ଓଡିଶାରେ ବିଜେପି ଜିରୋ…ବୋଲି କହିଲେ ତାରା..

( )ବିଜେପି  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ, ଗୋଆ ଓ ଅନ୍ୟ ରାଜ୍ୟରେ ବିଜେପି ଭଲ କରିବ l ଓଡିଶାରେ ବିଜେପି ବିଗ ଜିରୋ l ଏଠି ହେବେନି ସେମାନେ l ପୌର ନିର୍ବାଚନ ଗୋଟିଏ ବି ଜିତିପାରିବନି ରାଜ୍ୟ ବିଜେପି l କଂଗ୍ରେସ ପୌର ନିର୍ବାଚନ ରେ ଭଲ କରିବ l
ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ଗାଁ ରାସ୍ତାକୁ ବିନା ଅନୁମତିରେ ଖୋଳିଲେ ଦେବେ ଜୋରିମାନ…

() ଗାଁ ରାସ୍ତାକୁ ବିନା ଅନୁମତିରେ ଖୋଳିଲେ ଏଣିକି ଜୋରିମାନ ସହ ଜେଲ ଯିବାକୁ ପଡିବ । ନିମ୍ନ ମାନର କାମ ଆଳରେ ରାଜ୍ୟର ସଂମ୍ପତ୍ତିକୁ ନଷ୍ଟ କରୁଛନ୍ତି ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ଏପରି କଠୋର ନିୟମ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି ନିମ୍ନମାନର ପିଚୁ ରାସ୍ତା, ମେଟାଲର କାମକୁ ପ୍ରଶୟ ଦେଉନଥିବାରୁ ଲୋକମାନେ ଅଯଥାରେ ନଖୋଳିବାକୁ ନିଦ୍ଦେଶ ଦେଇଛି ବିଭାଗ । ଏନେଇ ଏଣିକି ମନ୍ଦ ଉଦ୍ଦେଶ୍ୟ ରଖି ଯେଉଁମାନେ ଏପରି କାମ କରୁଛନ୍ତି ସେମାନେ ସତର୍କ କରାଇଦେଇଛି ବିଭାଗ । ଅନ୍ୟପଟେ ଗ୍ରାମ୍ୟ ବିଭାଗର ଏପରି ନିଷ୍ପତିକୁ ରାଜନୈତିକ ଦଳ ଗୁଡ଼ିକ ସ୍ବାଗତ କରିବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି । ପାଣି ପାଇବ ବିଛେଇବା, ବିଭିନ୍ନ ସଭା ସମିତି ଓ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଲୋକମାନେ ଗାଁ ରାସ୍ତାକୁ ଖୋଳି ରାଜ୍ୟ ସମ୍ପତ୍ତି ନଷ୍ଟ କରୁଛନ୍ତି । ତେବେ କୌଣସି ଠିକାଦାର ଯଦି ନିମ୍ନ ମାନର କାମ କରିଥିଲେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦ୍ଦେଶ ଦିଆଯାଇଛି ।

ଆସନ୍ତା କାଲି ଠୁ ଆରମ୍ଭ ହେବାକୁ ଯାଉଛି ପରୋକ୍ଷ ନିର୍ବାଚନ ପ୍ରକ୍ରିୟା…

( )ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା କାଲି ଠୁ ଆରମ୍ଭ ହେବାକୁ ଯାଉଛି ପରୋକ୍ଷ ନିର୍ବାଚନ ପ୍ରକ୍ରିୟା । ଆସନ୍ତା କାଲି ନୟାବ ସରପଞ୍ଚ ପାଇଁ ନିର୍ବାଚନ ହେବ, 12 ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ଜିଲ୍ଲା ପରିଷଦ ଅଧକ୍ଷ 13 ତାରିଖରେ ନିର୍ବାଚନ ହେବ। ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି ସେହି ଠାରେ ନାଏବ ସରପଞ୍ଚ ନିର୍ବାଚନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମ ର ବ୍ୟବସ୍ଥା ରହିଛି । ନୟାବ ସରପଞ୍ଚ ପାଇଁ ଦିନ10 ଟାରୁ 11ଟା ଭିତରେ ପ୍ରାର୍ଥୀପତ୍ର ଦଖଲ କରିବେ। ଜଣେ ସରପଞ୍ଚ ପୁରୁଷ ଥିଲେ ନୟାବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନୟାବ ସରପଞ୍ଚ ମହିଳା ରହିପାରିବେ। ବ୍ଲକ ଅଧକ୍ଷ ପାଇଁ ପ୍ରାର୍ଥୀପତ୍ର 10.30 ରୁ 11.30 ଭିତରେ ଦାଖଲ କରିବେ। 11.30ରୁ 12.30 ଭତରେ ପ୍ରାର୍ଥୀପତ୍ର ପ୍ରତ୍ୟହାର କରିବେ। 12.30 ପରେ ଭୋଟ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

ରବୀନ୍ଦ୍ର ନାଥ ସାହୁ, ସଚିବ, ରାଜ୍ୟ ନିର୍ବାଚନ କମିଶନ

ତୁଳଙ୍ଗ ପଞ୍ଚାୟତ ଦାୟିତ୍ବ ନେଲେ ନିବେଦିତା

() ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତର ସରପଞ୍ଚଭାବେ ଦାୟିତ୍ବ ନେଇଛନ୍ତି ନବନିର୍ବାଚିତ ସରପଞ୍ଚ ନିବେଦିତା ମଲ୍ଲିକ । ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରବେଶ ପୂର୍ବରୁ ନୀଳମାଧବଙ୍କ ପୀଠରେ ପୂଜାର୍ଚ୍ଚାନ କରିଥିଲେ । ଅଫିସରେ ମଧ୍ୟ ଏକ ପୂଜାର ଆୟୋଜନ କରାଯାଇଥିଲା । ପଞ୍ଚାୟତ ସଚିବ ନରେନ୍ଦ୍ର ମୁର୍ମୁ ନିବେଦିତାଙ୍କୁ ସ୍ବାଗତ କରିଥିଲେ । ପୂର୍ବତନ ନୋମିନି ମମତା ନାୟକ, ସ୍ଥାନୀୟ ନେତ୍ରୀ ସ୍ବର୍ଣ୍ଣପ୍ରଭା ବିଶ୍ବାଳ, ତୁଳଙ୍ଗ ପଞ୍ଚାୟତର ବିଜେଡି ସଭାପତି ବାବାଜି ରାଉତ ପ୍ରମୁଖ ନୂଆ ସରପଞ୍ଚଙ୍କୁ ସ୍ବାଗତ କରିଥିଲେ । ପଞ୍ଚାୟତରେ ଥିବା ୨୧ଟି ଓ୍ବାର୍ଡରେ କିଭଳି ବିକାଶକୁ ତ୍ବରାନ୍ବିତ କରାଯିବ ଏବଂ ସରକାରଙ୍କର ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ ସେ ଦିଗରେ ସମସ୍ତେ ଆଲୋଚନା କରିଥିଲେ । ଏହି ଅବସରରେ କୁନୁ ଭାଇ, ପ୍ରୀତିରଞ୍ଜନ ନାୟକ, ସୌମ୍ୟରଂଜନ ପରିଡା, ଦେବାଶିଷ ବିଶ୍ବାଳ, ପ୍ରକାଶ ରଂଜନ ଦାସ ଓ କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ମୁରବୀମାନେ ଉପସ୍ଥିତ ରହି ନୂଆ ସରପଞ୍ଚକୁ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ନିବେଦିତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଗାଁରେ ଉନ୍ନତି ପାଇଁ ସହଯୋଗ ଲୋଡ଼ିଥିଲେ ।…

ବଜେଟ ଅଧିବେଶନକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…

( )ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା। ସ୍ୱଳ୍ପ କାଳୀନ ଅଧିବେଶନରେ ଆସିବ କାମଚଳା ବଜେଟ। ମାର୍ଚ୍ଚ 31 ତାରିଖ ରେ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ତା ପୂର୍ବରୁ ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ ଆଗତ ହୋଇଥାଏ। ତେଣୁ ସ୍ଵଳ୍ପକାଳୀନ ଅଧିବେଶନ ଡକାଯାଇଛି। ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ ବୋଲି କହିଲେ ଦେବୀ ମିଶ୍ର। ନିର୍ବାଚନ ଫଳାଫଳ ସବୁକିଛି ସୁଚାଇଦେଇଛି। ତେଣୁ ବିରୋଧୀ ଗଠନମୂଳକ ପ୍ରସଙ୍ଗ ଉଠାଇଲେ ଚର୍ଚା ହେବ ବୋଲି କହିଲେ ଦେବୀ ମିଶ୍ର।

ପୌର ନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ଆକଳନ…

()ପୌର ନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ଆକଳନ। 35 ରୁ 36 ପୌର ପରିଷଦ ଦଖଲ କରିବ କଂଗ୍ରେସ। ବିଜେପି ପୋଛି ହୋଇଯିବ। ମାତ୍ର 3 ରୁ 4 ଟି ସିଟରେ ଜିତିବ ବିଜେପି। ଭୋଟର ସବୁ ନବୀନ ପେଡିରେ। ସେଥିରୁ ମୁଁ ବି ବାଦ ପଡିନି ବୋଲି କହିଲେ ସୁର। ସହର ଭୋଟର ସଚେତନ। ତେଣୁ ପଂଚାୟତ ଭଳି ସ୍ଥିତି ହେବନି। କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିବ ବୋଲି କହିଲେ ସୁର।

ପଂଚୟତ ଠାରୁ ଅଧିକ ଭଲ ହେବ ପୌର…

ପୋୖରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ବହୁତ ସ୍ଥାନ ରେ କାର୍ଯ୍ୟ କରିଛନ୍ତି ।ପଂଚୟତ ଠାରୁ ଅଧିକ ଭଲ ହେବ ପୌର ।
109 ରୁ 100 ରୁ ଅଧିକ ପୌର ପରିଷଦ ବିଜେଡି ଅକ୍ତିଆର କରିବ ।3 ମହାନଗର ରେ ବିଜେଡି ର ବାଜିମାତ ହେବ ।
ବିଭିନ୍ନ ୱାର୍ଡ ରେ ସଂଗଠନ ମଜଭୁତ ଥିବା ଏକାଧିକ ଗ୍ରୁପ ଅଛନ୍ତି ।ଅସନ୍ତୋଷ ଆଶାୟୀ ଥିବା ସ୍ଥାନ ରେ ଆମେ ଫ୍ଲୋର ମ୍ୟାନେଜମେଣ୍ଟ କରିବୁ ।17 ଓ 19 ରେ ସ୍ଥିତି ଅଲଗା ଥିଲା । ଚଳିତ ଥର ବିଜେଡି ର ଭୋଟ ପ୍ରତିଶତ ବଢ଼ିଛି ।ଲୋକସଭା ନିର୍ବାଚନ ରେ କେନ୍ଦ୍ର ରେ ସରକାର ଗଠନ ପାଇଁ ଜାତୀୟ ଦଳ ସପକ୍ଷ ରେ ଭୋଟ ଯାଏ ।ପୌର ନିର୍ବାଚନ ସ୍ଥାନୀୟ ଲୋକଙ୍କ ସମଶ୍ୟା ନେଇ ହେଉଥିବାରୁ ବିଜେଡି ଜିତିବ ।ବରଗଡ଼ ରେ ଆମେ 12 ବ୍ଲକ ରେ ରେ ଚେୟାରମ୍ୟାନ କରିବୁ ।

ସୁଶାନ୍ତ ସିଂ , ବିଜେଡି

ନବନିର୍ବାଚିତ ସରଂପଚଙ୍କୁ ବବିଙ୍କ ମନ୍ତ୍ର, କହିଲେ ଗାଁର ବିକାଶ ଏମିତି କର ସହରରେ ଚର୍ଚ୍ଚା ହେବ

* ନବନିର୍ବାଚିତ ସରଂପଚଙ୍କୁ ବବିଙ୍କ ମନ୍ତ୍ର, କହିଲେ ଗାଁର ବିକାଶ ଏମିତି କର ସହରରେ ଚର୍ଚ୍ଚା ହେବ 

* ସବୁ ଭୋଟର ଆମର , ପ୍ରତିଟି ଗରିବ ଲୋକଙ୍କୁ ସହାୟତା କର

()ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବହୁ ଚର୍ଚ୍ଚିତ ତୁଳଙ୍ଗ ପଞ୍ଚାୟତକୁ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ନିବେଦିତା ମଲ୍ଲିକ ଚଳିତ ନିର୍ବାଚନରେ ଦଖଲ କରିବା ପରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି । ପ୍ରଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ନେବା ସହ ସହଯୋଗ କାମନା କରିଛନ୍ତି ନିବେଦିତା । ଏହି ଅବସରରେ ପ୍ରଣବ କହିଛନ୍ତି ଯେ, ଲୋକଙ୍କର ଆସ୍ଥା ଓ ବିଶ୍ବାସ ବିଜୁ ଜନତା ଦଳ ଉପରେ ଦିନକୁ ଦିନ ବଢିବାରେ ଲାଗିଛି । ତୁଳଙ୍ଗ ପଞ୍ଚାୟତବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ବିଜେଡି ଉପରେ ଭରଷା କରିଛନ୍ତି । ନିର୍ବାଚନ ଜିତିବା ପରେ ସବୁ ଭୋଟର ଆମର, ସେମାନଙ୍କର ବିକାଶର ଦାୟିତ୍ବ ଆମର । ଏଥିରେ କୌଣସି ବାଛ ବିଚାର ନକରି ସମସ୍ତଙ୍କ ପାଇଁ କାମ କରିବାକୁ ଆହ୍ବାନ ଓ ପରାମର୍ଶ ଦେଇଛନ୍ତି ସାଂଗଠନିକ ସଂପାଦକ । ଗାଁ ଗାଁରେ ପ୍ରତ୍ୟକ ଲୋକଙ୍କର ହିତ ପାଇଁ କାମ କରିବାକୁ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ କେବଳ ପହଞ୍ଚାଇଲେ ହେବ ନାହିଁ ବରଂ ପ୍ରତ୍ୟକଟି ଶ୍ରେଣୀର ଶେଷ ଲୋକଙ୍କ ପାଖରେ ସରକାରୀ ଯୋଜନା କିଭଳି ପହଞ୍ଚାଯାଇପାରିବ ସେ ଦିଗରେ କାମ କରିବା ଉଚିତ । ଦୀର୍ଘ ୪୨ ବର୍ଷ ପରେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ଗଡ଼ ଦଖଲ କରିଛନ୍ତି ନିବେଦିତା । ରଂଜୀବ ଓ ଚିରଞ୍ଜିବୀଙ୍କ ସତ ଚେଷ୍ଟା ସତ୍ବେ କଂଗ୍ରେସ ତୁଳଙ୍ଗରେ ହାରିବା ଲୋକଙ୍କର କଂଗ୍ରେସ ପ୍ରତି କ୍ରୋଧ ଓ ବିଜେଡି ପ୍ରତି ଭଲପାଇବାକୁ ଦର୍ଶାଇଛି । ତେଣୁ ତୁଳଙ୍ଗୁ ରାଜ୍ୟର ଏକ ପ୍ରମୁଖ ଏବଂ ସର୍ବାଙ୍ଗିନ ବିକଶିତ ପଞ୍ଚାୟତ ଭାବେ ଗଢ଼ିତୋଳିବାକୁ ନିବେଦିତା କାମ କରିବେ ବୋଲି କହିଛନ୍ତି ।

ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ନିବେଦିତାଙ୍କ ଶ୍ବଶୁର କୃଷ୍ଣ ମଲ୍ଲିକ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଆଉ ଏଥର ତିର୍ତ୍ତୋଲରେ କୃଷ୍ଣ କେବଳ ନିବେଦିତାଙ୍କୁ ଜିତାଇ ନାହାନ୍ତି ବରଂ ବିଜେଡି ପ୍ରତି ଲୋକଙ୍କର ଥିବା ଭଲପାଇବା ଓ ଆସ୍ଥାକୁ ଭୋଟରେ ରୂପାନ୍ତରିତ କରି ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଗାଁ ଗାଁରେ ପହଞ୍ଚାଇବାର ସଂକଳ୍ପକୁ ସାକାର କରିବାକୁ କାମ କରୁଛନ୍ତି । …

ବିଜେଡିର ମେୟର ପ୍ରାର୍ଥି ହେଲେ:ସୁଲୋଚନା,ସୁବାଷ,ସଂଘମିତ୍ରା…

() ଭୁବନେଶ୍ୱର ସୁଲୋଚନା, କଟକ ସୁବାଷ, ବ୍ରହ୍ମପୁର ସଂଘମିତ୍ରା ବିଜେଡି ମେୟର ପ୍ରାର୍ଥି…..
ମାର୍ଚ୍ଚ ୨୪ରେ ନିର୍ବାଚନ l ଏଥିଲାଗି ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସାଂସଦ ସୁବାସ ସିଂ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ।

ମାର୍ଚ୍ଚ ୨୪ରେ ରାଜ୍ୟର ୩ ମହାନଗର ନିଗମ ସହ ୧୦୬ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ପୂର୍ବରୁ କଂଗ୍ରେସ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ପରେ ଆଜି ବିଜୁ ଜନତା ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି । ବିଜେପି ମଧ୍ୟ ଭୁବନେଶ୍ୱର ମେୟର ପ୍ରାର୍ଥି ନା ଘୋଷଣା କରିଛି l

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା…

( )ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି

ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ
୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
କ୍ର.ସଂ ପ୍ରାର୍ଥୀଙ୍କ ନାମ ୱାର୍ଡ ନଂ
୧. କାଜଲ ମଣ୍ଡଳ ୧
୨. ସୁକାନ୍ତି ଜେନା ୩
୩. ପ୍ରଦୀପ କୁମାର ପଟ୍ଟନାୟକ ୪
୪. ସୁଜିତ କୁମାର ସାହୁ ୬
୫. ମନୋଜ କୁମାର ମହାପାତ୍ର ୭
୬. ଶ୍ରୀଧର ବଳିଆର ସିଂ ୧୦
୭. ଶୈଳବାଳା ମହାପାତ୍ର ୧୩
୮. ସୁପ୍ରିୟା ମହାପାତ୍ର ୧୪
୯. ଲିପ୍ସା ମହାନ୍ତି ୧୫
୧୦. ନଗମା ଖାତୁନ ୧୬
୧୧. ନିବାସ କୁମାର ଭୋଇ ୧୮
୧୨. ମଂଟୁ ମଲ୍ଲିକ ୨୪
୧୩. ପବିତ୍ର ଦାସ ୨୫
୧୪. ପଦ୍ମିନୀ ମାରାଣ୍ଡି ୨୬
୧୫. ଅନିଲ କୁମାର ଦାସ ୨୭
୧୬. ଅଞ୍ଜଳି ସାହୁ ୨୮
୧୭. ସ୍ମୃତି ରଞ୍ଜନ ତ୍ରିପାଠୀ ୩୦
୧୮. ମମତା ମଲ୍ଲିକ ୩୫
୧୯. ଲିଜା ମହାନ୍ତି ୩୯
୨୦. ପ୍ରତିମା ମହାନ୍ତି ୪୧
୨୧. ପ୍ରଭାତ କୁମାର ପ୍ରତାପ ସିଂ ୪୪
୨୨. ବିଭୁ ପ୍ରସାଦ ଜେନା ୫୦
୨୩. ନିବାସୀ ଦେଇ ୫୩
୨୪. ପୁଷ୍ପିତା ଦାସ ୫୪
୨୫. ସଂଜୟ କୁମାର ପରିଡ଼ା ୫୬
୨୬. ମିହିର ରଞ୍ଜନ ଆଚାର୍ଯ୍ୟ ୫୭
୨୭. ଦେବୀ ପ୍ରସାଦ ସ୍ୱାଇଁ ୫୯
୨୮. ନାରାୟଣ ଜେନା ୬୧
୨୯. ନିତିଶା ମହାନ୍ତି ୬୩
୩୦. ଶିବାନୀ ଶିବଦର୍ଶିନୀ ମହାନ୍ତି ୬୭

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ,ଏକାମ୍ର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥିନି ଶ୍ରୀମତୀ ରଶ୍ମି ମହାପାତ୍ର,ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ,ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାଶ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର,ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି,ଭୁବନେଶ୍ୱର ବ୍ଲକ ସଭାପତି ଶ୍ରୀ ଅଶୋକ ଦାଶ ପ୍ରମୁଖ ଉପସ୍ଥିତିରେ ଭୁବନେଶ୍ୱର ମେୟର ପାର୍ଥି ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛନ୍ତି।ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଟି କର୍ପୋରେଟର ଙ୍କ ନାମ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଘୋଷଣା କରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news