*ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କର ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା ସମୀକ୍ଷା*
*ଜିଲ୍ଲାରେ ଅଧିକ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍ କରାଯିବ*
*ଦୈନିକ ଆରଟିପିସିଆର ଟେଷ୍ଟିଂ କ୍ଷମତା ୫୦୦କୁ ବୃଦ୍ଧି କରାଯିବ*
ରାଉରକେଲା, ୯ ମେ’ ୨୦୨୧: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ।
ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅସିତ୍ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅକ୍ସିଜେନଯୁକ୍ତ ବେଡ୍ ଓ ଆଇସିୟୁ ବେଡର ବ୍ୟବସ୍ଥା ରହିଛି। ଖୁବଶୀଘ୍ର ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ। ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି।
ଶ୍ରୀଯୁକ୍ତ ତ୍ରିପାଠୀ ଆହୁରି କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ।
ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ୨୪ ଘଣ୍ଟିଆ କୋଭିଡ୍ ହେଲ୍ପଲାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ହେଲ୍ପଲାଇନ୍ ମାଧ୍ୟମରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ କିପରି ବିଭିନ୍ନ ସୂଚନା ଓ ସହାୟତା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ। ଏହା ସହିତ ଟିମ୍ ହାଇଟେକ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ପରେ ପରେ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା।
ଏହି ଅବସରରେ ଅସିତ୍ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ଆଧୁନିକ ବ୍ୟବସ୍ଥାର ଭିତ୍ତିଭୂମି ସୃଷ୍ଟି କରିବାରେ ବିଭିନ୍ନ ଶିଳ୍ପ କାରଖାନା ଏବଂ ଘରୋଇ ଉଦ୍ୟୋଗ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଧିକ ଡାକ୍ତର ମିଳିପାରିଲେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ରାଉରକେଲା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର। ତେଣୁ କୋଭିଡ୍ ମୁକାବିଲା ପାଇଁ ଏଠାରେ ସରକାର ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଲକଡାଉନ୍ ଏବଂ ସଟଡାଉନ୍ ଘୋଷଣା କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ମିଳିତ ଭାବରେ ଏହିସବୁ ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।
ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାକୁ ଆଉ ଗୋଟିଏ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ। ଏହା ଦ୍ୱାରା ଜିଲ୍ଲାରେ ଦୈନିକ କୋଭିଡ୍ ପରୀକ୍ଷା କ୍ଷମତା ୫୦୦କୁ ବୃଦ୍ଧି ପାଇବ।
ଏହି ଗସ୍ତ ଓ ସମୀକ୍ଷା ସମୟରେ ସୁନ୍ଦରଗଡ଼ ଶ୍ରୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ଶ୍ରୀ ମୁକେଶ କୁମାର ଭାମୋ, ରାଉରକେଲା ଏଡିଏମ୍ ଶ୍ରୀମତୀ ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ ଶ୍ରୀ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲାରେ କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏଏମଓ ଡାକ୍ତର ଶଶାଙ୍କ କବି ଶତପଥୀଙ୍କ ସହ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।




ତେଣୁ ବିଜେଡି ବାହିନୀକୁ ସଂକ୍ରମଣ ଚେନରେ ରୋକ ଲଗାଇବା ସହ ଲୋକଙ୍କୁ କିପରି ଅଧିକ ସଚେତନ କରାଯିବ ତାହାକୁ ବବି ଗ୍ରାଉଣ୍ଡରେ ସମୀକ୍ଷା କଲେ ରଣନୀତି ପ୍ରସ୍ତୁତ କଲେ l ବିଜେଡି କର୍ମୀ ଓ ନେତାମାନେ ଲୋକଙ୍କୁ ଅଧିକ ସେବା ଯୋଗାଇ ଦେବା ସହ କିପରି ଲୋକଙ୍କ ସମସ୍ୟା ଦୂର କରିବେ ତାହାର ଗୁରୁ ଦାୟିତ୍ୱ ନିଜେ ନେଲେ ପ୍ରଣବ l କରୋନା କାୟାରେ ଶୁନଶାନ ହୋଇଯାଇଥିବା ସୁନ୍ଦରଗଡ଼ ଯାଇ ସେଠାକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ତଦାରଖ କରିବା ସହ ବିଜେଡି ନେତା ଓ କର୍ମୀଙ୍କୁ ଏଥିଲାଗି ଗୁରୁ ମନ୍ତ୍ର ଦେଇଛନ୍ତି l ଏହାସହ ଜିଲ୍ଲାରେ କିପରି କରୋନାଟେଷ୍ଟ ସଂଖ୍ୟା ଅଧିକ ବଢାଯିବ ସହ ବେଡ଼,ଅକ୍ସୀଜେନ ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ବଢିବ ତାହା ଉପରେ ବବି ଫୋକସ କରିଥିଲେ l ସ୍ଥାନୀୟ ଜନ ପ୍ରତିନିଧି, ବେସରକାରୀ ସ୍ୱାସ୍ଥ୍ୟ ସେବା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଯେହେତୁ ସୁନ୍ଦରଗଡ଼ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ତେଣୁ ପ୍ରଣବ ଏ ଜିଲାର ଉତ୍ତର ଦାୟିତ୍ୱ ନିଜ କାନ୍ଧକୁ ନେଇ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଯୋଜନା ଗ୍ରାଉଣ୍ଡରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ । ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇ ପ୍ରଣବ ନିଜ ନେତାଙ୍କ ପରି ବରିଷ୍ଠ ନେତୃତ୍ୱ ଦେଖାଇଛନ୍ତି l
ମହାମାରୀ ସମୟରେ ବିରୋଧୀ ଯେତେ ଅଭିଯୋଗ କଲେ ଓ ମିଥ୍ୟା ପ୍ରଚାର କଲେ ବି ଏସବୁର ରାଜନୈତିକ ଜବାବ ନଦେଇ ଏହି ସମୟରେ କିପରି ଲୋକଙ୍କ ସେବା କରିହେବ ସେ ଟିପ୍ସ ସେ ଦଳୀୟ କର୍ମୀ ଓ ନେତାଙ୍କୁ ଦେଇଛନ୍ତି l ପ୍ରଣବଙ୍କ ଏପରି ଲୋକସେବା ମନବୃତି ଅନ୍ୟ ନେତାଙ୍କ ପାଇଁ ଏବେ ଉଦାହରଣ l କାରଣ କ୍ଷମତା ପାଇଁ ନୁହେଁ ସେ ରାଜ୍ୟବାସୀଙ୍କ ସେବା କରିବା ପାଇଁ ରାଜନୀତିକୁ ଯେ ଆସିଛନ୍ତି ତାହା ଓଡିଶାବାସୀ ଅନୁଭବ କରି ତାକୁ ବିପଦର ସାଥି ଭାବେ ଗ୍ରହଣ କରିଛନ୍ତି l ତେଣୁ ଏବେ ଚାରିଆଡେ ଚର୍ଚ୍ଚା ବବି ଭାଇ ଅଛନ୍ତି ତ ସବୁ ଅଛି l
ଯୁବଗୋଷ୍ଠୀଙ୍କୁ ଛାଡ଼ନ୍ତୁ ବରିଷ୍ଠମାନେ ମଧ୍ୟ ଏହି ନିଶାରେ । ପ୍ରଶଂସା ସାଉଁଟିବା ଓ ପ୍ରଶଂସା ଦେବାରେ ସୋସିଆଲ ମିଡ଼ିଆ ଯେ ଏବେ ବଡ଼ ମାଧ୍ୟମ ତାହାକୁ କଣ କେହି ଅସ୍ୱୀକାର କରିବେ ନାହିଁ । ସବୁ ଚାଲୁ , ମଣିଷ ଖୁସିରେ ବଂଚୁ । ହେଲେ ମିଛ ଦୁନିଆରେ ପ୍ରଶଂସା ମୋହରୁ ବାହାରି , କିପରି ସତ ଦୁନିଆର ପ୍ରଶଂସାର ପାତ୍ର ସାଜିବ ସେ ଦିଗରେ ଏବେ ଚିନ୍ତା କରିବାର ସମୟ ଆସିଛି ।








