ପ୍ରକୃତ ଜିଡିପି ଅଭିବୃଦ୍ଧି ପ୍ରାୟ 2.6 ପ୍ରତିଶତ: କଂଗ୍ରେସ
ସେପ୍ଟେମ୍ବର ଭୂବନେଶ୍ବର କଂଗ୍ରେସ ଭବନଠାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ପଞ୍ଚାନନ କାନୁନଗୋ କେନ୍ଦ୍ର ସରକାରଙ୍କ ପକ୍ଷରୁ 7.8 ପ୍ରତିଶତ ଜିଡିପି ଅଭିବୃଦ୍ଧିକୁ ନେଇ ଯେଊଁ ପରିସଂଙ୍ଖ୍ୟାନ ଜାରି କରାଯାଇଛି ଏହାକୁ ସେ ନା ପସନ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କର ଏହି ଜଡିପି ସଂପର୍କିତ ଦାବି ଊପରେ କହଛନ୍ତି ଯେ କେନ୍ଦ୍ର ସରକାର ବିପର୍ଯ୍ୟସ୍ତ ଆର୍ଥ ବ୍ୟବସ୍ଥାକୁ ଘୋଡାଇବାକୁ ଯାଇ ଆର୍ଥିକ ଅଭିବୃଦ୍ଧି ଆଳରେ ମିଥ୍ୟା ପ୍ରଚାର କରି ଚାଲିଛନ୍ତି। ଶ୍ରୀ କାନୁନଗୋ କହିଛନ୍ତି ଯେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ଆକଳନ ଅନୁଯାୟୀ, ପ୍ରକୃତ ଜିଡିପି ଅଭିବୃଦ୍ଧି ପ୍ରାୟ 2.6 ପ୍ରତିଶତ।ସେ ଅଭିଯୋଗ କରିଛନ୍ତି ଯେ ସରକାର ପରିସଂଖ୍ୟାନ ହେରଫେର ମାଧ୍ୟମରେ ଅର୍ଥନୀତିର ଚିତ୍ରକୁ ବଡ଼ କରିବାକୁ ଚେଷ୍ଟା କରୁଛନ୍ତି, ଯାହା କି ପ୍ରକୃତ ବାସ୍ତବତାଠାରୁ ଭିନ୍ନ। ପ୍ରକୃତ 2.6% ଥିବାବେଳେ 7.8% ଜିଡିପି ଅଭିବୃଦ୍ଧି ପ୍ରଚାର କରିବା ଅପରାଧିକ କାର୍ଯ୍ୟ ସହ ସମାନ l
ସେ କହିଛନ୍ତି ଯେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ନିଯୁକ୍ତିକୁ ନେଇ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସେହିଭଳି ଚାହିଦା ଏବଂ ଲୋକଙ୍କର ଆୟ ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ । ଯଦି ମୋଦୀ ସରକାର ଜିଡିପିକୁ ନେଇ ପ୍ରକୃତ ତଥ୍ୟ ପ୍ରଦାନ କରନ୍ତି ତେବେ ପ୍ରକୃତ ଜିଡିପି ବୃଦ୍ଧି ସଂଖ୍ୟା ବହୁତ କମ୍ ହେବ ବୋଲି ପୂର୍ବତନ ଅର୍ଥ ମନ୍ତ୍ରୀ କହିଛନ୍ତି ।
ସେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ଏହି ଦାବି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇ କହିଛନ୍ତି ଯେ ଦେଶରେ ପ୍ରକୃତ ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ପରିବର୍ତ୍ତେ ପ୍ରାୟ 2.6 ପ୍ରତିଶତ ହେବ।ଦେଶରେ ବର୍ତ୍ତମାନ ଆର୍ଥିକ ପରିସ୍ଥିତି ଯାହା ସମଗ୍ର ଦେଶବାସୀ ଏହାର ଅଙ୍ଗେ ନିଭାଊଛନ୍ତି। ଜିଡିପିର ପ୍ରକୃତ ମୂଲ୍ୟାଙ୍କନ ନ କରି ବେସ ଇଅର ଊପରେ ସମୀକ୍ଷା କରି ଏହି ଜିଡିପିକୁ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।
ସେ କହିଛନ୍ତି ଯେ ମୋଦୀ ସରକାର ତାଙ୍କ ଦଳ ଏବଂ ଗଣମାଧ୍ୟମ ମାଧ୍ୟମରେ ଯେତେ ମିଥ୍ୟା ଜିଡିପି ଅଭିବୃଦ୍ଧିକୁ ପ୍ରଚାର କଲେ ମଧ୍ୟ ବାସ୍ତବତାକୁ ଆଦୌ ଏଡାଇ ଦେଇ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁହୁକ ବିଦ୍ୟାରେ ଅତ୍ୟନ୍ତ ପାରଙ୍ଗମ, ଆଗାମୀ 2047 ବେଳକୁ ଦେଶ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯେଊଁ ନାରା ଦେଇଛନ୍ତି ତାହା କେବଳ କୁହୁକ ଦେଖାଇବା ଛଡା ଅନ୍ୟ କିଛି ନୂହେଁ ବୋଲି ସେ କହିଛନ୍ତି। 2047 କଣ ବିଜେପି କେନ୍ଦ୍ରରେ 2087 ମସିହା ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ GDP ବୃଦ୍ଧିକୁ ଏକ “ସଫଳତା” ବୋଲି କହିଛନ୍ତି।ଦେଶର ଲୋକମାନେ କେନ୍ଦ୍ର ସରକାରଙ୍କର ଏହି ଆକଳନକୁ ବିଶ୍ୱାସ କରନ୍ତି ନାହିଁ ବୋଲି ସେ କହିଛନ୍ତି।
କଂଗ୍ରେସର ବରିଷ୍ଟ ମୁଖପାତ୍ର ଶ୍ରୀ ଜଗଦାନନ୍ଦ ପ୍ରଧାନ କେନ୍ଦ୍ରର ମୋଦୀ ସରକାରଙ୍କ ପକ୍ଷରୁ ଜିଡିପିକୁ ନେଇ ଜାରି କରାଯାଇଥିବା ପରିସଂଙ୍ଖ୍ୟାନ କେବଳ ବିପର୍ଯ୍ୟସ୍ତ ଅର୍ଥ ନୈତିକ ବ୍ୟବସ୍ଥାକୁ ଘୋଡାଇବା ପାଇଁ ଜିଡିପି ହାରକୁ ବଢା ଚଢା କରି ପ୍ରଚାର କରାଯାଊଛି। ଜିଡିପି ପରିସଂଙ୍ଖ୍ୟାନବେଳେ ହୋଲ ସେଲ ପ୍ରାଇସ ଇଣ୍ଡେକସ(ଡବ୍ଲୁପିଆଇ) ଇନଫ୍ଲେସନ ବା ମୁଦ୍ରାସ୍ଫିତୀ ହାରକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜିଡିପି ପରିସଂଙ୍ଖ୍ୟାନର ସଂପୂର୍ଣ୍ଣ ସୂରୂପକୁ ବଦାଳାଇ ଦିଆଯାଇଛି। ଯଦି ପ୍ରକୃତରେ ଦେଶରେ ଆର୍ତିକ ସ୍ଥିତିରେ ଦୃତ ସୁଧାର ହୋଇଛି, ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳର ପ୍ରଥମ ଦଶ ବର୍ଷରେ କାହିଁକି 100 ମିଲିଅନ ନୂଆ ନିଯୁକ୍ତି ସୃଷ୍ଟି କରାଯାଇ ପାରି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରସ୍ନ କରିଛନ୍ତି।
ଦେଶରେ ଆତ୍ମ ନିର୍ଭିର ଭାରତ କଥା କୁହାଯାଊଛି। କିନ୍ତୁ ପ୍ରକୃତରେ ଆମେ ଚୀନଠାରୁ 131 ଦଶମିକ 63 ବିଲିଅନ ଡଲାର ମୂଲ୍ୟରେ ଊତ୍ପାଦିତ ସାମଗ୍ରୀ ବା ଦ୍ରବ୍ୟ ଆମଦାନୀ କରୁଥିବାବେଳେ ଚୀନକୁ ଭାରତ ମାତ୍ର 19 ଦଶମିକ47 ବିଲିଅନ ଡଲାରର ରପ୍ତାନୀ କରୁଛି। ସେହିଭଳି ମେକ୍ ଇନ ଇଣ୍ଡିଆ ଯୋଜନା ଦେଶରେ ଫେକ ଇଣ୍ଡିଆ ଯୋଜନାରେ ପରିଣତ ହୋଇଛି ଓ ଦେଶରେ ଏକ ପ୍ରତିଶତ ଲୋକଙ୍କ ହାତରେ 40 ପ୍ରତିଶତ ସଂପତ୍ତି ରିହିଥିବାବେଳେ ଦଶ ପ୍ରତିଶତ ଧନୀକ ଶ୍ରେଣୀଙ୍କ ହାତରେ ଶତକଡା 65 ଭାଗ ସଂପତ୍ତି ରହିଛି ଏବଂ ବାକି 50 ପ୍ରତିଶତ ଲୋକଙ୍କ ପାଖରେ ମାତ୍ର 15 ପ୍ରତିଶତ ସଂପତ୍ତି ରହିଥିବା ସେ କହିଛନ୍ତି।ଏହା ହିଁ ମୋଦଜୀଙ୍କ ଅର୍ଥନିତୀର ସ୍ବରୂପ ବୋଲି ଶ୍ରୀ ପ୍ରଧାନ କହିବା ସହ ଦେଶରେ ଆର୍ଥିକ ଅସମାନତା ଦୃତ ଗତିରେ ବୃଦ୍ଧି ପାଇ ଚାଲିଥିବା ସେ କହିଛନ୍ତି।
ସେହିଭଳି ମୋଦୀ ସରକାର GDP ଆକଳନକୁ ନେଇ ଯେଊଁ ଉତ୍ସବ ପାଳନ କରୁଛନ୍ତି,ତାହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ। ତେବେ ପ୍ରଶ୍ନ ହେଉଛି: ଯଦି ମୋଦୀଙ୍କ ଅମଳରେ ଅର୍ଥନୀତି ସୁଦୃଢ ଅବସ୍ଥାରେ ରହିଛି ତାହେଲେ ପରିବାରର ଲୋକମାନେ ଦୈନନ୍ଦିନ ଖର୍ଚ୍ଚବାଚ ତୁଲାଇବାକୁ କାହିଁକି ସେମାନହ୍କୁ ଋଣ ନେବାକୁ ପଡ଼ୁଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଗତ ଦଶକରେ ଗ୍ରାମୀଣ ମଜୁରି କାହିଁକି ମୁଦ୍ରାସ୍ଫୀତିଠାରୁ ସାମାନ୍ୟ ଅଧିକ ରହିଛି? ବେସରକାରୀ ନିବେଶ କାହିଁକି ସ୍ଥିର ରହିଛି? GDPର ଅଂଶ ଭାବେ ଭାରତକୁ ଆସୁଥିବା ନେଟ୍ ବିଦେଶୀ ପ୍ରତ୍ୟକ୍ଷ ନିବେଶ କାହିଁକି ଶୂନ୍ୟ ହେଊଛି? ଯୁବ ବେକାରି କାହିଁକି 16%କୁ ଛୁଇଁଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ ପଚାରିଛନ୍ତି।
ମୋଦୀଙ୍କ ଶାସନ କାଳରେ ଘରୋଇ ନିବେଶ ହ୍ରାସ ପାଇବା ସହ ବୈଦେଶିକ ନିବେଶରେ ଜିଡିପି ହାର ସଂପୂର୍ଣ୍ଣ ଜିରୋ ବୋଲି ସେ କହିଥିଲେ।ସେହିଭଳି ମୋଦୀ ସରକାରଙ୍କ ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୟୁପିଏ ସରକାରଙ୍କ ସମୟରେ 58 ଟଙ୍କା ଥିଲାବେଳେ ଏବେ ତାହା 95 ଟଙ୍କାରେ ପଂହଚିଛି। 14 ଜଣ ପ୍ରଧାନମନ୍ତ୍ରୀଙ୍କ କାଳରେ ଦେଶରେ ରୁଣ ହାର 53 ଲକ୍ଷ କୋଟି ଟଙ୍କା ଥିବାବେଳେ ମୋଦୀଙ୍କ ଶାସନ କାଳରେ ତାହା 270 ଲକ୍ଷ କୋଟିରେ ପହଞ୍ଚିଛି, ଯାହାର କେବଳ ସୁଧ ବାବଦକୁ ଆମକୁ 40 ପ୍ରତିଶତ ଅର୍ଥ ପଇଠ କରିବାକୁ ପଡୁଛି ବୋଲି ସେ କହିଥିଲେ।। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଶିଳ୍ପପତିଙ୍କୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଆର୍ଥିକ ଅସମାନତା ହ୍ରାସ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ସେହିଭଳି କଂଗ୍ରେସର ରାଷ୍ଟ୍ରିୟ ପ୍ରବକ୍ତା ଡଃ ହାମିଦ ହୁସେନ କହିଛନ୍ତି ଯେ, 2013 ରେ UPA ସରକାର ସମୟରେ ଡଲାର ସହିତ ବିନିମୟ ହାରରେ ଟଙ୍କାର ମୂଲ୍ୟ Rs 54 ଥିବାବେଳେ ଏବେ 95 ଟଙ୍କାକୁ ହ୍ରାସ ପାଇବା ଏବଂ 274 ଲକ୍ଷ କୋଟି ପର୍ଯ୍ୟନ୍ତ ବିପୁଳ ଋଣ ନେବା ଦୁର୍ବଳ ଅର୍ଥନୈତିକ ପରିମାପକୁ ଦର୍ଶାଏ ବୋଲି ଶ୍ରୀ ହୁସେନ କହିଛନ୍ତି।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy