ଯାହା କଲାନାହିଁ ପ୍ରଶାସନ , ତାହା କଲେ ସାମ୍ବାଦିକ..

- Advertisement -

ବ୍ୟାସନଗର : ଫନି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯାଉଛି । ଗଛ ଲଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଲୋକସେବା ଭବନରୁ ମନ୍ତ୍ରୀ, ସଚିବ, ବିଧାୟକ ଯାଏ ବସି ବ୍ୟାପକ ଗଛ ଲଗାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଅନେକ ସ୍ଥାନରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ବିଶିଷ୍ଟ ବ୍ୟକ୍ତିମାନେ ଗଛ ଲଗାଉଛନ୍ତି ଓ ତାହା ବଡ଼ବଡ଼ ଖବର ଆକାରରେ ଖବର କାଗଜରେ ପ୍ରକାଶ ପାଉଛି । ହେଲେ ଯେଉଁ ଗଛ ଲଗାଯାଉଛି ତାହାର ଯତ୍ନନେବାକୁ ଯେପରି କାହାର ନିଘା ନାହିଁ । ଫଳରେ ରାଜ୍ୟରେ ଯେତେ ମାତ୍ରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ମାସକ ପରେ ଅଧିକାଂଶ ଗଛ ମରିଯାଉଛି। ଅର୍ଥାତ ଗୋଦରା କୋଡେ ଯେତେ,ମାଡ଼େ ସେତେ ଭଳି ଚାଲିଛି ରାଜ୍ୟରେ ଗଛ ଲଗା ଅଭିଯାନ । ଏହା କୌଣସି ବ୍ୟକ୍ତି ବିଶେଷକୁ ଆକ୍ଷେପ କରିବା ପାଇଁ ନୁହେଁ,କି ଯେଉଁମାନେ ଗଛ ଲଗାଉଛନ୍ତି ସେମାନଙ୍କୁ ନିରୁତ୍ସାହିତ କରିବା ପାଇଁ ନୁହେଁ । ବଂର ଯାହା ବାସ୍ତବରେ ଘଟୁଛି ତାହା ଆମ ମାଧ୍ୟମରେ ସରକାରଙ୍କୁ ଜଣାଇବା ପାଇଁ ଯାଜପୁର ବ୍ୟାସନଗର ଅଂଚଳର କିଛି ସ୍ୱେଚ୍ଚାସେବୀ ଏପରି ଅଭିଯୋଗ କରିଛନ୍ତି ।
ଘଟଣାଟ ଏପରି । ଯାଜପୁର ରୋଡ ବ୍ୟାସଦେବ ଟାଉନହଲ ପରିସରରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତୀ ପରିସରରେ ଗଛ ଲଗାଯାଇଥିଲା । ଏହି ଗଛର ଯତ୍ନ ନେବା ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ସ୍ଥାନୀୟ ଲୋକେ । ହେଲେ ପୌର ପ୍ରଶାସନ ନଶୁଣିବାରୁ କିଛି ସଚେତନ ସ୍ଥାନୀୟ ସାମ୍ବାଦିକ ନିଜ ବଳରେ ଗଛର ଯତ୍ନ ନେଇଥିଲେ । ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ସଭାପତି ଓ କାର୍ଯ୍ୟକାରୀ ସଭାପତି ପ୍ଲାଷ୍ଟିକ୍ ଜାଲି ଲଗାଇ ଗଛଗୁଡିକୁ ଗାଇ,ଛେଳି, ଦାଉରୁ ରକ୍ଷା ପାଇଁ ଚେଷ୍ଟା କରିଥିଲେ । ଯାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ । କାରଣ ଯାହା କଲା ନାହିଁ ପ୍ରଶାସନ ତାହା କଲେ ସାମ୍ବାଦିକମାନେ । ଯେପରି ଏହି ସାମ୍ବାଦିକମାନଙ୍କୁ ଗଛ ଡ଼ାକି କହିଲା ଯେ ମୁଁ ଫନି ବାତ୍ୟାପରେ ପୁଣିଥରେ ବଂଚିବାକ ଚାହୁଁଛି । ମତେ ଟିକେଟ ବଢିବାକୁ ସହଯୋଗ କର । ଏହି ଟିକେ ସେବା କଲେ ମୁଁ ତମକୁ ସାରା ଜୀବନ ସେବା କରିବି । ଗଛର ଏହି କେହି ପଦ କଥା ବୋଧେ ସାମ୍ବାଦିକଙ୍କ ମନକୁ ଭେଦ କଲା । ଯେଉଁଥି ପାଇଁ ସାମ୍ବାଦିକମାନେ ଗଛର ଯତ୍ନ ନେବା ପାଇଁ ଆଗଭର ହୋଇଛନ୍ତି । ଏଥିରେ ଗୋଟେ ବାର୍ତ୍ତା ମଧ୍ୟ ସାମ୍ବାଦିକମାନେ ଦେବାକୁ ଚାହିଁଛନ୍ତି ସବୁ କାର୍ଯ୍ୟରେ ପ୍ରଶାସନକୁ ଅପେକ୍ଷା ନକରି ଯଦି ସମ୍ଭବ ଲୋକମାନେ ସେ କାମ କରିଦେବା ଉଚିତ ।ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ ବ୍ୟାସନଗର ପ୍ରେସ୍ ଫୋରମ୍ ପ୍ରତେକ ବର୍ଷ ବହୁ ସମାଜ ମଙ୍ଗଳ କାର୍ଯ୍ୟ ମାନ କରିଥାଏ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles