ହୋଇପାରେ ବନ୍ୟା…

- Advertisement -

()ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା । ପ୍ରବଳ ବନ୍ୟା କୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ 5 ଲକ୍ଷ କ୍ୟୁସେକ ପାଣି ଆସୁଥିବା ରୁ ହୀରାକୁଦ ର 8 ଟି ଗେଟ ବନ୍ଦ କରାଗଲା । ତେଣୁ ମୁଣ୍ଡଳୀ ଦେଇ ଆମେ 11 ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ 621 ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବା ରୁ ଆହୁରି ଏହି ପାଣି ବଢ଼ିବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା…

ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସୂଚନା
ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମ ରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠୁ ଅଧିକ 7 ଟି ବ୍ଲକ ରେ 200 ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । 132 ଟି ବ୍ଲକ ରେ 50 ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦ କୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ 9 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ । ତେଲ ନଦୀରେ ପାଖାପାଖି 5 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ । ପ୍ରବଳ ବନ୍ୟା ହୋଇପାରେ । ହୀରାକୁଦର 8 ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ବୈଠକରେ । ଯାହା ଦ୍ୱାରା ହୀରାକୁଦ ରୁ ବନ୍ୟା ଜଳ ଛାଡିବା କମିଛି । 1 ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ । ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ 11 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ । ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ 12 ଲକ୍ଷ କ୍ୟୁସେକ ପାଣି ହୋଇଯିବ । ମୁଣ୍ଡଳୀରେ ଏବେ 9 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହା କି ଆସନ୍ତା କାଲି 11 ଲକ୍ଷ କ୍ୟୁସେକ ରେ ପହଁଚିବ । ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ ତାହା ବାଦ
ଓଡ୍ରାଫର ଆଉ ଏନଡ଼ିଆରଫ 12 ଟି ଓ ଅଗ୍ନି ଶମ ବିଭାଗର 20 ଟି ଟିମ ଅତିରିକ୍ତ ପଠାଯାଇଛି ।

କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା,କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି । ଆସନ୍ତା 18 ତାରିଖରେ ଆଉ ଏକ ଲଘୁଚାପ ଆସିବ। IMD DG ଙ୍କ ସହ ଆଲୋଚନା ହୋଇଛି। ତାହାର ଏତେ ପ୍ରଭାବ ରହିବ ନାହିଁ

ପ୍ରଦୀପ କୁମାର ଯୋଜନା, ସ୍ୱତନ୍ତ୍ର ରିଲିଫ କମିଶନର

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles