() ୨ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ଚର୍ମଚକ୍ଷୁ ସହ ଦିବ୍ୟ ଚକ୍ଷରୁ ସିଧାସଖଳ ସମ୍ପର୍କ ହେବ । ଭାବର ଆଦାନ ପ୍ରଦାନ କରିବା ପାଇଁ ବ୍ୟାକୁଳ ହେଲେଣୀ ଭଗବାନ ଓ ଭକ୍ତ । ସଂକ୍ରମଣ ଭୟ ଅଛି ସତ ହେଲେ ସମ୍ପର୍କ ଆଗରେ କଟକଣାର ପାଚେରୀ କିନ୍ତୁ ଭାଙ୍ଗିଯାଇଛି । ରଥ,ପଥ ସବୁ ପ୍ରସ୍ତୁତ ହୋଇକି ରହିଛି । ମହାପ୍ରଭୁଙ୍କ ମାନବୀୟ ୯ଦିନଧରି ମହାପ୍ରଭୁଙ୍କ ମାନବୀୟ ନୀଳାକୁ ଦେଖିବ ପୁରା ବିଶ୍ବ । ପୁରୀ ସମେତ ଅଧା ବିଶ୍ବରେ ସୃଷ୍ଟି ହେଲାଣୀ ଭକ୍ତିମୟ ପରିବେଶ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରନ୍ନ ସିଂହାସନରୁ ଜନ୍ମବେଦୀକୁ ଓହ୍ଲାଇ ଆସିବେ ଜଗତ ନିଅନ୍ତା ।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ମଣିଷ ସମାଜ ନୁହେଁ ବର୍ଷକୁ ଥରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଦେବତା, ଅସୁର ସମସ୍ତେ ଚାହିଁ ବସିଥାନ୍ତି । ସେତେ ଯେମିତି ଦୟାମୟ ଦୟାର ଠାକୁର ସଭିଁଙ୍କ ମନକୁ ବୁଝିବା ପାଇଁ ଘର ଦ୍ବାରା ସବୁ କଥା ଭୂଲି ରଥାକୁଢ ହୁଅନ୍ତି କେବଳ ଭକ୍ତି ଓ ପ୍ରେମ ପାଇଁ । ୯ଦିନ ଧରି ମହାପ୍ରଭୁ ଙ୍କ ଏହି ମାନବୀୟ ଲୀଳା ପାଇଁ ଡ଼ାକରା ଆସେ ପୁରୀ ବଡଦାଣ୍ଡ ରୁ ଆଉ ଏହି ଲୀଳା ଖେଳା ଦେଖିବାର ସୌଭାଗ୍ୟ ମିଳିଥାଏ । କିଏ ବା ନଚାହେଁ ଏ ମହାନ ମାନବୀୟ ଲୀଳାରେ ସାମିଲ ହେବାକୁ । ଏ ଯାତ୍ରାରେ ଧନୀ , ଗରିବ, ଜାତି , ଧର୍ମ କିଛି ନଥାଏ । କେବଳ ଥାଏ ପ୍ରେମ ଓ ଭକ୍ତି । ଖାଲି ନିଜକୁ ମହାଶୂନ୍ୟ କରି ଯିଏ ମହାପ୍ରଭୁଙ୍କର ଏହି ଯାତ୍ରାରେ ସାମିଲ ହେବାକୁ ଚାହିଁବେ , ମହାପ୍ରଭୁ ନିଶ୍ଚିତ ଭାବେ ତାଙ୍କୁ ଟାଣିନିଅନ୍ତି । ଏଥିଲାଗି କେବଳ ଦରକାର ଭକ୍ତିଭାବନା । କାରଣ ଜଗତର ନାଥ ଜଗନ୍ନାଥ ଭକ୍ତର ଠାକୁର । ଭକ୍ତ ନଆସିଲେ କିପରି ହେବ ରଥଯାତ୍ରା । ପୁରାଣ , ଇତିହାସ ଠାରୁ ଆରମ୍ଭ କରି ଏଯାଏ ଅନେକ ଉଦାହରଣ ରହିଛି ଯେ କିପରି ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରିଥାନ୍ତି ଜଗତର ନାଥ ଜଗନ୍ନାଥ । ରଥଯାତ୍ରାର ଶେଷରେ ଆସନ୍ତି କାଳିଆ ଠାକୁର ଝୁଲିଝୁଲି ହୋଇ ଚକାନୟନରେ ସମସ୍ତଙ୍କୁ ଚାହିଁ ଯେମିତି ପ୍ରଭୁ ଖୋଜୁଥାନ୍ତି ଭକ୍ତଙ୍କୁ । ୨ ବର୍ଷ ହେବ ମହାପ୍ରଭୃ ବଡ଼ ଦାଣ୍ଡକୁ ଓହ୍ଲାଇ ଆସୁଥିଲେ ସତ , ହେଲେ ମନରେ କିନ୍ତୁ ନଥିଲା ଖୁସି ଆଗ୍ରହ କି ଚକାଚକା ଢୋଳାରେ ନଥିଲା ସେହି ଚାହାଣି । ଯିଏ, ଦେଖିଛି ସିଏ ଜାଣିଛି ମହାପ୍ରଭୁ କିପରି ୨ ବର୍ଷ ହେବ ରଥାକୁଢ ସମୟରେ ତାର ଭକ୍ତଙ୍କୁ ଖୋଜିଛି । ଆଖିରୁ ଳୁହ ଝରିଯାଇଛି କାଳିଆର । ଯେତେ ସଜେଇ ହେଲେବି ମହାପ୍ରଭୃ୍ଙ୍କ କଳାବଦନ ସୁଖିଯାଇଥାଏ । ପ୍ରଭୃଙ୍କ କୃପାରୁ ସେ ସମୟ ଏବେ ଚାଲିଯାଇଛି ।
ଅଦୃଶ୍ୟ ଭୃତାଣୁ ସହ ସମସ୍ତେ ଲଢୁଛନ୍ତି ସତ , ହେଲେ ପ୍ରଭୃଙ୍କ କୃପାରୁ ଅଦୃଶ୍ୟ ମହାମାରୀର ସେ ଶକ୍ତି ଆଜି ନାହିଁ । ତେଣୁ ୨ବର୍ଷ ପରେ ଭଗବାନ ଓ ଭକ୍ତଙ୍କ ମନରେ ଘୋଷଯାତ୍ରା ପାଇଁ ଆନନ୍ଦ ଆଉ ଆନନ୍ଦ । ମହାପ୍ରଭୃଙ୍କ ପ୍ରଥମ ସେବକ ଗଜପତି ମହାରାଜ ବି କହିଲେଣୀ ଏଥର ରଥଯାତ୍ରାରେ ବହୁ ଭକ୍ତଙ୍କ ସୁଅ ଛୁଟିବ ପୁରୀରୁ । ଆଉ ସଭିଁଏ ଆନନ୍ଦରେ କହିବେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
କାଳିଆ ଆସିବ ଝୁଲିଝୁଲି : ସଭିଁଏ ଆନନ୍ଦେ କହିବେ ଜୟ ଜଗନ୍ନାଥ
ରାଜ୍ୟରେ ବଢୁଛି ସଂକ୍ରମଣ….
( ) କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟରେ ସଂକ୍ରମଣ ବଢୁଛି, ଆମ ନଜରରେ ତାହା ଅଛି । ଯେମିତି ପୂରା ଦେଶରେ କୋଭିଡ ସଂକ୍ରମଣ ବଢୁଛି, ସେହି ଅନୁପାତରେ ରାଜ୍ୟରେ ବଢୁଛି । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସହରାଞ୍ଚଳ ଯଥା କଟକ, ଭୁବନେଶ୍ୱର ରେ ସଂକ୍ରମଣ ଅଧିକ ରହୁଛି । କିନ୍ତୁ ସ୍ଥିତି ସେତେ ଆଲର୍ମିଂ ନାହିଁ । ଏଯାଏଁ ଆମ ରାଜ୍ୟର ଟେଷ୍ଟ ପଜିଟିଭିଟି ହାର 1 ପ୍ରତିଶତ ତଳେ ରହିଛି । କିନ୍ତୁ ଆଶ୍ୱାସନାର ବିଷୟ, 600ରୁ ଅଧିକ ଆକ୍ଟିଭ କେସ ଥିଲେ ମଧ୍ୟ ମାତ୍ର 12 ଜଣ ହସ୍ପିଟାଲରେ ଆଡମିଶନ ହୋଇଛନ୍ତି । ଏହା ଅର୍ଥ ଅଧିକାଂଶ ଲୋକ ଲକ୍ଷଣହୀନ ବା ସ୍ୱଳ୍ପ ଲକ୍ଷଣଯୁକ୍ତ । ତେଣୁ ବର୍ତ୍ତମାନ କୋଭିଡ ସଂଖ୍ୟା ବଢିଲେ ବି ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଭୟାବହତା ଆଡ଼କୁ ନ ଯାଇପାରେ । ଏହାସତ୍ତ୍ୱେ କୋଭିଡ ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନଜର ରହିଛି । ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ।
ରଥଯାତ୍ରା ଲାଗି ମଧ୍ୟ ସରକାର ସତର୍କ ଅଛନ୍ତି । ସମସ୍ତଙ୍କୁ ନିବେଦନ କରାଯାଉଛି, ଲକ୍ଷଣଯୁକ୍ତ ଲୋକମାନେ ରଥଯାତ୍ରା ପାଇଁ ପୁରୀ ନ ଆସନ୍ତୁ । ସେମାନେ ନିଜର କୋଭିଡ ପରୀକ୍ଷା ଆଗୁଆ କରାଇ ନିଅନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ଏଣେତେଣେ ଛେପ ପକାନ୍ତୁ ନାହିଁ । ନହେଲେ ଏତେ ଗହଳି ଭିତରେ ଆମେ ପୁଣି ରୋଗ ବାଣ୍ଟି ଚାଲିବା । ଏହାସହ ପୁରୀରୁ ଫେରିଲା ପରେ ଯଦି କାହା ନିକଟରେ କୋଭିଡ ଲକ୍ଷଣ ଦେଖାଯାଉଛି, ନିଜର ଟେଷ୍ଟ କରାନ୍ତୁ, ଆଇସୋଲେସନରେ ରୁହନ୍ତୁ । ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ।
ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ
ବଜେଟ ଅଧିବେଶନ ରେ ବଦଳିବେନି ବିରୋଧି ଦଳ ନେତା…
() ବିରୋଧୀଦଳ ନେତା ପରିବର୍ତ୍ତନ ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା। ପରିବର୍ତ୍ତନ ନେଇ କେନ୍ଦ୍ର ନେତା ଓ ରାଜ୍ୟ ନେତା ନିଷ୍ପତି ନେବେ। ବିଧାନସଭାରେ ବିରୋଧୀଦଳ ନେତାଙ୍କ ଆବଶ୍ୟକ ରହିଛି। କେନ୍ଦ୍ର ଓ ରାଜ୍ୟ ନେତା ନିଷ୍ପତି ନେବେ ବିରୋଧୀଦଳ ନେତା ବଦଳିବେ କି ନାହିଁ। ତେବେ ଚଳିତ ଅଧିବେଶନରେ ବିରୋଧୀଦଳ ନେତା ବଦଳିବା ପରି ଲାଗୁନି ବୋଲି କହିଛନ୍ତି ବିଷ୍ଣୁ ସେଠୀ।
ଏଥର ଦୈନିକ ୬ଘଣ୍ଟା ଚାଲିବ ବିଧାନସଭା….
() କାରୋନା କମିଥିବାରୁ ଗୃହ ସ୍ୱାଭାବିକ ଭାବେ ଚାଲୁ ବୋଲି ପ୍ରସ୍ତାବ ଆସିଥିଲା। କିନ୍ତୁ ବାଚସ୍ପତି ଓ ସରକାରୀ ଦଳ କହିଲେ ବର୍ତ୍ତମାନ କୋଭିଡ ବଢୁଥିବାରୁ ରିସ୍କ ନେଇ ହେବନି। ବିଜେପି ଓ କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଗୃହ କୁ ଛାଡ଼ିବାକୁ କହିଲୁ। କିନ୍ତୁ ଅରାଜି ହେଲେ। କିନ୍ତୁ ଚୁଡାନ୍ତ ନିଷ୍ପତି ବାଚସ୍ପତି ନେବେ। ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣ କରୁଛନ୍ତି। ସବୁଆଡେ ଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ବେଳେ ଗୃହ କୁ ଆସନ୍ତୁ ବୋଲି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ବିଧାନସଭା ସୁରୁଖୁରୁରେ ଚଳାଇବା ନେଇ ସହମତି ପ୍ରକାଶ ପାଇଛି। ଚଳିତ ଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା। ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟ ସାଢେ଼ 10 ରୁ ସାଢେ଼ 1ଟା ଓ ଦ୍ୱିତୀୟ ପର୍ଯ୍ୟାୟରେ 4 ଟାରୁ 6 ଟା ପରିବର୍ତ୍ତେ 7 ଟା ପର୍ଯ୍ୟନ୍ତ ଚାଲିବ।
କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ କୁ ଅବଗତ କରିଛନ୍ତି। ତେଣୁ ସମ୍ଭାବ୍ୟ ସ୍ଥିତି କୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ଚାଲିବ ଗୃହ କାର୍ଯ୍ୟ।ଏଥର ବିଧାନସଭା ପ୍ରତ୍ୟେକ ଦିନ 6 ଘଣ୍ଟା ଲେଖାଏଁ ଚାଲିବ। ଆଗରୁ 5 ଘଣ୍ଟା ଚାଲୁଥିଲା। ଅପରାହ୍ନ ଅଧିବେଶନ 4ଟା ରୁ 7 ପର୍ଯ୍ୟନ୍ତ ଚାଲିବ। ସର୍ବଦଳୀୟ ବୈଠକରେ ନିଷ୍ପତି।
ବିକ୍ରମ କେଶରୀ ଆରୁଖ, ବାଚସ୍ପତି
ବବି ଭାଇଙ୍କ ଜନ୍ମଦିନ ଅବସରରେ :ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ପ୍ରତିଶୁତିବଦ୍ଧ ହେଲେ ଛାତ୍ର ବିଜେଡ଼ି…
() ବବି ଭାଇଙ୍କ ଜନ୍ମଦିନ ଅବସରରେ ସଶକ୍ତ ଓଡ଼ିଶା, ସମୃଦ୍ଧ ଓଡିଶା ସହ ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ପ୍ରତିଶୁତିବଦ୍ଧ ହେଲେ ଛାତ୍ର ବିଜେଡ଼ିର କର୍ମକର୍ତ୍ତା।
ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇଙ୍କ) ଜନ୍ମଦିନ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେଲା ବୃକ୍ଷରୋପଣ, ଔଷଧୀୟ ଚାରା ବଣ୍ଟନ ଏବଂ ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ।
ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ରାଜ୍ୟ ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ତଥା ବବି ଭାଇଙ୍କ ୫୦ ତମ ଜନ୍ମଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକଠାରେ ବୃକ୍ଷରୋପଣ ଏବଂ ରାଜଭବନ ଛକରେ ଔଷଧୀୟ ଚାରା ବଣ୍ଟନ ସହିତ କ୍ୟାପିଟାଲ ହସ୍ପିଟାଲ ପ୍ରାଙ୍ଗଣରେ ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଉଦ୍ଘାଟନ କରିଥିବାବେଳେ। ଏହି ପରିପ୍ରେକ୍ଷୀରେ ୨୦ ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିବା ବେଳେ ୧୦୦ ରୁ ଊର୍ଦ୍ଧ୍ବ ଔଷଧୀୟ ଚାରା ବଣ୍ଟନ କରାଗଲା ତତ୍ ସହିତ ୨୫ ୟୁନିଟ୍ ରକ୍ତ ମଧ୍ୟ ସଂଗ୍ରହ ହୋଇଛି।
ଏହି ଆୟୋଜିତ ସାମାଜିକ କାର୍ଯ୍ୟକ୍ରମ ବୃକ୍ଷରୋପଣ ଏବଂ ରକ୍ତଦାନ ଶିବିରକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା ପରିଚାଳନା କରିଥିବା ବେଳେ, ରାଜଭବନ ଛକ ପରିସରରେ ଆୟୋଜିତ ଔଷଧୀୟ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ଵଦୀପ ପ୍ରଧାନ ପରିଚାଳନା କରିଥିଲେ।
ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ସଦା ସର୍ବଦା ସାମାଜିକ ସେବା କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦେଇଆସିଛି ସେହି ପରିପ୍ରେକ୍ଷୀରେ ଆଜି ଆମ ସମସ୍ତଙ୍କ ପ୍ରିୟ ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କ ମାର୍ଗଦର୍ଶକ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳର ପକ୍ଷରୁ ବୃକ୍ଷରୋପଣ, ଔଷଧୀୟ ଚାରା ବଣ୍ଟନ ଏବଂ ରକ୍ତଦାନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସଶକ୍ତ ଓଡ଼ିଶା , ସମୃଦ୍ଧ ଓଡିଶା ସହିତ ନୂତନ ଭାବେ ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରତିଶ୍ରୁତିବଦ୍ଧ ହେବେ ଏବଂ କାର୍ଯ୍ୟ କରିବେ ତାହା ମୋର ଦୃଢ ବିଶ୍ବାସ।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ଅଭିଷେକ ବେହେରା, ରାଜ୍ୟ ସମ୍ପାଦକ ସଂସଦ ନାୟକ, ରଞ୍ଜିତ ଦାସ, ରାଜ୍ୟ ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା, ଛାତ୍ର ନେତା ସମୀରଣ ଦାସ, ସଞ୍ଜୀବ ସ୍ୱାଇଁ, ରାଜେଶ ପାଣି, ସିଦ୍ଧାର୍ଥ ସ୍ୱାଇଁ, ଅନିଲ ମହାନ୍ତି, ବାପୁନ୍ ମେକାପ, ସୁଶୀଲକାନ୍ତ ପ୍ରଧାନ, ଦେବୁ ପ୍ରସାଦ ରାଉତରାୟ, ଦେବୀ ମହାନ୍ତି,ଶାଶ୍ଵତ ଲେଙ୍କା, ରୁଦ୍ର ନାରାୟଣ ସାହୁ, ସୌମ୍ୟ ପ୍ରଧାନ ଗୋପାଳ ସାହୁ, ସାହୁ ବିଜୁ ବାବୁ, ରାକେଶ ମହାନ୍ତି, ସୌମ୍ୟ ମିଶ୍ର, ସମୀର ଦାସ, ଜଗନ୍ନାଥ ରାଓ ପ୍ରମୁଖ ଯୋଗଦାନ କରିଥିଲେ।
ଔଷଧ ନିଗମ ପକ୍ଷରୁ ବଣ୍ଟାଯିବ ୧୦ ଲକ୍ଷ ମାସ୍କ…
() କାଲି ରିଭ୍ୟୁ ମିଟିଂ ରେ ନିଷ୍ପତ୍ତି ହୋଇଛି ଔଷଧ ନିଗମ ପକ୍ଷରୁ ୧୦ ଲକ୍ଷ ମାସ୍କ ବଣ୍ଟାଯିବ।ଭକ୍ତ ମାନଙ୍କୁ ବଣ୍ଟାଯିବ। ଆମେ ଚାହୁଛୁ କେହି ବିନା ମାସ୍କ ରେ କେହି ରହିବେ ନାହିଁ।ସେବାୟତ ମାନଙ୍କୁ ବୁଷ୍ଟର ଡୋଜ ଇଆଯାଇଛି।କୋଭିଡ ପାଇଁ ଅକ୍ସିଜେନ ସହିତ ୨୦ଟି ଆଇସିୟୁ ବେଡ ରେଡି ହୋଇକି ରହିବ। ପୁରୀ ବାହାରେ ସମ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। ଷ୍ଟେଚର ଆମ୍ବୁଲାନ୍ସ,ଆଡଭାନ୍ସ ଏଣ୍ଡ ବେସିକ ଲାଇଫ ସୋପର୍ଟ ଆମ୍ବୁଲାନ୍ସ ସବୁ ରେଡି ହୋଇକି ରହିଛି। ୨୦ଜଣ ଫୁଡ ଇନସ୍ପେକ୍ଟରକୁ ମୃତୟନ କରାଯାଇଛି। ଖାଦ୍ୟ ପଦାର୍ଥ ଯାଞ୍ଚ କରିବେ। ଓଆର ଏସ ମହଯୁଦ ରହିଛି। ଆଣ୍ଟିଜେନ ଟେଷ୍ଟ ରହିବ। ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ସବୁ ନିର୍ଦେଶକ, ଉପସ୍ଥିତ ରହି ତିକ୍ଷ୍ଣ ନଜର ରଖିବେ।ସବୁ ଲୋକ ଭଲ ଭାବେ ଯେମିତି ଦର୍ଶନ କରିବେ ସେ ବ୍ୟବସ୍ଥା କରାଯିବ।କୋଭିଡ ସକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟ ମନ୍ତ୍ରଙ୍କ ପ୍ରତିକ୍ରିୟା।ପରିସ୍ଥିତି ଉପରେ ନଜର ରଖିଛୁ।ଲୋକ ଙ୍କୁ ସଚେତନ କରାଯାଉଛି। ଲକ୍ଷଣ ଥିଲେ ଘରେ ରହ ି ଦର୍ଶନ କରିବାକୂ କୁହାଯାଇଛି। ସମସ୍ତେ କୋଭିଡ ନିୟମ ମାନନ୍ତୁ।ଜଣସାଧାରଣଙ୍କ ସହଯୋଗ ରେ କୋଭିଡ କୁ ମୁକାବିଲା କରାଯାଇଛି। ଲୋକ ମାନେ ଯଦି କୋଭିଡ ନିୟମ ମାନିଲେ ନିୟନ୍ତ୍ରଣ କରିହେବ।ବିଭାଗ ପ୍ରସ୍ତୁତ ରହିଛି।
ନବ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ
ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ହେବା ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା…
() ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ୍ ଅଛି । ପୂର୍ବରୁ 50 ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା 70 କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା 100 ପାର କରିଛି । ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଅପିଲ କରାଯାଉଛି ଭିଡ଼ କୁ ଯାଆନ୍ତୁ ନାହିଁ,ସବୁବେଳେ ମାକ୍ସ ପରିଧାନ କରନ୍ତୁ,ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଯେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ପିକ ରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ । ରଥଯାତ୍ରା ନେଇ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି।
ପୁରୀ ରେ 69 ଫାଷ୍ଟ ଏଡ଼ ସେଣ୍ଟର ଖୋଲାଯାଇଛି । 58 ଟି ଆମ୍ବୁଲାନ୍ସ ସର୍ଭିସ,114 ଟି ଷ୍ଟେଚର ସର୍ଭିସ,145 ଜଣ ଡାକ୍ତର, ଫୁଡ଼ ସେପେଟି ଅଫିସର 7,ଫାର୍ମାସିଷ୍ଟ 40, ନର୍ସିଂ ଅଫିସର 30, ହେଲ୍ଥ ଅଫିସର 45, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ 287 ବେଡ଼, ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ 26 ଟି ଏସି ବେଡ଼ର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ 200 ୟୁନିଟ ଲେଖାଏଁ ଡିଫରେଣ୍ଟ ଗ୍ରୁପର ବ୍ଲଡ଼ ବ୍ୟାଙ୍କ ପ୍ରସ୍ତୁତ ହୋଇଛି ।
ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ
ଡେଙ୍ଗୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା…
() ଏଇ ସମୟରେ ଡେଙ୍ଗୁ ବଢେ, ଏବେ ମଧ୍ୟ କିଛିଟା ବଢୁଛି । ତେଣୁ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ।
ରାଜ୍ୟରେ ଦୈନିକ ସଂକ୍ରମଣ 100 ପାର ହେବା ନେଇ ପ୍ରତିକ୍ରିୟା। ରାଜ୍ୟରେ ସେପରି ଆଲାରାମିଙ୍ଗ ସ୍ଥିତି ନାହିଁ । ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେ ଭିତରୁ କଟକ ଭୁବନେଶ୍ୱର ରେ ଅଧିକ ରହୁଛି । ସ୍ଥିତି ଉପରେ ସ୍ଵାସ୍ଥ୍ୟ ବିଭାଗ ନଜର ରଖିଛି । ରଥଯାତ୍ରା ପରିଚାଳନା ଏବଂ ସେହି ସମୟରେ ସଂକ୍ରମଣ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବୈଠକ ହୋଇଛି।
10 ଲକ୍ଷ ଲୋକଙ୍କୁ ମାକ୍ସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ପୁରୀରେ ରଥଯାତ୍ରା 50 ହଜାର ରାପିଡି ଆଣ୍ଟିଜେନ ଟେଷ୍ଟିଂ ବଢ଼ାଯିବ । ଏବଂ ଏହା ସହ ଟୀକା କରଣକୁ ଅଧିକ ବଢ଼ାଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ରହୁଛି ସେମାନେ ଘରେ ବିସି ଟିଭିରେ ରଥଯାତ୍ରା ଦେଖନ୍ତୁ । ଯେଉଁମାନେ ଦର୍ଶନ କରିବା ପାଇଁ ଆସୁଛନ୍ତି ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼ନ୍ତୁ ।
ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଜନ୍ମଦିନରେ ପ୍ରଣବଙ୍କ ବଡ଼ ବାର୍ତ୍ତା: ତୁମେ ନବୀନଙ୍କ ଫ୍ୟାନ,ମୁଁ ତୁମର ଫ୍ୟାନ..
.() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଓଡିଶାବାସୀଙ୍କ ମନର ମଣିଷ ଓ ସୁଖ ଦୁଃଖର ସାଥି l ସବୁବେଳେ ରାଜ୍ୟବାସୀଙ୍କ ସେବକ ଭାବେ ଦିନରାତି କାମ କରନ୍ତି l ତାଙ୍କ ନେତୃତ୍ଵ ଆଜି ବିଶ୍ୱ ଦରବାରରେ ଓଡ଼ିଶାକୁ ଦେଇଛି ସ୍ଵତନ୍ତ୍ର ପରିଚୟ l ମୁଖ୍ୟମନ୍ତ୍ରୀ ୧ନମ୍ବର ଫ୍ୟାନକୁ ନିଜର ଜନ୍ମଦିନରେ ବାଇକ ଉପହାର ଦେଇ ପ୍ରଣବ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ଼ ବାର୍ତ୍ତା l ଯିଏ ନବୀନଙ୍କ ଫ୍ୟାନ ଓ ନବୀନଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରେ ପ୍ରବଣ ତାଙ୍କ ଫ୍ୟାନ ବୋଲି ନିଜେ ଆଜି ଜନ୍ମଦିନରେ ଖଗେଶ୍ବର କହିଛନ୍ତି ମୁଁ ତୁମର ଫ୍ୟାନ l
ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆଜି ହେଉଛି ୫୦ ତମ ଜନ୍ମ ଦିନ । ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ନମ୍ବର ଓ୍ବାନ୍ ଫ୍ୟାନ୍ ଖଗେଶ୍ବର ଦେହୁରୀଙ୍କୁ ଏକ ବାଇକ୍ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ । ବିଜେଡି ରଙ୍ଗରେ ସୁସଜ୍ଜତି ଏହି ବାଇକକୁ ଖଗେଶ୍ବର ପାଇବା ପରେ ସୋସିଆଲ ମିଡିଆରେ ପ୍ରଣବଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେଡିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ, ଦଳୀୟ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଖଗେଶ୍ବର ଉପସ୍ଥିତ ରହି ବିଜେଡିର ପ୍ରଚାର ଓ ପ୍ରସାର କରିଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ଭୁଲି କର୍ମୀ ଓ ଦଳ ପାଇଁ ଅଧିକ ସମୟ ଦେଉଥିବା ପ୍ରଣବ ସଙ୍ଗଠନକୁ ମଜଭୁତ କରିବା ପାଇଁ ଗୁରୁତ୍ବ ଦିଅନ୍ତି । ନିଜ ଜନ୍ମ ଦିନକୁ ଉତ୍ସବ ନୁହେଁ ଉତ୍ସର୍ଗୀକୃତ ହେବାର ଅବକାଶ ବୋଲି ସଙ୍କେତ ଦେଇ ପ୍ରଣବ ଖଗେଶ୍ବରଙ୍କୁ ବାଇକ୍ ଉପହାର ଦେଇ ବାର୍ତ୍ତା ଦେଇଛନ୍ତି । ସେହିପରି ଜନ୍ମ ଦିନ ଅବସରେ ଯାଜପୁରର ଅଧିଷ୍ଠାତ୍ରୀ ଦେବା ମା’ ବିରଜାଙ୍କ ପାଖରେ ପ୍ରଣବଙ୍କ ଶୁଭେଚ୍ଛୁମାନେ ଦୀର୍ଘାୟୁ କାମନା କରି ସମୁହ ଦୀପ ଦାନ କରିଛନ୍ତି । ଏହି ଅବସରରେ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ, ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି ।













