ଦୟା ନୁହେଁ ଦାୟିତ୍ବ, ଏହା ଆମର ସାମାଜିକ କର୍ତ୍ତବ୍ୟ….

( ) ବୟସ ଯେତେବଳେ ବାଧା ସୃଷ୍ଟି କଲା । ରୋଗ ଯେତେବେଳେ ରୋଜଗାରର ବାଟ ଓଗାଳିଲା । ସେତିକି ବେଳେ ସାହା ହେଲା ଯାଜପୁରର ଅଶୋକ ଦାସ ଫାଉଣ୍ଡେସନ । ଆଖିର ଲୁହକୁ ପଢି ଓଠରେ ହସ ଭରିବାକୁ ପଣ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଏ କାହାଣୀ ହେଉଛି ଯାଜପୁର ଉପରବରୁଆ ଅଞ୍ଚଳର ବୃଦ୍ଧା ନିଶାମଣି ମହାପାତ୍ରଙ୍କର । ପରିବାର କହିଲେ ସ୍ବାମୀ ସ୍ତ୍ରୀ । କେତେବେଳେ ଖାଇବାକୁ ପାଆନ୍ତି ତ ଆଉ କେତେବେଳେ ଉପାସ ରୁହନ୍ତି । ଏଣେ ତେଣେ ମାଗିଯାଚି ବଞ୍ଚିବାକୁ ସଂଘର୍ଷ କରୁଥିଲେ । ହେଲେ କେତେଦିନ ଏମିତି ଚଳିବେ । ଶେଷରେ ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାହଯ୍ୟ ପାଇଁ ନିବେଦନ କରିଥିଲେ ସ୍ବାମୀ ସ୍ତ୍ରୀ । ଆଉ ଅଭିଯୋଗ ପାଇବା କ୍ଷଣି ତତକ୍ଷଣାତ ବିଧାୟକଙ୍କ ନିର୍ଦ୍ଦେଶରେ ପହଞ୍ଚିଥିଲେ ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟ । ବୃଦ୍ଧ-ବୃଦ୍ଧାଙ୍କର ଦୁଃଖକୁ ଅତି ପାଖରୁ ଦେଖି ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ ୭୪ ବର୍ଷୀୟ ନିଶାମଣି ଓ ତାଙ୍କ ସ୍ବାମୀ ସୁଧୀର ମହାପାତ୍ରଙ୍କୁ ସହାୟତର ହାତ ବଢାଇଛନ୍ତି । ଯାଜପୁର ଉପରବରୁଆରେ ଏକ ମାର୍କେଟ ବିଲଡିଂରେ ଦୋକାନ ଘର ଦେବା ସହ ତାଙ୍କୁ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାର ବାଟ ଦେଖାଇଛନ୍ତି । ଏହାସହ ବର୍ଷେ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଶୋକ ଦାସ ଫାଉଣ୍ଡେସନ ଦୀର୍ଘ ବର୍ଷ ଧରି ଅସହାୟ ଲୋକଙ୍କୁ ସାହା ହୋଇଆସୁଛି । ରକ୍ତଦାନ ଶିବିର, ବୃକ୍ଷରୋପଣ, ଗରିବଙ୍କୁ ଆହାର ଖାଦ୍ୟ, ବାସସ୍ଥାନ ଓ ମେଧାବୀ ଛାତ୍ରଙ୍କୁ ପୁସ୍ତକ ଯୋଗାଇବା ସହ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ରାଜନୀତି କ୍ଷମତା ହାସଲ ପାଇଁ ନୁହେଁ, ବରଂ ଜନସେବା ପାଇଁ ଉଦ୍ଦିଷ୍ଟ ବୋଲି ଭାବି ଯାଜପୁର ବିଧାୟକଙ୍କ ଆଦେଶରେ କାମ କରୁ୍ଛି ଅଶୋକ ଦାସ ଫାଉଣ୍ଡେସନ ।…. ଆସନ୍ତୁ ଭଲ ପାଇବାର ଚାରା ବୁଣିବା ଆଉ ସମସ୍ତେ ଭଲରେ ବଞ୍ଚିବା…

ନବରଙ୍ଗପୁର ରେ ପିସିସି ସଭାପତି ଶରତ ପଟ୍ଟନାୟକ “ହାଥ ସେ ହାଥ ଯୋଡୋ” କାଯ୍ୟକ୍ରମର ଶୁଭାରମ୍ଭ କଲେ..

() ନବରଙ୍ଗପୁର ରେ ପିସିସି ସଭାପତି ଶରତ ପଟ୍ଟନାୟକ “ହାଥ ସେ ହାଥ ଯୋଡୋ” କାଯ୍ୟକ୍ରମର ଶୁଭାରମ୍ଭ କଲେ।

{} ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରତ୍ୟୁଷରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ ର ମହତ୍ଵ ଓ ଗରିମା ଉଲ୍ଲେଖ କରିଥିଲେ।ଦେଶରେ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ହେଉଥିବା ଆକ୍ରମଣ କୁ ପ୍ରତିରୋଧ କରିବା କଂଗ୍ରେସ ଦଳର ପ୍ରଧାନ ଦାଇତ୍ୱ ବୋଲି କହିଥିଲେ।

ଏହାପରେ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମକୁ ଫିତା କାଟି ଶୁଭାରମ୍ଭ କରିଥିଲେ।ଶ୍ରୀ ପଟ୍ଟନାୟକ ଏହି ଉପଲକ୍ଷେ କହିଥିଲେ ତୃଣମୂଳ ସ୍ତରରୁ ମୋଦି ଓ ନବୀନ ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଦୁର୍ବାର ଜନଆନ୍ଦୋଳନ ଓ ଜନସଚେତନତା କରିବା ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ।ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଦଳର ସଙ୍ଗଠନକୁ ମଜବୁତ କରିବା ସହ ସାଧାରଣ ଜନତାର ସମସ୍ୟା କୁ ଉତ୍ଥାଅପନ ଓ ସମାଧାନ ପାଇଁ ନିଷ୍ଠା ର ସହ କାର୍ଯ୍ୟକରିବାକୁ ଏହା ରାହୁଲ ଗାନ୍ଧୀଙ୍କର ଏକ ମାର୍ଗ ଦର୍ଶନ।ସାରା ଓଡ଼ିଶାରେ ମାଲକାନଗିରି ରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ଘରେ ଘରେ ଜାଗରଣ ର ନିଆଁ ସଂଯୋଗ କରିବ ଏହି ଯାତ୍ରା।ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ଯୁବ,ଛାତ୍ର,ମହିଳା,ଚାଷୀ ଓ ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ ଦେଇଥିଲେ।

ଆଜି ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନୀପତି,କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ସଦନ ନାୟକ,ମନୀଷା ତ୍ରିପାଠୀ,ଲିପିକା ମାଝୀ,ସଞ୍ଜୟ ତ୍ରିପାଠୀ,ବାଙ୍କନିଧି ବେହେରା,ଏମଡି ସାହାଦୁଲ୍ଲା,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ଦ୍ଵାରିକା ମହାପାତ୍ର,ସନରାଜ ଗଣ୍ଡ,ଦିଲ୍ଲୀପ ପ୍ରଧାନୀ ଧରମ ସିଂ ,କ୍ଷମରାଜ ବାଗ,ଦିବାକର ପୂଜାରୀ,ହାରବତୀ ଗଣ୍ଡ,କୈଳାଶ ସାହୁ,କୁଳମଣି ସାହୁ,ସାଗର ପରିଡା ପ୍ରମୁଖ ସହସ୍ରାଧିକ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ

ଭାରତ ଯୋଡ଼-ଓଡିଶା ପରିବର୍ତ୍ତନ ଯାତ୍ରା କଳାହାଣ୍ଡି ପରିକ୍ରମା କରି ନବରଙ୍ଗପୁର ରେ ପହଞ୍ଚିଲା…

() ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲାର ବେଲଗାଁ ଠାରୁ ଆଜି ଭାରତ ଯୋଡ ଯାତ୍ରା-ଓଡିଶା ର ପଦଯାତ୍ରା ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ଅମାଟ,କେଶିଙ୍ଗା,ଭବାନୀପାଟଣା,ଜୁନାଗଡ, ମୋଟେର, କୋକସରା,ଆମ୍ବପାଣି ଆଦି ଅଞ୍ଚଳ ପରିକ୍ରମା କରିଥିଲା।କେଶିଙ୍ଗା ରେ କଳାହାଣ୍ଡି ଜିଲ୍ଲାର ସଭାପତି ଭାରତ ଭୂଷଣ ବେମାଲ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାଶ,ଯୁବ ନେତା ସାଗର ଦାଶ ଙ୍କ ସହ ବହୁ ଯୁବ,ମହିଳା,ଛାତ୍ର ନେତାମାନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍ଥାନୀୟ ମହିଳା ମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱାଗତ କରିଥିଲେ।

ଏହି ପରିପେକ୍ଷିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଓ ଝରାଣିଆ କନ୍ଧଙ୍କର ଭିଟାମାଟି ନିୟମଗିରିକୁ ନବୀନ ସରକାର ବେଦାନ୍ତ କମ୍ପାନୀକୁ ସାଗମାଛ ଦରରେ ବିକୁଦେଉଥିବା ବେଳେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ପ୍ରଚେଷ୍ଟା ଫଳରେ ନବୀନ ସରକାରଙ୍କର ଏହି ଘୁର୍ନ୍ୟ କାର୍ଯ୍ୟ ବନ୍ଦ ହୋଇପାରିଥିଲା।ରାହୁଲ ଗାନ୍ଧୀ ନିୟମଗିରି ଆସି ଏଠିକାର ଜନଜାତି ଲୋକଙ୍କ ସହ ମିଶିଥିଲେ ଏବଂ ନିଜକୁ ଆଦିବାସୀଙ୍କ ସିପାହୀ ବୋଲି ଘୋଷଣା କରିଥିଲେ।ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାକୁ ଆସି ସାଧାରଣ ଜନତାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ହୃଦୟଙ୍ଗମ କରିଥିଲେ।ମୋଦି ଓ ନବୀନ ଶାସନରେ କଳାହାଣ୍ଡିର ବିକାଶ ବାଧାପ୍ରାପ୍ତ ହୋଇଛି।ଏଠିକାର ଚାଷୀ ,ଯୁବକ,ମହିଳା,ଛାତ୍ର ଓ ଉପେକ୍ଷିତ ବର୍ଗଙ୍କ ଅସନ୍ତୋଷ ର ସ୍ୱର ଭାରତ ଯୋଡୋ ଯାତ୍ରା -ଓଡିଶା ରେ ପ୍ରକଟିତ ହୋଇଛି।କଳାହାଣ୍ଡି ବାସୀ ଚଳିତ ଦୂରବସ୍ଥା ର ପରିବର୍ତ୍ତନ ପାଇଁ ସଂକଳ୍ପ ନିଅନ୍ତୁ ଏବଂ ଏହି ଜନବିରୋଧୀ ଦୁଇ ସରକାରଙ୍କୁ ଆଗାମୀ ଦିନରେ ପ୍ରତ୍ୟାଖାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।    ଆଜି ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କେସିଙ୍ଗାରେ ଅମ୍ବାଜି ମନ୍ଦିର ଓ ଆମ୍ବପାଣି ର ବୁଢ଼ାରାଜ ମନ୍ଦିର ମଦିର ଯାଇଁ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ପୂଜାଅର୍ଚନା କରିଥିଲେ।   ଆଜିର ପଦଯାତ୍ରାରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ଭକ୍ତ ଦାଶ,ଭାରତ ଭୂଷଣ ବେମାଲ,ସାଗର ଦାଶ,ବିଧାୟକ ସନ୍ତୋଷ ସିଂହ ସାଲୁଜା,ଅଧିରାଜ ମୋହନ ପାଣିଗ୍ରାହୀ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ,ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ବାଙ୍କନିଧି ବେହେରା,ସଞ୍ଜୟ ତ୍ରିପାଠୀ,ବିସ୍ମୟ ମହାପାତ୍ର, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ,ନରୋତମ ନାୟକ,ସାଗର ପରିଡା,କୈଳାଶ ସାହୁ,କୁଳମଣି ସାହୁ ପରମାନନ୍ଦ ମାଝୀ,ତ୍ରିଲୋଚନ ପାଣିଗ୍ରାହୀ,ସରୋଜ ବାଗ, ମହେଦ୍ରୀ ସାହୁ,ରାମୁ ଜେନ,ବାସୁ ଜେନ,ତୁଲେଶ୍ୱର ନାୟକ,ରବୀନ୍ଦ୍ର କୁମାର ପାଟ୍ଟଯୋଶୀ,ତୁଷାର ରଞ୍ଜନ ପାଟ୍ଟଯୋଶୀ,ପୁରୁଷୋତ୍ତମ ଗୁପ୍ତା,ଦିଗମ୍ବର ଦୁରିଆ,ସମୀର ଚାନ୍ଦ ପ୍ରମୁଖ ବହୁ ଯୁବ,ମହିଳା,ଛାତ୍ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

ଆଜି ନବରଙ୍ଗପୁର ର ମାଝୀପଡା ଠାରେ କଂଗ୍ରେସ ପଦଯାତ୍ରୀ ମାନେ ରାତ୍ରି ଯାପନ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା….

() ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ବାର୍ତ୍ତା। 

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି। 

{} ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି ।

ବିଶ୍ବକପ୍‌ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି। ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ସାରା ବିଶ୍ବର ନଜର ଏବେ ଓଡିଶା ଉପରେ ରହିଛି। ଦୁଇ ଦୁଇ ଥର ଆମେ ବିଶ୍ବକପ୍‌ ହକି ସଫଳତାର ସହ ଆୟୋଜନ କରିଛୁ । ଏହା ସାରା ଦେଶ, ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର କଥା ।

କେବଳ କ୍ରୀଡା ନୁହେଁ, ଆମର ଶିଳ୍ପ ବିକାଶର ଯାତ୍ରା – ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ । ଆମର ମା ମାନଙ୍କ ସଫଳତାର କାହାଣୀ – self help groupରୁ small & medium entrepreneur ହେବାର ସୁଯୋଗ।

ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ପ୍ରତିବଦ୍ଧତା- ୫ଟି ସ୍କୁଲ ଟ୍ରାନ୍‌ସଫରମେସନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।

ଚାଷୀଭାଇଙ୍କ କଲ୍ୟାଣ ଓ ସଶକ୍ତିକରଣ- କାଳିଆ, ବଳରାମ ଯୋଜନା ଓ ମିଲେଟ୍‌ ମିଶନ। ଏସବୁ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଜନମାନସରେ ଏବେ ପରିବର୍ତ୍ତନ ଆସିଛି। ଓଡିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି । ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ବ ଦେଉଛନ୍ତି।

ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି । ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଛା ବୃଦ୍ଧି ପାଇଛି । ଆମର ସାମର୍ଥ୍ୟ ଉପରେ ଭରସା ବଢିଛି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର। ସାଢେ ଚାରି କୋଟି ଓଡିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥୀ । ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ।  ଜୟହିଂଦ

ଯାଜପୁର ସହରରେ ଅନୁପମ ଖେର : ବୁଲିଲେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି, କୁସୁମା କୂଳରେ କଟାଇଲେ ସମୟ….. 

() ପୁରା ଓଡିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି l ରାଉରକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂତ୍ତି ରହିଥିବା ବେଳେ କୋ‌ରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂତ୍ତି ରହିଛି। କିନ୍ତୁ ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ । ଯାହାକି ଏବେ ଠାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି l ବଲିଉଡର ସୁପର ଷ୍ଟାର ଅନୁପମ ଖେର୍ ଆଜି ନିର୍ମାଣ ଧୀନ ୧୨୩ଫୁଟର ଶିବ ମୃତ୍ତିବୁଲି ଦେଖିଛନ୍ତି l ଏହାସହ ଯାଜପୁରର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ମଧ୍ୟ ବୁଲିଦେଖିଛନ୍ତି l ସାରା ଦେଶରେ ଶକ୍ତିପୀଠ ଭାବେ ମା ବିରଜାଙ୍କ ମନ୍ଦିର ରହିଥିବା ବେଳେ ଦଶାଶ୍ବମେଧ ଘାଟର ବିକାଶ ବି ପର୍ଯ୍ୟଟକଙ୍କୁ ଯାଜପୁରକୁ ଆକୃଷ୍ଟ କରୁଛି। ଅଧିକ ଆକର୍ଷଣ ସାଜିଛି ବୈତରଣୀ ନଦୀ କୂଳରେ ଓଡିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି । ଏହି ଶିବ ମୂତ୍ତିଟିର ଉଚ୍ଚତା ୧୨୩ ଫୁଟ ରହିଛି। ଭୂମିଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ବେଶ କିଛି ସମୟ ବଲିଉଡ ଷ୍ଟାର ଅନୁପମ ଖେର ଏଠି ସମୟ ବିତାଇଥିଲେ ଓ ଫୋଟ ମଧ୍ୟ ଉଠାଇଛନ୍ତି l କେବଳ ସେତିକି ନୁହେଁ ମୂର୍ତ୍ତି ଚାରିପଟେ ଅନେକ ମନୋରଂଜନ ମୂଳକ ପ୍ରକଳ୍ପ ନିର୍ମାଣ କରାଯାଉଛି। ଯାହାକୁ ଶିବ ଗ୍ୟାଲେରୀ ନାମରେ ନାମିତ କରାଯିବ। ଏହିସବୁ ପ୍ରକଳ୍ପ ମଧ୍ୟ ସେ ବୁଲି ଦେଖିଛନ୍ତି l

ଏହାପରେ ଯାଜପୁର କୁସୁମାରେ କିଛି ସମୟ କଟାଇଥିଲେ ସେ l ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରି ଫେରିଥିଲେ l ଯାଜପୁର ବିକାଶ ଦେଖି ଅନୁପମ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି l

ବାଛୁରୀର ନା’ ଦେଲେ: ନବୀନ…

() ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ।

ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ସମ୍ପର୍କରେ ପଚାରି ବୁଝିଲେ, ଉତ୍ତମ ଯତ୍ନ ନେବା ପାଇଁ ପରାମର୍ଶ ଦେଲେ।

ବାଛୁରୀର ନାମ ରଖିଲେ କ୍ରିଷ୍ଣା, ଗୋଶାଳାର ସମ୍ପ୍ରସାରଣ କରାଯିବ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ।ଏକ ନବ ଜନ୍ମିତ ବାଛୁରୀ କୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ। ତାହାର ନାମ ଦିଆ ଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା।

ସୂଚନା ଯୋଗ୍ୟ ଯେ ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରା ଯାଇଛି। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି। ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ।

ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମ ର commissioner ପ୍ରମୁଖ ଉପସ୍ଥତ ଥିଲେ।

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଦିବସ…

{} ଆଜି ମା’ବିରଜାଙ୍କ ଜନ୍ମୋତ୍ସବ, ଦୁଇ ବର୍ଷ ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ…. ସକାଳୁ ସକାଳୁ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼… ଶୁଙ୍ଖଳିତ ଦର୍ଶନ ଉପରେ ମନ୍ଦିର ପ୍ରଶାସନର ଗୁରୁତ୍ବ……

() ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର(ଜନ୍ମୋତ୍ସବ) ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ । ଗତ ଦୁଇବର୍ଷ ହେଲା ମାଙ୍କ ଜନ୍ମୋଉତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ କୋଭିଡ କଟକଣା ଯୋଗୁ ଦର୍ଶନ କରି ପାରିନଥିଲେ। କିନ୍ତୁ ଆଜି ବିନା କଟକଣାରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ରଖାଯାଇଛି। ଯାହାକି ଶୃଙ୍ଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସଜା କରାଯାଇଛି । ଜନ୍ମତିଥିରେ ମା ଙ୍କ ମୁଖ ଦର୍ଶନ କୋଟି ପୂର୍ଣ୍ଣ ମିଳେ l

ଓଡିଶାରେ ହକି ଫିଭର: ଉଦୟାନିଧିଙ୍କୁ ସ୍ଵାଗତ କଲେ ପ୍ରଣବ

()ଦ୍ବିତୀୟଥର ପାଇଁ  ଓଡ଼ିଶା ମାଟିରେ ଆରମ୍ଭ ହୋଇଛି  ବିଶ୍ବକପ ହକିର ମହାସମର । ବିଶ୍ବକପ ହକିରେ  ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର  ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟ ମାନେ ଓଡ଼ିଶା ଆସିଛନ୍ତି l ବିଶ୍ଵକପ୍ ହକି ଆରମ୍ଭ ଦିନ  ନିମନ୍ତ୍ରଣକୁ ଗ୍ରହଣ କରି ସିକିମ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଶ୍ବକପ ହକି ଖେଳ ଦେଖି ଖେଳାଳି ଉତ୍ସାହିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ l  ଏହାସହ  ଦେଶର ବୃହତର  ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ସିକିମ ମୁଖ୍ୟମନ୍ତ୍ରୀ ଖେଳ ଦେଖି ନବୀନଙ୍କ  ଉଦ୍ୟମ କୁ ବି ଭୂ ପ୍ରଶଂସା କରିଥିଲେ। ଏହି କ୍ରମରେ ଏବେ ଓଡିଶାକୁ ଛୁଟୁଛି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣ  ସୁଅ l  ଦ୍ବିତୀୟଥର ପାଇଁ ବିଶ୍ବକପ ହକି ଆୟୋଜନ କରି ଓଡ଼ିଶା ପୁରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶର ଗୌରବ ବୃଦ୍ଧି କରିଛି  । କ୍ରୀଡ଼ାର ଏହି ମହାକୁମ୍ଭରେ  ଦେଶର ସବୁ ସାମିଲ ମୁଖ୍ୟମନ୍ତ୍ରୀମାନଙ୍କୁ  ସାମିଲ ହେବା ପାଇଁ   ନିମନ୍ତ୍ରଣ କରିଥିଲା ଓଡ଼ିଶା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶର  ରାଜ୍ୟମନ୍ତ୍ରୀ ମଣ୍ଡଳର ସମସ୍ୟମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ  । ସିକିମ ମୁଖ୍ୟମନ୍ତ୍ର ପ୍ରିମ ସିଂ ତମଙ୍ଗ ପରେ ତାମିଲନାଡୁର ମନ୍ତ୍ରୀ  ଓଡ଼ିଶା ବିଶ୍ବକପ ହକିରେ ସାମିଲ ହୋଇଛନ୍ତି  ।  ଆଜି ସେ ଭୁବନେଶ୍ବରରେ ପହଞ୍ଚିବା ମାତ୍ରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ l ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ, ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ପୁଅ l ଭୁବନେଶ୍ୱରରେ  ହକି ୱାର୍ଲ୍ଡକପ 2023  ଦେଖିବା  ପାଇଁ ପହଞ୍ଚିଛନ୍ତି। ସଂଘୀୟ ବ୍ୟବସ୍ଥାକୁ ଅଧିକ  ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ନିମନ୍ତ୍ରଣ ସଭିଁଙ୍କ ଆକୃଷ୍ଟ କରିବା ସହ ହକି ପ୍ରତି ଭଲ ପାଇବା ପ୍ରତିପାଦନ କରିଛି  ।

ଦ୍ବିତୀୟଥର ହକି ବିଶ୍ବ ଆୟୋଜନ ଓଡ଼ିଶାରେ ଆଣିଛି କ୍ରୀଡ଼ାର ମାହୋଲ । ଭୁବନେଶ୍ବର ଓ ରାଉଲକେଲାରେ ହକି ଫିଭର୍ ଜାରୀ ରହିଛି l ପର୍ଯ୍ୟାୟ କ୍ରମେ  ଏହି ମ୍ୟାଚ  ଦେଖିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କଟକରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃ୍ତ୍ବରେ ଓଡ଼ିଶା  ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଭୁପ୍ରଶଂସା କରିଥିଲେ  । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ନେତୃତ୍ବରେ ହକିର  ଅନ୍ତୁଡ଼ିଶାଳ  ସୁନ୍ଦରଗଡ଼ର ରାଉଲକେଲାରେ  ବିଶ୍ବର ବୃହତ  ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ କରି ପୁରା ଓଡ଼ିଶା ବିଶ୍ବର ଗୌରବ ଅର୍ଜନ କରିଛି  ।   ବିଶ୍ବକପ ହକି ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ପାଖରୁ  ପ୍ରଶଂସାର ସୁଆ ଛୁଟୁଛି  । ଯାହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର କଥା  ।

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…

() ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ।

ଏହି ବିମାନରେ ବିଜୁ ବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ – ମୁଖ୍ୟମନ୍ତ୍ରୀ।

{} ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁ ଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ଯ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି ‘ମୋ ମା’ ଜ୍ଞାନ୍ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ବିମାନ୍ ବନ୍ଦର କୁ ଯାଇଥିଲେ।

ଏହି ସ୍ୱାଗତ୍ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା। ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା ,ସୁଶାନ୍ତ ରାଉତ ମେୟର ସୁଲୋଚନା ଦାସ, ବାଣିଜ୍ଯ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ, IT ବିଭାଗ ର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଝାରସୁଗୁଡ଼ାରେ ଭାରତ ଯୋଡ଼ ଯାତ୍ରା – ଓଡ଼ିଶା କୁ ବିପୁଳ ଜନସମର୍ଥନ…

{} ଝାରସୁଗୁଡ଼ାରେ ଭାରତ ଯୋଡ଼ ଯାତ୍ରା – ଓଡ଼ିଶା କୁ ବିପୁଳ ଜନସମର୍ଥନ।

ଝାରସୁଗୁଡ଼ା ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସ୍ଥାନୀୟ ଶିଳ୍ପରେ ନିଯୁକ୍ତି ମିଳୁନାହିଁ – ଶରତ ପଟ୍ଟନାୟକ।

() ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାର ଭସ୍ମାଠାରୁ \”ଭାରତ ଯୋଡ଼ ଯାତ୍ରା – ଓଡ଼ିଶା\’ର ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରୀମାନେ ଆଜି ଦିନସାରା ଝାରସୁଗୁଡ଼ା ସହର ପରିକ୍ରମା କରିଥିଲେ । ଅପରାହ୍ନରେ ଝାରସୁଗୁଡ଼ାର ବୃନ୍ଦା ମଲ୍‌ଠାରେ ଆଜିର କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଶିଳ୍ପକେନ୍ଦ୍ର ହୋଇଥିବା ବେଳେ ଏଠିକାର ବାସିନ୍ଦା ଉପେକ୍ଷିତ ଏବଂ ଅବହେଳିତ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନାହିଁ । ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ଏଠିକାର କମ୍ପାନୀମାନଙ୍କ ଦ୍ୱାରା ଅନୁଗୃହୀତ ହେଉଛନ୍ତି । ଝାରସୁଗୁଡ଼ାର ଲୋକେ ଧୂଳି, ଧୂଆଁ ଖାଇ ରୋଗାଗ୍ରସ୍ତ ହେଉଛନ୍ତି । ମାତ୍ର ମୋଦି ସରକାର ଓ ନବୀନ ସରକାରଙ୍କୁ ସନ୍ତୁଷ୍ଟ କରି କମ୍ପାନୀର ମାଲିକମାନେ ମାଲେମାଲ୍ ହେଉଛନ୍ତି । ଝାରସୁଗୁଡ଼ାର ଯୁବକମାନଙ୍କର ସ୍ୱର ନରମି ଯାଉଛି । ନିଜର ଅଧିକାର ପାଇଁ ଲଢ଼େଇ କରନ୍ତୁ । କଂଗ୍ରେସ ଦଳ ସେମାନଙ୍କ ସହିତ ଅଛି । ଏଠି ବିଜେଡି ଓ ବିଜେପି ମାଫିଆରାଜ ଚଳାଇଛନ୍ତି । ଶିଳ୍ପମାନଙ୍କର ମନମାନି ବିରୁଦ୍ଧରେ ସାଧାରଣ ଜନତା ଦୁର୍ବାର ଆନ୍ଦୋଳନ କରନ୍ତୁ । ନିଜର ଅଧିକାର ପ୍ରାପ୍ତ ହୁଅନ୍ତୁ । ଝାରସୁଗୁଡ଼ା ଲୁଣ୍ଠିତ ହେଉଛି । ଏହାକୁ ଦେଖି ଏଠିକାର ଯୁବକ, ଛାତ୍ର, ବୁଦ୍ଧିଜୀବୀ ଓ ସମାଜସେବୀ ତଥା ସାମାଜିକ ସଂଗଠନ ନିର୍ଭୟରେ ପ୍ରତିବାଦ କରନ୍ତୁ ।ମୋଦି ଓ ନବୀନ ସରକାରଙ୍କର ମିଥ୍ୟା ପ୍ରତିଶ୍ରୁତି ଜନସାଧାରଣଙ୍କୁ ଭ୍ରମିତ କରିଥିଲା । ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ସାଧାରଣ ଜନତାଙ୍କୁ ଜାଗ୍ରତ କରାଉଛି । ଆବାସ ଯୋଜନାରେ ଯେଉଁ ସର୍ତ୍ତ ରଖାଯାଇଛି, ଏହାକୁ ଶ୍ରୀ ପଟ୍ଟନାୟକ ନିନ୍ଦା କରିଛନ୍ତି । ଏହି ସର୍ତ୍ତ ଥିବା ଲୋକେ ଅଧାରୁ ଅଧିକ ଆବାସ ଯୋଜନା ପ୍ରାପ୍ତ ହୋଇଛନ୍ତି । କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ତାଲିକା ଦଳ ମତ ଆଧାରରେ କରାଯାଇଛି । ଏଥିରେ ବିଜୁ ଜନତା ଦଳର କର୍ମୀମାନେ ଅଧିକ ଉପକୃତ ହେବେ ।

ମୋଦି ଓ ନବୀନ ସରକାରଙ୍କର ନିଯୁକ୍ତି ପ୍ରତିଶ୍ରୁତି ଲଜ ୍ୟାଜନକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବର୍ଷକୁ ନବୀନଙ୍କର ୨ ଲକ୍ଷ ଓ ମୋଦିଙ୍କର ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣରେ ପରିଣତ ହୋଇଛି । ନବୀନ ସରକାର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଠକି ଦେଇଛନ୍ତି । ମୋଦି ସରକାର \”ପକୋଡ଼ା ବିକ୍ରି\’ ନିଯୁକ୍ତିର ଅଂଶବିଶେଷ ବୋଲି କହି ବେକାର ଯୁବକ ଯୁବତୀମାନଙ୍କୁ ଉପହାସ କରିଛନ୍ତି । ମୋଦି ଓ ବିଜେପି ଧର୍ମ, ଜାତି, ବର୍ଣ୍ଣ ଓ ଭାଷା ଆଧାରରେ ଭାରତକୁ ଖଣ୍ଡଖଣ୍ଡ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ମାନ୍ୟବର ରାହୁଲ ଗାନ୍ଧୀଙ୍କର \”ଭାରତ ଯୋଡ଼ ଯାତ୍ରା\’ ଭାରତର ଅଖଣ୍ଡତା, ଭ୍ରାତୃଭାବ ରକ୍ଷା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା କଳଙ୍କିତ ନବୀନ ଶାସନର ପତନ ଘଟାଇବ । ଚାଷୀ, ଯୁବକ, ଦଳିତ, ଆଦିବାସୀ, ମହିଳା ସମସ୍ତେ ନବୀନ ପଟ୍ଟନାୟକଙ୍କ କୁଶାସନରେ ଅତିଷ୍ଠ । ଭାରତ ଯୋଡ଼ ଯାତ୍ରା ଜନଜାଗରଣ ସୃଷ୍ଟି କରୁଛି । ଏ ରାଜ୍ୟର ଉପେକ୍ଷିତ, ପତିତ, ଅତ୍ୟାଚାରିତ ଓ ଅବହେଳିତ ଜନତାର ସ୍ୱର ହେଉଛି ଭାରତ ଯୋଡ଼ ଯାତ୍ରା – ଓଡ଼ିଶା । ମୋଦି ଓ ନବୀନକୃତ ମହଙ୍ଗା ମାଡ଼ରୁ ନିସ୍ତାର ପାଇଁ ଭାରତ ଯୋଡ଼ର ଶାଣିତ ସ୍ୱରରେ ନିଜର ସ୍ୱର ମିଳେଇବାକୁ ସାଧାରଣ ଜନତାଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଓଡ଼ିଶାର ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ପଇଁ ଭାରତ ଯୋଡ଼ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଆଜି ସମ୍ବଲପୁର ଜିଲ୍ଲା ବିଜେଡିର ଉପସଭାପତି ଡଃ ସୁବାସ ନାୟକ ବିଧିବଦ୍ଧ ଭାବରେ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମରେ କିଶୋର ପଟେଲ, ବିରେନ୍ ପାଣ୍ଡେ, ପ୍ରଦୀପ ଦେବତା, ଅଶୋକ ମିଶ୍ର, ବୁଲୁ ପଣ୍ଡା, ମହେନ୍ଦ୍ର ନାୟକ, ଅମିତା ବିଶ୍ୱାଳ, ସଞ୍ଜୟ ତ୍ରିପାଠୀ, ଜ୍ଞାନ ପଟ୍ଟନାୟକ, ଦୀପକ ମହାପାତ୍ର, ମନୋଜ ସାହୁ,କୈଳାସ ସାହୁ, ମହମ୍ମଦ ସାହାଦୁଲ୍ଲା, ସୁବ୍ରତ ପ୍ରଧାନ, ଭାସ୍କର ପଟେଲ, ପ୍ରଫୁଲ୍ଲ ପାଣ୍ଡେ, କୃଷ୍ଣଚନ୍ଦ୍ର ଭୋଇ, ସାହାରୁକ୍ ଖାଁ, ତରୁଣ ପାଣ୍ଡେ ଓ ରାହୁଲ ଠାକୁର ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା – ଓଡ଼ିଶାର ମିଡିଆ ଇନ୍‌ଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news