କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଓଡିଶା ବାସୀଙ୍କୁ ମାନଙ୍କୁ ବାର୍ତ୍ତା ଦେଲେ: ନବୀନ…

() କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ବାସୀଙ୍କୁ ବାର୍ତ୍ତା ।

ପ୍ରିୟ ଭାଇ ଓ ଭଉଣୀମାନେ,

{} ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ ।ବନ୍ୟା ବାତ୍ୟା ମରୁଡି ଲାଗି ରହି ଥିଲା ଗରିବୀ ବହୁ ଅଧିକ ଥିଲା।ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା।

ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?

ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା। ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ ।  ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି 13୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି।   ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ । ସରକାରୀ କର୍ମଚାରୀ ମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ।

 

ଉଦୟପୁର ଚିନ୍ତନଶିବିର ଘୋଷଣା ହିଁ ମୋ ଇସ୍ତାହାର : ମଲ୍ଲିକାର୍ଜୁନ ଖଡ଼ଗେ…

() ଆଜି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଏହି ବୈଠକପରେ ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସପଂର୍କରେ କହିଥିଲେ । ଶ୍ରୀ ଖଡ଼ଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଡଃ ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ସେ ପ୍ରଥମେ ଶ୍ରୀ ଖଡ଼ଗେଙ୍କର ଦୀର୍ଘ ରାଜନୈତିକ ଜୀବନ, କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ରାଜନୀତି କ୍ଷେତ୍ରରେ ବିଶାଳ ଅଭିଜ୍ଞତା ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ । ଶ୍ରୀ ବଲ୍ଲଭ ସୂଚନା ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ସେ କଂଗ୍ରେସ ଦଳରେ ସକ୍ରୀୟ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଆସୁଛନ୍ତି । ପ୍ରାୟ ୫୫ ବର୍ଷ ଧରି ଶୃଙ୍ଖଳା ଓ ନିଷ୍ଠାର ସହ ଦଳର ସେବା କରିଆସୁଛନ୍ତି । ସେ ପ୍ରଥମେ ବ୍ଲକ କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ଉପସଭାପତି ଓ ସଭାପତି, ପ୍ରଦେଶ କଂଗ୍ରେସ ଉପସଭାପତି ଓ ସଭାପତି, ବିରୋଧି ଦଳ ନେତା ଭାବରେ କାର୍ଯ୍ୟକରି ଆସିଛନ୍ତି । କର୍ଣ୍ଣାଟକ ପ୍ରଦେଶରେ ବହୁବାର ମନ୍ତ୍ରୀ ଏବଂ ନିରବଚ୍ଛିନ୍ନ ଭାବରେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଲୋକସଭାକୁ ଦୁଇଥର ଏବଂ ରାଜ୍ୟ ସଭାକୁ ଥରେ ନିର୍ବାଚିତ ହୋଇଛନ୍ତି । ସେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଏବଂ ରାଜ୍ୟ ସଭାରେ ବିରୋଧି ଦଳ ନେତା ଭାବରେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରିଛନ୍ତି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ସେ ଦୀର୍ଘ ୫୫ ବର୍ଷଧରି ନିଷ୍ଠା ଓ ଶୃଙ୍ଖଳା ସହ ଉତ୍ସର୍ଗୀକୃତ ଭାବେ ଦଳରେ କାର୍ଯ୍ୟ କରିଆସୁଛନ୍ତି । ସେ ତାଙ୍କର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଲେ ଯେ ତାଙ୍କର କିଛି ନୂତନ ଇସ୍ତାହାର ନାହିଁ । ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର ବୋଲି ସେ କହିଥିଲେ । ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ।

ସେ ତାଙ୍କର ଆଗାମୀ ସଂଗ୍ରାମ ସଂପର୍କରେ ଏକ ଝଲକ ଦେଇ କହିଲେ ଯେ ଆମକୁ ଦେଶକୁ ରସାତଳଗାମୀ କରୁଥିବା ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ହେବ । ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଇର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ବିଜେପି ଓ ଆରଏସଏସକୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭାତୃଭାବ, ଶାନ୍ତି, ପ୍ରିତି ଓ ମୈତ୍ରି ବଜାୟ ରଖିବା ହେଉଛି ଆମର କର୍ତବ୍ୟ । ଗଣତନ୍ତ୍ର ଏବଂ ସଂବିଧାନ ଏବେ ବିପଦ ଗ୍ରସ୍ତ । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ମୋଦି ସରକାରଙ୍କ ଦ୍ୱାରା କବଳିତ । ମୋଦି ସରକାର ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି । କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ମୋଦି ସରକାର ଭାଙ୍ଗି ଦେଇଛନ୍ତି । ଗୋଆ ଓ ମଣିପୁରରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିଛନ୍ତି । ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତସ୍ତତ କରାଉଛନ୍ତି । ବିଧାୟକ କିଣି ସରକାର ଗଢ଼ିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋଦି ସରକାର ଓ ବିଜେପିର ପ୍ରଧାନ ଲକ୍ଷ୍ୟ । ଦେଶର ସଂପତି ଯାହାକି ଦୀର୍ଘ ଅର୍ଦ୍ଧଶତାବ୍ଦି ଧରି କଂଗ୍ରେସ ସରକାର ସୃଷ୍ଟି କରିଥିଲା ଏବେ ସେ ସବୁକୁ ମୋଦି ତାଙ୍କ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଛି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ଦେଶ ସ୍ୱାଧୀନତା ପାଇଁ ଆରଏସଏସ ବା ବିଜେପି ଦଳର କୌଣସି ଅବଦାନ ନାହିଁ । କଂଗ୍ରେସ ଦଳ ଦେଶକୁ ସ୍ୱାଧୀନତା ଦେଇଛି । ଦେଶ ଗଠନ କରିଛି । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ବଲ୍ଲଭଭାଇ ପଟେଲ ଏବଂ ସୁଭାଷ ବୋଷଙ୍କ ତ୍ୟାଗ ଓ ତିତୀକ୍ଷାର ପଟାନ୍ତର ନାହିଁ । ଆରଏସଏସ ବ୍ରିଟିଶର ବୋଲକରା ଥିଲା । ବିଜେପି ବା ଆରଏସଏସର କେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଛନ୍ତି ବା କାରାବରଣ କରିଛନ୍ତି ତାହା ବିଜେପି ପ୍ରକାଶ କରୁ । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ହିଁ ମୋର ପ୍ରଧାନ କର୍ତବ୍ୟ ଓ ଲକ୍ଷ୍ୟ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ କହିଥିଲେ । ବିଜେପି ଦେଶକୁ ଭାଙ୍ଗୁଥିବା ବେଳେ ସମ୍ମାନୀୟ ରାହୁଲ ଗାନ୍ଧୀ ଦେଶକୁ ଯୋଡ଼ି ରଖିବା ପାଇଁ ପ୍ରଚେଷ୍ଟାରତ । ମହଙ୍ଗା ମାଡ଼, ଦୁର୍ନୀତି, ବେରୋଜଗାର, ଦାରିଦ୍ର‌୍ୟ, ଅର୍ଥନୈତିକ ବୈଷମ ଓ କ୍ଷୁଧା ବିରୁଦ୍ଧରେ ତାଙ୍କର ଏହି ମହାସଂଗ୍ରାମ । ପରିଶେଷରେ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ରବିନ୍ଦ୍ର ସେଠୀ, ବିଶ୍ୱ ରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ବିଜୟଲକ୍ଷ୍ମି ସାହୁ, ଅଭିଷେକ ମହାନନ୍ଦ, ଜାନକୀ ବଲ୍ଲଭ, ପଟ୍ଟନାୟକ, ରଶ୍ମି ମହାପାତ୍ର, ରଣଜିତ ପାତ୍ର, ସୁରେଶ ମହାପାତ୍ର, ଯଜେ୍ଞଶ୍ୱର ବାବୁ, ଭୁଜବଳ ମାଝୀ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବଟକୃଷ୍ଣ ରାଉତରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଯୋଗିନାଥ ବାହୁବଳେନ୍ଦ୍ର, ପଦ୍ମାକର ଗୁରୁ, ପ୍ରଦୀପ ମହାପାତ୍ର, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ସୁଭାଷ ପ୍ରଧାନ, ପ୍ରକାଶ ମିଶ୍ର, ଲିଙ୍କରାଜ ସାହୁ, ନିରଞ୍ଜନ ନାୟକ, ଚିନ୍ମୟ ପ୍ରସାଦ ବେଉରା, ଯୁଧିଷ୍ଠୀର ଜେନା, ସୁଦର୍ଶନ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ, ଲିଙ୍ଗରାଜ ଚୌଧୁରୀ, ଶ୍ରୀମତୀ ସନ୍ଧ୍ୟାରାଣି ମହାପାତ୍ର, ସ୍ମୃତି ରଞ୍ଜନ ଲେଙ୍କା, ଅମୀୟ ପଟ୍ଟନାୟକ, ଶ୍ରୀମତୀ ବନ୍ଦିତା ପରିଡ଼ା, ଲୋକନାଥ ମହାରଥି, ଦୀପକ ସାହୁ, କୁସୁମ ପ୍ରଧାନ, ଶ୍ରୀୟା ମହାନ୍ତି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

୩ଟି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

()ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।

ମିଶନ ଶକ୍ତି ଆମ ଦକ୍ଷତା ବୃଦ୍ଧି କରିଛି, ସମାଜରେ ନାରୀ ମାନଙ୍କ ପ୍ରତିଷ୍ଠା ବୃଦ୍ଧି କରିଛି – ମିଶନ ଶକ୍ତି ମା ମାନେ।

{} ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି। ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଦରଦାମ ନିୟନ୍ତ୍ରଣ କରିବାରେ ଫେଲ ହୋଇଛନ୍ତି ରାଜ୍ୟ ସରକାର ବୋଲି କହିଲେ ବିରୋଧୀ ଦଳ ନେତା: ଜୟନାରାୟଣ ମିଶ୍ର…

() ସଂଘୀୟ ବ୍ୟବସ୍ଥାରେ ଦରଦାମ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ। ତୈଳଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ହେଲେ ମୁଖ୍ୟତଃ ପରିବା ଦର, ଅଣ୍ଡା ଦର ଓ ମାଛ ଦର ନିୟନ୍ତ୍ରଣ କରିବା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ରାଜ୍ୟ ସରକାର ଏଥିରେ ଫେଲ ହୋଇଛନ୍ତି । ବର୍ତ୍ତମାନ ସମୟରେ ୟୁରୋପୀୟ ଦେଶ ମଧ୍ୟ ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି।ହେଲେ ଦେଶର ସ୍ଥିତି ଭଲ ଅଛି । ଅନ୍ୟ ଉପରେ ଦୋଷ ଦେବା ଛାଡି ନିଜ କାମ ପ୍ରଥମେ କରନ୍ତୁ ରାଜ୍ୟ ସରକାର ।

ଜୟନାରାୟଣ ମିଶ୍ର, ବିରୋଧୀ ଦଳ ନେତ

ଦରଦାମ ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ…

() ଦରଦାମ ବୃଦ୍ଧି ସାଧାରଣ ଜନତାକୁ ବାଧୁଛି । ଦର କେମିତି ନିୟନ୍ତ୍ରଣ କରାଯିବା ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର । ଅତ୍ୟଧିକ ଦରଦାମ ବୃଦ୍ଧି ପାଇଁ ଯେଉଁ ଅସାଧୁ ବ୍ୟବସାୟୀ ମାନେ ଲୋକ ମାନଙ୍କୁ ହଇରାଣ କରୁଛନ୍ତି । ତାଙ୍କ ଉପରେ କେମିତି ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି । ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି । କିନ୍ତୁ ଏହା ଏକ ଜାତୀୟ ସମସ୍ୟା । ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି । ଏହାକୁ ରୋକା ଯାଇପାରିବ । କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର ।

ଅତନୁ ସବ୍ୟସାଚୀ ନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶା ଆସୁଛନ୍ତି AICC ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ…

() ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି AICC ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ। ସଭାପତି ପ୍ରାର୍ଥୀ ଭାବେ ପ୍ରଚାରରେ ଆସୁଛନ୍ତି। କଂଗ୍ରେସ ଭବନ ରେ ଦିନ ୧୨ ଟା ରେ ସମସ୍ତ ୪୨୮ ପିସିସି ସଦସ୍ୟ ଯେଉଁମାନେ କି ଭୋଟ ଦେବେ ସେମାନଙ୍କ ସହ ବୈଠକ କରିବେ। ସମର୍ଥନ ମାଗିବେ ଖଡ଼ଗେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା।

ଧାମ ନଗର ଉପ ନିର୍ବାଚନ କୁ ନେଇ କଣ କହିଲେ ଅତନୁ ସବ୍ୟସାଚୀ ନାୟକ ଶୁଣନ୍ତୁ…

ଧାମ ନଗର ଉପ ନିର୍ବାଚନର ନେଇ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା..

() ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି l ଧାମ ନଗରବାସି ବିଜୁ ଜନତା ଦଳ ସହ ଅଛନ୍ତି l ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି l କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ l ବିଜେପି ଦଳ ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି l ବିଜେପି ତୃତୀୟ ସ୍ଥାନକୁ ଚାଲି ଯାଇଛି l ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ l ଧାମ ନଗରରେ ବି ବିଜେଡିର ଜିତାପ ଟ ହେବ l ମିଶନ ଶକ୍ତି ଆଜି ୭୫ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ବିଶୋଇଙ୍କୁ ସଂସଦ ପଠାଇବା ପରେ ଲୋକସଭାର ବାଚସ୍ପିତୀ ମଧ୍ୟ ପ୍ରଶଂସା କରିଛନ୍ତି l

ବାବା ହରେକୃଷ୍ଣ ସେଠି ହେଲେ ଧାମନଗର କଂଗ୍ରେସ ପାର୍ଥି…

() ଧାମନଗର ବିଧାନସଭା ଉପନିର୍ବାଚନ ର କଂଗ୍ରେସ ପାର୍ଥି ଶ୍ରୀ ବାବା ହରେକୃଷ୍ଣ ସେଠି ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି।ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ପାର୍ଥି ଶ୍ରୀଯୁକ୍ତ ସେଠି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ବିଧାୟକ ସୁରେଶ କୁମାର ରାଉତରାୟ,ସନ୍ତୋଷ ସିଂହ ସାଲୁଜା,ଅଧିରାଜ ପାଣିଗ୍ରାହୀ,ଦାଶରଥି ଗମାଙ୍ଗ,ପୂର୍ବତନ ସାଂସଦ ଅନନ୍ତ ସେଠି, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ବିଧାୟକ ଲକାଟେନ୍ଦୁ ମହାପାତ୍ର,ଚିନ୍ମୟ ପ୍ରସାଦ ବେଉରା,ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାଶ ଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ସହିତ ଏକ ବିଶାଳ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପତିକ୍ରମା କରି ଧାମନଗର ନିର୍ବାଚନ ଅଧିକାରୀଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି।ଆଜିର ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁମିତା ସେଠି,ଅଭିଷେକ ରାଉତ, ନଳିନୀ ମହାନ୍ତି,ନରେନ ପଳେଇ,ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା,ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ,କଟକ ନଗର ଜିଲ୍ଲା ସଭାପତି ସୁରେଶ ମହାପାତ୍ର,ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ,ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରି,ଯାଜପୁର ଜିଲ୍ଲା ସଭାପତି ମନୋଜ ରାଉତ,ପିସିସି ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା,ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜ଼ୀଆ ଉଲ ହକ,ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ,ଜାନକୀ ବଲ୍ଲଭ ପଟ୍ଟନାୟକ,ମନୋଜ ସାହୁ,ଦେବାଶିଷ ଭୂୟାଁ,ମିହିର ଆଚାର୍ଯ୍ୟ,ନଳିନୀ ନାୟକ(ସାନ) ସୁବାଷ ଚନ୍ଦ୍ର ପ୍ରଧାନ, ସାରଦା ନାୟକ,ପଦ୍ମାକର ଗୁରୁ,ଜିନେଶ୍ୱ ଦାଶ,ପ୍ରକାଶ ମିଶ୍ର,ଲିଙ୍ଗରାଜ ସାହୁ,ଜ୍ଞାନ ପଟ୍ଟନାୟକ, ଲୋକନାଥ ମହାରଥୀ,ତରୁଣ ମିଶ୍ର,ଲଲାଟେନ୍ଦୁ ଦାଶ, ନିରଞ୍ଜନ ନାୟକ ସମେତ ରାଜ୍ୟ ଏବଂ ଜିଲ୍ଳାର ଯୁବ,ଛାତ୍ର,ମହିଳା ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠ ର ହଜାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ।

ବିଜେଡିର ରିଭର୍ସ ସ୍ୱିପ

() କ୍ରିକେଟରେ ବହୁତ କମ ଲୋକ ରିଭର୍ସ ସ୍ୱିପ ଛକା ମାରନ୍ତି। ତାଠାରୁ କମ୍ ଖେଳାଳି ୩୬୦ ଡିଗ୍ରୀ ଏଙ୍ଗେଲରେ ଖେଳି ପାରନ୍ତି। ଧାମନଗର ଉପ ନିର୍ବାଚନ ପାଇଁ ନବୀନଙ୍କ ଓପନର ବ୍ୟାଟ୍ସମ୍ୟାନ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏପରି ଏକ ରାଜନୈତିକ ଛକା ମାରିଛନ୍ତି। ବିଜେଡିର ମିଶନ ଶକ୍ତିକୁ ମିଶନ ସକ୍ସେସରେ ପରିଣତ କରିଛନ୍ତି। ଯେଉଁ ତିହିଡି ବ୍ଲକ ଭଦ୍ରକ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀର ଫଳାଫଳରେ ନିର୍ଣ୍ଣାୟକ ଭୂମିକା ନେଇଥାଏ ସେଇ ବ୍ଲକର ଅଧ୍ୟକ୍ଷଙ୍କୁ ବିଧାନସଭାକୁ ପଠାଇବାକୁ ବିଜେଡିର ଯୋଜନା ଠିକ ରିଭର୍ସ ସ୍ୱିପ ଛକା ପରି। ନବୀନଙ୍କ ଟିମ ମ୍ୟାନେଜମେଣ୍ଟର ଓପନର ବ୍ୟାଟ୍ସମ୍ୟାନ ପ୍ରଣବ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ବର୍ଷା ହେଉଥିଲା ମ୍ୟାଚ ବାତିଲର ସମ୍ଭାବନା ଦେଖାଦେଇଥିଲା। ଆଉ ଠିକ୍ ଏତିକି ବେଳେ ଓପନର ବ୍ୟାଟ୍ସମ୍ୟାନ ରିଭର୍ସ ସ୍ୱିପ ଛକା ମାରି ଦଳକୁ ବିଜୟ ସମ୍ଭାବନା ପାଇଁ ବାଟ ଫିଟାଇ ଦେଇଛନ୍ତି। ସବୁ କଳ୍ପନାଜଳ୍ପନା, ସବୁ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରି ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସବୁଥର ପରି ଚର୍ଚ୍ଚାର ବାହାରୁ ସମସ୍ତଙ୍କୁ ଚକିତ କରିବା ପରି ସରପ୍ରାଇଜ ପ୍ରାର୍ଥୀ ଭାବେ ଅବନ୍ତୀ ଦାସଙ୍କୁ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛନ୍ତିl ସେ ଜଣେ ଗୃହିଣୀ ଓ ମିଶନ ଶକ୍ତି ଅଭିଜ୍ଞତା ଥିବା ଜଣେ ମହିଳା l ଗତ ପଞ୍ଚାୟତ ନିର୍ବାଚନରେ ସେ କାଁପଡ଼ା ପଂଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ତିହିଡି ବ୍ଲକ ଅଧ୍ୟକ୍ଷା ହୋଇଥିଲେ l ତାଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଧାମନଗର ଉପନିର୍ବାଚନ ପାଇଁ ଟିକେଟ୍‌ ଦେଇଛନ୍ତି। ଯାହା ବିଜେଡିର ବଡ ବିଜୟ ନିଶ୍ଚିତ କରିଛି l କାରଣ ସାମୂହିକ ନିଷ୍ପତ୍ତି ହିଁ ବିଜୁ ଜନତା ଦଳର ଶକ୍ତି । ଧାମନଗର ଉପନିର୍ବାଚନ ପାଇଁ ଜଣେ ମା’ଙ୍କୁ ସୁଯୋଗ ଦେଇ ମହିଳା ସଶକ୍ତୀକରଣର ନାରାକୁ ଆହୁରି ସୁଦୃଢ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମନଗରବାସୀଙ୍କ ଆଶୀର୍ବାଦ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ଅବନ୍ତି ଦାସଙ୍କ ସହ ଯିବ ବୋଲି ବିଜେଡିର ଦୃଢ ବିଶ୍ୱାସ ଏବଂ ଏକଥା ସଭାପତିଙ୍କଠାରୁ ତୃଣମୂଳ କର୍ମୀ ଯାଏ ସମସ୍ତେ କହିଛନ୍ତି l ରାଜନୈତିକ କ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଭୂମିକା ସାରା ଦେଶ ପାଇଁ ରୋଲ ମଡେଲ ସାଜିଛି l

ସମ୍ ହସ୍ପିଟାଲରେ ଶିଶୁ ପେଟରୁ ସାଢେ ୭ କେଜି ଓଜନର ଟ୍ୟୁମର୍ ବାହାରିଲା…

()  ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା । ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥି ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା ।ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା । ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ । ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା ।

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ । ଚାରି ଘଂଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା । ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା ।
ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା । ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା ।ଡାକ୍ତର ପଣ୍ଡା କହିଥିଲେ ଯେ ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା । ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ । ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news