ସାହିତ୍ୟ ସର୍ଜନାର ମହାକାଶ ନିରବି ଗଲେ ୮୭ ବର୍ଷରେ : ଗଭୀର ଶୋକ ପ୍ରକାଶ କଲେ ପ୍ରଣବ…

- Advertisement -

ଭୁବନେଶ୍ୱର : ସାହିତ୍ୟ ସର୍ଜନାର ମହାକାଶ ନିରବି ଗଲେ ୮୭ ବୟସରେ l ସମୁଦ୍ର ଉକୂଳବର୍ତ୍ତୀ ଓ ବଙ୍ଗ ଓଡ଼ିଶା ସୀମାନ୍ତ ଭୋଗରାଇର ଶଙ୍ଖାରି ଗାଁ । ଏହି ଗାଁରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ଜନ୍ମ ନେଇଥାନ୍ତି ବାପା ମାଆଙ୍କର ପଞ୍ଚମ ସନ୍ତାନ ମଣ୍ଟୁ । ଆଉ ଏହି ମଣ୍ଟୁ ଏବେ ସାରା ବିଶ୍ୱରେ ପରିଚିତ ମନୋଜ ଦାସ ରୂପେ । ମନୋଜ ଦାସଙ୍କ ପରିଚୟ ସେ ନିଜେ କେବଳ ମନୋଜ ଦାସ । ସାହିତ୍ୟକ, କଥାକାର, ଗାଳ୍ପିକ, ଔପନ୍ୟାସିକ ସବୁଥିରେ ଏକ ବିଶାଳ ବର ଗଛ ଥିଲେ ସେ । ଏକ ଧାଡ଼ିରେ କହିଲେ ସର୍ଜନାର ମହାକାଶ ଥିଲେ ମନୋଜ ଦାସ । … ସରସ୍ଵତୀ ସମ୍ମାନ ଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ଯାଏ ଏମିତି ଅନେକ ସମ୍ମାନ ସେ ପାଇଛନ୍ତି କହିଲେ ଭୁଲ ହେବ ନାହିଁ । କାହିଁକି ନା ସେ କୁହନ୍ତି ସମ୍ମାନ ଓ ପୁରସ୍କାର ପାଇଁ ଆଶା କରି ନାହିଁ କି ପ୍ରୟାସ ବି କରି ନାହିଁ । କହିବାକୁ ଗଲେ ପୁରସ୍କାରର ପରିଚୟ ନୁହଁନ୍ତି ମନୋଜ ଦାସ ଏହା ଠୁ ବହୁ ଉର୍ଦ୍ଧରେ ସେ ଥିଲେ l ତାଙ୍କର ଅକାଳ ବିୟୋଗରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି l ଆଜି ସାହିତ୍ୟ ଜଗତର ପିତାମହ ଚାଲିଗଲେ ବୋଲି ସେ କହିଛନ୍ତି l.
..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles