୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

() ୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଜାତୀୟ ପତାକା ତିଆରି ପରି ଗୁରୁ ଦାୟିତ୍ୱ ଅର୍ପଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମିଶନ ଶକ୍ତି ମା ମାନେ।

{}   ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

ଜନସେବାର ରୌପ୍ୟ ଜୟନ୍ତୀ : ବିଜେଡିର ବର୍ଷେବ୍ୟାପୀ କାର୍ଯ୍ୟକ୍ରମ ..

()୧୯୯୭ ରୁ ୨୦୨୨ । ଦୀର୍ଘ ୨୫ ବର୍ଷ ଜନସେବାରେ । ୨୦୦୦ ମସିହାରେ ନବୀନଙ୍କ ହାତରେ ରାଜ୍ୟବାସୀ ଶାସକ ଡ଼ୋରୀ ନିଜର ଆର୍ଶୀବାଦରେ ଧରାଇଦେଲେ । ଆଉ ତାପରେ ଓଡ଼ିଶାରେ ଆରମ୍ଭ ହେଲା ବିକାଶର ନୂଆ ଅଧ୍ୟାୟ । ଦେଶରେ କାହିକିଁ ପୁରା ବିଶ୍ବରେ ଓଡ଼ିଶାର ସୃଷ୍ଟି ହେଲା ସ୍ବତନ୍ତ୍ର ପରିଚୟ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହେଲା ଓଡ଼ିଶା । ନବୀନଙ୍କ ଲମ୍ବା ସମୟର ସ୍ଥିର ସରକାର ଏସବୁ ସଫଳତା ଆଣିଦେଲା । ଭାରତ ରାଜନୀତିରେ ଏକ ନୂଆ ଅଧ୍ୟାୟ ବି ଆରମ୍ଭ କଲେ ନବୀନ । ପ୍ରତ୍ୟେକ ନିର୍ବାଚନରେ ବିଜୁ ଜନତା ଦଳର ଭୋଟହାର ବୃଦ୍ଧି ପାଇବା ସହ ନବୀନଙ୍କ ଲୋକପ୍ରିୟତା ବି ବଢିବଢି ଚାଲିଲା । ଖାସ ସେଥିପାଇଁ ୨୨ ବର୍ଷ ଧରି ଓଡ଼ିଶାର ପ୍ରିୟ ଦଳ ସାଜିଛି ବିଜୁ ଜନତା ଦଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ବଜାୟ ରଖିଛନ୍ତି । ଏସବୁ ସମ୍ଭବ ହୋଇଛି କେବଳ ଜନସେବା ପାଇଁ । ଦୀର୍ଘ ୨୫ ବର୍ଷର ଜନସେବା ଭିତରେ ୫ଟି ସାଧାରଣ ନିର୍ବାଚନକୁ ସାମ୍ନା କରିଛନ୍ତି ନବୀନ । ଲଗାତର ପଞ୍ଚମ ଥର ପାଇଁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଆସନରେ ନବୀନଙ୍କୁ ବସାଇଛନ୍ତି । ଜନସେବାରେ ମୁଖ୍ୟମନ୍ତ୍ରୀଙ୍କ ସାଧନା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ । ତାହା ପୁଣି ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଦିବସ ପାଳନ ବର୍ଷରେ । ଆଉ ଏହି ୨୫ ବର୍ଷ ଜନସେବାକୁ ସ୍ମରଣୀୟ କରିବା ପାଇଁ ଦଳ ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି । ଖାସ ଏଥିଲାଗିତ ବର୍ଷ ତମାମ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ ।

ବ୍ୟାପକ ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଦଳ ଓ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଂଗଠନକୁ ଚଳଚଞ୍ଚଳ କରିବା ପାଇଁ ଲମ୍ବା ରଣନୀତି ପ୍ରସ୍ତୁତ କରିଛନ୍ତି । ଅକ୍ବୋବର ୨ ତାରିଖରେ ପ୍ରତ୍ୟେକ ନିର୍ବାଚନୀ ମଣ୍ଡଳୀରେ ମାସେ ଧରି ପଦଯାତ୍ରା କରି ରାଜ୍ୟ ସରକାରଙ୍କ ସଫଳତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଘରେ ଘରେ ପହଞ୍ଚାଇବା, ଡ଼ିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ଦିବସରେ ନୂଆ ସଂକ୍ଳପ ନେବା, ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ କୁ ଦଳୀୟ କାର୍ଯ୍ୟକ୍ରମର ଲମ୍ବା ଖସଡ଼ା ପ୍ରସ୍ତୁତ , ଏହାପରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ଜୋରଦାର କରିବା ପରି ଅନେକ କାର୍ଯ୍ୟକ୍ରମ ନେଇ ଦଳ ଭିତରେ ମାନସ ମଂଥନ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ସଫଳ କରିବାର ଗୁରୁଦାୟିତ୍ବ ଦିଆଯାଇଛି ପ୍ରତ୍ୟେକ ବିଜେଡ଼ି କର୍ମୀ ଓ ନେତାଙ୍କୁ । ଏହାଛଡ଼ା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନିତ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଯେଉଁଥି ପାଇଁ ଦଳର ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରେ ନୂଆ ରୂପ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ । ଏନେଇ ପର୍ଯ୍ୟାୟ କ୍ରମେ ବିଧାୟକ, ସାଂସଦ, ମନ୍ତ୍ରୀ, ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନର ମଙ୍ଗୁଆଳଙ୍କୁ ନେଇ ବିଭିନ୍ନ ସମୟରେ ବୈଠକ କରାଯାଇ ମାନସ ମଂଥନ କରାଯାଉଛି । 

ଏହାରି ଭିତରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଦଳ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ କରିଛି । ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ବଡ଼ ବିଜୟ ବ୍ୟବଧାନରେ ଜିତାଇବା ପାଇଁ ମଧ୍ୟ ଦଳ ଭିତରେ ଲମ୍ବା ଏଜେଣ୍ଡା ପ୍ରସ୍ତୁତ କରାଯାଇ ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଦୁଇ ବିରୋଧି ବିଜେପି ଓ କଂଗ୍ରେସର ରାଜନୈତିକ କାର୍ଯ୍ୟକଳାପ ଉପରେ ଦଳ ତୀକ୍ଷ୍ଣ ନଜର ରଖିବା ସହ ବିରୋଧି ସରକାର ବିରୋଧରେ କରୁଥିବା ମିଥ୍ୟା ପ୍ରଚାରକୁ ରୋକ ଲଗାଥବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନ ନୁହେଁ, ଜନସେବା ପାଇଁ ବିଜେଡ଼ି ଏବେ ଏକ ରାଜନୈତକ ଦଳ ନୁହେଁ ବଂର ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆଉ ଏସବୁ ପାଇଁ ଦଳ ଜନସେବାର ରୌପ୍ୟ ଜୟନ୍ତି ପାଳନ କରିବାକୁ ଯାଉଛି ।

ଜନ ନାୟକଙ୍କ ଜନସେବା ଆହ୍ବାନ : ସମ୍ବର୍ଦ୍ଧନା ପରେ ସଫେଇରେ ନବୀନ ବ୍ରିଗେଡ

୧୯୯୭ ରୁ ୨୦୨୨ । ଦୀର୍ଘ ୨୫ ବର୍ଷ ଜନସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ । ସେବାର ପ୍ରତୀକ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ନବୀନ କହିଛନ୍ତି ଯେ, ଜୀବନବ୍ୟାପୀ ସାଧନା ସମ୍ମାନ ଆପଣମାନଙ୍କର । ଆପଣମାନେ ଭଲକାମ କରନ୍ତୁ ଓ ଜନସେବାରେ ଅଧିକ ସମୟ ଦିଅନ୍ତୁ । ତେବେ ଯାଇ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ସ୍ବପ୍ନ ପୂରଣ ହେବ । ସବୁବେଳେ ନିଆରା ଭାବେ ଜୀବନ ବିତାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରୁ ନବୀନ ନିବାସ ଯାଏ ଦିଆଯାଇଥିବା ଯେଉଁଭଳି ବିରାଟ ପଟୁଆରରେ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଦେଇଛନ୍ତି ରାଜ୍ୟବାସୀ ତାହା ଓଡ଼ିଶା ରାଜନୀତି ଇତିହାସରେ ସ୍ମରଣୀୟ ହୋଇରହିବ । ଲଗାତର ୫ଥର ରାଜ୍ୟବାସୀଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବି ରାଜ୍ୟ ଚଳାଉଥିବା ନବୀନ କିନ୍ତୁ ଏହି ସମ୍ବର୍ଦ୍ଧନା ଉତ୍ସବରେ ସେବାର ଗୁରୁମନ୍ତ୍ର ପୁଣିଥରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ନେତାଙ୍କୁ ଦେଇଛନ୍ତି । ଅର୍ଥାତ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀ ଓ ନେତାଙ୍କୁ କହିଛନ୍ତି , ସେବା ହେଉଛି ରାଜନୀତିର ମୂଳମନ୍ତ୍ର । ତେଣୁ ଭଲକାମ କରି ଲୋକଙ୍କ ସେବା କରିବାକୁ ନବୀନ ଆହ୍ବାନ ଦେଇଥିଲେ ।

ସେବାର ଶ୍ରେଷ୍ଠ ମହାନ ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବରରେ ରାଜ୍ୟବାସୀ ବିରାଟ ସମ୍ବର୍ଦ୍ଧନା, ଶୁଭେଚ୍ଛା ଦେଇଥିଲେ । ଯାଜପୁରରୁ ଜୟପୁର ଓ ମୟୁରଭଞ୍ଜରୁ ମାଲକାନାଗରି, ଟିଟିଲାଗଡ଼ରୁ ତାଳେଚର, ସମ୍ବଲପୁରରୁ , ଢେଙ୍କାନାଳ ଯାଏ ହଜାର ହଜାର ସଂଖ୍ୟକ ନବୀନପ୍ରେମୀ ବିମାନବନ୍ଦରୁ ନବୀନ ନିବାସ ଯାଏ ହାତରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପ୍ଲାକାର୍ଡ଼ ଧରି ନୃତ୍ୟ ଓ ଗୀତର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ପାରମ୍ପରିକ ନୃତ୍ୟ ବାଦ୍ୟରେ ଝୁମିଥିଲେ ସଭିଏଁ । ୨୦୧୯ ମସିହା ପରେ ନବୀନ ନିଜସ୍ବ ଷ୍ଟାଇଲରେ ବସରେ ବସି ଉପସ୍ଥିତ ଜନତାଙ୍କୁ “ଆପଣମାନେ ଖୁସି ତ; ମୁଁ ବହୁତ ଖୁସି” କହି ଉତ୍ସାହିତ କରିଥିଲେ । ଉପସ୍ଥିତ ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଜନସେବାର ଆହ୍ବାନ ଦେଇଥିଲେ ତାହା ସମ୍ବର୍ଦ୍ଧନା ସଭାର କେହି ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଥିଲା ଗୋଟିଏ ଘଟଣାରୁ ।

ସମୟ ଠିକ ୪ଟା ୩୫ ମିନିଟ ଭୁବନେଶ୍ବର ବିମାନବନ୍ଦରରୁ ପୁଣିଥରେ ଏକଜୁଟ ହୋଇଥିଲେ ବିଜେଡ଼ିର ନେତାମାନେ । ଏଥର କିନ୍ତୁ ଏକାଠି ହେବା ଲକ୍ଷ୍ୟ ଥିଲା ଭିନ୍ନ । କାରଣ ରାଜ୍ୟର ସବୁ ଜିଲ୍ଲାରୁ ୨ଲକ୍ଷରୁ ଅଧିକ ଲୋକ ଭୁବନେଶ୍ବର ବିମାନ ବନ୍ଦରରୁ ନବୀନ ନିବାସ ରାସ୍ତାରେ ଏକାଠି ହୋଇଥିଲେ । ରାସ୍ତାକଡରେ ବିଜେଡ଼ି ପତାକା ଛାଇହୋଇଯାଇଥିଲା, ଅନେକ ପ୍ଲାକାର୍ଡ଼ ଧରି ଆସିଥିଲେ । ବହୁ କର୍ମୀ ପାଣିବୋତଲ, କାଗଜ ଗ୍ଲାସ ରାସ୍ତାର ଚାରିଆଡ଼େ ପକାଇଥିଲେ । ଯାହା ପରିବେଶକୁ ଅପରିଷ୍କାର କରିଥିଲା । ସବୁବେଳେ ପରିବେଶ ସୁରକ୍ଷା ଉପରେ କାମ କରୁଥିବା ବିଜେଡ଼ି ନେତାମାନଙ୍କ ଦାୟିତ୍ବ ପରିବେଶ ସଫା ରଖିବା । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନେତୃତ୍ବରେ ହଜାର ହଜାର ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀମାନେ ହାତରେ ଝାଡ଼ୁ ଧରି ଅଳିଆ ସଫା କଲେ । ଜନସେବା ପାଇଁ ଉତ୍ସର୍ଗୀକୃତ ହୋଇଥିବା ବିଜୁ ଜନତା ଦଳ ଆଗରେ କେହି ନେତା ନୁହନ୍ତି ସମସ୍ତେ କର୍ମୀ ତାହା ଏହି ଅଳିଆ ଆବର୍ଜନା ସଫା କରିବାରେ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ବିଜେଡ଼ିର ବରିଷ୍ଠ ବିଧାୟକ, ସାଂସଦ ଓ ସଂଗଠକମାନେ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନ୍ୟପାଇଁ ଉଦାହରଣ ସାଜିଥିଲେ ।

ଯେକୌଣସି ସମାବେଶ, ଶୋଭାଯାତ୍ରା ହେଲେ କିଛି ନା କିଛି ସମସ୍ୟା ଦେଖାଯାଏ । ଏହାକୁ ବହୁମାତ୍ରାରେ କିପରି ସମାଧାନ କରି ହେବ ତାହାକୁ ନବୀନ ସବୁବେଳେ ଗୁରତ୍ବ ଦିଅନ୍ତି । ତେଣୁ ନବୀନଙ୍କ ନୀତି ଆଦର୍ଶରେ ରାଜନୀତି କରୁଥିବା ବିଜେଡ଼ି ନେତା କିପରି ଏହାକୁ ଭୁଲିପାରିବେ ।

ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ, ନମ୍ବର ୱାନ ସ୍ଵାଗତ : ଏବେଠୁ ରାଜଧାନୀ ନବୀନମୟ….

()କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଦିଆଯାଇଛି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ ହେବା ପରେ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି l ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇ ଫେରିବା ପରେ ଓଡ଼ିଶାବାସୀ ଏକ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବେ । ମୁଖ୍ୟମନ୍ତ୍ରୀ ସମ୍ମାନୀତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା ହୋଇଥିବାରୁ ରାଜ୍ୟର ସବୁ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ନବୀନ ପଟ୍ଟନାୟକଙ୍କ ସମର୍ଥକ ମାନେ ଭୁବନେଶ୍ବରରେ ଏକାଠି ହେଉଛନ୍ି l ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଦେବା ପାଇଁ ବ୍ୟାପକ ଆୟୋଜନ କରିଛି ବିଜେଡ଼ି । ଆସନ୍ତାକାଲି ଦିନ 11 ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ୱର ପହଁଚିବେ. ଜନସେବାର 25 ବର୍ଷ ଯୋଗୁ ତାଙ୍କୁ ସମ୍ମାନିତ କରାଯାଇଛି. ଆଜି ତାଙ୍କ ପାଇଁ ଓଡ଼ିଶା ଭାରତବର୍ଷରେ ଏକ ନମ୍ବର ରାଜ୍ୟ ହୋଇପାରିଛି. ମୁଖ୍ୟମନ୍ତ୍ରୀ ବି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି. ତେଣୁ ବିଜେଡ଼ି ପକ୍ଷରୁ ତାଙ୍କୁ ସ୍ୱାଗତ କରିବାକୁ ରାଜ୍ୟର କୋଣନୁକୋଣରୁ କର୍ମୀ ଓ ଜନତା ଭୁବନେଶ୍ୱର ବିମାନବନ୍ଦର ଆସିବେ ବୋଲି ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି l ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ଓ ବିଜେଡିକୁ ଏବଂ ନବୀନ ପଟନାୟକଙ୍କୁ ଭଲ ପାଉଥିବା ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ. ଦୀର୍ଘ 25 ବର୍ଷ ଧରି ସେ ଓଡିଶାବାସୀଙ୍କ ସେବାର ଅଛନ୍ତି ଓ ଓଡ଼ିଶାବାସୀଙ୍କୁ ନିଜ ପରିବାର କହିଛନ୍ତି. ପରିବାରର ମୁଖିଆ ଯେତେବେଳେ ଗୋଟିଏ ବଡ଼ ଉପଲବ୍ଧି ନେଇ ଆସୁଛନ୍ତି, ସେତେବେଳେ ପରିବାରର ସମସ୍ତ ସଦସ୍ୟ ଆସି ତାଙ୍କୁ ସମ୍ବର୍ଦ୍ଧିତ କରିବେ. ଖୁସିର ମାହୋଲ ଯେତେବେଳେ ହୋଇଛି, ସମସ୍ତେ ଆନନ୍ଦରେ ଆସୁଛନ୍ତି ବୋଲି ଯୁବ ବିଜେଡି ନେତା ଭବ ପ୍ରସାଦ ଦାସ କହିଛନ୍ତି l ଭବନେଶ୍ୱର୍ ରୁ ଗାଁ ଯାଏ ନବୀନ ଆଉ ନବୀନ।।।।

ସେପ୍ଟେମ୍ବର ୭ ରୁ “ଭାରତ ଯୋଡ଼ୋ”ଅଭିଯାନ…

() “ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ, ଏକ ହୁଂକାର ଓ ସମୟର ଆବଶ୍ୟକତା : ଶ୍ରୀ ଅଭିଜିତ।

 ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତଯୋଡ଼ୋ ଅଭିଯାନ ସେପ୍ଟେମ୍ବର ୭ ରୁ

 କନ୍ୟାକୁମାରୀରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀରେ ସରିବ ଏହି ପଦଯାତ୍ରା।

୧୨ ରାଜ୍ୟ ଦୁଇ କେନ୍ଦ୍ରଶାସିତ ଅଂଚଳର ୩୫୭୧ କି.ମି. ରାସ୍ତା ପାଦରେ ଚାଲି ଲୋକଙ୍କ କଥା ଓ ବ୍ୟଥା ବୁଝିବେ ଶ୍ରୀ ରାହୁଲ ଗାନ୍ଧୀ।

{} କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଦେଶର ଅର୍ଥନୀତି ଏକ ସଂକଟମୟ ସନ୍ଦିକ୍ଷଣ ଦେଇ ଗତି କରୁଥିଲା ବେଳେ କେନ୍ଦ୍ର ସରକାରଙ୍କ ଆର୍ଥିକ କୁ ପରିଚାଳନା ଓ ବିଫଳ ଆର୍ଥିକ ନୀତି କାରଣରୁ ଦେଶରେ ଦରଦାମ ଆକାଶଛୁଆଁ ହେବା ସହିତ ବେକାରୀ ମଧ୍ୟ ଉତ୍କଟରୂପ ଧାରଣ କରିଛି । ଲୋକଙ୍କ ଭିତରେ ଏକ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି ସରକାରଙ୍କର ଜନବିରୋଧି ତଥା ବିଭାଜନକାରୀ ନୀତି ନିଷ୍ପତି ଯୋଗୁଁ । ବିଜେପି ଓ ତା ସହିତ ଯୋଡ଼ି ହୋଇଥିବା କିଛି ତତ୍ୱ ଏବେ ଦେଶକୁ ବିପଦ ଆଡ଼କୁ ଠେଲି ନେବାପାଇଁ କାର୍ଯ୍ୟ କରୁଛନ୍ତି । ଏବେ ଦେଶରେ ଗଣତନ୍ତ୍ର ବିପନ୍ନ, ଧର୍ମନିରପେକ୍ଷତା ସଂକଟରେ, ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ କ୍ଷୂର୍ଣ୍ଣ । ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଏକ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି । ଜାତି, ଭାଷା, ଧର୍ମ ଓ ଖାଦ୍ୟ ଆଧାରରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟିକରି ଦେଶର ସାମାଜିକ, ରାଜନୈତିକ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚୁରମାର କରିଦେବାପାଇଁ ଅପଚେଷ୍ଟା ଜାରି ରହିଥିବା ବେଳେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଦେଶକୁ ଯୋଡ଼ିବାପାଇଁ ଭାରତ ଯୋଡ଼ ଅଭିଯାନ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗତ ୪ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନ ଠାରେ ଏଆଇସିସି ପକ୍ଷରୁ ଆୟୋଜିତ ମହଙ୍ଗାଇ ପର ହାଲା ବୋଲ କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ବର୍ତମାନର ଘଡ଼ିସନ୍ଦି ମୂର୍ହତରେ ଲୋକଙ୍କ ପାଖକୁ ଚାଲି ଚାଲି ଯାଇ ସେମାନଙ୍କର ମନର କଥା ଓ ବ୍ୟଥା ଜାଣିବାପାଇଁ ଭାରତ ଇତିହାସରେ ପ୍ରଥମଥର ପାଇଁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୫୦ ଦିନ ବ୍ୟାପି ଏକ ବ୍ୟାପକ ଜନସଂପର୍କ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ଭାରତ ଯୋଡ଼ ଅଭିଯାନ ବର୍ତମାନ ସମୟର ଏକ ଆବଶ୍ୟକତା ଓ ଧ୍ୱସ୍ତବିଧ୍ୱସ୍ତ ହେବାକୁ ଯାଉଥିବା ଭାରତର ସାମାଜିକ, ଆର୍ଥିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ଅନସୁଲ ଅଭିଜିତ ମତବ୍ୟକ୍ତ କରିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଭିଜିତ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ଯୋଡ଼ ଡାକରା ଏକ ସ୍ଲୋଗାନ ନୁହେଁ ଏହା ଏକ ହୁଂକାର ଓ ବର୍ତମାନ ଘଡ଼ିସନ୍ଦି ମୂର୍ହତର ଏକ ଆବଶ୍ୟକତା । ବିଭେଦ ସୃଷ୍ଟିକାରି ଓ ବିଭାଜନକାରୀ ତତ୍ୱଙ୍କୁ ଉଚିତ ଜବାବ ଦେଇ ଉଜୁଡ଼ିବାକୁ ଭାରତୀୟ ବ୍ୟବସ୍ଥାକୁ ସଜାଡ଼ିବା ତଥା ଏକ ସୁନ୍ଦର ଭବିଷ୍ୟତ ଘଡ଼ିତୋଳିବା ପାଇଁ ଏହି ଭାରତଯୋଡ଼ ଅଭିଯାନ ଅଭିପ୍ରେତ । ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଭାରତଯୋଡ଼ ଅଭିଯାନର ଉଦ୍ଦେଶ୍ୟ । ସେଗୁଡ଼ିକ ହେଲା ଅର୍ଥନୈତିକ ଅସମତା, ସାମାଜିକ ଅସଂହତି ଓ ଅତିକେନ୍ଦ୍ରୀକରଣ । ଅକ୍ସଫାମ ଇଂଟରନ୍ୟାସନାଲ ଦ୍ୱାରା ଜାରି ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଦେଶର ମାତ୍ର ଏକଭାଗ ଲୋକଙ୍କ ହାତରେ ୭୭% ଭାଗ ସଂପଦ ଠୁଳ ହୋଇ ରହିଛି । ସାଧାରଣ ଲୋକର ଅବସ୍ଥା ସଂଗୀନ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଆର୍ଥିକ କୁ ପରିଚାଳନା କାରଣରୁ ଦରଦାମ ବୃଦ୍ଧି ଓ ବେକାରୀ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ସେହିପରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ସାମାଜିକ ଧୃବୀକରଣକୁ ପ୍ରୋତ୍ସାହନ ଦେଉଛନ୍ତି । ଜାତି, ଧର୍ମ ଓ ଖାଦ୍ୟ ଆଧାରରେ ମଧ୍ୟ ଲୋକଙ୍କ ଭିତରେ ବିଭେଦ ବୃଦ୍ଧି ହେବାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହାର ପରିଣାମ ସ୍ୱରୂପ ଦେଶରେ ସାମ୍ପ୍ରଦାୟୀକ ସଦଭାବ ଅପସରି ଯାଉଥିବା ବେଳେ ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ, ଅବିଶ୍ୱାସ ଓ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ମୋଦି ସକରାର ଅତିକେନ୍ଦ୍ରୀକରଣ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି । ଫଳରେ ଦେଶର ସଂଘୀୟ ଢ଼ାଂଚା ବିପନ୍ନ ହେବା ସହିତ ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଉଦାହାରଣ ସ୍ୱରୂପ ପେଟ୍ରୋଲିୟମ ଜାତ ପଦାର୍ଥ ଉପରେ ଆଦାୟ ହେଉଥିବା ଅବକାରୀ ଶୁଳ୍କର ସିଂହଭାଗ କେନ୍ଦ୍ର ସରକାରଙ୍କ ଅଂଟିକୁ ଚାଲି ଯାଉଛି । ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଂଚିତ କରାଯାଉଛି । ସେହିପରି କେନ୍ଦ୍ର ସରକାର ଜିଏସିଟି ବାବଦରେ ରାଜ୍ୟମାନଙ୍କର ପ୍ରାପ୍ୟ ରାଜ୍ୟକୁ ଦେବାରେ ବିଫଳ ହୋଇଛନ୍ତି । ଭାରତବର୍ଷ ସମ୍ମୁଖରେ ଏବେ ଦୁଇଟି ଭବିଷ୍ୟତ । ଗୋଟିଏ ଭାଇ ଚାରାର ଓ ଅନ୍ୟଟି ଘୃଣା ଓ ବିଦ୍ୱେଷର । କଂଗ୍ରେସ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଭାରତଯୋଡ଼ ଅଭିଯାନ “ଭାଇଚାରା” ଭବିଷ୍ୟତର ପ୍ରଚାର ପ୍ରସାର କରିବାପାଇଁ ପ୍ରେରିତ ହୋଇଥିବା ଯୋଗୁଁ ଏହି ଅଭିଯାନରେ ଓଡ଼ିଶାର ସମସ୍ତ ଶାନ୍ତି, ଭାଇଚାରା ଓ ଅହିଂସାପ୍ରେମୀ ଜନସାଧାରଣ ସମର୍ଥନ କରିବାସହ ସାମିଲ ହେବାପାଇଁ ଶ୍ରୀ ଅଭିଜିତ ଅନୁରୋଧ କରିଛନ୍ତି ।

ଶ୍ରୀ ଅଭିଜିତଙ୍କ କହିବା ଅନୁଯାୟୀ ଭାରତଯୋଡ଼ ଅଭିଯାନ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମିରରେ ସମାପ୍ତ ହେବ । କଂଗ୍ରେସ ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଅନ୍ୟ ନେତୃବୃନ୍ଦଙ୍କ ସହ ପାଦରେ ଚାଲି ଚାଲି ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ୩୫୭୧ କିଲୋମିଟରୁ ଅଧିକ ପଥ ଯାତ୍ରା କରିବେ । ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ ବୋଲି ଶ୍ରୀ ଅଭିଜିତ ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ରସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଓ ଉତ୍କଟ ବେକାରୀ ଦେଶବାସୀଙ୍କୁ ଏକ ଦୁର୍ଗତି ଭିତରକୁ ଠେଲି ଦେଇଛି । କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧି ନୀତି ଯୋଗୁଁ ଲୋକ ହନ୍ତସନ୍ତ ହେଉଥିବା ବେଳେ ଓଡ଼ିଶା ସରକାର ମଧ୍ୟ ନିରବଦ୍ରଷ୍ଟା ଭାବେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଚାଲିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟା ପ୍ରତିବାଦରେ ରାଜ୍ୟରେ ଆଗାମୀ ଦିନରେ ପଦଯାତ୍ରା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ଅନୁଷ୍ଠିତ ମହଙ୍ଗାଇ ପର ହାଲା ବୋଲ କାର୍ଯ୍ୟକ୍ରମର ଅଭୁତପୂର୍ବ ସଫଳତା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଓଡ଼ିଶାର ସମସ୍ତ ନେତୃବୃନ୍ଦ ଓ କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତିର ସମାଲୋଚନା କରିବା ସହ ଭାରତଯୋଡ଼ ଅଭିଯାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ଦାୟୀତ୍ୱରେ ସଂଯୋଜକ ଭାବେ ଥିବା ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ ଓ ଯୁଗ୍ମ ସଂଯୋଜକ ପୂର୍ବତନ ସାଂସଦ ଶ୍ରୀ ନକୁଳ ନାୟକ ଉପସ୍ଥିତ ଥିଲେ ।

ଏ ଆଓ୍ବାର୍ଡ ସାଢ଼େ୪କୋଟି ଓଡ଼ିଆବାସୀଙ୍କର : ନବୀନ ପଟ୍ଟନାୟକ….

()ଜୀବନବ୍ୟାପୀ ସାଧନା ସମ୍ମାନକୁ ସାଢ଼େ ୪କୋଟି ଓଡ଼ିଆଙ୍କୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ  ପ୍ରବାସୀ ଓଡ଼ିଆଙ୍କୁ ନିଜର ଅଭିଭାଷଣ ଦେବା ବେଳେ ଏହା କହିଛନ୍ତି ନବୀନ l ୨୨ବର୍ଷ ଧରି ସରଳ ଜୀବନ କଟାଉଥିବା ନବୀନ ପଟ୍ଟନାୟକ ସବୁବେଳେ ଓଡିଆଙ୍କ ପାଇଁ ନିଜକୁ ସମର୍ପିତ କରିଛନ୍ତି l ସାଢେ଼ ଚାରିକୋଟି ଓଡିଆ ମୋର ପରିବାର କହୁଥିବା ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଆଙ୍କ ସହ ସବୁ ପରିସ୍ଥିତିରେ ରହନ୍ତି l ନବୀନଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ମିଳିବା ପରେ ଏ ସମ୍ମାନ ପୁରା ଓଡ଼ିଶାବାସୀଙ୍କର ବୋଲି ସେ କହିଛନ୍ତି l ଅନ୍ୟପଟେକ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଦିଆଯିବ ପରେ ପୁରା ଓଡ଼ିଶାରେ ଖୁସିର ମାହୋଲ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ବହୁ ପ୍ରତିଷ୍ଠିତ ଓଦିଆ ସାମିଲ ହେବା ସହ ନିଜର ଖୁସି ପ୍ରକାଶ କରିଥଲେ l ଆସନ୍ତା ୬ ତାରିଖରେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇ ଫେରିବା ପରେ ଓଡ଼ିଶାବାସୀ ଏକ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବେ । ମୁଖ୍ୟମନ୍ତ୍ରୀ ସମ୍ମାନୀତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା ଶାସକ ଦଳ କହିଛି । ଯେଉଁଥି ପାଇଁ ଦିଲ୍ଲୀରୁ ଭୁବନେଶ୍ବର ଯାଏ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଦେବା ପାଇଁ ବ୍ୟାପକ ଆୟୋଜନ କରିଛି ବିଜେଡ଼ି । ଏହି ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଉତ୍ସବରେ ପ୍ରତ୍ୟେକ ଓଡ଼ିଆ ସାମିଲ ହେବାକୁ ବିଜେଡ଼ି ଅପିଲ କରିଛି । ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ଅରୁଣ ସାହୁ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ,ପ୍ରଣବ ବଳବନ୍ତ ରାୟ, ଦେବୀ ପ୍ରସନ୍ନ ତ୍ରିପାଠୀ, ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଶତାଧିକ ନେତା ଏହି ସମ୍ମାନ ଉତ୍ସବରେ ସାମିଲ ହୋଇଥିଲେ l

ଉଲ୍ଲେଖନୀୟ ନେତୃତ୍ଵ, ଜନସେବା ପାଇଁ ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ……

() ନବୀନ ପଟ୍ଟନାୟକ l ୧୯୯୭ ମସିହାରେ ଭାରତ ରାଜନୀତିରେ ଆରମ୍ଭ କଲେ ନୂଆ ଅଧାୟ l ରାଜନୀତି ଯେ କ୍ଷମତା ପାଇଁ ନୁହେଁ, ବରଂ ଜନସେବା ପାଇଁ ତାହା ସେ ପ୍ରମାଣିତ କଲେ l ଯେଉଁଥି ପାଇଁ ଆଜି ଭାରତ ରାଜନୀତିରେ ସେ ସୃଷ୍ଟି କରିଛନ୍ତି ନୂଆ ପରିଚୟ l ଯାହା ଆଜି ତାଙ୍କର ଏହି ସାଧନା ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ କରାଯାଇଛି ସମ୍ମାନିତ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଛନ୍ତି । ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ସୃଷ୍ଟି କରିଛନ୍ତି ବିକାଶର ନୂଆ ଅଧ୍ୟାୟ ।

 

ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ରାଜ୍ୟ ଭାବେ ଓଡ଼ିଶାର ଯେଉଁ ବଦନାମ୍ ଥିଲା, ତାହାକୁ ବହୁ ମାତ୍ରାରେ ହଟାଇବାରେ ସକ୍ଷମ ହୋଇଛନ୍ତି। ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲ୍କୁ ସାରା ବିଶ୍ବ ପ୍ରଶଂସା କରୁଛି । ପିଡିଏସ୍ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିବା, ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିସନ୍ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା, କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦ୍ବିଗୁଣିତ କରିବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବା, ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କୁ ସଶକ୍ତ କରିବା, ଆଦିବାସୀଙ୍କ ବିକାଶ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ୍ ଅଧୀନରେ ଆଦିବାସୀଙ୍କୁ ଜମି ଅଧିକାର ପ୍ରଦାନ କରିବା, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା କରିବା, ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିସନ୍ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନବୀନ ନେଇଛନ୍ତି ।

 

ରାଜ୍ୟରେ ଚାଷୀଙ୍କ ଆୟ ବଢ଼ିଛି, ବ୍ୟାପକ ଶିଳ୍ପାୟନ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇଛନ୍ତି। ୫-ଟି ଓ ମୋ ସରକାରରେ ବିଭିନ୍ନ ସରକାରୀ ସେବାକୁ ଲୋକଙ୍କ ହାତ ପାହନ୍ତାରେ ପହଞ୍ଚିଛି । ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ସହ ସ୍ମାର୍ଟ କ୍ଲାସ୍ରୁମ୍ରେ ପରିଣତ କରିପାରିଛନ୍ତି । ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ୍ ବାଜିଛି । କେହି ଯେପରି ଭୋକିଲା ନରହିବେ ସେଥିପାଇଁ ଟଙ୍କିକିଆ ଚାଉଳ ଯୋଗାଇବା ଠାରୁ ଆରମ୍ଭ କରି ସହରାଞ୍ଚଳରେ ୫ଟଙ୍କାରେ ଆହାର ମିଲ୍ ଦିଆଯାଉଛି ।

 

ମୁଖ୍ୟମନ୍ତ୍ରୀ ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିପ୍ଳବ ଆଣିଛନ୍ତି । ଯାହାର ଉଦାହରଣ ହେଲା ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ମିସନ୍ ଶକ୍ତି ଜରିଆରେ ରୋଜଗାରକ୍ଷମ କରିବା । କୋଭିଡ ମୁକାବିଲାରେ ନବୀନଙ୍କ ପଦକ୍ଷେପ ଓ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଣରେ ସହଯୋଗର ହାତ ବଢ଼ାଇବା ଥିଲା ଉଲ୍ଲେଖନୀୟ ପଦକ୍ଷେପ । ସେହିପରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ କରି ତାରାତାରିଣୀ, ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ସବୁଠି ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଇଛି । ସ୍ବତନ୍ତ୍ର କାଉନସିଲ୍ ଜରିଆରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି । ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ ହୋଇପାରିଛି ।

ରାଷ୍ଟ୍ରନାୟକ ହେବେ ସମ୍ବର୍ଦ୍ଧିତ : ଦିଲ୍ଲୀ କମ୍ପିଲା ଜୟ ନବୀନ, ଜୟ ବିଜେଡି

ରାଷ୍ଟ୍ରନାୟକ ହେବେ ସମ୍ବର୍ଦ୍ଧିତ : ଦିଲ୍ଲୀ କମ୍ପିଲା ଜୟ ନବୀନ, ଜୟ ବିଜେଡି

() ଭାରତ ରାଜନୀତି ଇତିହାସରେ ପୃଷ୍ଠାରେ ନବୀନ ଏବେ ମୁଖଶାଳା। ପ୍ରତ୍ୟେକ ଦିନ ତାଙ୍କ ନାଁରେ ଯୋଡି ହେଉଛି ସଫଳତାର ନୂଆ ପୃଷ୍ଠା । ସୁଶାସନ, ଲୋକାଭିମୁଖୀ ଯୋଜନା, ସଂଘୀୟ ବ୍ୟବସ୍ଥାର ପିତାମହ ଭୀଷ୍ମ ଭୂମିକା ନେବା କ୍ଷେତ୍ରରେ ନବୀନଙ୍କ ସାଧନା ଆଜି ଦେଶର ରାଜନେତାଙ୍କ ପାଇଁ ପ୍ରେରଣା ସାଜିଛି । ତେଣୁ ସେ ଜାତୀୟ ସ୍ତରରେ ପୁଣିଥରେ ସମ୍ବର୍ଦ୍ଧିତ ହେବାକୁ ଯାଉଛନ୍ତି । ଆଉ ଏ ଖୁସିର ମୁହୂର୍ତ୍ତରେ ଦିଲ୍ଲୀରେ ଦଳୀୟ ନେତାଙ୍କ ମଧ୍ୟରେ ଜୋସ ଭରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)।

ରାଜନୀତିରୁ ଉର୍ଦ୍ଧ୍ବରେ ରହି ଜନସେବା କରି କିପରି ଲୋକଙ୍କ ହୃଦୟରେ ସ୍ଥାନ ଆପେଆପେ ମିଳିଥାଏ ତାହା କରିଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ନବୀନ ସାଜିଛନ୍ତି ରୋଲ ମଡ଼େଲ । ଦୁଇ ଦଶନ୍ଧୀ ଧରି ନବୀନ ସାରା ବିଶ୍ବକୁ ରାଜନୀତିର ନୂଆ ପାଠ ପଢାଇଛନ୍ତି । କଥା କମ କାମରେ ଅଧିକ ବିଶ୍ୱାସ ନୀତିକୁ ଆପଣାଇଥିବା ନବୀନଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଆନ୍ତି ଓ ଅନୁକରଣ ମଧ୍ୟ କରନ୍ତି । ଖାସ ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଓ ଆନ୍ତଜାତୀୟସ୍ତରରେ ବହୁ ପ୍ରତିଷ୍ଠିତ ସଂସ୍ଥା ଦ୍ବାରା ସମ୍ମାନୀତ ହୋଇଆସୁଛନ୍ତି । ୧୯୯୯ ମସିହାରେ ମହାବାତ୍ୟା ମୁକାବିଲାରେ ବିଫଳ ହୋଇଥିବା ଓଡ଼ିଶା ଏବେ ପୁରା ବିଶ୍ବକୁ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ବାଟ ଦେଖାଇଛି । ଜାତିସଂଘ ବି ନବୀନ ପ୍ରାକୃତିକ ମୁକାବିଲାର ସଫଳ ପରିଚାଳନା ଓ ଜିରୋ କାଜୁଆଲିଟି ମିଶନକୁ ପ୍ରଶଂସା କରିବା ସହ ଓଡ଼ିଶାକୁ ପୁରସ୍କୃତ କରିଛି ।

ଓଡ଼ିଶାବାସୀ ଲଗାତର ପଂଚମ ଥର ଲାଗି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପ୍ରମାଣିତ କରିଛନ୍ତି ଯେ ଓଡ଼ିଶାରେ କେବଳ ନବୀନ ଆଉ ନବୀନ । କାରଣ ୨୨ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳ ଓଡ଼ିଶା ଦଖଲ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ନବୀନ କିପରି ଓଡ଼ିଶା ଗଠନ ହେବ ସେ ଦିଗରେ କାମ କରୁଛନ୍ତି । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ କରିବା ଗଠନ ଦିଗରେ ନବୀନ ଓ ପୁରା ଟିମ ଲାଗିପଡ଼ିଛନ୍ତି । ଦିନେ ଭୋକର ଭୁଗୋଳ କୁହାଯାଉଥିବା କଳାହାଣ୍ଡି ଆଜି ସାରା ବିଶ୍ବକୁ ଖାଦ୍ୟ ଯୋଗାଇବା ସହ ବିକାଶର ପ୍ରୟୋଗଶାଳା ସାଜିଛି । ଦିନେ ରାୟଗଡ଼ାର କାଷିପୁର ଆମ୍ବ ଟାକୁଆ ଖାଇ ଲୋକେ ବଂଚୁଥିବା ବେଳେ ଆଜି ଦେଶର ବୃହତ ଶିଳ୍ପ କାଷୀପୁରରେ ହେବ । ଏସବୁ ସମ୍ଭବ ହୋଇ ପାରିଛି କେବଳ ଓଡ଼ିଶାର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ଏପରି ଅନେକ କଥା ଉଦାହରଣ ନବୀନଙ୍କ ୨୨ ବର୍ଷ ଶାସନରେ ଆପେଆପେ ଯୋଡ଼ି ହୋଇଯାଇଛି ।

ତେଣୁ ସେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ , ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଦୁଇ ଦଶନ୍ଦି ଧରି ଲଗାତର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୨୨ରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ । ଯାହା ପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ । ନବୀନଙ୍କ ଦୃଢ ନେତୃତ୍ବ ଯୋଗୁଁ ଖାଦ୍ୟ ସୁରକ୍ଷା ଆଇନ, କ୍ରୀଡ଼ର ବିକାଶ, ମହିଳା ସଶକ୍ତିକରଣ , ଶିଳ୍ପାୟନ, ୨୨ ବର୍ଷ ଧରି ସ୍ଥିର ସରକାର , ଚାଷୀଙ୍କ ପାଇଁ କାଳିଆ, ବଳରାମ ଯୋଜନା, ଜନ୍ମରୁ ମୃତ୍ୟୁ ଯାଏ ଯୋଜନାର ସଫଳ ରୂପାୟନ ହୋଇପାରିଛି । ଏସବୁ ପାଇଁ ନବୀନ ସାରା ଦେଶ ପାଇଁ ରୋଲ ମଡ଼େଲ ସାଜିଛନ୍ତି ।

ଖାସ ଏଥିଲାଗି ଦିଲ୍ଲୀରେ ଏବେ ଶୁଭୁଛି ଜୟ ନବୀନ, ଜୟ ବିଜେଡି

ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ନୁହଁ…

() ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ – ପଂଚାନନ କାନୁନଗୋ।

“ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ହିସାବରେ ଦୁଇରେ ଦୁଇ ମିଶିଲେ ୨୨”।

ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ।

{} ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି ଜାତୀୟ ଅଭିବୃଦ୍ଧି ହାର ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ମୋଦି ସରକାରଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ ଦେଶର ଆର୍ଥିକ ସ୍ଥିତି ସଂଗୀନ ଥିବାବେଳେ ଏବଂ ସରକାରଙ୍କ ଆର୍ଥିକ ପରିଚାଳନା ନେଇ ଦେଶ ବିଦେଶରେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ମିଥ୍ୟା ଓ ଆଧାରହୀନ ବିବୃତି ଦେଇ ଦେଶବାସୀଙ୍କ ବିଭ୍ରାନ୍ତ କରିବାର ଅପେଚେଷ୍ଟା କରୁଛନ୍ତି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ଶ୍ରୀ କାନୁନଗୋ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଶାସନର ୮ବର୍ଷ ଭିତରେ ଦେଶର ଅର୍ଥନୀତି ତଳକୁ ତଳକୁ ଚାଲି ଯାଉଛି । ତଥାପି ବାହାଦୁରିଆଙ୍କ ବାହାଦୁରି ଛାଡ଼ୁ ନାହିଁ । ଏବେ କିଛିଦିନ ତଳେ କେନ୍ଦ୍ର ସରକାର ତାଙ୍କ ମିଛ ହିସାବ ଖାତା ଧରି ଏପ୍ରିଲ-ଜୁନର ଅଭିବୃଦ୍ଧି ହାର ୧୩.୫ ପ୍ରତିଶତ ହୋଇଥିବା କଥା ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଢ଼ଙ୍ଗରେ ଏହାର ପ୍ରଚାର କଲେ ଯେ ସତେଯେପରି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ । ବାସ୍ତବରେ ସମସ୍ତ ହିସାବ ଦେଖିଲେ ଚଳିତ ବର୍ଷର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ପାଖାପାଖି ହିଁ ରହିବ । ଯଦିଓ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସ୍ଥାକୁ ଦେଖି ଆନ୍ତର୍ଜାତିୟ ସଂସ୍ଥା ମୁଡିସ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରିଛନ୍ତି । ଦେଶର ଅର୍ଥନୀତି ତଳିତଳାନ୍ତ ହେଉଛି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ଏବେ ପ୍ରାୟ ୮୦ଟଙ୍କାରେ ପଂହଚିଲାଣି । କିନ୍ତୁ କେନ୍ଦ୍ର ସରକାର ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖାଇବାରେ ବ୍ୟସ୍ତ । ବର୍ତମାନ ହାରରେ ଯଦି ଅର୍ଥନୀତି ଗତିକରେ ତେବେ ପ୍ରଧାନମନ୍ତ୍ରୀଙ୍କୁ ଶହେ ବର୍ଷ ହେଲାବେଳକୁ ମଧ୍ୟ ୫ ଟ୍ରିଲୟନ ଅର୍ଥନୀତିରେ ପଂହଚିବା ବି ଅସମ୍ଭବ । କାରଣ ସେତେବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଁ ୧୦୦ ଟଙ୍କା ପାଖାପାଖି ପଂହଚିଯାଇଥିବ । ଭାରତ ଅର୍ଥମନ୍ତ୍ରୀଙ୍କର ବୟାନ ଓ ବିଜେପି ନେତାମାନଙ୍କର ଭାଷଣ ଶୁଣିଲେ ଯେ କୌଣସି ଅର୍ଥଶାସ୍ତ୍ରୀ ହସିବା ସ୍ୱାଭାବିକ । ୨୦୧୧-୧୨ ମୂଲ୍ୟ ଅନୁସାରେ ଦେଶର ମୋଟ୍ ଜିଡିପି ପରିମାଣ ୩୬.୮୫ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷ ଏହି ସମୟରେ ଏହାର ପରିମାଣ ୩୨.୪୬ ଲକ୍ଷ କୋଟି ଥିଲା । ଯାହାକୁ ହିସାବ କରି ୧୩.୫ ପ୍ରତିଶତ ଅବିବୃଦ୍ଧି ହୋଇଛି ବୋଲି କୁହାଯାଉଛି । ତେବେ ଦେଖିବାର କଥା ୨୦୧୨ ମସିହା ଠାରୁ ଅଦ୍ୟାବଧି ଡଲାର ଅନୁସାରେ ଟଙ୍କାର ମୂଲ୍ୟ ଯଥେଷ୍ଟ କମିବାରେ ଲାଗିଛି । ଡଲାର ହିସାବକୁ ନେଲେ ଗତ ବର୍ଷ ତୁଳନାରେ ଏ ବର୍ଷର ଅଭିବୃଦ୍ଧି ୭ ପ୍ରତିଶତ ମଧ୍ୟ ଟପିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ୧୩ ପ୍ରତିଶତ ହୋଇବ ବୋଲି ରେଟିଂ ଏଜେନ୍ସି ଇକ୍ରା କହିଥିଲା । ଷ୍ଟେଟବ୍ୟାଙ୍କର ଆକଳନ ଅନୁସାରେ ୧୫.୭ ପ୍ରତିଶତ, ରଏଟର ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ ୧୫.୨ ପ୍ରତିଶତ, ବ୍ଲୁମବର୍ଗ ସର୍ବେକ୍ଷଣରେ ୧୫.୩ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା । ତେବେ ମୋଟାମୋଟି ଭାବେ ଡଲାର ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସକୁ ଦେଖିଲେ ଓ ମୁଦ୍ରାସ୍ପିତ ଅଭିବୃଦ୍ଧି ହାର ବୃଦ୍ଧିକୁ ଦେଖିଲେ ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ ଶ୍ରୀ କାନୁନଗୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗୋଟିଏ କଥା ସ୍ପଷ୍ଟ ଯେ ଦେଶରେ ଦରଦାମ ବୃଦ୍ଧି ହୁ ହୁ ବଢ଼ୁଥିବାରୁ ଉତ୍ପାଦ ଗୁଡ଼ିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଘଟୁଛି । ବାସ୍ତବକ୍ଷେତ୍ରରେ ଅଭିବୃଦ୍ଧି ଏବେବି ନକରାତ୍ମକ ରହିଛି । ତ୍ରୈମାସିକ ହିସାବ ଅନୁସାରେ ଘରୋଇ ଉପଯୋଗିତାରେ ୨୫.୯ ପ୍ରତିଶତ, ପ୍ରତିରକ୍ଷା କ୍ଷେତ୍ରରେ ୨୬.୩ ପ୍ରତିଶତ, ଘରୋଇ ନିବେସ କ୍ଷେତ୍ରରେ ୨୦.୧ ପ୍ରତିଶତ, ଦେଶର ନିଜସ୍ୱ କ୍ଷେତ୍ର କୃଷି ଜଙ୍ଗଲରେ ୪.୫ ପ୍ରତିଶତ, ଖଣି କ୍ଷେତ୍ରରେ ୬.୫ ପ୍ରତିଶତ, ବିଦ୍ୟୁତ, ଗ୍ୟାସ ଓ ଜଳ ଆଦି କ୍ଷେତ୍ରରେ ୧୪.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଦେଖାଯାଇଛି । ଜିଏସ୍‌ଟି ଆୟ ମାସିକ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଯାହା କୁହାଯାଉଛି ତାହା କ୍ରୟ ବିକ୍ରୟ ପରିମାଣ ବୃଦ୍ଧି ପାଇଁ ନୁହେଁ ବରଂ ଉତ୍ପାଦ ଗୁଡ଼ିକର ମଲ୍ୟ ବୃଦ୍ଧି ହେତୁ ହୋଇଥାଏ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ଗତ କିଛି ବର୍ଷ ହେବ ମାସିକ ହାରାହାରି ୫ ପ୍ରତିଶତ ଫାଷ୍ଟମୁଭିଂ କାର୍ଗୋ ଆୟ ବୃଦ୍ଧି ପାଉଥିବା ଦେଖାଯାଉଛି । ଏହା ମଧ୍ୟ ଦରବୃଦ୍ଧି ହାର ତୁଳନାରେ କମ । ସେହିପରି ଦେଖାଯାଉଛି କୋର ସେକ୍ଟର ମାନୁଫ୍ୟାକଚରିଂ ମୂଲ୍ୟଯୁକ୍ତ କ୍ରୟ ମୂଲ୍ୟରେ ବେଶି କିଛି ତଫାତ ନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ଏତେସବୁ ଆସ୍ଫାଳନ କେମିତି ସତ୍ୟ ହେବ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି । ଗତ ୨୦୧୬ ମସିହାର ବିମୁଦ୍ରାୟନ ଓ ୨୦୧୭ ମସିହାର ସେବା ଓ ଦ୍ରବ୍ୟ କର (ଜିଏସଟି) ଲାଗୁ କରି କେନ୍ଦ୍ର ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପଙ୍ଗୁ କରିଦେଇଛନ୍ତି । ଗତ ତିନିମାସ ତଳେ ଆରବିଆଇର ପ୍ରଚାର ଅନୁସାରେ ଏପ୍ରିଲ- ଜୁନରେ ଅଭିବୃଦ୍ଧି ହାର ୧୬.୨ ପ୍ରତିଶତ ହେବ ବୋଲି ଯାହା କହିଥିଲେ ତାହା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଲା । ଗୋଟିଏ ପକ୍ଷରେ ଅଭିବୃଦ୍ଧିର ସ୍ୱପ୍ନ ଅନ୍ୟପକ୍ଷରେ ଦରଦାମ ବା ମୁଦ୍ରାସ୍ପତିକୁ ନିୟନ୍ତ୍ରଣକୁ ଆଣିବାର ବଜାରକୁ ଅର୍ଥ ଛାଡ଼ିବା ଉପରେ ରୋକ ଲଗାଇବାର କାର୍ଯ୍ୟ ଦେଖିବାକୁ ମିଳୁଛି ଯାହାର ପରିଣାମ ସ୍ୱରୂପ ବେକାରୀ ବଢ଼ୁଛି ଲୋକଙ୍କ ରୋଜଗାର ଓ କ୍ରୟଶକ୍ତି ହ୍ରାସ ପାଉଛି । ସର୍ବୋପରି ବଜାର କାରବାର ମଧ୍ୟ ମାନ୍ଦା ହେଉଛି । ଏପରି ଏକ ଅଭାବନୀୟ ସ୍ଥିତି ଉପୁଜିବା ପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଅଜ୍ଞତା ଦାୟୀ । ସମସ୍ତ ବ୍ୟବସ୍ଥାରୁ ନିଜକୁ ନ ମୁକାଳାଇ ପ୍ରତିଦିନ ଅଣ ଆୟକାରୀ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହାତକୁ ନେଇ ଚାଲିଛନ୍ତି । ସେଥିପାଇଁ ବେକାରୀ ବଢ଼ୁଛି, ରୋଜଗାର କମୁଛି ଓ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । କେବଳ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆମ ରାଜ୍ୟ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱର ଭାବରେ କ୍ଷତିଗ୍ରସ୍ତ ହେଉଛି ଓ ଓଡ଼ିଶାର ଜନସାଧାରଣ ଏହାର କୁ ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦୁଇରେ ଦୁଇ ମିଶିଲେ ୨୨ ବୋଲି ମିଛି ହିସାବ ଦେଉଛନ୍ତି । ଲୋକଙ୍କୁ ମିଛ କହି ପ୍ରଧାନମନ୍ତ୍ରୀ କ୍ଷମତାରେ ରୁହନ୍ତୁ ହେଲେ, ମିଛ ହିସାବ ଓ ଭେଳିକି ପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧିର ବିଭ୍ରାନ୍ତିକର ତଥ୍ୟ ଦେଇ ଦେଶର ଅର୍ଥନୀତିକୁ ଏପରି ଦୁର୍ଗତି ଆଡ଼କୁ ଟାଣି ନ ନିଅନ୍ତୁ ବୋଲି ଶ୍ରୀ କାନୁନଗୋ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ମୁଖପାତ୍ର ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

ଓଡ଼ିଶାରେ ଆସିଆନାର ଟିମ୍….

() ମେକ ଇନ ଓଡିଶା conclaveର ତୃତୀୟ ସଂସ୍କରଣ ପୂର୍ଵରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ।ମିଆଁମାର,indonesia,ଫିଲିଫାଇନ୍ସ,ଥାଇଲାଣ୍ଡ,ମାଲେୟେସିଆ,ସିଙ୍ଗାପୁର,ଭିଏତନାମ ଆଦି ଦେଶର ପ୍ରତିନିଧି ଓଡିଶା ଗସ୍ତରେ ଆସିବେ। ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କଣ ସୁଯୋଗ ରହିଛି ତାହା ବୁଲି ଦେଖିବେ। ପର୍ଯ୍ୟଟନ,ଖାଦ୍ୟ ପ୍ରକ୍ରିୟାକରଣ,ଖଣି,ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ତାହା ଅନୁଧ୍ୟାନ କରିବେ। ଦିଲ୍ଲୀ ସମ୍ମିଳନୀରେ 27 ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ ଉତ୍ସାହଜନକ ରହିଛି। ମେକ ଇନ ଓଡିଶା conclaveର ତୃତୀୟ ସଂସ୍କରଣକୁ ଏକ ବିରାଟ ସଫଳତା ମିଳିବ। ଦିଲ୍ଲୀ ପରେ ମୁମ୍ବାଇରେ ଖୁବଶୀଘ୍ର ଓଡିଶା investor ମିଟ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ବାଙ୍ଗାଲୋର,ଚେନ୍ନାଇ,କୋଲକତା ଆଦି ସ୍ଥାନରେ ଓଡିଶା investor meet ହେବ। ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ସୂଚନା।

ପ୍ରତାପ ଦେବ,ଶିଳ୍ପମନ୍ତ୍ରୀ

Follow us

20,832FansLike
0FollowersFollow
14,700SubscribersSubscribe

Latest news