କାଳିର ଜବାବ କାଳିରେ ଦେବେ ଓଡ଼ିଶାବାସୀ…

() ଓଡ଼ିଶାବାସୀ ମୋ ପରିବାର l ପରିବାର ଲୋକଙ୍କ ସୁଖ ଓ ଦୁଃଖର ସାଥି ମୋ ସରକାର l ଲୋକେ ପ୍ରଶାସନ ପାଖକୁ ଆସିବେନି, ବରଂ ପ୍ରଶାସନ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସୁଖ ଦୁଃଖ ବୁଝିବ l କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ମୟୂରଭଞ୍ଜ , ସମ୍ୱଲପୁର କି ସୁନ୍ଦରଗଡ଼ ଅବା କଟକ, ହେଉ କି ପୁରୀ l ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟlଳୟ (CMO)ସବୁଠି ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ କରୁଛି l ନିଜ ଗାଁ, ନିଜ ଜିଲ୍ଲା ର ସାମଗ୍ରିକ ବିକାଶ ରଥକୁ ଆଗେଇ ନେବା ପାଈ ହଜାର ହଜାର ସଂଖ୍ୟକ ଲୋକ CMO ଙ୍କୁ ନିଜ ଅଭିଯୋଗ ଓ ସମସ୍ୟାର ଦାବୀ ପତ୍ର ଦେଇ ତାହାର ସମାଧାନ ବାଟ କାଢୁଛନ୍ତି l ୨୫ବର୍ଷର ଜନସେବାକୁ ମୂଳମନ୍ତ୍ର କରିଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ନିଦ୍ଧେର୍ଶରେ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି କରୁଛନ୍ତି l ଲକ୍ଷ୍ୟ ହେଉଛି ନବୀନ ଦେଖିଥିବା ନୂଆ ଓଡ଼ିଶା, ସଶକ୍ତ ଓ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା l ଦିନରାତି ଏକ କରି ବିଭିନ୍ନ ବାଧା ବିଗ୍ନ ସ୍ଵତେ ୫ଟି ସଚିବ ଲୋକଂକ ପାଖରେ ପହଂଚୁଛନ୍ତି ଯାହାକି କର୍ତ୍ତବ୍ୟର ପରାକାଷ୍ଠା l ୨୬ରୁ ଅଧିକ ଜିଲ୍ଲା ଗସ୍ତ କରି ଜନ ଶୁଣାଣୀ କରିବା ସହ ଲୋକଂକ ସହ ସିଧା ସଳଖ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଛନ୍ତି l ୫ଟି ସଚିବଙ୍କ ଜନ ଶୁଣାଣିରେ ଜନସମୁଦ୍ର ପରି ଲୋକଂକ ଭିଡ ପ୍ରମାଣିତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଲୋକଂକ ଆଶା , ବିଶ୍ୱାସ, ଓ ଭଲ ପାଇବା l

ବିକଶିତ ଓଡ଼ିଶା ଗଠନ ହେବା, ଲୋକଙ୍କ ପାଖକୁ ପ୍ରଶାସନ ପହଞ୍ଚିବା, ସଚିବ ଜିଲ୍ଲାରେ ରାତି କାଟିବା, ବିକାଶର ସମୀକ୍ଷା ଗ୍ରାଉଣ୍ଡରେ କରିବା, ଦୁର୍ନୀତି କୁ ମୂଳପୋଛ କରିବା ଦିଗରେ କାମ କରିବା, ମହିଳା ମାନଙ୍କୁ ସଶକ୍ତ କରିବା ଓ ସର୍ବ ପରି ନୂଆ ଓଡ଼ିଶା ଗଠନରେ ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରିବା ଆଦି କାମକୁ ସହଜରେ ହଜମ କରିପାରିନାହାନ୍ତି କିଛି ସ୍ବାର୍ଥନ୍ୟସ୍ତ ଓ ରାଜନୈତିକ ବ୍ୟକ୍ତିମାନେ l ଖାସ ସେଥିପାଇଁ ସେମାନେ ବିକାଶର ବାଟ ରୋକିବାକୁ ସତ୍ୟବାଦୀରେ ଅସତ୍ୟ ପଥକୁ ଆପଣାଇଲେ l ଯେଉଁଥିରେ ମୋହରା ସାଜିଥିଲେ ଜଣେ ଯୁବକ l

ଲୋକଙ୍କ ଅଭିଯୋଗ ଶୁଣିଥିବା ବେଳେ ୫ଟି ସଚିବଙ୍କ ଉପରକୁ କାଳିି ମାଡ଼ କରିଥିଲେ l ଲାଗୁଥିଲା ଯେମିତି ଲୋକଙ୍କ ସମସ୍ୟା ଦୂର ହୋଇଗଲେ ସେ ଯେଉଁ ଦଳର ଆଦର୍ଶରେ ଚାଲିଛନ୍ତି ସେ ଦଳ ଓଡ଼ିଶାରେ କୋମାକୁ ଚାଲିଯିବ l ତେଣୁ ୫ଟି ସଚିବଙ୍କ କାର୍ଯ୍ୟର ସଫଳତାକୁ ସହି ନପାରି ସେ ଓ ତାଙ୍କ ଦଳ ଏତେ ଯନ୍ତ୍ରଣା ପାଇଲେ ଯେ ସତ୍ୟବାଦୀ ପରି ଏକ ସ୍ୱାଭିମାନ ମାଟିରେ କଳଙ୍କର କାଳି ଦାଗ ଲଗାଇଦେଲେ l ବିକାଶ ବିରୋଧୀ ଏହି କାଳି ମାଡ଼କୁ ପୁରା ଓଡ଼ିଶା ନିନ୍ଦା କରିବା ସହ ଏପରି କାଣ୍ଡ ଘଟାଇ ଥିବା ଯୁବକଙ୍କ ସହିତ ତାଙ୍କ ପଛରେ ଥିବା ଷଡଯନ୍ତ୍ର କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋରଦାର ହୋଇଛି l ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଯିଏ ବି ଆଶାନ୍ତି ସୃଷ୍ଟି କରି ରାଜନୀତି କରିବାକୁ ପ୍ରୟାସ କରୁଛନ୍ତି ଓଡ଼ିଶାବାସୀ ତାହାର ଉଚିତ ଜବାବ ଦେବେ ନିଜର ମତଦାନ ଦ୍ଵାରା l 2019ରେ ୫ଟି ସଚିବଙ୍କ ଘରକୁ ଗୋବର ମାଡ଼ ହେଉ ଅବା ଘରକୁ ଧସେଇ ପଶିବା ପରି ସବୁ ଚକ୍ରାନ୍ତ ଫେଲ ହୋଇଯାଇଥିଲା l ଏସବୁ ନିମ୍ନ ଧରଣର ରାଜନୀତିର ଜବାବ ରାଜ୍ୟବାସୀ ଦେଇ ଆସୁଛନ୍ତି l ଆଉ ଏବେ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ପୁରା ଓଡ଼ିଶାରୁ ଉଠିଲାଣି ଗୋଟିଏ ସ୍ୱର କାଳିର ଜବାବ ହାତର କାଳିରେ ଦେବୁ ୨୦୨୪ରେ l

ସୋଆ ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ପ୍ରଶକ୍ଷିଣ ଶିବିର ଆୟୋଜିତ…

()  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଯାଇଛି ।

ପ୍ରଥମ ପର୍ଯ୍ୟାୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା ।ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ ।

ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନୀ ଶାସନୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ପ୍ରୀତିଲଗ୍ନା ଧଳ, ସୁଚିସ୍ମିତା ମିଶ୍ର, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଗ୍ରାମବାସୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଛତୁଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ଫସଲ ଅବଶେଷର ଉପଯୋଗ, ମହୁମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, ଆଜୋଲା ଚାଷ, ସମନ୍ୱିତ ରୋଗ ପୋକ ପରିଚାଳନା ଓ ଭଟିକାଲ୍ ଫାର୍ମିଂ ଇତ୍ୟାଦିକୁ ନେଇ ୧୮ ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରଗୁଡିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହିସବୁ ସ୍ଥାନରେ କୃଷି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହିତ ଶେଷ ପର୍ଯ୍ୟାୟ କୃଷି ପ୍ରଶିକ୍ଷଣ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣଗୁଡିକର ସଫଳତା ପରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ସଫଳ ହେବାକୁ ଯାଉଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହେଉଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଅଂଶଗ୍ରହଣ କରିଥିବା ଗ୍ରାମବାସୀ ତଥା କୃଷକ ସାଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଲ୍‌ ଓଭରବ୍ରିଜ….

() ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ।

ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି,

ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି।

{} ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ ।

ଏହା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ROB ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏହି ରେଲ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ ।

ଶିକ୍ଷିତ ହୁଅ, ସଂସ୍କାର ଭୁଲନି….

() ଶିକ୍ଷିତ ମଣିଷ ସମାଜ ପାଇଁ ବରଦାନ ହୁଏ l ତାହାର ବୋଧ ଶକ୍ତି ଥାଏ l ଠିକ୍ କଣ ଭୁଲ କଣ ତାହାର ବିଚାର ଶକ୍ତି ସମାଜକୁ ଦିଗ ଦର୍ଶନ ଦିଏ l କିନ୍ତୁ ତାହାଠୁ ସମାଜ ଅପେକ୍ଷା କରେ ଆଗାମୀ ପିଢ଼ି ପାଇଁ ସଂସ୍କାର ଯୁକ୍ତ ଭଲ ଶିକ୍ଷାର ମାନଦଣ୍ଡ l ତେଣୁ ଶିକ୍ଷିତ ହେବା ପାଇଁ ସମାଜର ପ୍ରତ୍ୟେକ ସ୍ତରରେ ଗୁରୁତ୍ଵ ଦିଆଯାଏ l ଗାଆଁ ଠାରୁ ସହରର ସବୁ ପରିବାରରେ ଶିକ୍ଷିତ ସଂଖ୍ୟା ବୃଦ୍ଧି ପାଉଛି l ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷିତ ବ୍ୟକ୍ତି ସିଏ ଯେ କି ସାକ୍ଷର ସହିତ ସଂସ୍କାର ଯୁକ୍ତ ହୋଇଥାଏ l କିନ୍ତୁ ଆଧୁନିକ ସମାଜରେ ସାକ୍ଷର ସଂଖ୍ୟା ବଢୁଛି, ଯାହାକୁ ଆମେ ଶିକ୍ଷିତ ହିସାବରେ ଗଣୁଛନ୍ତି l ହେଲେ ଏବେ ପ୍ରଶ୍ନ ଏହା ଯେ ସେମାନେ କଣ ପ୍ରକୃତରେ ଶିକ୍ଷିତ ?

ବର୍ତ୍ତମାନର ସମାଜରେ କେତେ ଘଟଣାକୁ ତର୍ଜମା କଲେ ହୁଏତ ଏ କଥାକୁ ଭଲ ସେ ବୁଝିହେବ l ଏବେ ମାତ୍ର 2ରୁ 3 ବର୍ଷରୁ ପାଠପଢା ଆରମ୍ଭ କରୁଛନ୍ତି ଶିଶୁମାନେ l 5 ବର୍ଷ ହେଲା ବେଳକୁ ପିଲା ଇଂରାଜୀ ଭାଷାରେ ଅନରଗଳ କହିପାରୁଛି ଓ ପଢ଼ିପାରୁଛି l ହେଲେ ମାତୃଭାଷା ନା ଠିକ୍ ସେ କହି ପାରୁଛି ନା ଲେଖିପାରୁଛି l ଆଉ ସଂସ୍କାର କଥା ଛାଡ଼ନ୍ତୁ l ଠିକ୍ ସେହିପରି ଉଚ୍ଚ ଶିକ୍ଷିତ ହୋଇ ଧନୀ ହୋଇଥିବା ବହୁତ ବଡ ବଡ ବାବୁମାନେ ଆଜି ନିଜର ସଂସ୍କୃତି, ପରମ୍ପରା, ପୂଜା ପର୍ବପର୍ବାଣୀ ଆଦିକୁ ଭୁଲି ଗଲେଣି ପୁରା l କେବଳ ଅଳ୍ପ ଶିକ୍ଷିତ ମଣିଷ ପାଖରେ ଏ ସବୁ ବଂଚି ରହିଛି l ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ସଂସ୍କାର ଥିବା ସଂଖ୍ୟା ହାତ ଗଣତି l ଯୁବ ପୀଢ଼ିଙ୍କ କଥା ତ ନକହିଲେ ଭଲ l ଏସବୁ ଭିତରେ ଏକ ସୁସ୍ଥ ସମାଜ ଗଠନ କିପରି ହେବ ? କେବଳ ଭାଷଣ ବାଜି କି ଉପଦେଶ ନୁହେଁ, ଏବେ ଠାରୁ ଏନେଇ ଚିନ୍ତା କରିବାର ସମୟ ଆସିଛି l ନହେଲେ ତାହାର ପରିଣାମ ଏତେ ଭୟଙ୍କର ହେବ ଯେ ଆମେ କେବଳ ସମୟର ଦ୍ୱାହି ଦେଇ ସମାଜ ପ୍ରତି ଥିବା ଆମର କର୍ତ୍ତବ୍ୟକୁ ଭୁଲି ଯିବା l ଆଉ ସେତେବେଳେ ଶିକ୍ଷିତ ଓ ମୂର୍ଖ କିଏ ଜାଣିବା କଷ୍ଟକର ବ୍ୟାପାର ହୋଇଯିବ l

ପ୍ରଚାର ଜୋରଦାର , ମଇଦାନକୁ ଓହ୍ଲାଇବାକୁ ଭୟ…

() ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ ! ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ l ସେପ୍ଟେମ୍ବରରେ ଭାଙ୍ଗିବ ବିଧାନସଭା l ଏପରି ରାଜନୈତିକ ପ୍ରଚାର ରାଜ୍ୟ ବିଜେପି ଶିବିରରୁ ଆରମ୍ଭ କରାଗଲା l ବିଜେପି ମଙ୍ଗୁଆଳ ମାନେ ବାରମ୍ବାର ଗଣମାଧ୍ୟମରେ ଆଗୁଆ ନିର୍ବାଚନ ନେଇ ମଧ୍ଯ ଘନଘନ ପ୍ରତିକ୍ରିୟା ରଖିଲେ l ଆଉ ତାହାରି ଭିତରେ ଚାଲିଲା ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି l ଅଗଷ୍ଟ ମାସ 2023ରେ ଏ ମତରୁ ଟିକେ ବିରତି ନେଲେ ରାଜ୍ୟ ବିଜେପି ନେତାମାନେ l କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ରାଜ୍ୟ ନେତୃତ୍ଵ ଯାଏ ସଭିଏ ମତ ପରିବର୍ତ୍ତନ ଧୀରେ ଧୀରେ ଆରମ୍ଭ କଲେ l ପ୍ରଥମେ ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି, ହେଲେ ଯେତେବେଳେ ଗୋଟେ ଦେଶ ଓ ଗୋଟେ ନିର୍ବାଚନ ପ୍ରୟାସ ହେଉଛି ସେତେବେଳେ ଓଡ଼ିଶା ପରି ଗରିବ ରାଜ୍ୟ ମାତ୍ର 3ମାସ ବ୍ୟବଧାନରେ ଆଗୁଆ ନିର୍ବାଚନ ହେବା ମନରେ ସନ୍ଦେହ ସୃଷ୍ଟି ହେଉଛି l ଆଉ ଏହି ବୟାନର ପରେ ଆଜି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବୟାନ ଆଗୁଆ ନିର୍ବାଚନ ନେଇ କିଛିଟା ସନ୍ଦେହ ଆଣିଛି ରାଜ୍ୟ ବିଜେପି ଆଭିମୁଖ୍ୟରେ l ଯେଉଁ ଦଳ ପ୍ରଥମେ ଆଗୁଆ ନିର୍ବାଚନ ପାଇଁ ଋଣହୁଙ୍କାର ଦେଉଥିଲା, ସେ ଦଳ କାହିଁକି ଆଜି ଆଗୁଆ ନିର୍ବାଚନ ପାଇଁ ପଛଘୁଞ୍ଚା ଦେଇଛି ,ଏହାର କାରଣ କଣ ହୋଇପାରେ ? ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ଏଯାଏ ବିଜେଡିକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇନାହିଁ ,ବରଂ ୨୦୧୯ ନିର୍ବାଚନରେ ଦଳ ଯେଉଁ ସଫଳତା ପାଇଥିଲା ତାହାକୁ କିପରି ବଜାୟ ରଖିବ ସେ ଚିନ୍ତା ଦଳକୁ ଘାରିଛି l
୩୦ରୁ ୩୦ଜିଲ୍ଲା ପରିଷଦ ବିଜେଡି ଦଖଲ କରିଛି l 3ଟି ମହାନଗର ନିଗମ ସହ ଅଧିକାଂଶ ପୌର ପରିଷଦ ଓ ଏନ.ଏ.ସି ବି ବିଜେଡି ଦଖଲରେ l ଏହାଛଡ଼ା 2019 ନିର୍ବାଚନ ପରେ ହୋଇଥିବା ୮ଟି ଉପ ନିର୍ବାଚନରେ 7ଟି ରେ ବିଜେଡି ଏକ ପାଖିଆ ବିଜୟ ଲାଭ କରୁଛି l ବିଜେଡି ଆଜି ବି ରାଜ୍ୟର ୧ନମ୍ବର ଦଳ ବୋଲି ପ୍ରମାଣିତ କରଛି l ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଏଯାଏ ୨୫ରୁ ଅଧିକ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ଓ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି l ୫ଟି ସଚିବଂକ ଜିଲ୍ଲା ଗସ୍ତର ସଫଳତା ପ୍ରମାଣିତ କରୁଛି ଓଡ଼ିଶାବାସୀଙ୍କ ମୁଡ l ଏହାସହ ୨୦୧୯ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ଯେପରି ପୂରଣ କରୁଛି ତାହା ବିରୋଧିଙ୍କୁ ଚିନ୍ତାରେ ପକାଇଛି l ସବୁ କ୍ଷେତ୍ରରେ ୫ଟି ରୂପାନ୍ତରିତ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରଛି l ପ୍ରଶାସନ ସହ ତାଳଦେଇ ଦଳୀୟ ସଂଗଠନ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେଇ ଚାଲିଛି l ଯାହା ତୃଣମୂଳ ସ୍ତରରେ ବିଜେଡିକୁ ମାଇଲଖୁଣ୍ଟ ପରି ଛିଡ଼ା କରୁଛି l ଆଉ ତାହାରି ଭିତରେ ଓଡ଼ିଶା ଆସି ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ବିଜେଡି ଓଡ଼ିଶାରେ କେତେ ଶକ୍ତିଶାଳୀ ତାହା ପ୍ରମାଣିତ କରିଛି l ଯେଉଁଥି ପାଇଁ ବିଜେପି ଏବେ ନିର୍ବାଚନ ନାଆଁ ଶୁଣିଲେ ଭୟ କରୁଛି l ଖାସ ସେଥିପାଇଁ ଆଗୁଆ ନିର୍ବାଚନ ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ନେତାଏ ମଇଦାନକୁ ଓହ୍ଲାଇବାକୁ ଭୟ କରୁଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି l ବିଜେଡି କିନ୍ତୁ ଚିରାଚରିତ ଭାବେ ଯୁକ୍ତି ବଢ଼ୁଛି ନିର୍ବାଚନ ଯେତେବେଳେ ହେବ ଆମେ ପ୍ରସ୍ତୁତ l

ସମ୍ପର୍କର ଅଜଣା କଥା….

() ସମ୍ପର୍କ ସବୁବେଳେ ମଧୁର l ଯେବେ ମଣିଷର ଦୃଷ୍ଟିଭଙ୍ଗୀ ବଦଳିଯାଏ ସେ ସମୟରୁ ସମ୍ପର୍କ ରେ ଚାଲିଆସେ ଅଦିନିଆ ଭଟ୍ଟା l ବର୍ଷ ବର୍ଷର ଭଲ ପାଇବା ଏହି ଭଟ୍ଟା ଭିତରେ ଉଭାନ୍ ହୋଇଯାଏ l ଥରେ ଭାବନ୍ତୁ କାହିଁକି ଏଭଳି ପରିସ୍ଥିତି ମଣିଷ ସାମ୍ନା କରେ , ଉତ୍ତର ଆପେ ଆପେ ମିଳିଯିବ l ସଂପର୍କରେ ସ୍ଵାର୍ଥ ତାସ୍-ଘର ପରି ଭାଙ୍ଗି ଦିଏ ଅନେକ କିଛି ଆପଣା ଓ ଭଲ ପାଇବା l ସ୍ମୃତି ସବୁ ଅତୀତର ଗ୍ରନ୍ଥ ପରି ଉଈ ଖାଇଯାଏ l ଯାହାକୁ ଚାହିଁଲେ ବି ସାଇତି ରଖିବା କଷ୍ଟକର ବ୍ୟାପାର l ଭାବିବାକୁ ବହୁତ ସମୟ ଥିଲେ ସୁଦ୍ଧା ସେ ସମ୍ପର୍କ କିନ୍ତୁ ଆପେ ଆପେ ଏତେ ଅତୀତ ହୋଇଯାଏ ଯେ ଆମ ଜୀବନରେ ତାହା ଆଉ ଭାବନାକୁ ଆସେନା l ଆଉ ଯଦି ଆସେ ତେବେ ତାହା ଜୀବନଚକ୍ରରେ ବାଧା ସୃଷ୍ଟି କରେ l ତେଣୁ ସମ୍ପର୍କ ଗଢ଼ିବା ଅପେକ୍ଷା ସମ୍ପର୍କକୁ ବଜାୟ ରଖିବା ଆଜିର ସ୍ୱାର୍ଥପର ଦୁନିଆରେ କାଠିକର ପାଠ l ଅନେକ ତ ସ୍ବପ୍ନର ରାଇଜରେ ହଜିବା ପରି ସମ୍ପର୍କ ଗଢନ୍ତି କେବଳ ସ୍ଵାର୍ଥ ହାସଲ କରିବା ପାଇଁ l ଯେମିତି ଫୁଲରୁ ମଧୁ ସଂଗ୍ରହ କରିବା ପରେ ଭଅଁର ଉଡ଼ିଯାଏ, ଠିକ୍ ସେହିପରି ଦୁନିଆରେ ବହୁ ଲୋକ ସ୍ବାର୍ଥ ହାସଲ ପରେ ସମ୍ପର୍କକୁ ଭୁଲି ଯାଆନ୍ତି l ସମ୍ପର୍କ ମଜବୁତ କରିବା ଓ ବଞ୍ଚାଇ ରଖିବାରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ନା ଥାଏ ସ୍ଵାର୍ଥ ନା କିଛି ପାଇବାର ଆଶା l ଯେଉଁଥି ପାଇଁ ଚିରସ୍ଥାୟୀ ହୋଇ ରହିଥାଏ ସେ ସମ୍ପର୍କ l ସମ୍ପର୍କରେ ରାଗ, ଗର୍ବ, ସ୍ଵାର୍ଥ କୁ ଯିଏ ଯେତେ ଦୁରେଇ ପାରିବ ସେ ସମ୍ପର୍କ ହୁଏ ସେତେ ମଜବୁତ୍ ଓ ଦୀର୍ଘସ୍ଥାୟୀ l ସମୟ ନୁହେଁ ବରଂ ମାନବିକତା ଓ ଭଲ ପାଇବା ସମ୍ପର୍କ ସେତୁର ମଜବୁତ ସ୍ତମ୍ଭ l ଗଭୀର ସମ୍ପର୍କ ପାଇବା ନୁହେଁ, ବରଂ ହରାଇବା ପାଇଁ ସଦା ପ୍ରସ୍ତୁତ ନୁହେଁ l

ଆଜିର ଦୁନିଆରେ କିନ୍ତୁ ସମ୍ପର୍କ ର ପରିଭାଷା ବଦଳି ଯାଇଛି l ରକ୍ତର ସମ୍ପର୍କ ପର ହେଉଛି, ଅଚିହ୍ନା ବ୍ୟକ୍ତି ରକ୍ତ ସମ୍ପର୍କ ଠାରୁ ଅଧିକ ହୋଇପଡୁଛି l ଜନ୍ମ କଲା ବାପା, ମା କୁ ପୁଅ ଓ ଝିଅ ବୟସର ଅପରାହ୍ନରେ ରାସ୍ତାରେ ଛାଡି ଦେଉଛନ୍ତି ତ ଆଉ କେଉଁଠି ଜନ୍ମ କଲା ଶିଶୁକୁ ବାପା ଓ ମାଆ ମାରିଦେଉଛନ୍ତି ଅଥବା ଅଳିଆ ଗଦାରେ ଫିଙ୍ଗି ଦେଉଛନ୍ତି l ସେମିତି ଜମି ଓ ଟଙ୍କା ପାଇଁ ମା ପେଟର ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରୁଛି ଭାଇ l ଯୌନ ପିପାସୁ ବହୁ ଲୋକ ଭଲ ପାଇବାର ବଡ ସମ୍ପର୍କକୁ କିଛି ମିନିଟ୍ ରେ ଜାଳିପୋଡି ଛାରଖାର କରି ଦେଉଛନ୍ତି l ଏମିତି ଅନେକ ଉଦାହରଣ ଦେଖିବାକୁ ମିଳୁଛି ସମାଜରେ l ଆଉ ଏସବୁର ମୁଖ୍ୟ କାରଣ ହେଉଛି ସମ୍ପର୍କ ଭିତରେ ସ୍ବାର୍ଥର ଆବେଗ ବଢିବା l ବ୍ୟତିକ୍ରମ୍ ପାଇଁ ଆମେ ନିଜେ ହିଁ ଦାୟୀ l ତେଣୁ ଚିନ୍ତା, ଚେତନା ନୁହେଁ, ବରଂ ବଡ ସମ୍ପର୍କରେ ବଡ ହୃଦୟ ସୃଷ୍ଟି କରିବା ଚାଲ l ଯେମିତି ସେଦିନ ଥିଲା, ସବୁ ଦିନ ସେପରି ରହିବ l କେବଳ ସମ୍ପର୍କ ଜଣା ଓ ଅଜଣା କଥା ଟିକେ ବୁଝିବା ଦରକାର l

ବଦଳିବ ଗଙ୍ଗାଧର ସ୍ମୃତି ପୀଠ ରୂପରେଖ…

{} ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର,

ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨ କୋଟି କୋଟି ଟଙ୍କା,

ନିର୍ମାଣ ହେବ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ,

ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ ହେବ।

 ବର୍ଷକୁ ଏକ ଲକ୍ଷ ପର୍ଯ୍ୟଟକ ଆସିବାର ସମ୍ଭାବନା।

()  ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମିକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସେହିପରି ଜୁନ ୨୬ ତାରିଖ ଦିନ ଶ୍ରୀ ପାଣ୍ଡିଆନ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ବରପାଲିସ୍ଥିତ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କମିଟି ସଦସ୍ୟମାନଙ୍କ ସହିତ ଜନ୍ମସ୍ଥାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ୱଭାବ କବି ଗଙ୍ଗାଧର ମେହର ଓଡିଆ ଜାତିର ମହାନ୍ ସନ୍ତାନ। ଓଡିଆ ଭାଷା ଓ ସାହିତ୍ୟର ବିକାଶରେ ତାଙ୍କର ଅନବଦ୍ୟ ଅବଦାନ ଥିଲା। ତାଙ୍କ ଜନ୍ମ ପୀଠ ସାହିତ୍ୟପ୍ରେମୀ ତଥା ସାଧାରଣ ଲୋକଙ୍କ ପାଇଁ ଏକ ତୀର୍ଥ ସ୍ଥାନ। ଏହି ଐତିହାସିକ ପୀଠର ସର୍ବାଙ୍ଗୀନ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ତଥା ଏକ ଆକର୍ଷଣୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ ନିର୍ମାଣ କରାଯିବ। ରୂପାନ୍ତର ପରେ ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶା କରାଯାଏ।

ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ…

() 5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ।

୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ,

୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

{} ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି। ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ, ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି। ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।

ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ…

()ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ,

  • ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ
  • ଦରିରେ ବସିବେ, ରଙ୍ଗୀନ ଡେକ୍ସରେ ଲେଖିବେ।
  • କାନ୍ଥଚିତ୍ର, ଶୈକ୍ଷିକ ଉପକରଣ ବଢ଼ାଇବ ଆଗ୍ରହ। ହେଇ
  • ପ୍ରଥମ ପର୍ଯ୍ୟାୟରେ ୬ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ସାମିଲ କ’ଣ ନୂଆ ହେବ?

{} ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ର େକ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍, ଦରି, ଆବଶ୍ୟକ ମରାମତି, କାନ୍ଥଚିତ୍ର, ବୈଦୁତିକ ଉପକରଣ ଓ ଆଲୋକୀକରଣ ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲ୍ ର ପରିବେଶ ବଦଳିବ । ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି ।

ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି । ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ । ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶରେ ଅତ୍ୟନ୍ତ ସହାୟକ ହେବ ।

ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା । ଏହି ମୂଳଦୁଆ ଉପରେ ଭବିଷ୍ୟତର ଉଚ୍ଚ ଶିକ୍ଷା ଗଢ଼ି ଉଠିଥାଏ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥୁପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି । ଲକ୍ଷ୍ୟ ହାସଲ ପାଇଁ ସ୍ଵତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ(ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି ।

ଜିଲ୍ଲାରେ ଛାତ୍ରଛାତ୍ରୀ ଅନୁକୂଳ ଶ୍ରେଣୀଗୃହ ନିର୍ମାଣ ପୂର୍ବରୁ ପାଇଲଟ୍‌ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା । ଏହି ପ୍ରାଥମିକ ବିଦ୍ୟାଳୟରେ ବିକାଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥିବା ଲକ୍ଷ୍ୟ କରାଯାଇଛି । ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି । ସମସ୍ତ ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏସ୍ଏଲ୍‌ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

 () ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ,

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ସୁନିଶ୍ଟିତ ହେବ।

ଜନଜାତି ମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ,

ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ।

{} ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ।ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ ଜନଜାତି ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ଏହି ଯୋଜନା ଏକ ଭଲ ଯୋଜନା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଙ୍ଗଲ ସଂପଦର ନିରନ୍ତର ବିକାଶ ଦିଗରେ ଜନଜାତି ମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ । ଜଳବାୟୁ ପରିବର୍ତ୍ତନ ଓ ଜନଜାତି ମାନଙ୍କ ଅର୍ଥନୀତି ଓ ଜୀବିକାରେ ସ୍ଥାୟିତ୍ବ ଆଣିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଥିଲେ ।

ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡିଶା ଏକ ଆଗୁଆ ରାଜ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି । ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠି ଅଧିକାର ଦିଆଯାଇଛି ବୋଲି ସେ କହିଥିଲେ । ଏହାସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁ ଗୁଡିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଥିଲେ । ପ୍ରଥମରୁ ତାଙ୍କ ସରକାର ଜନଜାତି ମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ପ୍ରକାଶ କରି ସେ କହିଥିଲେ ଯେ ୨୦୦୦ ମସିହାରେ ତାଙ୍କ ସରକାର ଯେତେବେଳେ ପ୍ରଥମେ ଓଡିଶାରେ ସେବାର ଦାୟିତ୍ବ ଗ୍ରହଣ କଲା, ସେତେବେଳେ ତାଙ୍କ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତ ମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ। ଆଜି ଏ ଦିଗରେ ଅନେକ କାମ ହୋଇଛି । ଜନଜାତି ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି ।

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ ଏହି ଯୋଜନା ଦ୍ବାରା ଜଙ୍ଗଲ ଜମିର ପରିଚାଳକ ଭାବରେ ଜନଜାତି ମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଯୋଜନାର ଲକ୍ଷ୍ୟ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଅଧିକାର ପ୍ରଦାନ କରିବା ପଦକ୍ଷେପ ନିଆଯାଇଛି।ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ ଓଡିଶା ସରକାରଙ୍କ ଏକ ପ୍ରମୁଖ ସଫଳତା। ଏହି ନୂଆ ଯୋଜନା ଦ୍ବାରା ସେମାନଙ୍କ ସାଂସ୍କୃତିକ ବିବିଧତାର ସୁରକ୍ଷା ସହିତ ସବୁ ବିକାଶମୂଳକ ଯୋଜନାରେ ଜନଜାତି ମାନଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାରେ ସାମିଲ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ମୟୁରଭଞ୍ଜର ଶ୍ର କପୁର ମାର୍ଣ୍ଡି, କନ୍ଧମାଳର ଶ୍ରୀ ନରେନ୍ଦ୍ର ମଲ୍ଲିକ ଓ ରାୟଗଡାର ଶ୍ରୀ ସୁରେଶ ଚନ୍ଦ୍ର ୱାଡାକା ପ୍ରମୁଖ ୩ ଜଣ ହିତାଧିକାରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଜଙ୍ଗଲ ଜମି ଉପରେ ଅଧିକାର ପାଇବା ଦ୍ବାରା ସେମାନେ କିପରି ପନିପରିବା, ଫଳଚାଷ ଓ ଅନ୍ୟାନ୍ୟ ଜୀବିକା କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ପରିବାରର ପ୍ରତିପୋଷଣ କରିବା ସହିତ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, UNDP, ବେସରକାରୀ ଅନୁଷ୍ଠାନ ବସୁନ୍ଧରା, ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧି ଏବଂ ବିଭିନ୍ନ ଜିଲ୍ଲାର ଜନଜାତି ହିତାଧିକାରୀମାନେ ଉପସ୍ଥିତ ଥିଲେ ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news