ଓଡ଼ିଶାରେ ଚାରି ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା…

- Advertisement -

ଓଡ଼ିଶାରେ ଚାରି ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ସେ ଭଦ୍ରକ ଜିଲ୍ଲାର 

ଦୁବାଇରୁ ଆସିଥିଲେ 
ଭୁବନେଶ୍ୱର: ସରକାରଙ୍କ ତରଫରୁ ଅନେକ ଚେଷ୍ଟା ପରେ ମଧ୍ୟ କରୋନା ଭୁତଣୁକୁ କାବୁ କରାଯାଇପାରୁ ନାହିଁ। ଆଜି ଓଡ଼ିଶାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଭଦ୍ରକ ଜିଲ୍ଲାର ୨୯ ବର୍ଷର ଯୁବକ ।ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା କୋଭିଡ୍-୧୯ ପଜିଟିଭ୍ ଆସିଛି । ଆଜି ରାତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହାସହ କରୋନା ଆକ୍ରାନ୍ତ ଚାରିରେ ପହଁଚିଛି ।ସେ ନିକଟରେ ଦୁବାଇରୁ ଫେରିଥିଲେ ।
ଆଜି ୧୩୭ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆରଏମଆରସିରେ ୧୧୯, ଏମସ୍ ରେ ୧୫ ଏବଂ ଏସସିବିରେ ୩ଟି ନମୁନା ପରୀକ୍ଷା କରାଯାଇଥିଲା । ଏମସ୍ ରେ ଗୋଟିଏ ନମୁନା ପଜିଟିଭ୍ ଆସିଥିବା ବେଳେ ଅବଶିଷ୍ଟ ନମୁନାଗୁଡ଼ିକ ନେଗେଟିଭ୍ ରିପୋର୍ଟ ଆସିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles