କଟକ ବଡ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ ୫-ଟି ସଚିବ…

{} ୫-ଟି ସଚିବଙ୍କ କଟକ ଗସ୍ତ କଟକ ବଡ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା।

ଡିସେମ୍ବର ୨୦୨୩ ସୁଦ୍ଧା ବଡ ଡାକ୍ତରଖାନାର କ୍ଲିନିକାଲ ବ୍ଲକ ୧ ଓ ୪ ର କାମ ଶେଷ କରିବାକୁ ନିର୍ଦ୍ଦେଶ।

SCB Public School କାମ ମାର୍ଚ୍ଚ ୨୩ ସୁଦ୍ଧା ଶେଷ ହେବ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ସହିତ ସଂଗ୍ରହାଳୟ ଓ ପ୍ରଦର୍ଶନୀସ୍ଥଳର ବିକାଶ କରାଯିବ।

ଅରବାନ ହାଟ କାମ ଡିସେମ୍ବର ୨୦୨୨ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ।

() କଟକ ଶ୍ରୀରାମଚଂଦ୍ର ମେଡିକାଲ କଲେଜ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସୁଯୋଗ ବିକଶିତ କରିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କାରେ ଏହି ମର୍ଯ୍ୟଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫-ଟି ଉପକ୍ରମରେ ରୂପାନ୍ତରଣ କରି AIIMS Plus ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କଟକ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି । ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବାରୋପ କରିଥିଲେ ।

ନୂଆକରି ନିର୍ମାଣ ହେଉଥିବା କ୍ଲିନିକାଲ ବ୍ଲକ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଅନ୍ୟ ବ୍ଲକ ଗୁଡିକର ନିର୍ମାଣ ଗୁଡିକ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ରୋଗୀଙ୍କ ସଂପର୍କୀୟ ମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ବଜେଟ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ରାଣୀହାଟ ଛକ ନିକଟରେ commercial complex କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବଡ ଡାକ୍ତରଖାନାର ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ୧୩ଟି Residential Block ନିର୍ମାଣ କରାଯିବ । ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି କାମ ଆରମ୍ଭ ହୋଇଛି। ତେଣୁ ତୁରନ୍ତ ସମସ୍ତ ଆବାସିକ ବ୍ଲକର କାମ ଆରମ୍ଭ କରି ଡିସେମ୍ବର ୨୦୨୩ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ SCB Public School ର କାମ ମଧ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟ ବୁଲି ଦେଇଥିଲେ । ଏହି ତାଳଦଣ୍ଡା କେନାଲ କୂଳରେ ବୁଲା ବିକାଳୀ ମାନେ ଯେଭଳି ନ ବସିବେ, ସେମାନଙ୍କ ପାଇଁ କଟକ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି। ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି Buffer Zone ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ମାଲପରିବହନ କରୁଥିବା ବଡ ବଡ ଯାନ ଗୁଡିକର ପାର୍କିଂ ପାଇଁ ରେଲୱେ ଠାରୁ ଅଧିକ ଜମି ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଲୋକ ତଥା ବୁଲା ବିକାଳୀ ମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରି ସବ୍‌ଷ୍ଟେସନ, ପାଣି ପାଇପ ତଥା ନର୍ଦ୍ଦମାଜଳ ପାଇପ ସଂପୂର୍ଣ୍ଣ ଭାବରେ ତୁରନ୍ତ ସ୍ଥାନାନ୍ତକରଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

୩.୫ କିଲୋମିଟର ପରିବ୍ୟାପ୍ତ ତାଳଦଣ୍ଡା କେନାଲ ରାସ୍ତାର ବିକାଶ କାମକୁ ଜାତୀୟ ରାଜପଥ ୧୬ ଅତିକ୍ରମ କରି କଟକ ସହର ଶେଷ ସୀମା ପର୍ଯ୍ୟନ୍ତ ବିକଶିତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ । ସେହିପରି ବିଭିନ୍ନ ଜାଗାରେ ଥିବା ସେତୁ ନିକଟସ୍ଥ ସଂଯୋଗକାରୀ ରାସ୍ତା ପ୍ରଶସ୍ତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ରେଲୱେ ଜମି ନିକଟରେ ଥିବା ଜଳାଶୟର ସଂରକ୍ଷଣ ଓ ବିକାଶ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏତଦ୍‌ବ୍ୟତୀତ କେନାଲ ରୋଡର Landscaping, ତାର ରକ୍ଷଣାବେକ୍ଷଣ ଓ ପରିଚ୍ଛନ୍ନତା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର landscaping ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୦ ଅକ୍ଟୋବରରେ ଉଦ୍‌ଘାଟିତ କରିଥିଲେ ।

ତାଳଦଣ୍ଡା କେନାଲ ଅତୀତରେ ଆମର ଜଳସେଚନ, ଜଳ ପରିବହନ ତଥା ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୧୮୬୨ ଖ୍ରୀଷ୍ଟାଦ୍ଦରେ ଏହା East India Company ଦ୍ବାରା ଖନନ ହୋଇଥିଲା।, ତେଣୁ ତାଳଦଣ୍ଡା କେନାଲର ଐତିହାସିକ ଗୁରୁତ୍ବ ସଂପର୍କରେ ଭବିଷ୍ୟତ ପୀଢିକୁ ଅବଗତ କରିବା ପାଇଁ ଏକ ସଂଗ୍ରହାଳୟ ଓ ପ୍ରଦର୍ଶନୀ ସ୍ଥଳ ବିକଶିତ କରିବାପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ତାଳଦଣ୍ଡା କେନାଲର ଇତିହାସ ଓ ବର୍ତ୍ତମାନର ବିକାଶ କାମ ସଂପର୍କିତ ଫଟୋଚିତ୍ର ଏଥିରେ ସ୍ଥାନୀତ ହେବ।

୫-ଟି ସଚିବଙ୍କ ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିବା ଶ୍ରୀ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ, କଟକ ଜିଲ୍ଲାପାଳ, ସିଡିଏର ଅଧ୍ୟକ୍ଷ ଏବଂ କଟକ ମ୍ୟୁନିସିପାଲଟି କମିଶନର, SCB Medical Collegeର ଅଧ୍ୟକ୍ଷ, ଅଧୀକ୍ଷକ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବିଧାୟକ ବିଷ୍ଣୁ ସେଠୀ ଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ….

() ରାଜ୍ଯ ବିରୋଧି ଦଳ ଉପ ନେତା ତଥା ଧାମ ନଗର ର ବିଧାୟକ ବିଷ୍ଣୁ ସେଠୀ ଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l

ଏକ ଶୋକ ବାର୍ତ୍ତାରେ ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ଜଣେ ସ୍ପଷ୍ଟ ବାଦୀ ତଥା ଲୋକପ୍ରିୟ ରାଜ ନେତା ଭାବେ ଦଳ ମତ ନିର୍ବିଶେଷରେ ସମସ୍ତ ଙ୍କର ସେ ପ୍ରିୟଭାଜନ ଥିଲେ l ତାଙ୍କ ବିୟୋଗରେ ଓଡିଶା ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରି ସ୍ଵର୍ଗତ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି l

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ….

() ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ। ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧିନ  ଅବସ୍ଥା ରେ ହୋଇଛି ପରଲୋକ। ୬୧ବର୍ଷ ବୟସ ରେ ତାଙ୍କର ଦେହାନ୍ତ hoichh।ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଇସିୟୁ ରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କର ଦେହାନ୍ତ ଘଟିଛି। ଶୋକ ପ୍ରକାଶ କଲେ ସବୁ ଦଳର ରାଜନେତା। ସେ ଖାଲି ବିଧାୟକ ନଥିଲେ ସେ ଥିଲେ ଜଣେ ଭଲ ସାହିତ୍ୟକ ମଧ୍ଯ।

ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ 5T ସଚିବ ଶ୍ରୀ ପାଣ୍ଡିଆନ…

() ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ 5T ସଚିବ ଶ୍ରୀ ପାଣ୍ଡିଆନ।

ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ।

ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal।

{} ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଚ୍ଛି ।

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( 5T ) ଶ୍ରୀ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ BDA ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ ।ଆସନ୍ତା ମାର୍ଚ୍ଚ 2023 ସୁଦ୍ଧା ISBT କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ।ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ISBT କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି।

ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି 180 କୋଟି ଟଙ୍କା ବ୍ୟୟ ରେ 11.48 ଏକର ଜମି ଉପରେ ନିର୍ମିତ ISBT ବରମୁଣ୍ଡା ରେ ପାର୍କିଙ୍ଗ ATM, food court,shop restaurant, commercial space ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି ।ସେଠାରୁ ଶହେ ରୁ ଅଧିକ ଵସ ଚଳାଚଳ ର ବ୍ୟବସ୍ଥା କରାଯାଇଛି।

ପାଳିତ ହେଲା ମା ବିରଜା ଙ୍କ ବନଜାଗ ଉତ୍ସବ…

() ରୀତିକାନ୍ତି ରେ ପାଳିତ ହେଲା ମା ବିରଜା ଙ୍କ ବନଜାଗ ଉତ୍ସବ, ଆଙ୍କର:-ଯାଜପୁର ଭାରତର ପ୍ରାଚିନତମ ଶନ୍ତିପୀଠ ମଧ୍ଯରୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କର ଶକ୍ତିପିଠ ଅନ୍ୟତମ ଭାବେ ସାରା ବିଶ୍ୱବିଦିତ, କାହିଁ କେଉଁ ଅନାଦି କାଳରୁ ଯାଜପୁରରେ ମା’ବିରଜା ପୂଜା ପାଇଆସୁଛନ୍ତି । ମା’ବିରଜା ଦ୍ୱିଭୂଜା ଅଟନ୍ତି । ବାମ ହାତରେ ମହିଁଷିର ଲାଙ୍ଗୁଡ଼ ଧରିଥିବା ବେଳେ ଡ଼ାହାଣ ହାତରେ ତି୍ରଶୂଳ ଧରି ମହିଷିକୁ ବଧ କରିଛନ୍ତି । ମା’ଙ୍କ ମସ୍ତକରେ ଗଣେଶ, ବାସୁକି, ଯୋନିି, ଲିଙ୍ଗ, ଚନ୍ଦ୍ର ଶୋଭାପାଉଛି । ମା’ ପରମ ବୈଷ୍ଣବିଭାବେ ପୂଜା ପାଆନ୍ତି । ସାରା ବିଶ୍ୱରେ ଦ୍ୱିଭୂଜା ମୁର୍ତ୍ତି ପୂଜା ପାଉଥିବାର କେଉଁଠି ଦେଖିବାକୁ ମିଳେ ନାହିଁ । ମା’ବିରଜା ବନଦୁର୍ଗା ମନ୍ତ୍ରରେ ପୂଜା ପାଆନ୍ତି . ଭାଦ୍ରବ ମାସ 22ଦିନ ବୁଧବାର 7ତାରିଖ ଦିନ 4.05ମିନିଟ ପରେ ଆରମ୍ଭ ହୋଇଥିଲା ମା ବିରଜା ଙ୍କ ବଳି ମଣ୍ଡପ ପାଖରେ ସାବିତ୍ରୀ ଓ ସରସ୍ବତୀ ଙ୍କ ଯଥାବିଧି ପୂଜା. ଶୁଭ ସୁନିଆ ରେ ମା ବିରଜା ଙ୍କ ବନଜାଗ ଵିଧି ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ନବାଙ୍କ ବା ନୂଆ ଅଙ୍କ ତାଳପତ୍ର ରେ ଲେଖନୀ ରେ ଲେଖା ଯାଇଥିଲା । ମା ବିରଜା ଙ୍କୁ ପୂଜା କରିଥିବା ସମସ୍ତ ପୂଜକ ଉପସ୍ଥିତ ରହି ଏହି ଵିଧି ସମାପନ କରିଥିଲେ ।ରଥ ନିର୍ମାଣ ନିମନ୍ତେ ଶୁଭ ସୁନିଆ ଠାରୁ ମା’ବିରଜାଙ୍କ ବନଯାଗ ବିଧି ପର୍ବ ଅନୁଷ୍ଠିତ କରାଯାଇ ରଥପାଇଁ ବିଲ୍ୱବରଣୀ ଅନୁକୁଳ ହୋଇଥିଲା ।ଏହା ପୂର୍ଵ ଓ ଉତ୍ତର ଦିଗ ରେ ଛେଦନ ହୋଇ ନଥିବା ବେଲ ଗଛ କୁ ମନ୍ଦିର ପୂଜାରୀ, ବାରିକ ଓ ଟ୍ରଷ୍ଟ ର ଜଣେ ସଦସ୍ୟ ଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଥିଲା ।ମନ୍ଦିର ନିକଟ ହାଟପାଟଣା ଗ୍ରାମର ବୃନ୍ଦାବନ ଙ୍କ ଘରୁ ଆସିଥିଲା ରଥ ନିର୍ମାଣ ପାଇଁ ବେଲ୍ଵ ବରଣ କାଠ । ଏହି ଶୋଭା ଯାତ୍ରାରେ ସମସ୍ତ ପୂଜକ ଘଣ୍ଟ ବାଡେଇ ପୂଜା ଵିଧି କରି ବିଲ୍ଵ ବରଣୀ ପାଇଁ ଆଣିଥିଲେ।

ସ୍ମାର୍ଟ ହେବ ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜି…

() ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜିର 5T ରେ ହେବ ରୂପାନ୍ତରିକରଣ ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ।

2026 ସୁଦ୍ଧା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ।

 ୨୭ଟି ସେଣ୍ଟର ଅଫ ଏକ୍‌ସେଲେନ୍‌ସ ଗଠନ କରାଯିବ ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି ଟଙ୍କା।

ଡ଼ିସେମ୍ବର ଶେଷ ସୁଦ୍ଧା ସ୍ମାର୍ଟ class ରୁମ କାମ ଶେଷ ହେବ

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । 2026ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ 2000 କୋଟି ଟଙ୍କା ଖର୍ଚ୍ଚ କରାଯିବ।ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ Multi-Disciplinary Engineering & Research University ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ IIT ଓ NIT ପରି ସଂସ୍ଥା ମାନଙ୍କ ସହିତ ସମକକ୍ଷ ହେବ। ଏଥିରେ School of Engineering, Skill Development Centre, School of Medical Technology ଓ School of Basic Science ପରି ୭ଟି ସ୍କୁଲ ରହିବ।

ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସର ମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ। ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍‌ଧ ହେବ। ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍‌ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ। ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସର ମାନଙ୍କ ସହିତ ଅଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ, ଆଲୋଚନା ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ।

ଭୁବନେଶ୍ୱର ରେ ପହଞ୍ଚିଲେ ସାଂସଦ ଦିଗବିଜୟ ସିଂହ ଓ ଜୟରାମ ରମେଶ….

() ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦିଗବିଜୟ ସିଂ ଓ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଲେ।ଆସନ୍ତାକାଲି ପୂର୍ବାହ୍ନ ରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଂଗ୍ରେସ ନେତୃମଣ୍ଡଳୀ ମାନଙ୍କ ବୈଠକରେ “ଭାରତ ଯୋଡ ଯାତ୍ରା- ଓଡିଶା” ସମ୍ପର୍କରେ ଶ୍ରୀଯୁକ୍ତ ଦିଗବିଜୟ ସିଂହ ଏବଂ ଶ୍ରୀଯୁକ୍ତ ଜୟରାମ ରମେଶ ବିଚାର ବିମର୍ଶ କରିବେ । ଏହାପରେ ଠିକ୍ ଦିବା ୧୨ ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବେ।ଏଥି ସାଙ୍ଗକୁ ଗଣମାଧ୍ୟମ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମର ରହିଛି।ଆସନ୍ତା କାଲି ସମସ୍ତ କାର୍ଯ୍ୟକ୍ରମରେ ଓଡିଶା ପ୍ରଭାରୀ ସାଂସଦ ଡ଼ ଏ ଚେଲ୍ଲାକୁମାର,ଏଆଇସିସି ସମ୍ପାଦକ ଶ୍ରୀ ରୁଦ୍ରରାଜୁ ଏବଂ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି।

ଆସନ୍ତା ସ୍ୱାଧୀନତା ଦିବସରେ ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍‌: ଅଶ୍ୱିନୀ ବୈଷ୍ଣବ…

{} ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ।

ଭାରତ ବିଶ୍ୱର ସବୁଠାରୁୁ ଉତ୍କୃଷ୍ଟ ଧରଣର ଟ୍ରେନ୍ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି ଏବଂ ଆଗାମୀ ୨୦୨୩ ସ୍ୱାଧୀନତା ଦିବସରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ ଭାରତରେ ଗଡ଼ିବା ଆଉ ଏକ ସଫଳ କାହାଣୀ ହେବାକୁ ଯାଉଛି ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷର ନେତୃତ୍ୱକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ “ମୋଦୀ ଅ ୨୦ – ଡ୍ରିମ୍ସ ମିଟ୍ ଡେଲିଭରୀ”ରେ ବକ୍ତୃତା ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସମୟରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଚେନ୍ନାଇର ଇନ୍‌ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏକ ଟ୍ରେନ୍ ବିଶ୍ୱର ଶ୍ରେଷ୍ଠ ୫ଟି ଟ୍ରେନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଘଂଟା ପ୍ରତି ୧୮୦ କିମି ବେଗରେ ଯାତ୍ରା କରି ବିଶ୍ୱକୁ ଆଚମ୍ବିତ କରିଛି ବୋଲି ସେ କହିଛନ୍ତି । ଏହି ଟ୍ରେନ୍‌ଟି ବିଭିନ୍ନ ମାପଦଣ୍ଡରେ ଅନ୍ୟ ଟ୍ରେନ୍‌ଗୁଡିକ ଠାରୁ ଉଚ୍ଚକୋଟୀର ଏବଂ ଅତ୍ୟଧିକ ବେଗରେ ଟ୍ରେନ୍‌ଟି ଯାଉଥିବା ବେଳେ ଡ୍ରାଇଭର୍‌ଙ୍କ କ୍ୟାବିନ୍‌ରେ ଥିବା ଏକ ଗ୍ଲାସ୍ ପାଣି ସ୍ଥିର ରହିବା ଏହି ଟ୍ରେନ୍‌ର ସକ୍ଷମତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ସେହିପରି “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଟ୍ରେନ୍ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଟ୍ରେନ୍‌ଟି ଶୂନରୁ ୧୦୦ କିମି ବେଗ ପହଂଚିବା ପାଇଁ ମାତ୍ର ୫୨ ସେକେଣ୍ଡ ନେଉଥିବା ବେଳେ ଜାପାନ୍‌ରେ ନିିର୍ମିତ ବୁଲେଟ୍ ଟ୍ରେନ୍ ଏଥି ପାଇଁ ୫୫ ସେକେଣ୍ଡ ନେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶର ଇଞ୍ଜିନିୟରମାନଙ୍କୁ ବିଶ୍ୱସ୍ତରୀୟ ଟ୍ରେନ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଟ୍ରେନ୍‌ଗୁଡ଼ିକ ସୁରକ୍ଷିତ ଓ ସ୍ଥିର ହେବା ସହ କମ୍ ଇନ୍ଧନ ବ୍ୟବହାର କରିବା ଆବଶ୍ୟକ ଓ ବେଗ ଖୁବ ଭଲ ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନ୍‌ର ନକ୍‌ସା ଓ ଆବଶ୍ୟକୀୟ ଉପକରଣ ବିକଶିତ ଦେଶଗୁଡ଼ିକରୁ ଆମଦାନୀ କରିବା ନେଇ ଇଞ୍ଜିନିୟରମାନେ ଚିନ୍ତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍‌ଗୁଡ଼ିକ ଆମ ଦେଶରେ ହିଁ ନିର୍ମାଣ କରିବା ନେଇ ଜୋର ଦେଇଥିଲେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

୨୦୧୯ ମସିହାରୁ ନୂତନ ଭାବେ ବ୍ୟବହୃତ ହେଉଥିବା ଦୁଇଟି ଟ୍ରେନ୍ ଖୁବ୍ ଭଲ କାର୍ଯ୍ୟ କରୁଛି ଏବଂ ଟ୍ରେନ୍‌ଗୁଡ଼ିକ ଏପର୍ଯ୍ୟନ୍ତ ଯେତିକି ଦୂରତା ଅତିକ୍ରମ କରିସାରିଛନ୍ତି ତାହା ପୃଥିବୀ ଚାରିପଟେ ୧୮ ଥର ଘୁରିବା ସହ ସମାନ । ମାତ୍ର ଟ୍ରେନ୍‌ଗୁଡ଼ିକରେ କୌଣସି ତ୍ରୁଟି ପିରଲକ୍ଷିତ ହୋଇନାହିଁ ।

ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି – ମାଡ୍ରାସ୍‌ରେ ହାଇପରଲୁପ୍ ପ୍ରସ୍ତୁତ କରାଯାଉଛି ଏବଂ ପରିବହନ କ୍ଷେତ୍ରରେ ଏହା ବିପ୍ଳବ ସୃଷ୍ଟି କରିବ ବୋଲି ସେ କହିଥିଲେ । ପରିବହନ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯାନ ସହ ପବନର ଘର୍ଷଣ । ଯଦି ଏକ ଶୂନ୍ୟତା ସୃଷ୍ଟି କରି ଯାନଟିକୁ ତାହା ମାଧ୍ୟମରେ ଗତି କରିବାକୁ ଦିଆଯାଏ ତେବେ ଏଥି ନିମନ୍ତେ କମ୍ ଶକ୍ତି ଆବଶ୍ୟକ ହେବ ଏବଂ ଗତି ଘଂଟା ପ୍ରତି ୭୦୦ କିମିକୁ ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ ।

ରେଳ ଷ୍ଟେସନ୍‌ଗୁଡ଼ିକର ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଆଗାମୀ ଦିନରେ ଦେଶର ୧୩୨ ଟି ଜିଲ୍ଲା ମୁଖ୍ୟ ସହର ସହ ରେଳ ସଂଯୋଗ କରାଯିବା ନେଇ ଡିଟେଲଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ପ୍ରକାଶ କରିଥିଲେ ।

ଦେଶରେ ଟ୍ରେନ୍‌ର ସମୟାନୁବର୍ତିତା ୮୯ ପ୍ରତିଶତ ଥିବା ବେଳେ ଏହାକୁ ୧୦୦ ପ୍ରତିଶତରେ ପରିଣତ କରାଯିବାର ଆବଶ୍ୟକତା ଥିବା ଏକ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା…

{} ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା।

() ଉତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ।

ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ ।

ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୧୯ ଓ ୨୦ରେ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବ ଓ ସେପ୍ଟେମ୍ବର ୨୦ ରାତିରୁ ଏହା ଉତର ଓଡ଼ିଶା ଆଡ଼କୁ ଗତି କରିବ ।

ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର ୨୧ ଓ ୨୨ ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ବୁଲେଟିନ୍ ପ୍ରକାଶ କରିଛି । ସେପ୍ଟେମ୍ବର ୨୦ ଓ ୨୧ରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଏହା ସୂଚନା ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ,ଛ ଜିଲ୍ଲାର ମିଶନ ଶକ୍ତି ମା…

() ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ, ଛ ଜିଲ୍ଲାର ମିଶନ ଶକ୍ତି ମା।

ଆମେ ବି ପାରିବୁ – ମିଶନ ଶକ୍ତି ମା ମାନେ

{} ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ। ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା କହିଛନ୍ତି।

ଆଜି ସଂଧ୍ୟାରେ ନବୀନ ନିବାସଠାରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୪ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି। ଆପଣମାନଙ୍କ ଭିତରେ ବହୁତ କିଛି କରିବାର ସାମର୍ଥ ରହିଛି । ବହୁତ କମ୍ ସମୟ ପାଇ ମଧ୍ୟ ଆପଣମାନେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

ମିଶନ ଶକ୍ତିର ମା ମାନେ କହିଥିଲେ ଯେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ଆମେ ବହୁତ ଖୁସି। ଆମେ ଏବଂ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଙ୍ଗନବାଡୀ ପିଲାଙ୍କ ଡ୍ରେସ୍ ସିଲେଇ କରିବା, ଇଲ୍କ୍ଟ୍ରି ବିଲ୍ ଆଦାୟ କରିବା ଆଦି କାମ ବହୁତ ଭଲ ଭାବରେ କରିପାରୁଛୁ। ନୂଆପଡାରେ ଆମେ ଡ୍ରାଇଭିଂ ଶିକ୍ଷା ମଧ୍ୟ ନେଉଛୁ। ଆମେ ବି ପାରିବୁ, ଏ ବିଶ୍ବାସ ଆମର ବଢିଛି। ଆମେ ସମସ୍ତେ ଏବେ କିଛି ନା କିଛି ଉପଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛୁ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news