ରାଗ ନା ସନ୍ଧି ?
ବିଜେଡିରୁ ନିଲମ୍ବନ ହେବା ପରେ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଚର୍ଚାରେ l ବଜେଟ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଦୁଇ ବିଧାୟକ ଆସନ ପରିବର୍ତ୍ତନ ହୋଇଛି l ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F19 । ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14, ହେଲା F21 । ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହେଲା । ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡଙ୍କ ସିଟ ।ଏବେ ଏହି ଦୁଇ ଜଣ ହେଉଛନ୍ତି ସ୍ୱାଧୀନ ବିଧାୟକ l ତେବେ ଆଜି ଉଭୟ ବିଧାୟକଙ୍କ ଭବିଷ୍ୟତ ରାଜନୈତିକ ଅଭିମୁଖ୍ୟର ସଂକେତ ମିଳିଛି l ରାଜ୍ୟପାଳ ଅଭିଭାଷଣକୁ ବିରୋଧ କରି କଂଗ୍ରେସ ଓ ବିଜେଡି କକ୍ଷତ୍ୟାଗ କରିଥିବା ବେଳେ ଏହି ଦୁଇ ବିଧାୟକ ନିଜ ଆସନରେ ବସି ରହିଥିଲେ l ଯାହା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ବିଜେପି ଆଡକୁ ଢଳୁଥିବା ଚର୍ଚ୍ଚା ହେଉଛି l ତେବେ ଦୁଇ ବିଧାୟକ କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି l ସନା ମହାକୁଡ଼ ବିଜେଡି କୁ ଆଉ ଫେରିବେ ନାହିଁ ବୋଲି ଖୋଲା ଖୋଲି କହିଥିବା ବେଳେ ଅରବିନ୍ଦ କହିଛନ୍ତି ସ୍ୱାଧୀନ ବିଧାୟକ ଭାବେ ଯାହା ତାଙ୍କର କର୍ତ୍ତବ୍ୟ ସେ କରିବେ l
ଚାଷୀରୁ ମହାନଦୀ ବିଜେଡି ଉଠାଇବ ବିଧାନସଭାରେ
ବିଜେଡି ବିଧାୟକ ଦଳ ବୈଠକ ଶେଷ. ବିଧାନସଭା ଅଧିବେଶନରେ କଣ କରାଯିବ, ସେ ନେଇ ବିରୋଧୀ ଦଳ ନେତା ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଲେ. ସରକାରଙ୍କ ପାଇଁ ଲୋକେ ଜର୍ଜରିତ ହେଲେଣି. ଚାଷୀ ଠିକ ଭାବେ ଧାନ ବିକି ପାରୁନି.. ଅଭାବୀ ବିକ୍ରି ଓ କଟନୀ ଛଟଣି ହେଉଛି. ଚାଷୀ ଆନ୍ଦୋଳନ ହେଉଛି. ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଦାବି ହେବ. ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଧର୍ଷଣ ଦୈନିକ ଘଟଣା ହେଲାଣି. ନାବାଳିକା ଅପହରଣ, ଚୋରୀ ହେଉଛି. ସରକାରୀ ଅଫିସରେ ଦୁର୍ନୀତି ଖବର ବି ଆସୁଛି. ସରକାର ବିଫଳ. ମହାନଦୀ ଓଡ଼ିଶାର ବଡ଼ ସମସ୍ୟା ହୋଇଛି. ସମାଧାନ ପାଇଁ ସରକାର ବିଫଳ. ଟ୍ରିପଲ ଇଂଜିନ ସରକାର ସମାଧାନ କରିବ ବୋଲି ଆଶା ଥିଲା. ହେଲେ କରି ପାରିଲେନି. ସବୁ ସମସ୍ୟା ଉପରେ ସରକାର ଆଲୋଚନା କରିବେ ବୋଲି ଆଶା ଅଛି. ଗତ ବଜେଟ ଟଙ୍କା ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଛନ୍ତି. ଜାନୁଆରୀ ସୁଦ୍ଧା ଯେତେ ଖର୍ଚ୍ଚ କରିବା କଥା ହୋଇନି. କିଛି ବିଭାଗରେ ତ ମାତ୍ର 8-10% ଖର୍ଚ୍ଚ ହୋଇଛି. ଏ ସବୁ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିରୋଧୀ ଦଳ ନେତା ବୈଠକରେ କହିଛନ୍l
ଧାନମଣ୍ଡିରୁ ରାଜନଗର ଅଙ୍ଗନବାଡ଼ିଙ୍କୁ ଜାତି ଆକ୍ଷେପ” କଂଗ୍ରେସ ଉଠାଇବ
ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ କଲା ରଣନୀତି। ଦଳ ପକ୍ଷରୁ କୁହାଯାଇଛି ଯେ.
*ଧାନ ମଣ୍ଡି ଅଭାବି ବିକ୍ରି, କଟନୀ ଛଟନୀ*
*ନାରୀ ନିର୍ଯାତନା*
*ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ*
*ବଜେଟର ଅର୍ଥ ଜିଲ୍ଲାୱାରୀ ଖର୍ଚ ନହେବା*
*ଜିଲ୍ଲା ଯୋଜନା ବୋର୍ଡ ଗଠନ ନହେବା ଦ୍ବାରା ଜିଲ୍ଲା ଗୁଡିକରେ ଅର୍ଥ ପଡ଼ିରହିଛି*
*ରାଜ୍ୟରେ ସ୍ବାସ୍ଥ୍ୟ ସମସ୍ୟା*
*ନୂତନ ପଞ୍ଚାୟତ ଓ ବ୍ଲକ ଗଠନ*
*MGNREGA Bachao VB G-RAM-G Hatao*
*ଶିକ୍ଷା ଓ ଶିକ୍ଷକ ଅଭାବ*
*ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା*
*ସାମାଜିକ ବାଛନ୍ଦ ଜାତି ବିଭେଦ – ଅଙ୍ଗନବାଡି*
*ପେସା ଆଇନ*
*ଅନୁସୂଚିତ ଜାତି ଓ ଜନଜାତି କମିଶନ*
*ଅନୁସୂଚିତ ଜାତି/ଜାତୀୟ ଜନଜାତି/ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଅତ୍ୟାଚାର*
*ମହାନଦୀ ଜଳ ବିବାଦ*
*ରତ୍ନ ଭଣ୍ଡାର ପ୍ରସଙ୍ଗ*
*କେନ୍ଦ୍ରାପଡ଼ା ରାଜନଗର ଅଙ୍ଗନବାଡ଼ିଙ୍କୁ ଜାତି ଆକ୍ଷେପ”କୁ ପ୍ରସଙ୍ଗ କରିବ କଂଗ୍ରେସ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର କାଡ଼ାମ । ଏହା ସହ ଲୋକଙ୍କ ସ୍ବାର୍ଥ ଆମର ପ୍ରସଙ୍ଗ ବୋଲି କହିଛନ୍ତି ଭକ୍ତ ଚରଣ ଦାସ।







ପ୍ରଭାତ 19 ରନ ସହ 2 ଉଇକେଟ ହାସଲ କରି ମ୍ୟାନ ଅଫ ଦା ମ୍ୟାଚ ହୋଇଥିବା ବେଳେ | ମିଡ଼ିଆ ଏକାଦଶ ଅଧିନାୟକ ଜଗଦୀଶ 21 ରନ କରିଥିଲେ | ମିଡ଼ିଆ ଏକଦାଶ ତରଫ ରୁ ବିଭୁ 3 ଟି, ପିଣ୍ଟୁ 2 ଟି, ପ୍ରଭାତ 2 ଟି, ସାରଦା 2 ଟି ଓ ସୀମା ଗୋଟିଏ ଉଇକେଟ ହାସଲ କରିଥିଲେ | କର୍ମ ମୟ ଜୀବନ ମଧ୍ୟରୁ ସମୟ କାଢି ସାମ୍ବାଦିକ ଓ ସଚିବାଳୟ ସୁରକ୍ଷା ବାହିନୀ ଏକ ବନ୍ଧୁତ୍ୱ ପୂର୍ଣ୍ଣ ସମୟ ବିତାଇ ଥିଲେ | ଉଭୟ ଟିମ ର ସହଯୋଗ ରେ ଏଭଳି ମ୍ୟାଚ ଜାରି ରଖିବା ପାଇଁ ଉପସ୍ଥିତ ଅତିଥି ମାନେ କହିଥିଲେ | ବରିଷ୍ଠ ସାମ୍ବାଦିକ ଯଯାତି ମହାନ୍ତି,
ହରିହର ଚାନ୍ଦ, ସୁଜିତ ବିଶୋଇ, ବିଶ୍ୱ ରଂଜନ ମହାପାତ୍ର, ଚିନ୍ମୟ ମହାପାତ୍ର, ଦୁଷ୍ମନ୍ତ ବେହେରା, ସୌମ୍ୟ ରଂଜନ ସାହୁ, ବିବ୍ରତନ ପଣ୍ଡା, ଦିବ୍ୟ ଜ୍ୟୋତି ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

ସଭାସମିତି କି ରାଜନୈତିକ କାର୍ଯ୍ୟକ୍ରମ ହେଉ ଅବା ସାମାଜିକ କାର୍ଯ୍ୟକ୍ରମ l ସବୁଠି ସବୁବେଳେ ଲୋକଙ୍କ ସହ ରହିବାକୁ ପସନ୍ଦ କରନ୍ତି ବବି l ଜନସେବାକୁ ଜୀବନର ମୂଳମନ୍ତ୍ର କରି ସେ ଜନସେବା ଜାରି ରଖିଛନ୍ତି l କ୍ଷମତାରେ ଥିବା ବେଳେ ଯେମିତି କ୍ଷମତାରେ ନଥିବା ବେଳେ ବି ସେମିତି l ପୁରା ଓଡ଼ିଶାରେ ବବି ଦାସଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ଭରିରହିଛି l ଯାଜପୁର ଜିଲ୍ଲାରେ ତ ସେ ନେତା ନୁହେଁ ବରଂ
ପରିବାରର ସଦସ୍ୟ l ଭାଇ ପରି ଭାଇ ଟିଏ ସେ ସାଧାରଣ ଲୋକଙ୍କର l ସୁଖ ଓ ଦୁଃଖରେ କାନ୍ଧରେ କାନ୍ଧ ମିଶାଇଚଳନ୍ତି l ଜାତି, ଧର୍ମ କି ଧନୀ ଗରିବର ଭେଦଭାବ ନଥାଏ ବବିଙ୍କ ଭଲ ପାଇବାରେ l
ସେଥିପାଇଁ କେବଳ ପଦବୀ ଦ୍ୱାରା ଜନମାନସରେ ଏକ ବିଶ୍ୱସ୍ତ ନେତା ନୁହେଁ, ବରଂ ଲୋକମାନଙ୍କ ହୃଦୟରେ ସ୍ଥାନ କରି ନିଜ ପରିଚୟ ଗଢିଛନ୍ତି ସେ l
2024 ନିର୍ବାଚନ ରେ ଦଳର ନିର୍ଦେଶକୁ ମାନି ବବି ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ସତ, ହେଲେ ଲୋକଙ୍କ ହୁଦୟରେ ଆଜି ବି ସେ ରାଜ କରୁଛନ୍ତି l ଶନିବାର ଓ ରବିବାର ଯାଜପୁରରେ ବବିଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଭଡ଼ି ଦେଖିଲେ ଜଣାପଡେ ନେତାଙ୍କ ପ୍ରତି ଜନତାଙ୍କ କେତେ ବିଶ୍ୱାସ, ଭଲ ପାଇବା l
କାରଣ ସେ ସଭିଙ୍କ ଆସ୍ଥା ଓ ଭରଷା ର ପ୍ରତୀକ l ସବୁବେଳେ ଲୋକମାନଙ୍କ ଦୁଃଖ–ସୁଖକୁ ନିକଟରୁ ଦେଖିଛନ୍ତି ସେ। ଜଣେ ବିଧାୟକ ଓ ଜନମାନସର ନେତାର କର୍ତ୍ତବ୍ୟ କଣ ତାହା ଯାଜପୁର ଜିଲ୍ଲାରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରି ପୁରା ଓଡ଼ିଶାରେ ନବୀନ ପଟନାୟକ ବିକାଶ ଛାପ ସେ ନିଜ ଜିଲ୍ଲାରେ ଦେଖାଇଛନ୍ତି l
ଓଡ଼ିଶାର ବିକାଶ ରାଜନୀତିକୁ ଆଗକୁ ନେବାରେ ଭୂମିକାରେ ସେ ଥିଲେ ନବୀନ ସାରଥୀ । ବିଧାୟକ ଭାବେ ତାଙ୍କର କାର୍ଯ୍ୟକାଳରେ ରାସ୍ତା, ପାନୀୟଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସମସ୍ୟା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଲୋକମାନଙ୍କ ସହିତ ସିଧାସଳଖ ସମ୍ପର୍କ, ଗାଁ ଗାଁକୁ ଯାଇ ସମସ୍ୟା ଶୁଣିବା—ଏହା ତାଙ୍କର ରାଜନୀତିର ମୂଳମନ୍ତ୍ର ଥିଲା। ସଫଳତା ସହିତ ବିବାଦ ଓ ସମାଲୋଚନାକୁ ମଧ୍ୟ ବବି ଦାସ ସାମ୍ନା କରିଛନ୍ତି। କିନ୍ତୁ ଏସବୁ ମଧ୍ୟରେ ସେ ନିଜକୁ ଏକ ଲଢ଼ୁଆ ନେତା
ଭାବେ ପ୍ରତିଷ୍ଠିତ କରିଛନ୍ତି ଓଡିଶା ରାଜନୀତିରେ l





