କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଇତିହାସ ପାଠ : ଜୋରଧରିଲା ରାଜନୀତି

- Advertisement -

ଭୁବନେଶ୍ୱର : ଭାରତର ଇତିହାସ ଭୂଲ । ଏକଥା କହି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ଓଡ଼ିଶାରେ ପ୍ରତାପ କହିଛନ୍ତି ଯେ ଭାରତ ଇତିହାସ ଭ୍ରମାତ୍ମକ ଓ ଭାରତର ଇତିହାସ ବହୁତ ପୁରୁଣା । ପ୍ରତାପଙ୍କ ଯୁକ୍ତି ହେଉଛି ବିଦେଶୀମାନେ ଯାହା କହିଛନ୍ତି ତାହାକୁ ନେଇ ଲେଖାଯାଇଛି ଇତିହାସ । ଯାହାକୁ ସେ ମାନିବାକୁ ନାରାଜ । ତେଣୁ ତାହା ଭୂଳ ଇତିହାସ । କେବଳ ଆଦିବାସୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କୁ ବିଦେଶୀ ବୋଲି ଇତିହାସରେ ବର୍ଣ୍ଣନା କରାଯାଇଛି । ସେ କହିଛନ୍ତି ଭାରତୀୟ ଇତିହାସରେ ବ୍ୟକ୍ତିଗତ ମିଶ୍ରଣ ବୈଦିକ କାଳରୁ ରହି ଆସିଛି ।

ଭଗବାନ ବ୍ୟାସଦେବଙ୍କ ମା’ ଜଣେ ଧୀବର କନ୍ୟା ଓ ବାପା ବ୍ରାହ୍ମଣ ପରାସର ମୁନୀ । ବ୍ୟାସଦେବ ବେଦର ରଚୟିତା ନୁହଁନ୍ତି । ସେ ବେଦର ସଂକଳନ କରିଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ଭକ୍ତିଗ୍ରସ୍ତ ଶ୍ରୀମଦ ଭଗବତ ଗୀତା ବ୍ୟାସଦେବ ରଚନା କରିଛନ୍ତି । ବୈଦିକ ସାହିତ୍ୟରେ ବ୍ରାହ୍ମଣର ଯେତିକି ଅଧିକାର ଅଛି ଆଦିବାସୀର ମଧ୍ୟ ସେତିକି ଅଧିକାର ଅଛି । । ସମାନତାର ମନ୍ତ୍ର ଆମର ପରମ୍ପରା ।ହେଲେ ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଇତିହାସ ଭୂଲ ବୟାନ ଆଗମୀ ଦିନରେ କଣ ସୂଚନା ଦେଉଛି ତାହା ଉପରେ ସଭିଁଙ୍କ ନରଜ । ବୋଲି ପ୍ରତାପ ଯୁକ୍ତି ବାଢିଛନ୍ତି । ପ୍ରତାପଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି କେନ୍ଦ୍ରମନ୍ତ୍ରୀ ଏପରି ବୟାନକୁ ସମାଲୋଚନା କରିଛନ୍ତି । ବିଧାନସଭା, ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରତାଷ ଷଢଙ୍ଗୀଙ୍କ ପରି ଜଣେ ବରିଷ୍ଠ ରାଜନେତା କାହିକିଁ ଏପରି ମନ୍ତବ୍ୟ ରଖିଲେ ଓ ଏହି ମନ୍ତବ୍ୟ ପଛରେ ରହସ୍ୟ କଣ ତାହାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles