ନବୀନଙ୍କ ହୃଦୟରେ ଯାଜପୁର ପାଇଁ ସ୍ଵତନ୍ତ୍ର ସ୍ଥାନ: ପ୍ରଣବ ପ୍ରକାଶ ଦାସ

() ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ଵତନ୍ତ୍ର ଭଲ ପାଇବା ରହିଛି l ସ୍ନେହ, ପ୍ରେମ ଶ୍ରଦ୍ଧା ଅଜାଡ଼ି ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ତାଙ୍କ ଦିଗ ଦର୍ଶନରେ ଯାଜପୁରର ବିକାଶ ରଥ ଆଗେଇ ଚାଲିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଯାଜପୁର ଜିଲ୍ଲାବାସୀ ୠଣି l ଆଗାମୀ ଶହେ ବର୍ଷ ଯାଏ ତାଙ୍କୁ ମା ବିରଜା ଓ ଓଡ଼ିଶାବାସୀ ଆଶିର୍ବାଦ କରନ୍ତୁ ଓ ସେ ରାଜ୍ୟର ବିକାଶ ପାଇଁ ଏପରି କାମ କରି ଚାଲନ୍ତୁ l ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୩ ଉଦଘାଟନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମିଲ ହୋଇ ଯାଜପୁର ଓଡ଼ିଶାର ୧ନମ୍ବର ଜିଲ୍ଲା ହେବ ବୋଲି କହିବା ପରେ ପ୍ରଣବ ପ୍ରକାଶ ଭାବପ୍ରବଣ ହୋଇଯାଇଥିଲେ l ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଯାଜପୁରକୁ ନେଇ ଯେଉଁ ସ୍ଵପ୍ନ ଦେଖିଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଛନ୍ତି ତାହା ନିଜ ଭାଷଣରେ କହିଥିଲେ ପ୍ରଣବ l ଯାଜପୁରର କଳିଙ୍ଗ ନଗର ଆଜି ପୁରା ବିଶ୍ଵର ଷ୍ଟିଲ ହବ ସାଜିଛି l ଷ୍ଟିଲ କନକ୍ଲେବ ମଧ୍ୟ ଆୟୋଜନ କରାଯାଇଛି l ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ପାଇଁ ଯାଜପୁରରେ ମେଡିକାଲ କଲେଜ, ବୌଦ୍ଧ କୀର୍ତ୍ତି ରାଜର ଉନ୍ନତି, ବିଭିନ୍ନ ଅଂଚଳର ବିକାଶ ହୋଇପାରିଛି l ରାସ୍ତା ଘାଟ ଠାରୁ ଆରମ୍ଭ କରି ଜିଲ୍ଲାର ସୌନ୍ଦଜ୍ୟକରଣ ସମ୍ଭବ ହୋଇପାରିଛି l ୫ଟି ସଂସ୍କାର ଜରିଆରେ ବଦଳିଯାଇଛି ଯାଜପୁରର ରୂପରେଖ l ସ୍କୁଲ ରୂପାନ୍ତରଣ ଶିକ୍ଷା ବ୍ୟବସ୍ଥାକୁ ନୂଆ ପରିଚୟ ଦେଇଛି l

ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଯୋଗୁଁ ବିଶ୍ବରେ ଓଡ଼ିଶା ପାଇଛି ସ୍ଵତନ୍ତ୍ର ପରିଚୟ l ହକି ବିଶ୍ୱ କପ୍ ଦୁଇଥର ଆୟୋଜନ ତାହା ପ୍ରମାଣିତ କରିଛି l ସବୁଠାରୁ ବଡ କଥା ହେଉଛି ସାଢେ଼ ଚାରି କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିବଦ୍ଧତାରେ କାମ କରୁଛନ୍ତି ତାହା ଆଜି ଭାରତ ବର୍ଷର ଅନ୍ୟ ନେତାଙ୍କ ପାଇଁ ଉଦାହରଣ l ଏପରି ନେତାଙ୍କ ଦିଗଦର୍ଶନରେ ଆମେ କାମ କରୁଛନ୍ତି l ତେଣୁ ପୁରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି l ସେ ୨୫ବର୍ଷ ଧରି ସେବା କରୁଛନ୍ତି ଓ ଆଗମୀ ଶହେ ବର୍ଷ ଯାଏ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ଓଡ଼ିଶାର ସେବା କରିବା ପାଇଁ ବୋଲି ପ୍ରଣବ ଯାଜପୁର ଜିଲ୍ଲା ମହୋତ୍ସବରେ ନିଜର ଭାଷଣରେ କହିଥିଲେ l ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ହୋଇଥିବାରୁ ତାଙ୍କ ପାଖରେ ସେ ୠଣୀ ବୋଲି କହିଥିଲେ l ଏହି ଅବସରରେ ଫାଇଭ-ଟି ସଚିବଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ପ୍ରଣବ l ଯେତେବେଳେ ସେ ଜିଲ୍ଲା ପାଇଁ ଯାହା ମାଗିଛନ୍ତି ଫାଇଭ -ଟି ସଚିବ ତୁରନ୍ତ ଦେଇଥିବା କହିଛନ୍ତି ପ୍ରଣବ l

ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ: ମୁଖ୍ୟମନ୍ତ୍ରୀ…

() ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ

ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ – ମୁଖ୍ୟମନ୍ତ୍ରୀ।

ଯାଜପୁର ବିଭିନ୍ନ ଧର୍ମ, ଆଧ୍ୟାତ୍ମିକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା । ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା । ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମା ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ। ଏହାର ଗୌରବମୟ ଇତିହାସ ରହିଛି । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆ ପରିଚୟ ହୋଇଛି। ମୋର ଦୃଢ ବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ବିଧାୟକ ଶ୍ରୀମତୀ ସୁନନ୍ଦା ଦାସ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ନିଜର ଅଭିଭାଷଣ ରଖି କହିଥିଲେ ଯେ ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଶୀର୍ବାଦ ଓ ଭଲପାଇବା ଅଛି । ଯାଜପୁର ଆଜି ବିକାଶ କ୍ଷେତ୍ରରେ ସୁନାମ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଜପୁରରେ କଳିଙ୍ଗ ନଗର ଷ୍ଟିଲ କମ୍ପ୍ଲେକ୍‌ସ ଓ ମେଡିକାଲ କଲେଜ ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ଯାଜପୁରର ଦ୍ରୁତ ବିକାଶ ହୋଇପାରିଛି ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଂଜନ ଘଡାଇ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ବିଧାୟକ ଶ୍ରୀ ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ।

ସଂସଦରେ ଓଡ଼ିଶା ପାଇଁ ହକ୍ ମାଗିଲେ ମାନସ ମଙ୍ଗରାଜ…

() ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା।

{} ଆଲୋଚନାରେ ଅଂଶଗ୍ରହଣ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।ଓଡିଶା ଦେଶର ଦ୍ରୁତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ରାଜ୍ୟର ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ ଏହାର ବାସ୍ତବତା ହୃଦୟଙ୍ଗମ ହେବ। ଓଡିଶାକୁ ଭିତ୍ତିଭୂମି ସହାୟତା ଓ ସମ୍ବଳ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ଜାତୀୟ ରାଜପଥ, ଡିଜିଟାଲ କନେକ୍ଟିଭିଟି ଓ ବ୍ୟାଙ୍କିଙ୍ଗ ସେବା ଭିତ୍ତିଭୂମି ବିକାଶର ପ୍ରମୁଖ କ୍ଷେତ୍ର ।ରାଜ୍ୟରେ ଏହାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ରାଜ୍ୟରେ ବହୁ ଜାତୀୟ ରାଜପଥ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଟକ-ସମ୍ବଲପୁର ପରି ବହୁ ଜାତୀୟ ରାଜପଥ ପ୍ରକଳ୍ପ ବହୁ ବର୍ଷ ଧରି ଦୁର୍ବଳ ଅବସ୍ଥାରେ ରହିଛି । ଉପକୂଳ ରାଜପଥ ପ୍ରକଳ୍ପ କେବଳ ଫାଇଲରେ ସୀମିତ ରହିଛି ।
ରାଜ୍ୟରେ ଉପକୂଳ ରାଜପଥ ପ୍ରକଳ୍ପରେ ଗୋଟିଏ ବି ଇଟା ପଡିନି ।ରେଳବାଇରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଉଛି । ବହୁ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେଉଛନ୍ତି । ଜୟପୁର-ନବରଙ୍ଗପୁର. ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୫୦% ଅର୍ଥ ରାଜ୍ୟ ଦେଉଛି । ଏ ହିସବୁ ପ୍ରକଳ୍ପରେ କୌଣସି ଅଗ୍ରଗତି ହେଉନାହିଁ ।

ପାରାଦ୍ବୀପ-ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଉନି ରେଳବାଇ । ଏହି ପ୍ରକଳ୍ପ ପାଇଁ ଜମି ଓ ପ୍ରକଳ୍ପ ଖର୍ଚ୍ଚର ୫୦% ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।ରାଜ୍ୟର ୧୨ଟି ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଚୁକ୍ତିନାମା ହୋଇଥିଲା । କେବଳ ଭୁବନେଶ୍ବରକୁ ବାଦ ଦେଲେ ଅନ୍ୟ ୧୧ଟି ଷ୍ଟେସନର ବିକାଶ ହୋଇନି ।

ରାଜ୍ୟରେ ମୋବାଇଲ ଓ ଡିଜିଟାଲ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ । ଆଦିବାସୀ ଅଧ୍ୟୁକ୍ଷିତ, ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲୋକେ ଏହି ସେବା ପାଇପାରୁନାହାଁନ୍ତି । ଏବେ ବି ଲୋକେ ଗଛରେ ଚଢି ମୋବାଇଲ ନେଟୱର୍କ ବ୍ୟବହାର କରୁଛନ୍ତି ।ରାଜ୍ୟର ବହୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନାହିଁ । ପଞ୍ଚାୟତରେ ବ୍ୟାଙ୍କର କାର୍ଯ୍ୟାଳୟ ନଥିବାରୁ ଲୋକେ ପ୍ରଭାବିତ ହେଉଛନ୍ତି ।ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଏଦିଗରେ ଧ୍ୟାନ ଦେବାକୁ ଦାବି ସଂସଦରେ ଦାବି ରଖିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।

ଆଜିଠୁ ୬ଦିନ ଦୁଲୁକିବ ଯାଜପୁର: ଯଯାତି ୨୦୨୩ ଜିଲ୍ଲା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ : ପ୍ରଥମ ସଂଧ୍ୟାର ଆକର୍ଷଣ କଣ୍ଠଶିଳ୍ପୀ ସୁନିଧି ଚୌହାନ …..

() ଆଜିଠାରୁ ଆରମ୍ଭ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୩। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି l ସଂଧ୍ୟା ୬ଟା ବେଳେ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ l ଦୁଇ ବର୍ଷ କୋଭିଡ ପରେ ଏହି ଭବ୍ୟ ମହୋତ୍ସବକୁ ‌ଉପଭୋଗ କରିବା ପାଇଁ ଯାଜପୁର ଓ ଏହାର ପଡୋଶୀ ଜିଲ୍ଲାବାସୀ ଚାହିଁବସିଛନ୍ତି।

 

ଯାଜପୁର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଅତି ପ୍ରାଚୀନ ହୋଇଥିବା ବେଳେ ଏହାର ଐତିହ୍ୟକୁ ନେଇ ସ୍ମରଣୀୟ ଜିଲ୍ଲା ମହୋତ୍ସବ ଯଯାତି ଆୟୋଜନ ହୋଇ ଆସୁଛି। ଚଳିତ ବର୍ଷର ମହୋତ୍ସବକୁ ଅତି ଆକର୍ଷଣୀୟ କରିବାକୁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀ କରାଯାଇଛି। ୮ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମହୋତ୍ସବ ଚାଲିବ l ଏଥିପାଇଁ ବାଳାଶ୍ରମ ପଡିଆରେ ଆକର୍ଷଣ ମଞ୍ଚ ପ୍ରସ୍ତୁତ କରାଯାଇଥିବା ବେଳେ ଏବେ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିଶାଳ ମଞ୍ଚକୁ ପ୍ରତି ସଂଧ୍ୟାରେ ବଲିଉଡର ନାମୀଦାମୀ କଳାକାରମାନେ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ଙ୍କ ମନ କିଣିବେ। ମହୋତ୍ସବର ପ୍ରଥମ ଉଦଘାଟନୀ ସଂଧ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍ ଜରିଆରେ ଉଦଘାଟନ କରିବେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ପୁରା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି l ପ୍ରଥମ ସଂଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହାନ ଏହି ଉତ୍ସବରେ ସାମିଲ ହେବେ। ମହୋତ୍ସକୁ ସୁପରିଚାଳନା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ପୋଲିସ ପକ୍ଷରୁ ମ୍ୟାପ ପ୍ରସ୍ତୁତ କରାଯାଇଛି l ୮ତାରିଖରେ ସୁନିଧି ଚୌହାନ୍,୯ ତାରିଖରେ ସୋନା ମହାପାତ୍ର,ଅମ୍ରିତ ତ୍ରିଭେଦି,୧୦ ତାରିଖରେ ଜାକିର ଖାଁ,ଆୟୁଷ୍ମାନ ଖୁରାନା,୧୧ ତାରିଖରେ ଜାଭେଦ ଅଲ୍ଲୀ,୧୨ ତାରିଖରେ ଶ୍ରୀୟ ଘୋଷାଲ ଓ ୧୩ ତାରିଖରେ ହର୍ଷଦିପ୍ କୌର୍ ଏବଂ ସାଗରିକା ସିଂ ସାମିଲ ହେବେ। ସେହିପରି ଓଡିଶାର ବହୁ ସିନେ କଳାକାର ଏବଂ କଣ୍ଠଶିଳ୍ପୀ ଏହି ଉତ୍ସବର ସଂଧ୍ୟାକୁ ରଂଗୀନ କରିବେ। ଏଥିପାଇଁ ବିରାଟ ମଞ୍ଚ ପ୍ରସ୍ତୁତ କରାଯାଉଥିବା ବେଳେ ମହୋତ୍ସବ ପଡିଆକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ କଳା ଅନୁଷ୍ଠାନକୁ ସାମିଲ କରାଯିବା ସହ କବିତା ପାଠୋତ୍ସବର ବିବିଧ କାର୍ଯ୍ୟକ୍ରମର ଆୟୋଜନ କରିଛି ଜିଲ୍ଲା ସଂସ୍କୃତି ପରିଷଦ। ତେବେ ଏଥି ନିମନ୍ତେ ପ୍ରସ୍ତୁତ ଜାରି ରହିଥିବା ବେଳେ ଯାଜପୁରବାସୀ ଏକ ବିରାଟ ଉତ୍ସବକୁ ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହାକି ଏହି ମହୋତ୍ସବର ଓରମାସ ଏବଂ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ମୁଖ୍ୟ ଆକର୍ଷଣ ସାଜିବ।

ମୋ ସରକାର ଅଧିନ ରେ ଏବେ ଆଉଟ୍ ସୋର୍ସିଂ ସଂସ୍ଥା….

() ଆଉଟ୍ ସୋର୍ସିଂ ସଂସ୍ଥା ମୋ ସରକାର ଅଧିନକୁ ଗଲା l ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀ ଉପରେ ମନ ଇଚ୍ଛା ନିର୍ଦେଶ ଜାରୀ କରି ପାରିବେନି ସଂପୃକ୍ତ ସଂସ୍ଥା l କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦେଶ ଦିଆ ଯାଇଛି l ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂ ରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ l କେବଳ ସେତିକି ନୁହେଁ ଯେଉଁ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା ଓ esi, EPF ଦେଇଉଥିଲେ ସେମାନଙ୍କୁ ପୁରସ୍କୃତ କରାଯିବ l ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦେଶ ଦିଆ ଯାଇଛି l

‘ଯଯାତି-୨୦୨୩’:୮ରୁ ଦୁଲୁକିବ ଯାଜପୁର, ଜଲୱା ଦେଖାଇବେ ବଲିଉଡର ଓ ଓଲିଉଡ କଳାକାର.

() ସଂଧ୍ୟା ହେଲେ ନାଚ ଗୀତରେ ଦୁଲୁକିବ ଯାଜପୁର ସହର ବୈତରଣୀ ନଦୀ ପୀଠ l ବଲିଉଡର ଓ ଓଲିଉଡ କଳାକାର ୬ ଦିନ ଧରି ଦର୍ଶକଙ୍କୁ ନିଜର ଜଲୱା ଦେଖାଇବେl ଏଥିପାଇଁ ପୁରା ପ୍ରସ୍ତୁତ ଯାଜପୁର ସହର l ସୋସିଆଲ ମିଡ଼ିଆରେ ମଧ୍ୟ ଚାଲିଛି ଜୋରଦାର ପ୍ରଚାର l ପୁରା ଓଡିଶାକୁ ଏହି ମହୋତ୍ସବରେ ସାମିଲ୍ କରି ଯାଜପୁର ଐତିହ୍, ସଂସ୍କୃତି ପ୍ରଚାର ପ୍ରସାର କରାଯିବା l ଲୋକକଳା ସହ ଆଧୁନିକ କାଳର ଝଲକ ଦେଖିବେ ଦର୍ଶକ l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି l କାରଣ ଆସନ୍ତା ଫେବୃଆରୀ ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ସବୁ ଦିଗରୁ ‌ଉତ୍ସବକୁ ମ‌ନୋରମ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ବାସୀଙ୍କ ସହଯୋଗ ଲୋଢ଼lଯାଇଛି ।ଯାଜପୁର ସହରର ବାଳାଶ୍ରମ ପଡିଆରେ ୬ ଦିନ ଧରି ଜିଲ୍ଲା ମହୋତ୍ସବ‘ଯଯାତି-୨୦୨୩’ ଅନୁଷ୍ଠିତ ହେବ। ମହଉତ୍ସବରେ ପ୍ରତ୍ୟେକ ଦିନ ସଂଧ୍ୟାରେ ବଲିଉଡ ଓ ଓଲିଉଡ କଳାକାରଙ୍କ ଜଲୱ‌ା ଦେଖିବେ ଉପସ୍ଥିତ ଜନତା।

 

କାର୍ଯ୍ୟକ୍ରମ ଅନୁସାରେ ୮ ତାରିଖରେ ସୁନିଧି ଚୌହାନ୍,୯ ତାରିଖରେ ସୋନା ମହାପାତ୍ର,ଅମ୍ରିତ ତ୍ରିଭେଦି,୧୦ ତାରିଖରେ ଜାକିର ଖାଁ,ଆୟୁଷ୍ମାନ ଖୁରାନା,୧୧ ତାରିଖରେ ଜାଭେଦ ଅଲ୍ଲୀ,୧୨ ତାରିଖରେ ଶ୍ରୀୟ ଘୋଷାଲ ଓ ୧୩ ତାରିଖରେ ହର୍ଷଦିପ୍ କୌର୍ ଏବଂ ସାଗରିକା ସିଂ ସାମିଲ ହେବେ। ସେହିପରି ଓଡିଶାର ବହୁ ସିନେ କଳାକାର ଏବଂ କଣ୍ଠଶିଳ୍ପୀ ଏହି ଉତ୍ସବର ସଂଧ୍ୟାକୁ ରଂଗୀନ କରିବେ। ଏଥିପାଇଁ ବିରାଟ ମଞ୍ଚ ପ୍ରସ୍ତୁତ କରାଯାଉଥିବା ବେଳେ ମହୋତ୍ସବ ପଡିଆକୁ ପ୍ରସ୍ତୁତ କରାଯାଉଛି। ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ କଳା ଅନୁଷ୍ଠାନକୁ ସାମିଲ କରାଯିବା ସହ କବିତା ପାଠୋତ୍ସବର ବିବିଧ କାର୍ଯ୍ୟକ୍ରମର ଆୟୋଜନ କରିଛି ଜିଲ୍ଲା ସଂସ୍କୃତି ପରିଷଦ। ତେବେ ଏଥି ନିମନ୍ତେ ପ୍ରସ୍ତୁତ ଜାରି ରହିଥିବା ବେଳେ ଯାଜପୁରବାସୀ ଏକ ବିରାଟ ଉତ୍ସବକୁ ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହାକି ଏହି ମହୋତ୍ସବର ଓରମାସ ଏବଂ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ମୁଖ୍ୟ ଆକର୍ଷଣ ସାଜିବ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଓ ଯୁବ ନେତା ଭବ ପ୍ରସାଦ ଦାସ ପ୍ରଶାସନ ସହ ଆଲୋଚନା କରି ଯଯାତୀ 2023କୁ ସଫଳ କରିବାକୁ ପ୍ରୟାସ କରିଛନ୍ତି l ନିଜେ ଭବ ପ୍ରସାଦ ପ୍ରତ୍ୟେକ ଦିନ ପ୍ରସ୍ତୁତି ସମୀକ୍ଷା କରିବା ସହ ମହୋତ୍ସବକୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି l

କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ…

() ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ବିଶ୍ବବିଦ୍ୟାଳୟ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ।

କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

୧୦୦୦ ଆସନ ବିଶିଷ୍ଟ ଅଡିଟୋରିଅମ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।

୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ, ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ।

ଭିତ୍ତିଭୂମି ହିଁ ବିକାଶର ଆଧାର – ମୁଖ୍ୟମନ୍ତ୍ରୀ ସମାଜ ସହ ଯୋଡି ହୋଇ ରହିବାକୁ ଯୁବସମାଜକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସଂପର୍କରେ ଉଲ୍ଲେଖକରି କହିଥିଲେ ‘ଆପଣମାନେ ଖୁସି ତ?’ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ସ୍ବାଗତ କରିଥିଲେ । ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ । ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି। ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣମ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି ।ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ସେ ମତବ୍ୟକ୍ତ କରି ସେ କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଧିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥଇବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲ ଯେ ମା ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସ୍ବାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି ଏବଂ ସେମାନଙ୍କ ଉପରେ ଥିବା ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି । ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ମା ମାନଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ସେ କହିଥିଲେ ।

ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପେଡାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ବବିଦ୍ୟାଳୟ ଘୋଷଣାକୁ ସ୍ବାଗତ କରିଥିଲେ ଏବଂ ଏହାଦ୍ବାରା କୋରାପୁଟ ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ବଲି ମତବ୍ୟକ୍ତ କରିଥିଲେ।

ଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା…

() ୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ।

ବିଶ୍ବବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷା,

ଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ଶେଷ ହେବ।

ସବୁ class room ,smart class ହେବ।

ଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ କରାଯିବ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାସହିତ ସେଠାରେ ପଢୁଥିବା ଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରି ଥିଲେ ।

ପ୍ରଥମେ ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ State of the Art Auditorium କାମ ବୁଲି ଦେଖିଥିଲେ । ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ସମୟରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏହି ଅତ୍ୟାଧୁନିକ ଅଡିଟୋରିଅମ ଦେଶର ସବୁଠାରୁ ବଡ ଅଡିଟୋରିଅମ ହେବ ଏବଂ କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନ୍‌ଫରେନ୍‌ସର ଆୟୋଜନ କରାଯାଇ ପାରିବ।
OUAT ର ସବୁ classroom କୁ ସ୍ମାର୍ଟ classroom କରାଯିବ।

କୃଷି ବିଶ୍ବବିଦ୍ୟାଳୟକୁ ଜାତୀୟ ସ୍ତରର ଏକ ଅଗ୍ରଣୀ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସୂଚନାଯୋଗ୍ୟ ଯେ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉଭୟ ହେଉଛନ୍ତି କୃଷି ବିଜ୍ଞାନର ଛାତ୍ର ।
ଏହାପରେ ସେ ୨୦୦ ଆସନ ବିଶିଷ୍ଟ Farmers’ Hostel ର ନବୀକରଣ କାମ ବୁଲି ଦେଖିଥିଲେ। କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି ।

କୃଷି ବିଶ୍ବବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ପରିଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଛାତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ । ଛାତ୍ରୀ ନିବାସ ରେ badminton Court ଓ Gym ସୁବିଧା ର ବିକାଶ ପାଇଁ ସେ ମାନଙ୍କ ଅନୁରୋଧ କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି 5T ସଚିବ ଛାତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭି.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।

ପଦୋନ୍ନତି ଦେଲେ ସରକାର ….

() ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ଆଜି ୨ୟ ଦିନରେ ୪୮୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ୩୪୦ଟି ଆବେଦନକୁ ଅଦାଲତ ପଦୋନ୍ନତି ନିମନ୍ତେ ବିବେଚନା କରିଛନ୍ତି। ଆଜିକୁ ମିଶାଇ ୮୧୮ଟି ଆବେଦନର ଶୁଣାଣି କରାଯାଇଥିବା ବେଳେ ସେଥି ମଧ୍ୟରୁ ୬୪୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି।

ଆଜି ଦ୍ୱିତୀୟ ଦିନରେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ୍ ଓ ଖଣି, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଉଦ୍ୟୋଗ, ଅବକାରୀ, ସୂଚନା ଓ ଲୋକ ସଂପର୍କ, ଜଳ ସଂପଦ, ପୂର୍ତ୍ତ, ଶକ୍ତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇଲୋକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା।

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି…

() ବଜେଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା l ବଜେଟ ବ୍ୟୟ ଅଟକଳରେ ବିଭିନ୍ନ ବିଭାଗକୁ ଗୁରୁତ୍ଵ ଦିଆଯାଇ ନାହିଁ l ସମ ବିକାଶ ବଜେଟ ରେ କରାଯାଇନାହିଁ l ଓଡ଼ିଶାକୁ ଲଗାତାର କେନ୍ଦ୍ର ଆର୍ଥିକ ଅବହେଳା କରିଛି l ରେଳ ପ୍ରକଳ୍ପ କେନ୍ଦ୍ର ଓଡିଶାକୁ ଅଣଦେଖା କରିଛି l ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ନିଜସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ ଯୋଜନା କରା ଯାଇଛି l ଯାହା ଆୟୁଷ୍ମାନ ଯୋଜନାରେ ନାହିଁ l

Follow us

20,832FansLike
0FollowersFollow
14,700SubscribersSubscribe

Latest news