ପୁଣି ପରଦାକୁ ଫେରିଲା ଶକ୍ତିମାନ..

- Advertisement -

ନୂଆଦିଲ୍ଲୀ: ଏବେ ସାରା ଭାରତରେ ଲକ୍ ଡାଉନ। ଲୋକଙ୍କୁ ବାହାରକୁ ବାହାରିବା ମନା।ସେଥିପାଇଁ ସରକାର ପ୍ରଥମେ ରାମାୟଣ, ମହାଭାରତ ଦୂରଦର୍ଶନରେ ପ୍ରସାରିତ କରିଥିଲେ। ଯାହା କି ସମସ୍ତଙ୍କୁ ନିଜ ପିଲାଦିନ ମନେପକେଇ ଦେଇଥିଲା। ପୁଣି ଏହି କ୍ରମରେ ସାମିଲ ହୋଇଛି ଭାରତୀୟ ଟେଲିଭିଜନ ଇତିହାସର ସବୁଠାରୁ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’।ଏହା ଏପ୍ରିଲ ୧ରୁ ପ୍ରତିଦିନ ଦିନ ୧ଟାରେ ଦୂରଦର୍ଶନରେ ଦର୍ଶକ ଏହି ସିରିଏଲ ଦେଖିବାକୁ ପାଇବେ। ରବିବାର ଦିନ ଟ୍ୱିଟରରେ ‘ଶକ୍ତିମାନ’ର ଟେଲିକାଷ୍ଟ ବିଷୟରେ ମୁକେଶ ଖାନ୍ନା ସୂଚନା ଦେଇଥିଲେ।। ପରେ କାଲି ଡିଡି ପକ୍ଷରୁ ଏହାର ସ୍ପଷ୍ଟୀକରଣ କରାଯାଇଥିଲା।

ବକରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ବନ୍ଦ ସମୟରେ ‘ମହାଭାରତ’ ଏବଂ ‘ରାମାୟଣ’ ଭଳି ସିରିଏଲକୁ ପୁନଃପ୍ରସାରଣ କରାଯାଉଛି। ଯାହା କି ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles