() ଗ୍ରୀନ ହେଉଛି ଯାଜପୁର। ସ୍ୱପ୍ନ ଗୋଟିଏ ଲକ୍ଷ୍ୟ, କୋଟିଏ ଗଛ। ଯାହାକୁ ଚରିତାର୍ଥ କରିବା ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) ଦୁଇ ବର୍ଷ ତଳୁ ନିଜ ନିର୍ବାଚନ ମଣ୍ଡଳୀରେ ଉଦ୍ୟମ ଆରମ୍ଭ କରିଦେଇଥିଲେ । ଯାହାର ଫଳ ସ୍ୱରୂପ ଏବେ ପ୍ରତି ପଂଚାୟତ ସବୁଜିମାରେ ଭରି ଗଲାଣି । ଆଉ ଦୁଇ ବର୍ଷ ତଳର ମିଶନ ବୃକ୍ଷ ରୋପଣକୁ ଆଜି ବୁଲି ଦେଖିଛନ୍ତି ପ୍ରଣବ । ଗଛର ଯତ୍ନ ନେବା ସହ ଆଗକୁ ଏହି ଅଭିଯାନ ଜରିଆରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ସେ ଅପିଲ କରିଛନ୍ତି l
ସୁସ୍ଥ ଏବଂ ସବୁଜ ହେବ ଯାଜପୁର । ଏହି ଲକ୍ଷ ନେଇ ଦୁଇ ବର୍ଷେ ତଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) ନିଜ ନିବାର୍ଚନୀ ମଣ୍ଡଳୀରେ ଆରମ୍ଭ କରିଥିଲେ ସବୁଜ ଅଭିଯାନ । ଜିଲ୍ଲା ପ୍ରଶାସନ ଓ ଅଶୋକ ଦାସ ଫାଉଣେ୍ଡସନ ପକ୍ଷରୁ ବିଭିନ୍ନ ପଂଚାୟତରେ ଏହି ଅଭିଯାନ ଅାରମ୍ଭ କରାଯାଇଥିଲା । ଯାହା ଏବେ ବାସ୍ତବ ରୂପ ନେଇଛି । ଏହି ଅଭିଯାନ ପୁରା ଜିଲ୍ଲାରେ ସବୁଜ ବିପ୍ଲବ ଭାବେ ପରିଣତ ହୋଇଛି । ବିଭିନ୍ନ ପଂଚାୟତ କରାଯାଇଥିବା ବୃକ୍ଷରୋପଣ ଏବେ ନୂଆ ପରିଚୟ ଦେଇଛି ଯାଜପୁରକୁ l ସବୁଜମୟ ହୋଇଛି ଯାଜପୁରର ବିଭିନ୍ନ ପଂଚାୟତ । ଏହାସହ ଗ୍ରୀନ ଯାଜପୁର ଅଭିଯାନ ସଫଳ ହୋଇଛି । ଗଛ ବଂଚିଲେ ଆମେ ବଂଚିବା କଥାକୁ ଯେମିତି ଯାଜପୁରବାସୀ ପୁରା ବୁଝିଯାଇଛନ୍ତି । ଯଦି ଉଦାହରଣ ସ୍ୱରୂପ ଯାଜପୁର ନିବାର୍ଚନ ମଣ୍ଡଳୀର ନାଥସାହି ପଂଚାୟତକୁ ନିଅାଯାଏ ତେବେ ଏହାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି ବର୍ଷେ ତଳେ ଲଗାଯାଇଥିବା ଗଛଗୁଡ଼ିକ । ବିଧାୟକଙ୍କ ଅାହ୍ୱାନରେ ଏବେ ସ୍ୱତ୍ୱ ପ୍ରବୃତ ଭାବେ ଯାଜପୁର ଯୁବପୀଢି, ବରିଷ୍ଠ ନାଗରିକ ଓ ପ୍ରତ୍ୟେକ ଘରୁ ଜଣେ ଜଣେ ଲୋକ ନିଜ ବଗିଚାରେ ଓ ନିଜ ଗାଁରେ ଥିବା ଖାଲି ଜାଗାରେ ଗଛ ଲଗାଇଛନ୍ତି । ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଗଛ ଲଗାଯିବା କାମ ଜୋରଦାର ହୋଇଛି । କେବଳ ଯାଜପୁର ନିବାର୍ଚନୀ ମଣ୍ଡଳୀ ନୁହେଁ, ଏବେ ଜିଲ୍ଲାର ପ୍ରତ୍ୟେକ ନିବାର୍ଚନୀ ମଣ୍ଡଳୀରେ ବୃକ୍ଷରୋପଣ ଅଭିଯାନ ଜୋରଦାର ଚାଲିଛି । ପ୍ରଣବ ଯେଉଁ ଲକ୍ଷ ନେଇ ଅଭିଯାନ ଅାରମ୍ଭ କରିଥିଲେ ତାହା ଏବେ ପୁରା ଜିଲ୍ଲାବାସୀଙ୍କ ପାଇଁ ଅାଦର୍ଶ ହୋଇଛି । ଯାଜପୁରରୁ ଏହି ସବୁଜ ବିପ୍ଲବ ସାରା ଓଡ଼ିଶା ପାଇଁ ଏବେ ଉଦାହରଣ ସାଜିଛ । ବିଭିନ୍ନ ଓୗଷଧବୃକ୍ଷ, ଅାମ୍ବ,ପଣସ, ପିଜୁଳି, ବିଭିନ୍ନ ରକମର ଗଛ ଲଗାଯାଇଛି । ବର୍ଷା ଋତୁରେ ବ୍ୟାପକ ଗଛ ଲଗାଇବା ପାଇଁ ସରକାର ଯୋଜନା କରିଛନ୍ତି l ତିନି କୋଟି ଲୋକଙ୍କୁ ମାଗଣାରେ ଚାରା ରାଜ୍ୟ ସରକାର ଯୋଗାଇ ଦେବେ l ଯାଜପୁରବାସୀ ମଧ୍ୟ୍ ଏହି ଅଭିଯାନରେ ସାମିଲ ହେବାକୁ ଲୋକଙ୍କୁ ବୁଝାଇବାର ଦାୟିତ୍ୱ ଅଶୋକ ଦାସ ଫାଉଣ୍ଡେସନ ନେବ ବୋଲି ସଦସ୍ୟମାନେ କହିଥିଲେ l ନଥାସାହି ପଂଚାୟତରେ 7ଏକର ଜଙ୍ଗଲ ଆଜି ସବୁଜମୟ ହୋଇଛି l ଆଜି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ (ଲଲ) ଓ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ,ନାଥସାହି ସରପଞ୍ଚ ଙ୍କ ସହ ଜଙ୍ଗଲ ପରିଦର୍ଶନ ସହିତ ଜଙ୍ଗଲରେ ଲାଗିଥିବା ଗଛ ଗୁଡିକର ତଦାରଖ କରିଥିଲେ ପ୍ରଣବ ।
ପ୍ରଣବଙ୍କ ଉଦ୍ୟମ ଓ ଭିଜନ ପାଇଁ ଗ୍ରୀନ ଯାଜପୁର ଅଭିଯାନ ଏବେ ମିଶନ ମୋଡ଼ରେ ପରିଣତ ହୋଇଛି l
ଗ୍ରୀନ ଯାଜପୁର ମିଶନ : ବଗିଚା ବୁଲିଲେ ବବି, ଗଛର ଯତ୍ନ ନେବା ପାଇଁ କଲେ ଅପିଲ…
ଆଉ କେହି ବୁଡି ମରିବେ ନାହିଁ! : ଜଳଗୁରୁ ଅଶୋକ କୁମାର
() ଏଣିକି ଆଉ କେହି ବୁଡି ମରିବେ ନାହିଁ ବୋଲି ଜଳଯୋଗ ଗୁରୁ ଅଶୋକ ବରାଳ କହିଛନ୍ତି। ଆଜି ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ସେ କହିଛନ୍ତି ମଣିଷ ଶରୀର ଗଠନ ଭାସିବା ପାଇଁ ବୁଡିବା ପାଇଁ ନୁହେଁ। ମଣିଷ ଏହା ଜାଣି ନଥିବାରୁ ପାଣି ରେ ବୁଡି ମୃତ୍ୟୁ ବରଣ କରୁଛି। ଯଦି ବା ଏହି କଥା ସାଧାରଣ ଲୋକ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ତେବେ ଏହା ସତ୍ୟ ବୋଲି ଶ୍ରୀ ବରାଳ କହିଛନ୍ତି। ସେ ଏହା ନିଜ ମନରୁ କିମ୍ବା ଖାଲି ଅନୁଭବ ରୁ କହୁ ନାହାନ୍ତି। ମଣିଷ ଶରୀର ଭାସିବା ପଛରେ ବିଜ୍ଞାନ ସମ୍ମତ କାରଣ ରହିଛି ବୋଲି କହି ଛନ୍ତି। ବୈଜ୍ଞାନିକ ଆର୍କମେଡିସ୍ ଙ୍କ ନିୟମ ଅନୁସାରେ ପାଣିରେ ପଡୁଥିବା ବସ୍ତୁର ଓଜନ ଅପସାରିତ ଜଳର ଓଜନ ଠାରୁ କମ୍ ହେଲେ ବସ୍ତୁଟି ପାଣିରେ ଭାସିଥାଏ। ଯେଉଁ ନିୟମ ଅନୁସାରେ ଲୁହାରେ ତିଆରି ପାଣି ଜାହାଜ ପାଣିରେ ଭାସି ଥାଏ। ଶ୍ରୀ ବରାଳ ଦୃଢ଼ତା ର ସହିତ କହିଛନ୍ତି ଯେ ମଣିଷ ପାଣିରେ ପଡ଼ିଲେ ଯେତିକି ଜଳ ଅପସାରଣ କରିଥାଏ ତାହାର ଓଜନ ମଣିଷ ର ଓଜନ ଠାରୁ ଅଧିକ ଅଟେ। ଏହା ତାଙ୍କର ଖୋଜ ବା ଉଦ୍ଭାବନା ବୋଲି ସେ ଦାବି କରିଛନ୍ତି। କେବଳ ମନୁଷ୍ୟ ନୁହେଁ ବିଶ୍ଵରେ ଥିବା ସମସ୍ତ ପ୍ରାଣୀଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ବୋଲି ସେ କହିଛନ୍ତି। ହେଲେ ପ୍ରଶ୍ନ ଉଠିଛି ତେବେ ମନୁଷ୍ୟ ପାଣିରେ ବୁଡି ମରୁଛି କିପରି? ଏହାର ଜବାବ ରେ ଶ୍ରୀ ବରାଳ କହିଛନ୍ତି ଯେ ମଣିଷ ତା ଶରୀର ର ଭାସମାନ ଗୁଣ ଜାଣିନଥିବାରୁ ପାଣିରେ ବୁଡି ମରୁଛି। ପ୍ରତ୍ୟେକ ପ୍ରାଣୀଙ୍କ ଭାସମାନ ଗୁଣ ରହିଛି। ମଣିଷ ନିଜର ଭାସମାନ ଗୁଣ ବିଷୟରେ ଅଜ୍ଞ ଥିବାରୁ ପାଣିରେ ବୁଡି ଯାଉଛି। “ମୁଁ ପହଁରା ଶିଖିନାହଁ ଗଭୀର ପାଣିରେ ପଡ଼ିଲେ ମରିଯିବି “ଭାବନା ମଣିଷ ମନରେ ଭୟ ସୃଷ୍ଟି କରିଥାଏ। ପାଣି ରେ ପଡ଼ି ବୁଡ଼ିଯିବ ର ଭୟରେ ହୃଦଘାତ ପାଇଁ ବହୁ ଲୋକ ପାଣି ରେ ବୁଡି ମୃତ୍ୟୁ ବରଣ କରିଥାନ୍ତି। ତେବେ ମଣିଷ ପାଣିରେ ଭାସି ବାର ନିୟମ କ’ଣ? ଏହାର ଉତ୍ତର ଦେବାକୁ ଯାଇ ଶ୍ରୀ ବରାଳ କହିଛନ୍ତି ମଣିଷ ଶରୀର ପାଣି ରେ ଭାସିବା ପାଇଁ ଭଗବାନ ସୃଷ୍ଟି କରିଛନ୍ତି। ବିଜ୍ଞାନ ମଧ୍ୟ କହୁଛି ମଣିଷ ଶରୀର ପାଣି ରେ ଭାସିବ । ହେଲେ ମଣିଷ ପାଣିରେ ପଡି ନାକ ଏବଂ ପାଟି ବାଟେ ପାଣି ପେଟ ମଧ୍ୟ କୁ ପ୍ରବେଶ କରୁଥିବା ରୁ ମଣିଷ ବୁଡି ମରି ଯାଉଛି। ଏହା ବିଜ୍ଞାନ ସମ୍ମତ କାରଣ ହେଉଛି ନାକ ଏବଂ ପାଟି ବାଟେ ଶରୀର ମଧ୍ୟ କୁ ଅଧିକ ପାଣି ପ୍ରବେଶ କରୁଥିବାରୁ ମଣିଷ ଶରୀର ର ଓଜନ ସେ ଜଳରେ ଅପସାରିତ କରୁଥିବା ଜଳର ଓଜନ ଠାରୁ ଅଧିକ ହେଉଥିବା ରୁ ମଣିଷ ପାଣିରେ ବୁଡି ଯାଇଥାଏ। ଯଦି ମଣିଷ ଶରୀର କୁ ନାକ ଓ ପାଟି ବାଟେ ପାଣି ପ୍ରବେଶ ନକରେ ତେବେ ମଣିଷ ଶରୀର ପାଣି ରେ ସାଧାରଣତଃ ବୁଡିବ ନାହିଁ ବୋଲି ଶ୍ରୀ ବରାଳ ଦାବି କରିଛନ୍ତି। ସେଥିପାଇଁ ମଣିଷ ତା’ର କପାଳ କୁ ଜଳାଶୟ ର ଜଳ ସହିତ ସମାନ୍ତରାଳ କରି ରଖିଲେ କିମ୍ବା ଆକାଶ କୁ ଚାହିଁ ଆକାଶ ସହିତ ମସ୍ତିସ୍କ କୁ ସମାନ୍ତରାଳ କରି ରଖିଲେ ମଣିଷ ଶରୀର ପାଣି ରେ ଭାସିବ ଏବଂ ପାଣି ଦୁର୍ଘଟଣା ରୁ ମଣିଷ କୁ ବଞ୍ଚାଇ ହେବ। ବିଶ୍ବରେ ପ୍ରତି ଦିନ ପ୍ରାୟ ଏକ ହଜାର ଲୋକ ପାଣି ରେ ବୁଡି ମୃତ୍ୟୁ ବରଣ କରୁଥିବା ବେଳେ। ପ୍ରତି ଘଣ୍ଟା ରେ ପ୍ରାୟ ୪୦ ଜଣ ମୃତ୍ୟୁବରଣ କରୁଛନ୍ତି। ବର୍ଷ କୁ ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକ ପାଣି ରେ ବୁଡି ମୃତ୍ୟୁ ବରଣ କରୁଛନ୍ତି। ଯଦି ଆମ ଦେଶର କଥା ଦେଖି ବା ତେବେ ଭାରତରେ ପ୍ରତି ଦିନ ପ୍ରାୟ ୮୦ ଜଣ ପାଣି ରେ ବୁଡି ମୃତ୍ୟୁ ବରଣ କରୁଛନ୍ତି। ମଣିଷ ତା’ର ଭାସମାନ ଗୁଣ ଜିଣି ନଥିବାରୁ ଏପରି ହୋଇଛି ବୋଲି ଶ୍ରୀ ବରାଳ କହିଛନ୍ତି। ସେ ଆହୁରି ମଧ୍ୟ କହୁଛନ୍ତି ଯେ ପାଣିରେ ଭାସିବା ପାଇଁ ପହଁରା ଜାଣିବା ନିହାତି ଜରୁରୀ ନୁହେଁ। ମଣିଷ ତା’ର କପାଳ କୁ ଜଳାଶୟ ର ଜଳ ସହିତ ସମାନ୍ତରାଳ କରି ରଖିଲେ କିମ୍ବା ଆକାଶ କୁ ଚାହିଁ ଆକାଶ ସହିତ ମସ୍ତିସ୍କ କୁ ସମାନ୍ତରାଳ କରି ରଖିଲେ ମଣିଷ ଶରୀର ପାଣି ରେ ଭାସିବ ଏବଂ ପାଣି ଦୁର୍ଘଟଣା ରୁ ମଣିଷ କୁ ବଞ୍ଚାଇ ହେବ। ଯେହେତୁ ପାଣିରେ ବୁଡି ଯିବାର ଭୟ ମଣିଷ ମନରେ ଅଛି ସେଥିପାଇଁ ପହଁରା ଜାଣି ନଥିବା ବ୍ୟକ୍ତି ବିନା ପ୍ରଶିକ୍ଷକ ରେ ପାଣିରେ ଭାସିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଘାତକ ହୋଇ ପାରେ। କମ୍ ପାଣିରେ ପ୍ରଶିକ୍ଷକ ଙ୍କ ସହଯୋଗ ରେ ପାଣିରେ ଭାସିବା ଶିଖିବା ଉଚିତ। ସେ ଆଉରି କହିଛନ୍ତି ଯେ ସମସ୍ତ ପ୍ରାଣୀ ପାଣି ରୁ ସୃଷ୍ଟି ହୋଇ ଥିବା ରୁ ପାଣି କାହିଁକି କାହାର ଜୀବନ ନେଵ? ଅନ୍ୟ ପକ୍ଷରେ ପାଣି ମଧ୍ୟରେ ସ୍ଥଳ ଭାଗ ଅପେକ୍ଷା ଅଧିକ ପ୍ରଜାତିର ଏବଂ ଅଧିକ ସଂଖ୍ୟକ ପ୍ରାଣୀ ରହୁଥିବା ରୁ ମଣିଷ କାହିଁକି ପାଣିରେ ବୁଡି ମରିବ? ପୃଥିବୀରେ ଏକ ଭାଗ ସ୍ଥଳ ହୋଇ ଥିବା ବେଳେ ତିନି ଭାଗ ଜଳ ଏପରି ସ୍ଥିତିରେ କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ବୃଦ୍ଧି ଏବଂ ବିଶ୍ଵ ତାପମାତ୍ରା ବୃଦ୍ଧି ର ପ୍ରଭାବ ଯେପରି ପରିବେଶ ଉପରେ ପଡୁଛି ଏବଂ ସମୁଦ୍ରର ର ଜଳ ପତ୍ତନ ବୃଦ୍ଧି ପାଉଛି, ଆଗକୁ ଆମକୁ ପାଣି ସହିତ ରହିବା କୁ ହେବ । ସେଥିପାଇଁ ମଣିଷ କୁ ତାର ଭାସମାନ ଗୁଣ କୁ ଜାଣିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି l
ମୋ ବାପା ମୋ ପରିଚୟ…
() ଦୁନିଆରେ ସଭିଁଙ୍କର ବଡ଼ ପରିଚୟ ହେଉଛି ବାପା । କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ହେଉଛନ୍ତି ଦୁନିଆର ବଡ଼ଶକ୍ତି । ସେ ଶକ୍ତି ଆଗରେ ପରମାଣୁ ବୋମା ଆଉ ଅଦୃଶ୍ୟ ଭୂତାଣୁ ବି ତୁଚ୍ଛ । ସେ ଆମ ପାଇଁ ଭଗବାନ ସେ ଆମ ପାଇଁ ପ୍ରେରଣାର ଉ୍ତ୍ସ । ସବୁକିଛି ସେ ଶିଖାନ୍ତି ଓ ଆମକୁ ଆଗକୁ ଯିବାକୁ ବାଟ ବି ଦେଖାନ୍ତି । ସମୁଦ୍ର ଠାରୁ ବିଶାଳ ତାଙ୍କ ହୃଦୟ ପୁଣି ଆକାଶ ଠାରୁ ଅଧିକ ଭଲ ପାଇବା ଦିଅନ୍ତି ସେ । ସେ ଥିଲେ ସବୁ ଅଛି । ଲାଗେ ଯେମିତି ଏ ଦୁନିଆର ତମେ ରାଜା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପରିଚୟରେ ଆମକୁ ସମାଜ ଚିହ୍ନେ । ଆମେ ଯେତେବଡ଼ ଲୋକ ଓ ଯେତେବଡ଼ ପଦବୀରେ ଥିଲେ ମଧ୍ୟ ଲୋକେ କହନ୍ତି ସେ ପା ଅମକର ପୁଅ ଓ ଝିଅ । ତାଙ୍କ ସଂସ୍କାର, ଦାୟିତ୍ୱ ସମ୍ପନ୍ନ , କତ୍ତବ୍ୟ , ସ୍ନେହ .ଭଲପାଇବା , ଆର୍ଶୀବାଦ ସବୁବେଳେ ନିସ୍ୱାର୍ଥ ପର ଭାବେ ଥାଏ ସନ୍ତାନ ଉପରେ । ସବୁବେଳେ ସେ ଚାହାନ୍ତି ତାଙ୍କ ସନ୍ତାନ ବହୁତ ଆଗକୁ ଯାଉ ଭଲରେ ରହୁ, ସୁସ୍ଥ ଜୀବନ କଟାଉ ଏମିତି କେତେ କଣ । ନିଜେ ଦୁଃଖରେ ରହି ସେ ସନ୍ତାନକୁ ଖୁସିରେ ରଖିବାକୁ ଚାହାନ୍ତି । ବାପାଙ୍କ ତ୍ୟାଗଭରା ଭଲପାଇବା ଯୋଗୁଁ ଆଜି ସମାଜରେ ଅନେକ ପ୍ରତିଷ୍ଠିତ ହୋଇପାରିଛନ୍ତି । ନିଜେ ନଖାଇ , ନପିିଇ ଆମକୁ ପେଟପୁରା ଖାଇବାକୁ ଦେବା ସହ ପରଦିନ କଣ ଖାଇବା ଦରକାର ସନ୍ତାନର ତାହା ସେ ଯୋଗାଡ଼ କରି ରଖିଥାନ୍ତି । ସବୁ ଭୟ , ସବୁ ବିପଦକୁ ଖାତିର ନକରି ସେ ଆମକୁ ସୁରକ୍ଷା ଦିଅନ୍ତି । ବାପା ଥିଲେ ଏ ଦୁନିଆର ସବୁକିଛି ପାଇବା ବହୁତ ସହଜ । ସେକଥା ବି ସେ କରିଦେଖାନ୍ତି ନିଜ ସ୍ତରରେ । ସନ୍ତାନର ସୁଖ ପାଇଁ ଯେ ବର୍ଷବର୍ଷ ଧରି ଦୁଃଖରେ ରହିପାରେ ସେ ବାପା । ସବୁଠାରୁ ବଡ଼ ଦୁନିଆରେ କେମିତି ବଂଚିହେବ ସେ କଥା ସେ ପ୍ରତି ସମୟରେ କହନ୍ତି । ଦାୟିତ୍ୱବାନ ହେବା, ଭଲ ମଣିଷ ହେବା, ସମାଜ ଓ ପରିବାର ପ୍ରତି କତ୍ତବ୍ୟ କଣ ହେବା ଦରକାର ସେସବୁ କଥା ବି ବାପା କାନେ କାନେ କହୁନ୍ତି । ବାପା ହେଉଛନ୍ତି ଦୁନିଆର ଶ୍ରେଷ୍ଠ ବନ୍ଧୁ ବି ? ଯାହାଙ୍କ ସହ ପ୍ରତ୍ୟେକ ସନ୍ତାନ ନିଜ ମନ କଥା , ନିଜ ଆବଶ୍ୟକତା, ନିଜ ବୀରପଣ, ନିଜ ଭୟ,ଦୁର୍ବଳତା ସବୁ କିଛି ନିସନ୍ଦେହରେ କହିବା ସହ ବହୂତ କିଛି ଶିଖିଥାଏ ବାପାଙ୍କଠୁ । ସବୁବେଳେ ବାପାଙ୍କ ମନ ଥାଏ ସନ୍ତାନଙ୍କ ପାଖରେ । ପ୍ରତି ମିନିଟରେ ତାଙ୍କୁ ଘାରେ ସନ୍ତାନର ଚିନ୍ତା ।
ଆଜି ପୁରା ବିଶ୍ୱ ପାଳୁୂଛି ପିତୃଦିବସ ବା ଫାଦର ଡ଼େ । ସୋସିଆଲ ମିଡ଼ିଆରେ ବାପାଙ୍କ ଫୋଟ ସହ ସନ୍ତାନଙ୍କ ଫଟୋ ଛାଇଁ ହୋଇଯାଉଛି । ବାପାଙ୍କ ପ୍ରତି ଭଲ ପାଇବା ବି ଏଥିରେ ଜଳଜଳ କରି ଦିଶୁଛି । ତାହା ହେବା ବି ଦରକାର । ସତରେ ଏପରି ଭଲ ପାଇବା ସତରେ କଣ ବାପା ପାଉଛି , ନା ପରିସ୍ଥିତି ଓ ପରିବେଶ ସହ ସମୟ ପ୍ରତ୍ୟେକ ବାପାଙ୍କୁ ସେଥିରୁ ବଂଚିତ କରୁଛି । ଆଜି ଅନେକ ବାପା ନିର୍ଯ୍ୟାଚିତ ହୋଇ ମଧ୍ୟ ସନ୍ତାନଙ୍କୁ ଅଜଶ୍ର ଭଲ ପାଇବା ଦେଉଛନ୍ତି । ଆଜି ଅନେକ ବାପା ଦି-ଓଳି ଖାଇବାକୁ ବି ପାଉନାହାନ୍ତି , ହେଲେ ସନ୍ତାନ କିନ୍ତୁ ବିଦେଶୀ ଖାଦ୍ୟ ହୋଟେଲରୁ ମଗାଇ ଖାଉଛି । ଆଜି ଅନେକ ବାପା ଜୀବନର ଶେଷ ସମୟ ଅର୍ଥାତ ରୋଗଶର୍ଯ୍ୟାରେ ପଡ଼ି ସନ୍ତାନକୁ ଦେଖିବାକୁ ଚାହୁଛିି , ହେଲେ ସେଥିରୁ ବି ବଂଚିତ ହେଉଛି । ଦୁନିଆରେ ସବୁଥାଇ ବି ଆଜି ଅନେକ ବାପା ଶେଷ ସମୟରେ ପୁଅର ସ୍ନେହ , ଭଲପାଇବା ତ ପାଉନାହିଁ, ହେଲେ ଜୀବନ ଗଲା ବେଳକୁ ଶେଷ ପାଣିଟୋପ ବି ଚାହିଚାହିଁ ଜୀବନ ଚାଲିଯାଉଛି । ଏମିତିକି ଅନେକ ବାପା ଶେଷ କାନ୍ଦ ବି ପାଉନାହାନ୍ତି । ଯାହାଙ୍କ ପାଇଁ ସବୁ ସଫଳତା ମିଳିଛି, ଦୁନିଆର ସବୁକିଛି ମିଳିଛି ତାକୁ କାହିକିଁ କିଛି ଟା ଦେବା ପାଇଁ ଆମେ ଏତେ କୁଣ୍ଠାବୋଧ । ପରିସ୍ଥିତି ଯାହା ଥାଉ ନା କାହାକିଁ ଆମେ ଆମ ବାପାଙ୍କ ପରି ହେବା । ସେ ଯେମିତି ଆମକୁ ନିସ୍ୱାର୍ଥପର ଭାବେ ଭଲ ପାଆନ୍ତି ଆମେ ବି ତାଙ୍କୁ ସେଭଳି ଭଲ ପାଇବା । ତାହାଲେ ଏ ପିତୃ ଦିବସ ଆହୁରୀ ସୁନ୍ଦର ହେବ । ସେଥିପାଇଁ ତ ସବୁ ବାପା ନିଜର ସନ୍ତାନଙ୍କୁ କହନ୍ତି ତୁ ବାପା ହୋ, ତା ପରେ ଜାଣିବୁ ବାପା ଶଦ୍ଦର ବିଶାଳତା ।
ଅସୁସ୍ଥ ଠିକାଦାରଙ୍କୁ ସହାୟତା ଯୋଗାଇ ଦେଲା ଜିଲ୍ଲା ଠିକାଦାର ସଙ୍ଘ
ଦେବଗଡ଼ : ଆଜି ଦେବଗଡ଼ ଜିଲ୍ଲା ଠିକାଦାର ସଂଘ ସଭାପତି ଶ୍ରୀ ଅରୁଣ କୁମାର ନନ୍ଦଙ୍କ ନେତୃତ୍ୱରେ ବରିଷ୍ଠ ଠିକାଦାର ଇଂ ଚିତ୍ତରଞ୍ଜନ ପ୍ରଧାନ, ହରେନ ବେହେରା ଏବଂ ଯୁବ ଠିକାଦାର ଶ୍ରୀ ପ୍ରକାଶ କୁମାର ଆଚାର୍ଯ୍ୟ, ଇଂ ନିହାର ରଞ୍ଜନ ପଟେଲ, ଇଂ କୁମାର ସ୍ବସ୍ତିକ ମହାପାତ୍ର, ଓ ସାଧାରଣ ସମ୍ପାଦକ ଶ୍ରୀ ଅନୁପମ ମୋଦୀଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳ ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଦେବଗଡ଼ ର ବାସିନ୍ଦା ତଥା ଠିକାଦାର ଶ୍ରୀ ପରେଶ କୁମାର ପ୍ରଧାନଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନ ରେ ସାକ୍ଷାତ କରିଥିଲେ।
ଏହି ପ୍ରତିନିଧି ମଣ୍ଡଳ ଶ୍ରୀ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଖିବା ସହ ତାଙ୍କ ଚିକିତ୍ସା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
ପୂର୍ବ ପ୍ରତିଶ୍ରୁତି କ୍ରମେ ପ୍ରତିନିଧି ମଣ୍ଡଳ ଶ୍ରୀ ପ୍ରଧାନଙ୍କୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ତାଙ୍କ ବ୍ୟୟବହୁଳ ଚିକିତ୍ସାରେ ଉପୁଜୁଥିବା ଆର୍ଥିକ ସମସ୍ୟା ନିବାରଣ ନିମନ୍ତେ ସମୟ ସମୟରେ ଯଥାସମ୍ଭବ ସାହାଯ୍ୟ ଯୋଗାଇଦେବାକୁ ସଂଘ ସଭାପତି ଶ୍ରୀ ନନ୍ଦ ଆଶ୍ୱାସନା ଦେଇଥିଲେ। ଏହି କ୍ରମରେ ବିଭିନ୍ନ ସରକାରୀ ବିଭାଗରେ ଶ୍ରୀ ପ୍ରଧାନଙ୍କ ବକେୟା ପଡିରହିଥିବା ବିଲ, ସିକ୍ୟୁରିଟି ଇତ୍ୟାଦିର ପେମେଣ୍ଟ ନିମନ୍ତେ ସହଜ ଓ ଯଥାଶୀଘ୍ର ସମ୍ଭବ ସମାଧାନ କରାଇଦେବାକୁ ପ୍ରତିଶୁତି ଦିଆଯାଇଥିଲା। ଏହା ସହ ଶ୍ରୀ ପ୍ରଧାନଙ୍କୁ ପ୍ରଶାସନ ତରଫରୁ ଅଧିକ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ରେଡକ୍ରସ ସୋସାଇଟି କୁ ସଂଘ ପକ୍ଷରୁ ଦରଖାସ୍ତ ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା।
ଓୟୁଜେ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅକ୍ସିଜେନ କନସେଷ୍ଟ୍ରେଟର , ଥାର୍ମଲ ସ୍କେନିଂ ଓ ଅକ୍ସୀମିଟର ପ୍ରଦାନ
ଦେବଗଡ଼ — ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ବ୍ରଜରାଜନଗର ବାସୁ ଫାଉଣ୍ଡେସନ ଓ ଓୟୁଜେ ଦେବଗଡ ଜିଲ୍ଲା ସାମ୍ବାଦିକ ୟୁନିୟନ ର ମିଳିତ ସହାୟତା ରେ ଏକ ଅକ୍ସିଜେନ କନସେଷ୍ଟ୍ରେଟର ,ଥାର୍ମଲ ସ୍କେନିଂ ଓ ଅକ୍ସୀମିଟର ପ୍ରଦାନ କରାଯାଇଅଛି ।,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଙ୍କୁ ଏହି ଅକ୍ସିଜେନ କନସେଷ୍ଟ୍ରେଟର ପ୍ରଦାନ କରାଯାଇଥିଲା । ଓଡିଶା ସାମ୍ବାଦିକ ୟୁନିୟନ ର ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ଉପସ୍ଥିତ ରହି କରୋନା ମହାମାରୀ ସମୟରେ ବାସୁ ଫାଉଣ୍ଡେସନ ସହାୟତାର ହାତ ବଢାଇଥିବାରୁ ବାସୁ ଫାଉଣ୍ଡେସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।ସେହିପରି ସାମ୍ବାଦିକ ସଦ୍ଧେଶ୍ୱର ଗୁରୁ ସ୍ୱାଗତ ଭାଷଣ ଦେବା ସହ ଉକ୍ତ କଂସେଣ୍ଟରେଟର କୁ ବାରକୋଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକତା ସ୍ଥାନରେ ଉପଯୋଗ ପାଇଁ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଏବଂ ସାମ୍ବାଦିକ ବ୍ରିଜେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସିଧାର୍ଥ ଗୁରୁ, ସତ୍ୟନାରାୟଣ ମିଶ୍ର, ନିରଞ୍ଜନ ନନ୍ଦ, ପ୍ରତାପ ନାୟକ, ଗଣ ନାଥ ମହାପାତ୍ର, ଶକ୍ତି ସୌରଭ ନନ୍ଦ, ସଞ୍ଜିବ କୁମାର ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଓୟୁଜେ ର ପୂର୍ବତନ ଉପସଭାପତି ସ୍ବର୍ଗତ ବାସୁଦେବ ପଣ୍ଡା ଙ୍କ ନାମରେ ଗଠିତ ବାସୁ ଫାଉଣ୍ଡେସନ ର ମୁଖ୍ୟ ତଥା ତାଙ୍କର ପୁଅ ପ୍ରତ୍ୟୁଷ ପଣ୍ଡା ଏହା ଯୋଗାଇ ଦେଇଛନ୍ତି । ଏହା ପୂର୍ବରୁ ଓୟୁଜେ ଦେବଗଡ଼ ଶାଖା ପକ୍ଷରୁ ଛତାବର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଏକ ଅକ୍ସିଜେନ କଂସେଣ୍ଟରେଟର ପ୍ରଦାନ କରାଯାଇଥିଲା ।
ଯାଜପୁରରେ ଆରମ୍ଭ ହୋଇଛି ସବୁଜ ବିପ୍ଲବ….
() ଯାଜପୁରରେ ଆରମ୍ଭ ହୋଇଛି ସବୁଜ ବିପ୍ଲବ l ନୂଆରୂପ ନେଉଛି ପଂଚାୟତ l ପୁରା ଯାଜପୁର ହେବ ସବୁଜମୟ । ଏହି ଲକ୍ଷ ନେଇ ଦୁଇ ବର୍ଷେ ତଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) ନିଜ ନିବାର୍ଚନୀ ମଣ୍ଡଳୀରେ ଆରମ୍ଭ କରିଥିଲେ ସବୁଜ ଅଭିଯାନ । ଜିଲ୍ଲା ପ୍ରଶାସନ ଓ ଅଶୋକ ଦାସ ଫାଉଣେ୍ଡସନ ପକ୍ଷରୁ ବିଭିନ୍ନ ପଂଚାୟତରେ ଏହି ଅଭିଯାନ ଅାରମ୍ଭ କରାଯାଇଥିଲା । ଯାହା ଏବେ ବାସ୍ତବ ରୂପ ନେଇଛି । ଏହି ଅଭିଯାନ ପୁରା ଜିଲ୍ଲାରେ ସବୁଜ ବିପ୍ଲବ ଭାବେ ପରିଣତ ହୋଇଛି । ବିଭିନ୍ନ ପଂଚାୟତ କରାଯାଇଥିବା ବୃକ୍ଷରୋପଣ ଏବେ ନୂଆ ପରିଚୟ ଦେଇଛି ଯାଜପୁରକୁ l ସବୁଜମୟ ହୋଇଛି ଯାଜପୁରର ବିଭିନ୍ନ ପଂଚାୟତ । ଏହାସହ ଗ୍ରୀନ ଯାଜପୁର ଅଭିଯାନ ସଫଳ ହୋଇଛି । ଗଛ ବଂଚିଲେ ଆମେ ବଂଚିବା କଥାକୁ ଯେମିତି ଯାଜପୁରବାସୀ ପୁରା ବୁଝିଯାଇଛନ୍ତି । ଯଦି ଉଦାହରଣ ସ୍ୱରୂପ ଯାଜପୁର ନିବାର୍ଚନ ମଣ୍ଡଳୀର ନାଥସାହି ପଂଚାୟତକୁ ନିଅାଯାଏ ତେବେ ଏହାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି ବର୍ଷେ ତଳେ ଲଗାଯାଇଥିବା ଗଛଗୁଡ଼ିକ । ବିଧାୟକଙ୍କ ଅାହ୍ୱାନରେ ଏବେ ସ୍ୱତ୍ୱ ପ୍ରବୃତ ଭାବେ ଯାଜପୁର ଯୁବପୀଢି, ବରିଷ୍ଠ ନାଗରିକ ଓ ପ୍ରତ୍ୟେକ ଘରୁ ଜଣେ ଜଣେ ଲୋକ ନିଜ ବଗିଚାରେ ଓ ନିଜ ଗାଁରେ ଥିବା ଖାଲି ଜାଗାରେ ଗଛ ଲଗାଇଛନ୍ତି । ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଗଛ ଲଗାଯିବା କାମ ଜୋରଦାର ହୋଇଛି । କେବଳ ଯାଜପୁର ନିବାର୍ଚନୀ ମଣ୍ଡଳୀ ନୁହେଁ, ଏବେ ଜିଲ୍ଲାର ପ୍ରତ୍ୟେକ ନିବାର୍ଚନୀ ମଣ୍ଡଳୀରେ ବୃକ୍ଷରୋପଣ ଅଭିଯାନ ଜୋରଦାର ଚାଲିଛି । ପ୍ରଣବ ଯେଉଁ ଲକ୍ଷ ନେଇ ଅଭିଯାନ ଅାରମ୍ଭ କରିଥିଲେ ତାହା ଏବେ ପୁରା ଜିଲ୍ଲାବାସୀଙ୍କ ପାଇଁ ଅାଦର୍ଶ ହୋଇଛି । ଯାଜପୁରରୁ ଏହି ସବୁଜ ବିପ୍ଲବ ସାରା ଓଡ଼ିଶା ପାଇଁ ଏବେ ଉଦାହରଣ ସାଜିଛ । ବିଭିନ୍ନ ଓୗଷଧବୃକ୍ଷ, ଅାମ୍ବ,ପଣସ, ପିଜୁଳି, ବିଭିନ୍ନ ରକମର ଗଛ ଲଗାଯାଇଛି । ଗ୍ଲୋବାଲ ଓ୍ୱାମିଂଙ୍ଗ ଯୋଗୁଁ ସାରା ବିଶ୍ୱ ଚିନ୍ତାରେ । ଅାଉ ଏହି ସମୟରେ ଯାଜପୁରରୁ ଯେଉଁ ସବୁଜ ବିପ୍ଲବ ଅାରମ୍ଭ ହୋଇଛି ତାହା ନୂଅା ଦିଶା ଦେଖାଇଛି ସଭୁଁଙ୍କୁ । ଗଛ ବଂଚିଲେ ଜୀବନ ବଂଚିବ ଏକଥା ସମସ୍ତଙ୍କୁ ବୁଝାଇବାକୁ ପ୍ରୟାସକୁ ଅଧିକ ସଚେତନ କରିବ ଏହି ଗ୍ରୀନ ଯାଜପୁର ଅଭିଯାନ । ନଥାସାହି ପଂଚାୟତରେ 7ଏକର ଜଙ୍ଗଲ ଆଜି ସବୁଜମୟ ହୋଇଛି l ଆଜି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ (ଲଲ) ଓ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ,ନାଥସାହି ସରପଞ୍ଚ ଙ୍କ ସହ ଜଙ୍ଗଲ ପରିଦର୍ଶନ ସହିତ ଜଙ୍ଗଲରେ ଲାଗିଥିବା ଗଛ ଗୁଡିକର ତଦାରଖ କରିଥିଲେ। ଭଵ ଗ୍ରୀନ ଯାଜପୁର ଅଭିଯାନ ଲୋକଙ୍କ ସହଯୋଗରେ ସଫଳ ହୋଇଛି ବୋଲି ଏହି ଅବସରରେ କହିଥିଲେ l ଏହା ସବୁଜ ବଳୟ ଭିତରେ ବେଶ କିଛି ସମୟ ସେ ହଜିଯାଇଥିଲେ l
ରଜର ସେ ମହକ…
() ସକାଳୁ ସକାଳୁ ମହାପାତ୍ର ବାବୁଙ୍କଧର୍ମପତ୍ନୀ କହିଲେ କଣ ସବୁ ବୋହିକି ନେଇ ଆସିଲ । ସକାଳ ହୋଇନି । ମହାପାତ୍ର ବାବୁ କହିଲେ ତୁ କଣ ଜାଣିବୁ କେଇଟା ଦିନ ପରେ ପା ରଜ । ସବୁ ଜିନିଷ ଦାମ ବଢିଯିବ । ତେଣୁ ଆଗୁଆ ନେଇଆସିଛି । ଆଉ କୁଆଡ଼େ ଯିବାକୁ ପଡ଼ିବନି । ସେସବୁ ତୁ କଣ ଜାଣିବୁ । ଏମିତି କେତେ କଥା । ଆଉ ତାପରେ ରଜ ପାଇଁ ଆମ୍ବ,ପଣସ, ପଣସ ମଞ୍ଜି, ମାଟିହାଣ୍ଡି ଗୁଡ଼, ବିରି , ଅରୁଣା ଚାଉଳ, ନଡ଼ିଆ, ସହ କେତେ କଣ ଅତ୍ୟାବଶ୍ୟକ ଜିନିଷ । ତା ସହ ୫ ଝିଅଙ୍କ ପାଇଁ ନୂଆ ଡ୍ରେସ ଓ ପ୍ଲାଷ୍ଟିକ ରଜ ଦୌଡ଼ି । କହିବାକୁ ଗଲେ ଦରମା ପଇସା ସହ କିଛି ବାକି ରଖ୍ô ରଜର ସପ୍ତାହ ପୂର୍ବରୁ ଏପରି ପ୍ରସ୍ତୁତିି ହୋଇଛି ମହାପାତ୍ରଙ୍କ ପରିବାରରେ । ସହରରେ ରହିଲେ ମଧ୍ୟ ଓଡ଼ିଶାର ଗଣ ପର୍ବ ରଜକୁ ଖୁସିରେ ପରିବାର ସହ ପାଳନ କରିବାକୁ ଗୋଟେ ସପ୍ତାହ ପୂର୍ବରୁ ଏପରି ପ୍ରସ୍ତୁତ ହୋଇଥାଏ ।
ରଜ ପାଇଁ ସବୁ ଜିନିଷ ମହାପାତ୍ର ବାବୁ ଆଣିବା ପରେ ଏବେ ପରିବାର ଲୋକଙ୍କ ଦାୟିତ୍ୱ ବଢିଗଲା । ରଜକୁ ଧମୁଧାମରେ ୩ଦିନ ପାଳିବା ପାଇଁ ପ୍ରଥମେ ଅରୁଆ ଚାଉଳ ଚୁନା କରିବା, ଢିଙ୍ଗିରେ କୁଟି ପ୍ରସ୍ତୁତ କରିବା, ବିରି ପାଣିରେ ଭେଦାଇବା ଯାଏ । କୋଠାଘର ଛାତରେ ଥିବା ରଡ଼ରେ ପିଲା ଖେଳିବା ପାଇଁ ଦୋଳି ଲଗାଇବା । ଏପରି କେତେ କଣ କାମ । ରଜ ପୂର୍ବଦିନ ସଜବାଜ । ସେଦିନ କହିଲେ ବେଶୀ କାମ । ଏମିତି ଅଧରାତି ପର୍ଯ୍ୟନ୍ତ କାମ ଚାଲେ । କାଠଚୂଲି ଦ୍ୱାରା ମାଟି ହାଣ୍ଡିରେ ଏଣ୍ଡୁରୀ, ଇଟିଲି, ମୁଆ ପିଠା, ପୁଣି ଗୁଡ଼ ନଡ଼ିଆ ପକା ପୋଡ଼ପିଠା ବି ତିଆରି ହୁଏ । ଏଥିପାଇଁ ମହାପାତ୍ର ବାବୁ ସ୍ତ୍ରୀ ରାତି ଅଧଯାଏ ପିଠା ପ୍ରସ୍ତୁତିରେ ଲାଗିଥାନ୍ତି । ଅନ୍ୟପଟେ ଝିଅମାନେ ସଜବାଜ ବି ହୁଅନ୍ତି । ମୁଣ୍ଡ ଧୋଇବା ସହ ପାଦରେ ଅଳତା, ହାତରେ ମେହେଦି, ନଖରରେ ନକ୍ପାଲିସ ଲଗାଇବାରେ ସହ ସଜବାଜ ସବୁ କାମ ସାରିଦିଅନ୍ତି । ଘରର ବଡ ମା କି ବୁଢି ବୋଉ ବସୁମାତା ଗାଧେଇବା ପାଇଁ ଶୀଳ, ଶୀଳୁପୁଆ ଓ ପୂଜାସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏମିତି କେତେ କଣ ପୂର୍ବ ପ୍ରସ୍ତୁତି ହୁଏ ଓଡ଼ିଶାର ଗଣପର୍ବ ରଜକୁ ପାଳିବା ପାଇଁ ଘରେ ଘରେ । ଯେମିତି ରଜ ଆସିବା ସହ ଏସବୁ ସାଙ୍ଗରେ ନେଇକି ଆସେ ଟିକେ ତିନିଦିନ ମହକିବା ପାଇଁ ।
ରଜରେ ପୋଡ଼ପିଠା, ପଣସ , ନଡ଼ିଆ ପଡ଼ିଥିବା ତରକାରୀ, ମଟର ତଳକାରୀ, ତାସହ ଆମ୍ବ ଦୁଇଫାଳ, ପାଚିଲା ପଣସ, ମିଠା ଗୋଟେ ଖାଦ୍ୟ ଥାଳିରେ ରହିବା ଯେମିତି ଏକ ବିଧି ହୋଇଥାଏ । ଆପଣ ଯାହା ଘରକୁ ଯାଆନ୍ତୁ ନିଶ୍ଚିତ ଏତକ ଥିବ । ଖାଇ ସାରିବା ପରେ ଖୁସିରେ ପାନ ଖଣ୍ଡେ ବି ଆପେଆପେ ମିଳିଯାଏ ପ୍ରାୟ । ୩ଦିନ ଧରି ସବୁ କାମ ବନ୍ଦ କରି ଲୋକମାନେ ମଉଜରେ ମାତନ୍ତି । ପୁରୁଷ , ମହିଳା, କୁନିକୁନି ପିଲାମାନେ ସମସ୍ତେ । ମୋଟାମୋଟି କହିଲେ ହସ ଖୁସିରେ କର୍ଟିଯାଏ ୩ଦିନ । ସବୁଠାରୁ ବଡ଼ କଥା ହେଉଛି ଏ ପର୍ବ ଭଲପାଇବା ଓ ଭାଇଚାରାର ବଡ଼ ପ୍ରତୀକ । ରଜରେ ପରସ୍ପର ଘରକୁ ପିଠା, ତରକାରୀ ଦେବା ଓ ଆପଣାର କି ପର ସଭିଁଙ୍କୁ ନିଜର କରି ସଜେଇ ଦେବାର ପର୍ବ ବି ରଜ ।
ଅଧିକାଂଶ ସମୟ ରଜ ପ୍ରଥମ ଦିନ ସୋମବାର ପଡ଼େ । ତେଣୁ ପ୍ରଥମ ଦିନ ଆମିଷ ଖାଇବା ସମ୍ଭବ ନୁହେଁ । ତେଣୁ ମଝି ରଜ ଓ ଶେଷ ରଜରେ ଦେଶୀ ମଟନ ଝୋଳରେ ପିଠା ଲଗେଇକି ଖାଇବାର ମଜା ଟିକେ ନିଆରା ।
ରଜରେ ବିଭିନ୍ନ ବର୍ଗର ଲୋକ ଭିନ୍ନଭିନ୍ନ ଉପାୟରେ ରଜ ମୋଉଜ କରନ୍ତି । ଝିଅମାନେ ନୂଆ ଡ଼୍ରେସ ସହ ଦୋଳି,ପୁଞ୍ଜି ଲୁଡ଼ୁ ଖେଳିବା ସହ ପିଠା ଖାଇ ବୁଲିବାକୁ ଭଲପାଆନ୍ତି । ପୁଅମାନେ କବାଡ଼ି, ତାସ ସହ ସିନେମା ହଲରେ ପଡ଼ିଥିବା ନୂଆ ସିନେମା ବ୍ଲାକରେ ଟିକେଟ କାଟି ଦେଖିବାକୁ ପସନ୍ଦ କରନ୍ତି । ଆଉ କିଏ କିଏ ଦୂର ଜାଗାକୁ ବୁଲିବାକୁ ଭଲ ପାଆନ୍ତି ତ କିଏ ଦେଶ ଓ ବିଦେଶରୁ ଫେରିଥିବା ବନ୍ଧୁଙ୍କ ସହ ଗପସପରେ ମାତିଥାନ୍ତି । ଘରର ସ୍ତ୍ରୀ ଲୋକମାନେ ଗପସପ , ବନ୍ଧୁବାନ୍ଧବ, ପଡ଼ୋଶୀଙ୍କକୁ ପିଠା ଦେଇ ନିଜର ଅନୁଭୂତି ବାଣ୍ଟନ୍ତି । ସେହିପରି ବୟସ୍କମାନେ ଗାଁ ଦାଣ୍ଡରେ କିମ୍ବା ଘର ପିଣ୍ଡାରେ ବସି ନାତି , ନାତୁଣୀଙ୍କୁ ଦୋଳି ଖେଳକୁ ପ୍ରାୟ ଜଗିଥାନ୍ତି । ପୁରା ୩ଦିନ ମଉଜରେ କଟିଥାଏ ସମସ୍ତଙ୍କର ।
ହେଲେ ଯୁଗ ବଦଳିବା ସହ ସବୁକିଛି ବଦଳିଯାଇଛି । ରଜର ମହକ ବି ବଦଳିଯାଇଛି । ଆଉ ରଜ ପୂର୍ବରୁ ସେତେଟା ପ୍ରସ୍ତୁତ ଦେଖିବାକୁ ମିଳୁନି ଗାଁ ଓ ସହରରେ । ପିଠା ତିଆରି କରିବା ପାଇଁ ସପ୍ତାହ ଆଗରୁ ପ୍ରସ୍ତୁତ ନୁହେଁ, ବରଂ ବଜାରରୁ ଆଣି ଖିଆଯାଉଛି । ରଜରେ ସହରରେ ରହୁଥିବା ପୁଅ, ଝିଅମାନେ ଗାଁକୁ ଯିବାକୁ ବ୍ୟାକୁଳ ନହୋଇ ସହରରେ ରଜ କାଟିବାକୁ ଆଗଭର ହେଉଛନ୍ତି । ରଜରେ ମଖି ନାନି ହାତରୁ କି ମାମୁଁ ଘରୁ ସେହ୍ନ ଓ ଭଲପାଇବା ଥିବା ଦେଶୀ ପାନ ଖାଇବାକୁ ନୁହେଁଁ , ବରଂ ସହରରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପଡ଼ିଥିବା ବହୁତ ପଇସା ଦେଇ ପାନ ଖାଇବାକୁ ଇଚ୍ଛା କରୁଛନ୍ତିି ସବୁ ବର୍ଗର ଲୋକମାନେ । ପୁଅମାନେ ବି ଗାଁରେ କବାଡ଼ି, କି ତାସ ଖେଳି ସାଙ୍ଗ ସାଥିରେ ଗପିବାକୁ ନୁହେଁ, ବରଂ ସହରରେ ଦିନରାତି ଚିକେନ କଷା ସହ ମଦପିଇ ରୁମରେ ମାତାଲ ହୋଇ ଶୋଇବାକୁ ପସନ୍ଦ କରୁଛନ୍ତି । ମହିଳାମାନେ ତ ଝିଅ, ପୁଅକୁ ସଜେଇଦେବା ବଦଳରେ ନିଜେ କିପରି ସଜେଇ ହୋଇ ଫେସବୁକ ଓ ସୋସିଆଲ ମିଡ଼ିଆରେ ଫଟୋ ଛାଡ଼ିବେ ସେଥିରେ ମାତିଛନ୍ତି । କେବଳ ସହରରେ ନୁହେଁ, ଗାଁରେ ବି ସମାନ ପରିସ୍ଥିତି । ଗାଁ ଆମ୍ବଗଛ ମୂଳେ ଆଉ ଗାଁର ଝିଅମାନେ ମିଶି ଦୋଳି ଖେଳୁ ନାହାନ୍ତି କି ବୋଉ ଆଉ ମାଣ୍ଡିହାଣ୍ଡିରେ ସୁଆଦିଆ ପୋଡ଼ପିଠା କରୁନାହିଁ । ସେ ସ୍ଥାନ ଏବେ ନେଇଛି ପ୍ରେସର କୁକୁରର ସିଝା ପିଠା । ଲେଖିଲେ ଏମିତି କେତେ କଣ ପରିବର୍ତ୍ତନ ଲେଖିହେବ ତାହା ପ୍ରତ୍ୟେକ ମଣିଷ ନିଜେ ଏବେ ଅନୁଭବ କରିପାରୁଥିବେ ।
ଗାଁ ଝିଅଙ୍କ କଣ୍ଠରେ ବନସ୍ତେ ଡ଼ାକୁଛି ଗଜ, ବରଷକ ଥରେ ଆସିଛି ରଜ ଲୋ.. ଗୀତ ଆଉ ଶୁଭୁନାହିଁ । ରଜ ଦିନ ତ ମୋବାଇଲରେ ଅନେକ ଏହି ଗୀତକୁ ଏବେ ବି ଷ୍ଟାଟସରେ ରଖୁଛନ୍ତି । ସମୟ ସହ ପରିବର୍ତ୍ତନ ହୋଇଯାଇଛି ମଣିଷ ଓ ସମାଜ । ହେଲେ ପ୍ରକୃତି କିନ୍ତୁ ଯେମିତି ଥିଲା ସେମିତି ରହିଛି । ରଜରେ କୋହଲା ପାଗ ସହ ମଝିରେ ମଝିରେ ବର୍ଷା ହୁଏ । ପୁଣି ମାଟିର ମହକ ବି ଥାଏ । ପ୍ରକୃତି ମାତା ବି ପୁରା ସଜେଇ ହୋଇଥାଏ ।
ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ହୋଇଥ୍ôଲେ ମଧ୍ୟ ରଜ ପର୍ବର ରହିଛି ସ୍ୱତନ୍ତ୍ରତା । ତିନିଦିନ ଧରି ମନଭରି ପାଳନ କରନ୍ତି ସଭିଁଏ । ପ୍ରକୃତି ଯେମତି ନ ବଦଳି ଆମକୁ ବଂଚିବାରେ ପ୍ରେରଣା ଦେଉଛି , ଚାଲଆମେମାନେ ମଧ୍ୟ ନବଦଳି ଯିଏ ଯେଉଁଠି ଅଛନ୍ତି ରଜର ସେହି ମହକକୁ ଉପଭୋକ କରିବା ନିଜ ନିଜ ଢଙ୍ଗରେ ।
ଆଉ ଠିକ ଏମିତି ବେଳେ ମହାପାତ୍ର ବାବୁ ନିଜ ସ୍ତ୍ରୀକୁ କହୁଛନ୍ତି ହେଇଟି ଆଜି ପା ପହିଲି ରଜ । ମହାନ୍ତି ବାବୁଙ୍କ ଘରେ କେତେବେଳେ ପିଠା ଦେବ କି ? ..
ଓୟୁଜେ ପକ୍ଷରୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅକ୍ସିଜେନ କନସେଷ୍ଟ୍ରେଟର ପ୍ରଦାନ
ରିଆମାଳ : ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ବ୍ରଜରାଜନଗର ବାସୁ ଫାଉଣ୍ଡେସନ ପକ୍ଷରୁ ଓୟୁଜେ ଦେବଗଡ ଜିଲ୍ଲା ସାମ୍ବାଦିକ ୟୁନିୟନ ଓ ରିଆମାଳ ବ୍ଲକ ୟୁନିଟ ର ମିଳିତ ସହାୟତା ରେ ଏକ ଅକ୍ସିଜେନ କନସେଷ୍ଟ୍ରେଟର ପ୍ରଦାନ କରାଯାଇଅଛି ।, ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସଞ୍ଜୟ କୁମାର ପାଣିଙ୍କୁ ଏହି ଅକ୍ସିଜେନ କନସେଷ୍ଟ୍ରେଟର ପ୍ରଦାନ କରାଯାଇଥିଲା । ଓଡିଶା ସାମ୍ବାଦିକ ୟୁନିୟନ ର ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ଉପସ୍ଥିତ ରହି କରୋନା ମହାମାରୀ ସମୟରେ ବାସୁ ଫାଉଣ୍ଡେସନ ସହାୟତାର ହାତ ବଢାଇଥିବାରୁ ବାସୁ ଫାଉଣ୍ଡେସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।ସେହିପରି ସାମ୍ବାଦିକ ସଦ୍ଧେଶ୍ୱର ଗୁରୁ ଉପସ୍ଥିତ ରହି ଉକ୍ତ ମେସିନ ଉପଯୋଗ ପାଇଁ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଏବଂ ସାମ୍ବାଦିକ ବ୍ରିଜେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।। ବାସୁ ଫାଉଣ୍ଡେସନ ର ନିର୍ଦେଶକ ପ୍ରଶାନ୍ତ ପ୍ରଧାନ ଯୋଗ ଦେଇ ଆଗାମୀ ଦିନରେ ଅନ୍ୟାନ୍ୟ କେତେକ ଜିନିଷ ଜିଲ୍ଲା ସଙ୍ଘ କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ କୁ ସାମ୍ବାଦିକ ମନୋଜ କୁମାର ବେହେରା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର,ସଞ୍ଜିବ କୁମାର ପାଣିଗ୍ରାହୀ,ପ୍ରଣବ କୁମାର ଦେବ,ଆର୍ତତ୍ରାଣ ପ୍ରଧାନ,ବିଜୟ କୁମାର ପ୍ରଧାନ,ପ୍ରଭାକର ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଓୟୁଜେ ର ପୂର୍ବତନ ଉପସଭାପତି ସ୍ବର୍ଗତ ବାସୁଦେବ ପଣ୍ଡା ଙ୍କ ନାମରେ ଗଠିତ ବାସୁ ଫାଉଣ୍ଡେସନ ର ମୁଖ୍ୟ ତଥା ତାଙ୍କର ପୁଅ ପ୍ରତ୍ୟୁଷ ପଣ୍ଡା ଏହା ଯୋଗାଇ ଦେଇଛନ୍ତି ।
ବୀମା ରାଶି ବୃଦ୍ଧି ଓ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ଓୟୁଜେ ର ଦାବି…
() ବୀମା ରାଶି ବୃଦ୍ଧି ଓ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ଓୟୁଜେ ର ଦାବୀ। ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଏକ ସ୍ୱତନ୍ତ୍ର ଅଧିବେଶନ ଆଜି ୱେବନର ଯୋଗେ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ରାଶି କୁ ୫ ଲକ୍ଷ୍ୟ ଟଙ୍କା କୁ ବୃଦ୍ଧି ସହ ରାଜ୍ୟ ରେ ତୁରନ୍ତ ପେନସନ ଯୋଜନା ଲାଗୁ କରିବା ପାଇଁ ଦାବୀ କରାଯାଇଥିଲା ।ସଭା ପାରମ୍ଭ ରେ ନିକଟରେ କରୋନା ରେ ଦେହାନ୍ତ ଘଟିଥିବା ସାମ୍ବାଦିକ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।। ଓୟୁଜେ ର ଦାବୀ ପରେ ରାଜ୍ୟ ସରକାର ସାମ୍ବାଦିକ ଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଟୀକା ପ୍ରଦାନ କରିଥିବା ରୁ ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଭାପତି ପ୍ରଶ୍ନ ମହାନ୍ତି କରୋନା ମହାମାରୀ ସମୟ ରେ ସାମ୍ବାଦିକ ମାନେ ନିଜ ଜୀବନ କୁ ବାଜି ଲଗାଇ କାର୍ଯ୍ୟ କରି ଲୋକଙ୍କ ପାଖରେ ଖବର ପହଞ୍ଚାଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରି ଥିବା କହିଥିଲେ ।ଏଥି ସହିତ ସାମ୍ବାଦିକ ମାନେ ସମ୍ବୁଖିନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ ।ଏଥିସହ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ଙ୍କ ଉପରେ ପ୍ରଶାସନ ର କାର୍ୟନୁଷ୍ଠାନ କୁ ଦୃଢ଼ ନିନ୍ଦା କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବି କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ସ୍ୱାଗତ ଭାଷଣ ଦେବା ସହ କରୋନା ସମୟ ରେ ୟୁନିୟନ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।ଏଥିସହିତ ରାଜ୍ୟ ର ବିଭିନ୍ନ ଜିଲ୍ଲା ସଙ୍ଘଠନ ପକ୍ଷରୁ ଏହି ସମୟ ରେ ଯେଉଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉପନ ସାହୁ, କିଷାନ ରାଉତ ସମ୍ପାଦକ ରବୀନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ବାଇଁ, ଅନୁଗୁଳ ସଭାପତି ସୁବାସ ସାହୁ, ଯାଜପୁର ସଭାପତି ଆଦିତ୍ୟ ମେକାପ, କଳାହାଣ୍ଡି ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ, ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଦେବଗଡ଼ ସାଧାରଣ ସମ୍ପାଦକ ସିଧେଶ୍ୱର ଗୁରୁ, କୋରାପୁଟ ରାଜେନ୍ଦ୍ର ଗୌଡ଼,ବରିଷ୍ଠ ସଦସ୍ୟ ହରିହର ପାତ୍ର, ବିଜୟ ରାୟ, ଜୟନ୍ତ କର, ପ୍ରଦୀପ ବେହେରା, ସୁଧାଂଶୁ ପରିଡା, ରମାକାନ୍ତ ମହାନନ୍ଦ, ଦିନେଶ କୁମାର ମାହାନା, ବିଶ୍ୱ ବିଜନ ନନ୍ଦଙ୍କ ସମେତ ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଜାତୀୟ ସଦସ୍ୟ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ ।
ସାବିତ୍ରୀ ମନରେ ସତ୍ୟବାନ..*
()ସାବିତ୍ରୀ । ଯମଙ୍କ କବଳରୁ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ । ମୃତ୍ୟୁମୁଖରୁ ରକ୍ଷା କରି ସତ୍ୟବାନକୁ ନୂଆ ଜୀବନ ଦେଇଥିଲେ ସାବିତ୍ରୀ । ଏହାକୁ ଅଧାର କରି ପାଳନ କରାଯାଏ ସାବିତ୍ରୀ ବ୍ରତ । ଏହି ଦିନ ଇହ କାଳ ପର କାଳର ଓ ସାତ ଜନମର ସାଥି ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରେ ସ୍ତ୍ରୀ । ନୂଆ ଶାଢ଼ି, ବିଭିନ୍ନ ପ୍ରକାରର ଫଳମୂଳ ଧରି ମନ୍ଦିର ଅବା ଚଉଁରା ମୂଳେ ବ୍ରତ କରେ । ପୂଜା ସାରିବା ପରେ ସ୍ୱାମୀର ଆଶୀର୍ବାଦ ନିଏ । ଯେମିତି ପ୍ରେମ ଆଗରେ ହାର ମାନିଛି ମୃତ୍ୟୁ । ହଜାର ହଜାର ବର୍ଷର ଏହି ପୁରାଣ ପରମ୍ପରା ଆଜି ବି ଜାରି ରହିଛି ।
ଆଜିର ସାବିତ୍ରୀ-ସତ୍ୟବାନ ସମ୍ପର୍କ ଟିକେ ଅଲଗା । ଯଦି ସତ୍ୟବାନ ସାବିତ୍ରୀ ବ୍ରତରେ ନୂଆ ଭଲପାଟ ଶାଢ଼ି, ଫଳମୂଳ ନ ଆଣେ, ବୁଲେଇବାକୁ ନ ନିଏ ତେବେ ସାବିତ୍ରୀ ମନ କଷ୍ଟ ହୁଏ । ମହାମାରୀ ଯୋଗୁଁ ଏଥର ସାବିତ୍ରୀ ବ୍ରତରେ କେତେକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମନ୍ଦିର ବନ୍ଦ ଥିବାରୁ ଅନେକ ବାଧ୍ୟ ହୋଇ ଘରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅନେକ ଲୁଚିଛପି ମନ୍ଦିରରେ ପାଳନ କରିଛନ୍ତି । ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଅନେକ ନାରୀ ପ୍ରତୀକ ସାଜିଛନ୍ତି । ଲକଡ଼ାଉନ, ସଟଡ଼ାଉନ ଓ କରୋନା କାଳରେ ଅନେକ ସତୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନିଜ ନିଜ ଢଙ୍ଗରେ । ସାବିତ୍ରୀ ବ୍ରତ ହେଉଛି ଏକ ନିଷ୍ଠା ଓ ପ୍ରେମର ବ୍ରତ । ଏଥିରେ ଥାଏ ଅର୍ଜସ୍ର ଭଲ ପାଇବା । ତାହା ସ୍ୱାମୀ ପାଖରେ ଥାଉ କି ଦୂରରେ । କିଛି ଫରକ ପକାଏ ନାହିଁ । ଏଥିଲାଗି ମନ ଓ ପ୍ରେମର ସଂଯୋଗ ଦରକାର । ଅନଲାଇନରେ ଅନେକ ସ୍ତ୍ରୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ହୁଏତ ନୂଆ ଶାଢ଼ି ନାହିଁ କି ଫଳମୂଳ ବିଭିନ୍ନ ପ୍ରକାରର ନାହିଁ । ହେଲେ ସେମାନଙ୍କ ମନରେ ରହିଛି ସ୍ୱାମୀ ପ୍ରତି ଭଲପାଇବା ଓ ପତିବ୍ରତାର ସଙ୍କଳ୍ପ । ଅନେକ ସତ୍ୟବାନ ଆଜି କରୋନା କାଳରେ ଜୀବନ ସହ ସଂଗ୍ରାମ କରୁଛନ୍ତି , ଅନେକ ସାବିତ୍ରୀ ଆଜି ଦିନରେ ସ୍ୱାମୀଙ୍କ ପ୍ରତ୍ୟକ୍ଷ କି ପରୋକ୍ଷରେ ଦେଖିପାରୁନାହାନ୍ତି , କି ଆଶୀର୍ବାଦ ନେଇପାରୁନାହାନ୍ତି । ହେଲେ ମନର ଭାବନରେ ସେମାନେ ସତ୍ୟବାନ ପ୍ରତି ସମର୍ପିତ । କିଛି ନଥାଇ ବି ସେମାନେ ମନରେ ସେମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । କେବଳ ବିବାହିତ ନାରୀ କାହିଁକି। ଅନେକ ଅବିବାହିତ ନାରୀ ବି ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ମନେ ମନେ ନିଜର ଭାବି ସ୍ୱାମୀର ଦୀର୍ଘାୟୁ କାମନା କରିଛନ୍ତି ।
କହିବାକୁ ଗଲେ ସାବିତ୍ରୀ ଓ ସତ୍ୟବାନଙ୍କ ଫଟୋ ବି ଆଜି ସୋସିଆଲ ମିଡ଼ିଆରେ କିଛି କମ ନୁହେଁ । ଭାବନା ଓ ପ୍ରେମରେ ସତ୍ୟବାନ ଓ ସାବିତ୍ରୀ ଉବୁଡ଼ୁବୁ । ପ୍ରେମ ବଳରେ ସାବିତ୍ରୀ ଯେମିତି ନିଜର ସତ୍ୟବାନର ଜୀବନ ବଞ୍ଚାଇଥିଲେ ଆଜି ସବୁ ସାବିତ୍ରୀ ମନ ଭିତରେ ସେ ଭାବନା ରଖି ବ୍ରତ ପାଳନ କରନ୍ତୁ । ତାହାକି ପ୍ରକୃତରେ ସତ୍ୟବାନ ଓ ସମାଜର ମନବଳ ବୃଦ୍ଧି କରିବ ଓ ଦୀର୍ଘାୟୁ କରିବ ।














