ପାଠ ପଢିଲେ ବିଧାୟକ : ନବୀନ କହିଲେ ସରଳ ହୁଅ

- Advertisement -

ଭୁବନେଶ୍ୱର : ପାଠ ପଡିଛନ୍ତି ବିଧାୟକ l ବିଧାନସଭାରେ ଶୁକ୍ରବାର ବିଧାୟକଙ୍କୁ ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାଳୀନତା ଓ ସରଳ ଜୀବନଯାପନ କରିବାକୁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କାମ କରିବାକୁ ମଧ୍ୟ କହିଛନ୍ତି । ବାରମ୍ବାର ନବୀନ ବିଧାୟକ ମାନଙ୍କୁ ଏହି ପରାମର୍ଶ ଦେଉଛନ୍ତି l ଯାହା ଫଳରେ ବିଧାୟକମାନେ ଧୀରେ ଧୀରେ ସରଳ ହେଉଛନ୍ତି l ବିଧାନସଭା ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ନବୀନ କହିଥିଲେ ଯେ
ଲୋକଙ୍କୁ ଆଖି ଆଗରେ ସେମାନଙ୍କ ଉନ୍ନତି କରିବା ଶିଖ । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ । ଜନତା ରିଅଲ ମାଷ୍ଟର ଅଫ ଡେମୋକ୍ରାସି । ଲୋକଙ୍କ ନିକଟତର ହୁଅ, ସେମାନଙ୍କ ଯାବତୀୟ ସମସ୍ୟା ବୁଝ । ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ କହିଛନ୍ତି ।
ନୂଆ ବିଧାୟକମାନେ ନବୀନଙ୍କ ପରାମର୍ଶକୁ କିପରି ମାନୁଛନ୍ତି ତାହା ଦେଖିବାର କଥା l
ବିଧାନସଭା କମିଟି ବ୍ୟବସ୍ଥା ଓ ବୈଧାନିକ ଉପରେ ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଦିଆଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ଓ ବିରୋଧୀ ଦଳ ନେତା ଉପସ୍ଥିତ ଅଛନ୍ତି । ବିଧାୟକଙ୍କୁ ପାଠ ପଡାଉଛନ୍ତି ଲୋକସଭା ସଚିବାଳୟ ଅଧିକାରୀ l ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles