ନୂଆ ସମୟ ଆସୁଛି…

() ଚକ୍ରପରି ବୁଲୁଛିି ସମୟ । ସମୟ ଚକ୍ରରେ ଜୀବନ ବୁଲୁଛି । ଏହି ଜୀବନ ଚକ୍ରରେ ସର୍ମ୍ପକ ଅନେକ ଆପେଆପେ ଗଢିଉଠେ । କିଛି ସର୍ମ୍ପକ ଚିରଦିନ ପାଇଁ ଯୋଡ଼ି ହୋଇଯାଏ ଆଉ କିଛି ସର୍ମ୍ପକ ଚଲା ବାଦଲ ପରି ଚାଲିଯାଏ ସମୟର ସହିତ । ହେଲେ ତାହାରି ଭିତରେ ମଣିଷକୁ ବଂଚିବାକୁ ପଡ଼େ । ଏମିତି ଜୀବନ ବିତିିଚାଲିଥିଲା । ହଠାତ ଦୁଇବର୍ଷ ହେବ ଏକ ଅଦୃଶ୍ୟ ଶକ୍ତି ଆସିଲା ତାହା ଜୀବନ ରାସ୍ତାରେ ଏବେ ପ୍ରତିିବନ୍ଧକ ସାଜିଛି । ମଣିଷ ଚାହିଲେ ବି କିଛି କରିପାରୁନି । ବରଂ ସମୟ ଅନୁସାରେ ତାକୁ ଭୟ କରି ନିଜକୁ ସୁରକ୍ଷତି ରଖିବା ପାଇଁ ବାଟ ଖୋଜୁଛି । କଣ କରିବ , କଣ ନକରିବ ତାହା ବି ଭାବିପାରୁନାହିଁ । କେବଳ ପ୍ରତି ମୃହୁର୍ତ୍ତରେ ଜୀବନ କିପରି ବଂଚି ରହିବ ସେ ଚିନ୍ତା ଘାରିଛି ତାକୁ । ଅନେକ କଥା,ବ୍ୟଥା , କଟକଣା, ଉପଦେଶ ସାଙ୍ଗକୁ ଚିନ୍ତା ବାହାରେ ଗୋଟେ ପୃଥିବୀ ଦେଖୁଛି ସେ । ଯେଉଁଠି କୋଳାହଳ ନୁହେଁ, ଶୂନଶାନର ରାଜ ଚାଲିଛି । ଯେଉଁଠି ଦିନରାତି ଏକ ପରି ଲାଗୁଛି । ଗୋଟିଏ ଭୂତାଣୁ ପାଖରେ ହାର ମାନୁଛି ବିଶ୍ୱ । ମଣିଷ ତ ମଣିଷ ଭଗବାନଙ୍କ ପୂଜାପାଠରେ ବି କଟକଣା ଲାଗିଛ ି । ଲାଗୁଛି ଯେମିତି ଏକ ନୂଆ ପୃଥିବୀ ସୃଷ୍ଟିର ଏହା ଏକ ଅୟ ଆରମ୍ଭ । ଯେ କୌଣସି ଗୋଟେ ଆରମ୍ଭ ପୂର୍ବରୁ କିଛି ନା କିଛି କଷ୍ଟ ବାଟଦେଇ ଯିବାକୁ ପଡ଼େ । ଠିକ ସେହିି ସମୟ ଦେଇ ଏବେ ବୋଧେ ସଂସାର ଗତି କରୁଛି । ଯାହାର ଆରମ୍ଭ ଆମକୁ ଅତିଷ୍ଠ କଲାଣି । ତଥାପି ଏହି ସମୟକୁ ଆମକୁ ସାମ୍ନା କରିବାକୁ ପଡ଼ିବ । ହଁ ଏ ଆରମ୍ଭ ଆମକୁ କଷ୍ଟ ଦେଉଛି , ଯନ୍ତ୍ରଣା ଦେଉଛି , ନିଜ ଲୋକଙ୍କୁ ଦୂରେଇ ଦେଉଛି , କାହାର ସଂସାର ଉଜାଡ଼ି ଦେଉଛି ତ କାହାର ସର୍ମ୍ପକ ଛିହ୍ନ କରୁଛି । ପୁଣି କାହାକୁ ଏକୁଟିଆ କରିଦେଉଛି । ହେଲେ ଏସବୁ ଭିତରେ ବି ଆମକୁ ବଂଚିବାର ରାହା ଦେଉଛି ଓ ଅନେକ ଶିକ୍ଷା ବି ଦେଉଛି । ଏ ସମୟ ଆମକୁ ଚେତାଇ ଦେଇଛି ଯେ , ଏ ସୁନ୍ଦର ଦୁନିଆରେ ବି କିଛି ଅସୁନ୍ଦରତା ରହିଛି । ଆଉ ସେହି ଅସୁନ୍ଦରତା ଭିତରୁ ବି ନୂତନ ସୌନ୍ଦର୍ଯ୍ୟ ଜାତ ହେଉଛି । ଯେମିତି ପଙ୍କରୁ ପଦ୍ମ, ଅଳିଆରୁ ଗଜା, ନାଳ,ରକ୍ତ,ପାଣି ଭିତରୁ ଜୀବନର ସୃଷ୍ଟି । ଠିକ ସେହିପରି ଏ ସମୟ । ଅଦୃଶ୍ୟ ଭୂତାଣୁ ତାଣ୍ଡବ ପରେ ଏମିତି ଏକ ନୂତନ ଦୁନିଆ ଆଡ଼କୁ ଆମେ ଗତି କରୁଛନ୍ତି । ଆଉ ଯେଉଁ ଦୁନିଆରେ ପ୍ରକୃତି,ପାହାଡ଼, ପରିବେଶ, ଜୀବଜନ୍ତୁ ସଭିଁଙ୍କର ଥିବ ସ୍ୱତନ୍ତ୍ରତା ଓ ବଂଚିବାର ହକ । ତାରତମ୍ୟ ନୁହେଁ , ବରଂ ରହିବ ପରସ୍ପର ପରସ୍ପର ସହିତ ସର୍ମ୍ପକ ଓ ଭଲପାଇବା । ମଣିଷ କିପରି ନିଜ ଭିତରେ ଥିବା ଅମଣିଷ ପଣ, ଗର୍ବ ,ଅହଂକାର, ଲୋଭ, ମାୟା ଭିତରୁ ବାହାରି ଧୀରେଧୀରେ କିପରି ସୁପଥରେ ଯିବ ତାହା ଏବେ ସମୟ ଆହ୍ୱାନ ଦେଉଛି । ନିଜେ ସୁଖରେ ବଂଚିବା ସହ ଅନ୍ୟମାନଙ୍କ ସୁଖରେ ବଂଚିବା ପାଇଁ ସହଯୋଗ କରିବା ତାହା କେଉଁଠି ନା କେଉଁଠି ଏ ସମୟ ଆମକୁ ଶିକ୍ଷା ଦେଇଚାଲିଛି । ପ୍ରେମ, ସଦଭାବନା, ସ୍ନେହ, ସାହାର୍ଯ୍ୟ, ସହଯୋଗ, ଶୃଙ୍ଖଳା, ଜୀବନଚର୍ଯ୍ୟା, ଯୋଗ, ଭୋଗ , ଚେରମୂଳି ଓ ମେଡ଼ିସିନ, ଆଧୁନିକତା, ପାରମ୍ପିରକ, ପୁରାଣ.ଶାସ୍ତ୍ର, ବେଦ ଓ ଅଧ୍ୟାତ୍ମକତା , ସାଙ୍ଗ , ସାଥି, ପରିବାର , ରକ୍ତ ସର୍ମ୍ପକ ଓ ଆତ୍ମ ସର୍ମ୍ପକ , ଜୀବଜନ୍ତୁ, ଗଛଲତା, ବିଶାଳର ପ୍ରକୃତି ସହିତ ଆମକୁ ବଂଚିବାକୁ ପଡ଼ିବ ତାହା ବି ଶିକ୍ଷା ଦେଇଛି ଏ ସମୟ ।
ବିପଦ ଟଳିଯିବ, ସମୟ ପରିବର୍ତ୍ତନ ହୋଇଯିବ , ସବୁଦିନ ଏ    ଭୁତାଣୁ  ନଥିବ କି କଟକଣା । ସବୁଦିନ ତୁମେ ନଥିଲେ , କି ମୁଁ । ହେଲେ ଏ ଦୁନିଆ ଥିବ , ଏମିତି ନୂଆ ସମୟ ଆସିବ ଓ ନୂୂଆ ଦୁନିଆ ଦେଖୁଥିବ ବିଶ୍ୱ । ତେଣୁ ଏସବୁ ଚିନ୍ତା ନକରି ଚାଲ ଜୀବନକୁ ବୁଝିବା ଓ ସମୟର ଆହ୍ୱାନରେ ନିିଜେ ବଂଚିବା ଓ ଅନ୍ୟକୁ ବଂଚିବାରେ ସହଯୋଗ କରିବା । ଏଥିଲାଗି ତ ପିଲାଦିନେ ଗୀତଟେ ଅନେକ ଶୁଣିଛନ୍ତି ଓ ପ୍ରାର୍ଥନା ବୋଲିଛନ୍ତିି କି ସୁନ୍ଦରର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର । ଧନ୍ୟ ମହାପ୍ରଭୃ ମହିମା ତୁମର , ଅଟେ ଅନନ୍ତ ସାଗର…….

ଟ୍ଵିଟ କଲେ ଯୁବନେତା ସିଦ୍ଧାର୍ଥ : ଲାଗୁ କଲେ ସରକାର

ଭୁବନେଶ୍ୱର : ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସୋମବାରଠାରୁ ଘରଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଭାକ୍ସନ୍ ଦେବା ନିଷ୍ପତିକୁ ସ୍ୱାଗତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ |ଶ୍ରୀ ସିଂହ କହିଛନ୍ତି ଯେ ଟୀକାକରଣ କେନ୍ଦ୍ରରେ ଲାଗୁଥିବା ଲମ୍ବା ଧାଡି ଓ ଗହଳି ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା କରି କୋଭିଡ ପରୀକ୍ଷା ଓ ଟୀକାକରଣକୁ ଘର ଘର ବୁଲି କରିବାର ପ୍ରସ୍ତାବ ଟ୍ଵିଟ ଜରିଆରେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେବା ସହ ଅନୁରୋଧ କରିଥିଲି |

ତେଣୁ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଗାଡିରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଏହି ସେବା ବ୍ରହ୍ମପୁରରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ମିଳିବ ବୋଲି ଜାଣି ମୁଁ ବେଶ ଆନନ୍ଦିତ ସେ କହିଛନ୍ତି | ଏହି କାର୍ଯ୍ୟ ସାରା ରାଜ୍ୟରେ ଆରମ୍ଭ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛନ୍ତି |
କୋଭିଡ ସଂକ୍ରମଣ କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଘର ଘର ବୁଲି ପରୀକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି |

ସ୍ୱଳ୍ପ ସମୟ, ବହୁତ ଭଲପାଇବା….

() ହଠାତ ଦିନେ ସଂନ୍ଧ୍ୟା ହୋଇଆସୁଥାଏ । ଅଫିସ କାମରୁ ହାଲକା ହେବା ପାଇଁ କିଛି ବନ୍ଧୁ ଓ ପ୍ରିୟ ସହକର୍ମୀ ବାହାରକୁ ଆସିଲେ ଖୋଲାପବନରେ ଚା ପିଇବା ପାଇଁ । ସହରର ଗଳି ଭିତରକୁ ଯାଇଥିବା ନୂତନ ଲମ୍ବା ଓସାରିଆ ରାସ୍ତାରେ ଚା ଦୋକାନ ପର୍ଯ୍ୟନ୍ତ ଚାଲୁଥାନ୍ତି ସଭିଁଏ । ସ୍ୱଳ୍ପ ସମୟ ଭିତରେ ଯେ ଗୋଟିଏ ନୂଆ ପୃଥିବୀରେ ବୁଲିବାର ମଜା ଥାଏ ତାହା କେବଳ ତଳକୁ ଆସିଥିବା ବନ୍ଧୁମାନେ ଜାଣିପାରନ୍ତି । ସବୁ ଶୂନଶାନ ଭିତରେ ବି କୋଳାହଳ,ସବୁ ନିରାଶ ଭିତରେ ଆଶାର ସଂଚାର , ଜୀବନର ନୂଆ ଜୋସ ଓ ନୂଆ ଦିଗ ତାହା ସହ ପ୍ରକୃତି ସହ ଖେଳିବାର ମଜା । ବେଳେବେଳେ ତ ସେ ସ୍ୱଳ୍ପ ସମୟ କାହାକୁ ପ୍ରେମରେ ବୁଡ଼ାଇଦିଏ ଆଉ କାହା ମନରେ ଜ୍ରାଗତ ହୁଏ ପ୍ରେମର ନୂଆ ସମ୍ଭାବନା । ଏଠି କିନ୍ତୁ ପ୍ରେମର ଭରିଭାଷା ପୁରା ଭିନ୍ନ । ପୁରା ବିଶ୍ୱ ବିଷୟରେ ଆଲୋଚନା କରିବାର ଯେମିତି ଏ ସ୍ୱଳ୍ପ ସମୟରେ ଥାଏ ବର୍ଷବର୍ଷର ଘଣ୍ଟାଘଣ୍ଟା ସମୟ । କିଏ  ପ୍ରକୃତିର ଭିନ୍ନଭିନ୍ନ ରୂପ ଫୋଟ ଉଠାଇ ଖୁସି ହୁଏ, ତ ଆଉ କିଏ ନିଜର ପରିବର୍ତ୍ତନ ରୂପକୁ । ପୁଣି କେତେବେଳେ କିଏ କାହା ପାଇଁ ଫୋଟ ଉଠାଇନିଏ ସମୟର ଉପଯୋଗ କରିବା ପାଇଁ । ମଜା,ମସ୍ତି, ଭଲପାଇବା ସହ ଜୀବନର ପରିବର୍ତ୍ତନ ଓ ସମୟ ଉପଯୋଗୀ ସଙ୍କେତ ମଧ୍ୟ ଏହି ସ୍ପଳ୍ପ ସମୟ ପୂର୍ବରୁ ଆଲୋଚନା ହୋଇ ସରିଯାଏ । ପ୍ରତ୍ୟେକ ଦିନ ନୂଆ ଜୋସ ଆଉ ନୂଆ ସମ୍ଭାବନା ଭରିଦିଏ ସଭିଁଙ୍କ ମନରେ । ଜୀବନକୁ ଚିହ୍ନବା, ଅନ୍ୟକୁ ଚିହ୍ନିବା ଓ ଆଜି ପାଇଁ ବଂଚବାର ଯେମିତି ଏହି ସ୍ୱଳ୍ପ ସମୟଟା ଦେଖାଏ ରାସ୍ତା । ଏହି ସ୍ପଳ୍ପ ସମୟ ଭିତରେ ଥାଏ ଗାଁର ପୁରୁଣା ଦିନର ସ୍କୃତି ସହ ବୟସ ଚକ୍ରର ସବୁ ଅନୁଭୂତି ଓ ପାଗଳାମି । ତାହାସହ ପୁଣି ଆକର୍ଷଣ ଓ ଆକସ୍ମିକ ଘଟଣା ଇତିହାସ ଓତ୍ତବର୍ତ୍ତମାନ । ଅତୀତ, ବର୍ତ୍ତମାନ , ଭବିଷ୍ୟତ ଆଲୋଚନାରେ ବର୍ତ୍ତମାନକୁ ବେଶୀ ଗୁରୁତ୍ୱ ଦିଏ ଏହି ସ୍ପଳ୍ପ ସମୟ । ଆଉ ତାହାରି ଭିତରେ କିଏ ଜଣେ କହିଦିଏ ଭାଇ ଅକ୍ସିଜେନ ଆସିଗଲା , ଆରେ ଏ ଅକ୍ସିଜେନ ସିଲିଣ୍ଡର ଭିତରେ ଥିବା ନିଶ୍ୱାସ ପାଇଁ ନୁହେଁ, ବରଂ ଚା ଦୋକାନିର ଗରମ ଚା । ଚା ହାତକୁ ଆସିଲା ପରେ ବି ଜୋସ ସେମିତି ଥାଏ ହାଲାକ ହେବାର ନିଶାଟା । ସହର ଭିତରେ ବି ଗାଁ ବଂଚିଛି, ବୟସ ଭିତରେ ବି ପ୍ରେମ ଲୁଚିଛି, ଜୀବନ ଭିତରେ ବି ଯନ୍ତ୍ରଣା ଲୁଚିଛି । ଆଉ ଚା ଭିତରେ ବି ହାଲକା ହେବାର ସ୍ଥାନ ପୁଣି ଲୁଚିଯାଇଛି । ପରଦିନ ପୁଣି ସ୍ୱଳ୍ପ ସମୟ ପାଇଁ  ପଦାକୁ ଆସୁ  । ତେଣୁ ଜୀବନର କୋଳାହଳରୁ ବାହାରି ଆସିଲେ ଏହି ସ୍ୱଳ୍ପ ସମୟରେ ଯେ ଏତେ ଭଲପାଇବା ମିଳେ ତାହା ଯିଏ ସମୟ କାଢି ଆସିଛି ସିଏ ହିଁ  ଜାଣିଛି । ….

ଚାଷୀ ଆମର ଶକ୍ତି ଓ ଅର୍ଥନୀତିର ମେରୁଦଣ୍ଡ : ପ୍ରଣବ ପ୍ରକାଶ ଦାସ..

ଭୁବନେଶ୍ୱର : ଆଜି ପବିତ୍ର ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ ଆଜି  ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) ଚାଷୀମାନଂକୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି l ଟୁଇଟ କରି ପ୍ରଣବ ଲେଖିଛନ୍ତି ଯେ ଚାଷୀମାନେ ହେଉଛନ୍ତି ଆମର ଶକ୍ତି ଓ ଅର୍ଥନୀତିର ମେରୁଦଣ୍ଡ l ତାଙ୍କର ଝାଳବୁହା ପରିଶ୍ରମ ଓ ତ୍ୟାଗର ତୁଳନା ନାହିଁ ବୋଲି ପ୍ରଣବ କହିଛନ୍ତି l ଏହାସହ ଚାଷୀଙ୍କ ସୁଖ ଓ ଦୁଃଖର ସାଥି ପ୍ରଣବ ଓଡ଼ିଶାର ସବୁ ଚାଷୀ କିପରି ପିଏମମ କିଷାନ ଯୋଜନାରେ ଅନ୍ତଭୁକ୍ତ ହେବେ ସେ ନେଇ କେନ୍ଦ୍ର ପାଖରେ ପୁଣି ଦାବି କରିଛନ୍ତି l

ସୂଚନାଯୋଗ୍ୟ ଯେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନା ରେ ଲକ୍ଷ ଲକ୍ଷ ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମି ହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାର ର ରୋଜଗାର ବଢାଇଥାଏ । ତେଣୁ ପିଏମ କିଷାନ ଯୋଜନାର ସବୁ ଚାଷୀ କିପରି ଲାଭ ପାଇବେ ସେ ନେଇ ଅଣ୍ଟା ଭିଡିଛନ୍ତି ପ୍ରଣବ l

ଆମ ସମାଜ କାହିଁକି କୃଷିଭିତ୍ତିକ : କୃଷିମନ୍ତ୍ରୀ ଅରୁଣ ସାହୁ…

ଭୁବନେଶ୍ୱର : କାହିଁକି ଚାଷ ଆମର ମେରୁଦଣ୍ଡ ? ଏକଥା ଅନେକଙ୍କ ମନକୁ ଆନ୍ଦୋଳିତ କରୁଥିଲେ ବି ଏହା ବିଜ୍ଞାନ ସମ୍ମତ । କାରଣ ଆମର ଚାଷୀ ଆରମ୍ଭରୁ ହିଁ ବିଜ୍ଞାନୀ । ବର୍ଷର ୧୨ ମାସ ଚାଷ ସହ ମଣିଷ ସମାଜକୁ ଯୋଡ଼ି ରଖିବାକୁ ଅକ୍ଷି ତୃତୀୟାରୁ ପଣା ସଂକ୍ରାନ୍ତି ଯାଏଁ ବର୍ଷ ତମାମ ଆମ ପରମ୍ପରା ସହ ଯୋଡ଼ି ହୋଇରହିଛି ପର୍ବପର୍ବାଣୀ । ସେସବୁ ପୁଣି କୃଷିଭିତ୍ତିକ ଓ ଋତୁଚକ୍ର ସମ୍ମତ । –

ଆମ ପୂର୍ବ ପୁରୁଷମାନେ ଅତ୍ୟନ୍ତ ଚତୁର ଥିଲେ । ମଣିଷ ସମାଜର କ୍ରମ ବିକାଶ ସହ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟ ସରଂଚନା କରିଥିଲେ । ଯଦି ପ୍ରତ୍ୟେକ ପର୍ବକୁ ଆମେ ବିଶ୍ଳେଷଣ କରିବା ତା ପଛରେ ଏକ ବିଜ୍ଞାନ ସମ୍ମତ ଯୁକ୍ତି ଅନ୍ତର୍ନିହିତ ଥାଏ । ବିଶେଷ କରି ଯେତେ ସବୁ ମୁଖ୍ୟ ପର୍ବ ସେ ଭିତରୁ ଅଧିକାଂଶ କୃଷି ସହ ଜଡ଼ିତ । ଅର୍ଥାତ କୃଷିଭିତ୍ତିକ । ଋତୁଚକ୍ର ସହ ତାଳଦେଇ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଅନେକଗୁଡ଼ିଏ କାରଣ ମଧ୍ୟରୁ ଯେଉଁ କେତୋଟି ପ୍ରମୁଖ କାରଣ ଯଥା – ସମୟ ଭିତ୍ତିକ ଚାଷ କାମ ତା ମଧ୍ୟରେ ଚାଷ ଏବଂ ଚାଷୀଙ୍କୁ ଅଗ୍ରାଧିକାର ଏବଂ ସମ୍ମାନ ଦିଆଯାଇଥାଏ ।
ସେମାନେ ବୁଝିଥିଲେ କୃଷି , କୃଷକ , କୃଷିଜାତ ଦ୍ରବ୍ୟର ମୂଲ୍ୟ ସମାଜ ଓ ସଭ୍ୟତା ପାଇଁ କେତେ ଆବଶ୍ୟକ ।
ପରମ୍ପରା ଭୁଲିଗଲେ ମୂଲ୍ୟବୋଧ ସାରିଯାଏ । – ତେଣୁ ଆସ ପରମ୍ପରାକୁ ଉଜ୍ଜିବିତ କରିରଖିବା ଏବଂ ଚାଷ , ଚାଷୀ , ଚାଷଉତ୍ପାଦିତ ଦ୍ରବ୍ୟ ପ୍ରତି ସମ୍ମାନ ବଢ଼ାଇବା । କୃଷି ଭିତ୍ତିକ ପର୍ବ – ଆଦ୍ୟ ପର୍ବ – ଅକ୍ଷୟ ତୃତୀୟାର ଅନୁଚିନ୍ତା –
ନିମ୍ନରେ ପ୍ରମୁଖ କୃଷି ଭିତ୍ତିକ ପର୍ବର ତାଲିକା ଦିଆଗଲା ।

କୃଷିଭିତ୍ତିକ ପର୍ବ ପର୍ବାଣୀ
ଓଡ଼ିଆ ମାସ ଅନୁସାରେ
୧. ଅକ୍ଷୟ ତୃତୀୟା
୨. ଶୀତଳ ଷଷ୍ଠୀ
୩. ରଜ ଉତ୍ସବ
୪. ଭୂମିଦାହ
୫. ବସୁମତୀ ସ୍ନାନ
୬. ମନସା ପଞ୍ଚମୀ ( ନାଗପୂଜା )
୭. ଚିତାଲାଗି ଅମାବାସ୍ୟା
୮. ଶ୍ରୀ ବଳଦେବ ଜନ୍ମ ( ଗହ୍ମା ପୂର୍ଣ୍ଣିମା )
୯. ନୂଆଖାଇ
୧୦. ସୁନିଆଁ
୧୧. ଜହ୍ନିଓଷା
୧୨. ଗଜଲଷ୍ମୀ ପୂଜା
୧୩. ଗର୍ଭଣା ସଂକ୍ରାନ୍ତି
୧୪. ଗୋବର୍ଦ୍ଧନ ପୂଜା
୧୫. ଗୋଷ୍ଠାଷ୍ଟମୀ
୧୬. ଅଂଳା ନବମୀ
୧୭. ମାଣ ଓଷା
୧୮. ବାଟ ଓଷା
୧୯. ବଉଳ ଅମାବାସ୍ୟା
୨୦. ମକର ସଂକ୍ରାନ୍ତି
୨୧. ଅଗ୍ନିତ୍ସୋବ
୨୨. ପଣା( ମହାବିଷୁବ) ସଂକ୍ରାନ୍ତି

ଅରୁଣ ସାହୁ…

ଭୂତାଣୁ ଓ ସ୍ତ୍ରୀ….

() ଗୁରୁବାର ରାତି ଭୋଜନ ସମୟରେ ଦାସବାବୁ ତାଙ୍କ ସ୍ତ୍ରୀ କହିଲେ ଏଇଟିି ମାନିଲନି ମୋ କଥା, କାଲି ଶୁକ୍ରବାର । ଶନିବାର , ରବିବାର ସବୁ ବନ୍ଦ । ଘରେ ଖାଇବା ଜିନିଷ ପରିବା ଠାରୁ ଆରମ୍ଭ କରି ଚା ପତି ପର୍ଯ୍ୟନ୍ତ ନାହିଁ । ମନେ ରଖିଥିବ । ବାସ.. ରାତିଭୋଜନ ଅଧାରେ ସ୍ତ୍ରୀଙ୍କ ଠାରୁ ଏକଥା ଶୁଣିବା ପରେ ଦାସବାବୁ କହିଲେ ବ୍ୟସ୍ତ ହୁଅନି । କାଲି ସକାଳୁ ସବୁ ନେଇ ଆସିବା । ଶୁକ୍‌୍ରାବର କିନ୍ତୁ ଦାସ ବାବୁ ଉଠିଲା ବେଳକୁ ସକାଳ ନଅଟା । ଚା ଟିକେ ନପିଇ ଦାସବାବୁ ନିତ୍ୟକର୍ମ ସାରିବେ ବା କେମିତି । ଅଭ୍ୟାସରେ ପରିରତ ହୋଇଛି ତାଙ୍କର । ସ୍ତ୍ରୀ ଚା ଦେଉ ଦେଉ କହିଲେ ଆଉ କେତେବେଳେ ଯିବ । ୧୨ଟାରେ ତ ସବୁ ବନ୍ଦ ହୋଇଯିବ । ସ୍ତ୍ରୀ ଠାରୁ ଏକଥା ଶୁଣି ଆଉ ନିତ୍ୟକର୍ମ କରିବେ କଣ ଦାସ ବାବୁ ବାହାରିଲେ ଶୋଉଦା , ପରିବାର ଓ ଘର କିଛି ଅତ୍ୟାବଶ୍ୟକ ଜିନିଷ ଆଣିବା ପାଇଁ । ଦାସବାବୁ ଟିକେ ମୋଟା ଲୋକ । ଏଣେ ସରକାର ନିୟମ କରିଛନ୍ତି ଲକଡ଼ାଉନ ସମୟରେ ମାର୍କେଟକୁ ଚାଲିଚାଲି ଯାଇ ଜିନିଷ କିଣିବା ପାଇଁ । ତେଣୁ ଦାସବାବୁ ହାତରେ ବେଗ ଓ ସ୍ତ୍ରୀ କହିଥିବା ଲମ୍ବା ତାଲିକା ନେଇ ବାହାରିଲେ ମାର୍କେଟକୁ । ଖରା ଟାଣ । ଦାସବାବୁ ମାର୍କେଟକୁ ଚାଲିଚାଲି ହାଲିକା ହୋଇ ପହଞ୍ଚିଲା ବେଳକୁ ଶୋଉଦା ଦୋକାନାରେ ଳମ୍ବା ଭିଡ଼ ଓ ପରିବାର ଦୋକାନରେ ଲୋକ ଚଡ଼ାଚଡ଼ି । ଏହା ଦେଖି ଦାସବାବୁଙ୍କ ଚିନ୍ତା ଆହୁରୀ ବଢିଗଲା । ଯୋଗକୁ ସେ ସମୟରେ ଏ ଝାଳନାଳ ଅବସ୍ଥାରେ ଦାସବାବୁଙ୍କ ମୁହଁରୁ ମାସ୍କ ଟିକେ ଖସି ପଡ଼ିଛିି । ଠିକ ଏତିକି ବେଳେ ପିସିଆରେ ଭ୍ୟାନରୁ ଜଣେ ପୋଲିସ ଓହ୍ଳାଇ କହିଲେ ମାସ୍କଟା ଠିକ ଦସ ପିନ୍ଦନ୍ତୁ । ଏମିତି ଟେନସନ ଭିତରେ ଦାସବାବୁ ଶୋଉଦା ଓ ପରିବାର ଓ ଅତ୍ୟାବଶ୍ୟକ ଜିନିଷ ଧରି ଘରକୁ ଫେରିଲେ । ଟିକେ ମୋଟା ଲୋକ ସେ , ତା ସାଙ୍ଗକୁ ସେ ମଧୁମୟ ରୋଗୀ ବି । ତେଣୁ ଘରେ ପହଞ୍ଚିବା ମାତ୍ର ଦାନ୍ତ ତରତରରେ ଘଷି ଖାଇବାକୁ ମାଗିଲେ । ଆଉ ଖାଇବା ଆରମ୍ଭ ହେବା କ୍ଷଣି ସ୍ତ୍ରୀ କହିଲେ ହେଇଟି କି ଆଳୁ ଆଣିଛ , ହାତ ମାରିଲା ବେଳକୁ ପଛା ବାହାରିଲାଣି । ଆଉ ଦହି କୁଆଡ଼େ ଗଲା … ବିଚାର ଦାସ ବାବୁ ସ୍ତ୍ରୀ ମୁହଁକୁ ଚାହିଁଲା…..

ଅଭାବ -ପରିବେଶ-ସଚେତନତା…

ଆପଣମାନେ ନିଶ୍ଚିତ ଭାବୁଥିବେ ,ଅଭାବ ସହିତ ପରିବେଶ ସଚେତନତାର ସର୍ମ୍ପକ କଣ ? ତାଛଡ଼ା ଏ ଗୋଟିଏ ଖାପ ଖାଉନଥିବା ଶୀର୍ଷକ ବୋଲି ମନେ ହେଉଥିବ ନିଶ୍ଚିତ । ଆପଣ ଠିକ ଭାବିଛନ୍ତି , ମତେ ବି ପ୍ରଥମେ ଠିକ ସେମିତି ଲାଗୁଥିଲା କିନ୍ତୁ ଆପଣ ଯେତେ ପଢିବେ ଜାଣିପାରିବେ ସେ ଏହାହିଁ ଉପଯୁକ୍ତ ଶୀର୍ଷକ ।
କୁହାଯାଏ ଯେ ଅଭାବରେ ସ୍ୱଭାବ ନଷ୍ଟ ହୋଇଥାଏ , କିନ୍ତୁ ଅଭାବରେ ଯେ କେତେ ଉପକାର ହେଉଥିଲା ତାହା ଏହି ମହାମାରୀ ସମୟରେ ଅନେକ ଦୃଦବୋଧ କରିପାରିଥିବେ । ଆପଣମାନେ ଜାଣିଥିବେ କିଛି ଦଶନ୍ଧି ପୂର୍ବରୁ ଆଧୁନିକତାର ଛାପ ଏତେଟା ପଡ଼ିନଥିଲା । ଗାଁ ଗହଳୀରେ ଲୋକେ ନିଜ ପାଖରେ ଯାହା ସଂସାଧନ ଥିଲା ସେଥିରେ କାମ ଚଳାଉଥିଲେ । ଉଦାହାର ସ୍ୱରୂପ ବାସନ ସଫା କରିବା ପାଇଁ ଚୁଳି ପାଉଁଶର ବ୍ୟବହାର କରୁଥିଲେ , ଦାନ୍ତ କାଠିର ବ୍ୟବହାର କରୁଥିଲେ । ମାଟିପାତ୍ରରେ ରୋଷେଇ ହେଉଥିଲା, ଓ ମୁଣ୍ଡସଫା କରିବା ପାଇଁ ମାଟିର ବ୍ୟବହାର କରୁଥିଲେ ।
ଏବେ ଏସବୁ ଗପ ଭଳି । କିନ୍ତୁ ନିଜ ଅଜ୍ଞାନତରେ ହେଉପଛେ ଏସବୁ କିଛି ଅଭାବ ପାଇଁ ସେମାନେ ନିଜର ଓ ନିଜ ପରିବେଶର ହିତ ସାଧନ କରୁଥିଲେ । ସମୟ ବଦଳିଛି , ତାହା ସହିତ ବଦଳିଛି ମଣିଷର ଆବଶ୍ୟକତା ଓ ବ୍ୟବହାର । ଆଧୁନିକତାକୁ ଆପଣାଇ ମଣିଷ ଥକିଯିବା ପରେ ବ୍ୟବହାର କରୁଛି ପୁରୁଣା ଜିନିଷ କିନ୍ତୁ ନୂଆ ଢଙ୍ଗରେ । ଉଦାହରଣ ସ୍ୱରୂପ ଏବେ ଅନଲାଇନରେ ଗୋବର ଘସି ମିଳୁଛି , ଦାନ୍ତ କାଠିମିଳୁଛି ପୁଣି କେତେକ ସଂସ୍ଥା ତାଙ୍କ ଜିନିଷ କିଣିଲେ ଗ୍ରାହକଙ୍କ ପାଇଁ ଗୋଟିଏ ଗଛ ଲଗାଇଦେବାକୁ ପ୍ରତିଶ୍ରୃତି ଦେଉଛନ୍ତି । ଏହିସବୁ ଦେଖି ସତରେ ଆଚର୍ଯ୍ୟ ଲାଗେ । କେତେକ ଲୋକ ମାଟି କଫରେ ଚା ପିଇ ଓ ମାଟିହାଣ୍ଡି ମାଂସ ଖାଇ ନିଜକୁ ପରିବେଶ ପାଇଁ ସଚେତନ ବୋଲି ଜଣାଉଛନ୍ତି ।
ଆମେ ଆଧୁନିକତାର ବିରୋଧରେ କହୁନାହୁ । କିନ୍ତୁ ଏହିସବୁ ମିଛ ସଚେତନତା କରିବା ଅପେକ୍ଷା ନିଜେ ଓ ଅନ୍ୟମାନଙ୍କୁ ପରିବେଶ ସଚେତନ କରାନ୍ତୁ ଓ ପରିବେଶର କ୍ଷତି କରନ୍ତୁ ନାହିଁ । ଆମେ ଛାଡ଼ିଯାଇଥିବା ସୁନ୍ଦର ପରିବେଶ ହିଁ ପରବର୍ତ୍ତ;ୀ ପିଢି ପାଇଁ ଉପଯୁକ୍ତ ସମ୍ପତ୍ତି ।

ସନ୍ଦୀପ ପାଠୀ…

ସେ ଫଗୁଣରେ , ମୁଁ ବସନ୍ତରେ…

() କରୋନର ଦ୍ୱିତୀୟ ଲହରୀ ସବୁଠି ଆତଙ୍କ ଖେଳାଇଛି । ସେଥିପାଇଁ ଆରମ୍ଭ ହୋଇଛି ଲକଉଡ଼ାନ । ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇଛି ମଣିଷ ଜୀବନ । ମାସ, ବାର, ଦିନ ଓ ଋତୁ ସବୁ ଯେମିତି ସମାନ ହୋଇଛି ସଭିଁଙ୍କ ପାଇଁ । ଏମିତକିି ତାରିଖ, ବାର ବି ମନେ ରହୁନାହିଁ । ହେଲେ ତାହାରି ଭିତରେ ବି କଟୁଛି ଜୀବନ, ଚାଲିଛି ଭାବର ଆଦାନ ପ୍ରଦାନ , ଆଉ ସବୁକିଛି । ପ୍ରକୃତି ପରି ମଣିଷ ସ୍ଥିର ହୋଇପାରେ ନାହିଁ, ସେ ପରିବର୍ତ୍ତନଶୈଳୀ । ପ୍ରକୃତିର ସୌନ୍ଦର୍ଯ୍ୟରୁ ଜୀବନ ବଂଞ୍ଚିବାର ପ୍ରେରଣା ନେଇ ସମୟ ବିତାଉଛି ମଣିଷ । ଆଉ ଏହି ସମୟରେ କେତେବେଳେ ତା ଭାବନାରେ ବସନ୍ତ ଆସୁଛି ତ କେଳେବେଳେ ଫଗୁୁଣ । ଯାହାକୁ ମଣିଷ ନିଜନିଜ ଢଙ୍ଗରେ ପ୍ରକାଶ କରୁଛି । କେତେବେଳେ ସାଙ୍ଗ ଗ୍ରୁପରେ କଥା ହେଲା ବେଳେ ମନର କଥାକୁ ପ୍ରକାଶ କରୁଛି ତ ଆଉ କେତେବେଳେ ଏକୁଟିଆରେ ନିଜ ମନକୁ ନିଜେ କହି ଚାଲିଛି । କିଏ କିଏ ତ ଫୋଟ ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରୁଛନ୍ତି । ଯାହା ସେମାନଙ୍କୁ ଆନନ୍ଦ ଦେବା ସହ ଅନ୍ୟମାନଙ୍କୁ ବି ଆତ୍ମ ସନ୍ତୋଷ ଓ କଷ୍ଟ ଭିତରେ ବଞ୍ଚିବାର ବିଶ୍ୱାସ ଭରିଦେଉଛି । ଏମିତିରେ ସକାଳୁ ରାତି ଯାଏଁ ସମୟ କେମିତି କଟିଯାଉଛି ତାହା ଜଣାପଡ଼ୁନାହିଁ । ହଁ ସର୍ମ୍ପକ ଓ ସମୟ ଭିତରେ ତାଳମେଳ ଦେଇ ଚାଲିଛି ସବୁକିଛି । ଏକଥା ସତ ଯେ ମୁକ୍ତବିହଙ୍ଗ ପରି ଏବେ ନିଜ ଦୁନିଆ ରାଇଜରରେ ବୁଲି ହେଉନାହିଁ । ହେଲେ ଭାବନରେ ରାଇଜରେ ଓ ଭାବର ଆଦାନ ପ୍ରଦାନ ନେଟୱାର୍କରେ କିଛି ପ୍ରତିବନ୍ଧକ କି କଟକଣା ନାହିଁ । ଯାହା ଆମକୁ ରଙ୍ଗୀନ କରିବା ସହ ସବୁ ସମୟରେ ଦୁନିଆ ରଙ୍ଗୀନ ଦୁନିଆରେ ବଞ୍ଚିବାର ପ୍ରେରଣା ଦେଉଛି । ଯାହା ସୋସିଆଲ ମିଡ଼ିଆରେ କବିତା, ଗଳ୍ପ, ଗୀତ , ଫୋଟ ଅପଲୋଡ଼ କରି ପ୍ରତି ବର୍ଗର,ଆଉ ଶ୍ରେଣୀର ଲୋକ ନୂଆ ଜୀବନର ସଙ୍କେତ ଦେଇଚାଲିଛନ୍ତି । ସେ ଦୁନିଆକୁ ଠିକ ସେ ଜାଣିନଥିବା ଶିଶୁ ଟିଏ ହେଉ କି , ଯୌବନରେ ପାଦ ଥାପି ସାରଥିବା ଯୁବପୀଢି , କି ମଧ୍ୟମ ବୟସ୍କ ଅବା ବରିଷ୍ଠ ନାଗରିକ । ସିଭଁଙ୍କ ମନରେ କେତେବେଳେ ଫଗୁଣ ତ କେତେବେଳେ ବସନ୍ତ ଭାବନ ଜାଗ୍ରତ ହେଉଛି । ଆଉ ତାହା ହିଁ ବାସ୍ତବ ଜୀବନ । ଆଉ ଏସବୁ ଭିତରେ ମଣିଷ ସମାଜ ନିଜର ମନ ବଳକୁ ବୃଦ୍ଧି କରି ଅଦୃଶ୍ୟ ଭୂତାଣୁକୁ ଚେତେଇ ଦେଉଛି ତୁ ଯେତେ ଶକ୍ତିଶାଳୀ,ଭୟଙ୍କର ଓ ଛଳାନାକାରୀ ହୋଇ ତୋର ରୂପ ବଦଳାଇଲେ ବି ଏ ମଣିଷ ସିଭ୍ୟତାକୁ ଧ୍ୱଂସ କରିପାରିବୁ ନାହିଁ । ଆଉ ଏହାରି ଭିତରେ ଭଲପାଇବାର ସଙ୍କେତ ଅନେକଙ୍କ ମନରେ ଆସୁଛି ମୁଁ ଫଗୁଣରେ ଅଛି ଆଉ ସେ ବସନ୍ତରେ ….

ପ୍ରିୟ ବନ୍ଧୁ….

() ଜୀବନରେ ବନ୍ଧୁଟିଏ ମିଳିବା ଏତେ ସହଜ ନୁହେଁ । ମନକୁ ବୁଝୁଥିବା ଓ ବୁଝାଉ ଥିବା ପ୍ରିୟ ବନ୍ଧୁଟିଏ କମ୍ ଲୋକଙ୍କୁ ମିଳେ । କୁହାଯାଏ ଭଗବାନଙ୍କ ଆଶୀର୍ବାଦ ଥିଲେ ହିଁ ଭଲ ବନ୍ଧୁ ମିଳିଥାଏ । କାରଣ ସେ ହିଁ ତ ଜୀବନର ସୁଖ ଓ ଦୁଃଖର ସାଥି ହୁଏ । ଜୀବନକୁ ବୁଝେ , ବିଶ୍ୱାସ ଦିଏ ନିଶ୍ୱାସକୁ । ଯାହାର ପ୍ରିୟ ବନ୍ଧୁଟିଏ ଅଛି ତାହା ପାଖରେ ଦୁନିଆର ସବୁକିଛି ଅଛି କହିଲେ ଭୂଲ ହେବ ନାହିଁ । କାରଣ ଏହି ସର୍ମ୍ପକରେ ନଥାଏ ସ୍ୱାର୍ଥ । ଥାଏ କେବଳ ଭଲ ପାଇବା ଆଉ ଭଲ ପାଇବା ।
ଗାଁ କି ସହରରେ ଯଦି ଗୋଟେ ପିଲା କିଛି ଖରାପ କାମ କରେ ସାଙ୍ଗେସାଙ୍ଗେ ଗାଁର ମୁରବୀ ଓ ଲୋକେ କୁହାକୁହି ହୁଅନ୍ତି ସେ ପା ସାଙ୍ଗ ମାନଙ୍କ ସହ ପଡ଼ି ଏପରି ହେଉଛି । ସେ କଣ ଆଗରୁ ସେମିତି ଥିଲା କି ? ଏମିତି କେତେ କଣ । ଯେମିତି ସାଙ୍ଗ ସବୁ ଭଲ ଗୁଣର ଶ୍ରେୟ ନିଏ ଠିକ ସେମିତି ସବୁ ଖରାପ ଗୁଣର ଦୋଷ ବି ସେ ମୁଣ୍ଡାଏ । ଆରେ ଏ ଲକ ଡ଼ାଉନ ସମୟରେ ହଠାତ କାହିକିଁ ସାଙ୍ଗ କଥା ମନେ ପଡ଼ିଲା । ଏବେ ତ ଅଦୃଶ୍ୟ ଭୂତାଣୁ କବଳରୁ ନିଜର ରକ୍ଷା କରିବାକୁ ହେଲେ ଘରେ ରହିବା ଏକମାତ୍ର ଉପାୟ । ଖାସ ସେଥିଲାଗି ଏବେ ଅଧିକାଂଶ ଲୋକଙ୍କ ଜୀବନ ଘରର ଚାରିକାନ୍ଥ ଭିତରେ ସୀମିତ l ଆଉ ଏହି ସମୟରେ ସଭିଁଙ୍କ ପ୍ରାୟ ପ୍ରିୟବନ୍ଧୁ ସାଜିଛି ମୋବାଇଲ ଫୋନ । ସକାଳୁ ସଂଞ୍ଜ ଯାଏ ମଣିଷର ସମୟ କଟୁଛି ତାହା ସହ । ତାହା ପୁଣି ଭିନ୍ନ ଭିନ୍ନ ସମୟରେ ଭିନ୍ନଭିନ୍ନ କାମରେ ଲାଗୁଛି ସେ । ଜୀବନରେ ଏ ମୋବାଇଲ ସବୁ ବନ୍ଧୁକୁ ପଛରେ ପକାଇ  ମନ ଜଣିନେବ ତାହା କିଏ ଜାଣିଥିଲା । ହଁ ଆଜି ତାହା ବାସ୍ତବ । ମୋବାଇଲ ନଥିଲେ ଜୀବନଟା କଣ ହୋଇଥାନ୍ତା ତାହା ଭାବିବା ବି କଷ୍ଟ । ହେଲେ ଏହି ପ୍ରିୟ ବନ୍ଧୁକୁ କିଏ କେମିତି ବ୍ୟବହାର କରୁଛି ତାହା ବ୍ୟକ୍ତି ଉପରେ ନିର୍ଭର କରେ । ପିଲାମାନେ ଲକ ଡ଼ାଉନରେ ସ୍କୁଲ ଛୁଟି ଥିବାରୁ ମୋବାଇଲର ସହଯୋଗରେ ନିଜର ଭବିଷ୍ୟତ ଗଢୁଛନ୍ତି, ଅନେକ ବୟସଙ୍କ ଓ ଘରଣୀକୁ ମନରଂଜନ କରିବାରେ ଏହା ବେଶ ସହାୟକ ହେଉଛି । ଆଉ ଯୁବଗୋଷ୍ଠୀ ପାଠପଢା , ରିସର୍ଚ୍ଚ ସହ ମୋବାଇଲରେ ଟାଇମ ପାସ କରି ସମୟ ବିତାଉଛନ୍ତି । ଯେମିତି ପ୍ରତ୍ୟେକ ଜିନିଷ ବା ବ୍ୟକ୍ତିଠାରୁ କିଛି ଭଲ ଓ ଖରାପ ଗୁଣ ଶିଖାଯାଏ । ଠିକ ସେହି ପରି ଲକ ଡ଼ାଉନ ସମୟରେ ମୋବାଇଲକୁ ପ୍ରିୟ ବନ୍ଧୁ କରିଥିବା ଅନେକ ଲୋକ ନିଜର ପ୍ରିୟ ବନ୍ଧୁ ଜରିଆରେ ବୈଜ୍ଞାନିକ ହେଉଛନ୍ତି ତ କିଏ ଅଭିନେତା ଓ କିଏ ରାତାରାତି ସେଲିବ୍ରେଟି ବନିଯାଉଛି । ଠିକ ସେହିପରି ଏହି ମୋବାଇଲ ଯୋଗୁଁ କିଏ ଅପରାଧି ଦୁନିଆରେ ପାଦ ଦେଉଛି ତ କିଏ ଜୀବନ ବି ହାରୁଛି । ଯେମିତି ଜଣେ ପ୍ରିୟବନ୍ଧୁ ଜୀବନରେ ଯେତେକଷ୍ଟ ସମୟରେ ଆମ ପାଖରେ ଥାଏ ଓ ସୁଖ ସମୟରେ ବି ଥାଏ । ସମୟ ଅନୁସାରେ ବନ୍ଧୁଠାରୁ ଦ୍ୱରରେ ଥିବା ଅନେକ ବନ୍ଧୁ ମୋବାଇଲକୁ ପ୍ରିୟ ବନ୍ଧୁ କରି ନିଜର ସୁଖ ଓ ଦୁଃଖର ସାଥି କରିଛନ୍ତି ।

ସମ ଅଲ୍ଟିମେଟ ମେଡିକେଆରରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ ରୋଗୀ ସମ୍ ଅଲ୍ଟିମେଟ୍ ରେ ଚିହ୍ନଟ ହୋଇଛି |
ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମମ ର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ Mucromycosis ବା ବ୍ଲାକ ଫଂଗସ ସଂକ୍ରମିତ ଥିବା ଜଣାପଡିଛି | ସମ ଆଲଟିମେଟ ରେ ଡାକ୍ତର ସାହୁ ଓ ତାଙ୍କ ଟିମ ଚିକିତ୍ସା ଜାରି ରଖିଛନ୍ତି |
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ଇସ୍ତାହାର ଦ୍ଵାରା ସ୍ପଷ୍ଟ କରିଛି। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।
୭୧ ବର୍ଷ ବୟସ୍କ ଏହି ରୋଗୀ ମଧ୍ୟ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ । ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ ହୋଇଥିଲା ଓ ସେ ଘରେ ସଂଗରୋଧ ରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ ନାକରୁ କଳା ପାଣି ବୋହିବାରୁ ସେ ସମମ କୁ ଚିକିତ୍ସା ପାଇଁ ଶନିବାର ଦିନ ଆସିଥିଲେ । ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।
ଘରେ ସେ ଏକ ଅବ୍ୟବହୃତ ଏୟାର କୁଲର୍ ବ୍ୟବହାର କରିଥିଲେ ଓ ଏହାର ପାଣି ମଧ୍ୟ ବଦଳା ଯାଇନଥିଲା। ଏଥିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
ତେବେ ରୋଗୀଙ୍କ ନମୁନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ସରକାରୀ ଇସ୍ତାହାରରେ କୁହାଯାଇଛି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସାହୁଙ୍କ ମତରେ, କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି । ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନ୍ଧେ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର ସାହୁ କହିଛନ୍ତି |
ସରକାରୀ ଇସ୍ତାହାର ରେ ରୋଗୀ ମଧୁମେହ ରୋଗରେ ପୀଡ଼ିତ ଥିବାରୁ Mucromycosis ରେ ସଂକ୍ରମିତ ହୋଇଥିବା ସମ୍ଭବ ବୋଲି କୁହାଯାଇଛି। ସେ ପୁରୁଣା ଏୟାର କୁଲାର ବ୍ୟବହାର କରି ସଂକ୍ରମିତ ହୋଇଥାଇ ପାରନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news