ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ….

() ସାନ୍ତାଳୀ ଭାଷା ହେବ ଆହୁରି ସମୃଦ୍ଧ ,

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

ବିଭିନ୍ନ ଜନଜାତି ଭାଷାରେ ପ୍ରାଥମିକ ଶିକ୍ଷାର ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପିତ,

ପ୍ରତି ଜିଲ୍ଲାରେ କରାଯିବ Language Lab – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ଜନଜାତି ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସନ୍ତାଳୀ ଭାଷାବିତ୍‌, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ସାନ୍ତାଳୀ ଭାଷାବିତ୍‌ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି। ତାଙ୍କୁ ସାନ୍ତାଳୀ ଭାଷାର ଭାଷାବିତ୍ ମାନେ ସହଯୋଗ କରିଥିଲେ। ସାନ୍ତାଳୀ ଭାଷା ଆମ ସମ୍ବାଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି । ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଜନଜାତି ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଗ୍ରହ ଓ ସଚେତନା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏସବୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍‌ ଲାଇନ୍‌ରେ ଉପଲବ୍‌ଧ ହେବ। ବିଭିନ୍ନ ଜନଜାତି ଭାଷାରେ ସାର୍ଟିଫିକେଟ କୋର୍ସ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରତି ଜିଲ୍ଲାରେ Language Lab କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହାଦ୍ବାରା ଜନଜାତି ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜନଜାତି ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର ପାଇଁ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ବିଭାଗୀୟ କମିଶନର-ତଥା- ଶାସନ ସଚିବ ଶ୍ରୀମତୀ ରୂପାରୋଷନ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ, ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାବିତ୍ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ ଙ୍କ ସହ କୁଇ,କୂଭି, ଗୋଣ୍ଡି ଓ ମୁଣ୍ଡା ଜନଜାତି ପ୍ରତିନିଧି ମାନେ ଉପସ୍ଥିତ ଥିଲେ.

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

() ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,

ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ।

ବାଣ୍ଟିବ ସଚେତନତାର ମନ୍ତ୍ର ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ – ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ । ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ଦୁଇ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଷାନ୍ତ ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ଡିଜିପି ଶ୍ରୀ ସୁନିଲ କୁମାର ବଂଶଲ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ତରଫରୁ ସାଇବର ସୁରକ୍ଷା ରଥକୁ (cyber safety awareness Rath) ସ୍ବାଗତ କରାଯିବ। ପ୍ରତିଦିନ ଅତି କମ୍ ରେ ଦୁଇଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହାସହ ବ୍ଲକ୍‌ ଓ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍କୁଲ ଓ କଲେଜ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା କରାଯିବ।

ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ Mini Marathon ଆୟୋଜନ କରାଯିବ। ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ evening walk କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୫ ତାରିଖ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀ ମାନେ ଉପସ୍ଥିତ ରହିବେ।ଏହି ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରି ସହଯୋଗ କରିବେ।

ବିଦାୟୀ କାଳୀନ ସମ୍ବର୍ଦ୍ଧନା…

() ବ୍ୟାସନଗର ୨୯/୦୯/୨୩ ଇତି ମଧ୍ୟରେ ରାଜ୍ୟ ଜି ଏସ୍ ଟି ବିଭାଗର ଯାଜପୁର ରେଞ୍ଜ, ଜଏଣ୍ଟ କମିଶନର ଶ୍ରୀଯୁକ୍ତ ସୁମନ୍ତ କୁମାର ଧଳ ଙ୍କ ପଦୋନ୍ନତି ହୋଇ କଟକ ସେଣ୍ଟ୍ରାଲ ଜୋନ ର ଆଡିସିନାଲ କମିସନର ଭାବେ ବଦଳି ହୋଇଛି। ଏହି ଅବସର ରେ ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ତରଫରୁ ତାଙ୍କ ଧବଲଗିରି ସ୍ଥ କାର୍ଯ୍ୟାଳୟ ରେ ଶ୍ରୀଯୁକ୍ତ ଧଳଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରା ହେଇଥିଲା। ଉକ୍ତ କାର୍ଯକ୍ରମରେ ଆସୋସିଏସନ୍ ର ସଭାପତି ବିବେକାନନ୍ଦ ମହାନ୍ତି ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା, ପୂର୍ବ ତନ ସଭାପତି ମାନସ ସାମଲ, ଦିପୁ ବାରିକ୍, ଦିଲ୍ଲିପ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉକୀ ଶ୍ରୀଯୁକ୍ତ ଧଳଙ୍କ ଘର ଯାଜପୁର ରୋଡ ରେ ଅବସ୍ଥିତ।

ମୋହନ ଓ ମୁକେଶ ନିଲମ୍ବିତ…

() ବିଧାନସଭା ଇତିହାସରେ ପୁଣି ଏକ କଳଙ୍କିତ ଅଧାୟ ଆଜି ଲିପିବଦ୍ଧ ହୋଇଛି l ବାଚସ୍ପତିଙ୍କ ପଡିୟମ ଉପରକୁ ଡାଲି ଫୋଫାଡ଼ିଲେ ବିଜେପିର ଦୁଇ ବିଧାୟକ. ଅତିରିକ୍ତ ବଜେଟ୍ ଆଲୋଚନା ବେଳେ ଗୃହ ମଧ୍ୟଭାଗରେ ପ୍ରଥମେ ବିଜେପି ବିଧାୟକ ମାନେ ହୋହଲ୍ଲା କରିଥିଲେ ପରେ ପଲିଥିନରେ ଆଣିଥିବ ଡାଲି ଦେଖାଇଲେ, ତାପରେ ଏହାକୁ ପୋଡିୟମ ଉପରକୁ ଫୋଫାଡ଼ିଲେ l ଯେତେବେଳେ କି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଖର୍ଚ୍ଚ ଦାବି ରଖୁଥିଲେ. ଏହା ପରେ ବିଜେପି ବିଧାୟକଙ୍କ ବିଧାନସଭାରେ ବିଶୁଙ୍ଖଳା ଆଚରଣ ନେଇ ବିଜେଡି ବିଧାୟକ ଦେବୀ ମିଶ୍ର ଆପତ୍ତି ଉଠାଇଲେ l କହିଲେ ଏହା ଚେୟାରକୁ ଅସମ୍ମାନ l ପ୍ରଥମେ ବିଜେପି ବିଧାୟକ ମାନେ ଚେୟାରକୁ ସମ୍ମାନ ଦିଅନ୍ତୁ ,ତା ପରେ ପ୍ରତିବାଦ କରିବ ସେ କହୁଥିଲେ l ଏହାପରେ ଗୃହରେ ମୋସନ ଅଣାଯାଇ ଦୁଇ ବିଧାୟକଙ୍କୁ ତାଙ୍କର ଆଚରଣ ପାଇଁ ଗୃହର ନିୟମ ଅନୁସାରେ ନିଲମ୍ବିତ କରିଥିଲେ ବାଚସ୍ପତି l

ବିରୋଧୀ ଦଳ ନେତା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି : ଅରୁଣ…

() କୌଣସି ତଥ୍ୟ ସଂଗ୍ରହ କରୁ ନାହାନ୍ତି କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏପରି ପ୍ରସଙ୍ଗ ଉଠାଉଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ କ୍ଳାରିଫିକେସନ ଦେଇ ସାରିବା ପରେ ସେକଥାକୁ ନଶୁଣି ଏହାକୁ ବାରମ୍ବାର ଉଠାଉଛନ୍ତି । ବିରୋଧୀ ଦଳର ନେତା ମାନଙ୍କ ଅଞ୍ଚଳରେ କେତେ ବିକାଶ ହୋଇଛି ସନେଇ ଖୋଲା ଡିବେଟକୁ ଆମନ୍ତ୍ରଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ବିଧାନସଭାର ସ୍ଵଳ୍ପକାଳୀନ ଅଧିବେଶନ ରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା ଆବଶ୍ୟକ ଥିବାବେଳେ ଏହାକୁ ଆଲୋଚନା ନକରି ଶସ୍ତା ଲୋକପ୍ରିୟତା ପାଇଁ ଅନାବଶ୍ୟକ ପ୍ରସଙ୍ଗ ବାରମ୍ବାର ଉଠାଉଛନ୍ତି ବିରୋଧି ବୋଲି ବିଜେଡି କହିଛି। ଅରୁଣଙ୍କ ଟାର୍ଗେଟରେ ଜୟ ନାରାୟଣ ମିଶ୍ର l ସେ କହିଛନ୍ତି ଯେ ସିଏ ଯେଉଁ କଥା ଉଠାଉଛନ୍ତି ସମସ୍ତ କଥାର ଉତ୍ତର ଦିଆଯାଇଥିବା ବେଳେ ସେ ସମାନ କଥାକୁ ଦୋହରାଇ ଚାଲିଛନ୍ତି।

ଆଜି ଶୁନ୍ୟକାଲ ଏକଥା ଆଲୋଚନା ହେଲା । ଶୁନ୍ୟକାଳ ର ଅବଧି 30 ମିନିଟ ଏହି ସମୟ ମଧ୍ୟରେ ସରକାରୀ କିଛି ସମୟ ବିରୋଧୀ କିଛି ସମୟ ନେବେ । 30 ରୁ 23 ମିନିଟ କହି ସରିବା ପରେ ବିରୋଧୀ ଆହୁରି ଇଚ୍ଛା ପ୍ରକାଶ କରୁଛନ୍ତି।
ଯେହେତୁ ସ୍ମୃତିଶକ୍ତି ହ୍ରାସ ପାଉଛି । କୌଣସି କଥାକୁ ଶୁଣୁ ନାହାନ୍ତି ବୁଝୁ ନାହାନ୍ତି । କୌଣସି ତଥ୍ୟ ସଂଗ୍ରହ କରୁ ନାହାନ୍ତି କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏପରି ପ୍ରସଙ୍ଗ ଉଠାଉଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି l ବିରୋଧୀ ଦଳ ନେତାଙ୍କ ମେଣ୍ଟାଲ ହେଲଥ ପ୍ରବ୍ଲେମ ଅଛି । ଆପଣ ମାନେ ଏକଥା ତାଙ୍କୁ ପଚାରିବେ । ମୁଁ ମଧ୍ୟ ମା ସମଳେଇଙ୍କୁ ପ୍ରାର୍ଥନା କରୁଛି ଶତାୟୁ ହୁଅନ୍ତୁ ସେ ସୁସ୍ଥ ରୁହନ୍ତୁ ଏଇଟା ମୋର ବ୍ୟକ୍ତିଗତ ଇଚ୍ଛା । ତାଙ୍କର ଡାକ୍ତର କହିଲେ କିଡନୀ ଭଲ ହେଲା ହେଲେ ତାଙ୍କର ମେଣ୍ଟାଲ ସମସ୍ୟା ଅଛିକି ନାହିଁ ସେ ଦେଖିଆବେ । ଏକଥା ସେ କଲ୍ୟାରିଫାଇ କରିବେ। ଯଦି ସେ ମାନସିକ ସ୍ତରରେ ସୁସ୍ଥ ତେବେ ସେ ପୂର୍ବରୁ ସମୀର ମହାନ୍ତିଙ୍କୁ ଆକ୍ରମଣ କରିବା ମିଛ କି ? ସମ୍ବଲପୁର ନ ଆସିବାକୁ ବିରୋଧ କରିବା ମିଛ କି ? ବରଗଡ଼ ରେ ଏକ ହତ୍ୟାକାଣ୍ଡ ରେ ବେଲ ରେ ଆସିଛନ୍ତି କେଶ ଲଢ଼ୁଛନ୍ତି। ଖଣ୍ଡା ବୁଲାଇବା ଆଦି କରିନାହାନ୍ତି କି ? ଜଣେ ସୁସ୍ଥ ମାନସିକରେ ଥିବା ବ୍ୟକ୍ତି ଏପରି କଥା କରେକି ? ଆମାନବୀୟ କାର୍ଯ୍ୟ କରୁଛନ୍ତି ଆଇନକୁ ହାତକୁ ନେଉଛନ୍ତି ।
ମୁଖ୍ୟମନ୍ତ୍ରୀ କ୍ଳାରିଫିକେସନ ଦେଇ ସାରିବା ପରେ ସେକଥାକୁ ନଶୁଣି ଏହାକୁ ବାରମ୍ବାର ଉଠାଉଛନ୍ତି । ବୋରିଧି ଦଳ ନେତା ଓ ଅନ୍ୟ ସିନିଅର ନେତା ଯେଉଁମାନେ ଏସବୁ ପ୍ରସଙ୍ଗ ଉଠାଉଛନ୍ତି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଙ୍କ ସମୟରେ କେତେ ବିକାଶମୂଳକ କାର୍ଯ୍ୟ ହୋଇଛି ସେକଥା ହିସାବ ନିକାଶ ହେଉ। ଆପଣ ମାନଙ୍କ ନିର୍ବାଚନ ମଣ୍ଡଳୀ ରେ କେତେ କାମ ହୋଇଛି । ମଞ୍ଚ ବାନ୍ଧିକି ହିସାବ କରିବା ବୋଲି ଅରୁଣ କହିଛନ୍ତି l
ତଥ୍ୟ ଭିତ୍ତିକ ଅବନ୍ତର କଥା କହିବା ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି କରିଥାଏ ସିଧା ସିଧା ଅରୁଣ ଅଭିଯୋଗ କରିଛନ୍ତି l ଏହା ସହ ଚପର ଗସ୍ତର ହିସାବ ଦେଇଛନ୍ତି l
ମୁଖ୍ୟମନ୍ତ୍ରୀ କହିଲେ ବିଗତ ସାଡ଼େ 3 ବର୍ଷରେ 40 କୋଟି ଖର୍ଚ୍ଚ ହୋଇଛି । ତାହେଲେ ବର୍ଷକୁ ମାସକୁ କେତେହେଲା ହିସାବ କରନ୍ତୁ। କମ ସମୟ ମଧ୍ୟରେ ଅଧିକା ସ୍ଥାନ ବୁଲିବା ହଜାର ହଜାର ଲୋକଙ୍କ ଅଭିଯୋଗ ଆଣିବା ହୋଇଛି । ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଲୋକଙ୍କୁ ଯାଇଛି ଏଥିରେ ଜଣେ ବ୍ୟକ୍ତି ନୁଁହେ ଅତିତଟରେ ମୁଖ୍ୟ ଶାସନ ସଚିବ ଯାଇଛନ୍ତି । ଡେଭେଲପମେଣ୍ଟ କମିଶନ ଯାଇଛନ୍ତି । ଅନ୍ୟାନ୍ୟ ବିଭାଗର ସେକ୍ରେଟାରୀ ମାନେ ଯାଇଛନ୍ତି । ସେକଥା ନକହି ଜଣେ ବ୍ୟକ୍ତିଙ୍କୁ ନେଇ ବାରମ୍ବାର ମିଛ କହି ସରକାର କୁ ଯେପରି ପଳେଇ ଆସିବେ ସେପରି ଚିନ୍ତାଧାରା ରେ ଥିବା ବ୍ୟକ୍ତିଙ୍କୁ ମାନସିକ ଚିନ୍ତାଧାରା କ୍ଷୟ ହୋଇନାହିଁ ବୋଲି କହିପାରିବା ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି l

ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରଦାନ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ (ଏସ୍‌ପିଏସ୍‌) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କୁ ବୁଧବାର ସ୍ୱତବ
ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଛି ।
୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚର ବି.ଫାର୍ମା, ଏମ୍ ଫାର୍ମା ଏବଂ ଏମ୍‌. ଏସ୍‌ସି (ବାୟୋଟେକ୍ନୋଲୋଜି)ର  ଛାତ୍ରଛାତ୍ରୀମାନଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି ।

ମହାମାରୀ କରୋନା କାରଣରୁ ଏହି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସମାରୋହ ଅନୁଷ୍ଠିତ ହୋଇପାରି ନଥିଲା । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଭାଗିତା କରିଛି ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ ।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ନନ୍ଦ କହିଥିଲେ ଯେ ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହାକି ଚଳିତ ୨୦୨୩ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ସରେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି । ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମଧ୍ୟ ବିଶ୍ୱବିଦ୍ୟାଳୟକୁ ମଞ୍ଜୁରି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍ ଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ ।

ବିଭିନ୍ନ କ୍ଷେତ୍ରରେ ସହଭାଗିତା ନିମନ୍ତେ ଅନେକ ଶିଳ୍ପ ଓ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସୋଆ ୧୩୭ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ସେ କହିଛନ୍ତି । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍‌ ଏଗ୍‌ଜାମିନେସନ୍ ପ୍ରଫେସର (ଡକ୍ଟର) ମଞ୍ଜୁଳା ଦାସ, ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ ସି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ଏକାଡେମିକ କାଉନ୍‌ସିଲ୍ ସଦସ୍ୟ ଏବଂ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।

ବିଧାନସଭାରେ ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍…

() ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ 2023 ଆଜି ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବିଲ୍ ରେ ବିଭିନ୍ନ ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା |

ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା | ପୃଷ୍ଠପୋଷକମାନଙ୍କର ଦାୟିତ୍ୱ କୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା।ପ୍ରତ୍ୟେକ ଆପାର୍ଟମେଣ୍ଟ ମାଲିକଙ୍କର ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବାଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା |

ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା|ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା | ଏହା ଆପାର୍ଟମେଣ୍ଟର ମାଲିକାନା ଏବଂ ପରିଚାଳନାଗତ ସମସ୍ୟାର ସମାଧାନ ସଂଗେ ସଂଗେ  ଆପାର୍ଟମେଣ୍ଟ ସହିତ ଜଡିତ ସମସ୍ତ ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନଙ୍କ ମଧ୍ୟରେ ପରସ୍ପର ବୁଝାମଣା ଏବଂ ସ୍ୱଚ୍ଛ ବାତାବରଣ ସ୍ଥାପନ କରିବାରେ ସହାୟକ ହେବ  |

୨ମାସ ପଦଯାତ୍ରା କରିବ ବିଜେଡି: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା……

() ଅକ୍ଟୋବର 2ରୁ11 ବିଜେଡି ଜନ ସଂପର୍କ ପଦଯାତ୍ରା,

କାର୍ଯ୍ୟକର୍ତ୍ତାଙ୍କୁ ସୁପ୍ରିମୋଙ୍କ ଚିଠି,ସବିଶେଷ ବିବରଣୀ ଜଣାଅ ।

{} ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠା ଦିବସ ପାଳନ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟିକା,ବିଧାୟକ, ବିଧାୟକ ପ୍ରାର୍ଥୀ,ଜିଲ୍ଲା ସଭାପତି, ଛାମୁଆ ସଂଗଠନଙ୍କର ରାଜ୍ୟ ସଭାପତି ଓ ବିଜେଡି ବ୍ଳକ ଓ ନଗର ସଭାପତିଙ୍କୁ ଚିଠି ଦେଇଛନ୍ତି।

ବୁଧବାର ଶ୍ରୀ ପଟ୍ଟନାୟକ ଚିଠିରେ କହିଛନ୍ତି ଯେ,

ପ୍ରତି ବର୍ଷ ଭଳି ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ତାରିଖ ‘ଗାନ୍ଧୀ ଜୟନ୍ତୀ’ଠାରୁ ଅକ୍ଟୋବର ୧୧ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ‘ ଜନସଂପର୍କ ପଦଯାତ୍ରା’ ପାଳନ କରିବାକୁ ଯାଉଛି । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ ସହିତ ଏ ବର୍ଷର ‘ ଜନ ସଂପର୍କ ପଦଯାତ୍ରା’ ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ। ଅକ୍ଟୋବର ୧୨ ଠାରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍‌ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ ।

ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡ଼ରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ। ଏହା ସହିତ ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ। ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ।

ଶ୍ରୀ ପଟ୍ଟନାୟକ ଜନ ସମ୍ପର୍କ ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦବିର କରିବେ। ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ, ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ଓ ଯୁବ, ଛାତ୍ର ଓ ମହିଳା ପ୍ରଭୃତି ବିଭିନ୍ନ ଛାମୁଆ ସଂଗଠନ ଓ କୃଷକ, ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ, ସଂସ୍କୃତି ପ୍ରଭୃତି ବିଭିନ୍ନ ସାମୁଖ୍ୟର କର୍ମକର୍ତ୍ତାମାନେ ଏଥିରେ ସାମିଲ୍ ହେବେ। ଏହି ସମସ୍ତ କାର୍ଯ୍ୟକ୍ରମ କିଭଳି ସୂଚାରୁରୂପେ ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା ତା’ର ସବିଶେଷ ବିବରଣୀ ମୋ ଅବଗତି ନିମନ୍ତେ ଜଣାଇବେ ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ…

0

କେଉଁ ପରିସ୍ଥିତିରେ ଏକ ଅଧ୍ୟାଦେଶ ଜାରି କରିବା ଆବଶ୍ୟକ ହେଲା, ତାହା ସ୍ପଷ୍ଟ କରିଥିବା ବିବୃତି ଓଡିଶା ଆପାର୍ଟମେଣ୍ଟ ମାଲିକାନା ଆଧୁନିୟମ, 1982 ଏବଂ ଓଡିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, 6 1992 କୁ କାର୍ଯ୍ୟକାରୀ କରିବାରେ ଉପୁଜିଥ‌ିବା ଅସୁବିଧାଗୁଡିକୁ ଦୃଷ୍ଟିରେ ରଖ୍ ଏହାକୁ ବର୍ତ୍ତମାନ ସମୟ ନିମନ୍ତେ ପ୍ରାସଙ୍ଗିକ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ଆଇନକୁ ରଦ୍ଦ କରି ଏକ ନୂତନ ଆଇନ ଆଣିବା ଆବଶ୍ୟକ ବୋଲି ମୁଁ ଅନୁଭବ କରାଯାଇଥିଲା।

ଆପାର୍ଟମେଣ୍ଟ ଏବଂ ଗ୍ରୁପ୍ ହାରସିଂକୁ ପ୍ରୋତ୍ସାହିତ କରିବା ପାଇଁ ଉପରୋକ୍ତ ଅଧୁନିୟମ ଏବଂ ନିୟମ ଗୁଡିକ ଉଦ୍ଦିଷ୍ଟ ଥିଲା, କିନ୍ତୁ ସମୟାନୁକ୍ରମେ,ବାଲିଗତ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସାଧାରଣ କ୍ଷେତ୍ର ଓ ସୁବିଧାର ଅଧିକାର ତଥା ଏହାର ସଠିକ୍ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିବା ଏକାନ୍ତ ଆବଶ୍ୟକ ପଡିଥିଲା । ଏହା ସହ ଆପାର୍ଟମେଣ୍ଟଗୁଡିକର ମାଲିକାନା,ଉତ୍ତରାଧିକାର ଏବଂ ଅନ୍ତରଣ ସମ୍ବନ୍ଧରେ ସ୍ପଷ୍ଟ ପ୍ରାବଧାନର ଆବଶ୍ୟକତା ଅନୁଭୂତ ହେଉଥିଲା।

ଇତି ମଧ୍ୟରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ (ସଂଶୋଧନ) ନିୟମ, 2021 ଓ ସ୍ଥାବର ସମ୍ପତି (ନିୟମାବଳୀ ଏବଂ ବିକାଶ) ଅଧିନିୟମ, 2016 ମଧ୍ୟରେ ଆପାତତଃ ଅସଙ୍ଗତି କାରଣରୁ ମାନ୍ୟବର ଓଡିଶା ହାଇକୋର୍ଟରେ ଏକାଧ‌ିକ ମାମଲା ଦାଖଲ ଓଇଥିଲା। ଏଥିଯୋଗୁଁ ଆପାର୍ଟମେଣ୍ଟଗୁଡିକର ପଞ୍ଜୀକରଣ ବନ୍ଦ ହୋଇଯାଇଛି ଯେଉଁଥିପାଇଁ ଆପାର୍ଟମେଣ୍ଟ କ୍ରେତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସରକାରଙ୍କ ରାଜସ୍ବ ମଧ୍ୟ ହ୍ରାସ ପାଇଛି | ସ୍ଥାବର ସମ୍ପତି (ନିୟମାବଳୀ ଏବଂ ବିକାଶ) ଅଧିନିୟମ, 2016 ଏକ କେନ୍ଦ୍ରୀୟ ଆଇନ ଏବଂ ଏହି ଆଇନ ଅନୁଯାୟୀ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧୁନିୟମକୁ ବ୍ୟାପକ ରୂପେ ସଂଶୋଧନ କରିବା ଜରୁରୀ ହୋଇଥିଲା। ତଦନୁଯାୟୀ ଉକ୍ତ ଆଇନର ଅଧିକ ସଂଶୋଧନ କରିବା ପରିବର୍ତ୍ତେ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, 2023 ପ୍ରଣୟନ କରିବାକୁ ପ୍ରସ୍ତାବ ଦିଆଗଲା।

ବିଷୟଟି ଜରୁରୀ ହୋଇଥିବାରୁ ଓ ସେତେବେଳେ ଓଡିଶା ବିଧାନ ସଭାର ଅଧିବେଶନ ଚାଲୁ ନ ଥ‌ିବାରୁ, ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନା ସହ ଜଡିତ ଏକ ନୂତନ ଆଇନ ପ୍ରଣୟନ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଏକ ଅଧ୍ୟାଦେଶ ଜାରି କରାଯାଇଥିଲା ।

ଓଡିଶା ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି..

() ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ।

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା । ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ ମନରେ ବ୍ୟବସ୍ଥା ପ୍ରତି ଆସ୍ଥା ସୃଷ୍ଟି କରୁଥିଲା।

କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା । ସେ ଯାହା ହେଉ ନା କାହିଁକି, କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା । ୨ ବର୍ଷ ଧରି କୋଭିଡ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଲା ଏବଂ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ଆମେ ପଦକ୍ଷେପ ନେଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ ।

୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣୀ ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣୀ ହେଲା ଏବଂ ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ୪୩୫୩୬ ଦରଖାସ୍ତର ଫୈସଲା କରାଯାଇଛି। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି। ଉତ୍ତରୀଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ । ଅଭିଯୋଗକାରୀ ମାନଙ୍କୁ ଲିଖିତ ଉତ୍ତର ଦିଆଯାଉଛି ଏବଂ ମୋ ସରକାର ଜରିଆରେ ଫୋନ କରାଯାଇ ସେମାନଙ୍କ ଠାରୁ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ମୁଁ ଦୃଢତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା । ଆପଣମାନଙ୍କର ମନେ ଥାଇପାରେ ଯେ କୋଭିଡ ସମୟରେ କୋଭିଡ ପରାଚାଳନା ସଂପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍‌କୁ ବିଭିନ୍ନ ସ୍ଥାନକୁ ମୁଁ ପଠାଇଥିଲି। ଯେତେବେଳେ ସମସ୍ତେ ଘର ଭିତର ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲାରୁ ଜିଲ୍ଲାକୁ ବୁଲି କୋଭିଡ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ । ଏହି ବ୍ୟବସ୍ଥା ଆମକୁ ତ୍ବରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା ଏବଂ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ ।

ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?  ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ । ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି ।

ହେଲିକପ୍ଟର ବ୍ୟବହାର ସଂପର୍କରେ –

ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପାଖରେ ଅସମ୍ଭବ ଅଟେ ।

ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି । ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ ।

ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି । ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି । ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି। ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ।

ସେ ଯାହା ହେଉ ନା କାହିଁକି, ଆମ ସମସ୍ତେ ଜନତାର ସେବକ । ଜନସାଧାରଣଙ୍କ ଅଭିଯୋଗର ଶୁଣାଣୀ ଆମର ସର୍ବୋଚ୍ଚ ପ୍ରାଥମିକତା ।

ଜନସାଧାରଣ ଖୁସି

ଲୋକ ପ୍ରତିନିଧିମାନେ ଖୁସି

ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ । ମୋ ସରକାର ପାଇଁ, ଜନସାଧାରଣ ହେଉଛନ୍ତି ପ୍ରଥମ । ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋcଚ୍ଚ ପ୍ରାଥମିକତା ଏବଂ ଏହାକୁ ସର୍ବୋତ୍ତମ ଭାବରେ ସଂପାଦନ କରିବା ପାଇଁ ମୁଁ କାମ କରିଚାଲିବି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news