() ଏଥର ଯୁକ୍ତ ଦୁଇ ରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗଣ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା। ଜୁନ ୧୮ ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା। ଫଳ ରେ ପିଲାମାନେ ଚିନ୍ତାରେ ଥିଲେ। ଏନେଇ ଓଟିଭି ରେ ଅଗଷ୍ଟ ୧୪ ରେ ଖବର ପ୍ରସାରଣ ହୋଇଥିଲା ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା। ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ। CHSE ପରୀକ୍ଷା ଡେଟ ଘୋଷଣା କରିବ।
ସରଗରମ ହୋଇଛି ରାଜ୍ୟ ରାଜନୀତି…
() ଏନଡିଏରେ ସାମିଲ ପାଇଁ ବିଜେଡିକୁ ଆହ୍ବାନ ନେଇ ରାମଦାସ ଆଠୱାଲେଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ରାଜନୀତି ସରଗରମ।
ବିଜେଡି ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରାଧିକୃତ କରିଥିବେ ମୁଁ ଜାଣିନାହିଁ । ସେ ଥଟା ମଜାରେ ଅନେକ କଥା କୁହନ୍ତି। କହୁ କହୁ କହି ଦେଇଥିବେ। ବିଜେଡିର ସ୍ୱତନ୍ତ୍ରତା ରହିଛି। ସବୁ ନିଷ୍ପତି ସୁପ୍ରିମୋ ନବୀନ ପଟ୍ଟନାୟକ ନିଅନ୍ତି। ସେ ହିଁ ସବୁ ନିର୍ଧାରଣ କରିବେ।
ବିଭିନ୍ନ ବିଲ ରେ ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା…..
ସଂଘୀୟ ବ୍ୟବସ୍ଥା ରେ ରାଜ୍ୟର ହକ ପାଇଁ ଉଚିତ୍ ବିଲ କୁ ସମର୍ଥନ କରିଛି ବିଜେଡି। ତା ମାନେ ନୁହେଁ ବିଜେଡ଼ି ଏନଡିଏ ର ଅଂଶ। ଅତୀତରେ ଅଂଶ ଥିଲୁ। କିନ୍ତୁ କେନ୍ଦ୍ରରେ ଏନଡିଏରେ ସରକାର ଅଛି। ତେଣୁ ସଂଘୀୟ ବ୍ୟବସ୍ଥାରେ ଯେମିତି ସମ୍ପର୍କ ରହିବା କଥା ଓ ଯେଉଁଟା କରଣୀୟ ତାହା ବିଚାର ବିମର୍ଶ କରୁଛି ବିଜେଡି। କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ଅନ୍ୟ ବିରୋଧୀମାନେ କହୁଥିଲେ। ଆମର ମେଣ୍ଟ ବିକାଶ ପାଇଁ। ମେଣ୍ଟ ବିସର୍ଜନ ପାଇ ନୁହେଁ। କୌଣସି ବିଧି ଵଧ ମେଣ୍ଟ ନୁହେଁ। ଆଞ୍ଚଲିକ ଦଳ ଭାବେ ବିଜେଡି ଦୂରତା ରଖି ଆସିଛି। ରାଜନୀତିରେ ବାଦିପାଲା ଚାଲିବ।
ଦେବୀ ମିଶ୍ର,ବରିଷ୍ଠ ବିଜେଡି ପର୍ଯ୍ୟବେକ୍ଷକ
ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି..
{} ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ।
ଅଧୁନା ବନ୍ୟା ପରିସ୍ଥିତି ମନୁଷ୍ୟକୃତ-ଶରତ ପଟ୍ଟନାୟକ।
() ସାରା ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ଏହି ମନୁଷ୍ୟକୃତ ପ୍ରଳୟଙ୍କାରି ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି।ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ମହାନଦୀ ଓ ତାର ଶାଖାନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠୁଁ ଆରମ୍ଭ କରି ବୃଦ୍ଧ,ବୃଦ୍ଧା, ଗାଈଗୋରୁ,ଛେଳି,ମେଣ୍ଢା ଆଦି ସମସ୍ତେ ଜଳବନ୍ଦୀ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି।ବନ୍ୟା ପରିଚାଳନାରେ ଘୋର ତ୍ରୁଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ବିଶେଷ କରି ବାଲେଶ୍ୱର ଜିଲ୍ଲାର ର ଅଧିକାଂଶ ଅଞ୍ଚଳର ଗରିବ ଲୋଜମାନେ ୩ ଦିନ ଧରି ଜଳବନ୍ଦୀ ହୋଇ ରହୁଛନ୍ତି।କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଁଚି ପାରିନାହାନ୍ତି କିମ୍ବା ରନ୍ଧାଖାଦ୍ୟ, ସୁଖିଲାଖାଦ୍ୟ, ପାଲ,ପିଇବାପାଣି,ହାଲୋଜେନ ବଟିକା ପହଞ୍ଚି ପାରି ନାହିଁ ଯାହାକି ୨୨ ବର୍ଷର ସରକାରଙ୍କ ଦକ୍ଷତା ଓ ବନ୍ୟାଦୁର୍ଗତଃ ପାଇଁ ତାଙ୍କର ନିଷ୍ଠା ଓ ପାରିବାପାଣିଆକୁ ସୁଚାଉଛି।ହଜାର ହଜାର ହେକ୍ଟର ଧାନ ଚାଷ ଜମି,ପରିବା ଚାଷ ଜମି ଓ ପାନ ବରଜ ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଉଯାଇଛି।ରାଜ୍ୟ ସରଜାର ଜିରୋ କାଜୁଆଲଟି କଥା କେବଳ ଗଣମାଧ୍ୟମ ରେ କହୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧୁକ ଲୋକ ବନ୍ୟାରେ କାନ୍ଥ ଭୁଶୁଡିବା ଏବଂ ବନ୍ୟାଜଳରେ ଭାସି ମୃତ୍ୟୁ ବରଣ କରିଛନ୍ତି।
ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ,ଜଳେଶ୍ୱର,ଭୋଗରାଇ,ବସ୍ତା ଆଦି ଅଞ୍ଚଳର ବନ୍ୟା ବିପନ୍ନ ଙ୍କୁ ଭେଟିଛନ୍ତି।ବାଲେଶ୍ୱର ସାଂସଦପାର୍ଥି ଶ୍ରୀ ନବଜ୍ୟୋତି ପଟ୍ଟନାୟକ,ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି ତତ୍ୱବାଧାନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟପ୍ରାପିଡ଼ିତଙ୍କୁ ସୁଖିଲାଖାଦ୍ୟ,ହାଲୋଜେନ ବଟିକା,ପିଇବା ପାଣି,ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ।ରାଜ୍ୟ ସରକାରଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରି କହିଛନ୍ତି। ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ବନ୍ୟାଞ୍ଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶୃତି ଦେଇ ସାଧାରଣ ଜନତାଙ୍କୁ ପ୍ରତାରଣା କରିଚାଲିଛନ୍ତି।ଯାହା ଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି।ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ । ଯଦି କଂଗ୍ରେସ ରାଜ୍ୟରେ ୨୦୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାହାଘର ବେଳେ ବାଇଗଣ ରୋଇଲା ପରି ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ଯାହା କରୁଛନ୍ତି ତାହା ନ କହିବା ଭଲ।ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା, ବିଜୁ ପକ୍କା ଘର ଯୋଜନା ଇତ୍ୟାଦି କଲେ କିନ୍ତୁ ଆଜି ହଜାର ହଜାର ଲୋକ ମାଟିଘରେ ଅଛନ୍ତି ତେଣୁ ଏହି ଯୋଜନାରେ ପ୍ରକୁତ ହିତାଧିକାରୀଙ୍କୁ କାହିଁକି ବାଦ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଏ ରାଜ୍ୟ ସରକାର କେବଳ ଭୋଟ ହାତେଇବା ପାଇଁ ଯୋଜନା ଗୁଡିକ ଘୋଷଣା କରୁଛନ୍ତି ।ହଜାର ହଜାର କୋଟି ଟଙ୍କା ନଦୀବନ୍ଧ ସୁରକ୍ଷା ଓ ମରାମତି ପାଇଁ ଖର୍ଛ କରାଯାଉଛି।କିନ୍ତୁ ଏତେ ଘାଇ କାହିଁକି ହେଲା ।ମୁଖ୍ୟମନ୍ତ୍ରୀ କେବଳ କାଚଘରେ ବସି ଏବଂ ଆକାଶ ମାର୍ଗରେ ଯାଇ ବନ୍ୟା ଅଞ୍ଚଳ ବୁଲି ଆସିଲେ ବନ୍ୟାଦୁର୍ଗତଃ ଙ୍କ ଦୁଃଖ ସରିବ ନାହିଁ।
ତେଣୁ ବନ୍ୟା ଦୁର୍ଗତିଙ୍କ କଥା ସରକାର ଅଗ୍ରାଧିକାର ଭିତ୍ତିରେ ବୁଝନ୍ତୁ ଏବଂ ଆବଶ୍ୟକ ରିଲିଫ ସାମଗ୍ରୀ ତୁରନ୍ତ ଯୋଗାଇବା ସହ ହାଲୋଜେନ ବଟିକା ଯୋଗାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଅର୍ଥ ସହାୟତା ରାଶି ପ୍ରଦାନ କରିବା ପାଇଁ ଆସନ୍ତା ଚାଷ ପାଇଁ ବିହନ ,ସାର ବିନାମୂଲ୍ୟରେ ପ୍ରଦାନ କରନ୍ତୁ।ନଦୀରେ ସୃଷ୍ଟି ହୋଉଥିବା ଘାଇକୁ ତୁରନ୍ତ ମରାମତି କରଯାଉ। ଏ ସମୟରେ ବନ୍ୟା ଅଞ୍ଚଳରେ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ସଂଜୀବ ଗିରି,ବିଧାୟକ ପାର୍ଥି ସୁଦର୍ଶନ ଦାଶ,ସତ୍ୟ ସୁନ୍ଦର ଦାଶ,ବିଜନ ନାୟକ ପ୍ରମୁଖ ବହୁ କଂଗ୍ରେସ ଛାତ୍ର,ଯୁବ,ମହିଳା ନେତୃବୃନ୍ଦ ବ କର୍ମୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।
କଳା ବାଜରୀ ଙ୍କୁ ଛାଟ…
() ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ଓ କଳାବଜାରୀଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସତର୍କ କରି ଦେଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଅସାଧୁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖି କଳାବାରୀ ନକରନ୍ତି ସେ ନେଇ ସତର୍କ ଦୃଷ୍ଟି ରଖିବା ସହିତ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଯାଂଚ ଓ ଚଢାଉ କରିବାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ରଲେଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।
ଏଠାରେ ଉଲଲ୍ଲେନୀୟ କି ସାଧାରଣତଃ ବନ୍ୟା , ବାତ୍ୟା ଭଳି ପ୍ରକୃତିକ ବିପର୍ଯୟ ସମୟରେ କେତେକ ଅସାଧୁ ମୁନାଫାଖୋର ବ୍ୟବସାୟୀ ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ଥାଆନ୍ତି । ସେମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦରରେ ବିକ୍ରି କରଥାନ୍ତି । ଏହି ପରିପ୍ରେକ୍ଷୀରେ ବନ୍ୟା ଜନିତ ପରିସ୍ଥିତିରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ସୁବର୍ଣ୍ଣରେଖା ରେ ବଡ଼ ବନ୍ୟା..
() ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ,
ସୁବର୍ଣ୍ଣରେଖା ରେ ବଡ଼ ବନ୍ୟା ।
{} ଝାଡ଼ଖଣ୍ଡର ଗାଲୁଢ଼ି ବ୍ୟାରେଜ ରେ 6 ଲକ୍ଷ କ୍ୟୁସେକ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା 6 ଲକ୍ଷ କ୍ୟୁସେକ ପାଣି ଆସୁଛି । ସୁବର୍ଣ୍ଣରେଖା ଅଵବାହିକା ରେ ପ୍ରବଳ ବନ୍ୟା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ ର କିଛି ସ୍ଥାନ, ବାଲେଶ୍ଵର ର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ । ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡ଼ିଆରଏଫ । 40 ଟି ଅପରେସନ ଟିମ ରହିବ ବାଲେଶ୍ଵର ଜିଲ୍ଲାରେ । ବର୍ତ୍ତମାନ ଆମେ ରେଶକ୍ୟୁ କାର୍ଯ୍ୟ ରେ ଲାଗିଛୁ ଏହା ପରେ ରିଲିଫ କାର୍ଯ୍ୟ କୁ ଯିବୁ । 2008 ଠୁ ବି ବଡ଼ ବନ୍ୟା ସୁବର୍ଣ୍ଣରେଖା ଅଵବାହିକା ରେ ହେବାକୁ ଯାଉଛି। ତେଣୁ ମନ୍ତ୍ରୀ ପ୍ରତାପ ଦେବ ଙ୍କୁ ରାଜ୍ୟ ସରକାର ପଠାଇଛନ୍ତି ସେହି ଅଞ୍ଚଳକୁ । ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ନେଇ ସ୍ଥିତି ର ମୁକାବିଲା ଦିଗରେ କାମ କରୁଛନ୍ତି ।
ବାଲେଶ୍ଵର ଜିଲ୍ଲାରେ ଅପରାହ୍ନ ରୁ ଜଣା ପଡ଼ିବ ବନ୍ୟାର ପ୍ରକୋପ।ଏହି ପିକ ଫ୍ଲଡ଼ର ପ୍ରଭାବ ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ ।
ବର୍ତ୍ତମାନ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରି ନାହିଁ । ଏବଂ କିଛି ସ୍ଥାନରେ ପାଣି ଖସିବା ଆରମ୍ଭ କରିଛି । ତେଣୁ ବୁଢ଼ାବଳଙ୍ଗ ରେ କିଛି ସେପରି ସ୍ଥିତି ହେବ ନାହିଁ ।
ବୈତରଣୀ ବିପଦ ସଙ୍କେତ ଥୁ ଗୋଟିଏ ମିଟର ଅଧିକ ପାଣି ଅତିକ୍ରମ କରୁଛି । ଆଖୁଆପଦା ଠାରେ କିଛି ସମୟ ପରେ ପାଣି ଖସିବା ଆରମ୍ଭ ହେବ। କାଣି ନଦୀ ରେ ହୋଇଥିବା ଘାଇ ମରାମତି ହୋଇ ପାରିନ ଥିଲା ପୁଣି ଆସିବା ରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି । ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକ କୁ ଆଲର୍ଟ ରେ ରଖିଛୁ ।
ମହାନଦୀ 1 ଲକ୍ଷ 35 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏବଂ 1 ଲକ୍ଷ 6 ହଜାର ଛାଡୁଛୁ । 621.08 ରହିଛି ହୀରାକୁଦ ର ଜଳସ୍ତର । ତେବେ ଆସନ୍ତା କାଲି ମଧ୍ୟ ପାଣି ଅଧିକ ଆସିବାର ସମ୍ଭାବନା ନାହିଁ ।
ତେଲ ନଦୀ ରେ 2 ଲକ୍ଷ 66 ହଜାର ପାଣି ଆସୁଛି । ଖାଇରମାଲ ଠାରେ 4 ଲକ୍ଷ 56 ହଜାର କ୍ୟୁସେକ ପାଣି ରହିଛି । ଏହା ମୁଣ୍ଡଳୀ ରେ 5 ଲକ୍ଷ ରୁ 5.50 ହଜାର କ୍ୟୁସେକ ହେବ । ଆମେ ଚାହୁନାହୁଁ ଯେ ମୁଣ୍ଡଳୀରେ ଅଧିକ କ୍ୟୁସେକ ପାଣି ପାସ କରୁ । ଏଥର ମୁଣ୍ଡଳୀ ରେ ବହୁତ ସ୍ଲୋ ପାଣି ଖସୁଛି । ବର୍ତ୍ତମାନ ବି 8 ଲକ୍ଷ କ୍ୟୁସେକ ରୁ ଅଧିକ ପାଣି ପାସ କରୁଛି ।
ବ୍ରାହ୍ମଣୀ ଉପରେ ତୀକ୍ଷଣ ନଜର ରଖାଯାଇଛି।
ବିଜେପିର ସାମ୍ବାଦିକ ସମ୍ମିଳନୀ…
() ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ମହାନଦୀ ସିଷ୍ଟମ ରେ ଆସିବା ଥିବା ମନୁଷ୍ୟକୃତ । ରାଜ୍ୟ ସରକାରଙ୍କ ବନ୍ୟା ପରିଚଳନା ରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କର ଅବହେଳା ଓ ଦାୟିତ୍ବ ହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଛତିଶଗଡ଼ ସହ ସମନ୍ୱୟ ର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୂଲ କର୍ଭ ର ଉଲଘଂନ ଏବଂ ବନ୍ଧ ବାଡ଼ ର ସଠିକ ସମୟରେ ମରାମତି ନ କରାଯିବା କରଣରୁ ଏଭଳି ସ୍ଥିତି ସୃଷ୍ଟି ହେଲା । ଯାହା ଦ୍ୱାରା ଧନ ଜୀବନ ନଷ୍ଟ ହେବା ବ୍ୟାପକ ଫସଲ ହାନି ହୋଇଛି । କଚ୍ଚା ଘର ବି ଅନେକ ଭାଙ୍ଗିଛି । ଏପରିକି ପ୍ରଶାସନ ପଲିଥିନ ଖଣ୍ଡିଏ ବି ଯୋଗାଇ ଦିଆ ଯାଇ ନାହିଁ। ବନ୍ୟା ଆସିବାର 4 ଦିନ ପର୍ଯ୍ୟନ୍ତ ରିଲିଫ ଅପରେସନ ହେଲା ନାହିଁ । ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ ବି ଦିଆ ଯାଇନଥିଲା । ଲୋକଙ୍କୁ କେବଳ ଭଗବାନ ଭରଷା ରେ ଛାଡି ଦିଆଗଲା । ଦାୟିତ୍ୱ ହୀନ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ । ଏହା ସହ ବନ୍ୟା ସ୍ଥିତି ମୁକାବିଲା ଲାଗି ସ୍ଥାୟୀ ପ୍ରତିକାର ଏବଂ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ହେଉ ।
ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସମ୍ପାଦକ, ବିଜେପି
ବନ୍ୟାରେ ଫସଲର ସ୍ଥିତି…
() ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତିର ଆଜି କୃଷି ଭବନ ଠାରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କଲି ।
ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଫସଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲି। ପ୍ରଭାବିତ ଚାଷୀଙ୍କ ଫସଲର ବିକଳ୍ପ ବ୍ୟବସ୍ଥା ଏବଂ ପ୍ରଭାବିତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ସୁରକ୍ଷା ଦିଗରେ କ୍ଷେତ୍ରଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲି।
ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସିଡ଼ିଭିଓ ଓ ଡ଼ିଏଫଓମାନେ ଭିଡିଓ କନଫରେନିସିଙ୍ଗ ମାଧ୍ୟମରେ ଯୋଗ ଦେଇଥିଲେ।
ସଚେତନତା ସପ୍ତାହ ପାଳନ କଲା ସୋଆ….
{} ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ…
() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଆଇଏଏସ୍, ସୋଆ ଏନ୍ଏସ୍ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆପିକଲ୍ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଏକ ସଚେତନତା ର୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ରେସିଡେନ୍ସ ୱେଲ୍ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍ସ ଫୋରମ୍ର କର୍ମକର୍ତାମାନେ ଏକତ୍ରିତ ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ । ସରସ୍ୱତୀ ବିଦ୍ୟା ମନ୍ଦିର ନିକଟରେ ର୍ୟାଲି ଶେଷ ହୋଇଥିଲା । ଏହି ଅବସରରେ ଆଇଏଏସ୍ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଅନିଷ୍ଟକାରୀ ଘାସର ହାନିକାରକ ପ୍ରଭାବ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନା, କୁମାର ସମ୍ଭବ ଗିରି, ଶ୍ୱେତା ରଥ, ଶୁଭମ ଆଚାର୍ଯ୍ୟ, ରାକେଶ ରୋଶନ ଶତପଥୀ, ସନ୍ଦିପ ସିଂ, ରାଜୀବ ବେହେରା, ଦିପ୍ତନୁ ଦତ, ସିଦ୍ଧାର୍ଥ ପଣ୍ଡା ଏବଂ ଚନ୍ମୟୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଛତାବରରେ ମଧ୍ୟ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଚାଷୀମାନଙ୍କ ଗହଣରେ ପାଳନ କରାଯାଇଛି । ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି ସଂଯୋଜକ ଏବଂ ଡକ୍ଟର ଶୁଭପ୍ରଦ ଦାସ ସହ-ସଂଯୋଜକ ଭାବେ ପରିଚାଳନା କରିଥିଲେ ।
ଆସନ୍ତା ୨୨ ତାରିଖ ଦିନ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ…
() ଅଵପାତର ପ୍ରଭାବ ରେ ମୟୁରଭଞ୍ଜ ଓ ବାଲେଶ୍ଵର ରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡ ରେ ବି ପ୍ରଭଲ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ 7 ଟି ଗେଟ ଖୋଲିଛନ୍ତି। ସେଠାରୁ 1 ଲକ୍ଷ 5 ହଜାର କ୍ୟୁସେକ ପାଣି ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖା ରେ ଜଳସ୍ତର ବଢ଼ିବ। ମାତ୍ର ବନ୍ୟା ସମ୍ଭାବନା କମ । ସେହିପରି ବୁଢ଼ାବଳଙ୍ଗ ରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀ ରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି 3 ଜିଲ୍ଲାରେ 4 ଜଣ ଙ୍କ ର ମୃତ୍ୟୁ ହୋଇଛି । ବାଲେଶ୍ଵର 1,ମୟୁରଭଞ୍ଜ 2,କେନ୍ଦୁଝର 1 ।
ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡ ରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ରେ ହୋଇଛି । ଯାହାର ପ୍ରଭାବ ରେ ତେଲ ନଦୀ ରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ 7.50 ହଜାର କ୍ୟୁସେକ ପାଣି ପାସ କରିବ । ଏହା 36 ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବିନି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଗାଁ ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟା କୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦ ର ଏବେ 6 ଟି ଗେଟ ବନ୍ଦ କରାଯାଇଛି । 4 ଟି ଗେଟ ଖୋଲା ରହିଛି ।
ପ୍ରଦୀପ ଜେନା , ସ୍ୱତନ୍ତ୍ର ରିଲିଫ କମିଶନର
2024ରେ ଓଡ଼ିଶାରେ ବିଜେଡି ସରକାର :ସୌମ୍ୟ ପଟ୍ଟନାୟକ
() ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡ଼ିବ । ନିର୍ବାଚନ ଜିତି କ୍ଷମତାକୁ ନଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ । ସ୍ୱାଭାବିକ ଭାବେ ସଂଗଠନକୁ ସୁଦୃଢ କରି ନିର୍ବାଚନକୁ ଯିବା ଏକ ରାଜନୈତିକ ଦଳର ସର୍ବାଧିକ ପ୍ରାଥମିକତା ରହୁଛି ।ଲୋକଙ୍କ ସମର୍ଥନ ହାସଲ କରିବାକୁ ପଡେ । ସଂଗଠନ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯାବତୀୟ କୌଶଳ ହାତକୁ ନିଆଯାଏ । ପ୍ରଭାରୀ ପରିବର୍ତ୍ତନ, ପର୍ଯ୍ୟବେକ୍ଷକ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା ।
ଯେଉଁ ଦଳ ଅମାନତ ହରାଇଛି, ସେମାନେ କ୍ଷମତାକୁ ଆସିବେ ବୋଲି କହୁଛନ୍ତି । ଆମେ ଲଗାତାର 5 ଥର କ୍ଷମତାକୁ ଆସିଛୁ । ଷଷ୍ଠ ଥର ଲାଗି ଉଦ୍ୟମ କରୁଛୁ ।ନବୀନ ବାବୁଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ ଓ ସମର୍ଥନ ଆଉ କାହାକୁ ମିଳିନାହିଁ । 2024 ରେ ମଧ୍ୟ ମିଳିବ । ମୋତେ 9 ଟା ଜିଲ୍ଲାର ଦାଇତ୍ୱ ଦିଆଯାଇଥିଲା । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟସ୍ତ ଥିଲେ । ସମୟ ଦେଇପାରିନାହିଁ । ମୋ ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାଇତ୍ୱ ଦିଆଯିବ, ଗ୍ରହଣ କରିବି ।














