ଭକ୍ତିର କିଣାବିକା… 

() ମଣିଷ ଜୀବନରେ ସବୁ ସମ୍ଭନ୍ଧକୁ ବ୍ୟବସାୟୀକରଣ କରିସାରିଛି l ଏଥିରୁ ବାଦ୍ ପଡ଼ିଲେନି ଭକ୍ତ ଓ ଭଗବାନ l ସାଂସାରିକ ସମ୍ଭନ୍ଧରେ ଦିଆନିଆ ଏକ ନୀତିଦିନିଆ କାର୍ଯ୍ୟ l ଯାହାକି ଭାବହୀନ ଓ ଆଡମ୍ବର ଯୁକ୍ତ l ମଣିଷ ନିଜର ଗରିମା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ଦିଆନିଆ କରନ୍ତି l ଯାହା ଦ୍ଵାରା ପ୍ରାୟତ ସମସ୍ତ ସମ୍ପର୍କରେ ମଧୁରତା ଓ ବିଶ୍ୱସନୀୟତା ହ୍ରାସ ପାଇଛି , କିନ୍ତୁ ସ୍ବାର୍ଥ ପର ମଣିଷ ଏତିକିରେ ସୀମିତ ରହିଲା ନାହିଁ l ଦୁଇପାଦ ଆଗକୁ ଯାଇ ଭକ୍ତ ଓ ଭଗବାନ ମଧ୍ଯରେ କିଣାବିକା ଆରମ୍ଭ କରିଦେଇଛି l

ଈଶ୍ୱର ହେଉଛନ୍ତି ସବୁଠାରୁ ଦୟାଳୁ l ନା ସେ ଚାହାଁନ୍ତି ଅର୍ଥ ନା ମହାଭୋଗ l ସେ କେବଳ ଚାହାଁନ୍ତି ଭକ୍ତି ଓ ଭାବନା l ହେଲେ ଆଜିର ମଣିଷ ଭକ୍ତି ଭାଵନା ଅପେକ୍ଷା ଦିଆନିଆରେ ବେଶୀ ବିଶ୍ୱାସ କରୁଛି l ୨ ଟଙ୍କାର ଦୀପ ଦେଇ ୨କୋଟିର ସମ୍ପତ୍ତି ମାଗୁଛି ଓ ତାହା ସହିତ ପିଲା ଛୁଆଙ୍କ ଚାକିରୀ ଓ ଗାଡି ଫ୍ରି ! ଯେପରି ଭଗବାନଙ୍କ ପାଖରେ ତାର ପୂର୍ବ ଜନ୍ମର ବକେୟା ଥିଲା l ଆଉ କିଏ ତ ବର୍ଷକୁ ଥରେ ମୁଣ୍ଡିଆ ମାରି ସୁନ୍ଦର କନିଆଁ ଓ ବର ମାଗୁଛନ୍ତି l ମଣିଷର ଏ ଅବାସ୍ତବ ଭକ୍ତି ଉଭୟ ଭକ୍ତ ଓ ଭଗବାନଙ୍କୁ ଦ୍ଵନ୍ଦରେ ପକାଇଛି l ଏ ଅଦିନିଆ ଭକ୍ତ ସଂଖ୍ୟା ଏବେ ସମାଜରେ ସର୍ବାଧିକ l ଆଜିର ସମାଜରେ ଭାଗବାନ ଏବେ ଇନସୁୁରାନ୍ସ ସାଜିଛନ୍ତି l ବିପଦରେ ପଡ଼ିଲେ ଯେପରି ମଣିଷ ଇନସୁୁରାନ୍ସ କ୍ଲେମ କରେ ସେହିପରି କେବଳ ଦୁଃଖରେ ଭଗବାନ ଲୋଡା ପଡ଼ୁଛନ୍ତି ସର୍ବାଧିକ ଲୋକଙ୍କର l ଘଣ୍ଟା ଘଣ୍ଟା କେ ଭଗବାନଙ୍କୁ ଦିଆ ଯାଉଛି ଧମକ l ଯଦି ଦାବି ପୂରଣ ନହୁଏ ତେବେ ମନ୍ଦିର ଦୁଆରକୁ ଆସିବୁ ନାହିଁ ବୋଲି କହୁଛନ୍ତି ବର୍ଷକୁ ଥରେ ଆସୁଥିବା ଭକ୍ତ l ତେଣୁ ଏ ବିଡମ୍ବନା ଭକ୍ତି ମାର୍ଗରେ କିଭଳି ବାଧା ସୃଷ୍ଟି କରୁଛି ତାହା ବିଚାର ଯୋଗ୍ୟ l ଏବେ ଭଗବାନଙ୍କୁ ପାଇବାର ଆଶା ନାହିଁ , ଭଗବାନଙ୍କ ଠୁ ପାଇବା ସାର ହୋଇଛି l

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା…

() ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

ନିଜସ୍ୱ ପାଣ୍ଠିରୁ ୧୦.୯୨ କୋଟି ଟଙ୍କା ଖର୍ଚ୍ଚ,

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି । ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ…

() ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ,

ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।

ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା ତିନି ମାସ ରେ କାମ ସାରିବାକୁ ନିର୍ଦ୍ଦେଶ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ..

() କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ । ମାନ ଓ ଗୁଣବତ୍ତା ଯାଞ୍ଚ ପରେ ମିଳିଲା ସ୍ବୀକୃତି । ୨୦୨୦ରେ କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ ହୋଇଥିଲା ।

ଅପପ୍ରଚାରକୁ ବିଧାନସଭାରୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ: ଘାଇଲା ବିରୋଧୀ…..

() ଓଡ଼ିଶାବାସୀଙ୍କୁ କେହି ଭ୍ରମିତ କରିପାରିବେନି l ଅପପ୍ରଚାର ଦୃଢ଼ ଜବାବ ଦିଆଯିବ l ଓଡ଼ିଶାର ବିକାଶରେ ଯିଏ ବାଧା ସାଜିବ ତାକୁ ବିରୋଧ କରାଯିବ l କାରଣ ନିର୍ମାଣ ଚାଲିଛି ନୂଆ ଓଡ଼ିଶା, ସଶକ୍ତ ଓ ବିକଶିତ ଓଡ଼ିଶା l ଜନ ସେବାକୁ ମୂଳମନ୍ତ୍ର କରି ରାଜ୍ୟ ସରକାର କାମ କରୁଛନ୍ତି l ଏପରି ନୂଆ ରଣନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକଶିତ ଓଡ଼ିଶାକୁ ନିର୍ମାଣ କରୁଛନ୍ତି l ଆଉ ବିକାଶରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଜନ ବିରୋଧୀ ଆଖ୍ୟା ଦେଇ ନବୀନ କଡ଼ା ଜବାବ ଦେଇଛନ୍ତି l

ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନବୀନ ଆଭିମୁଖ୍ୟ ସ୍ପଷ୍ଟ ବାରି ହୋଇପଡିଥିଲା l ଅଧିବେଶନର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ l ଯାହା ବିରୋଧୀଙ୍କ ଅପପ୍ରଚାରକୁ ଶକ୍ତ ଚାପୁଡ଼ା ଦେଇଥିଲା l ୫ଟି ସଚିବଙ୍କ ଜିଲ୍ଲା ଗସ୍ତ, ମନ୍ତ୍ରୀ ବଡ ନା ସଚିବ ବଡ ଓ ସିଏମଓ ଙ୍କ ଚପର୍ ଖର୍ଚ୍ଚକୁ ନେଇ ସଚିବଙ୍କ ନବୀନ ବିରୋଧୀ ସବୁ ପ୍ରଶ୍ନ ଓ ଅପପ୍ରଚାରର ଗୋଟି ଗୋଟି କରି ନିଜ ବିବୃତିରେ ରଖିଥିଲେ l ଲୋକଙ୍କ ସମସ୍ୟାର ସମାଧାନ କରିବା ମୋ ସରକାରଙ୍କ ପ୍ରାଥମିକତା । ମୋ ନିଦ୍ଦେର୍ଶରେ ସିଏମଓ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଛି। ଦୁଇ ବର୍ଷର କୋଭିଡ ବ୍ୟାଘାତ ଯୋଗୁଁ ମୁଁ ସିଏମ୍ ଗ୍ରିଭାନ୍ସ ସେଲ୍କୁ ଲୋକଙ୍କ ଦ୍ୱାର ପାଖକୁ ପହଞ୍ଚାଇଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା କହିଥିଲେ । ଏହାସହ CM ଅଭିଯୋଗ ସେଲ୍ CMO ଦ୍ୱାରା ପରିଚାଳିତ ଏବଂ ମୋର ନିର୍ଦ୍ଦେଶ ଅନୁଯାୟୀ CMO ର ଅଧିକାରୀମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ବିକେନ୍ଦ୍ରୀକରଣ ଅଭିଯୋଗ ସେଲ୍ ପରିଚାଳନ ଏହାକୁ ନେଇ ରାଜନୀତି କରିଥିବା ଜନବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ବିରୋଧି ବିଜେପି ଓ କଂଗ୍ରେସକୁ ନିଶାନା କରି କହିଥିଲେ। ସିଏମଓ ଜିଲ୍ଲାଗସ୍ତ ଅଭିଯୋଗର ଯୁଦ୍ଦକାଳୀନ ସମ କରାଯାଉଛି । ଲୋକଙ୍କ ସେବାରେ ସିଏମଓ ବୋଲି ନବୀନ ଗୃହରେ ବିରୋଧୀକୁ ସିଧା ଶୁଣାଇ ଦେଇଥିଲେ l ଗୋଟି ଗୋଟି କରି ରାଜ୍ୟବାସୀଙ୍କ ଆଗରେ ବିରୋଧୀଙ୍କ ଅପପ୍ରଚାର ଜବାବ ଦେଇ ନବୀନ କହିଥିଲେ ଯେ ଏହି ୬ ମାସ ମଧ୍ୟରେ ୧୯୦ ରୁ ଅଧିକ ସ୍ଥାନରେ CMO ପହଞ୍ଚିଥିଲା । ପ୍ରତିଦିନ ତିନି ରୁ ପାଞ୍ଚଟି ସ୍ଥାନ ଆବୃତ କରାଯାଉଥିଲା ଏବଂ ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ ୫୭୪୪୨ ଟି ଆବେଦନ ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୪୩୫୩୬ ଟି ଆବେଦନ ସମାଧାନ ହୋଇସାରିଛି। ଆବେଦନକାରୀଙ୍କୁ ଲିଖିତ ଉତ୍ତର ଦିଆଯାଏ ଏବଂ ମୋ ସରକାର ମାଧ୍ୟମରେ ଫୋନ୍ କଲଗୁଡିକ ମତାମତ ଦିଆଯାଏ | ମୁଁ ସମସ୍ତ ଦୃଢ଼ତା ସହିତ କହିବି ଯେ – ଏହା ହେଉଛି ସବୁଠାରୁ ବଡ ଏବଂ ପ୍ରଭାବଶାଳୀ ଲୋକମାନଙ୍କର ଅଭିଯୋଗ ସମାଧାନ |

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି । ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା ବେଳେ CMOର ଅଭିଯୋଗ ଶୁଣାଣି ପାଇଁ ସମାନ ହାରରେ ହେଲିକପ୍ଟର ଖର୍ଚ୍ଚ ହୋଇଛି ବୋଲି ନବୀନ କହିଛନ୍ତି । ହେଲିକପ୍ଟର ବ୍ୟବହାର ମାତ୍ରାଧିକ ଖର୍ଚ୍ଚ ଅଭିଯୋଗ ସଂପୂର୍ଣ୍ଣ ମି୍ଥ୍ୟା ଓ ଅଭିସନ୍ଧିମୂଳକ ବୋଲି ନବୀନ କହି ବିରୋଧୀଙ୍କ ମୁହଁ ଚୁପ୍ କରିଦେଇଥିଲେ ବିଧାନସଭାରେ l ସେହିପରି ମୁଖ୍ୟମନ୍ତ୍ରୀ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ନିଜ ବିବୃତିରେ ବିରୋଧୀ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଠିକ୍ ସେ ନକଲେ କଣ ପରିଣାମ ଭୋଗିବାକୁ ପଡେ ତାହା ଚେତାଇ ଦେଇଥିଲେ ନିଜ ବିବୃତିରେ l ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶକୁ ବିରୋଧ କଲେ ନେତାଙ୍କ ବିଧାନସଭାକୁ ଆସିବା ବାଟ ବନ୍ଦ କରିଦେବେ ଜନତା । କାରଣ ଗୃହକୁ ଫେରିନାହାନ୍ତି ଜନ ବିରୋଧି ନେତା । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବିରୋଧି ନେତାଙ୍କ ଏପରି ଭବିଷ୍ୟତବାଣୀ ବିରୋଧୀ ଦଳକୁ ଚିନ୍ତାରେ ପକାଇ ଥିଲା l
ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧା କିଏ ବୋଲି ଗୃହରେ ଜବାବ ଦେବା ପରେ ମୁଖ୍ୟ ବିରୋଧୀ ବିଜେପିର ପାଟି ପୁରା ଚୁପ୍ ହୋଇ ଯାଇଛି l ଗୃହରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ । ତାଙ୍କୁ ଦିବଂଗତ ଭଉଣୀ ଗୀତା ମେହେଟ୍ଟା ମୋ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଠାଇଥିଲେ । ଶ୍ରଦ୍ଧାଙ୍କୁ କୌଣସି ସରକାରୀ କ୍ବାଟର୍ସ ଦିଆଯାଇନାହିଁ ।

ଏହାସହ ନବୀନ କହିଛନ୍ତି, ଲୋକଙ୍କ ସ୍ବାର୍ଥ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଉ । ଅଯଥା ପ୍ରସଙ୍ଗରେ ସମୟ ନଷ୍ଟ କରାନଯାଉ। ବିରୋଧୀମାନେ ଅଯଥା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି । ଯେଉଁ କାରଣରୁ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ନବୀନ । ଶ୍ରଦ୍ଧାଙ୍କୁ ନେଇ ବିଭ୍ରାନ୍ତ କରୁଥିଲେ ବିରୋଧୀ । ଏନେଇ ବିବୃତି ରଖି ନବୀନ ଶ୍ରଦ୍ଧାଙ୍କ ବାବଦରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।
ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଶେଷ ଯାଏ ମୁଖ୍ୟମନ୍ତ୍ରୀ ରଣନୀତିରେ ଘାଇଲା ହୋଇଛନ୍ତି ବିରୋଧୀ l ସବୁଠାରୁ ବଡ କଥା ହେଉଛି ବିଧାନସଭାରୁ ଅପ ପ୍ରଚାର ବିରୋଧୀ ଆଭିମୁଖ୍ୟକୁ ଦୃଢ କରିଛନ୍ତି ନବୀନ l

ବିଜେବି କଲେଜର ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ୍’ ତରଫରୁ ଗାନ୍ଧୀ ଜୟନ୍ତି ପାଳିତ ହୋଇଯାଇଛି….

() ଗତ ସୋମବାର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧାକର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଶ୍ରୀ ଦାସ ବେନହୂର ଓ ବିଜେବି କଲେଜର ଅଧ୍ୟକ୍ଷ ଗୁଲାମ ମଇଉଦ୍ଦିନ ଖାନ ପ୍ରଭୃତ୍ତି ଯୋଗଦାନ କରି ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଓଡି଼ଶା ଯୋନର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସର୍ବେସ ରଞ୍ଜନ ଓ ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ରର ଉପ-ମହାପ୍ରବନ୍ଧକ ଶ୍ରୀ ନିରଞ୍ଜନ ବାରିକ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆୟୋଜିିତ ହୋଇଥିବା ରଚନା, ବକ୍ତୃତା, ସାଧାରଣ ଜ୍ଞାନ ପ୍ରଭୃତ୍ତି ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗୀତାର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ନଗଦ ରାଶି, ଫଳକ ତଥା ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବ ଓ ପୁରସ୍କାର ନିମନ୍ତେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା ।ଉକ୍ତ ଉତ୍ସବରେ ବିଜେବେ ଫ୍ରେଣ୍ଡସ୍‌ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ସମ୍ପଦକ ଶ୍ରୀ ସତ୍ୟବ୍ରତ ଧୂପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେ ରିର୍ଜଭ ବ୍ୟାଙ୍କ ପୂର୍ବତନ ଡେପ୍ୟୁଟି ଗଭର୍ନର ସର୍ବଶ୍ରୀ ହାରୁନ୍ ରସିଦ ଖାନ, ରାଜକିଶୋର ଚୌଧୁରୀ, କୃଷ୍ଣ ଚନ୍ଦ୍ର ପାତ୍ର, କେଦାର ପଟ୍ଟନାୟକ, ରାମଶଙ୍କର ନନ୍ଦ, ଅସିମାନନ୍ଦ ମହାନ୍ତି, ଶ୍ୟାମସୁନ୍ଦର ପଟ୍ଟନାୟକ, ସୁଶ୍ରୀ ଚିତ୍ରା କାନୁନଗୋ, ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ତଥା କଲେଜ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।ଉତ୍ସବଟିକୁ ବିଜେବି କଲେଜର ଅଧ୍ୟାପିକା ଡା. ଶ୍ରୀମତୀ ସମ୍ପ୍ରତି ପଣ୍ଡା ପରିଚାଳନା କରିଥିଲେ ।

ଖୁସି ହିଁ ଖୁସି ବାଣ୍ଟେ…. 

() ସମସ୍ତେ ଖୁସି ବାଣ୍ଟି ପାରନ୍ତିନି l କାରଣ ଖୁସି ବାଣ୍ଟିବା ହୃଦୟବାନ ବ୍ୟକ୍ତିର ପରିଚୟ ଦିଏ l ଯିଏ ଯେତେ ହୃଦୟବାନ ବ୍ୟକ୍ତି ସେ ସେତେ ଖୁସି l ଆଜିର ସ୍ବାର୍ଥପର ଦୁନିଆରେ ଖୁସି ଯେମିତି ଏକ କେବଳ ଶବ୍ଦ ଟିଏ l ଖୁସି ହେବାକୁ ଧନୀ କି ଗରିବର ପରିଚୟ ଦରକାର ନାହିଁ l କେବଳ ହୃଦୟ ଟା ନିର୍ମଳ ଦରକାର l ପ୍ରତ୍ୟେକ ମଣିଷ ନିଜେ ଖୁସି ରହିଲେ ଅନ୍ୟକୁ ଖୁସି ଦେଇପାରିବ ନାହିଁ l ଏହା ଆପଣ ଜୀବନରେ ଅନେକ ଘଟଣାକୁ ଦେଖିଲେ କି ବିଚାର କଲେ ଜାଣିପାରିବେ l ସହର ହେଉ କି ଗାଁ l ସବୁଠୁ ଓ ସବୁ ସମୟରେ ଜଣେ ବ୍ୟକ୍ତି ଅନ୍ୟକୁ ଖୁସି ବାଣ୍ଟି ପାରିବ l ଏଥିପାଇଁ ମାନସିକତାର ପରିବର୍ତ୍ତନ ଓ ଦୃଷ୍ଟିଭଙ୍ଗୀ ଟିକେ ସ୍ଵତନ୍ତ୍ର ହେବାର ଆବଶ୍ୟକ ରହିଛି l ଯାହା ଏକ ସୁସ୍ଥ ସମାଜ ଗଠନ କରିବା ବେଶ ସହାୟକ l ହଠାତ୍ ରାଜଧାନୀ ରାଜ ରାସ୍ତାରେ ଜଣେ ଅଜଣା ବ୍ୟକ୍ତି ସକାଳୁ ଦୋକାନରେ ଧୂପ ଦେଉଥିବା ଏକ ଛୋଟିଆ ଫଳ ଦୋକାନୀ ପାଖକୁ ଯାଇ କହିଲା ବାବୁ ମତେ ଭାରୀ ଭୋକ କରୁଛି,ଫଳ ଗୋଟେ ଦିଅନ୍ତୁ ଖାଇବି l 3ଦିନ ହେବ କିଛି ଖାଇନାହି l ବାଶ ଏତିକି ଶୁଣି ଦୋକାନୀ କିଛି ଚିନ୍ତା ନକରି ଫଳଟିଏ ଖାଇବାକୁ ଦେଇଥିଲା ସେ ଭୋକିଲା ଲୋକକୁ l ଫଳ ଖାଇଲା ପରେ ଲୋକଟି ଆତ୍ମା ଖୁସି ଓ ଦୋକାନୀ ବି ଫଳ ଟିଏ ଦେଇ ଗୋଟେ ଲୋକର ମନ୍ ଖୁସି କରିପାରୁଥିବାରୁ ସେ ଭାରୀ ଖୁସି l ଅନ୍ୟ ଗୋଟେ ସ୍ଥାନରେ ଦେଖାଗଲା ଯେ ଜଣେ ଅତି ପ୍ରଭାବଶାଳୀ ବ୍ୟକ୍ତି ଗୋଟେ ଦୋକାନରେ ଖାଉଥିବା ସମୟରେ ଜଣେ ଭିକାରୀ କିଛି ଖାଇବାକୁ ମାଗିଲା l ହେଲେ ବ୍ୟକ୍ତି ଜଣକ ନଜାଣିଲା ପରି ଖାଇସାରି ନିଜ ଦାମୀ ଗାଡ଼ିରେ ବସି ପଳେଇଲା l ହୁଏତ ଧନୀ ଲୋକଟି ବେଶ ଖୁସିରେ ଜୀବନ କଟାଉଛି l ହେଲେ ଖୁସି କିନ୍ତୁ ବାଣ୍ଟି ପାରିବ ତା ପକ୍ଷରେ ସମ୍ଭବ ନୁହେଁ l ଦୁନିଆରେ ସବୁ ଜିନିଷ ସମସ୍ତଙ୍କୁ ମିଳିବ ନାହିଁ l ହେଲେ ଜଣେ ନିଜେ ଚାହିଁଲେ ସବୁ କଷ୍ଟକୁ ସହି ଖୁସିରେ ରହିବା ସହ ଅନ୍ୟକୁ ଖୁସି ବାଣ୍ଟି ପାରିବ l ଜୀବନର ପ୍ରେମ, ବିଶ୍ୱାସ , ଭରଷା ଭିତରେ ସମୁଦ୍ର ପରି ଭରି ରହିଛି ଖୁସି l ତେଣୁ କିଛି ଚିନ୍ତା ନକରି, କିଛି ସ୍ବାର୍ଥ ନଥାଇ ନିଜେ ଖୁସିରେ ରହିବା ଓ ଅନ୍ୟକୁ ଖୁସି ବାଣ୍ଟିବା l ତାହାଲେ ଏ ଜୀବନ ସରସ ଓ ସୁନ୍ଦର ହୋଇପାରିବ l ଖୁସି ହେବା ଓ ବାଣ୍ଟିବା ଭିତରେ ଗର୍ବ, ଅହଙ୍କାର ସହ ପାଇବା ଓ ହରାଇବାର ସମ୍ଭାବନା ଯେ କୁଆଡେ ଆପେ ଆପେ ଲୁଚିଯିବ ଆମ ଜୀବନ ଯାତ୍ରାରେ ଭିତରେ ତାହା କେବଳ ନିଜେ ଅନୁଭବ କରି ପାରିବ ଖୁସିରେ ଥିବା ବ୍ୟକ୍ତି ଜଣକ l

ଗୃହ ନ ଚାଲିବା ଦୁର୍ଭାଗ୍ୟ ନିନ୍ଦନୀୟ…

() ଗୃହ ଚାଲି ପାରିଲାନି ଦୁର୍ଭାଗ୍ୟ ଓ ଦୁଃଖିତ।ରାଜରାସ୍ତାରେ ବିଭିନ୍ନ ସଂଘଟାନ ତାଙ୍କ ଦାବି ନେଇ ବସିଛନ୍ତି ତାକୁ ଆଲୋଚନା ହୋଇଥାନ୍ତା।ଦୂର୍ତ୍ୟଧୟରେ ତାର ପ୍ରଭାବ ପଡ଼ିବ।ସ୍ବାସ୍ଥ୍ୟ କୁ ନେଇ ମୁଲତବୀ ପ୍ରସ୍ତାବ ଥିଲା କିନ୍ତୁ ହୋଇପାରିଲା ନି।ଶୂନ୍ୟ କାଳ ରେ ବେଦାନ୍ତ କୁ ନେଇ ପ୍ରସଙ୍ଗ ଉଠା ଯାଇଥାନ୍ତା।ସୁପ୍ରିମକୋର୍ଟ ରାଜ୍ୟ ସରକାର ଙ୍କୁ କାଡା ଭାଷାରେ ନିନ୍ଦା କରିଛନ୍ତି।ମୁଖ୍ୟମନ୍ତ୍ରୀ ସରକାର ଚାଲାଇପାରିବା କଥା ନୁହେଁ ।ତାଙ୍କ ଉପରେ ମାମଲା ରୁଜୁ ହୋଇପାରେ।ସେତେ ବେଳେର ମିଳିତ ସରକାରରେ ଥିବା ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇପାରେ।ଖାଲି ନେତା ନୁହେଁ ଅଫିସରଙ୍କ ବିରୋଧରେ ବି ହୋଇପାରେ। ତା ଉପରେ ଗୃହରେ ଗୁରୁତ୍ଵ ଦେଇ ଆଲୋଚନା ହେବା କଥା।ବିରୋଧୀ ବିରୋଧ କରିବେ।ସରକାର ଗୃହ ଚଳାଇବା କଥା କିନ୍ତୁ ନ ଚଳାଇବା ଭୁଲ ।କଂଗ୍ରେସ ଗୃହରେ କିଛି ବ୍ରିଶୁଙ୍ଖଳ କରି ନି।ଆଉ ସମୟ ନାହିଁ।ଗୋଟେ ଦିନ ଅଛି।କିନ୍ତୁ ଗୃହକୁ ବନ୍ଦ କରିବା ଫଳରେ ଅନେକ ରାଜ୍ୟସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି। ପୂର୍ବରୁ ଗୃହକୁ ସ୍ଵାଭାବିକ କରିବା ପାଇଁ ଅନେକ ରାସ୍ତା ବାହାରିଛି।ଆଜି ମଧ୍ୟ ବାଚସ୍ପତି ବିରୋଧୀ ଙ୍କ ସହ ଆଲୋଚନା କରି ବାହାର କରିପାରିଥାନ୍ତେ କିନ୍ତୁ କଲେ ନି।କି ସର୍ବଦଳୀୟ ବୈଠକ ଡାକିଲେ ନି ।କାହା ଇଙ୍ଗିତରେ ଏମିତି ହେଉଛି ବୁଝା ପଡୁନି।ସରକାର ଭୟ ବିତ୍।ବ୍ୟକ୍ ପୁଟ କୁ ପାଲେଇଛନ୍ତୁ।ବିରୋଧୀ ଙ୍କ ପ୍ରଶ୍ନ ର ଉତ୍ତର ନ ଦେଇ ୟାଡୁ ସ୍ୟାଡୁ କହି ପାଗଳ କହିଲେଣି ବିରୋଧୀ ନେତା ମାନଙ୍କୁ।ବିଜେପି ସଦସ୍ୟ ମଧ୍ୟ ନଚୋଡ୍ ବନ୍ଦୀ।କିନ୍ତୁ ସେ ସଂସଦ କଥାକୁ ତାଙ୍କ ସରକାର ସେଠୀ କେମିତି ଗୃହ ଚଳାଉଛନ୍ତି।ନବୀନ ତାଙ୍କ ଦିଗ୍ଦର୍ଶନ କୁ ଆପଣାଇଛନ୍ତି।ମୋଦି ଆଗେ ଆଗେ ନବୀନ ତାଙ୍କ ପଛେ ପଛେ।କିନ୍ତୁ ଯାହାବି ହେଲେ ତାଙ୍କ ଉପରୁ ନିଲମ୍ବନ କୁ ପ୍ରତ୍ୟାହାର କରିବା କଥା। ତାଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ଦେବା କଥା ବାଚସ୍ପତି।କିନ୍ତୁ ଯାହା ହେଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ହେଉନାହିଁ।

ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ‘ମେଣ୍ଟାଲ ଡିଜଅର୍ଡର’

() ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ ପଡ଼ିଛି । ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ ଦେବା ପାଇଁ ବାଚସ୍ପତି ବିଧାନସଭାରେ ଘୋଷଣା କରିଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ ବ୍ୟବହାର କରିଥିଲେ । ଅରୁଣ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି ଏହି ଶବ୍ଦ ବ୍ୟବହାର କରିଥିଲେ । ତେବେ ଉଭୟ ଦଳର ବିଧାୟକଙ୍କ ଦାବି ଯୋଗୁଁ ଆଜି ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ ଦେବାକୁ ବାଚସ୍ପତି ଘୋଷଣା କରିଛନ୍ତି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ବାଚସ୍ପତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି । ନୟାଗଡ ବିଧାୟକ ଏଥିପାଇଁ କ୍ଷମା ମାଗିବା ଦରକାର । ତା ସହିତ ସେ ବିଜେପିର ୨ ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ଉପରେ ନିଲମ୍ବନ ଉଠାଇବାକୁ ମଧ୍ୟ ନିବେଦନ କରିଛନ୍ତି ।

ଆଦିବାସୀଙ୍କ ହକ୍ ପାଇଁ ବିଜେପି ଉପରେ ବର୍ଷିଲା ବିଜେଡି…

() ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଭାଷା ସଂସ୍କୃତିକୁ ନେଇ ନବୀନ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି। ୨୩ ଟିଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ।ଆଦିବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟ ଭଳି ଦିଗକୁ ଗୁରୁତ୍ଵ ଦେଇଛନ୍ତି ସରକାର। କୁଇ, ମୁଣ୍ଡାରୀ,ଭୂମି ଓ ସୌରା ଭଳି ଭାଷାକୁ କ୍ୟାବିନେଟ୍ ରେ ଅନୁମୋଦନ ମିଳିଛି।ତାକୁ ସାମ୍ବିଧାନିକ ଅଧିକାର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।ସାମ୍ବିଧାନିକ ଅଷ୍ଟମ ଅନୁଛେଦରେ ସ୍ଥାନ ଦେବା ପାଇଁ ନିବେଦନ କଲେ ମଧ୍ୟ କେନ୍ଦ୍ର ସରକାର ନିରବ। କେନ୍ଦ୍ର ସରକାରରେ ଆଦିବାସୀ ମନ୍ତ୍ରୀ ବନିଛନ୍ତି ବିଶେଶ୍ୱର ଟୁଡୁ କିନ୍ତୁ ସେ କେବେ ବି ହେଲେ ଆଦିବାସୀ ଲୋକଙ୍କ କଥା ପାଇଁ କର୍ଣ୍ଣପାତ କରିନାହାନ୍ତି।ବିଧାୟକ ଓ ସାଂସଦକୁ ଲୋକେ ବିଜେପିର ନିର୍ବାଚିତ କରିଛନ୍ତି ତେଣୁ ସେ ତାଙ୍କ କେନ୍ଦ୍ର ସରକାରଙ୍କ ନିକଟରେ ଆଦିବାସୀଙ୍କ ହକ ପାଇଁ ଲଢନ୍ତୁ।ଖାଲି ଭୋଟ ପାଇଁ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ଲୋକ ପ୍ରତିନିଧି। କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆଦିବାସୀଙ୍କୁ ତାଙ୍କ ହକ ଦିଅନ୍ତୁ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news