ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ…

() ଆସନ୍ତା ଆଠ ତାରିଖରେ ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ | ଓଡିଶା ଆସି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଉଥିବା ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ | ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଏବଂ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦ୍ରୌପଦୀ ମୁର୍ମୁ | ଏହି କ୍ରମରେ ବିହାର, ଝାରଖଣ୍ଡ, ତାମିଲନାଡୁ, ତେଲେଙ୍ଗାନା ରାଜ୍ୟ ଭୋଟ ଭିକ୍ଷା କରିବା ପରେ ଓଡିଶା ଆସିବେ ଦ୍ରୌପଦୀ, ଏହା ପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ସମୀର ମହାନ୍ତି, ରାଜ୍ୟ ସଭାପତି, ବିଜେପି

ରୋମରେ ଚମକିଲେ ନବୀନ……

() କେବଳ ସୁଶାସନ ନୁହେଁ, ବିଶ୍ବ ଇତିହାସ ଜଗତରେ ଝଲସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁଚର୍ଚ୍ଚିତ ରୋମ ଗସ୍ତରେ ଯାଇ ଫେରିଥିବା ମୁଖ୍ୟମନ୍ତ୍ରୀଙ୍କ ପାଣ୍ଡିତ୍ୟ ଓ ଇତିହାସ ସମ୍ପର୍କରେ ପ୍ରଭୁତ ଜ୍ଞାନକୁ ନେଇ ଶତମୁଖ ହୋଇଛନ୍ତି କଳା ଐତିହାସିକ । ବିଶ୍ବର ଅନ୍ୟତମ ଘଟଣାବହୁଳପୂର୍ଣ୍ଣ ରୋମର ସୁବିସ୍ତୃତ ଐତିହ୍ୟ ସମ୍ପର୍କରେ ନବୀନଙ୍କ ଜ୍ଞାନର ଗରିମା ନେଇ ଅଭିଭୁତ ହୋଇଥିଲେ ଐତିହାସିକ । ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତର ଏକ ଭିଡିଓ ଏବେ ବେଶ୍ ଚର୍ଚ୍ଚିତ ହୋଇଛି । ଏହି ଭିଡିଓରେ ରୋମର ପ୍ରସିଦ୍ଧ କଳା-ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ 5T ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ରୋମଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବହୁ ଐତିହାସିକ ସ୍ଥଳ ପରିଦର୍ଶନ କରିଥିଲେ । ତେବେ ତାଙ୍କ ସହ ସାଥୀରେ ଥିବା ପ୍ରଖ୍ୟାତ କଳା-ଐତିହାସିକ ରୋମ ସମ୍ପର୍କରେ ନବୀନଙ୍କ ଜ୍ଞାନ ଦେଖି ତାଜୁବ ହୋଇଯାଇଥିଲେ । ଭିଡିଓରେ ଐତିହାସିକ ଜଣକ କହିଛନ୍ତି- ସେ ଜଣେ କଳା-ଐତିହାସିକ ଓ ରୋମରେ ଗାଇଡ ଭାବେ କାର୍ଯ୍ୟ କରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ବିଭିନ୍ନ ଐତିହାସିକ ସ୍ଥଳକୁ ଯିବାର ସୁଯୋଗ ଲାଭ କରିଥିଲେ । ତେବେ ବିଭିନ୍ନ ସ୍ମାରକୀ ପରିଦର୍ଶନ କରିବା ସମୟରେ ସେ ନବୀନଙ୍କ ରୋମ ସମ୍ପର୍କରେ ଜ୍ଞାନର ସନ୍ଧାନ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଛନ୍ତି- ନବୀନ ବାସ୍ତବରେ ଜଣେ ମହଜ୍ଞାନୀ । ରୋମର ପ୍ରାଚୀନ କୀର୍ତ୍ତି, ଐତିହ୍ୟ, ନବଜାଗରଣ, ସଂସ୍କୃତି ସମ୍ପର୍କରେ ନବୀନଙ୍କ ଜ୍ଞାନର ତୁଳନା ନାହିଁ ।

ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯.୩୬ କୋଟି ଟଙ୍କା ମଞ୍ଜୁର…

() ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,98 କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଏହି ଆଶ୍ରୟ ସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି।ତେଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି. ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି.

ମୌସୁମୀ ଅଧିବେଶନର ତୃତୀୟ ଦିନ….

() ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ,ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ପୁଣି ଥରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ସମେତ ରାଜ୍ୟର ଆଇନ ଶୃଙ୍ଖଳା,ବେକାରୀ, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ତେବେ ଆସନ୍ତା କାଲି ଠୁ ଦୁଇ ଦିନ ଧରି 2022-23 ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଆଗତ ହୋଇଥିବା ବଜେଟ ଉପରେ ସାଧାରଣ ଆଲୋଚନା ହେବ ।

ବଢିଛି ବିଜୁଳି ଚାହିଦା…

() ରାଜ୍ୟ ବିଜୁଳି ବଳକା। 2022ରେ 10 ରୁ 12 ଦିନ ସାମୟିକ ଭାବେ ଅଧ ଘଣ୍ଟାଏ ରୁ ଘଂଟାଏ ବିଜୁଳି କାଟ ହେଉଥିଲା ପିକ ସମୟରେ। ଅନ୍ୟ ରାଜ୍ୟ ତୁଳନାରେ କମ ବିଜୁଳି କାଟ ହେଉଥିଲା। ଏପ୍ରିଲ 25ରୁ ଆଉ ବିଜୁଳି କାଟ ହେଉନି। ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାମ ପାଇଁ ବିଜୁଳି ନ କାଟିବା ପାଇଁ ନିର୍ଦ୍ଦେଶ। ସାରା ଭାରତରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ ର ହିଛି। ରାଜ୍ୟରେ ଗ୍ରାହକଙ୍କ ସଂଖ୍ୟା 16 ପ୍ରତିଶତ ବୃଦ୍ଧି ପାଇ 96 ଲକ୍ଷ ହୋଇଛି। ଗତ ୩ମାସ ଏପ୍ରିଲ ରୁ ଜୁନ ଭିତରେ ବିଜୁଳି ଚାହିଦା 23 ପ୍ରତିଶତ ବଢିଛି। ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇ ଆସୁଛନ୍ତି। ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ର ମନ୍ତ୍ରୀ…

() ରାଗିଙ୍ଗ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ।ବିଜେପି ପରେ କଂଗ୍ରେସ ବି ସିବିଆଇ ତଦନ୍ତ ଦାବି । ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିବୃତି ଦେବା ପାଇଁ ଲାଗି ବାଚସ୍ପତିଙ୍କ ନିର୍ଦେଶ ।

ସୁରେଶ କୁମାର ରାଉତରାୟ ଙ୍କ ବିବୃତି …

{} କଂଗ୍ରେସ ସୁରେଶ କୁମାର ରାଉତରାୟ ଙ୍କ ବିବୃତି,

() ବିଜେବି କଲେଜ ଦେଶରେ ନଂ 1 କଲେଜ । ମାତ୍ର ବର୍ତ୍ତମାନ ତାହା ବଦନାମ ହୋଇ ଗଲାଣି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । କଲେଜ ଓ ଅଭିଭାବକ ମାନଙ୍କୁ ଡକାଇ କମିଟି ବୈଠକ ଡକାଇ ଦାୟିତ୍ୱ ଦିଆଯାଉ । ଆଣ୍ଟି ରାଗିଙ୍ଗ କମିଟିର ବୈଠକ କେବେ ବି ବସୁ ନାହିଁ । ଜିଲ୍ଲାପାଳ ତାହାର ଚେୟାର ମ୍ୟାନ ଥିବାରୁ ବୈଠକ ଡାକି ଏଭଳି ଘଟଣା କୁ ବନ୍ଦ କରଯାଉ ।

ଆସନ୍ତା ୬ରେ ମ୍ୟାଟ୍ରିକ ଫଳ…

() ମ୍ୟାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ।

ସମୀର ରଞ୍ଜନ ଦାଶ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ଶୁନ୍ୟ କାଳରେ ପୁଣି ଥରେ ଉଠିଲା ରାଗିଂ…

() ଶୁନ୍ୟ କାଳରେ ପୁଣି ଥରେ ଉଠିଲା ରାଗିଙ୍ଗ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ।ସିବିଆଇ ତଦନ୍ତ ଦାବି କଲା ବିଜେପି । ପ୍ରସଙ୍ଗରେ ଗୃହରେ ବିବୃତି ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିବୃତି । ଏହା ଏକ ସ୍ପର୍ଶ କାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁ ଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ମରଣ ଯନ୍ତା ପାଲଟିଛି । କେବଳ ବିଜେବି କଲେଜ ରାଜ୍ୟର ଅନେକ କଲେଜ ରେ ମଧ୍ୟ ରାଗିଙ୍ଗ ହେଉଛି । ସୁପରିଟେଣ୍ଡ ଝୁମୁକି ରଥ କେମିତି ଜାଣି ପାରିଲେ ନାହିଁ ଏହି ଘଟଣା । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ । 2021-22 ଓଡିଶାରୁ 40 ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ସେ ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ ବସି ଯାଇଛନ୍ତି । ରାଗିଙ୍ଗ କୁ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡା ଆଇନ ଆଣିବେ କି ରାଜ୍ୟ ସରକାର । ରାଗିଙ୍ଗ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । 5 ବର୍ଷରେ 3 ହଜାର 100 ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ,କିଏ କଣ କହିଲେ…?

() ବିଧାନସଭା ସଭାରେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନାରାବାଜି କରିବା ନେଇ ବିଜେପିର ପତିକ୍ରିୟା

କଲେଜରେ ରାଗିଙ୍ଗ ଓ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସାରା ଦେଶରେ 3ନମ୍ବର. ଏହା ଅତି ସମ୍ବେଦନଶୀଳ ଘଟଣା ଏହା ଉପରେ ଆଲୋଚନା ଲାଗି ଆମେ ଆଗ ବାଚସ୍ପତିଙ୍କ ଠାରେ ଦାବି ରଖିଥିଲୁ. ହେଲେ ସେ ଶୁଣିଲେନି. ଯଦି ସରକାରଙ୍କ ଆଇନ ଶୃଙ୍ଖଳା ଠିକ ଅଛି ତାହେଲେ ଆଲୋଚନା କରନ୍ତୁ.

ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ।

 

ରୁଚିକା ମହାନ୍ତି ଆତ୍ମହତ୍ୟା କେବଳ ବିଜେପି କଲେଜ ଘଟଣା ନୁହେଁ ସାରାରାଜ୍ୟରେ ଏମିତି ଘଟଣା ଘଟୁଛି. ଏହା ଅତି ସମ୍ବେଦନଶିଳ ଘଟଣା ହୋଇଥିବାରୁ ଆମେ ଦାବି କରିଥିଲୁ ପ୍ରଶ୍ନ କାଳ ବାତିଲ କରି ଏହା ଉପରେ ସ୍ୱତନ୍ତ୍ର ପ୍ରସ୍ତାବ ଆଣି ଆଲୋଚନା ଦାବି କରିଥିଲୁ. ହେଲେ ବାଚସ୍ପତି ନ ଶୁଣିବାରୁ ଆମେ ବାଧ୍ୟ୍ୟ ହୋଇ ନାରବାଜି କରିଥିଲୁ.

ଅଧୀରାଜ ପାଣିଗ୍ରାହୀ,କଂଗ୍ରେସ ବିଧାୟକ।

 

ସେପଟେ ବିଜେଡିର ମନ୍ତବ୍ୟ

ଗୃହରେ ଅନେକ ସମୟ ରହିଥିଲା । ବିରୋଧୀ ଶୁନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ପାରି ଥାନ୍ତେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଥିଲା କିନ୍ତୁ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳ ଚଳେଇ ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ କାହାକୁ କ୍ଷମା କରନ୍ତି ନାହିଁ । ଆଇନ ତା ବାଟରେ ଯାଏ । ଏଠି ମଧ୍ୟ ଆଇନ ତା ବାଟରେ ଯିବ ।

ଉମା ସାମନ୍ତରାୟ, ବିଜେଡି ବିଧାୟକ।

Follow us

20,832FansLike
0FollowersFollow
14,700SubscribersSubscribe

Latest news