ଯିଏ ଯେଉଁଥିରେ ଖୁସି ହେଉଛି ହେଉ 

ଜୀବନଟା ପାଣି ଫଟୋକା lନିଶ୍ୱାସ ନାହିଁ ବିଶ୍ୱାସ l କେତେବେଳେ କିଛି ଘଟିପାରେ l ମହାମାରୀ କରୋନା ପରେ ଜୀବନ ଅନିଶ୍ଚିତତା ଭିତରେ ଗତି କରୁଛି l ବଦଳିଯାଇଛି ସମୟ, କମି କମି ଯାଉଛି ଆୟୁଷ l ତାହାରି ଭିତରେ ଜୀବନକୁ ଖୁସିରେ ଜିଇଁବା l କାଲି କଣ ହେବ କିଏ କହିପାରିବ l

ଫୋନରେ ଗପୁ ଗପୁ ମିନୀଷାକୁ ଆକାଶ କହିଚାଲିଥାଏ l ମିନୀଷା ବି ଗୋଟେ ପରେ ଗୋଟେ ପ୍ରଶ୍ନ ପଚାରିବା ସହ ସହଜ ସରଳ କଥାକୁ ଅତି ଗଭୀର ଭାବେ ମନକୁ ନେଉଥାଏ l ଯେମିତି ତୃତୀୟ ବିଶ୍ୱ ଯୁଦ୍ଧ ହୋଇଯିବ କି? ଆକାଶ କଥା ଛଳରେ କହୁଥାଏ ମନୀଷା ସମୟ ଯାହା ହେଲାଣି ଯିଏ ଯେଉଁଥିରେ ଖୁସି ସେ ତାହା କରୁ l ନହେଲେ ଜୀବନରେ ଅବଶୋଷ ରହିଯିବ l ଯେମିତି ଦେଖୁନା ମଣ୍ଟୁ ଭାଇ କହୁଥିଲେ ସେ ଯଦି ସାହସ କରି ସେଦିନ ପିଙ୍କିକୁ କଲେଜର ଶେଷ ଦିନରେ ମନର କଥା କହିଦେଇଥାନ୍ତେ, ଆଜି କଣ 20ବର୍ଷ ତଳେ ଆମ ବ୍ୟାଚ ଭୋଜିରେ ପିଙ୍କି କହୁଥାନ୍ତା ମଣ୍ଟୁ ତମେ ଯଦି ମତେ ଭଲ ପାଅ ବୋଲି ଥରେ କହିଁଥାନ୍ତ ମୁଁ ଆଜି ତମର ହୋଇ ରହିଥାନ୍ତି l କାରଣ ଆମ ଘରେ ବି ଜାଣିଥିଲେ ମୁଁ ତମକୁ ପସନ୍ଦ କରେ ବୋଲି l

ଆଜି ଯଦି ମଣ୍ଟୁକୁ ତାହାର ସହକର୍ମୀ ମାନସୀ ଟିକେ ଭଲ ଲାଗୁଛି ଓ ଉଭୟଙ୍କର ଉଭୟ ପ୍ରତି ଆକର୍ଷଣ ଅଛି, ତେବେ ଏକୁଟିଆ ଟିକେ ମନଖୋଲି ମିଶିଗଲେ ଅସୁବିଧା କେଉଁଠି l ମଣିଷ ବଞ୍ଚୁଛି ତ ଖୁସି ପାଇଁ l

ମନୀଷା କଣ ଭାବିଲା କେଜାଣେ କହିଲା ଆକାଶ ତମର ଏପରି ଯୁକ୍ତି ଠିକ ନୁହେଁ l ଆକାଶ ବି ମନେ ମନେ ଭାବିଲା ମନୀଷା ସଂପର୍କର ଅର୍ଥ ବୁଝୁଛି ଖାଲି ଶାରୀରିକ ମିଳନ କଥା l ସମ୍ପର୍କ ଯେ ଏତେ ବଡ ବିଶ୍ୱ ଯାହା ଭିତରେ ଶାରୀରିକ ମିଳନ ଏକ ବିନ୍ଧୁ ଠାରୁ ବି ଛୋଟ l

ଆକାଶ କିନ୍ତୁ ସେଦିନ ମନୀଷାକୁ ନାଁ ଏ ବିଷୟରେ ଅଧିକ ବୁଝାଇ ପାରିଲା, ନା ମନୀଷା ବୁଝିଲା l ବାସ ଫୋନ କଟିଗଲା ଉଭୟ ଆଡୁ l

ହଠାତ ମାସେ ପରେ ପୁଣି ମନୀଷା କହୁଛି ଆକାଶ ସମୟଟା କେତେ ଶୀଘ୍ର ବଦଳିଯାଉଛି ଦେଖିଲ ନା l କଣ ପାଇଁ ମନୀଷା ଏ କଥା କହିଲା ତାହା ଆକାଶ ଜାଣିନି, ହେଲେ ଆକାଶ ମୁହଁରେ ଗୋଟିଏ କଥା ଯିଏ ଯେଉଁଥିରେ ଖୁସି ହେଉଛି ହେଉ ମନୀଷା l ଏଥର କିନ୍ତୁ ମନୀଷା ଏ କଥାରେ ଏକମତ ହୋଇନଥିଲା, ହେଲେ ଏକଥାର ପ୍ରକୃତ ଉର୍ଧେଶ୍ୟ କିନ୍ତୁ ବୁଝିଲା l ଆଜିର ଦୁନିଆରେ ଖୁସି ଦିନକୁ ଦିନ ହଜିହଜି ଯାଉଛି l ସବୁଥାଇ ବି ନଥିଲା ପରି ଲାଗୁଛି l ତେଣୁ ଏତେ ଭାବିବା କଣ ମ କେବଳ ଖୁସି ପାଇଁ ଯିଏ ଯେଉଁଥିରେ ଖୁସି ହେଉଛି ହେଉ ଚଳିବ l ଆରେ ଏଟା ତ ବଡ ଖୁସି l ଚାଲ ନିଜକୁ ବୁଝିବା, ସମାଜକୁ ଜାଣିବା ପଶୁ ନୁହେଁ, ମଣିଷ ପରି ବଂଚିବା l ନେହେଲେ ସମୟ ପଳେଇବ ହେଲେ ଅବଶୋଷ ରହିଯିବ ଆଉ ସେତେବେଳେ ଯିଏ ଯେଉଁଥିରେ ଖୁସି ହେଉଛି ହେଉ ର ଅର୍ଥ କିଛି ନଥିବ …….

28ରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତି : ପିସିସି ସଭାପତି 

 ରାଜ୍ୟସଭା ନିଷ୍ପତି ପାଇଁ ଦିଲ୍ଲୀ ଯିବେ ପିସିସି ସଭାପତି l ଦିଲ୍ଲୀରେ ହାଇକମାଣ୍ଡ ସହ କରିବେ ଆଲୋଚନା l କଂଗ୍ରେସ ପ୍ରାର୍ଥୀ ଦେବା ନେଇ କରିବେ ଆଲୋଚନା l ରାଜ୍ୟସଭାରେ କଂଗ୍ରେସ ସକ୍ରିୟ ଭୂମିକା ନେବେ l ବିଜେଡି ସଭାପତି ନବୀନ ପଟନାୟକ ସମୟ ଦେଇ ପାରନ୍ତି l ଏନେଇ ଅପେକ୍ଷାରେ ଅଛୁ ବୋଲି  ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି l

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍‌ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍‌ ଗଣତି |

ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ କଣ ପାଇଁ? ପିକନିକ ପାଇଁ ନୁହେଁ ତ? ମହାନଦୀ ବଞ୍ଚାଓ ଆନ୍ଦୋଳନ

ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ କଣ ପାଇଁ? ପିକନିକ ପାଇଁ ନୁହେଁ ତ? ମହାନଦୀ ବଞ୍ଚାଓ ଆନ୍ଦୋଳନ l

*ମଧ୍ୟବର୍ତ୍ତୀ କାଳୀନ ରାୟ ମାଧ୍ୟମରେ ଅଣ ମୌସୁମୀ ସମୟରେ ଆବଶ୍ୟକ ପାଣି ଓଡିଶାକୁ ଛାଡିବାକୁ ଦାବି l

*କନକତୋରା ରୁ ପାରାଦ୍ୱୀପ, ଭୁବନେଶ୍ୱର ତଥା କଟକ ସମେତ 10 ଟି ସ୍ଥାନରେ ସତ୍ୟାଗ୍ରହ ଆୟୋଜନ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

 ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ୟୁନିଟ 6 ସ୍ଥିତ ନେତାଜୀ ଭବନ ଠାରେ ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ ବୈଠକ ଶ୍ରୀ ସୁଦର୍ଶନ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ଟ୍ରିବୁନାଲ ଆସନ୍ତା ଫେବୃଆରୀ 26 ତାରିଖରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଓଡିଶା ଗସ୍ତରେ ଆସୁଛନ୍ତି l ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀ, ମାନ୍ୟବର ସଦସ୍ୟ ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ, ମାନ୍ୟବର ସଦସ୍ୟl ଜଷ୍ଟିସ୍ ଶ୍ରୀମତୀ ଇନ୍ଦରମୀତ କୌର କୋଚର ତାଙ୍କ ସ୍ୱାମୀ ଜଷ୍ଟିସ୍ ଶ୍ରୀ ଏ. କେ. ପାଠକ, ଜଷ୍ଟିସ ରବି ରଞ୍ଜନଙ୍କ ଝିଅ ଶ୍ରୀମତୀ ଭବ ପ୍ରିୟଦର୍ଶିନୀ, ନାତି ଗୁରୁ ବିକ୍ରମଦିତ୍ୟ,

 ହିସାବ କାରକ ଶ୍ରୀ. ଏ.କେ. ସିଂହ, ଆସେସାର ଶ୍ରୀ କୃଷ୍ଣନୁନ୍ନି ଏନ.ଏମ.,ରେଜିଷ୍ଟ୍ରର

ଶ୍ରୀ ଚନ୍ଦନ ମୁଖାର୍ଜୀ, ସୁରକ୍ଷା ଅଧିକାରୀ ଶ୍ରୀ ଅନିଲ ଦତ୍ତ ଶର୍ମା,

 ଶ୍ରୀ ସୁଜିତ କୁମାର ଗିରି, ବିଭାଗ ଅଧିକାରୀ ଶ୍ରୀ ମନୋଜ କୁମାର ପ୍ରମୁଖ ଏହି ଟିମରେ ଆସୁଛନ୍ତି l ଏହି ଗସ୍ତ ଏକ ଘରୋଇ ପିକନିକ କି ବୋଲି ବୈଠକରେ ପ୍ରଶ୍ନ କରାଯାଇଛି? ପୂର୍ବରୁ 2023 ମସିହାରେ ମଧ୍ୟ ଟ୍ରିବୁନାଲ ଓଡିଶା ଗସ୍ତରେ ଆସିଥିଲା ଓ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା l ଓଡିଶା ଲୋକଙ୍କ 5 କୋଟି ଟଙ୍କା ଏଥିପାଇଁ ଓଡିଶା ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଥିଲା l ହେଲେ ଫଳ କଣ ହେଲା ତାହା ସମସ୍ତଙ୍କୁ ଜଣା l ଏବେ ଟ୍ରିବୁନାଲ ର କାର୍ଯ୍ୟକାଳ ସରିବାକୁ ବସିଥିବାବେଳେ ପୁଣି ଥରେ ଏହି ଗସ୍ତ କଣ ପାଇଁ ? ଆସନ୍ତା ମାର୍ଚ୍ଚ ରେ ଟ୍ରିବୁନାଲ ଅବଧି ସରିବ l ଯେହେତୁ 9 ମାସ ଅଧକ୍ଷ ପଦବୀ ଖାଲିଥିଲା ତେଣୁ ପୁଣି 9 ମାସ ଟ୍ରିବୁନାଲ ଅବଧି ବଢ଼ିପାରେ ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସି ନାହିଁ l ଯେହେତୁ ଟ୍ରିବୁନାଲରୁ ଓଡିଶା କୁ ଏବଂ ମହାନଦୀ କୁ କିଛି ନ୍ୟାୟ ମିଳୁନି, ତେଣୁ ଓଡିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ଓ ସେଥିରୁ ଓଡିଶାର କଣ ଲାଭ ହେବ ସେଥିପାଇଁ ଏହି ଗସ୍ତ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିବା ସହିତ କିଛି ଠୋସ କାର୍ଯ୍ୟକ୍ରମ ହାତକୁ ନେଇଛି l ବିଭିନ୍ନ ରାଜନୈତିକ ଦଳ ର ନେତୃତ୍ୱ ଓ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଶ ପରେ ଏହି ନିଷ୍ପତି ହୋଇଥିଲା l ଆସନ୍ତା କାଲି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ ହେବ l ସେହିପରି 27 ରୁ 2ତାରିଖ ପର୍ଯ୍ୟନ୍ତ କନକତୋରା, ସମ୍ବଲପୁର,ବିନିକା, ସୋନପୁର,ଆଠମଲ୍କିକ, ବାଙ୍କୀ, ବୈଦେଶ୍ଵର, କଟକ, ପାରାଦ୍ୱୀପ ଆଦି ସ୍ଥlନରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ପ୍ରଦର୍ଶନ ସହ ବାଲି ସତ୍ୟାଗ୍ରହ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଆବାହକ ଶ୍ରୀ ଦାସ କହିଛନ୍ତି l

ଆଉ ଏକ ଗଭୀର ଉଦବେଗ ଜନକ ବିଷୟ ଦୟାନଦୀରେ ଏକ ବ୍ୟାରେଜ ହେବ l ଏହା ଦ୍ୱାରା ତଳ ମୁଣ୍ଡରେ ନଦୀର ଅବସ୍ଥା ଶୋଚନୀୟ ହେବ l ନଦୀରୁ ଉଠୁଥିବା ବାଲି ଓ ମାଟି କୁ ମାଫିଆ ମାନେ ବୋହି ନେଉଛନ୍ତି l ଯାହା ନଦୀ ଏବଂ ଅଞ୍ଚଳ ବାସୀ ଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି l ଆସନ୍ତା 27 ତାରିଖରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଂଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ହୋଇଛି ବୋଲି ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି l ଆଜିର ବୈଠକ ରେ ପରିବେଶବିତ ଡ଼ ଜୟ କୃଷ୍ଣ ପାଣିଗ୍ରାହୀ, ସିପିଆଇ ର ବରିଷ୍ଠ ନେତା ଆଶିଷ ଜାନୁନଗୋ, ସିପିଏମ ନେତା ପ୍ରଦୀପ୍ତ ନାୟକ, ସିପିଆଇଏମ ( ଲିବାରେସନ ) ନେତା ଯୁଧିଷ୍ଠିର ମହାପାତ୍ର, ଫୋରୱାର୍ଡ ବ୍ଲକ ନେତା ଜ୍ୟୋତି ଇଞ୍ଜନ ମହାପାତ୍ର, ଆନ୍ଦୋଳନ ର ସହ ଆବାହକ ବାସୁଦେବ ଭଟ୍ଟ, ମନୋଜ ଜେନା, ଦୟା ସୁରକ୍ଷା ଅଭିଯାନ ର ସଚିକାନ୍ତ ପ୍ରଧାନ, ଅଶୋକ ପ୍ରଧାନ, ମହାନଦୀ ଆନ୍ଦୋଳନ ର ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଶୋଇ, , ବିଜୟ ପରିଡା, ଆର ଜେ ଡି ର ହେମନ୍ତ କୁମାର, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ମନୋଜ କୁମାର ରାଉତ, ଲକ୍ଷ୍ମୀ ଦୋରା, ସୁଶୀଲ ଥାନ ପତି, ରିଙ୍କି ସାହୁ, ବିତା ଆଜାଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l

ସହରରେ ମହକୁଛି ଗାଁ ମଲି

ଗାଁ ଗାଁ, ସହର ସହର l କିଏ କାହାକୁ ଖପରା କରନ୍ତିନି, ନିଜେ ଚାହିଁଲେ ମଣିଷ ଖରାପ ରାସ୍ତାରେ ପାଦ ଦେବ l ଆପଣ ଏକଥା ପ୍ରତ୍ୟେକ ଦିନ କାହା ନା କାହାଠାରୁ ଶୁଣୁଥିବେ l ହେଲେ ଏକଥା ଭିତରେ କେତେ ଯେ ସତ କାହାଣୀ ଲୁଚି ରହିଛି l ଏମିତି ଏକ କାହାଣୀର ନାୟିକା ସବିତା l ରାଜଧାନୀ ଉପକଣ୍ଠକୁ ଲାଗିଥିବା ପଥରଗଡିଆ ଅଂଚଳରେ ଘର l ସେ ରାଜଧାନୀରେ ପଡିଛି, ବୁଲିଛି ସମୟ ଚକ୍ରରେ ସେ ଚାକିରୀ ମଧ୍ୟ୍ କରିଛି l ରାଜଧାନୀର ଆଧୁନିକତାକୁ ଦେଖୁଛି ଓ ବୁଝିଛି ଭଲ ଭାବେ l ଚକ ଚକ ରଙ୍ଗୀନ ଦୁନିଆରେ ସେ ସମୟ ଅତିବାହିତ କରୁଛି l ଆଧୁନିକତା ପ୍ରେମରେ ପଡିଛି ସତ ହେଲେ ନିଜକୁ କିନ୍ତୁ ସେ ଟ୍ରାକରେ ନେଇନାହିଁ l ବରଂ ଗାଁ ମାଟି ରାସ୍ତାରେ ଆଧୁନିକ ଜୀବନରେ ବଂଚିବାକୁ ପସନ୍ଦ କରିଛି l ସୁନ୍ଦର ହେବା ଯେତିକି ଆକର୍ଷଣୀୟ ନୁହେଁ, ସୁନ୍ଦର ବ୍ୟକ୍ତିତ୍ୱ ମଣିଷକୁ ଅଧିକ ସୁନ୍ଦର କରିଥାଏ l ଜୀବନକୁ ଠିକ ସେ ଜାଣିନଥିବା ସବିତା ଅନ୍ୟ ଜୀବନକୁ ଜିଇଁବା ଶିଖାଇପାରୁଛି ତାହା ବ୍ୟକ୍ତିତ୍ୱ ଜରିଆରେ l ସବିତା ପାଖରେ ଆଧୁନିକତାର ଛାପ କିଛି କମ ନାହିଁ l ସେ ବି ଜେନ ଜି ପରି ଚିନ୍ତାଧାରାରେ ଜୀବନ କାଟୁଛି l ମଲ ବୁଲିଛି, ସ୍କୁଟି ଛଡ଼ୁଛି, ପୁଅ ସାଙ୍ଗ ସହ ବୁଲୁଛି, ସୋସିଆଲ ମିଡିଆରେ ଅଧିକ ସମୟ ଦେଉଛି l ବିରିୟାନୀ, ଚାଓମିନ, ଠାରୁ ଆରମ୍ଭ କରି ତୋଶାଳୀ ଓ ଫୁଲ ପ୍ରଦର୍ଶନୀ ବୁଲୁଛି ସାଙ୍ଗ ସାଥି ସହ l ସେଲ୍ଫି ନେଉଛି ପୋଷ୍ଟ ବି କରୁଛି l ଘରେ ଗୁରୁଜନଙ୍କ ଉପସ୍ଥିତିରେ ଘଣ୍ଟା ଘଣ୍ଟା ଗପୁଛି l ଡେରୀ ରାତି ଯାଏ ଅନିଦ୍ରା ରହୁଛି ଫୋନ ଖେଂଚିବାରେ ପାଇଁ l ହେଲେ ତାହାରି ଭିତରେ ବି ଭୁଲିନି ଗାଁ ଚାଲିଚଳନି ଓ ଭଲ ପାଇବାକୁ l ଶାଳୀନତା ଭିତରେ ସବୁ କରି ସବିତା ସଭିଙ୍କ ହୃଦୟରେ ରାଜ କରୁଛି l ସେଥିପାଇଁ ତ ଆଜି ସେ ମନଖୋଲି ହସୁଛି ଆଉ ଗପୁଛି l ଇଚ୍ଛାକୁ କଟ୍ରୋଲ କରି ଆଗକୁ ବଢୁଛି l ସୁଯୋଗ ଆସୁଛି ଆଉ ଯାଉଛି l ହେଲେ ସେ କିନ୍ତୁ ବିଚଳିତ ନହୋଇ ଜୀବନ ରଥକୁ ଆଗେଇ ନେଇ ଚାଲିଛି l ସବିତାର ସରବତ ଗୁଣ ଆଜି ସହର ଭିତରେ ମଲି ହୋଇ ମହାକୁଛି ଓ ସଭିଙ୍କୁ ଆନନ୍ଦ ବାଣ୍ଟୁଛି l

ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ବଜେଟ ସାଧାରଣ ଆଲୋଚନା ସମୟରେ ବିରୋଧୀଙ୍କୁ ଘୋର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବିରୋଧି ଦଳ ଚାଷୀଙ୍କ ନାରେ ରାଜନୀତି କରୁଛନ୍ତି। କେବଳ ଚାଷୀଙ୍କ ନାରେ ରାଜନୀତି କରିବାକୁ ଗୃହ କୁ ଅଚଳ କରୁଛନ୍ତି ବିରୋଧୀ। ବିରୋଧି ଦଳର ଭୂମିକା ନିର୍ବାହ ନ କରି କେବଳ ହୋ ହାଲ୍ଲା କରୁଛନ୍ତି। ଲୋକଙ୍କ ସମସ୍ୟା କୁ ଗୃହରେ ଉପସ୍ଥାପନ ନ କରି କେବଳ ନାଟକ କରୁଛନ୍ତି। ଆଜିର ଘେରାଉ ପାଇଁ ବିରୋଧୀ ଦଳ ଲମ୍ବା ସମୟ ପ୍ରତିବାଦ କରୁଥଲେ। କିଛି କାରଣ ନଥାଇ ଏତେ ଲମ୍ବା ସମୟ ପ୍ରତିବାଦ ପୂର୍ବରୁ ଦେଖିବାକୁ ମିଳିନଥିଲା।ଚାଷୀ ଖୁସି ଅଛି। କିନ୍ତୁ ଆଜି ବିରୋଧୀ ଆନ୍ଦୋଳନ କଲେ। ସେଥିରେ ଚାଷୀ ନଥିଲେ । ପୂର୍ବରୁ ବିଜେଡି କହୁଥିଲା ଲକ୍ଷାଧିକ ଚାଷୀ ଙ୍କୁ ନେଇ ବିଧାନସଭା ଘେରାଉ କରିବୁ । କିନ୍ତୁ ଆଜି କେତେ ଲୋକ ଆସିଥିଲେ । ସେଠି ଚାଷୀ ଥିଲେ କି । ବରଗଡ଼ କି ସମ୍ବଲପୁର ଚାଷୀ ଆସିଥିଲେ କି । ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ। ବିଜେପି ସରକାରଙ୍କ ସଫଳତାକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ l

*ରାଜନୀତିକ ଫାଇଦା ହାସଲ ପାଇଁ ଉଦ୍ୟମ କରୁଛନ୍ତି ବିରୋଧୀ। ସେଥିପାଇଁ କଂଗ୍ରେସ୍ କୁ ବିଦା କରିଥିଲେ ଏବେ ବିଜେଡିକୁ ବି ହଟେଇ ଦେଇଛନ୍ତି। ବିଧାନସଭାରେ ଅଶୋଭନୀୟ ଭାବେ ବିରୋଧ କରୁଛନ୍ତି। କୃଷକ ଙ୍କ ସମସ୍ୟା ନେଇ ଆଲୋଚନା ହୋଇଥାନ୍ତା। ଦୁଇ ଦୁଇ ଥର ମୂଲତବୀ ପ୍ରସ୍ତାବ ଦେଇ ବି ପଛକୁ ଫେରିଲେ। ଚାଷୀଙ୍କୁ ନ୍ୟାୟ ଦେବାକୁ ଆଲୋଚନା କରୁ ନାହାଁନ୍ତି। କେବଳ ନିଜ ରାଜନୀତିକ ଫାଇଦା ପାଇଁ ଏଭଳି ପ୍ରତିବାଦ କରୁଛନ୍ତି।24 ବର୍ଷ ସରକାର ରେ ଥିଲେ ଏବେ ଯାଇଛନ୍ତି ବିରୋଧୀ କୁ ଆସନ୍ତା 24 ବର୍ଷ ଯାଏ ଆଉ ଫେରିବେ ନାହଁ।Make in Odisha କୁ କେବଳ ବିଜେଡ଼ି ର ପ୍ରଚାର ପ୍ରସାର ରେ ବ୍ୟବହାର କରାଯାଉଥିଲା। ଆମେ ଉତ୍କର୍ଷ ଓଡିଶା ମାଧ୍ୟମ ରେ ବିକାଶ କରିବାକୁ ପଦକ୍ଷେପ ନେଇଛୁ।

ଚାଷୀ ଙ୍କ ସମସ୍ୟା ସମାଧାନ ନ କଲେ ବିଜେଡି,ଏ ସରକାରର କୁମ୍ଭକର୍ଣ୍ଣ ନିଦ ହଜେଇଦେବ: ନବୀନ

()ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ.ସରକାର କାହାଣୀ ରେ ଚାଲେନି,କାମ ଦରକାର.।

ଲୋକ ସେବା ଚାହାଁନ୍ତି ନେତା ଙ୍କ ପ୍ରବଚନ ନୁହେଁ।ଚାଷୀ ଙ୍କ ସମସ୍ୟା ସମାଧାନ ନ କଲେ ବିଜେଡି,ଏ ସରକାର ର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ।ଖୁବଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ଏ. ସରକାର ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି।ନା କାର୍ଯ୍ୟକାରୀ କରି ପାରୁଛନ୍ତି।

ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା। କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା।କିନ୍ତୁ ଏ double engine ସରକାର କରିଛି କଣ? ଚାଷୀ କୁ ସାର ମିଳିଲାନି। ଧାନ ଵି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟ ରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସରକାର ଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି।

ପ୍ରସ୍ତାବ ଦେଇଥିଲି କଟନୀ ଛଟନୀ ବନ୍ଦ ପାଇଁ special squad କର। miller ଓ ସରକାରୀ ଅଫିସରଙ୍କ nexus ଭାଙ୍ଗ। input subsidy ରୁ 150 quintal ceiling ଉଠାଅ।

୪୮ ଘଣ୍ଟା ରେ DBT ରେ ଚାଷୀ କୁ ପଇସା ଦିଅ। ଖୋଲା ରେ ପଡ଼ିଥିବା ଧାନ କୁ ୭୨ ଘଣ୍ଟା ରେ କିଣାଯାଉ। ଦୁଃଖ ର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାର ରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ?

ଗତ ଆଠ ଦିନ ହେଲା ଚାଷୀ ଙ୍କ ସମସ୍ୟା ପାଇଁ ବିଜେଡି assembly ରେ ଲଢୁଛି.କିନ୍ତୁ ଏ ସରକାର ର ଚାଷୀ ପ୍ରତି ଖାତିର ହିଁ ନାହିଁ। slogan ରେ ଜୟ କିଷାନ, କିନ୍ତୁ କାମ ରେ ଭାଗୋ କିଷାନ

ଆଇନ ଶୃଙ୍ଖଳା କଥା ନ କହିବା ଭଲ।ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି। ଚାଷୀ ତାର ହକ ପାଉନି। ମା ମାନଙ୍କୁ ସୁରକ୍ଷା ମିଳୁନି। ଯୁବ ସମାଜ କୁ ରୋଜଗାର ମିଳୁନି। ସବୁ exam paper leak। This govt cannot even organise even a single exam properly.ସାଧାରଣ ଲୋକ ର ଦୁଃଖ ସରୁନି।ଏ ସରକାର କରୁଛି କଣ? ଲୋକ ଙ୍କୁ ସେବା ଦରକାର, ନେତା ଙ୍କ ପ୍ରବଚନ ନୁହେଁ । କାହାଣୀ ରେ ସରକାର ଚାଲେନି,କାମ ଦରକାର।

ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ ନିଦ ହଜେଇ ଦେବା।

ରାଷ୍ଟ୍ର ପରିଚାଳନାରେ ନ୍ୟାୟ ଇଞ୍ଜିନ୍ ସଦୃଶ:ନ୍ୟାୟମୂର୍ତୀ ଶଶିକାନ୍ତ ମିଶ୍ର 

: ଭାରତର ସମ୍ବିଧାନ ରାଷ୍ଟ୍ରର ନାଗରିକଙ୍କୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି କରିବା ସୁନିଶ୍ଚିତ କରିଛି । ଯାହାଦ୍ୱାରା କି ରାଷ୍ଟ୍ର ନିରନ୍ତର ଭାବରେ ଉଚ୍ଚତର ସ୍ତରକୁ ଯାଇ ସଫଳତା ହାସଲ କରି ପାରିବ ବୋଲି ଶନିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଶଶିକାନ୍ତ ମିଶ୍ର କହିଥିଲେ ।

ଭାରତ ସମ୍ବିଧାନକୁ ସମ୍ମାନ ଦେବା ଆମର ମୌଳିକ ଦାୟିତ୍ୱ ଏବଂ ନ୍ୟାୟ ଏକ ଇଞ୍ଜିନ୍ ସଦୃଶ ଯାହାକି ରାଷ୍ଟ୍ରକୁ ପରିଚାଳନା କରିଥାଏ ବୋଲି କହିଥିଲେ ନ୍ୟାୟମୂର୍ତୀ ମିଶ୍ର ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଉଦ୍ଦେଶ୍ୟରେ ସୋଆ ବକ୍ତୃତାମାଳାର ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ମିଶ୍ର ଏହା କହିଥିଲେ ।

ନ୍ୟାୟମୂର୍ତୀ ମିଶ୍ର କହିଥିଲେ ଯେ ଜ୍ଞାନ ବୃଦ୍ଧି ଓ ମାନବ ସଭ୍ୟତାର ମିଶ୍ରଣକୁ ନେଇ ବିଶେଷଜ୍ଞମାନେ ଏକାଠି ବସି ସମ୍ବିଧାନ ଗଠନ କରିଥିଲେ । ତେଣୁ ବ୍ରିଟିଶରମାନେ ଯେ ଆମକୁ ଆଇନ ଶିଖାଇଛନ୍ତି ଏହା କହିବା ଭୁଲ୍ ହେବ ବୋଲି ନ୍ୟାୟମୂର୍ତୀ ଶ୍ରୀ ମିଶ୍ର କହିଥିଲେ ।

ଭାରତୀୟ ନାଗରିକଙ୍କ ଉପରେ ସମ୍ବିଧାନର ପ୍ରଭାବକୁ ଦର୍ଶାଇ ନ୍ୟାୟମୂର୍ତୀ ଶ୍ରୀ ମିଶ୍ର ନିଜର ଏକ ଅନୁଭୂତି ଛାତ୍ରଛାତୀମାନଙ୍କୁ ବଖାଣିଥିଲେ । ବହୁଦିନ ପୂର୍ବରୁ ସେ ଏକ ଶୀତ ରାତିରେ ନୂଆଦିଲ୍ଲୀରେ ଏକ ଅଟୋ ଯାଉଥିବାବେଳେ ଅଟୋ ଡ୍ରାଇଭର ଜଣକ ଟ୍ରାଫିକ ଲାଇଟ୍‌କୁ ଉଲଂଘନ କରି ଯିବା ପାଇଁ ମନା କରିଥିଲା । ଯଦିଓ ମଧ୍ୟରାତ୍ରିରେ ରାସ୍ତାରେ ମାତ୍ର କିଛିଟି ଗାଡି ଚାଲୁଥିଲା ଏବଂ ତାଙ୍କର ଏକ ଟ୍ରେନ୍ ଯାତ୍ରାର ସମୟ ହୋଇଯାଇଥିଲା । ସେ ଅଟୋ ଡ୍ରାଇଭର ଜଣକ ମନା କରିଦେଇ କହିଥିଲା ଯେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ମତେ ଭଲ ଲାଗିବ ନାହିଁ ।

ନ୍ୟାୟମୂର୍ତୀ ଶ୍ରୀ ମିଶ୍ର ତାଙ୍କ ଅନୁଭୂତିକୁ ଦର୍ଶାଇ କହିଥିଲେ ଯେ ଯଦିଓ ସେ ଆଇନ୍‌ର ପାଠ ପଢିଛନ୍ତି ଏବଂ ଅଟୋ ଡ୍ରାଇଭର ଜଣକ କେବେ ବି ଏହା ପଢି ନାହିଁ, କିନ୍ତୁ ତଥାପି ସେ ଆଇନ ଉଲଂଘନ କଲା ନାହିଁ । ଏହା ଭାରତୀୟ ନାଗରିକଙ୍କ ଉପରେ ସମ୍ବିଧାନର କିଭଳି ପ୍ରଭାବ ପକାଇଛି ତାହାର ଜ୍ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଜଣେ ହୁଏତ ସମ୍ବିଧାନ ବିଧି ବ୍ୟବସ୍ଥାକୁ ପ୍ରତ୍ୟେକ ଦିନ ପାଳନ କରୁ ନଥାଇପାରେ । କିନ୍ତୁ ନ୍ୟାୟ, ସମାନତା ଭଳି ନୀତି ଆଦର୍ଶକୁ ଯଦି ତାର ଦୈନନ୍ଦିନ କାର୍ଯ୍ୟରେ ପ୍ରତିଫଳିତ ହୁଏ । ତେବେ ସେ ସମ୍ବିଧାନକୁ ପାଳନ କରୁଛି ବୋଲି କୁହାଯାଇପାରିବ ।

ସେ କହିଥିଲେ ଯେ ଇଂଲଣ୍ଡ ସମେତ ଦୁବାଇ ଏବଂ ଆବୁଧାବିର ଟ୍ରାଫିକ୍ ପୋଷ୍ଟରେ କୌଣସି ପୋଲିସ୍ ଦେଖିବାକୁ ମିଳନ୍ତି ନାହିଁ । ତେବେ ସେଠି ସମସ୍ତେ ନିୟମ ପାଳନ କରିଥାଆନ୍ତି । ତମେ ଯଦି ନିୟମ ପାଳନ କରୁଛ ତେବେ ସମ୍ବିଧାନକୁ ମଧ୍ୟ ମାନୁଛ ବୋଲି ସେ କହିଥିଲେ ।

ଭାରତୀୟ ସମ୍ବିଧାନ ଧାରା ୨୧ର ଗୁରୁତ୍ୱ ସଂପର୍କରେ ଦର୍ଶାଇ ସେ କହିଥିଲେ ଯେ ଏଥିରେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଦର୍ଶାଉଥିବାବେଳେ ଆଇନ୍‌ରେ ଏହାକୁ ବାହାର କରି ନେବାର ବ୍ୟବସ୍ଥା ରହିଛି । ସେହିପରି ଧାରା୧୪ ଏବଂ ଧାରା ୨୧ ମଧ୍ୟ ଜେଲ୍‌ରେ ଥିବା ବିଚାରଧୀନ କଏଦୀ ଏବଂ ଦୋଷୀମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥାଏ ବୋଲି ସେ କହିଥିଲେ ।

ଯଦିଓ ଭାରତୀୟ ଆଇନ ବ୍ୟବସ୍ଥା ଅନ୍ୟ ଦେଶଗୁଡିକରୁ ଉଦ୍ଧୃତ କରାଯାଇଛି । ତେବେ ଏହାର ମହତ୍ୱ ଏବଂ ଗୁରୁତ୍ୱ ଭାରତୀୟ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍‌ଏନ୍‌ଆଇଏଲ୍‌)ର ଡିନ୍ ପ୍ରଫେସର ଏସ୍‌.କେ.ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଅରୁଣ ସାଜିଲେ ସାମ୍ବାଦିକ : ଆରମ୍ଭ ହେଲା ବିଧାନସଭା ବିଚାର

ବିଜେଡି ଶାସନ ସମୟରେ ଲୋକସଭା ଟିଭି ପରି ବିଧାନସଭା ଟିଭି ଆରମ୍ଭ ହୋଇଥିଲା ଓଡିଶା ବିଧାନସଭାରେ l ଏହି ଟିଭି ବିଧାନସଭା ଖବର ସହ ବିଧାୟକ, ମନ୍ତ୍ରୀମାନଙ୍କର ସାକ୍ଷାତକାର ଓ ଖବର ପରିବେଷଣ ଜାରି ରଖିଥିଲା ବିଧାନସଭା ସମାଚାର ଜରିଆରେ l ବିକ୍ରମ ଆରୁଖ ବାଚସ୍ପତି ସମୟରେ କୌଣସି କାରଣ ଯୋଗୁଁ ଏହା ବନ୍ଧ ହୋଇଗଲା l ପରେ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି l ଏହାରି ଭିତରେ ବିଜେପି ସରକାରକୁ 19ମାସ ବିତିଛି l ହେଲେ ବିଧାନସଭା ସମାଚାର କିନ୍ତୁ ବନ୍ଧ ହୋଇଯାଇଛି l ବିଧାନସଭାରେ ଥିବା ସମାଚାର ପ୍ରକୋଷ୍ଠରେ ତାଲା ଝୁଲୁଛି l ଠିକ ଏମିତି ବେଳେ ବିଧାନସଭା କାହିଁକି ବସେ, ବିଧାୟକଙ୍କ ଦାୟିତ୍ୱ କଣ, ବିଧାନସଭାରେ ଶାସକ ଓ ବିରୋଧୀ ଦଳର ଭୂମିକା କଣ? ଲୋକଙ୍କ ଲାଭ କଣ ବିଧାନସଭା ବସିଲେ l ବିଧାନସଭା ବାରମ୍ବାର ମୁଲତବି ହେବା ଓ ଗୃହରେ ଗଠନ ମୂଳକ ଆଲୋଚନା ନହେବା ପରି ଅନେକ ପ୍ରସଙ୍ଗକୁ ବିଜେଡିର ଚତୁର ବରିଷ୍ଠ ବିଧାୟକ ତଥା ଅଭିଜ୍ଞ ପୂର୍ବତନ ମନ୍ତ୍ରୀ ଡ଼.ଅରୁଣ ସାହୁ ରାଜନେତା ଭାବେ ନୁହେଁ ସାମ୍ବାଦିକ ଭୂମିକାରେ ଆସି ଆରମ୍ଭ କରିଛନ୍ତି

 ବିଧାନସଭା ବିଚାର l ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ଅରୁଣଙ୍କ ବିଧାନସଭା ବିଚାର ଏ ନିଆଁରେ ଘିଅ ଢାଳିଛି l ଯାହା ଏବେ ବିଧାନସଭା ଠାରୁ ଚା ଖଟି ଯାଏ ଚର୍ଚ୍ଚା l

ଅରୁଣ ସାହୁ l ଓଡିଶା ରାଜନୀତିର ଚତୁର ରାଜନେତା l ଛାତ୍ର ଜୀବନରୁ ରାଜନୀତିର ଗହନ ପାଠକୁ ଏମିତି ଭାବେ ଅଧ୍ୟୟନ କରିଛନ୍ତି ଯାହା ତାଙ୍କୁ ଆଜି ଓଡିଶା ରାଜନୀତିରେ ଜଣେ ପୋଖତ ରାଜନେତା ଭାବେ ଘରେ ଘରେ ପରିଚିତ କରିଛି l ସବୁବେଳ କିଛି ନୂଆ କରିବାକୁ ଓ ଆଜିର ଵିଧି,ବ୍ୟବସ୍ଥା, ରାଜନୀତିରେ ନୂଆ ବିପ୍ଳବ ଆଣିବାକୁ ଚେଷ୍ଠା ଜାରି ରଖିଛନ୍ତି ଅରୁଣ ସାହୁ l ବିଧାନସଭା ଅଧିବେଶନ ନେଇ ବିଧାୟକ ଅରୁଣ ସାହୁଙ୍କ ବିଧାନସଭା ବିଚାର କି ପରିବର୍ତ୍ତନ ଆଣୁଛି ବିଧାୟକମାନଙ୍କ ମଧ୍ୟରେ ଓ କେତେ ସୂଚନା ଓ ରାଜନୀତିର ଗହନ କଥା ସାମ୍ନାକୁ ଆଣୁଛନ୍ତି ଚତୁର ବିଧାୟକ ଅରୁଣ ସାହୁ ତାକୁ ଓଡିଶାବାସିଙ୍କ ଅପେକ୍ଷା l କିଛି ହେଉ କି ନହେଉ ରାଜନୀତି ବ୍ୟବସ୍ଥାରେ ପରିବର୍ତ୍ତବ ପାଇଁ ନୟାଗଡ଼ ବିଧାୟକଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି l

ବିଧାନସଭାରେ ଚାଷୀ ନିଆଁ : ଚାଲିପାରିଲାନି ଗୃହ

ବିଧାନସଭାରେ ଆଜି ବିଜେଡି ସଦସ୍ୟମାନେ ଧାନ ରଖି ହଟଗୋଳ କରିବା ଯୋଗଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରି ନାହିଁ । ସମାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ ମଧ୍ୟରେ ହଟଗୋଳ କରିଛନ୍ତି ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଧାନର ଅଭାବି ବିକ୍ରି ସଂକ୍ରାନ୍ତରେ ହାତରେ ଫ୍ଲେକ୍ସମାନ ଧରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରିଥିଲେ । ଏହି ସମୟରେ ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ପୁଡା ଧାନ ମୁଣ୍ଡାଇ ଗୃହ ମଧ୍ୟଭାଗକୁ ଆସିବା ସହିତ ଧାନକୁ ସଚିବଙ୍କ ଟେବୁଲ ଉପରେ ରଖି ଦେଇଥିଲେ ।

ଧାନପୁଡା ଖୋଲାଯିବା ପରେ ବିଜେଡି ସଦସ୍ୟ ଡକ୍ଟର ଅରୁଣ କୁମାର ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନକୁ ହାତରେ ଧରି ଉପରକୁ ଟେକି ପ୍ରଦର୍ଶନ କରିଥିଲେ । ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ସରକାର ବିରୋଧି ଧ୍ୱନିମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା । କଗ୍ରେସ ସଦସ୍ୟମାନେ ମଧ୍ୟ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟକୁ ଆସି ଧାନର ଅଭାବି ବିକ୍ରି ନେଇ ପ୍ରଦର୍ଶନ କରିଥିଲେ । ବିଜେଡି ସଦସ୍ୟମାନେ ସବୁଜ ରଙ୍ଗର ଫ୍ଲେକ୍ସ ଧରି ପ୍ରଦର୍ଶନ କରୁଥିବାବେଳେ କଂଗ୍ରେସ ସଦସ୍ୟମାନେ ଧଳା କାଗଜ ଉପରେ ନାଲି ରଙ୍ଗରେ ଲେଖାଥିବା ପ୍ରତିବାଦପତ୍ର ଧରିଥିବା ଦେଖିବାକୁ ମିଳିଥିଲା ।

ବାଚସ୍ପତି ସୁରମା ପାଢୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ । ବିରୋଧି ସଦ୍ୟମାନେ ହଟଗୋଳ ଜାରି ରଖିଥିବାବେଳେ ବାଚସ୍ପତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଉତ୍ତର ରଖିବାକୁ ଡାକିଥିଲେ । ହଟଗୋଳ ମଧ୍ୟରେ ଶ୍ରୀ ସିଂହଦେଓଙ୍କ ଉତ୍ତର ଶୁଣାଯାଉନଥିବାବେଳେ ପ୍ରଶ୍ନକର୍ତ୍ତା ସୁଧିର ରଞ୍ଜନ ପାଟ୍ଟଯୋଶୀ ମଧ୍ୟ ଅତିରିକ୍ତ ପ୍ରଶ୍ନ ପ୍ରଶ୍ନ ପଚାରିଥିଲେ । ତେବେ ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ୧୦ଟା ୩୩ ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି ଧରି ଗୃହ ମଧ୍ୟଭାଗରେ ଆସି ହଟଗୋଳ କରିଥିଲେ । ଶୂନ୍ୟକାଳରେ ଆଲୋଚନା ପାଇଁ ବିରୋଧି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ଶ୍ରୀମତୀ ପାଢୀ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପ୍ରଦର୍ଶନ ଜାରି ରଖିଥିଲେ । ହଟଗୋଳ ମଧ୍ୟରେ ବିଜେପି ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ଆଶ୍ରିତ ପଟ୍ଟନାୟକ ନିଜ ନିଜ ଅଞ୍ଚଳ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ତାହା ଶୁଣାଯାଇନଥିଲା । ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news