ବବିଙ୍କ ମାରାଥନ ରିଲିଫ ଅଭିଯାନ …

()ବାତ୍ୟା ୟାସ୍ ଗଲା ପରେ ବବି ଏବେ ପୁନଃଉଦ୍ଧାର ଓ ରିଲିଫ ପ୍ରକ୍ରିୟା ଉପରେ ବିଶେଷଶ ଗୁରୁତ୍ୱ ଦେଇଛନ୍ତି। ପ୍ରଭାବିତ ଜିଲ୍ଲାରେ କିପରି ଲୋକଙ୍କ ପାଖରେ ସହଜରେ ରିଲିଫ ପହଞ୍ଚିବ ସେ କାମରେ ସେ ଲାଗି ପଡ଼ିଛନ୍ତି । ନିଜେ ମାରାଥନ ଗସ୍ତ ବାତ୍ୟାଅଂଚଳ ବୁଲି ରିଲିଫ , ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛନ୍ତି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଂଚଳରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ । ଜିଲ୍ଲାରେ ରିଳିଫ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେବା ପାଇଁ ବିଜେଡ଼ି କର୍ମୀ ଓ ନେତାଙ୍କୁ କାମରେ ଲଗାଇ ଦେଇଛନ୍ତି । ଏହି କ୍ରମରେ ଆଜି ବାଲେଶ୍ୱର ଜିଲ୍ଲାରେ ଜୋରଦାର କରାଯାଇଛି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ବବି ବାଲେଶ୍ୱର ଜିଲ୍ଲାର ୧୯ଲକ୍ଷ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜି ବାଲେଶ୍ୱରରେ ବହୁ ରିଲିଫ ଗାଡି ବିଭିନ୍ନ ପ୍ରଭାବିତ ଜିଲ୍ଳାକୁ ପଠାଇଛନ୍ତି । ଏହାସହ କର୍ମୀ ଓ ନେତାଙ୍କୁ ପ୍ରତ୍ୟେକ ପ୍ରଭାବିତ ଘରେ କିପରି ଏହା ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସେ । ୭ଦିନ ପାଇଁ ୧୨୮ ଜଳ ମଗ୍ନ ଗାଁରେ ମାଗଣାରେ ରିଲିଫ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସବୁ ସଙ୍କଳ୍ପକୁ ଟିମୱାର୍କ ସହ ସାକାର କରୁଛନ୍ତି ବିଜେଡ଼ି ସଂଗନଠ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ପରିଶ୍ରମ ଓ ନିଷ୍ଠାର ସହ ସବୁ ସମୟରେ ଜନସେବାର ସେ ଲାଗିଛନ୍ତି ବବି ବିଜେଡ଼ି ଟିମକୁ ଯେପରି ମାରାଥନ ଭାବେ ବାତ୍ୟା ପ୍ରଭାବିତ ଅଚଳର ଲୋକଙ୍କ ଦୁଃଖ ଓ ସୁଖର ସାଥ୍‌ôରେ ଲଗାଇଛନ୍ତି ତାହାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ଚିକେନ ଝୋଳ…

() ସେଦିନ ରବିବାର । ସଂନ୍ଧ୍ୟାରେ ଝିପିଝିପି ବର୍ଷା ପାଗ । ମେସରେ ରହୁଥିବା ୬ଜଣ ସାଙ୍ଗ ଇଚ୍ଛା କଲେ ଟିକେ ଚିକେନ ଝୋଳ କରିବା ପାଇଁ । ପଇସା ବି ଆଦାୟ ହେଲା । ଜଣକା ୬୦ ଟଙ୍କା ଲେଖାଏଁ । ସେତେବେଳକୁ ରାତି ୯ଟା ହୋଇ ସାରିଲାଣୀ । ଛତାଧରି ମନୋଜ,ରବି ଗଲେ ଚିକେନ ଆଣିବା ପାଇଁ । ୨କେଜି ଚିକେନ ଆଣିବେ ବୋଲି ମେସର ବାକି ସାଙ୍ଗକୁ କହିଲେ । ସେହି ଅନୁସାରେ ମସଲା ରେଡ଼ି ହେଲା । ରବି ଓ ମନୋଜ ଟିକେ ପାଗ ଦେଖିକି ବିୟର ପିଇବା ପାଇଁ ନିଷ୍ପତି ନେଲେ । ତେଣୁ ରବି କହିଲା ମନୋଜ ଏହି ଦୁଇ କେଜି ଚିକେନରୁ ହାପକେଜି(୫୦୦ଗ୍ରାମ) ଚିକେନ ଫାଷ୍ଟ ଫୁଡ଼ ଦୋକାନୀକୁ ଦେଇଦେବା । ଆଉ ଅବଶିଷ୍ଟ ଚିକେନ ମେସରେ ଥୋଇଦେଇ ଆମେ ଗୋଟେ ଗୋଟେ ବିୟର ଆଣି ମାରିଦେବା । ତାପରେ ମେସକୁ ଯିବା । ଏକଥାରେ ଏକମତ ହେଲା ମନୋଜ । ରବି ୫ଶହ ଗ୍ରାମ ଚିକେନ ନେଇ ଫାଷ୍ଟ ଫୁଡ଼ ଦୋକାନୀକୁ ଦେଲା । କହିଲା ଭାଇ ଟିକେ କଷିଦେବ ମୁଁ ଯାଉଛି ବିୟର ଆଣିବି ତୁ, ମୁଁ ,ମନୋଜ ପିଇବା । ବର୍ଷା ପାଗରେ ଏପରି କଥା ଶୁଣି ଦୋକାନୀ ବି ଖୁସ ।
ମନୋଜ ଟିକେ ରସିକିଆ । ତା ପ୍ରେମିକାକୁ ଫୋନ କଲା । କହିଲା ମିଲି କଣ ତୁ ରୋଷେଇ କରୁଛୁ । ମିଲି କହିଲା କିଛି ନାହିଁ ଅଣ୍ଡା ଭୁଜିଆ , ଡ଼ାଲି , ଭାତ ଖାଇବୁ । ଏକଥା ଶୁଣି ମନୋଜ କହିଲା ରୁମ ତଳକୁ ଆସ । ମୁଁ ଚିକେନ ଏକ କେଜି ଆଣିଛି ଦେବି , ତୁ ଓ ତୋର ଦୁଇଜଣ ସାଙ୍ଗ ରୋଷେଇ କରି ଖାଇବ । ନିଜେ ମେସକୁ ନେଉଥିବା ଚିକେନରୁ ଗୋଟେ କେଜି ଚିକେନ କାଢିଦେଲା ନିଜର ପ୍ରେମିକା ଓ ତା ସାଙ୍ଗ ପାଇଁ । ଏହାପରେ ରବି ସହ ବିୟରମାଡ଼ କରି ମେସକୁ ଫେରିଲେ । ମେସରେ ରବି ଭଲ ରୋଷେଇ ଜାଣେ । ତେଣୁ ମସଲା ରେଡ଼ି କରି ସମସ୍ତେ ଅପେକ୍ଷା କରିଥାନ୍ତି ରବି ଓ ମନୋଜକୁ । ରବି ମେସରରେ ପହଞ୍ଚି କହିଲା ଭାଇ ସରି । ଟିକେ କ୍ଷମା କର । ସାଙ୍ଗଟେ ଦେଖାହୋଇଗଲା , ଟିକେ ବିୟର ମାଡ଼ କରିଦେଲୁ । ଏତିକି ବେଳେ ମେସରେ ଥିବା ଅନ୍ୟଚାରି ଜଣ କହିଲେ ରବି ତୁ ହେବୁନି । ତୋର ଏହି ଗୁଣଟା ଭଲ ଲାଗେନି । ସମୟ ଦେଖିଲୁ କେତେ ହେଲାଣୀ, ୧୧ଟା ୩୦ମିନିଟ । ରୋଷେଇ ସରିବ କେତେବେଳେ ଓ ଆମେ ଖାଇବା କେତେବେଳେ । ରବି କହିଲା ନୋ ଟେନସନ । ଠିକ ୧୨ଟା ବେଳେ ରୋଷେଇ ସରିବ । ଭାତ ତ ସରିଛି । କେବଳ ଚିକେନ ହେବ । ରବି ସେଠୁ ଆରମ୍ଭ କରିଦେଲା ଚିକେନ ରନ୍ଧା । ମସଲା କଷି ଯେତେବେଳେ ଚିକେନ ଜରୀ ଖୋଲି ପକାଇଲା ସେତେବେଳେ ଜରୀ ମାତ୍ର ୫୦୦ଗ୍ରାମ ଚିକେନ । ହେଲେ ତାକୁ ତ ନିଶା ସେ କଣ ଜାଣିପାରିବ । ରୋଷେଇ ସାରିଦେଲା । ସମୟ ସେତେବେଳକୁ ୧୨ଟା ୧୫ ମିନିଟ । ରବି କହିଲା ଭାଇମାନେ ଚିକେନ ରେଡ଼ି । ଖାଇବା ଚାଲ । ଏହାକହି ଖାଇବାକୁ ବସିଲେ ୬ଜଣ ସାଙ୍ଗ । ପିଆଜ, ଲଙ୍କା, ଲୁଣ ସାଇଟରେ ନେଲେ । ଖାଇବା ବଡ଼ାଗଲା । ମନୋଜ ସବୁବେଳେ ଭୋଜି ହେଲେ ଖାଇବାକୁ ବାଢ଼େ । ସେଦିନ ବି ବାଢି଼ିଲା । ସଭିଁଙ୍କ ପାଇଁ ଦୁଇଥାଳି ଭାତ ବାଢିଲା । ଆଉ ଚିକେନ ଦେଲା ବେଳେ ଖଣ୍ଡେ ଚିକେନ , ୪ଫାଳ ଆଳୁ, ତାଟିଏ ଲେଖାଏ ଚିକେନ ଝୋଳ ଦେଲା । ସଭିଁଏ ଖାଇଲେ । ମୁନା କହିଲା ମନୋଜ କଣ ବେ ଖାଲି ଝୋଳ । ମାଂସ କାହିଁ । ସମାନ କଥା କହିଲା ଟୁନା ଓ ଅନ୍ୟଦୁଇ ଜଣସାଙ୍ଗ । ଟୁନାର ତ ଟିକେ ଚିକେନ ପ୍ରିୟ । ସେ ଆସନରୁ ଉଠି କଢେଇରେ ଥାଳି କାଢି ଦେଲେ ତ କେବଳ ଚିକେନ ଝୋଳ ଆଉ ଝୋଳ । ସମୟ ବି ସେତେବେଳକୁ ୧୨ଟା ୪୫ମିନିଟ ହେଲାଣି । ୪ଜଣ ସାଙ୍ଗ କହିଲେ ବେ ରବି , ମନୋଜ ଶଳା ଆମ ଚିକେନ ପଇସାରେ ବିୟର ପିଇ ଆମକୁ ଆଜି ଝୋଳ ଖୁଆଉଛ । ରବି ତ ଜାଣିନି ମନୋଜ ତା ପ୍ରେମିକାକୁ ଚିକେନ ୧କିଲୋ ଦେଇଛି ବୋଲି । ସେ ନିଶାରେ କହିଲା ଦେଲା ଭାଇମାନେ ସତ ହେଉଛି ମୁଁ ଆଉ ମନୋଜ ୫୦୦ଗ୍ରାମ ଚିକେନ କାଢିଦେଇଥିଲୁ ଟିକେ ମାଲ ପିଇବା ପାଇଁ । ଟୁନା କହିଲା ଶଳା ଦେଢ କେଜି ଚିକେନ ତାହାଲେ କୁଆଡ଼େ ଗଲା , ଭୂତ ଖାଇଲା । ସମସ୍ତଙ୍କୁ ତ ଖଣ୍ଡେ ମାଂସ ଦେଇଛି , ଖାଲି ଝୋଳ ଆଉ ଝୋଳ । ବାକି ମାସଂ ଗଲା କୁଆଡ଼େ । ଠିକ ଏହି ସମୟରେ ମନୋଜର ଫୋନ କଲ ଆସିଲା । ନିଶା ବାଉଳାରେ ସ୍ପିକର ଫୋନ ଅନ କରି ଯେତେବେଳେ ମନୋଜ କହିଲା ହେଲୋ , ସଙ୍ଗେ ସଙ୍ଗେ ପ୍ରେମିକା ମିଲି କହିଲା , ଆଜି ଭଲ ଚିକେନ ଦେଇଥିଲ । ବାସ ଏହା ଶୁଶି ଅନ୍ୟ ସାଙ୍ଗମାନେ ଚିକେନ ଝୋଳ ଲଗାଇ ଭାତ ଖାଇଦେଲେ । ଆଉ ବର୍ଷା ପାଗରେ ଚାନ୍ଦା କରି ଚିକେନ ନୁହେଁ, ଚିକେନ ଝୋଳର ଚାହିଦା ଯେ କେତେ ତାହା ସେହିଦିନ ଅନୁଭବ କଲେ ମେସରେ ଥିବା ସାଙ୍ଗମାନେ ।

ମହାମାରୀ ପାଇଁ ସଂକଳ୍ପ….

ଭୁବନେଶ୍ୱର : ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ଦକ୍ଷତା ସଂପର୍କରେ ସାରା ବିଶ୍ବର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଦିନ ଥିଲା ଆମେ ଦୟାର ପାତ୍ର ଥିଲୁ । ଆଜି ଓଡିଶା ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ହୋଇଛି ଏବଂ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଛି ।

‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ । ଏହା ହିଁ ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଆଧାର । ଆମର ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ।

କୋଭିଡ-୧୯ ଆମ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା । ବାତ୍ୟା ଆସେ ଏବଂ ଯାଏ । କିନ୍ତୁ ଏହି ମହାମାରୀ ମାନବ ଜାତି ପାଇଁ ସଂକଟର ଦୁଇଟି ନୂଆ ଦିଗ ଆଣିଛି । ଗୋଟିଏ ଦିଗ ହେଉଛି – ଏହି ସଂକଟ କେତେବେଳେ ଆସିବ, କେତେବେଳେ ଯିବ, କେହି କହିପାରିବେ ନାହିଁ । ଦ୍ବିତୀୟଟି ହେଉଛି – ଏହି ସଂକଟଟି କେତେବେଳେ କି ପ୍ରକାର ରୂପ ନେବ, ତାହା ମଧ୍ୟ ଆକଳନ କରିବା ଅସମ୍ଭବ।
ବର୍ତ୍ତମାନ ଆମ ପାଇଁ ସମୟ ଆସିଛି, ଆମକୁ ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ବାରା କି ଆମେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ଭାବରେ ଗଢିପାରିବା ।

ଆଜି ଆମେ ସୁଦୂର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ଗ୍ରହଣ କରୁଛୁ। ଜଣାଶୁଣା ଜରୁରୀ ପରିସ୍ଥିତିର ଆମେ କିପରି ସମ୍ମୁଖୀନ ହେବା ଏବଂ ତାସହିତ ଅଜଣାଅଶୁଣା ପରିସ୍ଥିତିର କିପରି ମୁକାବିଲା କରିବାକୁ ହେବ, ସେ ବିଷୟରେ ଆମେ ଆମର ସବୁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି କରିଛୁ ।

ବର୍ତ୍ତମାନଠାରୁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯନ୍ତ ସବୁ ବିଷୟରେ ‌ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ ।

ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ ।
ବିପର୍ଯ୍ୟୟ ସମୟରେ ଆମର ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ ।

ଆମର ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ ।

ଏହି ଲକ୍ଷ୍ୟ ପୂରଣ ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ରାଜ୍ୟର ଜନସାଧାରଣଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସଂପର୍କରେ ଉପଯୁକ୍ତ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ପାଇଁ ଏକ ସୁବ୍ୟବସ୍ଥିତ ତଥା ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସଂକଳ୍ପ ପାରିତ କରୁଅଛି । ଏହା ଓଡିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢିତୋଳିବା ଏବଂ ବିପର୍ଯ୍ୟୟ – ଏହା ଜୈବିକ ବା ଜଳବାୟୁ ଜନିତ – ଯାହା ବି ହେଉ, ତାର ମୁକାବିଲା ପାଇଁ ଓଡିଶା ଭବିଷ୍ୟତରେ ସବୁବେଳେ ପ୍ରସ୍ତୁତ ରହିବ ।

ଏ ସଂପର୍କରେ ମୁଖ୍ୟତଃ ଆମର ଲକ୍ଷ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା ।
ଏହି ମିଶନକୁ ଆଗେଇ ନେଇ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟ୍ୟାସ୍କଫୋର୍ସ ଗଠନ କରାଯିବ । ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ।

 

ବାଲେଶ୍ବର ଓ ଭଦ୍ରକରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖି ପ୍ରଧାନମନ୍ତ୍ରୀ….

ଦେବଦୂତ ସାଜିଛନ୍ତି ନବୀନ ବ୍ରିଗେଡ଼ : ନେତୃତ୍ୱ ନେଉଛନ୍ତି ବବି ..

() ବାତ୍ୟା ୟାସ୍ ଆଣିଛି ଦୁଃଖ । ଭାଙ୍ଗି ଯାଇଛି ଘର, ଉଡ଼ିଯାଇଛି ଛପର । ଛିନଭିନ ହୋଇଛି ଅନେକ ଅଂଚଳ । ୧୩୮ ଗାଁରେ ବାତ୍ୟା ତାର ତାଣ୍ଡବ ଦେଖାଇଛି । ଜଳ ଭିତରେ କାନ୍ଦୁଛି ଜୀବନ । ପ୍ରାକୃତିକ ବିପର୍ଯ୍ୟୟ ପରେ ଅସହାୟ ହୋଇଛନ୍ତି ଲୋକେ । ୟସ ବାତ୍ୟା ପ୍ରଭାବରେ ରାଜ୍ୟରେ ୧୨ଟି ଜିଲ୍ଳାରେ ଯେଉଁଭଳି ପ୍ରଭାବ ପଡ଼ିଛି ଓ ଲୋକେ ଅସହାୟ ହୋଇ ପଡିଛନ୍ତି । ବାତ୍ୟା ପୂର୍ବରୁ ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏହି ଦୁର୍ଦଶା ସମୟରେ ଲୋକଙ୍କ ସାଥିରେ ସାମିଲ ହୋଇଛି ପୁରା ବିଜେଡ଼ି ଟିମ । ଯାହାର ନେତୃତ୍ୱ ନେଉଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ବାତ୍ୟା ପରେ ପ୍ରଭାବିତ ଜିଲ୍ଲାରେ ଡ଼େରା ପକାଇଥିବା ପ୍ରଣବ ଘନଘନ ବିଭିନ୍ନ ଅଂଚଳ ବୁଲି ରିଲିଫ ଓ ପୁନଉଦ୍ଦାର କାମର ତଦାରଖ କରୁଛନ୍ତି । ବାତ୍ୟା ଓ ବନ୍ୟା ପରେ ଲୋକେ ଯେମିତି ହଇରାଣ ନହୁଅନ୍ତି ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି । ଗ୍ରାଉଣ୍ଡରେ ବିଜେଡ଼ି କର୍ମୀ ଓ ନେତାଙ୍କୁ ସାଙ୍ଗରେ ଧରି ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଦେବା ସହ ପାଣିଘେରରେ ଥିବା ଲୋକଙ୍କ ପାଖରେ କିପରି ସହଜ ଓ ସୁବିଧାରେ ରିଲିଫ ପହଞ୍ଚିବ ତାହା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ବିଶେଷକରି ବେଶୀ ପ୍ରଭାବିତ ହୋଇଥିବା ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ରିଲିଫ ଓ ପୁନଉଦ୍ଧାର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରିବା ସହ ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନ କରୁଛନ୍ତି । ବାତ୍ୟା ପୂର୍ବରୁ ବବି ପ୍ରଭାବିତ ଜିଲ୍ଲାରେ ଡ଼େରା ପକାଇ ଦିନ ରାତି ଏକ କରି କାମ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ ଯେମିତି କେହି ଭୋକିଲା ନରହିବେ ଓ ଦୁଃଖରେ ନରହିବେ ତାକୁ ବବି ଗୁରୁତ୍ୱ ଦେଇ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । କେବଳ ନିର୍ବାଚନ ସମୟ ନୁହେଁ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ମଧ୍ୟ ବିଜେଡ଼ି ନେତା ଓ ର୍କମୀ ପ୍ରତ୍ୟେକଙ୍କ ଘରେ ଜଣେ ଜଣେ ସଦସ୍ୟ ହୋଇ କାମ କରିବେ ତାହା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ ବବି ଗ୍ରାଉଣ୍ଡରେ ତାହାକୁ ବାସ୍ତବ ରୂପ ଦେଉଛନ୍ତି । ଯେତେବେଳେ ବି ଲୋକେ ଦୁଃଖରେ ଥିବେ ସେତେବେଳେ ଦେବଦୂତ ଭାବେ ଲୋକଙ୍କ ପାଖରେ ସେ ଠିଆ ହୁଅନ୍ତି । ଏବେ ବାତ୍ୟା ପରେ ଠିକ ସେମିତି ଦିନରାତି ଭୂଲି ବବି ଲୋକଙ୍କ ସେବାରେ ନିଜେ ଲାଗିବା ସହ ପୁରା ବିଜେଡ଼ି ଟିମକୁ କାମରେ ଲଗାଇଛନ୍ତି । ନେତା , ମନ୍ତ୍ରୀ, ସାଂସଦ, ୩ ପ୍ରମୁଖ ଛାମୁଆ ସଂଗଠନ ଯୁବ,ମହିଳା ଓ ଛାତ୍ର ନେତାମାନଙ୍କକୁ ବି ରିଲିଫ କାମରେ ଲଗାଇଦେଇଛନ୍ତି । ପ୍ରତ୍ୟେକ ଦିନ ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ନେତାଙ୍କୁ ଦିଆଯାଇଥିବା କାମର ସମୀକ୍ଷା ମଧ୍ୟ କରୁଛନ୍ତି । ବିପଦ ସମୟରେ ବବିଙ୍କ ଏପରି ସେବାମନଭାବ ରଣନୀତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପ୍ରଶାସନ ସହଯୋଗରେ କିପରି ଲୋକମାନେ ଅସୁବିଧା ସମୟରେ ଭଲରେ ରହିବେ ସେ ଚିନ୍ତା ଘାରିଛି ତାଙ୍କୁ ।

୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର: ନବୀନ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା

ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ

୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର

ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ପ୍ରମାଣିତ ହୋଇଛି – ମୁଖ୍ୟମନ୍ତ୍ରୀ

ତ୍ରୁଟିଶୂନ୍ୟ ପରିଚାଳନା ପାଇଁ ରାଜ୍ୟ ପ୍ରଶାସନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଏବଂ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାମୁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟା ୟଶର ସଫଳ ମୁକାବିଲା କରାଯାଇପାରିଛି । ସେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିପାରିଛି ।ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।ପରିଶେଷରେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଷୟଷତି ଆକଳନ କରିଥିଲେ l ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି। ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେ କହିଥିଲେ ଯେ ୨୦୦ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା । ମୟୁରଭଂଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଥିଲେ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଂକା କମ୍‌ ବୋଲି ପ୍ରକାଶ କରି କହିଥିଲେ ଯେ ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍‌ସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି।

ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି ।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍‌ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ ।

ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

ବିପଦର ସାଥି ବବି…..

() ସେ ଲୋକଙ୍କ ନେତା । ସବୁବେଳେ ଓ ସବୁ ସମୟରେ ଲୋକଙ୍କ ସହ ରହନ୍ତି । ଲୋକଙ୍କ ସୁଖ ଓ ଦୁଃଖ ସମୟରେ ପରିବାର ସଦସ୍ୟଭାବେ ସାମିଲ ହୋଇ ସାହସ ଦିଅନ୍ତି । କଥା କମ , କାମରେ ବିଶ୍ୱାସ ରଖିଛନ୍ତି ସେ । ରାଜ୍ୟବାସୀ ପ୍ରତି ଯେତେବେଳେ କୌଣସି ବିପଦ ଆସେ ସେ ଚିନ୍ତିତ ହୋଇପଡ଼ନ୍ତି । ଲୋକଙ୍କୁ ବିପଦ ମୁଖରୁ ରକ୍ଷା କରିବା ପାଇଁ ଦିନରାତି ସବୁ ଭୂଲି କାମରେ ଲାଗିପଡ଼ନ୍ତି । ସାଢେ ଚାରିକୋଟି ଓଡ଼ିଆଙ୍କ ଭାଇ ସାଜି ବିପଦରେ ସାତ ଦିଅନ୍ତି । ବାତ୍ୟା ୟାସ୍‌ର ଳାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ୍ରମେ ପୁରା ପ୍ରଶାସନ କଳ ସଫଳତାର ସହ ବାତ୍ୟାକୁ ମୁକାବିଲା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଜୀବନ ମୂଲ୍ୟବାନ ତେଣୁ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗରୁତ୍ୱ ଦେଇ ସେହି ଅନୁସାରେ ପ୍ରଶାସନ ମୁକାବିଲା କରିବ ସଫଳତା ପାଇଲା ଓ ରାଜ୍ୟରୁ ବାତ୍ୟା ବିପଦି ଟଳିଗଲା । ରାଜ୍ୟକୁ ଏହି ମହାବିପତ୍ତି ରୁ ରକ୍ଷା କରିବା ପାଇଁ ପ୍ରଶାସନର ସହ ଦଳୀୟ ସଂଗଠନକୁ ମୁକାବିଲାରେ ଲଗାଇଲେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତରିତ କରିବାରେ ଲାଗେଲେ । ନିଜେ ଗ୍ରାଉଣ୍ଡରେ ରହି ସବୁ କାମର ମନିଟରିଂ କଲେ । ଯାହା ଫଳରେ ୭ଲକ୍ଷ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ସ୍ଥାନାସ୍ତରିତ କରିବା ରାଜ୍ୟ ସରକାର ସଫଳ ହେଲେ । ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ପ୍ରତ୍ୟେକ ଜୀବନ ରକ୍ଷା ଲାଗି ଯେଉଁ ସଂଙ୍କଳ୍ପ କରିଥିଲେ ତାହାକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେଇଥିଲେ ବବି ।
ଏମିତିକିରେ ବବିଙ୍କ ଦାୟିତ୍ୱ ସରିନାହିଁ । ବାତ୍ୟା ପରେ କ୍ଷୟକ୍ଷତି ଲୋକଙ୍କ ପାଖରେ ପହଞ୍ଚି ରିଲିଫ ପହଞ୍ଚାଇବା ଓ ପୁନଉଦ୍ଧାର କାମକୁ ଗ୍ରାଉଣ୍ଡରେ ଜୋରଦାର କରିବା ପାଇଁ ଜୋରଦାର ଉଦ୍ୟମ ଜାରୀ ରଖିଛନ୍ତି ସେ । ବିଶେଷକରି ଅଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର ,ମୟୂରଭଞ୍ଜରେ ଡ଼େରା ପକାଇ ବବି ବାତ୍ୟା ପରେ ଲୋକଙ୍କୁ ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ ଓ ରିଲିଫ ଯୋଗାଇ ଦେଇଛନ୍ତି । ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପୁନଉଦ୍ଧାର କାମ କିପରି ହେବ ସେନେଇ ପ୍ରଶାସନ ସହ ଘନଘନ ଆଲୋଚନା କରୁଛନ୍ତି । କେବଳ ସେତିକି ନୁହେଁ, ପୁରା ବିଜେଡ଼ି ସଂଗଠନକୁ ରିଲିଫ ଓ ପୁନଉଦ୍ଧାର କାମରେ ସାମିଲ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ବିପଦ ସମୟରେ ଯେପରି କୌଣସି ଲୋକ ବା ପରିବାର ଦୁଃଖରେ ନରହିବେ ତାହା ଉପରେ ପ୍ରଣବ ଗୁରୁତ୍ୱ ଦେଇଛନ୍ତି । ଅତିଶୀଘ୍ର ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପୁନଉଦ୍ଧାର କାମ କରିବାକୁ ବବି ପ୍ରତିଶ୍ରୃତି ଦେଇଛନ୍ତି । କେବଳ ସେତିକି ନୁହେଁ, ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି ପ୍ରଣବ । ତାଙ୍କସାଙ୍ଗରେ ସ୍ଥାନୀୟ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଛାମୁଆ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଛନ୍ତି । ବିଜେଡ଼ି ସଂଗଠନକୁ ବାତ୍ୟା ଓ ମହାମାରୀ ସମୟରେ ଲୋକଙ୍କ ସମସ୍ୟା ସହ ସାମିଲ କରି ସେମାନଙ୍କ ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ନବୀନ ମୁଖ୍ୟ ସେନାପତି ବବି ସଫଳ କରିଛନ୍ତି ।

୧୨୮ଟି ଜଳମଗ୍ନ ଗାଁର ସବୁ ପରିବାରକୁ ୭ ଦିନ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ..

ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

୧୨୮ଟି ଜଳମଗ୍ନ ଗାଁର ସବୁ ପରିବାରକୁ ୭ ଦିନ ପାଇଁ ରିଲିଫ ଘୋଷଣା
ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ବାତ୍ୟା ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଚିକିତ୍ସା ସ୍ବଭାବିକ

ସ୍ଥାନାନ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ NDRF ,ODRAFଏବଂ ପୋଲିସ ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ପ୍ରଶଂସା

ବାତ୍ୟା ସମୟରେ ଅକ୍ସିଜେନ ପରିବହନ ଅବ୍ୟାହତ ରହିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଲେ ।
ଅଗ୍ନିଶମ କର୍ମଚାରୀ ଙ୍କୁ  ବି ପ୍ରଶଂସା.. 

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ବାତ୍ୟା ୟାସର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ (Community Organizations) NDRF ,ODRF ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ବଭାବିକ କରାଯିବା ଏବଂ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ସେହିପରି ଅନ୍ୟ ରାଜ୍ୟ ମାନେ ଅକ୍ସିଜେନ ପାଇଁ ଓଡ଼ିଶା ଉପରେ ନିର୍ଭର କରୁଥିବାରୁ ବାତ୍ୟା ସମୟରେ ଅକ୍ସିଜେନ ଯୋଗାଣ ସୁରୁଖୁରୁରେ ଜାରି ରହି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହି କାର୍ଯ୍ୟ ସହ ସମ୍ପୃକ୍ତ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।

ବାତ୍ୟା ଷୟଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି । ଏହି ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ କିନ୍ତୁ ସ୍ବଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ । କିନ୍ତୁ ବାଲେଶ୍ବରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ ।ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଥିଲେ । ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ମୟୂରଭଂଜର କୁସୁମି ବ୍ଲକ୍‌ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5 T) ଶ୍ରୀ ଭି କେ ପାଣ୍ଡିଆନ୍ ଆଲୋଚନା ସଯୋଜନା କରିଥିଲେ ।

ୟାସ୍‌ର ଭାଇରାଲ ବୟ : ସାମ୍ବାଦିକ ରାଜକିଶୋର ଓ ନବକିଶୋର

() ଭିଷଣ ବେଗରେ ଓଡ଼ିଶାକୁ ଆସୁଥିଲା ବାତ୍ୟା ୟାସ୍ । ଏଥିପାଇଁ ରାଜ୍ୟ ସରକାରଙ୍କ ଓ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଲେ ମୁକାବିଲା ପାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଳ୍ୟବାନ ତେଣୁ ଲୋକଙ୍କୁ ବାତ୍ୟାରେ ସୁରକ୍ଷତି ରଖିବା ପାଇଁ ବିଭିନ୍ନ ଅଭିଯାନ ଆରମ୍ଭ କରିଦେଲେ । ଆଉ ଏସବୁ ଟିକନିକ ଖବର ଘରେ ଘରେ ପହଞ୍ଚାଇବା ପାଇଁ ୨୪ଘଣ୍ଟା କାମରେ ଲାଗିପଡ଼ିଲେ ରାଜ୍ୟର ସବୁ ଗଣମାଧ୍ୟମ । ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଗଣମାଧ୍ୟମର ମୁଖ୍ୟ ସେନାପତି ସାଜିଲେ ରିର୍ପୋଟରମାନେ । ନିଜ ଟିମ ସହ ଚାଲିଲେ  ପ୍ରଭାବିତ ଜିଲ୍ଲାରୁ ବାତ୍ୟାର ସିଧାପ୍ରସାରଣ କରିବା ପାଇଁ । ମହାମାରୀ, ବାତ୍ୟା, ପବନକୁ ଖାତିର ନକରି ଗ୍ରାଉଣ୍ଡରେ ଲାଇଭ କଭରେଜ କରିବା ସହ ଲୋକଙ୍କକୁ ସମସ୍ୟାକୁ ନିଜ ଟିଭିରେ ପ୍ରସାରଣ କରି ସମାଧାନର ବାଟ କାଢିଲେ । ଯେଉଁଥି ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯେତେ ପ୍ରଶଂସା କଲେ ବି କମ । ଗଣମାଧ୍ୟମ ସବୁବେଳେ ଟିଆରପି ପଛରେ ଦୌଡ଼େ ନାହିଁ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଲୋକକଙ୍କୁ  ସଚେତନ କରିବାରେ ଗଣମାଧ୍ୟମର ଭୂମିକା ହେଉଛି ସବୁଠାରୁ ବଡ଼ । କେବଳ ଖବର ସଂଗ୍ରହ ନୁହେଁ, ବରଂ ବିପଦରେ ଲୋକଙ୍କ ବନ୍ଧୁ ହୋଇ ସବୁବେଳେ ଛିଡ଼ା ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ । ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କରୋନା ନ୍ୟୁ୍‌ଜ୍ ସଂଗ୍ରହ କରିବା ଓ କରୋନରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବ ସଂସ୍କାର କରିବା ସେମାନଙ୍କୁ ଖାଦ୍ୟ ପୁଡ଼ିଆ ଦେବା ଓ ସେମାନଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିମିକା ଅନେକ ରହିଛି । ହେଲେ ସୋସିଆଲ ମିଡ଼ିଆରେ କିନ୍ତୁ ଆଜି ଅନେକ ସମାଲୋଚକ ଗଣମାଧ୍ୟମକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଯେଉଁମାନେ କେବେ ଲୋକଙ୍କ ସାହାର୍ଯ୍ୟ ଓ ସହଯୋଗ କରିନାହାନ୍ତ ଜୀବନରେ ସେମାନେ ବଡ଼ବଡ଼ କଥା ଲେଖୁଛନ୍ତି ସୋସିଆଲ ମିଡ଼ିଆରେ । ଏହାକୁ ମଧ୍ୟ କର୍ଣ୍ଣପାତ ନକରି ଗଣମାଧ୍ୟମ ତାର କାମ କରୁଛି । ନିଜ ଟିଭି ଚ୍ୟାନେଲ କେବେ ବି ନିଜର ସାମ୍ବାଦିକମାନଙ୍କୁ ବିପଦ ଅବସ୍ଥାରେ କାମ କରିବାକୁ କହେ ନାହିଁ ଓ ବାଧ୍ୟ କରେ ନାହିଁ ସେ ସବୁ ଖବର ସଂଗ୍ରହ କରିବାକୁ । ଆଜି ଓଡ଼ିଶାରୁ ବାତ୍ୟା ୟାସର ବିପଦ ଟଳିଯାଇଛି । ଯେଉଁ ଜିଲ୍ଳାକୁ ବେଶୀ ପ୍ରଭାବିତ କରିଛି ସେଠାରୁ ରାଜ୍ୟର ଦୁଇଟି ଆଗଧାଡ଼ିର ଗଣମାଧ୍ୟମ ପ୍ରତିନିଧି କଥା ଯଦି ଉଦାହରଣ ନିଆଯାଏ ତେବେ ଆପଣମାନେ ଅନୁଭବ କରିପାରିବେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ କତ୍ତବ୍ୟ ଓ ଜୀବନର ସଂଘର୍ଷ ।
ନବ କିଶୋର ସାହୁ , ଯୁବ ସାମ୍ବାଦିକ , ନକ୍ଷତ୍ର ନ୍ୟୁଜ – ବର୍ଷେ ହେବ ସାମ୍ବାଦିକତା ମଧ୍ୟ ସେ କରିନାହାନ୍ତି । ଆଇଆଇଏମସିରୁ ସାମ୍ବାଦିକ ପାଠପଢି ଏବେ ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ନକ୍ଷତ୍ର ନ୍ୟୁଜ୍‌ରେ ସେ ରିର୍ପୋଟର । ସବୁବେଳେ ଉତ୍ସାହର ସହ କାମ କରିବା ଓ କିଛି ନୂଆ କରିବାର ପ୍ରୟାସ ସବୁବେଳେ ତାଙ୍କର ଥାଏ। କରୋନାର ପ୍ରଥମ ଲହାରୀ ନିଜ ଜୀବନକୁ ବାଜି ଲଗାଇ କାମ କରିଛନ୍ତି। ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ ବାଟ କାଢିଛନ୍ତି । ଆଉ ବାତ୍ୟା ୟାସ୍ ହେବା କ୍ଷଣି ଏହି ଯୁବ ସାମ୍ବାଦିକ ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ ଓ ବାଲେଶ୍ୱରକୁ ଖବର ସଂଗ୍ରହ ପାଇଁ ବାହାରିଥିଲେ । ତାଙ୍କ ଖବର ସଂଗ୍ରହର ମୁଖ୍ୟ ଉଦେଶ୍ୟ ଥିଲା , ବାତ୍ୟା ନେଇ ଲୋକଙ୍କୁ ସଚେତନ କରିବା । ଯେପରି ବାତ୍ୟାରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବେ ଓ ସେଠାରେ କିପରି ସରକାରଙ୍କ ପ୍ରସ୍ତୁତି ରହିଛି ତାହା ସେ ନିଜର ଖବର ମାଧ୍ୟମରେ ପ୍ରସାରଣ କରିଥିଲେ । ବାତ୍ୟା ସମୟରେ ଯେତେବେଳେ ଘରେ ଭିତରେ ଆମେ ଥିଲେ ସେତେବେଳେ ନଖାଇ ନପିଇ ସେ ବର୍ଷା, ପବନ ମାଡ଼ରେ ଖବର ସଂଗ୍ରହ କଲେ । ହଠାତ ଦେଖିଲେ କିଛି ଲୋକ ଅମାନିଆ ହୋଇ ରାସ୍ତାରେ ବୁଲୁଛନ୍ତି । ତାକୁ ସେ ସେତେବେଳେ ବୁମଧରି ପଚାରିଲେ କାହାକିଁ ଏ ବିପଦ ସମୟରେ ବୁଲୁଛନ୍ତି , ଘରେ କାହିକି ରହୁନାହାନ୍ତି , ତାର ଅଜବ ଜବାବ ଦେଇଥିଲେ କିଛି ଅମାନିଆ । ଲୋକଙ୍କୁ ସଚେତନ କରିବା ବେଳେ ଲୋକେ ଏପରି ପ୍ରଶ୍ନ କରିବେ ନବକିଶୋର କେବେ ଭାବିିନଥିଲେ , ହେଲେ ତଥାପି ସେ ନିଜର କର୍ତ୍ତବ୍ୟ କରି ଲୋକଙ୍କକୁ ସଚେତନ କରିଥିଲେ । ଜଣେ ଯୁବ ସାମ୍ବାଦିକଙ୍କ ଏପରି କାର୍ଯ୍ୟକୁ ଏବେ ଲୋକେ ପ୍ରଶଂସା କରିଛନ୍ତି । ଏପରି କି ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ମଧ୍ୟ ନିଜେ ଏ ଭିଡ଼ିଓକୁ ଟୁଇଟ କରିଛନ୍ତି ।
ରାଜକିଶୋର ବେହେରା , ବରିଷ୍ଠ ସାମ୍ବାଦିକ, ନନ୍ଦିଘୋଷ ଟିଭି : ରାଜକିଶୋର ବେହେରା । ବାଲେଶ୍ୱର ଓ ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକ । ୟାସ୍ ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ଘଣ୍ଟା ଘଣ୍ଟା ଧରି ସେ ବାତ୍ୟାର ଟିକନିଟ ଖବର ଓ ବାଲେଶ୍ୱର ଜିଲ୍ଲାର ଏହାର ପ୍ରଭାବ କେତେ ତାହା ଦେଖାଇ ଚାଲୁଥିଲେ । ଏପରି ଯାସ୍ ଯେତେବେଳେ ସ୍ଥଳଭାଗରେ ଲାଣ୍ଡଫଲ କଲା । ସେତେବେଳେ ସେ ଖବର ସଂଗ୍ରହ କରୁଥିବା ସମୟରେ ହଠାତ ସମୁଦ୍ରର ଜୁଆର ଦ୍ରୃତ ଗିତରେ ମାଡ଼ି ଆସିଥିଲା । ସେ ସାହସର ସହ ଏହାକୁ ସାମ୍ନା କରିଥିଲେ । ବାତ୍ୟା ଖବର ସଂଗ୍ରହ ବେଳେ ସେ କିପରି ଅସୁବିଧା ସମ୍ମୁଖୀନ ହେଉଥିଲେ ସେ ଭିଡ଼ିଓ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତାଙ୍କର ଏପରି କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ ।
କେବଳ ଏହି ଦୁଇ ସାମ୍ବାଦିକ ନୁହନ୍ତି କେବଳ । ରାଜ୍ୟର ଶହଶହ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଓ ନିଜର ପରିବାର ଚିନ୍ତା ଛାଡ଼ି ଲୋକଙ୍କ ସେବାରେ ଲାଗିଛନ୍ତି । ଏବେ ବିଚାର ଆପଣଙ୍କର ସେମାନଙ୍କୁ ସମାଲୋଚନା କରିବେ ନା ଆର୍ଶୀବାଦ କରିବେ ।

ନବୀନଙ୍କ ସଂକଳ୍ପକୁ ସାକାର କରୁଛନ୍ତି ବବି…

() ବାତ୍ୟା ୟାସ୍‌ର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ପଦକ୍ଷେପ l ପୁଣି ଥରେ ଓଡ଼ିଶାକୁ ମିଳିଛି ସଫଳତା । ପ୍ରଶାସନ କଳ ଓ ମନ୍ତ୍ରୀମଣ୍ଡଳ ସହ ଘନଘନ ବୈଠକ କରି ନବୀନ ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ । ଏହାସହ ସ୍ୱତନ୍ତ୍ର ଭାବେ ବହୁ ବରିଷ୍ଠ ଅଧିକାରୀ, ମନ୍ତ୍ରୀଙ୍କୁ ପ୍ରଭାବିତ ଜିଲ୍ଲାକୁ ପଠାଇ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସାଢେ ଚାରିକୋଟି ଓଡ଼ିଆଙ୍କ ଜୀବନ ମୂଲ୍ୟବାନ ସେକଥା ବାତ୍ୟା ପ୍ରସ୍ତୁତି ବୈଠକରେ କହିଛନ୍ତି ସେହି ଅନୁସାରେ କାମ କରିବାକୁ ସେ ପରା ପ୍ରଶାସନ କଳ ଓ ମନ୍ତ୍ରୀମଣ୍ଡଳକୁ କାମରେ ଲଗାଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସଂଙ୍କଳ୍ପକୁ ଗ୍ରାଉଣ୍ଡରେ ସାକାର କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ବାତ୍ୟା ଆସିବାର ୩ଦିନ ପୂର୍ବରୁ ବାତ୍ୟାରେ ପ୍ରଭାବିତ ହେଉଥିବା ୮ଟି ଜିଲ୍ଳାକୁୂ ଘନଘନ ଗସ୍ତ କରି ବାତ୍ୟା ମୁକାବିଲାର ପୂର୍ବ ପ୍ରସ୍ତୁତି ସମୀକ୍ଷା କରିବା ସହ ରାଜ୍ୟ ସରକାର ମୁକାବିଲା ଷ୍ଟ୍ରାଟେଜି ସଫଳ କରିବା ପାଇଁ ପ୍ରଶାସନ ଓ ବିଜେଡ଼ି ନେତା,କର୍ମୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟତ ଜିରୋ କାଜୁଆଲିଟି ଉପରେ ବବି ଫୋକସ କରିଥିଲେ । ବେଶୀ ପ୍ରଭାବିତ ଜିଲ୍ଲା ବାଲେଶ୍ୱର,ମୟୁୁରଜଞ୍ଜ , ଭଦ୍ରକ, କେନ୍ଦ୍ରାପଡ଼ାକୁ ବବି ଫୋକସ କରିଥିଲେ । ତଳିଆ ଅଂଚଳ ଓ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତରିତ କରିବା ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିଲେ ରୋଡ଼ମ୍ୟାଫ । ଏହାସହ ଦିନରାତି ବର୍ଷା , ପବନ ଓ ମହାମାରୀ ଭୂତାଣୁକୁ ଭୟ ନକରି ଲୋକଙ୍କୁ ବୁଝାସୁଝା କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତରିତ କରିବାରେ ପ୍ରଶାସନକୁ ବେଶ ସହାୟତା କରିଥିଲେ ସେ ଓ ନବୀନ ବ୍ରିଗେଡ଼ମାନେ । ଯାହାର ସଫଳତା ମିଳିଛି ।
ୟାସ୍ ଗଲା ପରେ ବବି ଏବେ ପୁନଃଉଦ୍ଧାର ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ ପ୍ରଭାବିତ ଜିଲ୍ଳାରେ କିପରି ପୁନଉଦ୍ଦାର କାମ ଜୋରଦାର ହେବ ସେନେଇ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ମନ୍ତ୍ରୀଙ୍କୁ ସାଙ୍ଗରେ ଧରି ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଦେଇଛନ୍ତି । ନିଜେ କ୍ଷତିଗସ୍ତ ଅଂଚଳ ବୁଲି ରିଲିଫ , ଶୁଖିଲା ଖାଦ୍ୟ, ରାସ୍ତାଘାଟ ସଫା ଓ ବିଜଳୁି ସଂଯୋଗ କିପରି ଯୁଦ୍ଧକାଳୀନ ଭିତ୍ତିରେ ହେବ ତାହାର ସମୀକ୍ଷା କରି ତଦାରଖ କରୁଛନ୍ତି । ବିଜେଡ଼ି କର୍ମୀ ଓ ନେତାଙ୍କ ଲୋକଙ୍କ ସମସ୍ୟା ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବବି । ମୁଖ୍ୟମନ୍ତ୍ରୀ ଦୂରଦୃଷ୍ଟି ଓ ପ୍ରତି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ମୁକାବିଲା ହେଉଛି । ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଆଉ ମୁଖ୍ୟମନ୍ତ୍ରୀ ସବୁ ସଂଙ୍କଳ୍ପକୁ ଟିମୱାର୍କ ସହ ସାକାର କରୁଛନ୍ତି ବିଜେଡ଼ି ସଂଗନଠ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ପରିଶ୍ରମ ଓ ନିଷ୍ଠାର ସହ ସବୁ ସମୟରେ ଜନସେବା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସେ ସବୁଠାରୁ ବିଶ୍ୱସ୍ତ ସେନାପତି ହେବା ସହ ରାଜ୍ୟବାସୀଙ୍କ ହୃଦୟ ଜିଣିଛନ୍ତି । ଯେଉଁଥି ପାଇଁ ସଭିଁଙ୍କ ମୁହଁରେ ଗୋଟିଏ ନେତା ହେବ ତ ବବି ପରି । ଯେକି ଦୁଃଖ ଓ ସୁଖର ସାଥି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news