ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ନିମନ୍ତେ ଯାଇଥିବା ବେଳେ ସେ ବେଶ ଭାବ ବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଡ଼ଃ କ୍ରିଷନ କୁମାର ଶୁକ୍ରବାର ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଗୀତ ଗୋବିନ୍ଦ ଗାୟନ କରାଯାଇଥିଲା । ଅଧଘଣ୍ଟା ଧରି ଗୀତ ଗୋବିନ୍ଦ ଗାନ କରିଥିଲେ ସେବାୟତ । କିଛି ସମୟ ଲାଗି ଶ୍ରୀମନ୍ଦିର ପରିସର ପାଲଟି ଯାଇଥିଲା ଭକ୍ତିମୟ ପରିବେଶ । ସେବାୟତଙ୍କ ସହ ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଗୀତ ଗୋବିନ୍ଦ ଗାନ କରିଥିବା ଦେଖିବାକୁ ମିଳିଥିଲା ।
ଶୁକ୍ରବାର ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି ଅବସରରେ ସାମିଲ ହୋଇଥିଲେ । ସମସ୍ତେ ନମ୍ରତାର ସହ ଆଣ୍ଠୁ ମାଡି ଯୋଡ଼ ହସ୍ତରେ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ସମସ୍ତେ ଏକସାଙ୍ଗରେ ଗୀତ ଗୋବିନ୍ଦ ଗାନ କରିବାର ଅନୁଭୂତି ନିଆରା ଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶାସକ ।
ସୂଚନାଯୋଗ୍ୟ ଯେ , ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଥିଲେ । ଅଣସର ଘରେ ଚାଲିଥିଲା ମହାପ୍ରଭୁଙ୍କ ଗୁପ୍ତ ସେବା । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଆୟୁବୈଦ ଚିକିତ୍ସା କରାଯାଇଥିଲେ । ଧିରେ ସୁସ୍ଥ ହୋଇଥିଲେ ମହାପ୍ରଭୁ । ଶୁକ୍ରବାର ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ପଖାଳ ଖାଇ ଅରୁଚି ଭାଙ୍ଗିବା ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ମିଳିଥିଲା । ଆସନ୍ତା ୧୩ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଘୋଷଯାତ୍ରା ।
ଗୀତ ଗୋବିନ୍ଦ ଶୁଣି ଭାବ ବିହ୍ୱଳ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରାଜ୍ୟର ସବୁଠୁଁ ବଡ଼ ଶିବମୂର୍ତ୍ତୀ ଯାଜପୁରରେ
୧୨୩ ଫୁଟର ଶିବ ମୂର୍ତ୍ତି ପାଇଁ ପହଞ୍ଚିଲା ଡେମୋ
ଯାଜପୁର: ବିରଜା କ୍ଷେତ୍ର ପରେ ଯାଜପୁରକୁ ମଧ୍ୟ ଶୈବକ୍ଷେତ୍ର କୁହାଯାଏ l ଯାଜପୁର ର ଯେକୌଣସି ସ୍ଥାନରେ ଦେଖିିିଲେ କେବଳ ଶିବଲିଙ୍ଗ ଆଉ ଶିବଲିଙ୍ଗ l ଲୋକକଥା ଅନୁସାରେ ଯାଜପୁରରେ କୋଟିଏରୁ ଗୋଟିଏ ଶିବଲିଙ୍ଗ କମ ଥିଲା l ବିରଜାଙ୍କ ପୂର୍ବରୁ ବିରଜା ମନ୍ଦିରର ଯଜ୍ଞକୁଣ୍ଡର ପ୍ରଥମେ ଇଶାନେଶ୍ୱର ସୃଷ୍ଟି l ଆଉ ସେହିଦିନ ଠାରୁ ଯାଜପୁର ଶୈବପିଠ ଭାବେ ବି ପରିଚିତ l
ଯାଜପୁରକୁ ଐତିହ ଓ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ବିଶୁ ମହାରଣା ଭାବେ ଦିନ ରାତି ପରିଶ୍ରମ କରିଚାଲିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) l ଭାରତ ବର୍ଷର ସବୁଠାରୁ ବଡ଼ ଶିବମୂର୍ତ୍ତୀ ଯାଜପୁରରେ ଗଢିତୋଳିବା ପାଇଁ ପ୍ରଣବ ପ୍ରୟାସ କରିଥିଲେ l ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ କରିଛନ୍ତି l ଅଶି ଦଶକରେ ବିଜୁବାବୁଙ୍କର ବି ଯାଜପୁର ଜିଲ୍ଲା ପ୍ରତି ଥିଲା ସ୍ୱତନ୍ତ୍ର ଧ୍ୟାନ l ଯେଉଁଥିପାଇଁ ସେ ଯାଜପୁରରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢିତୋଳିଥିଲେ l ସେହି ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଯାଜପୁରକୁ ଓଡିଶା ବିକାଶ ମଡେଲର ଏକ ମାଇଲ ଖୁଣ୍ଟ ଭାବେ ପରିିଚୟ ଦେଉଛନ୍ତି l ଆଉ ଯାହାର ସାରଥୀ ସାଜିଛନ୍ତି ବବି l
ବବିଙ୍କ ଉଦ୍ୟମରେ ଆଜି ଯାଜପୁର ସହର ମଧ୍ୟରେ ଛିଡା ହେବାକୁ ଯାଉଛି ୧୨୩ ଫୁଟ ଉଚ୍ଚର ଶିବମୂର୍ତ୍ତି । ଯାହାକି ଓଡିଶାର ସବୁଠାରୁ ଉଚ୍ଚତମ ମୂର୍ତ୍ତି ଭାବେ ପରିଗଣିତ ହେବ । ଜାତୀୟ ରାଜପଥ ୧୬ରୁ ଏହି ଶିବମୃତ୍ତି ଦେଖାଯିବ l ଯାଜପୁର ସହର ବରାହ ମନ୍ଦିର ପଛ ପାର୍ଶ୍ବରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ସାମିଲ କରାଯିବ। ଏହାର ନିର୍ମାଣ ଦାୟତ୍ବ ଗୃହ ଓ ପୂର୍ତ୍ତ ବିଭାଗ ହାତକୁ ନେଇଥିବା ବେଳେ ନିର୍ମାଣହେବାକୁ ଥିବା ମୂର୍ତ୍ତୀର ଏକ ଡେମୋ ମୂର୍ତ୍ତୀ ଯାଜପୁରରେ ପହଞ୍ଚିଛି। ଯାହାକୁ ନକଲ କରାଯାଇ ଅବିକଳ ସେହିପରି ୧୨୩ ଫୁଟ ଉଚ୍ଚତାର ବିଶାଳ ଶିବ ମୂର୍ତ୍ତି ନିର୍ମାଣ କରାଯିବ। ତେବେ ଆଜି ଏହି ମୂର୍ତ୍ତୀ ପହଞ୍ଚିବା ପରେ ଯାଜପୁର ଜିଲ୍ଲା ଚକ୍ରବର୍ତୀ ସିଂ ରାଠୋର, ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଯାଜପୁର ବିଧାୟକଙ୍କ ପ୍ରତିନିଧି ତଥା ଯାଜପୁର ପୌର ପରିଷଦର ପୃର୍ବତନ ଅଧକ୍ଷ୍ୟ ଭଵ ପ୍ରସାଦ ଦାସ ପ୍ରମୁଖ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯାଜପୁର ପର୍ଯ୍ୟଟନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ l
କାଳିଆ ଯୋଜନାରେ ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା
କାଳିଆ ଯୋଜନାର ଭୂମିହୀନ କୃଷକ ପରିବାର ପାଇଲେ
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା
କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର
ତ୍ୟାଗ ଓ ପରିଶ୍ରମ- ମୁଖ୍ୟମନ୍ତ୍ରୀ
କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା
ସ୍ବାମୀ ନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ।। ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି। ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର (Nucleus)। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତି କୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀ ର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ତା’ର ତ୍ୟାଗକୁ ସମ୍ମାନ କରୁ । ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ M S Swaminathan Committee ର ସୁପାରିସ କୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି ଏବଂ ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ଵାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି ବୋଲି ସେ ପ୍ରକାଶ କରିଥିଲେ । କାଳିଆ ଯୋଜନା ଯୋଗୁଁ ରାଜ୍ଯର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ,” କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା । “
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତି କୁ ବଞ୍ଚାଇ ଥିଲା । ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ,ଶ୍ରମିକ, ଉଠା ଦୋକାନୀ , ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ କୋଭିଡ ପ୍ଯାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟୀକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକ ମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀ ମାନଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ । ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା କହିଥିଲେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି । ସେହିପରି ସୁନ୍ଦରଗଡ ର ସୂରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ୧000 ଟଙ୍କା ଲେଖାଏଁ ସହାୟତା ପାଇ ସବୁ ଭୂମିହୀନ ଚାଷୀ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ।
ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି ।କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଶ୍ରୀ ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।
କୃଷି ବିଭାଗ କମିଶନର ତଥା ସଚିବ ଶ୍ରୀ ଏସ . କେ . ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , କୃଷି ଉତ୍ପାଦନ କମିଶନର ଏବଂ ୩୦ ଟି ଜିଲ୍ଲା ର ଭୂମିହୀନ ଚାଷୀ ମାନେ ଭିଡିଓ କାନଫରେନସିଂ ଜରିଆରେ ଯୋଗ ଦେଇଥିଲେ ।
କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ – ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟିତ
କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ – ମୁଖ୍ୟମନ୍ତ୍ରୀ
ରାଜ୍ୟର ୩୦ଟି ଜିଲ୍ଲାରେ ଅକ୍ସିଜେନ ବ୍ୟବସ୍ଥା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି
ରାଜ୍ୟରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଶଂସା
ଭୁବନେଶ୍ୱର : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ PSU ମାନେ ଆଗେଇ ଆସିବା ଖୁସିର କଥା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ତେଣୁ ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।
ଦେବଗଡର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ICU, ୩୨ଟି HDU, ସ୍ବତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି । ଏହି ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେଇଛନ୍ତି । ପୂର୍ବରୁ ଦେବଗଡରେ ୧୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ଏହାଦ୍ବାରା ଜିଲ୍ଲାରେ ବର୍ତ୍ତମାନ ଦୁଇଟି କୋଭିଡ ହସ୍ପିଟାଲ ପ୍ରତିଷ୍ଠିତ ହେଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଦ୍ବିତୀୟ ଲହର ଏପର୍ଯ୍ୟନ୍ତ ଶେଷ ନ ହୋଇଥିବା ବେଳେ, ତୃତୀୟ ଲହରର ସୂଚନା ଆସିଲାଣି । ଏହାର ମୁକାବିଲା ପାଇଁ ଆମର ପ୍ରସ୍ତୁତି ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୩୦ଟି ଜିଲ୍ଲାରେ Liquid Medical Oxygenର ସୁବିଧା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି । କୋଭିଡ ପରିଚାଳନାରେ ଆମର ନୀତି ହେଉଛି – ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ରାଜ୍ୟ ସରକାର ଚିକିତ୍ସା, ଟେଷ୍ଟିଂ, ଖାଦ୍ୟ ଆଦି ସବୁ ବ୍ୟବସ୍ଥାର ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଏହାଦ୍ବାରା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ମଜବୁତ ହୋଇଛି । ଉତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁ ମହାମାରୀର ଅନିଶ୍ଚିତତାକୁ ଆମେ ଭଲ ଭାବରେ ମୁକାବିଲା କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଦେବଗଡର ଏହି ହସ୍ପିଟାଲ ସ୍ଥାପନରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ କୋଭଡର ଦ୍ବିତୀୟ ଲହରରେ ପଶ୍ଟିମ ଓଡିଶା ଅଧିକ ପ୍ରଭାବିତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି । କୋଭିଡ ନିୟନ୍ତ୍ରଣରେ ଦେବଗଡ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଜନସାଧାରଣ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟିକା ଆମକୁ ସୁରକ୍ଷା ଦେବ । କିନ୍ତୁ ସଂପୂର୍ଣ୍ଣ ସୁରକ୍ଷା ପାଇଁ କୋଭିଡର ସବୁ ନିୟମକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସମସ୍ତଙ୍କ ପ୍ରଚେଷ୍ଟା ବଳରେ ଓଡିଶାରେ କୋଭିଡର ପ୍ରଭାବ କମିବାରେ ଲାଗିଛି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦେବଗଡ ଜିଲ୍ଲା ସମେତ ପଶ୍ଚିମ ଓଡିଶାରେ ବର୍ତ୍ତମାନ କୋଭିଡ ନିୟନ୍ତ୍ରଣାଧୀନରେ ରହିଛି ବୋଲି ପ୍ରକାଶ କରିଥିଲେ ଏବଂ ସମ୍ବଲପୁରଠାରେ ଆଉ ଏକ କୋଭିଡ ହସ୍ପିଟାଲ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ସପକ୍ଷରେ ମତ ଦେଇଥିଲେ। ଓଡିଶାରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ସେ ପ୍ରଶଂସା କରିଥିଲେ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଯୋଜନବଦ୍ଧ ଭାବରେ ଆଗେଇ ନେଇ ୬-୮ ମାସ ମଧ୍ୟରେ ଯେପରି ସବୁ ଲୋକ ଟିକା ନେଇପାରିବେ, ତାହା ଉପରେ ଗୁରୁତ୍ବ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଓଡିଶାରେ କୋଭିଡ ମୁକାବିଲା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।
ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ କୋଭିଡ ପରିଚାଳନାରେ ଓଡିଶା ଦେଶରେ ଏକ ନମ୍ବର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଟିକାକରଣ ସହିତ, ରାଜ୍ୟର ଯେକୌଣସି କାର୍ଯ୍ୟକ୍ରମ ପାଇଁ ବେଦାନ୍ତ ଗ୍ରୁପ ସହଯୋଗ ପାଇଁ ସବୁବେଳେ ପ୍ରସ୍ତୁତ ଅଛି ।
ସମ୍ବଲପୁର ସାଂସଦ ଶ୍ରୀ ନିତିଶ ଗଙ୍ଗଦେବ, ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।ଦେବଗଡ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ବେଦାନ୍ତର CEO ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେଲିବ୍ରେଶନ ନୁହେଁ,ସଂକଳ୍ପର ସମୟ
ଯାଜପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି, ଆଦର୍ଶ, ସ୍ବପ୍ନକୁ ଆଗକୁ ନେବା l ଲୋକଙ୍କ ସେବାରେ ଅଧିକ ସମୟ ଦେବା l ଲୋକଙ୍କ ସୁଖ, ଦୁଃଖର ସାଥି ହୋଇପାରିଲେ ତା ଠାରୁ ବଡ଼ ସେଲିବ୍ରେଶନ ଆଉ କିଛି ନୁହେଁ l ଯାହା ମୋ ନେତା ଓ ସାଢେ ଚାରିକୋଟି ଓଡ଼ିଆକ ମୁରବୀ ଆହ୍ୱାନ ଦେଇଛନ୍ତି ସେ କାମରେ ଅଧିକ ସମୟ ଦେବା l ତେଣୁ ଜନ୍ମଦିନକୁ ସଂକଳ୍ପର ଦିନ ଭାବେ ପାଳନ କରିବାକୁ କର୍ମୀ ଓ ନେତାଙ୍କୁ ନିଜ କାମ ଜରିଆରେ ସଂକେତ ଦେଇଛନ୍ତି ଓଡିଶା ଯୁବ ମାନସର ନେତା, ଦୃଢ଼ ସଂଗଠକ, ଶ୍ରେଷ୍ଠ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) l
ରାଜନିତୀରେ ପାଦ ଥାପିବା ଦିନରୁ ପ୍ରଣବ ଅନ୍ୟର ମଙ୍ଗଳ ପାଇଁ କାମ କରି ଆସୁଛନ୍ତି।ଯେଉଁଥି ପାଇଁ ୬ ରୁ ୬୦ ବର୍ଷ ଯାଏଁ ସମସ୍ତଙ୍କ ମନ ସେ ଜିଣି ପାରିଛନ୍ତି।ଆଜି ସେହି ଜନପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ଜନ୍ମ ଦିନ।ଖାସ ସେଥିପାଇଁ ଲୋକ ମଧ୍ୟ ତାଙ୍କ ଜନ୍ମଦିନକୁ ବ୍ୟକ୍ତି କେନ୍ଦ୍ରିକ ନ କରି ସାର୍ବଜନୀନ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବଙ୍କ 49 ତମ ଜନ୍ମ ଦିନରେ ଯାଜପୁର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଏହି ଦିନଟିକୁ ନିଆରା ଢଙ୍ଗରେ ପାଳନ ହେଉଛି।ପ୍ରଣବଙ୍କ ଜନ୍ମଦିନକୁ ସଂକଳ୍ପ ଦିନ ଭାବରେ ପାଳନ କରିଛନ୍ତି ବବିଙ୍କ ସମର୍ଥକମାନେ। ସବୁବେଳେ ବେଳେ ଅନ୍ୟ ପାଇଁ ସମର୍ପିତ ଥିବା ପ୍ରଣବଙ୍କ ଦୀର୍ଘାୟୁ କାମନା କରି ସେବା ନୀତିକୁ ଆପଣାଇ ଅଛନ୍ତି।ନିଜ ନେତାଙ୍କ ଜନ୍ମ ଦିନରେ ସମର୍ଥକମାନେ ଯାଜପୁରରେ ପୁରା ଓଡିଶା ରକ୍ତଦାନ ଓ ଗଛ ଲଗାଇଛନ୍ତି । ରକ୍ତ ଅଭାବରୁ ଯେମିତି କେହି ଲୋକ ମରିବେନି ତାହାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶକୁ ତାଙ୍କର ପ୍ରିୟ ବିଧାୟକ ପ୍ରଣବଙ୍କ ଜନ୍ମଦିନରେ ଦଳର ନେତା ଓ କର୍ମୀମାନେ ରକ୍ତଦାନ କରି ଶ୍ରେଷ୍ଠ ଉପହାର ଦେଇଛନ୍ତି l କେବଳ ସେତିକି ନୁହେଁ, ପ୍ରତେକ ଲୋକ ଗୋଟିଏ ଗୋଟିଏ ଗଛ ଲଗେଇବାକୁ ସଂକଳ୍ପ ନେଇଛନ୍ତି। ଖାସ ସେଥିପାଇଁ ସବୁ ସମର୍ଥକମାନେ ଆଗେଇ ଆସିଛନ୍ତି। କାରଣ ଗଛଟେ ଯେମିତି ଆମକୁ ବିନା ସ୍ୱାର୍ଥରେ ଆମକୁ ସେବା କରିଥାଏ। ଠିକ୍ ସେହିପରି ଜଣେ ଯୁବ ନେତା ଭାବରେ ପ୍ରଣବ ଓଡିଶାବାସୀଙ୍କ ସେବା କରି ଆସୁଛନ୍ତି। ସେ ବାତ୍ୟା ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ ସମୟ ହେଉ।ସବୁବେଳେ ସବୁ ସମୟରେ ଲୋକଙ୍କ ସହ ଯୋଡି ହୋଇ ରାଜ୍ୟବାସୀଙ୍କ ସୁଖ ଦୁଃଖର ସାଥି ହୋଇଥାନ୍ତି।ଖାସ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି।ପ୍ରଣବଙ୍କ ସେବା ମନବୃତ୍ତି ପାଇଁ ନବୀନ ତାଙ୍କୁ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର କରିଛନ୍ତି। ଏହାସହ ତାଙ୍କୁ ସଂଗଠନ ସମ୍ପାଦକର ଗୁରୁ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ପ୍ରଣବ ମଧ୍ୟ ଠିକ୍ ନବୀନଙ୍କ ପରି କଥା ନୁହେଁ କାମରେ ବିଶ୍ୱାସ କରନ୍ତି।ଲୋକଙ୍କୁ ସାଥିରେ ନେଇ ଚାଲନ୍ତି। ଖାସ ସେଥିପାଇଁ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ନିଜ ରାଜନୈତିକ ସାଂଗଠନିକ ଓ ଜଣେ ଲୋକଙ୍କ ନେତା ଭାବରେ ନିଜକୁ ବହୁ ବାର ପ୍ରମାଣିତ କରିସାରିଲେଣି। ଓଡ଼ିଶାବାସୀ ପ୍ରିୟ ବବି ଭାଇଙ୍କ ଜନ୍ମ ଦିନରେ ସେବା ହିଁ ମାନବିକତାକୁ ପାଥେୟ କରି ସମର୍ଥକମାନେ ଜନ୍ମଦିନ ପାଳନ କରିଛନ୍ତି। ପ୍ରଣବଙ୍କ ଜନ୍ମଦିନ ପାଇଁ ଜଗତର ନାଥ ଜଗନ୍ନାଥ ଓ ମା ବିରଜାଙ୍କ ପାଖରେ ତାଙ୍କ ସମର୍ଥକମାନେ ପୂଜା କରି ଦୀର୍ଘାୟୁ କାମନା କରିଛନ୍ତି।ପ୍ରଣବ ମଧ୍ୟ କରୋନା ମହାମାରୀ ସମୟରେ ଜନ୍ମଦିନକୁ ନିରଡାମ୍ବର ଭାବେl ପାଳନ କରିଛନ୍ତି। ନା କେଉଁଠି ସେ କେକ କଟିଛନ୍ତି ନା ସାଙ୍ଗସାଥି ମେଳରେ ସମୟ କଟିଛନ୍ତି। କେବଳ ଲୋକଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି। ଯେଉଁଥି ପାଇଁ କି ତାଙ୍କ ସମର୍ଥକମାନେ ଏପରି ନିଆରା ଢଙ୍ଗରେ ପ୍ରଣବଙ୍କ ଜନ୍ମଦିନ ପାଳନ କରିଛନ୍ତି।
ରକ୍ତଦେଇ ସମ୍ପର୍କ ଗଢିଲେ, ଉତ୍ସାହିତ କଲେ ପ୍ରଣବ..
() ରକ୍ତର ରହିବନି ଅଭାବ। ଏହି ମହତ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାସେ ତଳେ ଆରମ୍ଭ ହୋଇଥିବା ରକ୍ତଦାନ ଶିବିର ଉଦଯାବିତ ହୋଇଛି । ମହାମାରୀ ସମୟରେ ରକ୍ତର ଅଭାବ ପରିଲକ୍ଷିତ କରି ବିଜେଡିର ଛାମୁଆ ସଂଗଠନ ଗୁଡିକୁ ଓଡ଼ିଶା ମୋ ପରିବାର ଜରିଆରେ କୋଭିଡ ନିୟମ ପାଳନ କରି ରକ୍ତଦାନ ଶିବିର କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପୁରା ଓଡ଼ିଶାରେ ଜୋରଦାର ହେଲା ରକ୍ତଦାନ ଶିବିର l ଯାହାର ନେତୃତ୍ୱ ନେଲେ ପ୍ରଣବ l କୋଭିଡ ନିୟମ ମାନି ଆରମ୍ଭ ଚାଲିଲା ମାଇକ୍ରୋ ରକ୍ତଦାନ ଶିବିର। ଥାଲେସେମିଆ ଓ ସିକିଲ ସେଲ ରୋଗୀଙ୍କ ଯେପରି ରକ୍ତ ଅଭାବରୁ ଜୀବନ ନ ଯାଏ, ତାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏପରି ମହତ ଚିନ୍ତାଧାରା ଯୋଗୁ ବିଶ୍ୱ ଦରବାରରେ ନବୀନଙ୍କୁ ଦୂରଦୃଷ୍ଟି ସମ୍ପର୍ଣ୍ଣ ମୁଖ୍ୟମନ୍ତ୍ରୀର ଆଖ୍ୟା ମିଳିଛି। ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି ବୁଦ୍ଧିଜୀବୀ ନବୀନଙ୍କୁ ଦୂରଦର୍ଶୀ ମାନି ତାଙ୍କ ପଥ ଅନୁକରଣ କରୁଛନ୍ତି। ନବୀନଙ୍କ ଏପରି ବ୍ୟକ୍ତିତ୍ୱ ଯୋଗୁ ଦଳୀୟ କର୍ମୀ ଓ ନେତାଙ୍କ ବିକାଶମୂଳକ କାର୍ଯ୍ୟ କରିବାକୁ ପ୍ରେରଣା ମିଳୁଛି।
ଓଡ଼ିଶା ମୋ ପରିବାର ଜରିଆରେ ଜୀବନ ବିନ୍ଦୁକୁ ଏକ ବିପ୍ଳବରେ ପରିଣତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ। ନବୀନଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆରମ୍ଭ ହୋଇଗଲା ରକ୍ତଦାନର ମହାନ ପର୍ବ। ମାସେ ଯାଏ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର ବିଭିନ୍ନ ବ୍ଲକ ଓ ପଂଚୟତସ୍ତରରେ ଅନୁଷ୍ଠିତ କରାଗଲା l ଦୈନିକ 20ରୁ 25 ୟୁନିଟ ରକ୍ତ ସଂଗ୍ରହ କରି ମାସ ଶେଷରେ ଲକ୍ଷ୍ୟପୂରଣ କଲା ଦଳ। ଆଉ ରକ୍ତଦେଇ ଲୋକଙ୍କ ସହ ସମ୍ପର୍କ ଆହୁରୀ ମଜବୁତ କଲା ଦଳ l ଆଗକୁ ବି ଏହି ଅଭିଯାନ ଜାରୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି l
ଡବଲ ଡୋଜ ଟିକା ନେଲେ ବିଧାନସଭାକୁ ଅନୁମତି ମିଳିବ….
() ଡବଲ ଡୋଜ ଟିକା ନେଇଥିବା ବିଧାୟକ ହିଁ ବିଧାନସଭାରେ ପ୍ରବେଶ କରିବାକୁ ଦିଆଯିବ । ଯେଉଁମାନେ କରୋନା ଭାକସିନର ଡବଲ୍ ଡୋଜ୍ ନେଇଛନ୍ତି ସେହି ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ । ମୌସୁମୀ ଅଧିବେଶନରେ ଏହି ନିୟମ ଲାଗୁ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ଜୁଲାଇ ମାସରେ ବିଧାନସଭା ଅଧିବେଶନ ବସିବାର ସମ୍ଭlଵନା ରହିଛି l ତେଣୁ ଡ଼ୋଜ ଟିକା ନେଇନଥିଲେ ମୌସୁମୀ ଅଧିବେଶନରେ ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇପାରିବେନି ବୋଲି ସିଧାସିଧା କହିଚନ୍ତି ବାଚସ୍ପତି । କେବଳ ବିଧାୟକ ନୁହନ୍ତି
ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କକ ପାଇଁ ବି ନିୟମ ଲାଗୁ କରାଯାଇଛି l ରାଜ୍ୟ ସରକାର ଟିକାକରଣକୁ ଶତ ପ୍ରତିଶତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସଂକ୍ରମଣ ଚେନକୁ ରୋକିବା ପାଇଁ ଏପରି ପ୍ରୟାସ କରିଛନ୍ତି ବାଚସ୍ପତି । କେବଳ ବିଧାୟକ, ମନ୍ତ୍ରୀ, ନୁହନ୍ତି ବିଧାନସଭା କର୍ମଚାରୀ , ସୁରକ୍ଷା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ବାଚସ୍ପତି କହିଛନ୍ତି ।ବିହାର ବିଧାନସଭାର ବାଚସ୍ପତି ପ୍ରଥମେ ଏହି ଘୋଷଣା ପରେ ଓଡିଶା ମଧ୍ୟ ଏହି ନିୟମ ଲାଗୁକରିବ ।
ଯାଜପୁରରେ ଅକ୍ସିଜେନ ପ୍ଲାଣ୍ଟ ର ଭିତ୍ତି ପ୍ରସ୍ତର ସ୍ଥାପନ
() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଯାଯପୁର ଜିଲ୍ଲା ରେ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ତାପନ କରିଛନ୍ତି ।ଏହାସହ ହସ୍ପିଟାଲରେ ଅନ୍ୟ ଭିତ୍ତିଭୂମି ଉଦଘାଟନ କରିଛନ୍ତି ।ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା , ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅନ୍ୟ ବିଧାୟକମାନେ ,ସାସଂଦ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ତୃତୀୟ ଲହର ପାଇଁ ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ସମଗ୍ର ରାଜ୍ୟ ସମେତ ଯାଯପୁର ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଯାଜପୁର ବିଧାୟକଙ୍କ ଉଦ୍ୟମ ଯାଜପୁରରେ ମେଡ଼ିକାଲ ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ଉପକରଣ ସୁବିଧା ବ୍ୟବସ୍ଥା କରାଯାଇଛି ।ଏହାସହ ମେଡ଼ିକାଲ ନୂତନ ବିଲିଡଂ କରାଯାଇ ବିଭିନ୍ନ ଓ୍ଵାଡରେ ସୁବିଧା ସୁଯୋଗ ଯୋଗାଇଦିଆଯାଉଛି । ଏପରିକି ଯାଜପୁରବାସିଙ୍କ ଦୀର୍ଘ ଦିନର ସ୍ଵପ୍ନକୁ ପ୍ରଣବ ଉଦ୍ୟମ କ୍ରମେ ମେଡ଼ିକାଲ କଲେଜ ଯାଜପୁର ରେ ହେବାକୁ ଯାଉଛି ।
ଓମ୍ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
ଓମ୍ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା
ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
ଭୁବନେଶ୍ବର : ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।
ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକ୍ଡାଉନ ଏବଂ ସଟ୍ଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି, ତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ।ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଏହା ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ
ତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛି, ତେଣୁ ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି । ଏହାସହିତ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ । ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତେ କେତେକ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖା ଦେଲାଣି । ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ମତ ପ୍ରକାଶ କରିଛନ୍ତି।
ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢେଇ ଜିତିପାରିବା ।
କୋଭିଡ ନିୟମ ପାଳନ ସହିତ ଟୀକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟୀକା ଦିଆଯାଇସାରିଲାଣି । ଜୀବନ ସହିତ ଜୀବିକା ଉପରେ ସେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀ ମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ୧୫ଟି ଜିଲ୍ଲାରେ LMO ଓ PSA plant ପାଇଁ କାମ ଆରମ୍ଭ ହୋଇଥିବା ବେଳେ, ଆଜି ଆଉ ୮ଟି ଜିଲ୍ଲାରେ ଏହିସବୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖାଗଲା । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।
ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବ୍ରହ୍ମପୁର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଆଜି ଗଞ୍ଜାମ ପାଇଁ ଏକ ସୌଭାଗ୍ୟର ଦିନ। ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ନବରଂଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।













