର ଜନ୍ମଦିନ ଦିନ ଭକ୍ତ ପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ତାଙ୍କର ଅନ୍ୟ ନାମ ରଘୁନାଥ ହୋଇଥିବାରୁ ରାମନବମୀ ଦିନ ତାଙ୍କର ଜନ୍ମଦିନ ପାଳନ କରାଯାଏ । ଯାଜପୁରର ଏହି ପୁରୁଣା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯେଉଁମାନେ ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି। ବୈତରଣି ନଦୀ କୂଳରେ ଏହି ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନିୟ ଲୋକେ ଦାବି କରିଛନ୍ତି। କାରଣ ଅବତାର ପୁରୁଷ ହେଉଛନ୍ତି ରାମଚନ୍ଦ୍ର । ସେ କେଉଁଠି ରାମ ରୂପରେ ତ ଆଉ କେଉଁଠି ରଘୁନାଥ ରୂପରେ ପୂଜା ପାଉଛନ୍ତି। ଏବେ କରୋନା ପ୍ରଭାବରେ ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ରଘୁନାଥ ମନ୍ଦିରରେ ରାମ ନାବମୀ ପାଳନ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବା ମନା ଥିଲା। ପ୍ରତିଦିନ ଯାଜପୁର ଓ ପଡୋଶୀ ଜିଲ୍ଲାରୁ ଶହ ଶହ ଭକ୍ତ ପ୍ରଭୁ ରଘୁନାଥଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଥାନ୍ତି l ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିର ଯାଜପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l

ସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣା ଭିତିକ ଲେଖାକୁ ନେଇ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର: ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି ।

ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ଗବେଷଣା ପ୍ରକ୍ର୍ରି୍ରୟା ଉପରେ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବର୍ତମାନ ପରିସ୍ଥିତିରେ ଗବେଷଣାତ୍ମକ ଲେଖା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଉପରେ ଅଧିକ ଆଲୋକପାତ କରିଥିଲେ ।
ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍‌ଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧିନସ୍ଥ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ ବିଭାଗ ଓ ଇଂଟରଡିସିପ୍ଲିନାରୀ ଜର୍ନାଲ୍ ଫର୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ (ସ୍କୋପସ୍ ଇଣ୍ଡେକ୍ସଡ୍‌) ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ ।
ଲେଖା ହେଉଛି ଏକ କଳା ଏବଂ ଏହାକୁ କିଭଳି ବସ୍ତୃତ ଭାବରେ ଲେଖାଯାଇପାରିବ ସେ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ବୁଝାଇଥିଲେ ।
ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଇନ୍‌ଫ୍ଲିବ୍‌ନେଟ୍ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଜେ.ପି ସିଂହ ଜୋରିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ଏବଂ ଏହି ସମ୍ପର୍କିତ ଗବେଷଣାର ଧାରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲ୍‌ବ୍ରେଚ୍‌ଟ କ୍ଲାସେନ୍‌, ଭୁବନେଶ୍ୱର ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲ୍‌.କେ. ଜେନା, ଟାଇମ୍‌ସ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ର ସିନିୟର୍ ଆସିଷ୍ଟାଂଟ ଏଡିଟର୍ ଶ୍ରୀମତି ପ୍ରତିଜ୍ଞା ଦାସ ଏବଂ ହାଇଦ୍ରାବାଦ ସ୍ଥିତ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଆନନ୍ଦ ମହାନନ୍ଦ ଏହି କାର୍ଯ୍ୟକ୍ରମରେ ମତ ବ୍ୟକ୍ତି କରିଥିଲେ ।
ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମେକ୍ସିକୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତୀର୍ଥ ପ୍ରସାଦ ମୁଖୋପାଧ୍ୟାୟ ଗବେଷଣା କ୍ଷେତ୍ରରେ ଶିକ୍ଷା ଶାସ୍ତ୍ର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଆଇଟିଇଆର୍‌ର ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସ୍ୱୟଂପ୍ରଭା ଶତପଥୀ ଏହି ଏଫ୍‌ଡିପିର ସଂଯୋଜକ ଥିବା ବେଳେ ବିଭାଗୀୟ ମୁଖ୍ୟ ଡ. କବିତା ଦାସ ସହ-ସଂଯୋଜକ ଥିଲେ । ସେହିପରି ଡ. ଶିବାନୀ ପଟ୍ଟନାୟକ, ଡ. ମାଳବିକା ମହାପାତ୍ର, ଡ. ସୁବିସ୍ମିତା ଲେଙ୍କା, ଡ. ମୌସୁମୀ ଦାଶ, ଶ୍ରୀମତି ପ୍ରାଚିଶ୍ରୀ ମିଶ୍ର ଏବଂ ଶ୍ରୀମତି ମୋନାଲିସା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ…..

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ସବୁଠୁ ଖରାପ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ

ହସ୍‌ପିଟାଲରେ ଅଧିକ ଶଯ୍ୟା ସହ ଅକ୍‌ସିଜେନ୍‌ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ

ସମସ୍ତେ ବିନା ଲକ୍‌ଡାଉନ୍‌ରେ ପରିସ୍ଥିତିର ମୁକାବିଲା ଚାହାଁନ୍ତି,

ତେଣୁ ମାସ୍କ ଓ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର : କୋଭିଡର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି । ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି। ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ ପର୍ଯ୍ୟନ୍ତ ଠିକ୍‌ ଭାବରେ ପରିଚଳିତ କରିପାରିଛୁ । ତେବେ ଆମକୁ ସବୁଠାରୁ ଖରାପ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ, ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଞ୍ଚାଇପାରିବା, ସେଥିପାଇଁ ଆମକୁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍‌ସିଂ ଜରିଆରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ରାଜ୍ୟ ସରକାର ଓ ଜନସାଧାରଣ କେହି ଲକ୍‌ଡାଉନ୍‌ ଚାହାନ୍ତି ନାହିଁ । ବିନା ଲକ୍‌ଡାଉନ୍‌ରେ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ । ଏ ଦିଗରେ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଆମକୁ ବହୁତ ପରିମାଣରେ ସାହାଯ୍ୟ କରିପାରିବ। ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଏଥିପାଇଁ ସହଯୋଗ ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବର୍ତ୍ତମାନ ସବୁଠାରୁ ଗମ୍ଭୀର ପରିସ୍ଥିତିର ସାମ୍‌ନା କରୁଛୁ । ତେଣୁ ଆମେ ଯଦି ସମସ୍ତେ ଦାୟିତ୍ବୂବାନ ହୋଇ ପରିସ୍ଥିତିର ମୁକାବିଲା କରିବା, ତେବେ ଆମ ନିଶ୍ଚିତ ଭାବରେ ଏ ପରିସ୍ଥିତିରୁ ସଫଳ ଭାବେ ବାହାରି ପାରିବା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ଏକ ୬ ସୂତ୍ରୀ ପରାମର୍ଶ ଦେଇଛନ୍ତି।

୧. ସାରା ରାଜ୍ୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ ।

ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ରଖାଯାଉ।

ଅକ୍‌ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉ।

୨. ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ଭଲ ଭାବରେ ତଦାରଖ କରାଯାଉ ଏବଂ ହସ୍‌ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍‌ଧ କରାଯାଉ।

୩. ଅନେକ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଛି ।

ଯଦିଓ ବର୍ତ୍ତମାନ ଆମର ମେଡିସିନ୍‌ ଷ୍ଟକ୍‌ ଯଥେଷ୍ଟ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧର ଏକ ବଫର ଷ୍ଟକ୍‌ ରଖାଯାଉ ।

୪. IEC ଅଭିଯାନରେ ଅଧିକ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ ।

। ଜନସାଧାରଣ ଦ୍ବିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର ।

ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ।

୫. ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହିବା ଜରୁରୀ।

୬. ଅନ୍ୟ ରାଜ୍ୟରେ ଯେଉଁଠାରେ କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି ।

ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍‌ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍‌ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ ।

ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।

ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ Observer ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ ଉପସ୍ଥାପନା ପ୍ରଦାନ କରିଥିଲେ ।

ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ ।

ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି ।

ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସେ ମୁଖ୍ୟତଃ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ପୁଣି ଦେଶ ପାଇଁ ରୋଲ ମଡ଼େଲ ସାଜିଲେ ନବୀନ : ଜୀବନ ଆଗ, ରାଜନୀତି ପଛ

ଭୁବନେଶ୍ୱର : ସାଢେ ଚାରିକୋଟି ଓଡ଼ିଆ ମୋ ପରିବାର । ରାଜନୀତି ନୁହେଁ, ସେମାନଙ୍କୁ ସେବା ଯୋଗାଇବା ପାଇଁ ବିଜେଡ଼ି କାମ କରୁଛି । ଏକଥା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନିଜ ଅଭିଭାଷଣରେ କହନ୍ତି । କଥା କମ କାମରେ ବିଶ୍ୱାସ ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଦେଶ ପାଇଁ ରୋଲ ମଡ଼େଲ ସାଜିଛନ୍ତି । ଦେଶରେ ଯେତେବେଳେ କରୋନାର ଦ୍ରୃତ ସଂକ୍ରମଣ ହେଉଛି , ସେତେବେଳେ ବହୁ ଜାତୀୟ ଦଳ ଓ ଆଂଚଳିକ ଦଳ ଲୋକଙ୍କ ଜୀବନକୁ ବାଜିରେ ଲଗାଇ ନିର୍ବାଚନୀ ପ୍ରଚାର,ଶୋଭାଯାତ୍ରା ଓ ବୈଠକ କରୁଛନ୍ତି । ଖୋଲାଖୋଲି ଭାବରେ ସରାକର କରିଥିବା କୋଭିଡ଼ ନିୟମକୁ ଉଲଘଂନ କରୁଛନ୍ତି । ହେଲେ ଲୋକଙ୍କ ନେତା ଭାବେ ଓଡ଼ିଶାରେ ଲମ୍ବା ସମୟ ଧରି ଶାସନ ଡ଼ୋରୀ ଧରିଥିବା ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ କିନ୍ତୁ ଏଥିରେ ବ୍ୟତିକ୍ରମ । ରାଜ୍ୟରେ କରୋନାର ସଂକ୍ରମଣ ବଢିବାରେ ଲାଗିଛି। ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ତେବେ ଏହାକୁ ନଜରରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । ଏନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ଏହାର ମୁକାବିଲା ପାଇଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଯାଇଛି। ଭୋଟ୍ ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାଯିବନି ବୋଲି ଟ୍ଵିଟ୍ କରି ସୂଚନା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ତେଣୁ ଏଭଳି ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ କୌଣସି ସାଧାରଣ ସମାବେଶ କିମ୍ବା ରାଲି ସଭା ନକରିବାକୁ ନିଷ୍ପତ୍ତି ନେଇଛି ବିଜେଡି। କିନ୍ତୁ ମୁ୍‌ଖ୍ୟମନ୍ତ୍ରୀଙ୍କକ ଏହି ନିଷ୍ପତିକୁ ଏବେ ସାରା ଦେଶରୁ ପ୍ରଶଂସାର ଶୁଅ ଛୁଟୁଛି । ସୋସିଆଲ ମିଡ଼ିଆରେ ନବୀନ ସୋମବାର ଅପରାହ୍ନରୁ ରାଜନୀତିର ଏକ ନମ୍ବର ହିରୋ ସାଜିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରଥମଥର ପାଇଁ ବିଜେଡ଼ି କୌଣସି ନିର୍ବାଚନରେ ପ୍ରଚାର କରିବ ନାହିଁ । ଜୀବନ ଆଗ, ରାଜନୀତି ପଛ ନାରା ଦେଇ ବିନା ପ୍ରଚାରରେ ଲୋକଙ୍କ ହୃଦୟ ଯେ ନବୀନ ଏବେ ଠାରୁ ଜିତି ସାରିଲେରି ତାହା ଏବେ ପିପିଲି ଠାରୁ ଆରମ୍ଭ କରି ଦେଶସାରା ଚର୍ଚ୍ଚା ।

ମେ ୧୩ରେ ହେବ ପିପିଲି ଉପନିର୍ବାଚନ….

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା  ହୋଇଛି। ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ। ମେ ୧୬ରେ ହେବ ଭୋଟ ଗଣତି ହେବ।

ମୁସଳୀ’ ଏବଂ ‘ସ୍ୱର୍ଗାରୋହଣ’ ସଂସ୍କରଣର ଲୋକାର୍ପଣ…. .

ଭୁବନେଶ୍ୱର : ପଂଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ ‘ସାରୋଳଦାସ ମହାଭାରଥ’ ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ୟୁନିଭର୍ସିଟି) ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି ।
ଆଦିକବି ଭାବେ ପରିଚିତ ସାରଳା ଦାସଙ୍କ ଏହି ମହାକାବ୍ୟରୁ ଆଧାରିତ ଶେଷ ଦୁଇଟି ପର୍ବ ‘ମୁସଳୀ’ ଏବଂ ‘ସ୍ୱର୍ଗାରୋହଣ’ ସଂସ୍କରଣର ଲୋକାର୍ପଣ ବିଶିଷ୍ଟ ଶିକ୍ଷାବିତ ତଥା ଭାଷାବିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ୱାରା ସୋଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରାଯାଇଛି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୋଆର ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ସାରଳା ଦାସଙ୍କର ଏହି ମହାକାବ୍ୟ ସେ ସମୟର ଜନଜୀବନର ଏକ ଚିତ୍ର ପ୍ରଦାନ କରେ ବୋଲି କହିଥିଲେ । ଏହା ସୋଆର ଏକ ଉଚ୍ଚ କୋଟୀର କାର୍ଯ୍ୟ ବୋଲି ଅବିହିତ କରି ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଓଡ଼ିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହାର ଡିଜିଟାଲ୍ ସଂସ୍କରଣର ମଧ୍ୟ ଉନ୍ମୋଚନ କରିଥିଲେ ।ଏହି ମହାକାବ୍ୟର ୧୮ଟି ପର୍ବର କ୍ରିଟିକାଲ ଏଡିସନ ଅର୍ଥାତ୍ ପାଠ ଆଧାରିତ ସଂସ୍କରଣ ମଧ୍ୟ ଆଗାମୀ ଦିନରେ ପ୍ରକାଶନ କରାଯିବ ।

ସୋଆର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଡ. ପଟ୍ଟନାୟକ କହିଥିଲେ ଯେ ଯଦିଓ ଏହା ଏକ କଷ୍ଟକର କାର୍ଯ୍ୟ ତେବେ ସାରଳା ଦାସଙ୍କର ଏହି ବିଶାଳ କାର୍ଯ୍ୟକୁ ବିଶ୍ୱବାସୀଙ୍କ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି । ଏଥି ସହିତ ସେ ସାରଳା ଦାସଙ୍କ ଜନ୍ମସ୍ଥାନ ଏବଂ କେଉଁ ଶତାବ୍ଦୀରେ ସେ ଜନ୍ମ ହୋଇଥିଲେ ସେ ନେଇ ଅଧିକ ଗବେଷଣା କରିବା ଦରକାର ବୋଲି କହିଥିଲେ ।ଆଦିକବି ସାରଳା ଦାସ ନବମ-ଦଶମ ଶତାବ୍ଦୀ ସମୟରେ ନା ପଂଚଦଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ଓ କାର୍ଯ୍ୟ କରିଥିଲେ ତାହା ବର୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଥିଲେ ।ପ୍ରଫେସର ଗୌରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ଡ. ଭାଗ୍ୟଲକ୍ଷ୍ମୀ ମଲ୍ଲଙ୍କୁ ନେଇ ଗଠିତ ତିନି ଜଣିଆ ସମ୍ପାଦକୀୟ ମଣ୍ଡଳୀ ଏହି କ୍ରିଟିକାଲ୍ ଏଡିସନ ଅର୍ଥାତ୍ ପାଠ ଆଧାରିତ ସଂସ୍କରଣର ସମ୍ପାଦନା କରିଛନ୍ତି ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ଲେଖକ ଡ. ଅସିତ ମହାନ୍ତି ଓ ବିପିୟୁଟିର ପୂର୍ବତନ କୂଳପତି ତଥା ଲେଖକ ପ୍ରଫେସର ଓଁକାରନାଥ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ସମ୍ପାଦକୀୟ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୌରାଙ୍ଗ ଚରଣ ଦାସ କହିଥିଲେ ଯେ ସାରଳା ଦାସଙ୍କୁ ପଂଚଦଶ ଶତାବ୍ଦୀର କବି ଭାବେ ସାଧାରଣତଃ ଗ୍ରହଣ କରାଯାଏ ଏବଂ ତାଙ୍କ ଦ୍ୱାରା ଲିଖିତ ‘ବିଚତ୍ର ରାମାୟଣ’ ଏବଂ ‘ଚଣ୍ଡୀ ପୁରାଣ’ର ପୋଥି ମଧ୍ୟ ଉପଲବ୍ଧ । ‘ମହାଭାରଥ’ ୧୮୯୮ ଏବଂ ୧୯୨୭ ମଧ୍ୟରେ ୪ ଟି ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଏହା ୧୯୬୦ ଦଶକରେ ବିଶିଷ୍ଟ ଓଡ଼ିଆ ଶିକ୍ଷାବିତ ସ୍ୱର୍ଗତ ଆର୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ହୋଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା ।

ସମ୍ପାଦକୀୟ ମଣ୍ଡଳୀ ଉନବିଂଶ ଶତାବ୍ଦୀର ୨୦ଟି ପାଣ୍ଡୁଲିପିକୁ ରାଜ୍ୟ ସଂଗ୍ରାହାଳୟ, ଜାତୀୟ ସଂଗ୍ରହାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସଂଗ୍ରହ କରିଛନ୍ତି । ଏହି ନୂଆ ସଂସ୍କରଣଟିରେ ୫୦୦ ରୁ ୬୦୦ ବର୍ଷ ପୁରାତନ ଶବ୍ଦ ବ୍ୟବହାର କରାଯିବ ସହ ଗଭୀର ବିଶ୍ଳେଷଣ କରାଯାଇ ପ୍ରସ୍ତୁତ କରାଯାଇଛି ।

ଡିଜିଟାଲ ସଂସ୍କରଣରେ ଯେଉଁ ହସ୍ତଲିପି ବ୍ୟବହାର କରାଯାଇଛି ତାହା ପାଠକ ମାନଙ୍କୁ ନିଜେ ନିଜର ଲେଖା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ ବୋଲି ପ୍ରଫେସର ଦାସ କହିଛନ୍ତି । ଡ. ଅସୀତ ମହାନ୍ତି ପ୍ରକାଶନ ସମ୍ପର୍କରେ ଅଧିକ ଆଲୋଚନା କରିବା ସହ ସୋଆର ଏହି ପଦକ୍ଷେପ ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ । ବିଶିଷ୍ଟ ଓଡ଼ିଆ ଲେଖକ ତଥା ଗବେଷକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କର ଏହି ମହାକାବ୍ୟକୁ ନେଇ ଲେଖିଥିବା ସନ୍ଦର୍ଭ ସମ୍ପର୍କରେ ଆଲୋଚନା କରି ଡ. ମହାନ୍ତି କହିଥିଲେ ଯେ ଆମେ ଏହି କବିଙ୍କ ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକତା ରହିଛି ।

ପ୍ରଫେସର ମହାନ୍ତି ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କର କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ୧୯୫୬ରୁ ୧୯୫୮ ମଧ୍ୟରେ ସେ ସାରଳା ଦାସଙ୍କ ସମ୍ପର୍କରେ ୯ଟି ସନ୍ଦର୍ଭ ଲେଖିଥିଲେ । ସେ ପାଣ୍ଡୁଲିପିରେ ଥିବା ଏହି ମହାକାବ୍ୟର ୧୦୦ଟି ପୃଷ୍ଠାକୁ ଇଂରାଜୀରେ ଅନୁବାଦ କରିଥିଲେ ବୋଲି ପ୍ରଫେସର ମହାନ୍ତି କହିଥିଲେ ।

ସୋଆ ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସୋଆର ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଭର୍ଚୁଆଲରେ ପିପିଲି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ପ୍ରଚାର ମୈଦାନକୁ ଓଲ୍ଲାଇବେ ନବୀନ l ପିପିଲି ଉପନିର୍ବାଚନ ତାରିଖ ଯେତେ ଅଧିକ ପାଖେଇ ଆସୁଛି,ସେତେ ଅଧିକ ସରଗରମ ହେଉଛି ପିପିଲିରେ ନିର୍ବାଚନୀ ମାହୋଲ |ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ତିନି ଦଳ |  ଆଜି   ଭର୍ଚୁଆଲରେ ପିପିଲି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପିପିଲି ବ୍ଲକ୍ ଓ ଏନଏସି ପାଇଁ ପ୍ରଚାର କରିବେ ନବୀନ । ଏହାବ୍ୟତୀତ ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ନବୀନ । ଭର୍ଚୁଆଲ ପ୍ରଚାର ପାଇଁ ପିପିଲି ବ୍ଲକର ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ କରିବେ ପ୍ରଚାର ।

Follow us

20,832FansLike
0FollowersFollow
14,700SubscribersSubscribe

Latest news