ସତର୍କ ଓ ସଚେତନ ନହିଲେ ନିଆଁ ପରି ବ୍ୟାପିଯିବ କରୋନା : ସୁବ୍ରତ ବାଗ୍‌ଚୀ

- Advertisement -

ଭୁବନେଶ୍ୱର : ସତର୍କ ଓ ସଚେତନ ନହିଲେ ନିଆଁ ପରି ବ୍ୟାପିଯିବ କରୋନା l ତେଣୁ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ l ରାଜ୍ୟରେ ୪୭୩ଟି ନମୁନା ପରୀକ୍ଷା ହୋଇଛି । ପଜିଟିଭଙ୍କ ସଂଖ୍ୟା ୩ରେ ସମୀତ ରହିଛି । ୫୭ ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୧୧,୫୭୫ ଜଣ ପଞ୍ଜିକୃତ କରିଛନ୍ତି । ୪,୩୦୪ ବିଦେଶରୁ ଆସିଛନ୍ତି l ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି କୋରୋନା ମୁଖପାତ୍ର ମୁଖ୍ୟ ସୁବ୍ରତ ବାଗ୍‌ଚୀ lସେପଟେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରେ ସାମିଲ ହୋଇଥିଲେ ଓଡ଼ିଶାର ୧୫ ଜଣ | ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ଠାବ କରାଯାଇଛି । ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ଓ ସେମାନଙ୍କ ପରିବାରକୁ ନିରୀକ୍ଷଣରେ ରଖାଯାଇଛି । ଅନ୍ୟମାନଙ୍କୁ ବି ଠାବ କରାଯାଉଥିବା ସୂଚନା ଦେଇଛନ୍ତି ସୁବ୍ରତ ବାଗ୍‌ଚୀ | ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରେ ଥିବା ୩୫ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି |

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles