ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ…

() ମହାନଦୀ ବେସିନରେ ବନ୍ୟା ସ୍ଥିତି…

{} ବର୍ତ୍ତମାନ 24ଟି ଗେଟ ଖୋଲା ଅଛି । 621.93 ଜଳସ୍ତର । ଇନଫ୍ଲୋ 3 ଲକ୍ଷ, ଆଉଟ ଫ୍ଲୋ 4 ଲକ୍ଷ । ଆସନ୍ତା କଲି ସୁଦ୍ଧା 620.5ରେ ପହଁଚିବାର ଲକ୍ଷ ।

ଆଉ 4ଟି ଗେଟ ବନ୍ଦ ହେବ । 20 ଗେଟ ଖୋଲା ରହିବ । ମୁଂଦୁଳିରେ 9 ଲକ୍ଷ 48 ହଜାର । ଧୀରେ ଧୀରେ କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ମିସୁଚି । ସେଥିପାଇଁ ଧିରେ ଧୀରେ ଖସୁଛି ।

ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା 20 ମିଲି ହୋଇଛି । ବୌଦ୍ଧ ରେ 71.3, ଦେଓଗଡ଼ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ 20 ମିଲି ହାରାହାରି ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି । 19ଟି ବ୍ଲକରେ 40ରୁ 50 ମିଲି ବର୍ଷା ହୋଇଛି । ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ 4ଟି ଗେଟ ବନ୍ଦ ପାଇଁ ନିଷ୍ପତି ହୋଇଛି ।

ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ । 9 ଲକ୍ଷ ତଳକୁ ଗଲେ ପାଣି ଖସିବ ।

2 ଲକ୍ଷ 77 ହଜାର 995 ପ୍ରଭାବିତ ହୋଇଥିଲେ । ଗତକାଲି ସୁଦ୍ଧା 2 ଲକ୍ଷ 43 ହଜାର 343 କୁ ଯୋଗାଇଦିଆଯାଇଛି । 159 ମେଡ଼ିକାଲ କ୍ୟାମ୍ପ, 110 ମୋଵାଇଲ ଟିମ ବୁଲୁଛନ୍ତି ।5ଟି ସାପ କାମୁଡା କେସ ଆସିଛି । 285ଟି କାଟେଲ କ୍ୟାମ୍ପ୍ । 10 ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । 5 ହଜାର 14 ହଜାର 488 ଟୀକା ଦିଆଯାଇଛି । 7ଟି ଜିଲ୍ଲାରେ 231 ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚି ଯାଇଛି ।

ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ ।

ରନ୍ଧା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ 5ଟି ଜିଲ୍ଲାରେ 15 ଦିନ ରିଲିଫ ଦିଆଯିବ । ଅନ୍ୟ 5ଟି ଜିଲ୍ଲାରେ 7 ଦିନ ।

ଗଭୀର ଅବପାତର ରୂପ ନେଇ ଆଗାମୀ 7 – 8 ଘଣ୍ଟା ଭିତରେ ସ୍ଥଳ ଭାଗ ଛୁଇଁବ । ପବନ ରହିବ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର ।

ବାଲେଶ୍ୱର ଭଦ୍ରକରେ ପବନ ହେବ । ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି ।

ଆସନ୍ତାକାଲି 4ଟି ଜିଲ୍ଲା, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼ ଓ ଅନୁଗୁଳରେ ବର୍ଷା ହେବ ।

ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ ।ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା । ହୀରାକୁଦକୁ ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ । କେନ୍ଦୁଝର ଓ ମୟୁରଭଞ୍ଜର 3ଟି ଡ୍ୟାମରୁ ଜଳ ସ୍ତର କମାଯାଉଛି । ଗତକାଲି ଠାରୁ 3 ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି ।

ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି । ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍ ଓ ଏନଡିଆରଏଫ ନିୟୋଜିତ କରାଯିବ । ବାତ୍ୟା ବୋଲି କୁହାଯିବ ନାହିଁ । କିନ୍ତୁ ଆମେ ପ୍ରସ୍ତୁତ ଅଛୁ ।

‘ବତାସୀ ଝଡ’ ଉତ୍ସବ…..

() ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଷ୍ଟାର୍ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ବତାସୀ ଝଡ଼’ । ଆରତୀ ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ଭାରତୀୟ ଚଳଚ୍ଚିତ୍ରର ପ୍ରଖ୍ୟାତ ସଙ୍ଗୀତକାର ସଲୀଲ୍ ଚୌଧୁରୀ ‘ବତାସୀ ଝଡ଼’ ପାଇଁ ସଙ୍ଗୀତ ସଂରଚନା କରିବା ଥିଲା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବିସ୍ମୟକର ସଂଯୋଜନ । ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅକ୍ଷୟ ମହାନ୍ତି (କାଶ୍ୟପ), କାଶୀ ରଥ, ଜୟା, ଅମର ଚୌଧୁରୀ, ମଧୁମିତା, ପୁଷ୍ପା, ରାଧା ପଣ୍ଡା, ରୁନୁ, ପର୍ଶୁ ସୁନ୍ଦରାୟ, ରବି ନାୟକ, ନାରାୟଣ ଶତପଥୀ, ଅଶୋକ ଚକ୍ରବର୍ତ୍ତୀ, ଅବନୀ ରାୟ, କୃଷ୍ଣା, ବନମାଳୀ ପାଣ୍ଡିଆ, ପୂର୍ଣ୍ଣ ମଳିଆ, ବିନାୟକ ମିଶ୍ର, ବାବୁ ରାଉତ, ନୃସିଂହ ନାୟକ, ବାଙ୍କୁ, ଅନୀଲ୍‌, ଭୋଳା, ଭିକାରୀ, ଗୁଣ, ରାଜୁ, ନନ୍ଦ, ବିଜୟ, ରବି, ପୂର୍ଣ୍ଣର୍, ଚିତ୍ତ, ହାଲିବାବୁ, ବୈକୁଣ୍ଠ, ବଳରାମ, ମଞ୍ଜୁ, ମିନତି, ଯଶୋଧାରା, ଲତା, କୁନି ଓ ମାଷ୍ଟର୍ ବାବ୍‌ଲୁ । କଣ୍ଠଦାନ କରିଥିଲେ ୟେସୁ ଦାସ, ହେମଲତା, ସବିତା ଚୌଧୁରୀ ଓ ମହମ୍ମଦ ସିକନ୍ଦର ଆଲାମ୍ । ଗୀତ ରଚନା କରିଥିଲେ ଅତୁଲ ମହାକୁଡ଼ ଓ ରମେଶ ଜେନା ।

ଏହି ଚଳଚ୍ଚିତ୍ରଟି ଦୀର୍ଘ ପଚିଶ ବର୍ଷ ହେଲା କୌଣସି ମାଧ୍ୟମରେ ପ୍ରଦର୍ଶିତ ହୋଇନାହିଁ । ଏହାର ପ୍ରିଂଟ ବିଭିନ୍ନ କାରଣରୁ ନଷ୍ଟ ହୋଇଯାଇଛି ଓ ନେଗେଟିଭ୍ ମଧ୍ୟ ଉପଲବ୍ଧ ନାହିଁ । ତେବେ ଏକମାତ୍ର ସମ୍ବଳ ଏକ ଭିଏଚ୍‌ଏସ୍ କ୍ୟାସେଟ୍‌ରୁ କୌଣସି ପ୍ରକାରେ ପୁନଃ ଉଦ୍ଧାର କରିବାକୁ ଷ୍ଟାର୍ ଫିଲ୍ମସ ଉଦ୍ୟମ କରୁଛି । ‘ବତାସୀ ଝଡ଼’ ପୁନଃ ଉଦ୍ଧାରର ପ୍ରଥମ ପର୍ଯ୍ୟାୟରେ ଏହାର ସୁମଧୁର ଗୀତକୁ ପୁନଃ ନିର୍ମାଣ ପାଇଁ ଷ୍ଟାର୍ ଫିଲ୍ମସ ପ୍ରୟାସ କରିଥିଲା । ଚଳଚ୍ଚିତ୍ରର ମମତାର ବାଲିଘର, ଏ ଲାଖିଯାଏ ଆଖି, ସଙ୍ଗିନୀ ଆ ରଙ୍ଗିନୀ, ବେଦନ ଭରା ଜୀବନ ମୋର, ଝିମିଝିମି ନିଶା ଭରା ଏ ରାତିକୁ ଷ୍ଟାର୍ ଫିଲ୍ମସ ସମକାଳୀନ ଗାୟକ ଗାୟିକା ବିଭୁକିଶୋର, ପମି, ସତ୍ୟଜିତ୍‌, ଅସୀମା, ଅମୃତା ଓ ବିଷ୍ଣୁମୋହନଙ୍କ କଣ୍ଠରେ ଆଉଥରେ ରେକର୍ଡ କରିଛି । ଏହି ଗୀତସବୁର ଲୋକାର୍ପଣ ଉତ୍ସବ ‘ବତାସୀ ଝଡ଼, ସ୍ମୃତି ଉତ୍ସବ’ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି ।

ସିନେ ସମୀକ୍ଷକ ତଥା ଚଳିତ ବର୍ଷ ଜାତୀୟ ଚଳଚିତ୍ର ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଶ୍ରୀ ସୂର୍ଯ୍ୟ ଦେଓ ଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଆୟୋଜିତ କରାଯାଇଥିଲା | ଏହି ଅବସରରେ ‘ବତାସୀ ଝଡ’ ଚଳଚ୍ଚିତ୍ର ଓ ଗୀତ ପୁନଃ ନିର୍ମାଣ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁନଃ ଉଦ୍ଧାର ହୋଇଥିବା ଚଳଚ୍ଚିତ୍ରର ଟାଇଟିଲ କାର୍ଡ ପ୍ରଦର୍ଶିତ ହୋଇଥିଲା । ଚଳଚ୍ଚିତ୍ର ବିବରଣୀ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଉପବାଚସ୍ପତି ତଥା ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦରାଜ, ଅଭିନେତା ତଥା ପୂର୍ବତନ ସାଂସଦ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ,ସ୍ବେଛାସେବୀ ଶ୍ରୀମତୀ ନମ୍ରତା ଚଢ଼ା, ଶ୍ରୀମତୀ ମୃଣାଳିନୀ ପାଢ଼ୀ, ସିନେ ସମୀକ୍ଷକ ଶ୍ରୀ ସୂର୍ଯ୍ୟ ଦେଓ,

ପ୍ରଯୋଜିକା,ଶ୍ରୀମତୀ ଆରତୀ ମହାନ୍ତି, ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ‘ବତାସୀ ଝଡ଼ ‘ ଚଳଚିତ୍ର ସହ ସମ୍ପୃକ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

ପ୍ରଯୋଜିକା ଙ୍କ କନ୍ୟା କାନ୍ତା ମହାନ୍ତି ଓ ଜାମାତା ରାଜେଶ କାନୁନଗୋ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଲୋକଙ୍କ ଭଲ ମନ୍ଦରେ ପ୍ରଣବ ….

0

() ଲୋକଙ୍କ ଭଲ ମନ୍ଦରେ ସବୁବେଳେ ପାହାଡ ଭଳି ଛିଡ଼ା ହୁଅନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ ) । ସବୁବେଳେ ସମସ୍ୟା ଜାଣିବା ମାତ୍ରେ ପ୍ରଣବ କାଳ ବିଳମ୍ବ ନକରି ସେଠାରେ ପହଞ୍ଚିଯାଆନ୍ତି । ଲଗାଣ ବର୍ଷା ଓ ବନ୍ୟାରେ ଯେମିତି କାହାର ଅସୁବିଧା ନହେବ ସେ ଦିଗରେ ସବୁବେଳେ ସଜାଗ । କାରଣ ସେ ନେତା ନୁହେଁ, ନିଜକୁ ତୃଣମୂଳ ସ୍ତରର କର୍ମୀ ଭାବି ସବୁବେଳେ କାମ କରନ୍ତି । ଲଗାଣ ବର୍ଷା ଓ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ପ୍ରଣବ ପୁଣି ଥରେ ତାହା ପ୍ରମାଣିତ କରିଛନ୍ତି ।

ବନ୍ୟା ଯୋଗୁଁ ବୈତରଣୀ ନଦୀର ଶାଖା ନଦୀ କାଣୀରେ ବନ୍ୟା ଆସି ଯାଜପୁର ନିର୍ବାଚନୀ ମଣ୍ଡଳରେ ବିଭିନ୍ନ ପଂଚାୟତ ଜଳମଗ୍ନ ହୋଇଛି । କାଣୀ ନଦୀର ବନ୍ୟା ଯୋଗୁଁ ବ୍ରହ୍ମଚାରୀ ପାଟଣା ନିକଟରେ ୧୦୦ ଫୁଟର ଘାଇ ସୃଷ୍ଟି ହେଲା । ଘାଇ ସୃଷ୍ଟି ହେଉ ହେଉ ଘଟଣା ସ୍ଥଳରେ ପହଞ୍ଚି ପ୍ରଣବ ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ମନରେ ଶକ୍ତି ଓ ସାହସ ଦେଇଥିଲେ । ପାଣି ଟିକେ କମିବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା ଘାଇ ମରାମତି କାମ । ନିଜେ ଗ୍ରାଉଣ୍ଡରେ ରହି ପ୍ରଣବ ଘାଇ ମରାମତି କାମର ତଦାରଖ କଲେ । ସେହିପରି ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସୁରକ୍ଷତ ସ୍ଥାନକୁ ଆଣିବା ସହ ଲୋକେ କିପରି ସମସ୍ୟାରେ ନରହିବେ ସେ ଦିଗରେ ସବୁ ପଦକ୍ଷେପ ନେଲେ । ପୁରା ପ୍ରଶାସନ କଳକୁ ଚଳଞ୍ଚଳର କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଦଳୀୟ କର୍ମୀମାନଙ୍କୁ ଡ଼ାକି ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରିବା ଆହ୍ବାନ ଦେଲେ । ନିଜେ ଦିନରାତି ଏକ କରି ଲୋକଙ୍କ ସେବାରେ ଲାଗିପଡ଼ିଲେ । ବୈତରଣୀ ନଦୀରେ ଜଳସ୍ତର କମିବା ମାତ୍ରେ ସିଧାସଳଖ କେଉଁଠି ପାଣିରେ ପଶି ତ କେଉଁଠି ବାଇକ ଓ ଚାଲିଚାଲି ଲୋକଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ବାଟ କାଢିଥିଲେ । ବିପଦ ସମୟରେ ଘର ଘର ଦୁଆର ମୁହଁରେ ବିଧାୟକଙ୍କୁ ପାଇଁ ଲୋକଙ୍କ ସାହସ ଶହେ ପ୍ରତିଶତ ବଢିଯାଇଥିଲା । ବନ୍ୟାରେ ସୃଷ୍ଟି ହୋଇଥିବା ସମସ୍ୟା ମିଳିତ ସମାଧାନ କରିବାକୁ ସମସ୍ତେ ଲାଗିପଡ଼ିଲେ ।

କେବଳ ଯାଜପୁର କାହିକିଁ , ବନ୍ୟାରେ ପ୍ରଭାବିତ ହୋଇଥିବା ପଡ଼ୋଶୀ ଜିଲ୍ଲାକୁ ଘନଘନ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନର ବାଟ କାଢିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରତିବର୍ଷ ବନ୍ୟା ଓ ବତ୍ୟା ଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହାକୁ ସଫଳତାର ସହ ମୁକାବିଲା କରୁଛି ଓଡ଼ିଶା । ଗ୍ରାଉଣ୍ଡରେ ଲୋକଙ୍କ ସହ ରହି ଲୋକଙ୍କ ସୁଖ ଦୁଃଖର ସାଥୀ ହେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନାରା କେବଳ ନାରା ନୁହଁ ବଂର କାର୍ଯ୍ୟରେ ମଧ୍ୟ ପ୍ରତିପାଦିତ କରି ହେଉଛି ବୋଲି ସେ ଦର୍ଶାଇ ଅଛନ୍ତି।

ବନ୍ୟା ପ୍ରଭାବିତ ୧୦ଟି ଜିଲ୍ଳାରେ ବିଜେଡ଼ି ବିଧାୟକ, ସାଂସଦ, ମନ୍ତ୍ରୀ ଓ କର୍ମୀମାନେ ଯେପରି ଲୋକଙ୍କ ସମସ୍ୟା ସମୟରେ ସାରଥି ହୋଇଛନ୍ତି । କାରଣ ସାଢେ ଚାରିକୋଟି ଓଡ଼ିଶାବାସୀ ବିଜେଡ଼ିର ପରିବାର । ନିର୍ବାଚନ ସମୟରେ ପ୍ରଚାର ପ୍ରସାର ପାଇଁ ନୁହେଁ, ବଂର ଓଡ଼ିଶାବାସୀଙ୍କ ବଳ ସାଜିଥିବା ବିଜେଡ଼ି ସବୁବେଳେ ରାଜ୍ୟବାସୀଙ୍କ ସହ ଅଛି ରହିବ ବୋଲି ଦଳୀୟ ନେତାଏ କହିଛନ୍ତି । ସେଥିପାଇଁ ଶାସକ ଓ ବିରୋଧୀ ଶିବିର ର ନେତା କହୁଛନ୍ତି ସମସ୍ୟା ଯେଉଁଠି ପ୍ରଣବ ସେଇଠି l

୧୫ଦିନରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ….

() ଆକାଶ ମାର୍ଗ ରୁ ମୁଖ୍ୟମନ୍ତ୍ରୀ ଙ୍କ ବନ୍ୟାଞ୍ଚଳ ପରିଦର୍ଶନ

କ୍ଷତିଗ୍ରସ୍ତ ଅଞ୍ଚଳ ରେ ପନ୍ଦର ଦିନ ପାଇଁ ରିଲିଫ ସହାୟତା ଘୋଷଣା।

ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ, ପନ୍ଦର ଦିନ ରେ ସହାୟତା ଯୋଗାଇବାକୁ ନିର୍ଦେଶ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ।ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି। ଖୁରୁଧା , ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କ ରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ 15ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁ ର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।

ବନ୍ୟା ପରିସ୍ଥିତି ର ନେଇ ସୂଚନା ଦେଲେ :ପ୍ରଦୀପ ଜେନା…

() ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ । ମହାନଦୀ କୁ 4 ଲକ୍ଷ 40 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । 6 ଲକ୍ଷ 74 ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ 624.43 ଫୁଟ ରହିଛି ହୀରାକୁଦ ର ଜଳସ୍ତର । ଆଗକୁ ବର୍ଷା ଆସୁଥିବା ରୁ ଆମେ ହୀରାକୁଦ ର ଜଳସ୍ତର 622 ରେ ରଖିବାକୁ ଚେଷ୍ଟା କରିବୁ । ଆଜି ଦିନ 3 ଟା ପରେ ହୀରାକୁଦ ର କିଛି ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯିବ । ପ୍ରାଥମିକ ପର୍ଯ୍ୟାୟରେ 6 ଟି ଗେଟ ବନ୍ଦ କରିବା ପାଇଁ ଆମେ ନିଷ୍ପତ୍ତି ନେବୁ ।

ମୁଣ୍ଡଳୀ ସ୍ଥିତି

ମୁଣ୍ଡୁଳୀ ରେ ଜଳ ସ୍ତର କମିଥିଲା । ବର୍ତ୍ତମାନ 10 ଲକ୍ଷ 26 ହଜାର କୁସେକ ଜଳ ଅତିକ୍ରମ କରୁଛି। ଆମର ଯାହା ଆଶା ଥିଲା ଯେ 10 ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ । କେବଳ କଣାସ କୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲି ଠୁ କୌଣସି ଆଉ ନୂଆ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମ ରେ ମୋଟ 7 ଟି ଘାଇ ହୋଇଛି ।

ଆସୁଥିବା ଲଘୁଚାପ ପାଇଁ କଣ ହେବ ସମସ୍ୟା…

ଲଘୁଚାପ କାରଣ ରୁ 18 ରୁ 20 ଯେଉଁ ବର୍ଷା ହେବାର ରହିଛି । ପାଣି ପାଗ ବିଭାଗ ଆକଳନ ଅନୁଯାୟୀ ଲଘୁଚାପ ଟି ଅବପାତ ର ରୂପ ନେଇପାରେ । ପୂର୍ବ ଅଵପାତ ଯେଉଁ ପାଥ ରେ ଯାଇଥିଲା ସେହି ଅଞ୍ଚଳ ଦେଇ ଏହି ଅଵପାତ ଯିବ । ଏହି ସବୁ ଅଞ୍ଚଳରେ ସାମାନ୍ୟ ରୁ ମଧମ ଧରଣର ବର୍ଷା ହେବାର ଆକଳନ କରାଯାଉଛି । ମହାନଦୀର ଉପର ମୁଣ୍ଡରେ ସର୍ବାଧିକ 50 ମିମି ବର୍ଷା ହେବାର ନେଇ ଆକଳନ କରା ହେଉଛି । ଯଦି ସେତିକି ବର୍ଷା ହୁଏ ତେବେ 5 ଲକ୍ଷ ରୁ 5.50 ଲକ୍ଷ ପର୍ଯ୍ୟନ୍ତ ପାଣି ମହାନଦୀ କୁ ଆସିବ । ଯାହାକୁ ଆମେ ମୁଣ୍ଡଳୀ ରେ ଏହି ଫ୍ଲୋ 7 ରୁ 8 ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରିବୁ । ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମ ରେ ସେପରି ମେଜର ଅସୁବିଧା ଆସିବ ନାହିଁ । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁର କୁ ଆମେ ସତର୍କ କରାଇଛୁ । ତେଣୁ ମୟୁରଭଞ୍ଜ ର ସମସ୍ତ ଜଳଶଯ୍ୟା ଗୁଡିକୁ ଆମେ ଖାଲି କରୁଛୁ ।

ବର୍ତ୍ତମାନ ସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି । ଗଣମାଧ୍ୟମ ଜରିଆରେ ଆଉ ଗୋଟେ ବି ନିଖୋଜ ଖବର ଆସୁଛି । ସେଠି ବି ନିର୍ଦେଶ ଦିଆଯାଇଛି ଅନୁଧ୍ୟାନ କରିବା ପାଇଁ । ମୋଟ ଦୁଇ ଜଣ ନିଖୋଜ ଥିବା ଖବର ଆସୁଛି । ଆମେ ଚେଷ୍ଟ କରୁଛୁ ଯେମିତି ଅଧିକ ଜୀବନ ହାନି ନ ହେବ ।

ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର

ବନ୍ଦ ହୋଇପାରେ ହୀରାକୁଦ ଗେଟ…

() ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ହେବ। ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚିବ। ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ। ହୀରାକୁଦ ଜଳ ପହଂଚିବା ପରେ 10 ଲକ୍ଷ କ୍ୟୁସେକ ଜଳ ସନ୍ଧ୍ୟା ବେଳକୁ ପ୍ରବାହିତ ହେବ। 7ଟି ଘାଇ ହୋଇଛି।

ବିଜୟ ମିଶ୍ର,ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ବନ୍ୟାଞ୍ଚଳ ପରଦର୍ଶନ କରିବେ: ମୁଖ୍ୟମନ୍ତ୍ରୀ..

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।

ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପାଳିତ : ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦେଉ ଗଣମାଧ୍ୟମ”

ଢେଙ୍କାନାଳ: ଦେଶ ସ୍ୱାଧୀନ ସମୟରୁ ଆଜି ଯାଏ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ହୋଇଛି । ନିର୍ଭୀକ ସାମ୍ବାଦିକତା ହିଁ ଭାରତର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ହେଲେ ବର୍ତ୍ତମାନ ସବୁକିଛି ବଦଳିଛି । ଖବରର ବିଷୟବସ୍ତୁ ଓ ମୂଲ୍ୟବୋଧରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏଣୁ ଗଣମାଧ୍ୟମ ବିଷୟବସ୍ତୁ ଓ ମୂଲ୍ୟବୋଧ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ଖ୍ୟାତନାମା ସାମ୍ବାଦିକ ତଥା ସୁଲେଖକ ବିନୋଦ ଭରଦ୍ୱାଜ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସେହିପରି ଆଇଆଇଏମ୍‍ସି ଢେଙ୍କାନାଳର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ‘ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଭାରତରେ ଗଣମାଧ୍ୟମର ପରିବର୍ତ୍ତନୀୟ ରୂପରେଖ’ ଶୀର୍ଷକ ପ୍ରତିଷ୍ଠା ଦିବସ ବକ୍ତବ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତା ଭାବେ ଯୋଗଦେଇ ଶ୍ରୀ ଭରଦ୍ୱାଜ କହିଛନ୍ତି, ସ୍ୱାଧୀନତା ପୂର୍ବରୁ ଖବରକାଗଜଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ୱାଧୀନତା ପ୍ରାପ୍ତି । ଏଥିପାଇଁ ବହୁ ବ୍ୟକ୍ତି ଖବରକାଗଜ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନକୁ ସଂଗଠିତ କରିବା ଲାଗି ପ୍ରଚେଷ୍ଟା କରିଥିଲେ । ତେବେ ସ୍ୱାଧୀନତା ପରେ ଧୀରେ ଧୀରେ ଅଧିକାଂଶ ଗଣମାଧ୍ୟମରେ ବିଷୟବସ୍ତୁ ତା’ର ନୈତିକ ଦିଗ ହରାଇଲା । ସାମ୍ବାଦିକତା ସହ ଯୋଡ଼ି ହୋଇଗଲା ବ୍ୟବସାୟିକ ଓ ରାଜନୈତିକ ମନୋବୃତ୍ତି । ରାଜନୀତି ସହ ସମ୍ପୃକ୍ତ ଅନେକ ଲୋକ ଗଣମାଧ୍ୟମକୁ ଅସ୍ତ୍ର ଭାବେ ବ୍ୟବହାର କରିଲେ । ଆଉ କିଛି ଗଣମାଧ୍ୟମ ବ୍ୟବସାୟକୁ ସବୁଠୁଁ ଅଧିକ ପ୍ରାଧାନ୍ୟ ଦେଲା । ଏମିତି ସ୍ଥିତିରେ ବି ବିଭିନ୍ନ ଆଞ୍ଚଳିକ ଭାଷାର ଖବରକାଗଜରେ ଭଲ ବିଷୟବସ୍ତୁ ରହିଥିଲା । ଅଧିକରୁ ଅଧିକ ପାଠକ ଭାଷାଭିତ୍ତିକ ଖବରକାଗଜ ପଢ଼ିବାକୁ ଲାଗିଲେ । ଆଶା କରାଯାଉଥିଲା କେବଳ ହିନ୍ଦୀ କିମ୍ବା ଇଂରାଜୀ ସମ୍ବାଦପତ୍ର ହିଁ ଅଧକ ଲୋକପ୍ରିୟ ହୋଇପାରିବ । କିନ୍ତୁ ତାହା ହେଲା ନାହିଁ । ବରଂ ପଞ୍ଜାବୀ, ଓଡ଼ିଆ, ଉର୍ଦ୍ଦୁ ପରି ଭାଷାଭିତ୍ତିକ ଖବରକାଗଜର ଆଦୃତି ଅଧିକ ଦେଖିବାକୁ ମିଳିଲା । ଏସବୁ ଭିତରେ ୧୯୭୫ ମସିହାରେ ଜରୁରିକାଳୀନ ସ୍ଥିତି ଭାରତୀୟ ସାମ୍ବାଦିକତାକୁ ଅନେକାଂଶରେ ଦୋହଲେଇ ଦେଇଥିଲା । ପ୍ରେସ୍‍ ଉପରେ କଟକଣା ଲାଗିଲା, ସାମ୍ବାଦିକଙ୍କ ଉପରେ ନଜର ରଖାଗଲା, ସରକାର ବିରୋଧୀ ଖବରର ପ୍ରକାଶନକୁ ନିଷେଧ କରାଗଲା ଇତ୍ୟାଦି । କିନ୍ତୁ ଜରୁରିକାଳୀନ ସ୍ଥିତି ପରଠାରୁ ଅର୍ଥାତ୍‍ ୧୯୭୭ ମସିହାରୁ ବିଭିନ୍ନ ଭାରତୀୟ ଭାଷାରେ ଅନେକ ନୂଆ ପତ୍ରିକା ଆସିଲା ଓ ସେଗୁଡ଼ିକ ଲୋକପ୍ରିୟ ହେବାରେ ଲାଗିଲା । ଖବରକାଗଜର ନୂଆ ପାଠକଙ୍କ ସଂଖ୍ୟା ମଧ୍ୟ ବଢ଼ିଲା । ତେବେ ଧ୍ୟାନର ସହ ଦେଖିଲେ ଗଣମାଧ୍ୟମ କ୍ଷେତ୍ରରେ ସବୁଠୁଁ ବଡ଼ ପରିବର୍ତ୍ତନ ଟେକ୍ନୋଲୋଜି ମାଧ୍ୟମରେ ହୋଇଥିବା ଅନୁଭବ କରାଯାଏ । ଆଧୁନିକ ପ୍ରିଣ୍ଟିଂ ମେସିନ୍‍ ଓ କମ୍ପ୍ୟୁଟରର ପ୍ରୟୋଗ ଖବରକାଗଜ ପ୍ରକାଶନକୁ ସହଜ କରିଦେଲା । ଫଳରେ ଭାଷାଭିତ୍ତିକ ଗଣମାଧ୍ୟମକୁ ବିଜ୍ଞାପନ ମିଳିବାରେ ଲାଗିଲା ଓ ଆୟ ମଧ୍ୟ ଅଧିକ ହେଲା ।

ସେହିପରି ୧୯୯୫ରେ ଇଣ୍ଟରନେଟ୍‍ର ଆଗମନ କେବଳ ଲୋକଙ୍କ ଜୀବନକୁ ସହଜ କରିନଥିଲା ବରଂ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ବେଶ୍‍ କିଛି ପରିବର୍ତ୍ତନ ହୋଇଥିଲା । ସେ ଯାହାହେଉ, କିଛି ବର୍ଷ ହେବ ସାମାଜିକ ଗଣମାଧ୍ୟମରେ ଯେଉଁ ପ୍ରକାର ଖବର ପରିବେଷଣ ହେଉଛି, ଅନେକ ସମୟରେ ସେଥିରେ ପାଠକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏଥିସହିତ ବିଭିନ୍ନ କାରଣରୁ ଗଣମାଧ୍ୟମରେ ଅନେକ ଖବରକୁ ଦବେଇ ଦିଆଯାଉଛି । କିଛି ନ୍ୟସ୍ତସ୍ୱାର୍ଥ ଲୋକ ଗଣମାଧ୍ୟମକୁ ଭୁଲ ଭାବରେ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଗଣମାଧ୍ୟମ ଉପରେ ଲୋକଙ୍କର ଏକ ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ତେବେ ସାମ୍ବାଦିକତା ମାଧ୍ୟମରେ ରାଜନୀତି କରିବା, ନାଁ କମେଇବା କିମ୍ବା ଅର୍ଥ ଉପାର୍ଜନ କରିବା ସାମ୍ବାଦିକତାର ପ୍ରକୃତ ମାନଦଣ୍ଡ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଦେଶକୁ ସ୍ୱାଧୀନ କରିବା ପାଇଁ ଖବରକାଗଜ ବାହାର କରିବା ଏକ ମିଶନ ଥିଲା । ପରବର୍ତ୍ତୀ ସମୟରେ ଏ ଭାବନାରେ ପରିବର୍ତ୍ତନ ହୋଇଥିଲା । ସ୍ୱାଧୀନତା ପରେ ଧୀରେ ଧୀରେ କିଛି ଗଣମାଧ୍ୟମରେ ବିଷୟବସ୍ତୁ ତା’ର ନୈତିକ ଦିଗ ହରାଇଥିଲା । ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସାମ୍ବାଦିକତା ତା’ର ନୈତିକତା ରକ୍ଷା କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି ।

ଏହି ଅବସରରେ ‘ଦେଶୀୟ ଭାଷାର ଆନ୍ତର୍ଜାତିକ ଦଶନ୍ଧି’ ଉପଲକ୍ଷେ ଆଇଆଇଏମ୍‍ସି, ଢେଙ୍କାନାଳ ପକ୍ଷରୁ ‘ଭାଷା, ପରିଚୟ, ସଂସ୍କୃତି’ ଶୀର୍ଷକ ଉପରେ ପ୍ରକାଶିତ ଏକ ମନୋଗ୍ରାଫ୍‍ ଉନ୍ମୋଚିତ ହୋଇଥିଲା । ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡ. ହରିକୃଷ୍ଣ ବେହେରା ।

ସକାଳେ ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ । ଏଥିରେ ସଂସ୍ଥାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ରାଜସ୍ୱ ମନ୍ତ୍ରୀ ଙ୍କ ପ୍ରେସ ମିଟ…

() ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ପ୍ରେସମିଟ।ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ 4ଟି ଘାଇ ହୋଇଛି । 2011 ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ 17 ହଜାର କୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟା କୁ 25 ହଜାର କୁସେକକୁ ଖସିବ । ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳୁ ପହଂଚିବ । ପ୍ରାୟ 9ରୁ 10ଲକ୍ଷ କୁସେକ ପାଣି ପାସ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆଜି ଓଡ୍ରାଫ, NDRF, ଫାୟାର ସର୍ଭିସ ଅତିରିକ୍ତ ଟିମ ପଠାଯାଇଛି ।

ଆସୁଥିବା ବର୍ଷା କୁ ଦେଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର କୁ ସତର୍କ ରହିବା ପାଇଁ କୁହାଯାଇଛି । କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟ ରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପାର୍ଯ୍ୟାପ୍ତ କୀଟ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କୀଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରେସକ୍ୟୁ ଅପରେସନ ଚାଲିଛି।ରନ୍ଧ୍ୟା ଖାଦ୍ୟ ପ୍ରଦାନ କରାଯାଉଛି। ମାଧ୍ୟ୍ୟମ ଧାରଣର ବନ୍ୟା ହୋଇଛି। ଘାଇ ମରାମତି କରାଯାଇଛି।ଘାଳିଆ ମଧ୍ୟ ମରା ଯାଇଛି।

ପ୍ରମିଳା ମଲିକ , ରାଜସ୍ୱ ମନ୍ତ୍ରୀ

ବଢିଲା ଚାଷୀ ପଞ୍ଜିକରଣ ଅବଧି…

() ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ (୨୨.୦୮.୨୦୨୨)ପର୍ଯ୍ୟନ୍ତ ବଢିଲା..

ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ (୨୨.୦୮.୨୦୨୨)ପର୍ଯ୍ୟନ୍ତ ବଢିଲା । ପ୍ରକାଶ ଥାଉକି ଏହି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ଦାଖଲ ହେବାକୁ ଥିଲା । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ବର୍ତମାନ ରାଜ୍ୟ ସରକାର ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ।

ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷୀସମବାୟ ସମିତି ( ପାକ୍ସ,ଲାମ୍ପ୍ସ , ମହିଳା ସ୍ୱୟଂସହାୟକ ଗୋଷ୍ଠି ଓ ପାଣି ପଚାଂୟତ)ରେ ଉକ୍ତ ଅବଧି ମଧ୍ୟରେ ପଞ୍ଜୁକୃତ କରାଇବା ପାଇଁ କୁହାଯାଇଛି ।

ଏ ନେଇ ଖାଦଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news