ଯାହାକୁ ନେଇ ନୂଆପଡାରେ ବିରୋଧୀ ଶିବିର ଚିନ୍ତାରେ। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ବବିଙ୍କ ନିର୍ବାଚନ ପରିଚାଳନା ଦକ୍ଷତା ଦେଖି ଭୟବିତ ହୋଇଛନ୍ତି । ବିଶେଷ କରି ଶାସକ ବିଜେପିର ବେଶୀ ଭୟବିତ ହୋଇଥିବା ବିଜେଡି ଅଭିଯୋଗ କରିଛି।
ଖାସ ସେଥିପାଇଁ ପ୍ରଶାସନ କଳ ଲଗାଇ ବବି ଦାସଙ୍କୁ ରୋକିବାକୁ ଜୋରଦାର ଉଦ୍ୟମ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ, ବିଜେଡ଼ି ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ନୂଆପଡ଼ାରେ ବିଜେପି ଭୟ କରୁଥିବାରୁ ଉଭୟଙ୍କ ନାଁରେ ମିଥ୍ୟା ମାମଲା ଛନ୍ଧିବାକୁ ପ୍ରୟାସ କରୁଛି ଶାସକ ଦଳ। ହେଲେ ଏଥିରେ ସେମାନେ ଭୟବିତ୍ ହେବେ ନାହିଁ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି ଯେ ପ୍ରାର୍ଥୀ ଚୋରି କରିବା ପରେ କର୍ମୀ ଚୋରି କରିବା ଆରମ୍ଭ କରିଛି ବିଜେପି। କାରଣ ନୂଆପଡାରେ ବିଜେପି ହାରିବା ଦେଖିପାରୁଥିବାରୁ ଏପରି ଶସ୍ତା ରାଜନୀତି କରୁଛି।
ପୋଲିସ ଯଦି ନୂଆପଡାରେ ଅଧିକ ରାଜନୈତିକ ହସ୍ତକ୍ଷେପ କରେ ତେବେ ବିଜେଡିର କର୍ମୀମାନେ ମାନସିକ ଭାବେ ପ୍ରସ୍ତୁତ ହେଲେଣି ଏହା ବିରୋଧରେ ଲଢ଼େଇ କରିବାକୁ। ଯେଉଁ ପ୍ରାୟୋଜିତ ଏତଲା ଦିଆଯାଇ ପ୍ରବଣ ପ୍ରକାଶ ଦାସଙ୍କ ମନବଳ ଭାଙ୍ଗିବାକୁ ଶାସକ ଦଳ ରଣନୀତି କରିଛି ଏହା ଦ୍ବାରା ସେମାନେ ସଫଳ ହେବେ ନାହିଁ ବୋଲି ବିଜେଡି କହିଛି।
ଅନ୍ୟପଟେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢୁଛି। ଯାହାକୁ ନେଇ ବିଜେପି ଓ ବିଜେଡ଼ି ମୁହାମୁହିଁ।