ପ୍ରତିଷ୍ଠା ଦିବସରେ ପ୍ରଣବ କଲେ ଜିଲ୍ଲାବାସୀଙ୍କୁ ଅନୁରୋଧ..

- Advertisement -

ଯାଜପୁର : ଆଜି ଉତ୍କଳ ଦିବସ l 1936 ମସିହା ଆଜିର ଦିନରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବରେ ଜନ୍ମ ନେଇଥିଲା l ଓଡିଶା ଜନ୍ମଦିନରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମନେପକାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) l   ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ର ୮୫ ତମ ଜନ୍ମ ଦିବସ ରେ  ପ୍ରଦେଶ ଗଠନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା  ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ଗୋବିନ୍ଦ ରଥ, ସ୍ଵଭାବ କବି ଗଙ୍ଗାଧର ମେହେର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଶଶିଭୂଷଣ ରଥ, ସମ୍ବଲପୁର ମାଟି ର ଗର୍ଵ ଗୈାରବ ଧରଣୀଧର ମିଶ୍ର, ଶଶିଭୂଷଣ ରଥ,  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ,  ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ମହାନ ଯୋଦ୍ଧାଙ୍କୁ ରାଜ୍ୟ ବାସୀ ମନେ ପକାଇବା ସହ ସେମାନଙ୍କ ନୀତି ଆଦର୍ଶକୁ ଗ୍ରହଣ କରି ଓଡିଶାକୁ ଆଗେଇ ନେବାକୁ ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି l

ସେହିପରି ଆଜି ଯାଜପୁର ଜିଲ୍ଲାର ପ୍ରତିଷ୍ଠା ଦିବସ। ଯାଜପୁର ବିଧାୟକଭାବେ ପ୍ରଣବ ସମଗ୍ର ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଏହା ସହ ସଚେତନ ଓ ସତର୍କ ସହ କରୋନା ମୁକାବିଲା କରିବା ପାଇଁ ନିବେଦନ କରିଛନ୍ତି l ଘରେ ରହିବାକୁ ସଭିଙ୍କୁ ଅନୁରୋଧ କରିଛନ୍ତି ବିଧାୟକ l

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles