ଶାଶୁ ବୋହୁ ସମ୍ମିଳନୀ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

() ଶାଶୁ ବୋହୁ ସମ୍ମିଳନୀ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପରିବାର ନିୟୋଜନ ନେଇ ଶାଶୁ ବୋହୁ ସମ୍ମିଳନୀ ଜରିଆରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯିବ । ରାଜ୍ୟର ସମସ୍ତ ହେଲ୍ଥ ଏବଂ ୱଲନେସ ସେଣ୍ଟରରେ ଏହି ସମ୍ମିଳନୀ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପରିବାର ନିୟୋଜନ ବିଷୟରେ ଏକ ପ୍ରତିଯୋଗିତା ହେବ। ଯେଉଁ ମାନେ ପରିବାର ନିୟୋଜନ ବିଷୟରେ ସଠିକ ଉତ୍ତର ଦେବେ ସେମାନଙ୍କୁ ସରକାରଙ୍କ ତରଫରୁ ଉପହାର ଦିଆଯିବ। ପୁର୍ବରୁ ନବ ଦମ୍ଫତ୍ତି କିଟ ନବ ବିବାହିତ ଙ୍କୁ ଉପହାର ଦେବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଶାଶୁ ବହୁ ସମ୍ମିଳନୀ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଟୀକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି…

() ଟୀକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି । ସେପ୍ଟେମ୍ବର 30ରେ ସରୁଛି ମାଗଣା ଟୀକା ର ଅବଧି। ତୁରନ୍ତ ଟୀକା ନେବାକୁ ସମସ୍ତଙ୍କୁ ଅପିଲ କଲା ସ୍ୱାସ୍ଥ୍ୟ ବିଭାଗର । ମାଗଣା ଟୀକା ର ଅବଧି ଆଉ ମାତ୍ର 27 ଦିନ ଥିବାରୁ ତୁରନ୍ତ ଟୀକା ନେଇଯିବା ଲାଗି ସମସ୍ତ ଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର 75 ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ଅର୍ଥାତ 2 କୋଟି 40 ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ରାଜ୍ୟରେ 80 ଲକ୍ଷ 90 ହଜାର 386 ଜଣ ନେଇଛନ୍ତି ପ୍ରିକସନ ଡୋଜ । ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି 23 ଲକ୍ଷ 32 ହଜାର ଲୋକ । ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟୀକା ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଲୋକେ ।

ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଓଡ଼ିଶା ରାଜନୀତି : ଅପେକ୍ଷା, ମେଣ୍ଟ ନା ବିକଳ୍ପ…

() ୨୦୨୪ ସାଧାରଣ ନିର୍ବାଚନ ଆଉ ଦେଢବର୍ଷରୁ ଅଧିକ ସମୟ ରହିଛି । ଯାହାକୁ ଲକ୍ଷ୍ୟ କରି ଧୀରେଧୀରେ ଓଡ଼ିଶା ରାଜନୀତିରେ ନିର୍ବାଚନୀ ହାଓ୍ବା ବହିଲାଣୀ । ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ୨୪ ପାଇଁ ସିବିର ସଜ କରିବା ସହ ଦଳୀୟ ସଂଗଠନକୁ ଚଳଚଞ୍ଚଳ କଲେଣୀ । ଆଉ ଏସବୁ ପ୍ରସ୍ତୁତିରେ ଏବେ ଢେର ଆଗରେ ରହିଛି ଶାସକ ବିଜେଡ଼ି ଦଳ । ୨୨ରୁ ୨୪ ଅଙ୍କ କଷିବା ରଣନୀତିରେ ଦଳ ,ଦୁଇ ଜାତୀୟ ଦଳକୁ ବେଶ ପଛରେ ପକାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିଜେଡ଼ି ସଂଗଠନରେ ବଡ଼ଧରଣ ପରିବର୍ତ୍ତନ କରିଛନ୍ତି । ଦଳର ୯ ଜଣ ବରିଷ୍ଠ ନେତାଙ୍କୁ ଦଳ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି । ସେହିପରି ଯୁବ, ଛାତ୍ର ଓ ମହିଳାରେ ଜୁମ୍ବୋ ଟିମ କରି ଦଳ ସଂଗଠନକୁ ତୃଣମୂଳସ୍ତରରେ ଚଳଚଞ୍ଚଳ କରିଛି । ଏହାସହ ନିର୍ବାଚନରେ ଦଳର ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ଭୁମିକା କଣ ରହିବ ତାହା ବି ଅଧିକାଂସ ସମୟ ପ୍ରଶିକ୍ଷଣ ଶିବିର କରି ନେତା ଓ କର୍ମୀଙ୍କୁ ବୁଝାଇଛନ୍ତି । ସେହିପରି ମୁଖ୍ୟ ବିରୋଧି ବିଜେପି ଦଳ ନେତା, ପ୍ରଭାରୀ, ପରିବର୍ତ୍ତନ କରି ଦଳୀୟ ସଂଗଠନକୁ ସକ୍ରୀୟ କରିଛି । ଆଗକୁ କେନ୍ଦ୍ରୀୟ ନେତାଙ୍କକୁ ଆଣି ଲୋକଙ୍କ ବିଶ୍ବାସ ଜିଣିବାକୁ ପ୍ରୟାସ କରିବ ଦଳ । ହେଲେ ଏସବୁ ପ୍ରସ୍ତୁତିରେ କିନ୍ତୁ କଂଗ୍ରେସ ଟିକେ ପଛରେ ପଡ଼ିଯାଇଛି । ନୂଆ ପିସିସି ସଭାପତି ଦାୟିତ୍ବ ନେବାରୁ ୩ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏଯାଏ କଂଗ୍ରେସ ନୂଆ ଟିମ ଗଠନ କରିପାରିନାହିଁ । ୨୦୨୨ରେ ଓଡ଼ିଶା ରାଜନୀତିରେ ଏପରି ସ୍ଥିତି ଦେଇ ଗତି କରୁଥିବା ବେଳେ ଓଡ଼ିଶାରେ କିଛି ନେତା ବିକଳ୍ପ ରାଜନୀତି କଥା ଚିନ୍ତା କରୁଛନ୍ତି । ଏହାରି ଭିତରେ ଆପ ତାହା ଶକ୍ତି ପ୍ରଦର୍ଶନ ରାଜ୍ୟ ରାଜଧାନୀରେ କରିବା ସହ ଏନସିପି ୨୦୨୪ରେ ଓଡ଼ିଶାରେ ପ୍ରାର୍ଥୀ ଦେବ ବୋଲି ସ୍ଥିର କରିଛି ।

ତେବେ କଣ ହେବ ୨୦୨୪ରେ ଓଡ଼ିଶା ରାଜନୀତିର ସମୀକରଣ । ବିଜେଡି-ବିଜେପି ୯ ବର୍ଷର ପୁରୁଣା ପ୍ରେମ ଫେରିବକି ? କଣ ପୁଣି ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବ କି ? ନା ଭିତିରିଆ ବୁଝାମଣା ହେବ । ୨୦୦୦ ମସିହା ୨୦୦୯ ମସିହା ଯାଏ ବିଜେପି ଓ ବିଜେଡ଼ି ମଧ୍ୟରେ ଯେଉଁ ବୁଝାମଣା ଥିଲା ତାହା ହେବ କି ? ଏମିତି ଅନେକ ବର୍ଷ ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ଏହାରି ଭିତରେ ରାଜ୍ୟରେ ପାହଡ଼ଭଳି ଛିଡ଼ା ହୋଇଥିବା ବିଜେଡ଼ି କିନ୍ତୁ ମେଣ୍ଟ ସପକ୍ଷରେ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ନେତାଏ କିନ୍ତୁ ଦ୍ବନ୍ଦରେ ଅଛନ୍ତି କଣ ଓଡ଼ିଶାକୁ ନେଇ ରହିବ କେନ୍ଦ୍ର ବିଜେପିର ଆଭିମୁଖ୍ୟ । ୨୦୧୯ରେ କେନ୍ଦ୍ରୀୟ ବିଜେପି ରାଜ୍ୟକୁ ପୁରା ଫୋକସ କରି ଫେଲ ମାରିବା ପରେ ଆଉ ଓଡ଼ିଶାକୁ ଫୋକସ କରିବାକୁ ଚାହୁନାହିଁ । ବଂର ଓଡ଼ିଶାରୁ କିପରି ଅଧିକ ଏମପି ସିଟି ଜିତିହେବ ତାହା ଉପରେ ଦଳ ଗୁରୁତ୍ବ ଦେଇଛି । ୨୦୧୯ରେ ଦଳ ୮ଟି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ । ତେଣୁ ୨୦୨୪ରେ ଏହି ସଂଖ୍ୟା କିପରି ୧୨ରୁ ୧୫ ହେବ ସେ ଲକ୍ଷ୍ୟ ରଖି ଦଳ କାମ କରୁଛି । ସଫାସଫା କହିବାକୁ ଗଲେ ବିଧାୟକ ନୁହେଁ, ସାଂସଦ ସିଟ ଜିତିବା ଉପରେ ଦଳ ଗୁରୁତ୍ବ ଦେଇଛି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ଯେହେତୁ ବିଜେଡ଼ି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିକୁ ସବୁ କ୍ଷତ୍ରରେ ସମର୍ଥନ କରୁଛି ତେଣୁ ବିଜେଡ଼ିକୁ କୌଣସି ଅସୁବିଧାରେ ପକାଇବାକୁ ଚାହୁନାହିଁ କେନ୍ଦ୍ରୀୟ ବିଜେପି । ବିଜେଡ଼ି ବିଜେପି ସହ ୨୦୦୦ ମସିହାରେ ମେଣ୍ଟ କରିବାକୁ ବହୁ ଆଂଚଳିକ ବିଜେପି ସହ ମେଣ୍ଟ କରିଥିଲେ । ଏସବୁ ବିଚାର କରି ବିଜେପି ବିଜେଡିକୁ ସାଙ୍ଗରେ ନେବାକୁ ଚାହୁଁଛି । ତାହା ମେଣ୍ଟ ହେଉ ଅବା ନହେଉ ।

ସେହିପରି ରାଜ୍ୟରେ ୧ ପ୍ରତିଶତ ଭୋଟ ନଥିବା ଆପ ଓଡ଼ିଶାରେ ବିକଳ୍ପ ହେବାକୁ ସଜବାଜ ଆରମ୍ଭ କରିଛି । କିନ୍ତୁ କିଏ ରାଜ୍ୟରେ ଆପ ସଂଗଠନକୁ ଆଗେଇ ନେବ ସେ ଚିନ୍ତାରେ ଦଳର ନେତାମାନେ ମୋଟାମୋଟି ଭାବେ କହିଲେ ୩ ପ୍ରମୁଖ ଦଳର ଅସନ୍ତୋଷ ଓ ଅଲୋଡ଼ା ନେତାଙ୍କୁ ନେଇ ଆପ ବଳବାନ ହେବାକୁ ଚାହୁଁଛି । ଯାହା ଆକାଶ କଇଁଆ ଚିଲିକା ମାଛ ପରି ।

ଠିକ ସେହିପରି ରାଜ୍ୟର ୨ ନମ୍ବର ବିରୋଧି ଦଳ କଂଗ୍ରେସ ରାଜ୍ୟରେ ତାହାର ଅସ୍ତିତ୍ବ ଖୋଜୁଛି । ଦେଶରେ କଂଗ୍ରେସର ହେବିଓ୍ବାଟ ନେତା ଦଳ ଛାଡ଼ିବା ଓ ରାଜ୍ୟରେ କଂଗ୍ରେସରେ ଗୋଷ୍ଠୀ ବିବାଦ ଥମିବାର ନାଁ ନେଉନଥିବାରୁ ୨୪ ପାଇଁ କଂଗ୍ରେସ ୯ରୁ ୯୦ ନାରା କଣ ସ୍ବପ୍ନ ହୋଇ ରହିବ ତାହା ଜଳଜଳ କରି ଦିଶୁଛି । ସବୁବେଳେ ସ୍ରୋତରେ କ୍ଷମତାକୁ ଆସିବାକୁ ଚାହୁଥିବା କଂଗ୍ରେସ ୨୦୨୪ରେ କିପରି ଘର ସଜାଡ଼ିବ ସେ ଚିନ୍ତାରେ ପଡ଼ିଛି । କାରଣ ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି , କିଛି ବିଧାୟକ ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ବୋଲି ନିର୍ବାଚନ ପୂର୍ବରୁ କହିଲେଣୀ ।

ଏସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ରାଜ୍ୟବାସୀଙ୍କ ଆଗରେ ୨୦୨୪ରେ ପୁଣିଥରେ ରାଜ୍ୟରେ ନବୀନ ଶାସନ ଜାରୀ ରହିବ ? କାରଣ ଏଯାଏ ନବୀନଙ୍କ ବିକଳ୍ପ ରାଜ୍ୟରେ କେହି ନାହାନ୍ତି । ତେଣୁ ମେଣ୍ଟ ଓ ବିକଳ୍ପ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ରାଜନୈତିକ ସମୀକରଣ ବଦଳାଇବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ….

ଆସିଲା ବନ୍ୟା କ୍ଷୟକ୍ଷତି ର ରିପୋର୍ଟ..

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ..

() ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ।ଚଳିତ ବନ୍ୟାରେ 1 ଲକ୍ଷ ହେକ୍ଟର ଚାଷ ଜମି ବନ୍ୟାରେ ହୋଇଛି ନଷ୍ଟ।ବନ୍ୟା ଓ ବର୍ଷାରେ 24ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି

10ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି।ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି।ଜଗତସିଂହପୁରରେ ସର୍ବାଧିକ 2 ହଜାର 420 ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି

ଗତକାଲି କୃଷି ମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।

ସୋଆରେ ଜାତୀୟ କ୍ରୀଡା ଦିବସ ପାଳିତ..

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋଆରେ ସୋମବାର ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା । ସୋଆ କ୍ୟାମ୍ପସ୍ ୨ ର ଟେନିସ୍ କୋର୍ଟ ରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ୍‌କୁ ବିଶ୍ୱ ବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍‌-ଅଫ୍ କରିଥିଲେ । ସୋଆର ବିଭିନ୍ନ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ମିନି ମାରାଥନ୍‌ରେ ସାମିଲ ହୋଇଥିଲେ । ସୋଆରେ ଶିକ୍ଷା ଗ୍ରହଣ କରୁଥିôବା ବିଦେଶୀ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମାରାଥନ୍‌ରେ ଯୋଗ ଦେଇଥିଲେ ।

ଏହି ମାରାଥନ୍ କ୍ୟାମ୍ପସ୍ ୨ ରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ପୁଣି ଥରେ କ୍ୟାମ୍ପସ୍ ୨ କୁ ଫେରିଥିଲା । ମାରାଥନ୍ ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲ କୋର୍ଟରେ ଯୋଗାଭ୍ୟାସ କରିବା ସହ ଭଲିବଲ୍‌, ଟେନିସ୍‌, ବାସ୍କେଟବଲ୍ ଇତ୍ୟାଦି ଖେଳରେ ଯୋଗ ଦେଇଥିଲେ ।

ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲୋକଙ୍କ ସ୍ୱାର୍ଥପାଇଁ ସଂସଦରୁ ସଡ଼କ ଯାଏଁ ଲଢ଼େଇ ଜାରି ରଖିଛି କଂଗ୍ରେସ..

() ମୋଦି ସରକାରଙ୍କର ଭୁଲ ଅର୍ଥନୀତି ଭାରତରେ ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ଉତ୍କଟ ବେକାରୀର କାରଣ – ନିରୋଜ ଡାଙ୍ଗି, ସାଂସଦ, ରାଜ୍ୟସଭା।

ଲୋକଙ୍କ ସ୍ୱାର୍ଥପାଇଁ ସଂସଦରୁ ସଡ଼କ ଯାଏଁ ଲଢ଼େଇ ଜାରି ରଖିଛି କଂଗ୍ରେସ।

ସେପ୍ଟେମ୍ବର-୪ରେ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ପ୍ରତିବାଦରେ “ମହଙ୍ଗାଇ ପର ହଲ୍ଲାବୋଲ”।

{} ମୋଦି ସରକାରଙ୍କ ଭୁଲ ଅର୍ଥନୀତି ଭାରତରେ ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ଉତ୍କଟ ବେକାରୀର କାରଣ । ମହଙ୍ଗା ଏବଂ ବେକାରମୁକ୍ତ ଭାରତ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖାଇଥିଲେ ଆଜି ତାହା ପ୍ରତାରଣାରେ ପରିଣତ ହୋଇଛି । ମୋଦିଙ୍କ ସମୟରେ ଉତ୍କଟ ଦରଦାମ ବୃଦ୍ଧି ଅତୀତର ସମସ୍ତ ରେକର୍ଡ ଭାଙ୍ଗିବା ସହ ବେକାରୀ ସମସ୍ୟା ମଧ୍ୟ ଗତ ୪୫ ବର୍ଷର ରେକର୍ଡକୁ ଭାଙ୍ଗିଛି । ମୋଦି ସରକାରଙ୍କର ଏହି ଜନ ବିରୋଧି ଓ ଯୁବ ବିରୋଧରେ କଂଗ୍ରେସ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ନିରୋଜ ଡାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ଡାଙ୍ଗି କହିଛନ୍ତି ଯେ ୨୦୧୪ ମସିହାରେ ଯେତେବେଳେ ମୋଦି ସରକାର ପ୍ରଥମକରି ଆରମ୍ଭ ହେଲା ସେତେବେଳେ ସିଲିଣ୍ଡର ପିଛା ଏଲପିଜି ଗ୍ୟାସ ୪୧୦ ଟଙ୍କା ଥିବା ବେଳେ ଏବେ ସିଲିଣ୍ଡର ପିଛା ୧୫୬ ପ୍ରତିଶତ ବୃଦ୍ଧିପାଇ ୧୦୫୩ ରୁ ୧୨୪୦ ଟଙ୍କାରେ ପଂହଚିଛି । ସେହିପରି ପେଟ୍ରୋଲ ଦର ୭୧ ଟଙ୍କା ଥିବାବେଳେ ଏବେ ତାହା ୪୦ ପ୍ରତିଶତ ବୃଦ୍ଧି ପାଇ ୯୫ ରୁ ୧୧୨ ଟଙ୍କାରେ ପହଂଚିଲାଣି । ଅନୁରପ ଭାବେ ଡିଜେଲ ଲିଟର ପିଛା ୨୦୧୪ ରେ ୫୫ ଟଙ୍କାଥିବା ବେଳେ ଏବେ ତାହା ୭୫ ପ୍ରତିଶତ ବୃଦ୍ଧି ପାଇ ୯୦ ରୁ ୧୦୦ ଟଙ୍କା ଛୁଇଁଲାଣି । ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ସୋରିଷ ତେଲ ଲିଟର ପ୍ରତି ୯୦ ଟଙ୍କାରୁ ୧୨୨ ପ୍ରତିଶତ ବୃଦ୍ଧି ପାଇଁ ୨୦୦ ଟଙ୍କା ହେଲାଣି । ସେହିପରି ଅଟା ୮୧ ପ୍ରତିଶତ ବୃଦ୍ଧି ପାଇ ୨୨ ଟଙ୍କାରୁ ୪୦ ଟଙ୍କାରେ ପହଂଚିଲାଣି । କ୍ଷୀର ମଧ୍ୟ ୭୧ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ୩୫ ଟଙ୍କାରୁ ୬୦ ଟଙ୍କାରେ ପହଂଚିଲାଣି । ୨୦୧୪ ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ନାହାନ୍ତି, ତାଙ୍କ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଓ ପ୍ରତାରଣା ଲୋକମାନଙ୍କ ଉପରେ ଜନ୍ତ୍ରଣାର ବୋଝ ଲଦିଦେଇଛି । ପ୍ରଧାନମନ୍ତ୍ରୀ ୨୦୧୯ ରେ ଦାମ୍ଭିକତାର ସହ ଘୋଷଣା କରିଥିଲେ ଯେ ଖାଦ୍ୟଶସ୍ୟ, ଦହି, ଲସି, ଲହୁଣି ଇତ୍ୟାଦିରେ ଅତ୍ୟାବଶକୀୟ ବସ୍ତୁ ଜିଏସଟି ପରିସର ବାହାରେ ରହିବ ହେଲେ ମାତ୍ର ତିନିବର୍ଷ ପରେ ୨୦୨୨ ମସିହାରେ ତାଙ୍କର ସମସ୍ତ ପ୍ରତିଶ୍ରୁତି ପ୍ରତାରଣା ପାଲଟିଲା । ଉପରୋକ୍ତ ଅତ୍ୟାବଶକୀୟ ସାମଗ୍ରୀ ଉପରେ ମୋଦି ସରକାର ଅତ୍ୟନ୍ତ ଅମାନବୀୟ ଭାବେ ଜିଏସଟି ଲାଗୁ କଲେ । ୨୦୧୯ ନିର୍ବାଚନ ପ୍ରଚାର ବେଳେ ମଧ୍ୟ ଭୋଟ ହାତେଇବା ପାଇଁ ଉଜ୍ଜଳା ଯୋଜନାର ଖୁବ ପ୍ରଚାର କରିଥିଲେ । ହେଲେ ନିର୍ବାଚନ ସରିବା ପରେ ଅତ୍ୟନ୍ତ ସମ୍ବେଦନହୀନ ଭାବେ ରନ୍ଧନ ଗ୍ୟାସ ଉପରୁ ସବସିଡ୍ ପ୍ରତ୍ୟାହାର କରିନେଲେ । ମୋଦି ସରକାରଙ୍କ ଏହି ଜନବିରୋଧି ନିଷ୍ପତି ଫଳରେ ରନ୍ଧନ ଗ୍ୟାସ ଦର ଦୁଇଗୁଣରୁ ଅଧିକ ହେଲା । ଫଳରେ କୋଟି କୋଟି ଉପଭୋକ୍ତା ଆଜି ନିଜ ଖାଲି ସିଲିଣ୍ଡର ଭର୍ତି କରିବାକୁ ସମର୍ଥ ନୁହଁନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇ କ୍ଷମତାକୁ ଆସିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜନସାଧାରଣଙ୍କୁ ଲଗାତାର କରିଚାଲିଥିବା ବିଶ୍ୱାସଘାତ ମଧ୍ୟରୁ ଅତ୍ୟାବଶକୀୟ ସାମଗ୍ରୀ ଓ ଗ୍ୟାସର ଦରବୃଦ୍ଧି ଦୁଇଟି ଉଦାହରଣ ମାତ୍ର । ଏପରି କରି ମୋଦି ଜନସାଧାରଣଙ୍କୁ “ ଡୁବ ମରୋ” ନୀତିର ପ୍ରମାଣ ଦେବା ସହ ଲୋକଙ୍କ ପିଠିରେ ଛୁରି ମାରିଛନ୍ତି ବୋଲି ଶ୍ରୀ ଡାଙ୍ଗି ଅଭିଯୋଗ କରିଛନ୍ତି ।

ଉପା ଓ ଏନଡିଏ ସରକାର ସମୟରେ ତୈଳଦର ବୃଦ୍ଧିର ଏକ ତୁଳନାତ୍ମକ ଚିତ୍ର ଦେଇ ଶ୍ରୀ ଡାଙ୍ଗି କହିଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୧୩-୨୦୧୪ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳଦର ବହୁତ ଅଧିକ ଥିଲା । ଏହା ସତ୍ୱେ ସେତେବେଳେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ଏବଂ ଡିଜେଲ ୫୫ ଟଙ୍କାରେ ବିକ୍ରି ହୋଇପାରୁଥିଲା ବେଳେ ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୪୦ ପ୍ରତିଶତ ଓ ୭୫ ପ୍ରତିଶତ ବୃଦ୍ଧିପାଇଛି । ଗତ କିଛିମାସ ଧରି ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବା ବେଳେ ଏହାର ସୁଫଳ କୋଟି କୋଟି ଉପଭୋକ୍ତାଙ୍କ ନିକଟରେ ପହଂଚି ପାରୁ ନାହିଁ ।

ମୋଦି ସରକାରଙ୍କ ଦିଗହରା ନୀତି କାରଣରୁ ଦେଶରେ ବେକାରୀ ସମସ୍ୟା ଉତ୍କଟରୂପ ଧାରଣ କରିଛି । ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସଟି ବ୍ୟବସ୍ଥା ଭାରତର ଅର୍ଥ ବ୍ୟବସ୍ଥାକୁ ଶୋଚନୀୟ କରିଦେଇଛି । ଏବେ ବୋଝ ଉପରେ ଲଳିତାବିଡ଼ା ସଦୃଶ ଏବେ ମୋଦି ସମସ୍ତ ରାଷ୍ଟ୍ରୀୟ ସଂପତି ଯଥା ରେଳ, ବିମାନସେବା, ବନ୍ଦର, ଏଲଆଇସି, ଖଣି, ରାଷ୍ଟ୍ରାୟତ ଉଦ୍ୟୋଗ ଆଦିର ଘରୋଇକରଣ କରୁଛି ଅବା ତାଙ୍କର ବନ୍ଧୁ ଶିଳ୍ପପତିମାନଙ୍କ ହାତକୁ ଟେକି ଦେଉଛନ୍ତି । ମୋଦି ସରକାରଙ୍କ ଯୁବବିରୋଧି ଆଭିମୁଖ୍ୟ ଯୋଗୁ କେନ୍ଦ୍ର ସରକାରଙ୍କ ଅଧିନରେ ୧୦ଲକ୍ଷ ରୁ ପଦବୀ ଖାଲି ପଡ଼ିଛି ସମୁଦାୟ ମଞ୍ଜୁରିପ୍ରାପ୍ତ ପଦବୀର ୨୪ ପ୍ରତିଶତ । ଦେଶର ଯୁବ ସମାଜକୁ ଭୁଆଁ ବୁଲାଇବା ପାଇଁ ଅଗ୍ନିପଥ ଯୋଜନା ପ୍ରଣୟନ କରି ଯୁବକମାନଙ୍କର ରୋଜଗାର ସମ୍ଭାବନାକୁ ସଂକଟକୁ ଠେଲି ଦେଇଥିବା ବେଳେ ଦେଶର ସୁରକ୍ଷା ପ୍ରତି ନୂଆ ବିପଦକୁ ଡାକି ଆଣିଛନ୍ତି । ସେନାବାହିନୀରେ ଯୋଗଦେଇ ଦେଶର ସେବା କରିବାକୁ ଆଶା ରଖିଥିବା ଯୁବକ ଯୁବତୀମାନଙ୍କ ସ୍ୱପ୍ନ ଧୂଳିସାତ ହୋଇଛି । ନିରାପତା ବା ପେନସନର ଗ୍ୟାରେଂଟି ନଥିବା ୪ବର୍ଷିୟା ଠିକା ନିଯୁକ୍ତି ଏ ଦେଶର ଅଗଣିତ ଯୁବ ସମାଜ ପ୍ରତି ଚରମ ପ୍ରତାରଣା ।

ବେକାରୀ ସମସ୍ୟା ଏଭଳି ଉତ୍କଟରୁପ ଧାରଣ କରିଛି ଯେ ଏ ଦେଶରେ ୨୦ ରୁ ୨୪ ବର୍ଷ ଭିତରେ ୪୨ ପ୍ରତିଶତ ଯୁବକ ଯୁବତୀ ଏବେ ନିଯୁକ୍ତି ସଂଧାନରେ ହତାଶା ଭିତରେ କାଳତିପାତ କରୁଛନ୍ତି । ଏହାର ପରିଣାମ ସ୍ୱରୂପ ପିଏଚଡି, ସ୍ନାତୋକତର ତଥା ଅନ୍ୟାନ୍ୟ ଉଚ୍ଚ ଡିଗ୍ରୀ ହାସଲ କରିଥିବା ଯୁବକଯୁବତୀ ମାନେ ନିମ୍ନ ପଦବୀ ପାଇଁ ଆବେଦନ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଏଭଳି କଠିନି ପରିସ୍ଥିତିରେ ଲୋକଙ୍କ ସହିତ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଛିଆହୋଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ବିଫଳତା, ତ୍ରୁଟିପୂର୍ଣ୍ଣ ନୀତି, ଦରବୃଦ୍ଧି, ବେକାରୀ, ମୁଦ୍ରାସ୍ପିତି ଆଦି ବିରୋଧରେ ଲଢ଼େଇ କରି ଆସୁଛି । ଜୁନ ୨୦୨୧ ରୁ ଅଦ୍ୟାବଧି କଂଗ୍ରେସ ଦେଶବ୍ୟାପି ବରୋଧ ପ୍ରଦର୍ଶନ ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ୫ ଅଗଷ୍ଟରେ ଦରବୃଦ୍ଧି ବିରୋଧରେ ରାଷ୍ଟ୍ରପତି ଅଭିମୁଖେ ମାନନୀୟ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ଓ ନେତୃବୃନ୍ଦ ଆସୁଥିବା ବେଳେ ମୋଦି ସରକାର ପୋଲିସ ବଳ ପ୍ରୟୋଗ କରି ସେମାନଙ୍କୁ ଅନ୍ୟାୟ ଭାବରେ ଅଟକ ରଖିଥିଲା । ଦରବୃଦ୍ଧି ବିରୋଧରେ ଏହି ଦେଶବ୍ୟାପି ପ୍ରଦର୍ଶନ ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ଦିନ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ “ମହଙ୍ଗାଇ ପର ହାଲାବୋଲ” ର‌୍ୟାଲି ଆୟୋଜିତ ହେବାକୁ ଯାଉଛି ।

ଏହି ପ୍ରରୀପେକ୍ଷୀରେ ଦରବୃଦ୍ଧି ଉପରେ ତୁରନ୍ତ ଅଂକୁଶ ଲଗାଇବା ସହ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ପୂର୍ବ ପ୍ରତିଶ୍ରୁତିକୁ ସରକାର ପୂରଣ କରିବାପାଇଁ କଂଗ୍ରେସ ଦାବି କରୁଛି । ସେହିପରି ଓଡ଼ିଶାର ବେକାରୀ ସମସ୍ୟା ସଂପର୍କରେ ଆଲୋକପାତ କରି ଶ୍ରୀ ଡାଙ୍ଗି କହିଲେ ଯେ ଓଡ଼ିଶାରେ ମଧ୍ୟ ୧ଲକ୍ଷ ୬୨ ହଜାରୁ ଉର୍ଦ୍ଧ୍ୱ ପଦବୀ ଖାଲିଥିବା ବେଳେ ସେଥିମଧ୍ୟରୁ ୮୦ ପ୍ରତିଶତ ପଦବୀ ଏଣ୍ଟ୍ରି ଲେବୁଲର । ଉଭୟ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୋଧରେ କଂଗ୍ରେସ ସଂଗ୍ରାମ କରିବ । ଏ ଲଢ଼େଇ କେବଳ କଂଗ୍ରେସର ନୁହେଁ ଓଡ଼ିଶା ତଥା ଦେଶର ସମସ୍ତ ଜନସାଧାରଣଙ୍କ ଲଢ଼େଇ । ଏହା ସହିତ ସରକାରଙ୍କ ଜନବିରୋଧି ଓ ଯୁବ ବିରୋଧି ଆଭିମୁଖ୍ୟ ବିରୋଧରେ ସ୍ୱରଉତୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାପାଇଁ କଂଗ୍ରେସ ଅନୁରୋଧ କରୁଛି ବୋଲି ଶ୍ରୀ ଡାଙ୍ଗି ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଭୁତି ମିଶ୍ର ଉପସ୍ଥିତ ଥିଲେ ।

ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ…

() ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ (Striking Fire Force)  

ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ।

କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ ସୃଷ୍ଟି ହେବ ୧୪୪ଟି ପଦବୀ ।

 

{} ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ Striking Fire Force ଗଠନ କରାଯିବ। ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି Striking Fire Forceର ୩ଟି Range Headquarter ରହିବ। ପ୍ରତ୍ୟେକ Range Headquarter ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା First Responder ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।

 

ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା (Modern Gadgets) ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ Striking Force ଭାବରେ ବିକଶିତ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା।ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ସଂଚଳନା କରିଥିଲେ ।ଅଗ୍ନିଶମ ବିଭାଗର ଡିଜି ଶ୍ରୀ ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କ ରେ ଉପସ୍ଥାପନା କରିଥିଲେ।

ଆଲୋଚନା ରେ ମୁଖ୍ୟ ଶାସନ ସଚିବ ,ଶ୍ରୀ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ଶ୍ରୀମତୀ ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ।

ସମ୍ମାନିତ ହେଲେ NAC ଆଠମଲିକ….

() PMAY (ସହରୀ) ପୁରସ୍କାର 2019 ଅଧୀନରେ ଭାରତରେ ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ NAC ପୁରସ୍କାର ପାଇଥିବାରୁ ଓଡିଶା ସହରୀ ହାଉସିଂ ମିଶନ୍ (OUHM) ଦ୍ୱାରା ଆଠମଲିକ NAC କୁ ସମ୍ମାନିତ କରାଯାଇଥିଲା | ବିଧାୟକ ଆଠମଲିକ, ଶ୍ରୀ ରମେଶ ଚନ୍ଦ୍ର ସାଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ଆରମ୍ଭରେ ଶ୍ରୀ ଦେବସିସ୍ ସିଂ ସରକାରୀ H&UD ବିଭାଗର ମିଶନ ନିର୍ଦ୍ଦେଶକ OUHM ର ଅତିରିକ୍ତ ସଚିବ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ପୁରସ୍କାର ଏବଂ ସମାରୋହ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
PMAY (U) ମିଶନ୍ ଅଧୀନରେ ରାଜ୍ୟ, ULB ଏବଂ ହିତାଧିକାରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାନୁୟାରୀ 2019 ରେ ଗୃହନିର୍ମାଣ ଏବଂ ନବସୃଜନ ପାଇଁ ‘PMAY ପୁରସ୍କାର’ ପ୍ରତିଷ୍ଠା କରାଯାଇଥିଲା। ଶ୍ରେଷ୍ଠ ପ୍ରଦର୍ଶନକାରୀ ମ୍ୟୁନିସିପାଲିଟି / NAC ବର୍ଗ ଅଧୀନରେ ପୁରସ୍କାରର ମୂଲ୍ୟାଙ୍କନ ପାଇଁ ଚାରୋଟି ପାରାମିଟରର ଏକ ସେଟ୍ ସ୍ଥିର କରାଯାଇଥିଲା ଯେଉଁଥିରେ PMAY (U) ର କାର୍ଯ୍ୟକାରିତା, ଅନୁଷ୍ଠାନର ସ୍ଥାପତ୍ୟ ସ୍ଥାପତ୍ୟ, ବର୍ଦ୍ଧିତ ମାସିକ ପ୍ରଗତି, ପ୍ରସାରଣ ଏବଂ ସ୍ୱଚ୍ଛତା ଅନ୍ତର୍ଭୁକ୍ତ | ସମସ୍ତ ଚାରୋଟି ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଠମଲିକ NAc ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି | NAC ସମୟ ଅନୁସାରେ ଆବଣ୍ଟିତ 2102 ମଧ୍ୟରୁ 1890 ଘର ସମାପ୍ତ କରିଛି | OUHM ଓଡିଶା ସହରୀ ଗୃହ ନିର୍ମାଣ ମିଶନ ହେଉଛି ଓଡିଶାରେ PMAY (U) କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ତରୀୟ ନୋଡାଲ ଏଜେନ୍ସି | ଅନ୍ୟମାନଙ୍କ ମଧ୍ୟରେ ଚେୟାରମ୍ୟାନ୍ ଆଠମଲିକ ଏନଏସି, ଶ୍ରୀମତି ଆଶା କୁମାରୀ ସାହୋ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଆଠମଲିକ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି କାଦମ୍ବିନୀ ଜେନା ଆଠମଲିକ ଏନଏସି ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ ଏବଂ ଭୁବନେଶ୍ୱରର ଉନ୍ନତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୋଆ ଏନ୍‌ଏସ୍‌ଏସ୍ ତରଫରୁ ବନ୍ୟା ବିପନ୍ନ ଅଚଂଳକୁ ସହାୟତା…

{}  ଶିକ୍ଷା ଓ ଅନୁସନ୍ଧାନ ( ସୋଆ)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଗୁରୁବାର ଦିନ ବନ୍ୟା ପ୍ରପୀଡିତମାନଙ୍କୁ ରିଲିଫ୍ ବଂଟନ କରାଯାଇଥିଲା ।  ସୋଆର ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲା ର ଶରଧାପୁର ଗ୍ରାମକୁ ଯାଇ ରିଲିଫ୍ ବଂଟନ କରିଥିଲେ ।

ଚୁଡା, ଚିନି, ବିସ୍କୁଟ, ମଶାଧୂପ, ଦିଆସିଲି, ମହମବତୀ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ୩୦୦-୩୫୦ ପ୍ୟାକେଟ କରାଯାଇଥିଲା । ମହାନଦୀର ପ୍ରଳୟଙ୍କରୀ ବନ୍ୟା କାଜୁଆ ଘାଇ ଭାଙ୍ଗି ଏହି ଗ୍ରାମକୁ କ୍ଷତିଗ୍ରସ୍ତ କରିଦେଇଛି । ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଡଙ୍ଗା ମାଧ୍ୟମରେ ଏନ୍‌ଏସ୍‌ଏସ୍ ଟିମ୍ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ସେଠାରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ତରଫରୁ ଆସିଥିବା ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଏହି ଟିମ୍‌ରେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗାମ ଅଫିସର କନକଲତା ଓଝା ଓ ସମ୍ ହସ୍ପିଟାଲ୍ ପକ୍ଷରୁ ଜୁନିୟର ହସ୍ପିଟାଲ୍ ଆଡ଼ମିନିଷ୍ଟ୍ରେଟର୍ ସାଗର କୁମାର ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ ।

ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।

ପ୍ଲାଷ୍ଟିକ କୁ ବାରଣ କଲେ ମୁଖ୍ୟ ଶାସନ ସଚିବ…

{} ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ିଭାବେ ଲାଗୁ କର-ମୁଖ୍ୟ ଶାସନ ସଚିବ।

ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନକାରୀଙ୍କ ଉପରେ ରହିବ କଡ଼ା ନଜର।

ଘରୁ ବ୍ୟାଗ ନେଇ ବଜାରକୁ ଯିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ।

() ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍କୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ଼୍ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷାକରି ଆଇନ୍କୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡି.ଏଫ୍.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ୍ ଦେବାପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ କୁହାଯାଇଥିଲା ।

ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍, କ୍ୟାରି ବ୍ୟାଗ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନଷ୍ପଦ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍, ରୋଟାରୀ ଓ ଲାୟନ୍ସ୍କ୍ଲବ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ୍ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷଭାବେ ଆଲୋଚନା ହୋଇଥିଲା । ଏଥିପାଇଁ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୁତ ଓ ସୁଗମ କରାଯିବ ।

ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ପୁର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ର ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ବ୍ୟବହାର ନିମନ୍ତେ ନିଜ ନିଜ ପ୍ଲାଣ୍ଟର ଦକ୍ଷତା ବଢ଼ାଇବାକୁ ସଂପୃକ୍ତ କଂପାନୀମାନଙ୍କୁ କୁହାଯାଇଥିଲା ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ୧୧,୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ତିଆରି ହୋଇଛି । ୩୦୯୭ ଗ୍ରାମ ପଂଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟି୍କ୍ ବର୍ଜ୍ୟ ପରିଚାଳନା କରାଯାଉଛି । ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି । ୧୩,୮୩୪ ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି । ପ୍ରାୟ ୧୩,୪୫୫ ତିନି ଚକିଆ ଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

୨୦୨୧-୨୨ ବର୍ଷରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନ୍ରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ୍ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି । ଏହା ବ୍ୟତୀତ ପ୍ରାୟ ୧୯୦୦ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତି ମଧ୍ୟରେ ୨୩୦୧ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଥିବାର ଜଣାଇଛନ୍ତି । ସଂଗୃହିତ ପ୍ଲାଷ୍ଟିକ୍କୁ ପୁନଃ-ବ୍ୟବହାର ପୂର୍ବବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଘରୋଇ ନିବେଶ ସହଭାଗିତାରେ ସ୍ୱତନ୍ତ୍ର ୟୁନିଟ୍ମାନ ପ୍ରତିଷ୍ଠା କରାଯାଇଛି । ଗ୍ରାମ ପଂଚାୟତ ଓ ସ୍ୱଚ୍ଛ ଭାରତ ଅଭିଯାନର ସହଯୋଗିତାରେ ଗ୍ରାମସ୍ତରୀୟ ବର୍ଜ୍ୟ ମହଜୁଦ ସେଡ୍ ମାନ ମଧ୍ୟ ନିର୍ମାଣ କରାଯାଇଛି ।

ପର୍ଯ୍ୟାୟକ୍ରମେ ସମସ୍ତ ପଂଚାୟତ ଓ ଗ୍ରାମକୁ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା କାର୍ଯ୍ୟକ୍ରମସହ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଜ୍ୟ ପୃଥକୀକରଣ ଏବଂ ପୁନଃ ବ୍ୟବହାର କେନ୍ଦ୍ର ଏବଂ ପ୍ଲାଷ୍ଟିକ୍ ରୂପାନ୍ତରଣ ୟୁନିଟ୍ ଗୁଡ଼ିକର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଆଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ ଡାକ୍ତର କେ. ମୁରୁଗେଶାନ୍ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଉମାକାନ୍ତ ମହାପାତ୍ର,ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

Follow us

20,832FansLike
0FollowersFollow
14,700SubscribersSubscribe

Latest news