ପାଣ୍ଡିଆନ ଦଳ ପାଇଁ କାମ କରୁନାହାଁନ୍ତି : ନବୀନ ପଟ୍ଟନାୟକ 

() ରାଜନୀତିରୁ ସନ୍ନ୍ୟାସ ନେଇଥିବା କାର୍ତ୍ତିକ ପାଣ୍ଡିଆନ୍ ଦଳ ପାଇଁ କାମ କରୁନାହାନ୍ତି l ବେଶ କିଛି ଦିନ ଧରି ପାଣ୍ଡିଆନ୍ ଙ୍କୁ ନେଇ ବିଜେଡି ନେତାଙ୍କ ବୟାନବାଜି ଓ ବୈଠକ ନେଇ ଏପରି ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ନବୀନ କହିଛନ୍ତି ଯେ ପାଣ୍ଡିଆନ୍ ରାଜ୍ୟ ଓ ବିଜେଡି ପାଇଁ ବହୁତ ଭଲ କାମ କରିଛନ୍ତି। ସେ 10 ମାସ ତଳୁ ଦଳ ଛାଡ଼ିଛନ୍ତି, ସେ ଦଳ ପାଇଁ କାମ କରୁନାହାନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି l ସେହିପରି ବିଜେଡିରେ ନଥାଇ ବିଜେଡିକୁ ନେଇ କିଛି ନେତା ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହାର କଡା ଜବାବ ରଖିଛନ୍ତି ନବୀନ l ନବୀନ କହିଛନ୍ତି ଯେ ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି l ଚିଟ୍ ଫଣ୍ଡ ମାମଲାରେ ଜେଲ୍ ଯାଇଛନ୍ତି l ଏହାସହ ଯେଉଁ ନେତାମାନେ ବାହାରେ ବୈଠକ କରୁଛନ୍ତି ତାକୁ ନାମାଞ୍ଜୁର କରିଛନ୍ତି ନବୀନ l ବିଜେଡିର ନିଜସ୍ଵ କାର୍ଯ୍ୟାଳୟ ଅଛି, ତେଣୁ ସେଠାରେ ବୈଠକ କରିବାକୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନବୀନ l

ସୋଆ ଆଇବିସିଏସ୍ ପକ୍ଷରୁ ଏସ୍‌ପିଏସ୍‌ଏସ୍ ସମ୍ପର୍କିତ କର୍ମଶାଳା ଆୟୋଜିତ….

ଭୁବନେଶ୍ୱର, ଏପ୍ରିଲ ୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ଷ୍ଟାଟିଷ୍ଟିକାଲ ଡାଟା ଆନାଲିସିସ୍ ୟୁଜିଂ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍‌ସେସ୍‌’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମନୋନିବେଶ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ପରିସଂଖ୍ୟାନ ସମ୍ପର୍କୀୟ ଜ୍ଞାନକୌଶଳ ସମ୍ବନ୍ଧୀୟ ଅଧିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିବା ବେଳେ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି, ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଉପସ୍ଥିତ ବକ୍ତାମାନେ ପିରସଂଖ୍ୟାନ ବ୍ୟବସ୍ଥା ଏବଂ ଡାଟା ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳାର ବିଭିନ୍ନ ଅଧିବେଶନଗୁଡ଼ିକୁ ଡକ୍ଟର ପ୍ରୀତି ୱାଇ. ଷଡଙ୍ଗୀ, ଶ୍ରୀମତି ରୁବୀ ପ୍ରଧାନ ଏବଂ ଶ୍ରୀମତି ସୁଚିସ୍ମିତା ପାହାନ୍ତାସିଂ ପରିଚାଳନା କରିଥିଲେ । କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାସ ପରିଚାଳନା କରିବା ସହ ଡାଟା ଅନୁଶୀଳନ ନିମନ୍ତେ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍‌ସେସ (ଏସ୍‌ପିଏସ୍‌ଏସ୍‌)ର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଶିକ୍ଷା ଓ ଗବେଷଣା ସମ୍ପର୍କରେ ପ୍ରୋତ୍ସାହିତ କରିଥିଲେ ।

ଯାଜପୁର ଜିଲ୍ଲା ପ୍ରତିଷ୍ଠା ଦିବସରେ ବବିଙ୍କ ବିକାଶ କଥା କହୁଛୁ……

() ୧୯୯୩ମସିହା ଅପ୍ରେଲ ୧ତାରିଖ କଟକ ଜିଲ୍ଲାରୁ ଅଲଗା ହୋଇ ନୂତନ କରି ଗଠିତ ହୋଇଥିଲା ଯାଜପୁର ଜିଲ୍ଲା l ଆଜି ୩୨ଟି ବର୍ଷ ଅତିକ୍ରମ କରିଛି l ଯାଜପୁର ଜିଲ୍ଲାକୁ ଓଡ଼ିଶାର ୧ ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ୨୦୦୯ ମସିହାରୁ ସ୍ବପ୍ନ ଦେଖିନ୍ତି ଅଶୋକ ନନ୍ଦନ ପ୍ରଣବ ପ୍ରକାଶ ଦାସ (ବବି ଦାସ ) l ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଯାଜପୁରରେ ଛିଡ଼ା କରାଇବାରେ ସେ ଥିଲେ ମୁଖ୍ୟ ସାରଥୀ l ନୂତନ ଯାଜପୁର ଗଠନର ବିନ୍ଧାଣୀ ସାଜି ଯାଜପୁରକୁ ସ୍ୱତନ ପରିଚୟ ଦେଇଥିଲେ ପୁରା ଓଡ଼ିଶାରେ l ପୁରାତନ ରାଜଧାନୀ ଯାଜପୁର ରାଜ୍ୟ ରାଜଧାନୀ ପରି ସଜେଇ ଥିଲେ ବିକାଶର ଚିତ୍ରରେ l ଦିନେ ଉନ୍ନତ ଗାଁ ଭାବେ ଜଣା ଯାଜପୁର ସହର ଧୀରେ ଧୀରେ ସ୍ମାର୍ଟ ସିଟିରେ ପରିଣତ ହୋଇଥିଲା ତାଙ୍କ ଉଦ୍ୟମରେ l ଗମନାଗମନ ପାଇଁ ସବୁଆଡେ ରିଙ୍ଗ ରୋଡ ସହ ୪ ଲେନ ରାସ୍ତା, ସ୍କୁଲ, କଲେଜ, ମେଡିକାଲ, ଖେଳ ପଡିଆ ଠାରୁ ଆରମ୍ଭ କରି ହକି ଷ୍ଟାଡିୟମ, ଇଣ୍ଡୋର ହଲ, ସଂସ୍କୃତି ଭବନ, କୁସୁମା ପାର୍କ, ଓଡ଼ିଶାର ସବୁଠାରୁ ବଡ ଶିବମୃତ୍ତୀ ସହର ଚାରିପାଶ୍ୱର୍ରେ ସୌନ୍ଦର୍ଯ୍ୟ କରଣ ନକ୍ସାକୁ ବଦଳାଇ ଦେଇଥିଲେ l ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ଶହ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନୂଆରୂପ ଦେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ l ଜିଲ୍ଲାର ଐତିହ ଓ ପର୍ଯଟନସ୍ଥଳୀକୁ ନୂଆରୂପ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ l ବୈତରଣୀ ନଦୀପୀଠର ଉନ୍ନତି ସହ ଜଳ ସେଚନ ପାଇଁ ବ୍ୟାରେଜ ନିର୍ମାଣ କରାଯାଇଛି l ଶିକ୍ଷା, ସ୍ବାସ୍ଥ୍ୟ, ଗମନଗମନ, ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ପର୍ଯ୍ୟଟନ , କ୍ରୀଡା ଭିତ୍ତିଭୂମୀ ବିକାଶରେ ବବିଙ୍କ ଅବଦାନ ୫୦ ବର୍ଷ ଯାଏ କଥା କହିବ l ନବୀନଙ୍କ ବିକାଶର ସାରଥୀ ସାଜି ସେ ଓଡିଶାର ସହ ଯାଜପୁର ଜିଲ୍ଲାକୁ ନୂଆରୂପରେ ଗଢ଼ିଛନ୍ତି l ଜିଲ୍ଲାର ପ୍ରତିଷ୍ଠା ଦିବସରେ କିଏ ତାଙ୍କୁ ନୂତନ ଯାଜପୁରର ବିନ୍ଧାଣୀ କହୁଛି ତ କିଏ ଯାଜପୁର ଦ୍ୱିତୀୟ ଯଯାତି କେଶରୀ ବୋଲି କହୁଛନ୍ତି l

ଆଜି ସରକାର ବଦଳିଯାଇଛି l ହେଲେ ଯାଜପୁର ବିକାଶ ଯେମିତି ବାଧାପ୍ରାପ୍ତ ନହୁଏ, ସେ ନେଇ ବବି ଚିନ୍ତିତ l ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ ସହ ୯ ମାସ ହେବ ଯାଜପୁରର ବିକାଶ ଠପ୍ ହୋଇଯାଇଛି l ଯାହାକୁ ନେଇ ପ୍ରବଣ ପ୍ରକାଶ ଦାସ (ବବି) ସବୁବେଳେ ସବୁ ମଞ୍ଚରୁ ସରକାରଙ୍କୁ ଆହ୍ଵାନ ଦେଉଛନ୍ତି ଓ ଅନୁରୋଧ କରୁଛ୍ଛନ୍ତି ରାଜନୀତି ପାଇଁ ବିକାଶକୁ ବଳି ନଦିଆଯାଉ l ସେ ସବୁ କଷ୍ଟ ସହିଯିବେ, ହେଲେ ଯାଜପୁର ବିକାଶରେ କିଏ ବାଧକ ସାଜିଲେ ତାହା ବିରୋଧରେ ଲଢ଼େଇ ଜୋରଦାର କରିବେ ଚେତାବନୀ ଦେଇଛନ୍ତି l ଓଡିଶାର ବରପୁତ୍ର ବିଜୁ ପଟନାୟକଙ୍କ ପାଇଁ ଯାଜପୁର ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଛି ତାଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ସହର ପ୍ରଵେଶ ପଥରେ ସ୍ଥାପନ କରି ତାଙ୍କ ତାଙ୍କ ଅବଦାନକୁ ଶତ ପ୍ରଣାମ ଜଣାଇଛନ୍ତି ଜିଲ୍ଲାବାସୀଙ୍କ ତରଫରୁ ପ୍ରବଣ ପ୍ରକାଶ ଦାସ (ବବି) l ଖାସ ସେଥିପାଇଁ ତ ଯାଜପୁର ନୁହେଁ, ପୁରା ଓଡ଼ିଶାରେ ବିକାଶ କଥା ଉଠିଲେ ସମସ୍ତଙ୍କ ମୁଁହରେ ଗୋଟିଏ କଥା ବିକାଶ କଣ ଥରେ ଯାଜପୁର ଯାଇ ଦେଖ ବବି ଦାସ କଣ କରିଛି l ଜିଲ୍ଲା ପ୍ରତିଷ୍ଠା ଦିବସରେ ସବୁଠି ଏବେ ବବି ବିକାଶ ଚର୍ଚ୍ଚା l

ସମସ୍ତ ଯାଜପୁରିଆଙ୍କୁ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅଭିନନ୍ଦନ.

ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରୁଛି : କଂଗ୍ରେସ…

ରାଜ୍ୟରେ ଭୂଷୁଡ଼ିଛି ଆଇନ ଶୃଙ୍ଖଳା l ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରୁଛି l ସରକାର ଅପରାଧୀଙ୍କୁ ନଧରି ରାଜନୈତିକ ଦଳ ଓ କର୍ମୀଙ୍କ ଉପରେ ଅଶୋଭନୀୟ ବୟାନ ନିନ୍ଦାଜନକ l କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ କିନ୍ତୁ ସରକାର ନୀରବ l କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ରକୁ ଦେବାର ଆଶଙ୍କା !ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି, ଅସୁରକ୍ଷିତ ମହିଳା , ସରକାର ଓ ପୋଲିସର ଭୁମିକା ଉପରେ ବଡ଼ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ରାଜ୍ୟର ୫୦ ଭାଗରୁ ଅଧିକ ମହିଳା ଯାହାଙ୍କ ଭୋଟରେ ବିଜେପି ସରକାର ଆସିଛି। ରାଜ୍ୟରେ ମହିଳା ନିର୍ଯ୍ୟାତନା ବଢିଚାଲିଛି। ଲଗାତର ୧୬ ଦିନ ଧରି ବିଧାନସଭାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ଵିବୃତ୍ତି ଦାବିରେ ଆନ୍ଦୋଳନ କଲା ପରେ ବି କିଛି ପଦକ୍ଷେପ ନେଲେନି ସରକାର । ଏହି ସରକାରର ୯ ମାସ ମଧ୍ୟରେ ରାଜ୍ୟର ମା, ଝିଅ, ଭଉଣୀ ଅସୁରକ୍ଷିତ। ସବୁ ଜାଗାରେ ସବୁ ଜିଲ୍ଲାରେ ମହିଳା ନିର୍ଯ୍ୟାତନା ବଢିଚାଲିଛି, ଛାତ୍ରୀମାନେ ଗର୍ଭବତୀ ହେଉଛନ୍ତି। ସେପଟେ ସରକାର ଗଣତନ୍ତ୍ରକୁ ବିଶ୍ୱାସ କରୁନାହାଁନ୍ତି। ମା ସୁରକ୍ଷିତ ନୁହେଁ ତ ରାଜ୍ୟ ସୁରକ୍ଷିତ ହେବ କେମିତି। ଏ ସରକାର ଅନ୍ଧ, ମୁକ, ବଧିର ପାଲଟିଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏ ପ୍ରସଙ୍ଗ ବାରମ୍ବାର ଉଠାଇବା ପରେ ବି ଗୃହ କମିଟି ହେଲାନି କି ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଦେ କହିଲେନି। ୨୭ ରେ ଯେଉଁ ବିଧାନସଭା ଘେରାଉ କରାଗଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଲା। ପୂର୍ବ ସରକାର ସମୟରେ କଣ ବିଜେପି ଆନ୍ଦୋଳନ କରି ନ ଥିଲା କି। ବିଧାନସଭାରେ ବିଜେପି ଡାଲି ଚପଲ ଫିଙ୍ଗିଥିଲେ,ନିଜେ ଘଣ୍ଟ ପିଟିଥିଲେ। ବିଜେପି କଣ ପୂର୍ବରୁ ଆନ୍ଦୋଳନ କରୁ ନ ଥିଲା କି। ତାହେଲେ ଏବେ ବିରୋଧୀଙ୍କ ଆନ୍ଦୋଳନକୁ କାହିଁକି ସହିପାରୁନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ।

ଏହା ଲୋକଙ୍କର ସରକାର ନୁହେଁ। ବିଜେପି ସରକାର କିଛି ଏଜେଣ୍ଡା ନେଇ ଆସିଛନ୍ତି। ବିଜେପିର ଏଜେଣ୍ଡା ଓଡ଼ିଶାରେ ଖଣି ପାଣି ଲୁଟ ପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ଅସ୍ତ୍ର କରି ଏହି ଲୁଟ ହେଉଛି। ଓଡ଼ିଶାର ଅଧାରୁ ଅଧିକ ଖଣିରୁ କିଛି ଗୁଜୁରାଟ ଖଣି ନିଗମକୁ ଦିଆଯାଇଛି।ପୋଲିସ ଉପରେ ମଧ୍ୟ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା , ଶ୍ରୀ କାଡ଼ାମ କହିଛନ୍ତି ଯେପୋଲିସ ଡିଜି ଯେଉଁଭଳି ଭାବେ ଗୋଟେ ରାଜନୈତିକ ଦଳର ସଂଗଠକ ଭାବେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନିନ୍ଦା କଲା କଂଗ୍ରେସ। ସେ ଦଳର କର୍ମୀ ନୁହନ୍ତି। ତାଙ୍କୁ ରାଜ୍ୟର ଆଇନଶୃଙ୍ଖଳା ରକ୍ଷାର ଦାୟିତ୍ୱ ଦିଆଯାଇଛି। ଗୋଟିଏ ଦଳର ସୁରକ୍ଷା ଦାୟିତ୍ୱ ଦିଆଯାଇ ନାହିଁ ବୋଲି କଡା ଭାଷାରେ କହିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ମା ମାନଙ୍କ ସୁରକ୍ଷା ପାଇଁ କାହିଁକି ଡିଜି ଆଗେଇ ଗଲେନି। କିନ୍ତୁ କଂଗ୍ରେସ କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କଂଗ୍ରେସ ଦଳର ଲୋକ କଣ ଆତଙ୍କବାଦୀ କି ?? ଯେଉଁମାନେ ଆଗରୁ ଦଙ୍ଗା ଭିଆଉଥିଲେ ସେମାନେ ଆଜି ସରକାରରେ। ଏହାକୁ କଂଗ୍ରେସ ଡରିବ ନାହିଁ। ମା ମାନଙ୍କୁ ସୁରକ୍ଷା ଯେ ପର୍ଯ୍ୟନ୍ତ ନିଆ ନ ଯାଇଛି କଂଗ୍ରେସ ପଛକୁ ହଟିବ ନାହିଁ। କଂଗ୍ରେସ ବିଧାୟକଙ୍କୁ ବିଧାନସଭାକୁ ଛଡ଼ାଯାଉ ନାହିଁ। ଆମେ କଣ ଆତଙ୍କବାଦୀ ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା। ଦମନଲୀଳା ପୋଲିସ ଦ୍ୱାରା ଯେଭଳି ହେଉଛି ତାକୁ ନେଇ ଚେତାବନୀ ଦେଲା କଂଗ୍ରେସ। ସେପଟେ ପୋଲିସ ବିଭିନ୍ନ ସ୍ଥାନରେ ମାଡ଼ ଖାଉଛି। ଏହାକୁ ନେଇ କଂଗ୍ରେସ ଦୁଃଖ ପ୍ରକାଶ କରୁଛି , ଏବେ ପୋଲିସ ଉପରେ ଲୋକଙ୍କ ବିଶ୍ୱାସ ଆଉ ଭରଷା ତୁଟି ଯାଇଛି |ଯେଉଁ ମା ମାନେ ଭୋଟ ଦେଇ ବିଜେପିକୁ ଶାସନକୁ ଆଣିଥିଲେ ସେମାନେ ହିଁ ଏମାନଙ୍କୁ ଶାସନରୁ ବାହାର କରିବେ। ଆଗକୁ କଂଗ୍ରେସ ବ୍ଲକ ଓ ଜିଲ୍ଲା ସ୍ତରରେ ଅହିଂସା ମାର୍ଗରେ ଆନ୍ଦୋଳନ ତୀବ୍ରତର କରିବ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ରାମଚନ୍ଦ୍ର କାଡାମ।କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାର ଯୌତୁକ ହିସାବରେ କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକିଦେବେ ନାହିଁ ତ ବୋଲି କହି ବଡ଼ ଆଶଙ୍କା ବ୍ୟକ୍ତ କଲେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। କୋଟିଆରେ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରୁଛି କିନ୍ତୁ ଓଡ଼ିଶା ସରକାର ନିରବ। ଏହି ନୀରବତା କୋଟିଆ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଏବେ ଆନ୍ଧ୍ର ସରକାର କୋଟିଆରେ ପାଣି ଟାଙ୍କି କରି ଲୋକଙ୍କୁ ପାଣି ଦେଲେଣି। ରାଜ୍ୟର ସୀମା ସୁରକ୍ଷିତ ନାହିଁ।ଓଡ଼ିଶାବାସୀ ବିଜେପିକୁ ୨୦ ସାଂସଦ ଦେଇଛନ୍ତି। ବିଜେପି ଇସ୍ତାହାରରେ କହିଥିଲା ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ସ୍ୱତନ୍ତ୍ର ବିକାଶ କଥା କହିଥିଲେ। କିନ୍ତୁ ଓଡ଼ିଶାର ଯିଏ କ୍ଷତି କରୁଛନ୍ତି କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ତାଙ୍କୁ ପୁରସ୍କାର ଦିଆଯାଉଛି। କିନ୍ତୁ ଜୀବନ ଥିବା ଯାଏ ଏହା କରାଇ ଦିଆଯିବ ନାହିଁ ବୋଲି ଚେତାଇ ଦେଲେ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ। କୋଟିଆର ସବୁ ଗାଁରେ ଉତ୍କଳ ଦିବସ ପାଳନ କରିବେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। କୋଟିଆ ଅଞ୍ଚଳର ୨୦ ହଜାରରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବ। ରାଜ୍ୟର ସୀମା ଓ ମା ମାନେ ଅସୁରକ୍ଷିତ ତେଣୁ ଓଡ଼ିଆ ପକ୍ଷ ପାଳନ କଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ରାମଚନ୍ଦ୍ର କାଡାମ।

ବିଧାନସଭାରେ ପୃଥ୍ୱୀରାଜଙ୍କ ହସରେ ଉତ୍ତର…..

() ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେପି ଫାୟାରବ୍ରାଣ୍ଡ ନେତା l ବ୍ୟକ୍ତିତ୍ଵ ଯେମିତି, କାମ ବି ସେମିତି l ଶାସକ ବିଜେପି ଦଳର ସେ ହେଉଛନ୍ତି କ୍ରାଇସିସ ମ୍ୟାନେଜର l ଶାସକ ଦଳ ବିଧାନସଭାରେ ଯେତେବେଳେ ଅସୁବିଧାରେ ପଡେ, ଖୋଜା ପଡନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ସରକାର ଓ ଦଳକୁ କିପରି ସଙ୍କଟ ପରିସ୍ଥିତିରୁ ବାହାର କରାଯିବ ସେ ନେଇ ଗୋଟି ଚାଳନ କରନ୍ତି ସେ l ଦୁଇ ବିରୋଧୀ କଂଗ୍ରେସ୍ ଓ ବିଜେଡିକୁ ଶାଣିତ ଢ଼ଙ୍ଗରେ ଜବାବ ଦେଇ ସେ ଘାଇଲା କରନ୍ତି l ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କୁ ଜଗନ୍ନାଥ ଜମି ବେଦାନ୍ତ ପ୍ରସଂଗରେ ବହୁ କଠିନ ପ୍ରଶ୍ନ କିଛି ମିନିଟ୍ ହସି ଉତ୍ତର ଦେଇଥିଲେ ମନ୍ତ୍ରୀ ପୃଥ୍ୱୀରାଜ l କଥାରେ ଅଛି ସମଜଦାର ଆଦମିକି କୁ ଇସାରା କାଫି ହେ ପରି ରଣେନ୍ଦ୍ରଙ୍କ ପ୍ରଶ୍ନ ହସିକି ଉତ୍ତର ଦେଇଥିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ଯାହାକି ଏବେ ଓଡିଶା ରାଜନୀତିରେ ଚର୍ଚ୍ଚାର ବିଷୟ l ଘଟଣା ଟି ଥିଲା ଏମିତି l

ବିଧାନସଭାରେ ପ୍ରଶ୍ନକାଳରେ ଉଠିଲା ବେଦାନ୍ତ ଜମି ପ୍ରସଙ୍ଗ କଥା । ପ୍ରଶ୍ନ କଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ l ଯାହାକୁ ହସି ହସି ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହସି କି ଉତ୍ତର ମାଧ୍ୟମରେ ପୃଥ୍ୱୀରାଜ ହରିଚନ୍ଦନ ରାଜକୁ ସଂକେତ ଦେଇଥିଲେ ଯେ ଆମ ସରକାର ନୁହେଁ, ବେଦାନ୍ତ ଜମି ଦେବା କଥା ନିଜ ଦଳକୁ ନିଜେ ପଚାର l

ଅରୁଣଙ୍କ ନୂଆ ଅବତାର: ବିଧାନସଭା ହଲଚଲ …

() ଅରୁଣ ସାହୁ l ବିଜେଡିର ବରିଷ୍ଠ ବିଧାୟକ l ସବୁବେଳେ ନିଜର ରାଜନୈତିକ ଗୋଟି ଚାଳନା ପାଇଁ ବେଶ ଚର୍ଚ୍ଚାରେ ରହନ୍ତି l ତାଙ୍କର ଗୋଟେ ଗୋଟେ ବୟାନ ଓଡିଶା ରାଜନୀତି ପାଣିପାଗକୁ ବଦଳାଇ ଦିଏ l ଶାସକ ଦଳରେ ଥିବା ବେଳେ ଯେମିତି, ବିରୋଧୀ ଦଳ ଥିବା ବେଳେ ତାହା ଠାରୁ ଅଧିକ ଆକ୍ରମକ ଭୂମିକାରେ ଦେଖିବାକୁ ମିଳୁଛି ଅରୁଣ ସାହୁଙ୍କୁ l ବିଧାନସଭାର ବିଭିନ୍ନ ଆଲୋଚନାରେ ଅରୁଣଙ୍କ ଶାଣିତ ଢ଼ଙ୍ଗରେ ଶାସକ ଦଳକୁ ସମାଲୋଚନା କରିବା ଆଜି ଓଡିଶା ରାଜନୀତିରେ ନୂଆ ଦିଗ ଦେଇଛି l ୯ ମାସର ବିଜେପି ସରକାରର ପ୍ରତିଶ୍ରୁତି ଓ ବାସ୍ତବତାକୁ ନେଇ ଅରୁଣ ମନ୍ତବ୍ୟ  ବିଧାନସଭାର ଆଲୋଚନାକୁ ଉଷ୍ମ କରୁଛି l ଏହାରି ଭିତରେ ସେ ବିଭିନ୍ନ ପ୍ରସଂଗରେ ଗଠନମୂଳକ ପରାମର୍ଶ ଦେଇ ବି ଶାସକ ଦଳର ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ବିଧାନସଭାରେ ବିଜେଡିର ଚଳନ୍ତା ସେନାପତି ସାଜି ସେ ବିଜେଡି ବିଧାୟକଙ୍କ ମନରେ ଜୋସ ଭରୁଛନ୍ତି l ବ୍ୟୟ ମଞ୍ଝୁର ବିଲ ଆଲୋଚନାରେ ଭାଗ ନେଇ ଅରୁଣ ସାହୁ ଶାସକ ଦଳକୁ କଟାକ୍ଷ କରି କହିଛନ୍ତି ରାଜ୍ୟ ସରକାର ହାତୀ ଭଳି ବଜେଟ କରି ପିଂପୁଡି ପରି ଖର୍ଚ୍ଚ କରୁଛନ୍ତି l ଯାହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି l ବିଧାନସଭାରେ ଶାସକ ଦଳକୁ ଚତୁରତାର ସହ ଶାଣିତ ଆକ୍ରମଣ କରୁଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ l ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ. ସେ କହିଲେ, ଡବଲ ଇଂଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି. ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି. ଭାରତୀୟଙ୍କ ହାତରେ କଡୀ ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବାବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି. ଲୁଟେରାମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି. ଶ୍ରୀ ଲଙ୍କା, ଭୁଟାନ ପରି ମିତ୍ର ଦେଶ ଏବେ ଭାରତ ବିରୋଧୀ. ଏହା ଆମର ବୈଦେଶିକ ନୀତି. 10 ଟି ପରିବାର ହାତରେ ଆମର ସବୁ ଟଙ୍କା. ତାଙ୍କୁ ବାଦ ଦେଇ ଦେଲେ ଆଫ୍ରିକା ଦେଶ ଠାରୁ ମୁଣ୍ଡପିଛା ଆୟ କମିଯିବ. 10% ପରିବାର ହାତରେ ଦେଶର 57% ଟଙ୍କା. ଷ୍ଟକ ମାର୍କେଟ ପତନ ଛୁଆଁ. ନିତ୍ୟ ବ୍ୟବହାର ଜିନିଷ ଆକାଶ ଛୁଆ. ପେଟ୍ରୋଲ ଦାମ ମହାକାଶ ଛୁଆଁ. ଯୁବ ପିଢ଼ି ଏବେ ନାଗ ଫାସରେ. 60-62% ଯୁବ ପିଢ଼ି ନାଗଫାଶରେ ଫସିଛନ୍ତି. ବର୍ଷକୁ 8 ଲକ୍ଷ ଚାକିରୀ ପାଇବାକୁ କହିଥିଲେ. ଏହି ହିସାବରେ ଏବେ 88 ଲକ୍ଷ ଚାକିରୀ ମିଳିବା କଥା. କୁଆଡେ ଗଲା ସେ ପ୍ରତିଶୃତି. ରାଜ୍ୟ ସରକାର ହାତୀ ଭଳି ବଜେଟ କରି ପିଂପୁଡି ପରି ଖର୍ଚ୍ଚ କରୁଛନ୍ତି. ଏ ବଜେଟରେ କେନ୍ଦ୍ର ସରକାରଙ୍କ ଭାଗ ଵି ରହିଛି. ହେଲେ ସଂଘୀଆ ବ୍ୟବସ୍ଥାରେ ରେଳବାଇ ସମସ୍ୟା, ଜାତୀୟ ଶିକ୍ଷା ନୀତି, SCST OBC ସଂରକ୍ଷଣ, କୋଇଲା ରାୟାଲଟି ସଂଶୋଧନ ଓ ପୋଲାଭରମ ପ୍ରସଙ୍ଗ ଉଠାଇଲେ କହୁଛନ୍ତି ଏହା କେନ୍ଦ୍ରର ପ୍ରସଙ୍ଗ. ସରକାରଙ୍କ ତଦନ୍ତ ଟିଭି ପରଦାରେ ଚାଲୁଛି. ମହାପ୍ରଭୁ ବଲଭଦ୍ର ପଡିବ, ରାଜ୍ୟପାଳ ପୁଅ ମାଡ଼ ମାରିବା, ଚିକିଟି ମଦମୃତ୍ୟୁ, ଭରତପୁର ଥାନା, ରତ୍ନ ଭଣ୍ଡାର ଖୋଲିବା, ବାରବାଟୀ ଅନ୍ଧାର ହେବା ଓ ମାଣ୍ଡିପଙ୍କାର ତଦନ୍ତ ରିପୋର୍ଟ କୁଆଡେ ଗଲା? ଆମେ ପଠେଇଲେ ଦାଦନ ଶ୍ରମିକ, ସେ ପଠେଇଲେ ସୁପରଭାଇଜର ! ନିର୍ବାଚନ ସମୟରେ କହିଲ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି? ତାହେଲେ ସରକାରକୁ ଆସି ତଦନ୍ତ ନ କରି ତାଲା କାହିଁକି ଭାଙ୍ଗିଲ? କଟନୀ ଚଟଣି ବନ୍ଦ କରିବାକୁ କହିଲ. ହେଲେ ମିଲ ସହିତ ଡିଲ କରି କଟନୀ ଛଟଣି ଲୋଟଣି କଲ. କେଉଁଠି ନଅ, ଯେଉଁଠି 16 କିଲୋ କାଟିଲ. ତିନି ହଜାର ଟଙ୍କା ଭତା କୁଆଡେ ଗଲା? ଥାନାରେ ଆଗରୁ ହବଲଦାର କନେଷ୍ଟେବଳଙ୍କ ପାଇଁ ଚୌକି ଥିଲା. ଏବେ ବିଜେପିର କ୍ରାଇମ ଗାଇଡ଼ ଟେବୁଲ ପଡିଛି. ରାଜ୍ୟ ଏବେ କ୍ରାଇମ ତୁ୍ରିଜିମ ପାଲଟିଛି. ବିଜେପି ଗାଇଡ କରି ବୁଲାଉଛି. ଏବେ ଓଡ଼ିଶାକୁ ଗୁଜୁରାଟୀକରଣ କରିବା ଚାଲିଛି. ଗୁଜୁରାଟ ମାଇନିଙ୍ଗ କର୍ପୋରେସନ ଏବେ ଓଡ଼ିଶାରେ IT ପାର୍କ କରିବ. ତାକୁ ତିନୋଟି କୋଇଲା ଖଣି ଦିଆଯାଇଛି. ବେଦାନ୍ତ ପାଇଁ ଯେଉଁ ସଂସ୍ଥା ଵିଜ୍ଞାପନ ବାହାର କରିଛି ସେ ଅନୁଷ୍ଠାନ ପୁଞ୍ଜିକରଣ ଅଛି କି, ତା ପଛରେ କିଏ ଅଛି ବୋଲି ଅରୁଣ ପ୍ରଶ୍ନ କରିଥିଲେ l ନରସିଂହ ମିଶ୍ରଙ୍କ ପରି ଅରୁଣଙ୍କ କଡା ସମାଲୋଚନା ଏବେ ଚାରିଆଡ଼େ ଚର୍ଚ୍ଚା l

ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ….

() ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସର ବାଂଶୁରୀଗୁରୁ ଅଡିଟୋରିୟମ୍‌ରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ର ନୋଡାଲ କେନ୍ଦ୍ର ଭାବେ ଚୟନ କରିଥିବାରୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର ଓ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରକୁ ସାଧୁବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା ଶର୍ମା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରି ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏନଏସ୍‌ଏସ୍ ଭୁବନେଶ୍ୱରର ଯୁବ ଅଧିକାରୀ ଶ୍ରୀ ଅଜିତ କୁମାର ଯୁବ ସଂସଦ କାର୍ଯ୍ୟକ୍ରମର ଗଠନ ଉପରେ ବକ୍ତବ୍ୟ ରଖିଥିଲେ ।

ଏନଏସଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ତାଙ୍କ ବକ୍ତବ୍ୟରେ କହିଥିଲେ ‘ଭାରତ ସରକାରଙ୍କର ଏହି ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଅନେକ ଯୁବାପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କ ପ୍ରତିଭା ଓ ବିଚାରକୁ ସର୍ବ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ପ୍ରଦାନ କରିଛି । ସେହିପରି ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର (ପୂର୍ବାଂଚଳ)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶିବାଜୀ ମୁରଲୀଧର ଖରାଟ ମଧ୍ୟ କହିଥିଲେ ଯେ ଆମ ଯୁବ ବକ୍ତାଙ୍କୁ ଶୁଣିଲେ ଲାଗେ ଆମ ଭାରତରେ କେତେ ପ୍ରତିଭାପୂର୍ଣ୍ଣ ଯୁବକ ଅଛନ୍ତି ।

ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିପିନ କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବରୁ କରୋନା ସମୟରେ ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍ ମାଧ୍ୟମରେ ହେଉଥିଲା । ଏବେ ଅଫଲାଇନ୍ ମାଧ୍ୟମରେ ହେଉଛି ଯେଉଁଥିରେ ଅଂଶଗ୍ରହଣ କରିଥିବା ଯୁବାମାନେ ଭାରତର ବିକାଶ ପାଇଁ ତାଙ୍କ ବକ୍ତବ୍ୟ ରଖିବେ ଏବଂ ଯୁବ ସଂସଦ ପାଇଁ ମନୋନୀତ ହେବେ ।

କାର୍ଯ୍ୟକ୍ରମର ସଂଯୋଜକ ସୋଆ ଏନଏସଏସ୍ ବ୍ୟୁରୋ ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ‘ଏକ ଦେଶ, ଏକ ନିର୍ବାଚନ’ ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ୫ ଜଣ ବିଚାରକ ଭୂମିକା ତୁଲାଇବେ ।

ବିଧାନସଭାରେ ବିଜେପିର ମନମାନି;ଗର୍ଜିଲା କଂଗ୍ରେସ…

() ବିଧାନସଭାରେ ବିଜେପିର ମନମାନି ଓ ଗଣତନ୍ତ୍ରକୁ ହତ୍ୟା ବିରୋଧରେ ଗର୍ଜିଲା କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ବିଧାୟକ ମାନେ ବିଜେପିକୁ କଲେ ଟାର୍ଗେଟ। ଦୀର୍ଘ ଦିନ ହେଲା ବିଧାନସଭା ଭିତରେ ନାରୀ ସୁରକ୍ଷା, ଛାତ୍ରୀ ନିର୍ଯାତନା ବିରୋଧରେ କଥା ଉଥାଉଛି କଂଗ୍ରେସ। ଝିଅ, ମା, ଭଉଣୀ ୯ ମାସର ସରକାର ସମୟରେ ପ୍ରତିଦିନ ନିର୍ଯ୍ୟାତିତ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ତାରା ବାହିନୀପତିଙ୍କୁ ଅନ୍ୟାୟ ଭାବେ ସସପେଣ୍ଡ କରାଗଲା। ସାତ ଦିନ ହେଲାଣି। ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁ ସଦସ୍ୟ ମାନେ ଗୃହରେ ସ୍ୱର ଉଠାଉଛନ୍ତି ତାଙ୍କୁ ଶାସ୍ତି ଦିଆଯାଉଛି। ଶାସକ ଦଳର ଦାୟିତ୍ୱ ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହ ସୁପରିଚାଳନା କରିବା କଥା। ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ ଓ ଗୃହ କମିଟି ଗଠନ କରନ୍ତୁ। ୯ ମାସରେ ନିର୍ଯ୍ୟାତନା ବଢିଛି ବ୍ୟାପକ ଭାବେ। ଆଦିବାସୀ, ଦଳିତ, ଓବିସି ମା ମହିଳା ସବୁ ଅସୁରକ୍ଷିତ। ଗୃହ କମିଟି ନ ହେବା ଯାଏ ଜାରି ରହିବ ବିରୋଧ। ସରକାର ମୁକ ବଧିର। ଶାସନ ଅନ୍ଧ। ରାଜଧାନୀରେ ହୋଲିରେ ମର୍ଡର। ସାରା ରାଜ୍ୟର ଲୋକେ ଅସୁରକ୍ଷିତ। ବିଧାନସଭା ରେ ତିନି ଦିନ ହେଲାଣି ଦାବି ହେଉଛି କିନ୍ତୁ ବିଧାନସଭାରେ ବିରୋଧୀଙ୍କ ଏହି କଥା ପ୍ରସାରଣ ହେଉନି। ଗଣତନ୍ତ୍ରକୁ ହତ୍ୟା ପାଇଁ ଡବଲ ଇଂଜିନ ସରକାରର ଏହା ଷଡଯନ୍ତ୍ର। ଶାସକ ଦଳର ଯେତିକି ଅଧିକାର ବିରୋଧୀ ମାନଙ୍କର ସେତିକି ଅଧିକାର। ସରକାର ଯେତେବେଳେ ସ୍ବେଚ୍ଛାଚାରୀ ହୋଇଯିବ। ତାହେଲେ ଲଢେଇ ପାଇଁ କେବେ ପଛଘୁଞ୍ଚା ଦେବ ନାହିଁ। ଆଗାମୀ ୨୭ ତାରିଖରେ ବିଧାନସଭା ଘେରାଉ ହେବ।

 

କାଲିଠାରୁ ସକାଳୁଆ ସ୍କୁଲ…

() ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ। ସକାଳ 6:30 ରୁ 10:30 ଯାଏଁ ହେବ କ୍ଲାସ। ଏ ନେଇ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ।ସ୍କୁଲରେ ରହିବ ପର୍ଯ୍ୟାପ୍ତ ORS ପ୍ୟାକେଟ ଓ ପାନୀୟ ଜଳ ସୁବିଧା। ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ। ଅଭିଭାବକମାନଙ୍କୁ ସଚେତନ କରାଯିବ। ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ତାପମାତ୍ରାକୁ ଦୃଷ୍ଟି ରଖି ସମୟ ପରିବର୍ତନର ନିଷ୍ପତ୍ତି ନେବେ ଜିଲ୍ଲାପାଳ।

ଓଡିଆଙ୍କ ପ୍ରିୟ ପଖାଳ…..

() ବିଲ ହୁଡାରୁ ବଡବଡ ରେଷ୍ଟୁରାଣ୍ଟ ,ଚାଳ ଘରୁ ଆରମ୍ଭ କରି ବଡ ହୋଟେଲ ସବୁଆଡେ ଓଡ଼ିଆ ଘରର ସବୁଠାରୁ ପ୍ରିୟ ଖାଦ୍ୟ ପଖାଳର ଚାହିଦା ବଢିବାରେ ଲାଗିଛି l ଏହା ସାଧାରଣତଃ ଓଡିଆ ଘରର ପ୍ରମୁଖ ଖାଦ୍ୟ ରୂପେ ପରିଗଣିତ ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ପଖାଳର ଚାହିଦା ଟିକିଏ ଅଧିକ ବଢିଯାଏ । ଛୋଟରୁ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟ ତତ୍ପର ହୋଇ ଉଠନ୍ତି। ଗରାଖଙ୍କୁ ଆକୃଷ୍ଠ କରିବାକୁ କେଉଁଠି ପଖାଳ ସାଙ୍ଗକୁ ବଢିଚୁରା, ବାଇଗଣ, ଆଳୁ ଓ ଟମାଟୋ ଝୋଳ l ତ ଆଉ କେଉଁଠି ଛ ତିଅଣ ନ ଭଜା । ଆଗକୁ ପଖାଳ ଦିବସ ଥିବାରୁ ବହୁ ହୋଟେଲ୍ ମାଲିକ ନିଜ ମେନୁରେ ଅନେକ ପ୍ରକାରର ପଖାଳ ସାଙ୍ଗକୁ ସାଧା ଓ ଆମିଷ ଆଇଟମ ଯୋଡିଛନ୍ତି । ଏଥିସହିତ ନିଜ ହୋଟେଲ୍ ଓ ରେଷ୍ଟୁରାଣ୍ଟ ପଖାଳ ମେନୁର ବିଜ୍ଞାପନ ବୋର୍ଡ ପ୍ରତିଷ୍ଠାନ ବାହାରେ ଲଗାଉଛନ୍ତି । ଯାହାକୁ ଖାଇବା ଆଗରୁ ଏହି ସବୁ ଆଇଟମକୁ ଗୁଡିକୁ ଦେଖି ମନ ପୁରି ଯାଉଛି । ଆଗକୁ ପଖାଳ ଦିବସ ଥିବା କାରଣରୁ ଚାଳିଆ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ମାନଙ୍କରେ ସବୁଠି ଦେଖିବାକୁ ମିଳିଛି ସ୍ଵତନ୍ତ୍ର ପ୍ରସ୍ତୁତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ହୋଇଛି ସ୍ପେଶାଲ ମେନୁ । କିଏ ପାଖଳକୁ ନେଇ ଅନେକ ଭେରାଇଟି କରୁଛି ତ ଆଉ କିଏ ପଖାଳକୁ ଆହୁରି ସ୍ଵାଦିଷ୍ଟ କରିବା ପାଇଁ ଅନେକ ଭେରାଇଟିର ଆଇଟମ ତିଆରି କରୁଛି । ପ୍ରାୟତଃ ହୋଟେଲ ମାନଙ୍କରେ ଆମ୍ବକସିଆ ଅଦା ଫୁଟଣର ଛୁଙ୍କ ଦିଆ ଯାଇଥିବା ପଖାଳ ମିଳିଥାଏ କିନ୍ତୁ ଏବେ କିଛି ହୋଟେଲରେ ପଖାଳରେ ଅନେକ ଭେରାଇଟି ଦେଉଛନ୍ତି । ଯେପରିକି ମୁଢି ପଖାଳ, ମଲିଫୁଲିଆ ପଖାଳ, ଛୁଙ୍କ ପଖାଳ, ଘିଅ ପଖାଳ, ଚିପୁଡା ପଖାଳ ଭଳି ଅନେକ ପ୍ରକାରର । ଆମେ ସାଧାରଣତଃ ଜାଣନ୍ତି ପଖାଳ କହିଲେ ବାସି ପଖାଳ କିମ୍ବା ସଜ ପଖାଳ ହେଲେ ଏବେ ପଖାଳକୁ ନେଇ ଅନେକ ଭେରାଇଟି ପ୍ରାୟ କିଛି ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଦେଖିବାକୁ ମୁଳୁଛି । ଯେଉଁ ପଖାଳର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହୋଇ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି । କେବଳ ପଖାଳ ଦିବସ ପାଇଁ ପଖାଳର ଚାହିଦା ହୋଟେଲ ଗୁଡ଼ିକରେ ଅଧିକ ଥାଏ ତାହା ନୁହଁ ବରଂ ଅନ୍ୟ ସମୟରେ ମଧ୍ୟ ପଖାଳର ଚାହିଦା ରହିଥାଏ । ଅର୍ଥାତ ଅନ୍ୟ ସମୟରେ ମଧ୍ୟ ପ୍ରାୟ କିଛି ଲୋକ ହୋଟେଲରେ ପଖାଳ ଖୋଜି ଥାଆନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news