କଂଗ୍ରେସ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ..

{} ସଂଗ୍ରାମୀ ଦୋଳଗୋବିନ୍ଦ ଥିଲେ ସଂକଳ୍ପସିଦ୍ଧ ମଣିଷ 

କଂଗ୍ରେସ ସେବାଦଳ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ 

() ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୪ର୍ଥ ସ୍ମୃତି ଚାରଣ ଉତ୍ସବରେ ଓଡ଼ିଶାର ୪ଜଣ ସମର୍ପିତ କଂଗ୍ରେସ କାର୍ଯ୍ୟକର୍ତା ଓ

୧୭ଜଣ ସେବାଦଳ ନିଷ୍ଠାପର କର୍ମୀଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି ।   ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ଦୋଳ ଗୋବିନ୍ଦଙ୍କ ଭଳି ଜଣେ ସଂକଳ୍ପସିଦ୍ଧ ମଣିଷ ଆଜିର ସମାଜରେ ବିରଳ । ତାଙ୍କର ସମଗ୍ର ଜୀବନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗଢ଼ା । ବ୍ରହ୍ମପୁର ସ୍ୱତନ୍ତ୍ର କାରାଗାରରୁ ମୁକ୍ତି ପାଇଲା ପରେ, ଜେଲ ଭିତରେ ଶିକ୍ଷା କରିଥିବା ସମସ୍ତ ରଚନାତ୍ମକ କାର୍ଯ୍ୟକୁ ସେ ତାଙ୍କ ଗାଁରୁ ପ୍ରୟୋଗ ଆରମ୍ଭ କରି ସଫଳ ହେଲେ । ଯାହା ଫଳରେ ୱାର୍ଡ ମେମ୍ବରରୁ ମନ୍ତ୍ରୀ ଆସନ ଅଳଙ୍କୃତ କରି ପାରିଥିଲେ । କିନ୍ତୁ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଷ କରିପାରିନଥିଲା ।    ନିଖିଳ ଭାରତ କଂଗ୍ରେସ ସେବାଦଳର ଟ୍ରେନିଂ ଅଧିକାରୀ ଅଜିତ କୁମାର ଆଗାମୀ ଭାରତ ଯୋଡ଼ କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ଭୂମିକା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ସଂଗ୍ରାମୀ ଦୋଳଗୋବିନ୍ଦଙ୍କୁ ଜଣେ କଂଗ୍ରେସ ସମର୍ପିତ ପ୍ରାଣ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କୁ ଜଣେ ଯୋଗୀ ପୁରୁଷ ଭାବେ ତାଙ୍କ କାର୍ଯ୍ୟର ପ୍ରଂଶସା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ଶ୍ରୀ ଶିବାନନ୍ଦ ରାୟ, ଶ୍ରୀ ନକୁଳ ଚନ୍ଦ୍ର ମଲ୍ଲିକ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଜ୍ଞାନଦେବ ବେହୁରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ସଂଗ୍ରାମୀ ଦୋଳଗୋବିନ୍ଦ ଛାତ୍ର ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ବୋଲି ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସଂଗ୍ରାମୀ ଦୋଳ ଗୋବିନ୍ଦ ସ୍ମୃତି ସମ୍ମାନ, ଶ୍ରୀ ବିଧାନ ଚନ୍ଦ୍ର ରାୟ, ଶ୍ରୀ କିଶୋର ଜେନା, ଶ୍ରୀ ଅଶୋକ କୁମାର ସିଂହ, ଶ୍ରୀ ଜ୍ୟୋତିଷ କୁମାର ସାହୁ, ଶ୍ରୀ କରୁଣାକର କର, ଶ୍ରୀ ରାମ କୃଷ୍ଣ ପରିଡ଼ା, ଶ୍ରୀ ରବିନ୍ଦ୍ର କୁମାର ରାଉତ, ଶ୍ରୀ ସୀତାବଲ୍ଲଭ ମହାପାତ୍ର, ସୁଶ୍ରୀ ରଞ୍ଜିତା ମଲ୍ଲିକ, ଶ୍ରୀ କିଶୋର କାପୁର, ଶ୍ରୀ ବସନ୍ତ କୁମାର ସାମଲ, ଶ୍ରୀ ପ୍ରଫୁଲ ପାଢ଼ୀ, ଶ୍ରୀ ରବିନ୍ଦ୍ର କୁମାର ସାବୁତ, ଶ୍ରୀ ମୁନୁ ସରାଫ, ଶ୍ରୀ ଲଳିତ କୁମାର ଡାଳୁଆ,ଶ୍ରୀ ବିପିନ ବିହାରୀ ନାୟକ, ଶ୍ରୀ ଜବାହର ଜେନା, ଶ୍ରୀ ଆଶିଷ କୁମାର ପତି, ଶ୍ରୀ ଅବଦୁଲ କୁଦୁସ, ଶ୍ରୀ ମୁନା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସେବାଦଳ କାର୍ଯ୍ୟକର୍ତା ଶ୍ରୀ ମହମ୍ମଦ ଶାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପାତ୍ର ପଡ଼ାସ୍ଥ ବନ୍ୟ ଓ ପଶୁ ସଂପଦ ବିଭାଗର ସ୍ମୃତି ବନଠାରେ ସ୍ମୃତି ବୃକ୍ଷର ପୂଜା କରାଯାଇଥିଲା । ଭାରାପ୍ରାପ୍ତ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପରିଡ଼ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସଂଗ୍ରାମୀଦୋଳଗୋବିନ୍ଦଙ୍କ ପୁତ୍ର ସର୍ବଶ୍ରୀ ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ପୃଥିରାଜ ପ୍ରଧାନ ଓ ପଜ୍ଞାରାଜ ପ୍ରଧାନ ଓ ମୁକେଶ ପ୍ରଧାନ ସହଯୋଗକରିଥିଲେ । କଂଗ୍ରେସ ସେବାଦଳର କାର୍ଯ୍ୟକର୍ତା କୁଳମଣି ସାହୁ, ଛବି ମହାନ୍ତି, ସମାଜସେବୀ ବରୁଣ ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

୨୫ ବର୍ଷର ଦୌଡ଼ରେ ଟିକେବି ଥକିନାହାନ୍ତି ନବୀନ …  

() ଜନସେବାର ସାଧକ ନବୀନ ପଟ୍ଟନାୟକ । କଥା କମ କାମ ଅଧିକକୁ ବିଶ୍ବାସ କରନ୍ତି । ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ଚିନ୍ତାରେ ସେ । କ୍ଷମତା, ପଦପଦବୀ, ରାଜକୀୟ ଢଙ୍ଗରେ ରେ ଜୀବନ ଜାପନ ନୁହେଁ, ସରଳ ଜୀବନ ବିତାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଲଗାତର ୨୫ ବର୍ଷ ଧରି କାମ କରି ବି ସେ ଥକି ପଡ଼ିନାହାନ୍ତି । କର୍ମୀବୀର ସବୁବେଳେ କର୍ମୀକୁ ବିଶ୍ବାସ କରି କାମ କରନ୍ତି । ଲଗାତର ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଶାସନର ଡୋରି ଧରିଥିବା ନବୀନ କେବେ ଜନସେବା ଛଡ଼ା ଆଉ କିଛି ଚିନ୍ତା କରିନାହାନ୍ତି । କ୍ଷମତା ନୁହେଁ, ବଂର ଜନସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି ତାହା ନବୀନଙ୍କ ୨୫ ବର୍ଷ ରାଜନୈତିକ ଜୀବନରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଓଡ଼ିଶାବୀସୀଙ୍କ ସେବା କରିବା ପାଇଁ ଉତ୍ସଗୀକୃତ ନବୀନ ସବୁବେଳେ ଗୋଟେ କଥା କହନ୍ତି ଓଡ଼ିଶାବାସୀ ହେଉଛି ତାଙ୍କର ପରିବାର । ସେ ପରିବାରର ମୁରବି ଭାବେ ସେ ଦାୟିତ୍ବ ନେଇଛନ୍ତି । ଅନେକ ଘାତ ଓ ପ୍ରତିଘାତ ଆସିଥିଲେ ମଧ୍ୟ ସେ କେବେ ବି ପଛଘୁଞ୍ଚା ଦେଇନାହାନ୍ତି ରାଜ୍ୟବାସୀଙ୍କ ସେବା କରିବା ପାଇଁ । ବାତ୍ୟା, ବନ୍ୟା, ହେଉ ଅବା ମହାମାରୀ ସବୁବେଳେ ନବୀନ ପାହଡ଼ ଭଳି ଛିଡ଼ାହୋଇଛନ୍ତି ଓଡ଼ିଶାବାସୀଙ୍କ ପାଇଁ । ଯେଉଁଥି ପାଇଁ ଆଜି ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଛନ୍ତି । ରାଜ୍ୟର ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ତାଙ୍କ ନାଁରେ ଲେଖାଯିବା ସହ ଲୋକପ୍ରିୟତା ପ୍ରତ୍ୟେକ ଦିନ ମଧ୍ୟ ବଢ଼ି ଚାଲିଛି । ୭୬ ବର୍ଷରେ ମଧ୍ୟ ସେ କେବେ ଥକିପଡ଼ିନାହାନ୍ତି । ନବୀନଙ୍କ ଏପରି ନିଆାରା ଢଙ୍ଗର ରାଜନୈତିକ ଜୀବନ ଆଜି ପ୍ରତ୍ୟେକ ରାଜନେତାଙ୍କ ପାଇଁ ଆଦର୍ଶ ସାଜିଛି । ଜାତୀୟ ଓ ଆନ୍ତଜାତୀୟ ସ୍ତରରେ ନବୀନଙ୍କ ଲୋକପ୍ରିୟତା ବି କିଛି କମ ନୁହେଁ ।

୨୫ ବର୍ଷର କର୍ମବୀର ସାଧକ ନବୀନ ପଟ୍ଟନାୟକ ଏ ନେଇ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ନବୀନ କହିଥିଲେ ଯେ ଲୋକଙ୍କ ପାଇଁ କାମ କଲେ କଷ୍ଟ ଜଣାପଡ଼େ ନାହିଁ । ଯେତେ କଷ୍ଟ କଲେ ବି ତାଙ୍କୁ କେବେ ଥକା ଲାଗେନି । ନବୀନଙ୍କ ଏହି କେହିପଦ କଥା ଏବେ ତାଙ୍କ ୨୫ ବର୍ଷ ସାଧନାର ମୁଳମନ୍ତ୍ର ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । କାରଣ ସବୁବେଳେ ମନ୍ତ୍ରୀ , ବିଧାୟକ, ସାଂସଦ, ଜନ ପ୍ରତିନିଧି ଓ କର୍ମୀମାନଙ୍କୁ ନବୀନ କହନ୍ତି ସରଳ ଜୀବନ ବିତାଅ, ଲୋକଙ୍କ ସେବାରେ ଦିନରାତି ଏକ କରି କାମ କର । ନବୀନଙ୍କ ବିଜେଡ଼ି ନେତାଙ୍କୁ ଏହି କେହିପଦ କଥା ଦଳର ନେତାଙ୍କୁ ଏତେମାତ୍ରାରେ ପ୍ରଭାବିତ କରିଛି ଯେ ଦଳୀୟ ନେତାମାନେ ସବୁବେଳେ ଲୋକଙ୍କ ସହ ରହି ସେମାନଙ୍କର ଦୁଃଖ ଓ ସୁଖର ସାଥି ହୋଇଛି l

ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

() ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି । ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ କରି ସଦଭାବନା ଓ ସଂପ୍ରତିର ରାଜନୀତିକୁ ପ୍ରତିଷ୍ଠିତ କରିବା ସହିତ ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁଦ୍ଦା କରି ଏହି ଯାତ୍ରା ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ ଏଥିରେ ସାମିଲ ହେଉଛନ୍ତି । ଏହି ଯାତ୍ରାର ସଫଳତା ଦେଖି ବିଜେପି ଅତ୍ୟନ୍ତ ଅସହିଷ୍ଣୁ ହୋଇ ଉଠିଛି । ପ୍ରତିଦିନ ମିଥ୍ୟା ଓ ଅବାନ୍ତର କଥା କହି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରୁଛି । ମାତ୍ର ଦେଶବାସୀ ତାକୁ ପ୍ରତ୍ୟାଖାନ କରୁଛନ୍ତି ଓ ଅଧିକ ରୁ ଅଧିକ ସଂଖ୍ୟାରେ ଏହି ଯାତ୍ରାକୁ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି । ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ ଶ୍ରୀ ରବି ସେଠୀ, ଯୁଗ୍ମ ସଂଯୋଜକ ଶ୍ରୀ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି ଶ୍ରୀ ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମାନବାଧିକାର ବିଭାଗ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ସୋସିଆଲ ମିଡିଆର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ଓବିସି ବିଭାଗର ଉପସଭାପତି ଶ୍ରୀ ବେଣୁଧର ପାତ୍ର, ମତ୍ସ୍ୟ ବିଭାଗ ଅଧ୍ୟକ୍ଷ ହଳଧର ସେଠୀ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆଉଲ ହକ, ଭିନ୍ନକ୍ଷମ ବିଭାଗ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା ଆୟୋଜିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍‌ର ରିଜିଓନାଲ ଡାଇରେକ୍ଟର ସୁଶ୍ରୀ ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‌ଚର୍ସ ପ୍ରୋଗ୍ରାମ ଅଫିସର ଓ ଆଇକେଏସ୍‌ରେ ଇନ୍‌ଟର୍ନ୍‌ସିପ୍ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଉଟି୍‌ରିଚ୍‌୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା. କେ ଶର୍ମା ପରିଚାଳନା କରିଥିଲେ ।

ମିଶନ ଶକ୍ତି ବଦଳେଇ ଦେଇଛି ଆମ ଜୀବନ ବୋଲି କହିଛନ୍ତି :ମିଶନ ଶକ୍ତି ମା ମାନେ…

() ଜାତୀୟ ପତାକା ପ୍ରସ୍ତୁତି ଦାୟିତ୍ୱ,

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ୪ ଜିଲ୍ଲାର ମିଶନ ଶକ୍ତି ମା ।

ମିଶନ ଶକ୍ତି ଆମ ଜୀବନ ରେ ବହୁତ ବଡ ପରିବର୍ତନ ଆଣିଛି।

ମିଶନ ଶକ୍ତି ମା ମାନେ।

{} ଆଜି ସଂଧ୍ୟାରେ ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ପରି ଗୁରୁ ଦାୟିତ୍ୱ କୁ ସୁନ୍ଦର ଭାବରେ ନିର୍ବାହ କରି ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହ ଭଲକାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଆସ୍ଥା ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଜୀବନ ରେ ବହୁତ ବଡ ପରିବର୍ତନ ଆଣିଛି ବୋଲି କହିଥିଲେ. ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ସେମାନେ କିପରି ସଫଳ ହୋଇପାରିଛନ୍ତି ତାହା ବର୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

ଓଡ଼ିଶା ସିଟିଜେନ ଫୋରମ୍ ପକ୍ଷରୁ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ…

() ଓଡ଼ିଶା ସିଟିଜେନ ଫୋରମ୍ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ହେବ। ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ। ଆସନ୍ତା ରବିବାର ବୁଦ୍ଧ ମନ୍ଦିରରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀ ମାନଙ୍କୁ ଗାନ୍ଧୀ ଜୟନ୍ତୀରେ ପୁରସ୍କୃତ କରାଯିବ। ଗାନ୍ଧୀବାଦ କୁ ପ୍ରଚାର ପ୍ରସାର କରିବାକୁ ଅନୁଷ୍ଠାନ ପକ୍ଷରୁ ଏହି ପ୍ରୟାସ କରାଯାଉଛି।

ଚିନ୍ମୟ ସୁନ୍ଦର ଦାସ, ସଭାପତି, ଓଡ଼ିଶା ସିଟିଜେନ୍ ଫୋରମ୍

ରାଜ୍ୟସ୍ତରୀୟ ହେବ ବାଲିଯାତ୍ରା…

() କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତିସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଙ୍ଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ୱାସ୍ଥ୍ୟ ସେବା ଓ ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ଆରୋପ କରି ଏସବୁର ଉତ୍ତମ ପରିଚାଳନା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆରେ ଅଧିକ ସଂଙ୍ଖ୍ୟକ ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାଇଓ ଟଏଲେଟ୍ ଆଦି ଲଗାଇବାକୁ କଟକ ପୌର ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ କୁହାଯାଇଥିଲା ।

ଯାତ୍ରା ପଡିଆରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ଶ୍ରୀ ମହାପାତ୍ର ବିତରକ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡା ଏବଂ ଡେଜର୍ଟ ବାଇକ୍ ରାଇଡ଼ିଂ ଆଦିର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥଇଲା । ଏ ବର୍ଷ ଅଧିକ ସଂଙ୍ଖ୍ୟକ ଲୋକ କଳା, ସଂଗୀତ ଏବଂ ନୃତ୍ୟ ଟ୍ରୁପ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ । ଏନ୍.ଜି.ଟି.ର ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ, ପୁର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ପ୍ରାୟ ୧୫.୩୫ କୋଟି ଟଙ୍କା ଖର୍ଚ୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ବିଷୟରେ ଆଲୋଚନା ହୋଇଥିଲା ।

କଟକର ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ଉନ୍ନୟନ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଅନିଲ୍ କୁମାର ସାମଲ, କଟକ ପୌର ପରିଷଦ କମିଶନର ନିଖିଲ ପବନ କଲ୍ୟାଣ, ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

ଫସଲ କ୍ଷୟକ୍ଷତିର ପୁନଃ ଆକଳନ ଓ କୃଷି ସହାୟତା ରାଶି ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ…

() ଫସଲ କ୍ଷୟକ୍ଷତିର ପୁନଃ ଆକଳନ ଓ କୃଷି ସହାୟତା ରାଶିର ଦୁଇଗୁଣା ବୃଦ୍ଧି ଦାବୀ ନେଇ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ।

{} ଲଗାଣ ବର୍ଷା ଓ ବନ୍ୟାଦ୍ୱାରା ଚାଷ ଉଜୁଡ଼ିଯିବା ଫଳରେ ଚାଷୀକୁଳ ଏବେ ବେ-ସାହାରା । ବିପନ୍ନ ଲୋକେ ସହାୟତା ପାଇବା ସାତ ସ୍ୱପ୍ନ ହେଲାଣି । ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଫସଲ କ୍ଷୟ କ୍ଷତିର ସଠିକ୍ ଆକଳନ କରା ନ ଯାଇ ମାତ୍ର ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲହାନୀ ହୋଇଛି ବୋଲି ସୂଚନା ଦିଆଯାଇଛି । ବାସ୍ତବ କ୍ଷେତ୍ରରେ ପୁନଃ ଆକଳନ କରାଗଲେ ଏହାଠାରୁ ଯଥେଷ୍ଟ ଅଧିକ ଫସଲ କ୍ଷତି ହେବାର ତଥ୍ୟ ଆସିପାରିବ ବୋଲି ଆଜି ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।କ୍ଷେତ୍ରସ୍ତରରେ ଯେଉଁ ପ୍ରଶାସନିକ ଅଧିକାରୀଙ୍କଦ୍ୱାରା କ୍ଷୟ କ୍ଷତିର ଆକଳନ କରାଯାଇଛି ଏଥିରେ ବହୁ ତୃଟି ରହିଛି । ଅନେକ ଯାଗାକୁ ମଧ୍ୟ କ୍ଷେତ୍ର ଅଧିକାରୀମାନେ ଆଦୌ ଯାଇ ନଥିବାର ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜଭବନରେ ଓଡ଼ିଶାର

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ସାକ୍ଷାତ ଆଲୋଚନା କରି ୧୭ ଦଫା ସମ୍ବଳୀତ ଏକ ଦାବୀପତ୍ର ମହାମହୀମ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ପ୍ରଦାନ କରିଛନ୍ତି । ଏଥି ପୂର୍ବରୁ ବିପନ୍ନ ଲୋକଙ୍କୁ ଉଦ୍ଧାର ଓ ଥଇଥାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ।ସରକାର ବିରୋଧୀଙ୍କୁ ବିଶ୍ୱାସ କଲେନାହିଁ । ଯାହା ଫଳରେ ବ ର୍ମାନର ଅବସ୍ଥା ଅତି ସଙ୍ଗୀନ । ତେଣୁ ରାଜ୍ୟ ସରକାରଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏବେ ରାଜ୍ୟ ସରକାର ଚିରା ଚରିତ ଢଙ୍ଗରେ ଯେଉଁ ବନ୍ୟା ସହାୟତା ଘୋଷଣା କରିଛନ୍ତି ଏହା କେବଳ ଧର୍ମକୁ ଆଖିଠାର । ଏଥିରେ କିଛି ନୂତନତ୍ୱ ନାହିଁ । ଦ୍ୱିତୀୟତଃ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଯେଉଁ କୃଷି ଇନପୁଟ୍ ସହାୟତା ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଛି ଏଥିରେ ଚାଷୀର ଫସଲ କ୍ଷତି ଭରଣାରେ ଆଦୌ ସମ୍ଭବପର ନୁହେଁ । କାରଣ ଏକ ହେକ୍ଟର ଧାନ ଚାଷ ପାଇଁ ପ୍ରାୟ ୬୦ ହଜାର ଟଙ୍କା ଖର୍ଚ୍ଚ । ଏଥିରେ ଯଦି ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଜଳସେଚିତ ଅଞ୍ଚଳପାଇଁ ପ୍ରତି ହେକ୍ଟର ପିଚ୍ଛା ୧୩,୫୦୦ ଓ ଅଣ ଜଳସେଚିତ ପାଇଁ ୬,୮୦୦ଟଙ୍କା କୃଷି ଇନପୁଟ୍ ସହାୟତା ଯୋଗାଇ ଦିଆଯାଏ ଏଥିରେ ଚାଷୀ ଲାଭ ପାଇବ କ’ଣ? ତେଣୁ ପ୍ରଚଳିତ କୃଷି ଇନପୁଟ୍ ସହାୟତା ରାଶିର ଦୁଇଗୁଣା ବୃଦ୍ଧି କରାଯିବା ଅତ୍ୟନ୍ତ ଜରୁରୀ । ଉକ୍ତ *ଦାବୀପତ୍ରରେ:-*

ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଫସଲ କ୍ଷୟ କ୍ଷତିର ପୁନଃ ଆକଳନ, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତି ସଅଳ କିସମ ଧାନ ଓ ଡାଲିଜାତୀୟ ବିହନ, ଚିନାବାଦାମ ମଞ୍ଜି ଓ ଆବଶ୍ୟକ ସ୍ଥଳେ ଧାନ ତଳି ଯୁଦ୍ଧକାଳୀନ ଭି ିରେ ଯୋଗାଇଦେବା, ରବିଚାଷ ପାଇଁ ବିହନ ଓ ପନିପରିବା ମଞ୍ଜି ଯୋଗାଣ, ବନ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କୁ ସାର, କୀଟନାଶକ ଔଷଧ ରିହାତି ଅର୍ଥରେ ଯୋଗାଇଦେବା, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ରବି ଚାଷ ପାଇଁ ବିନା ସୁଧରେ କୃଷି ଋଣ ପ୍ରଦାନ, ପ୍ରଚଳିତ ରିଲିଫ୍ କୋର୍ଡ଼ର ସଂଶୋଧନ, ଧାନ ଫସଲର କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୩୦ ହଜାର ଟଙ୍କା ଓ ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ଫସଲ କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ଆର୍ôଥକ ସହାୟତା ପ୍ରଦାନ, ମନରେଗାରେ କୃଷି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ୨୦୦ ଦିନ ପର୍ଯ୍ୟନ୍ତ ଶ୍ରମ ବ୍ୟବସ୍ଥା, କେନାଲରେ ରବି ପାଣି ଯୋଗାଣକୁ ତ୍ୱରାନ୍ୱିତ କରିବା, ପ୍ରତି ଚାଷୀଙ୍କୁ ୯୦ ପ୍ରତିଶତ ସରକାରୀ ସହାୟତାରେ ଏକକ ଲିଫ୍ଟ ପଏ ବ୍ୟବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବ୍ୟବସ୍ଥା ଥିବା କୃଷି ଇନପୁଟ୍ ସହାୟତା ରାଶିର ଦୁଇଗୁଣା ବୃଦ୍ଧି, ଫସଲବୀମା କରିଥିବା ଚାଷୀ ଯଦି ଚାଷର ଏକମାସ ମଧ୍ୟରେ ସେମାନଙ୍କର ଫସଲ (ତଳି) ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସେହି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ସ ର୍ାବଳୀ ଅନୁଯାୟୀ ଅଗ୍ରୀମ ବୀମା କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ବସନ୍ତ କୁମାର ମାହାରଣା, ଦାଶରଥି ସାହୁ,ନାରାୟଣ ପରିଡ଼ା, ସଦାନନ୍ଦ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

OUATର ନୂଆ କୁଳପତି ହେଲେ :ପ୍ରଭାତ

() ପ୍ରଭାତ ରାଉଳ ହେଲେ OUATର ନୂଆ କୁଳପତି । OUAT ନୂଆ କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ ।

ଭୁବନେଶ୍ୱରରେ ପାଳନ ହୋଇଛି “ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ” ଶୀର୍ଷକ ଆନ୍ତର୍ଜାତୀୟ ଦିବସ…

() ଭୁବନେଶ୍ୱରରେ “ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ” ଶୀର୍ଷକ ଆନ୍ତର୍ଜାତୀୟ ଦିବସ ପାଳନ।

ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ କାମ ଏବଂ ଦୃଢ଼ ପ୍ରବର୍ତ୍ତନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ।

{} ଆଜି ଭୁବନେଶ୍ୱରରେ “ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ” ଶୀର୍ଷକ ଆନ୍ତର୍ଜାତିକ ଦିବସ ବହୁ ଆଗ୍ରହ ଏବଂ ପ୍ରତିଶୃତି ବଦ୍ଧତାର ସହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱସ୍ତି ପ୍ରିମିଅମ୍ ପରିସରରେ ଏକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାୟୁ ପ୍ରଦ୍ୟୁଷଣ କରୁଥିବା ଅନେକ କାରକ ଗୁଡିକୁ ସାଧାରଣତଃ ଖାଲି ଆଖିରେ ଦେଖିହୁଏ ନାହିଁ । ତେଣୁ ବାୟୁ ପ୍ରଦ୍ୟୁଷଣ ବିଷୟରେ ଲୋକମାନଙ୍କୁ ସଠିକ୍ଭାବେ ଜଣାଇବା ପାଇଁ ବ୍ୟାପକ ଓ ସଘନ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ସେ କହିଥିଲେ ଯେ ବାୟୁର ଜିଲ୍ଲା, ରାଜ୍ୟ ବା ଦେଶ ଆଦି ପରିସର ନାହିଁ । ତେଣୁ ସମସ୍ତ ପ୍ରଦ୍ୟୁଷଣର କାରକ ଓ ବସ୍ତୁକୁ ସେଗୁଡିକର ସୃଷ୍ଟି ସ୍ଥାନରେ ହିଁ ସତର୍କତାର ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ ।
ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ସବୁଜ ବଳୟ ଏବଂ ଜଙ୍ଗଲର ଘନତାରେ ଦୃଶ୍ୟମାନ ଅବିବୃଦ୍ଧି ହାସଲ ହୋଇଛି । ପ୍ରତି ବର୍ଷ ଅବିବୃଦ୍ଧି ପ୍ରକ୍ରିୟା ବଜାୟ ରହିଛି । ବାୟୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଏବଂ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ଦିବସ ପାଳନ ଅବସରରେ ହେଉଥିବା ଆଲୋଚନା ଚକ୍ରରୁ ପ୍ରାପ୍ତ ସିଦ୍ଧାନ୍ତଗୁଡିକୁ ମଧ୍ୟ କାର୍ଯ୍ୟ ଯୋଜନାରେ ସାମିଲ କରାଯିବ ଏବଂ ସେସବୁର କାର୍ଯ୍ୟାୟନ ନିମନ୍ତେ ଆବଶ୍ୟକୀୟ ପାଣ୍ଠିର ଅଭାବ ହେବ ନାହିଁ ।
ବର୍ତ୍ତମାନ ଉଭୟ ବ୍ୟକ୍ତିଗତ ଓ ସାଙ୍ଗଠନିକ ସ୍ତରରେ ବାସ୍ତବ କାର୍ଯ୍ୟ, ସଘନ ସଚେତନତା ଏବଂ ନିୟମଗୁଡିକର ଦୃଢ଼ ପ୍ରବର୍ତ୍ତନ ଜାରି ରଖିବାକୁ ଶ୍ରୀ ମହାପାତ୍ର ଆଲୋଚନା ଚକ୍ରରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରାୟନ ସ୍ତରରେ ପୂର୍ଣ୍ଣ ସମନ୍ୱୟ ଓ ସହଭାଗିତା ସହ କାମ କରିବାକୁ ଶ୍ରୀ ମହାପାତ୍ର କହିଥିଲେ ।
ଆଲୋଚନା ଚକ୍ରରେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଯେ ୨୦୧୯ ମସିହାରେ ଆରମ୍ଭ କରାଯାଇଥିବା ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ (ଏନ୍.ସି.ଏ.ପି.) ରେ ଆସନ୍ତା ୫ ମଧ୍ୟରେ ୨୦ ରୁ ୩୦ ପ୍ରତିଶତ ବାୟୁ ପ୍ରଦ୍ୟୁଷଣ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତେ ମିଳିତଭାବେ କାର୍ଯ୍ୟକଲେ ଆମେ ଏହି ଲକ୍ଷ୍ୟ ହାସଲ କରିବା ସହ ଓଡ଼ିଶାକୁ ଏକ ଉତ୍ତମ ବାସଯୋଗ୍ୟ ରାଜ୍ୟରେ ପରିଣତ କରିପାରିବା ।
ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ଯେ ବର୍ତ୍ତମାନ ପୃଥିବୀ ଜନସଂଙ୍ଖ୍ୟାର ଏକ ସିଂହଭାଗ ପ୍ରଦ୍ୟୁଷଣ ବଳୟରେ ଅଛନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସମସ୍ୟା ଅଧିକ ଜଟିଳ । ଓଡ଼ିଶାରେ ପରିବହନ ଜାତ ବାୟୁ ପ୍ରଦ୍ୟୁଷଣ କମାଇବା ପାଇଁ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହନ, ଅଧିକ ପ୍ରଦ୍ୟୁଷଣ ସୃଷ୍ଟିକାରୀ ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା, ଇ-ଯାନ ଉତ୍ପାଦନ ନିମନ୍ତେ ସରକାରୀ ସହଯୋଗ ଓ ସବ୍ସିଡ଼ି ଆଦି ବିଷୟରେ ଶ୍ରୀ ସେଠୀ ସବିଶେଷ ସୂଚନା ଦେଇଥିଲେ ।
ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ଏବଂ ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ ନିଜ ନିଜ ବିଭାଗରେ ବର୍ଜ୍ୟବସ୍ତୁ ପରିଚାଳନା , ପ୍ରଦ୍ୟୁଷଣ ଆଦି ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ଼ାକ୍ତର କେ.ମୁରୁଗେଶାନ ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଉପସ୍ଥାପନ କରିବା ସହ ସ୍ୱାଗତ ସମ୍ଭାଷଣ ଦେଇଥିଲେ ।
ପରେ ପରେ ୨ ଟି ବୈଷୟିକ ବୈଠକରେ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟତଃ ଜାତୀୟ ବିଶୁଦ୍ଧ ବାୟୁ ପ୍ରଦ୍ୟୁଷଣ କାର୍ଯ୍ୟକ୍ରମ, ଏନ୍.ସି.ଏ.ପି.ର ପ୍ରାଣ ପୋର୍ଟାଲ, ପ୍ରଦ୍ୟୁଷଣ ନିର୍ଗମନ ଏବଂ ଉତ୍ସରେ ଏହାର ନିୟନ୍ତ୍ରଣ, ସାଟେଲାଇଟ୍ ମଧ୍ୟରେ ବାୟୁ ପ୍ରଦ୍ୟୁଷଣ ନିରୀକ୍ଷଣ, ପ୍ରଦ୍ୟୁଷଣ କାରକଗୁଡିକର ବାୟୁର ଗୁଣାତ୍ମକମାନ ଉପରେ ପ୍ରଭାବ ପ୍ରକ୍ରିୟା ଆଦି ବିଷୟରେ ଆଲୋଚନା ହୋଇଥିଲା । ଡ଼ାକ୍ତର ନିହାର ରଂଜନ ସାହୁ, ସୋନାଲ୍ ଜେନ୍, ପ୍ରଫେସର କାକୋଲି କେ.ପଲ୍, ଅନୁମିତା ରାୟଚୌଧୂରୀ, ଡ଼ାକ୍ତର ଯୋଗେଶ ସାଠେ, ଡ଼ାକ୍ତର ଭିନୋଜ ଭି. ଏବଂ ଡ଼ାକ୍ତର ବୋପତୀ ଆର ପ୍ରମୁଖ ବିଶେଷଜ୍ଞମାନେ ଏସବୁ ବିଷୟ ଉପରେ ନିଜ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

ଉମାକାନ୍ତ ମହାପାତ୍ର, ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

Follow us

20,832FansLike
0FollowersFollow
14,700SubscribersSubscribe

Latest news