ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ…

() ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ।

ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

ପୂର୍ବରୁ ଥିଲା ୨୧୦ଟି ପଦବୀ, 

ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି,

ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି।

ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର।

{}  ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ । ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି।

କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍‌.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା । ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି ।

ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନ୍‌ଫୋର୍‌ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି ।ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି । ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି ।

ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ଅନ୍ତର୍ଭୁକ୍ତ ।ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି ।

ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି । ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା । ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା । ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି । ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍‌ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି । ସାନିଟାରୀ ଇନ୍‌ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି । ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି ।

ବ୍ରେକ ଦେଉଛି ତା ମତ…..

0

() ଆରେ ଜାଣିଛୁ ଅମୁକ ଝିଅଟା ଅବା ପୁଅଟା ଜମା ଭଲ ନୁହେଁ l ତାହାର ଦୁନିଆ ଲଫଡା l କଣ କହିବୁ କହିଲୁ, ତାକୁ କଣ ଭାବୁଥିଲେ, ସେ କଣ ଦେଖିଲୁ ! ଏମିତି କେତେ କଣ ଆଲୋଚନା ହୁଏ ଅନ୍ୟକୁ ଅନ୍ୟର ସ୍ଵାଭାବକୁ ନେଇ l କହିବାକୁ ଗଲେ ଯେଉଁମାନେ ଏପରି ଆଲୋଚନା କରନ୍ତି ସେମାନେ ପୁରା ଖାଣ୍ଟି ସୁନା , ଟିକେ ବି ଖଦଡ଼ ନାହିଁ l ସମୟ ଆଜି ଏପରି ପରିସ୍ଥିତିରେ ପହଞ୍ଚିଛି ଯେ ଏସବୁ ଭିତରେ ଆଜି ଅନେକ ମଣିଷ ଘାଣ୍ଟି ହେଉଛନ୍ତି l କାରଣ ଆମେ ଆଜି ସମାଜ ଅପେକ୍ଷା ନିଜ ସ୍ବାର୍ଥକୁ ବେଶୀ ଦେଖୁଛନ୍ତି l ଜଣେ ଯୁବ ଲେଖକ ପ୍ରେମ ଓ ପ୍ରମିକାକୁ ନେଇ ତା ମନରେ ଥିବା ଅସରନ୍ତି ଭାଵନା ଓ ଅନୁଭୂତିକୁ ଖୋଲା ମନରେ ପରିପ୍ରକାଶ କରି ପାରୁନାହିଁ l ଆଉ ଯଦି ବି ସେ ତା ମନର ଭାଵନାକୁ କବିତା କି ଲେଖା ମାଧ୍ୟମରେ ପ୍ରକାଶ କରୁଛି ତେବେ ସୋସିଆଲ ମିଡିଆରେ ତାକୁ ଟାହି ଟାପରା ଓ ସମାଲୋଚନାର ଶିକାର ହେବାକୁ ପଡୁଛି l ଆଉ ଏ ସବୁ ସମାଲୋଚନା କିଏ କରୁଛି ଯେଉଁମାନେ କି ନା କିଛି ବୁଝନ୍ତି ନା ଲେଖନ୍ତି ନା ଲେଖାକୁ ଠିକ୍ ସେ ପଢ଼ନ୍ତି l କେବଳ ଅନ୍ୟର ଲେଖାରେ ବାହାପିଆ ମତାମତ ଦେଇ ଅଯଥାରେ ଜଣେ ଲେଖକର କଲମ ମୁନକୁ ବନ୍ଦ କରିଦିଅନ୍ତି ନିଜ ମତାମତରେ l ନିଜେ ଯାହା ନୁହେଁ, ଅନ୍ୟକୁ ଲେଖା ମାଧ୍ୟମରେ ସେମିତି ଚିତ୍ରଣ କରନ୍ତି l

ଏମିତି କିଛି ଘଟଣା ଆଜି ଅନେକ ଘଟୁଛି l ଯାହା ଏକ ସୁସ୍ଥ ସମାଜକୁ ବିଷାକ୍ତ କରୁଛି l କିଛି ଅସାମାଜିକ ସମାଲୋଚକମାନଙ୍କ ପାଇଁ ଆଜି ବହୁ ବିଶିଷ୍ଟ ଲେଖକ ଓ କବିମାନଙ୍କର କଲମ ବନ୍ଦ ହୋଇଯାଇଛି l ନହେଲେ କଣ ସେଦିନ ମୌସୁମୀର ପହିଲି ଛୁଆଁ, ବସନ୍ତର ଶୁଲୁ ଶୁଲିଆ ପବନ, ଶୀତୁଆ ରାତିର କୁହୁଡି ଚାଦର ସମୟରେ ହେଉ କି ଦଶହରା, ହୋଲି, ରଜ, ଓ କୁମାର ପୂର୍ଣ୍ଣିମାର ସଂଧ୍ୟା ଆଜି କଣ ଏମିତି ଫିକା ଫିକା ଲାଗୁଥାନ୍ତା l ଆଉ ସମୟକୁ ଦୋଷ ଦେଇ ନିଜର ଅନୁଭବ ଓ ଅନୁଭୂତିକୁ ଆମେ ସମାଧି ଦେଉଛନ୍ତି ଗୋଟିଏ ପଦରେ ” ଆଉ କଣ ସେ ଦିନ ଅଛି ; ବାସ ଏତିକି l ହେଲେ ଆମେ କଣ କେବେ ଭାବୁଛନ୍ତି ମଣିଷ ପରି ପ୍ରକୃତି କେବେ ରଂଗ ବଦଳାଏ ନାହିଁ ? କାଲି ବି ସେ ସୁନ୍ଦର ଥିଲା, ଆଜି ବି ଅଛି ଓ ଆଗମୀ ଦିନରେ ବି ରହିବ l କେବଳ ଆମର ମାନସିକତା ଓ ନଜର ବଦଳିବା ଦରକାର l ନହେଲେ ଲେଖକ ମୁନର ସୃଜନତା ସବୁଦିନ ପାଇଁ ଶାନ୍ତ ହୋଇଯିବ…..

ସୋଆ ଓଡ଼ିଶାର ପ୍ରଥମ ୫ ଜି କ୍ୟାମ୍ପସ୍ ଘୋଷିତ…

() ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ଓ ଗବେଷଣା କ୍ଷେତ୍ରରେ ସହାୟତା ନିମନ୍ତେ ସୋଆ କ୍ୟାମ୍ପସ୍‌ରେ ଏହି ୫ ଜି ସେବା ଆରମ୍ଭ କରାଯାଇଥିବା ରିଲାୟନ୍ସ ଜିଓ ପକ୍ଷରୁ କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଜିଓ ଓଡ଼ିଶାର ରାଜ୍ୟ ମୁଖ୍ୟ ଶ୍ରୀ ପ୍ରଦୀପ ରାଉତ , ସୋଆ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୋଆକୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା ।

ଓଡ଼ିଶାରେ ସୋଆକୁ ପ୍ରଥମ ୫ ଜି କ୍ୟାମ୍ପସ ଭାବେ ଘୋଷଣା କରାଯିବା ପରିପ୍ରେକ୍ଷୀରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଜିଓର ନେଟୱର୍କ ଉତମ ଭାବେ କାର୍ଯ୍ୟ କରୁଥିବାରୁ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ତଥ୍ୟ ଆଦାନପ୍ରଦାନ ନେଇ ଉପକୃତ ହେବେ । କୃଷି ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ୫ ଜି ଦ୍ୱାରା ଲାଭବାନ ହୋଇପାରିବେ । ସୋଆରେ ଏକ ୫ ଜି ଲ୍ୟାବ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି ଓ ଏହି ଲ୍ୟାବ୍‌ରେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେବା ସହ ଏହି ସେବାକୁ କିଭଳି ଅଧିକ ବଳିଷ୍ଠ କରାଯାଇପାରିବ ସେ ଉପରେ ମଧ୍ୟ ସେମାନେ ଗବେଷଣା କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଦେଶର ମନୋନୀତ ୧୦୦ଟି କେନ୍ଦ୍ର ମଧ୍ୟରେ ୫ ଜି ଲ୍ୟାବ ପ୍ରତିଷ୍ଠା ନିମନ୍ତେ ସୋଆକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପୂର୍ବରୁ ସୋଆ ଓ ଜିଓ ପ୍ଲାଟଫର୍ମସ ଲିମିଟେଡ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇସାରିଛି ବୋଲି ପ୍ରଫେସର ନନ୍ଦ କହିଥିଲେ । ୫ ଜି ସେବା ମୁଖ୍ୟତଃ ଡିଜିଟାଲ୍ ଶିକ୍ଷା, ଇ-ଗଭର୍ଣ୍ଣାନ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି ଓ ଆଇଟି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ । ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ସୋଆରେ ଅନେକଗୁଡ଼ିଏ ବେଷ୍ଟ ଟ୍ରାନ୍ସରିସିଭର୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି ଯାହାଦ୍ୱାରା ଜିଓର ନେଟୱର୍କ ଗତି ଅଧିକ ତୀବ୍ର ହେବ ଓ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଜିଓ ପକ୍ଷରୁ ଶ୍ରୀ ରାଉତ କହିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଆପ୍ ପ୍ରସ୍ତୁତ କରିବା ସହ ଡ୍ରୋନ୍ ମାଧ୍ୟମରେ ଅଧିକ ଗବେଷଣା କରିପାରିବେ । ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ସୋଆକୁ ୫ ଜି କ୍ୟାମ୍ପସ୍ ଭାବେ ଘୋଷଣା କରାଯାଇଥିବା ଶ୍ରୀ ରାଉତ କହିଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ୫ ଜି ସେବାର ସୁବିଧା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ଜିଓ ଓଡ଼ିଶାର କଷ୍ଟମର ସର୍ଭିସ୍ ମୁଖ୍ୟ ଶ୍ରୀ ବିକାଶ ମହାନ୍ତି । ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ତଥା ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ । ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି ।

ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ । ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବା ସହ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ନିମନ୍ତେ ସମସ୍ତ ସହଯୋଗ ବିଷୟରେ ବୁଝାମଣା ହୋଇଥିଲା ।

ଓଡ଼ିଶାର ୨୬ଟି ଜିଲ୍ଲାରେ ୧୨୪ଟି ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…

() ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ।

ଡ୍ରାଇଭର ମାନଙ୍କ ଟ୍ରେନିଂ ପାଇଁ ସୁ-ବାହକ ଯୋଜନାର ଶୁଭାରମ୍ଭ, ବର୍ଷକୁ ପ୍ରଶିକ୍ଷଣ ପାଇବେ ୫୦ ହଜାର ଡ୍ରାଇଭର।

ମୋ ପରିବହନ ସେବା ଓ ଏମ୍‌ ପରିବହନ ଆପ୍‌ର ଶୁଭାରମ୍ଭ

ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ,

ରାଜ୍ୟର ସବୁ ଲୋକଙ୍କୁ ନିରାପଦ, ଆରାମଦାୟକ ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି । ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି । ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସମସ୍ତ ବସ୍‌ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ୍‌ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ୍‌ଷ୍ଟାଣ୍ଡ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲ୍‌ବଧ ଅଛି । ଏହାସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍‌ ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ । ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍‌ପିଟାଲ ଆଦିର ସୁବିଧା ସହଜରେ ଉପଲବ୍‌ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (Catalyst) ଭାବରେ କାମ କରିଥାଏ । ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।

ପୁରୀ ଠାରେ ଇଲ୍‌କ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍‌ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ ।5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍‌.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଶ୍ୱରେ ଚନ୍ଦ୍ରୟାନ ଫିଭର..

() ଚନ୍ଦ୍ର ଅଭିଯାନ ନିମନ୍ତେ ଇସ୍ରୋ ଦ୍ୱାରା ନିର୍ମିତ ଚନ୍ଦ୍ରୟାନ-୩ କୁ ୧୪ ଜୁଲାଇ (ଶୁକ୍ରବାର) ଅପରାହ୍ନ ୨ଟା ୩୫ ମିନିଟ୍ ରେ ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC) ରୁ ଉତକ୍ଷେପଣ କରାଯାଇଥିଲା। ଚନ୍ଦ୍ରପୃଷ୍ଠରେ ଏହା ସଫଳ ଅବତରଣ କଲେ ଭାରତ ବିଶ୍ୱରେ ଇତିହାସ ସୃଷ୍ଟି କରିବ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଏପଯ୍ୟନ୍ତ କୌଣସି ଦେଶର ଯାନ ପହଞ୍ଚି ପାରିନାହିଁ। ଯଦି ଭାରତ ତା’ର ଯାନ କୁ ଏଠାରେ ପହଞ୍ଚାଇ ଦେବାରେ ସଫଳ ହୋଇବ ତେବେ ସାର ବିଶ୍ୱରେ ପ୍ରଥମ ରାଷ୍ଟ୍ର ରୂପେ ପରଚିତ ହେବ। ଚନ୍ଦ୍ରୟାନ-୩ ର ସଫଳ ଉକ୍ଷେପଣ ସହିତ କୋଟିକୋଟି ଭାରତୀୟଙ୍କ ସ୍ବପ୍ନ ମଧ୍ୟ ସାକାର ହେଲା, କାରଣ ଏହି ଉତକ୍ଷେପଣ କୁ ସମଗ୍ର ଦେଶବାସୀ ଅପେକ୍ଷା କରିଥିଲେ। ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୫ଟା ୪୭ ମିନିଟ୍ ରେ ଚନ୍ଦ୍ରପୃଷ୍ଠ ରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଥିଲା। ଲ୍ୟାଣ୍ଡର (ବିକ୍ରମ) ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରେ, ତେବେ ଆମେରିକା, ରୁଷ୍ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ହେବ। ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ହେଉଛି ସେହି ଦିନ ଯେଉଁ ଦିନକୁ ସାର ଭାରତବାସୀ ଅପେକ୍ଷା କରି ବସିଥିଲେ। ଦୀର୍ଘ ୪୦ଦିନର ଯାତ୍ରା ପରେ ଚନ୍ଦ୍ରପୃଷ୍ଠ ରେ ପାଦ ଦେବାକୁ ଯାଉଛି ଚଦ୍ରୟାନ-୩। ସମୟ ପ୍ରାୟ ସନ୍ଧ୍ୟା ୫ଟା ୪୫ମିନିଟ୍ ରୁ ରେ ଚନ୍ଦ୍ରପୃଷ୍ଠ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଲ୍ୟାଣ୍ଡର ବିକ୍ରମ ପ୍ରାୟ ସନ୍ଧ୍ୟା ୬ଟା ୦୪ମିନିଟ୍ ରେ ଚନ୍ଦ୍ରପୃଷ୍ଠ ଅବତରଣ କରିବ ଚଦ୍ରୟାନ-୩। ମାତ୍ର ୧୯ମିନିଟ୍ ରେ ୧୭୫୨ କିଲୋଗ୍ରାମ ବିଶିଷ୍ଟ ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଏହାର ସଫଳତା ପାଇଁ ସାର ଭାରତ ଶୁଭକାମନା କରୁଛି।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ…

() ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ।

{} ଅନୁଗୋଳ ଜିଲ୍ଲା କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ 5T ସଚିବ ଶ୍ରା ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁ କୁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ପାଇଁ ଜନସାଧାରଣ ଅନୁରୋଧ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ଏହି ସେତୁର ନାମକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ, ସିଲିଙ୍ଗ ଠାରୁ ତାଳପଦା ରାସ୍ତାକୁ ଯୋଡୁ ଥିବା ଏହି ସେତୁ, ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି….

() ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,

୧୦୧ କୋଟି ଟଙ୍କା ମଞ୍ଜୁର । 

{} ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍‌ଧ ହେଉଛି। ରୂପାନ୍ତର ପ୍ରକ୍ରିୟାରେ ସ୍ବାଭିମାନ ଅଞ୍ଚଳ ତ୍ବରିତ ଗତିରେ ଆଗକୁ ବଢୁଛି। ସ୍ବାଭିମାନ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସେତୁ ଯୋଜନା (Socio Economic Transformation & Upliftment) ମଧ୍ୟ ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସେଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ। ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ମାଲକାନଗିରି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ଖଲିଆଗଡ ନାଳ ଉପରେ ଯନ୍ତ୍ରୀ ଠାରୁ ଢାକପଦର ରାସ୍ତା ପର୍ଯ୍ୟନ୍ତ ୧୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ସେତୁ ନିର୍ମାଣ କରାଯିବ। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଣସପୁଟ ଓ ଯନ୍ତ୍ରୀ ଗ୍ରାମପଞ୍ଚାୟତର ଲୋକମାନେ ଏହାଦ୍ବାରା ବିଶେଷ ଉପକୃତ ହେବେ ।ଦ୍ବିତୀୟ ସେତୁଟି କୁମୁଡାଗୁଡା ନଦୀ ଉପରେ ଘନବେଡା ଠାରୁ କୋଡିଗାନ୍ଧୀ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୨୩ ମିଟର ଦୀର୍ଘ ଏହି ସେତୁ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ପଣସପୁଟ, ଯନ୍ତ୍ରୀ ଓ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚୟତର ଲୋକମାନେ ବିଶେଷ ଉପକାର ପାଇବେ।

ତୃତୀୟ ସେତୁଟି ମାଛକୁଣ୍ଡ ନଦୀ ଉପରେ ନିର୍ମାଣ କରାଯିବ। ଏହା ବିଶେଇଗୁଡାକୁ ଯନ୍ତ୍ରୀ ପର୍ଯ୍ୟନ୍ତ ଯୋଡିବ। ୩୭୨ ମିଟର ଦୀର୍ଘ ଏହି ସେତୁ ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ଯନ୍ତ୍ରୀ, ପେପରମେଟଲା ଓ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚାୟତର ଲୋକମାନେ ବିଶେଷ ଉପକୃତ ହେବେ।

କାଳିର ଜବାବ କାଳିରେ ଦେବେ ଓଡ଼ିଶାବାସୀ…

() ଓଡ଼ିଶାବାସୀ ମୋ ପରିବାର l ପରିବାର ଲୋକଙ୍କ ସୁଖ ଓ ଦୁଃଖର ସାଥି ମୋ ସରକାର l ଲୋକେ ପ୍ରଶାସନ ପାଖକୁ ଆସିବେନି, ବରଂ ପ୍ରଶାସନ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସୁଖ ଦୁଃଖ ବୁଝିବ l କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ମୟୂରଭଞ୍ଜ , ସମ୍ୱଲପୁର କି ସୁନ୍ଦରଗଡ଼ ଅବା କଟକ, ହେଉ କି ପୁରୀ l ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟlଳୟ (CMO)ସବୁଠି ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ କରୁଛି l ନିଜ ଗାଁ, ନିଜ ଜିଲ୍ଲା ର ସାମଗ୍ରିକ ବିକାଶ ରଥକୁ ଆଗେଇ ନେବା ପାଈ ହଜାର ହଜାର ସଂଖ୍ୟକ ଲୋକ CMO ଙ୍କୁ ନିଜ ଅଭିଯୋଗ ଓ ସମସ୍ୟାର ଦାବୀ ପତ୍ର ଦେଇ ତାହାର ସମାଧାନ ବାଟ କାଢୁଛନ୍ତି l ୨୫ବର୍ଷର ଜନସେବାକୁ ମୂଳମନ୍ତ୍ର କରିଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ନିଦ୍ଧେର୍ଶରେ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି କରୁଛନ୍ତି l ଲକ୍ଷ୍ୟ ହେଉଛି ନବୀନ ଦେଖିଥିବା ନୂଆ ଓଡ଼ିଶା, ସଶକ୍ତ ଓ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା l ଦିନରାତି ଏକ କରି ବିଭିନ୍ନ ବାଧା ବିଗ୍ନ ସ୍ଵତେ ୫ଟି ସଚିବ ଲୋକଂକ ପାଖରେ ପହଂଚୁଛନ୍ତି ଯାହାକି କର୍ତ୍ତବ୍ୟର ପରାକାଷ୍ଠା l ୨୬ରୁ ଅଧିକ ଜିଲ୍ଲା ଗସ୍ତ କରି ଜନ ଶୁଣାଣୀ କରିବା ସହ ଲୋକଂକ ସହ ସିଧା ସଳଖ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଛନ୍ତି l ୫ଟି ସଚିବଙ୍କ ଜନ ଶୁଣାଣିରେ ଜନସମୁଦ୍ର ପରି ଲୋକଂକ ଭିଡ ପ୍ରମାଣିତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଲୋକଂକ ଆଶା , ବିଶ୍ୱାସ, ଓ ଭଲ ପାଇବା l

ବିକଶିତ ଓଡ଼ିଶା ଗଠନ ହେବା, ଲୋକଙ୍କ ପାଖକୁ ପ୍ରଶାସନ ପହଞ୍ଚିବା, ସଚିବ ଜିଲ୍ଲାରେ ରାତି କାଟିବା, ବିକାଶର ସମୀକ୍ଷା ଗ୍ରାଉଣ୍ଡରେ କରିବା, ଦୁର୍ନୀତି କୁ ମୂଳପୋଛ କରିବା ଦିଗରେ କାମ କରିବା, ମହିଳା ମାନଙ୍କୁ ସଶକ୍ତ କରିବା ଓ ସର୍ବ ପରି ନୂଆ ଓଡ଼ିଶା ଗଠନରେ ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରିବା ଆଦି କାମକୁ ସହଜରେ ହଜମ କରିପାରିନାହାନ୍ତି କିଛି ସ୍ବାର୍ଥନ୍ୟସ୍ତ ଓ ରାଜନୈତିକ ବ୍ୟକ୍ତିମାନେ l ଖାସ ସେଥିପାଇଁ ସେମାନେ ବିକାଶର ବାଟ ରୋକିବାକୁ ସତ୍ୟବାଦୀରେ ଅସତ୍ୟ ପଥକୁ ଆପଣାଇଲେ l ଯେଉଁଥିରେ ମୋହରା ସାଜିଥିଲେ ଜଣେ ଯୁବକ l

ଲୋକଙ୍କ ଅଭିଯୋଗ ଶୁଣିଥିବା ବେଳେ ୫ଟି ସଚିବଙ୍କ ଉପରକୁ କାଳିି ମାଡ଼ କରିଥିଲେ l ଲାଗୁଥିଲା ଯେମିତି ଲୋକଙ୍କ ସମସ୍ୟା ଦୂର ହୋଇଗଲେ ସେ ଯେଉଁ ଦଳର ଆଦର୍ଶରେ ଚାଲିଛନ୍ତି ସେ ଦଳ ଓଡ଼ିଶାରେ କୋମାକୁ ଚାଲିଯିବ l ତେଣୁ ୫ଟି ସଚିବଙ୍କ କାର୍ଯ୍ୟର ସଫଳତାକୁ ସହି ନପାରି ସେ ଓ ତାଙ୍କ ଦଳ ଏତେ ଯନ୍ତ୍ରଣା ପାଇଲେ ଯେ ସତ୍ୟବାଦୀ ପରି ଏକ ସ୍ୱାଭିମାନ ମାଟିରେ କଳଙ୍କର କାଳି ଦାଗ ଲଗାଇଦେଲେ l ବିକାଶ ବିରୋଧୀ ଏହି କାଳି ମାଡ଼କୁ ପୁରା ଓଡ଼ିଶା ନିନ୍ଦା କରିବା ସହ ଏପରି କାଣ୍ଡ ଘଟାଇ ଥିବା ଯୁବକଙ୍କ ସହିତ ତାଙ୍କ ପଛରେ ଥିବା ଷଡଯନ୍ତ୍ର କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋରଦାର ହୋଇଛି l ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଯିଏ ବି ଆଶାନ୍ତି ସୃଷ୍ଟି କରି ରାଜନୀତି କରିବାକୁ ପ୍ରୟାସ କରୁଛନ୍ତି ଓଡ଼ିଶାବାସୀ ତାହାର ଉଚିତ ଜବାବ ଦେବେ ନିଜର ମତଦାନ ଦ୍ଵାରା l 2019ରେ ୫ଟି ସଚିବଙ୍କ ଘରକୁ ଗୋବର ମାଡ଼ ହେଉ ଅବା ଘରକୁ ଧସେଇ ପଶିବା ପରି ସବୁ ଚକ୍ରାନ୍ତ ଫେଲ ହୋଇଯାଇଥିଲା l ଏସବୁ ନିମ୍ନ ଧରଣର ରାଜନୀତିର ଜବାବ ରାଜ୍ୟବାସୀ ଦେଇ ଆସୁଛନ୍ତି l ଆଉ ଏବେ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ପୁରା ଓଡ଼ିଶାରୁ ଉଠିଲାଣି ଗୋଟିଏ ସ୍ୱର କାଳିର ଜବାବ ହାତର କାଳିରେ ଦେବୁ ୨୦୨୪ରେ l

ସୋଆ ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ପ୍ରଶକ୍ଷିଣ ଶିବିର ଆୟୋଜିତ…

()  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଯାଇଛି ।

ପ୍ରଥମ ପର୍ଯ୍ୟାୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା ।ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ ।

ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନୀ ଶାସନୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ପ୍ରୀତିଲଗ୍ନା ଧଳ, ସୁଚିସ୍ମିତା ମିଶ୍ର, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଗ୍ରାମବାସୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଛତୁଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ଫସଲ ଅବଶେଷର ଉପଯୋଗ, ମହୁମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, ଆଜୋଲା ଚାଷ, ସମନ୍ୱିତ ରୋଗ ପୋକ ପରିଚାଳନା ଓ ଭଟିକାଲ୍ ଫାର୍ମିଂ ଇତ୍ୟାଦିକୁ ନେଇ ୧୮ ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରଗୁଡିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହିସବୁ ସ୍ଥାନରେ କୃଷି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହିତ ଶେଷ ପର୍ଯ୍ୟାୟ କୃଷି ପ୍ରଶିକ୍ଷଣ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣଗୁଡିକର ସଫଳତା ପରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ସଫଳ ହେବାକୁ ଯାଉଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହେଉଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଅଂଶଗ୍ରହଣ କରିଥିବା ଗ୍ରାମବାସୀ ତଥା କୃଷକ ସାଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଲ୍‌ ଓଭରବ୍ରିଜ….

() ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ।

ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି,

ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି।

{} ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ ।

ଏହା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ROB ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏହି ରେଲ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news